Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମଙ୍ଗଳବାରରେ ମା ତାରିଣୀଙ୍କୁ ଦର୍ଶନ କରି ହିଞ୍ଜିଳି ପାଇଁ ଆଜି ନାମାଙ୍କନ ଦାଖଲ କରିବେ ନବୀନ

ଭୁବନେଶ୍ବର: ଆଜି ମଙ୍ଗଳବାରରେ ହିଞ୍ଜିଳିରୁ ପ୍ରାର୍ଥିପତ୍ର ଦାଖଲେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଷଷ୍ଠଥର ପାଇଁ ଏହି ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି । ହିଞ୍ଜିଳି ବିଧାନସଭା ଆସନ ପାଇଁ ନବୀନ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ।

ଆଜି ନବୀନ ସକାଳ ୧୦ଟା ୨୦ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ହିଞ୍ଜିଳି ଅଭିମୁଖେ ଯିବେ। ୧୧ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଏହାପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିନ ୧୨ଟା ୩୫ରେ  ପହଞ୍ଚି ନାମାଙ୍କନପତ୍ର ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ରହିବେ।