Categories
ଆଜିର ଖବର ଧର୍ମ

ଶ୍ରୀଲିଙ୍ଗରାଜଙ୍କ ମହାଶିବ ରାତ୍ରୀ ଲାଗି ନିର୍ଦ୍ଦେଶାବଳୀ ଜାରି: ଜିଲ୍ଲା ପ୍ରଶାସନ ନେଲା ଏଭଳି ନିଷ୍ପତ୍ତି

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧ ତାରିଖରେ ‘ମହାଶିବରାତ୍ରି ‘ ଅନୁଷ୍ଠିତ ହେବ।ତେଣୁ ଏହି ପ୍ରସଙ୍ଗରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀକୁ ନେଇ ନିର୍ଦ୍ଦେଶାବଳୀ ଜାରି ହୋଇଛି। କୋଭିଡ୍ କଟକଣା ଭିତରେ ଚଳିତ ବର୍ଷ ମଧ୍ୟ ମହାଶିବରାତ୍ରୀ ଅନୁଷ୍ଠିତ ହେବ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏଥର ମଧ୍ୟ ଲିଙ୍ଗରାଜ ମନ୍ଦିରରେ ସୀମିତ ଶ୍ରଦ୍ଧାଳୁରେ ସମସ୍ତ ରୀତିନୀତି ପାଳିତ ହେବ। ରାତି ୧୦ଟାରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ। ରାତି ୧୦ ଟାରେ ମହାଦୀପ ଉଠିବ ବୋଲି ଆଲୋଚନାରେ ସେବାୟତମାନେ ମତ ଦେଇଥିଲେ।

ତେବେ କରୋନା ସଂକ୍ରମଣ କମୁଥିବାରୁ ଭୁବନେଶ୍ୱରରେ ଆଜିଠାରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମେତ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବ। ଭୁବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ହେଲେ କରୋନା ଟିକାର ଉଭୟ ଡୋଜ୍ ନେଇଥିବା ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିପାରିବ। ସେଥିପାଇଁ ଶ୍ରଦ୍ଧାଳୁଙ୍କୁ ଟୀକା ପ୍ରମାଣପତ୍ର ଦେଖାଇବାକୁ ପଡିବ। ଶ୍ରୀଲିଙ୍ଗରାଜ ସମେତ ଭୁବନେଶ୍ୱରରେ ଥିବା ଅନ୍ୟ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାର ଓ ଅନ୍ୟ ଧର୍ମାନୁଷ୍ଠାନ ଗୁଡ଼ିକ ପାଇଁ ମଧ୍ୟ ସମାନ ନିୟମ ରହିଛି।