Categories
ଆଜିର ଖବର

ଏପ୍ରିଲ ୧୬ରେ ମୋଦିଙ୍କ ଓଡିଶା ଗସ୍ତ: ଭୁବନେଶ୍ବରରେ ରୋଡ୍‌ ଶୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ଏକ ରୋଡ ଶୋ କରିବେ ବୋଲି ଜଣାପଡିଛି। ମୋଦି ଭୁବନେଶ୍ୱରରେ ରୋଡ୍‌ ଶୋ କରିବା ସହିତ ସାଧାରଣ ସଭା ଯୋଗଦେବେ ବୋଲି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଓଡିଶାରେ ମିଶନ ୧୨୦ର ସଫଳ ରୂପାୟନ ନିମନ୍ତେ କେନ୍ଦ୍ରୀୟ ନେତାମାନେ ଓଡିଶାକୁ ତୁଫାନୀ ଗସ୍ତ କରୁଛନ୍ତି। ଏହି ତାଲିକାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାଦ ପଡିନାହାନ୍ତି। କଳାହାଣ୍ଡି ଓ ସୋନପୁର ପରେ ଏବେ ସମ୍ବଲପୁର ଏବଂ ରାଜଧାନୀ ଭୁବନେଶ୍ୱରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୋଦୀ। ଏପ୍ରିଲ୍‌ ୧୬ ତାରିଖରେ ମୋଦି ଓଡିଶା ଆସି ଭୁବନେଶ୍ବର ଏବଂ ସମ୍ବଲପୁରରେ ସଭା କରିବେ। ଭୁବନେଶ୍ବରରେ ମୋଦି ଏକ ରୋଡ ଶୋ କରିବେ। ବିମାନ ବନ୍ଦରରୁ ଓୟୁଏଟି ଦେଇ ବରମୁଣ୍ଡା ପଡିଆ ଯାଏଁ ମୋଦିଙ୍କ ରୋଡ ଶୋ ଚାଲିବ। ବରମୁଣ୍ଡାରେ ଉଦ୍‌ବୋଧନ ଶେଷକରି ସମ୍ବଲପୁରରେ ଏକ ପ୍ରଚାର କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ମୋଦି।

Categories
ଆଜିର ଖବର

ମୋଦି ଲୋକଙ୍କୁ ଭ୍ରମିତ କରିଛନ୍ତି : ମାୟାବତୀ

ଭୁବନେଶ୍ବରରେ  ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ। ଏଠାରେ ଆୟୋଜିତ ନିର୍ବାଚନୀ ସଭାରେ ମାୟାବତୀ, ମୋଦୀଙ୍କ ଉପରେ ବର୍ଷିଛନ୍ତି। ମୋଦୀ ସରକାର ଦେଶର ଧନୀ ଓ ପୁଞ୍ଜିପତିମାନଙ୍କ ପାଇଁ ଚୌକିଦାରୀ କରିଛନ୍ତି। ଗତ ପାଞ୍ଚ ବର୍ଷ ଧରି କେନ୍ଦ୍ରର ମୋଦୀ ସରକାର କେବଳ ପ୍ରତିଶୃତି ଦେଇ ଚାଲିଛନ୍ତି ବରଂ କୌଣସି ପ୍ରତିଶୃତି ପୂରଣ କରି ନାହାନ୍ତି ବୋଲି ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ କହିଛନ୍ତି। କଳାଧନ ରୋକିବା ଠାରୁ ଆରମ୍ଭ କରି ଦେଶରେ ଦୁର୍ନୀତି ରୋକିବାରେ ମଧ୍ୟ ମୋଦୀ ସରକାର ବିଫଳ ହୋଇଛନ୍ତି ବୋଲି ମାୟାବତୀ ଅଭିଯୋଗ କରିଛନ୍ତି। ମୋଦୀ ଲୋକଙ୍କୁ ଦେଇଥିବା ପ୍ରତିଶୃତିର ହିସାବ ଦେବା ବଦଳରେ ଗୁଳି-ଗୋଳା, ଚୀନ-ପାକିସ୍ତାନ କଥା କହି ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ମାୟାବତୀ ଅଭିଯୋଗ କହିଛନ୍ତି। ସେହିପରି ଓଡ଼ିଶାରେ ଦଳିତ, ପଛୁଆ ବର୍ଗର ଲୋକେ ଅବହେଳିତ ହୋଇ ରହିଛନ୍ତି ବୋଲି ମାୟାବତୀ କହିଛନ୍ତି। ତେଣୁ ଗରିବ, ଦଳିତ ଓ ପଛୁଆ ବର୍ଗର ବିକାଶ ପାଇଁ ବହୁଜନ ସମାଜ ପାର୍ଟିକୁ ଜିତାଇବା ପାଇଁ ସେ ନିବେଦନ କରିଛନ୍ତି। ଏହି ସଭାରେ କୃଷ୍ଣଚନ୍ଦ୍ର ସରଗରିଆ ଉପସ୍ଥିତ ରହିଥିଲେ। କୃଷ୍ଣଚନ୍ଦ୍ର କଂଗ୍ରେସରୁ ଇସ୍ତଫା ଦେଇ ବହୁଜନ ସମାବାଦୀ ପାର୍ଟିରେ ଯୋଗଦେଇଥିଲେ।