ବଲିଉଡ୍ ନାୟିକା ଦିଶା ପଟ୍ଟାନୀ ଆଜି ୨୭ ବର୍ଷରେ ପଦାର୍ପଣ କରିଛନ୍ତି। ତେଲଗୁ ଫିଲ୍ମ ‘ଲୋଫର୍’ରୁ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିବା ଏହି ଅଭିନେତ୍ରୀ ଜଣକ ବଲିଉଡ୍ରେ ବେଶ୍ ଆକ୍ଟିଭ୍ ରହିଛନ୍ତି। ଦିଶାଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥାଏ। ଅଭିନୟଠାରୁ ରିଲେସନ୍ସିପ୍କୁ ନେଇ ବେଶ୍ ଚର୍ଚ୍ଚିତ ଏହି ଅଭିନେତ୍ରୀଜଣକ। ବଲିଉଡ୍ର ନାୟକ ଟାଇଗର ଶ୍ରଫ୍ଙ୍କ ଗାର୍ଲଫ୍ରେଣ୍ଡ୍ ଭାବରେ ସେ ବେଶ୍ ଚର୍ଚ୍ଚାରେ। ଏକ ମ୍ୟୁଜିକ୍ ଭିଡିଓରେ କାମ କରିବା ପରେ ଦୁହେଁ ପ୍ରେମରେ ପଡ଼ିଥିଲେ। ‘ଧୋନୀ – ଦ ଅନ୍ଟୋଲ୍ଡ ଷ୍ଟୋରୀ’ ଜରିଆରେ ବଲିଉଡ୍ରେ ପାଦ ଥାପି ଥିବା ଦିଶା ପଟ୍ଟାନୀ ଟାଇଗର ଶ୍ରଫ୍ଙ୍କ ସହ ‘ବାଗୀ-୨’ରେ ମଧ୍ୟ ନଜର ଆସିଥିଲେ। ନିକଟରେ ସେ ସଲମାନ୍ଙ୍କ ଅଭିନୀତ ‘ଭାରତ’ରେ ମଧ୍ୟ ନଜର ଆସିଛନ୍ତି। ୨୭ବର୍ଷୀୟା ଏହି ବୋଲ୍ଡ ଅଭିନେତ୍ରୀଙ୍କୁ ଜନ୍ମଦିନର ଢେର୍ ସାରା ଶୁଭେଚ୍ଛା।
Tag: Bollywood
ଖ୍ୟାତନାମା ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାଇ ଏବଂ ବଲିଉଡ୍ର ହିଟ୍ ମେସିନ୍ ବରୁଣ ଧଓ୍ବନ୍ ଏକତ୍ରନଜର ଆସିବାକୁ ଯାଉଛନ୍ତି। ଉଭୟଙ୍କ ଶେଷ ଫିଲ୍ମ ବକ୍ସ ଅଫିସ୍ରେ ବିଫଳ ହେୋଇଥିବାରୁ ଏହି ଫିଲ୍ମ ଉଭୟଙ୍କ ପାଇଁ ମହତ୍ବପୂର୍ଣ୍ଣ ରହିଛି। ଫିଲ୍ମର କାହାଣୀ ଏବଂ ନାମ ଜଣା ପଡି ନଥିଲେ ମଧ୍ୟ ବରୁଣଙ୍କୁ ଫିଲ୍ମର କାହାଣୀ ପସନ୍ଦ ଆସିଥିବା ଜଣାପଡିଛି। ବକ୍ସ ଅଫିସ୍ରେ ଜିରୋର ବିଫଳତା ପରେ ମଧ୍ୟ ଏକ ଅଲଗା ଧରଣର ଫିଲ୍ମ କରିବା ନେଇ ଉତ୍ସାହିତ ଅଛନ୍ତି ଆନନ୍ଦ ଏଲ୍ ରାଇ। ବଦଲାପୁର ଏବଂ ଅକ୍ଟୋବର ପରି ଏହା ଏକ ଭିନ୍ନ ସ୍ବାଦର ଫିଲ୍ମ ରହିବ ବୋଲି ବରୁଣ ଧଓ୍ବନ୍ ପ୍ରକାଶ କରିଛନ୍ତି। ଏହି ଫିଲ୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରୁଣଙ୍କ ପିତା ଡେଭିଡ୍ ଧଓ୍ବନ୍। ବରୁଣଙ୍କ ଦକ୍ଷତାକୁ ସଠିକ୍ ଭାବରେ ପରଦା ଉପରେ ଦେଖାଇ ପାରୁଥିବା ନିର୍ଦ୍ଦେଶକଙ୍କ ସହିତ ବରୁଣ ସର୍ବଦା କାମ କରିବା ଉଚିତ୍ ବୋଲି ଡେଭିଡ୍ କହିଛନ୍ତି। ଷ୍ଟ୍ରିଟ୍ ଡ୍ୟାନ୍ସରର ସୁଟିଂ ଶେଷ ହେବା ପରେ ବରୁଣ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋଲି ଜଣାପଡିଛି।
ଆଜି ଦେଶର ୯ଟି ରାଜ୍ୟରେ ୭୨ ଲୋକସଭା ଆସନ ପାଇଁ ମତଦାନ ହେଉଛି। ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଛନ୍ତି ବଲିଉଡ୍ ତାରକାମାନେ। ବିପୁଳ ପରିମାଣରେ ମତଦାନ କରିବା ସଚେତନତା ଅଭିଯାନରେ ଆମ ସିନେତରକା ମାନେ ସହଯୋଗ କରିବା ସହ ମତଦାନ ମଧ୍ୟ କରୁଛନ୍ତି। ମୁମ୍ବାଇରେ ରହୁଥିବା ସିନେ ତାରକାମାନେ ନିଜର ମତ ସାବ୍ୟସ୍ତ କରିଛନ୍ତି। ଅଭିନେତା ଅନୁପମ୍ ଖେର, ରେଖା, ସୋନାଲୀ ବେନ୍ଦ୍ରେ, କଂଗ୍ରେସ ପ୍ରାର୍ଥୀନୀ ତଥା ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର, ଭାଗ୍ୟଶ୍ରୀ ଓ ଅମୀର ଖାନ୍ ପ୍ରମୁଖ ମତଦାନ କରିଛନ୍ତି। ପ୍ରିୟଙ୍କା ଚୋପ୍ରା ମଧ୍ୟ ଭୋଟ ପାଇଁ ବିଦେଶ ରୁ ଇଣ୍ଡିଆକୁ ଆସିଛନ୍ତି ବୋଲି ଖବର ଶୁଣିବାକୁ ମିଳିଛି। ସେହିପରି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ତାଙ୍କ ପରିବାର ସାଥିରେ ପୋଲିଂ ବୁଥକୁ ଆସି ଭୋଟ ଦେବା ସହ ଲୋକଙ୍କୁ ଭୋଟଦେବା ପାଇଁ ଆହ୍ଵାନ ଦେଇଥିଲେ।
ସଞ୍ଜୟ ଲୀଲା ଭନ୍ସାଲୀ ବଲିଉଡ୍ର ନବାଗତାଙ୍କୁ ଡେବ୍ୟୁ କରାଇବାକୁ ଯାଉଛନ୍ତି । ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ଜାଭେଦ ଜାଫେରୀଙ୍କ ପୁଅ ମିଜାନ ଜାଫେରୀଙ୍କୁ ନେବେ ବୋଲି ଜଣାପଡିଛି। ବେଶ୍ କିଛିଦିନ ହେବ ମିଜାନ ବଲିଉଡ୍ରେ ଏଣ୍ଟ୍ରି କରିବେ ବୋଲି ଆଲୋଚନା ହେଉଥିଲା। ଆଉ ଏବେ ସେ ଡେବ୍ୟୁ କରିବେ ବୋଲି ଖବର ଆସିଛି। ତେବେ ଭଁସାଲୀ ମିଜାନଙ୍କୁ ନେଇ ଖୁବ୍ଶୀଘ୍ର କାମ ଆରମ୍ଭ କରିପାରନ୍ତି ବୋଲି କୁହାଯାଉଛି। ନିକଟରେ ଶାହିଦ୍ କପୁର୍ଙ୍କ ଭାଇ ଈଶାନ୍ଙ୍କ ମଧ୍ୟ ସଞ୍ଜୟ ତାଙ୍କ ଅପ୍କମିଙ୍ଗ୍ ପ୍ରୋଜେକ୍ଟରେ ନେବେ ବୋଲି ସୂଚନା ରହିଥିଲା । ତେବେ ବଲିଉଡ୍ର ନ୍ୟୁକମର୍ଙ୍କ ସହ ଜଣେ ଦକ୍ଷ ତଥା ଅଭିଜ୍ଞସମ୍ପନ୍ନ ନିର୍ମାତା ନିର୍ଦ୍ଦେଶକଙ୍କ କାମ କରିବାକୁ ଦର୍ଶକେ ବେଶ୍ ଉତ୍ସାହିତ ରହିବେ ନିଶ୍ଚୟ ।
ଏକାଠି ନଜର ଆସିବେ ଅକ୍କି ଓ ଶାହରୁଖ୍
ବଲିଉଡ୍ର ଦୁଇ ସୁପରଷ୍ଟାର୍ ଏକାଠି ନଜର ଆସିବେ । ବଲିଉଡ୍ର ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ଓ କିଙ୍ଗ୍ ଖାନ ଶାହରୁଖ୍ ଖାନ ଏକ ଫିଲ୍ମର ଏକାଠି ନଜର ଆସିବେ । ମିଳିଥିବା ସୂଚନା ଅନୁସାରେ ମଲାୟଲମ୍ ଫିଲ୍ମ ‘କୋଡିସମକ୍ଷମ୍ ଓ୍ବାଲନ୍ ଓ୍ବକିଲ୍’ର ହିନ୍ଦୀ ରିମେକ୍ରେ ଦୁହେଁ ନଜର ଆସିବେ । ତେବେ ଦୁହେଁ ଦୁହିଁଙ୍କ ଫିଲ୍ମରେ ପ୍ରାୟ ସମୟରେ କେମିଓ କରିଛନ୍ତି । କିନ୍ତୁ ଗୋଟେ ଫିଲ୍ମର ଏଇ ଦୁଇ ବଡ଼ କଳାକାରଙ୍କ ଅଭିନୟ ପାଇଁ ଦର୍ଶକେ ବେଶ୍ ଆଶାବାଦୀ ଥିଲେ । ଜଲିଏଲ୍ଏଲ୍ବିର ତୃତୀୟ ସଂସ୍କରଣ ପାଇଁ ଏହି ଦୁଇ କଳାକାରଙ୍କ ଭିତରେ ଟିକେ ମତାନ୍ତର ଘଟିଥିଲା ବୋଲି ସୂଚନା ରହିଥିଲା । ତେବେ ସେ ଯାହା ବି ହେଉ ଶାହରୁଖ ଓ ଅକ୍ଷୟ ଉଭୟ ଏକ ଫିଲ୍ମରେ ଅଭିନୟ କରିବା ନେଇ ଦର୍ଶକଙ୍କୁ ଏକ ବହୁତ ବଡ ସରପ୍ରାଇଜ୍ ଦେଇଛନ୍ତି । ‘ଜିରୋ’ ଫିଲ୍ମର ଅସଫଳତା ପରେ ଶାହରୁଖ୍ ବର୍ତ୍ତମାନ ଟିକେ ଫିଲ୍ମ ଚୟନକୁ ନେଇ ବେଶ୍ ଚୁଜି ହୋଇଛନ୍ତି । ପୂର୍ବରୁ ‘ଦିଲ୍ ତୋ ପାଗଲ୍ ହୖ’ରେ ଅକ୍ଷୟ ଶାହରୁଖ୍ଙ୍କ ସହ ନଜର ଆସିଥିଲେ, କିନ୍ତୁ ଏହି ଫିଲ୍ମରେ ଅକ୍ଷୟଙ୍କ ଭୂମିକା ବହୁତ ଛୋଟ ଥିଲା ।
ଭାରତର ଆକ୍ରମଣକୁ ବଲିଉଡ୍ର ପ୍ରଶଂସା
ପୁଲୱାମା ଆକ୍ରମଣର ୧୨ ଦିନ ପରେ ପ୍ରତିଶୋଧ ନେଇଛି ଭାରତ। ମଙ୍ଗଳବାର ଭୋରରୁ ଭାରତୀୟ ବାୟୁସେନା ପକ୍ଷରୁ ଶତ୍ରୁ ଶିବିରକୁ ଟାର୍ଗେଟ କରାଯାଇ ‘ଜୈଶ ର ବହୁ ଶିବିର ଧ୍ୱଂସ କରାଯାଇଛି। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି। ଭାରତୀୟ ସେନା ବିରାଟ ସଫଳତା ପାଇବା ପରେ ବଲିଉଡରେ ଆନନ୍ଦର ଲହରୀ ଖେଳିଯାଇଛି। ସୋସିଆଲ ମିଡିଆରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଖୁସି ଜାହିର୍ କରି ଟ୍ବିଟ୍ କରିଛନ୍ତି ଯେ, ଅନ୍ଦର ଘୁସ୍ କେ ମାରୋ । ବଲିଉଡ କମେଡିଆନ୍ ତଥା ବିଜେପି ସାଂସଦ ପରେଶ୍ ରାଓ୍ବଲ କହିଛନ୍ତି, ‘ଭାରତୀୟ ସେନା ଓ ନରେନ୍ଦ୍ର ମୋଦି ସାର୍ଙ୍କୁ ଧନ୍ୟବାଦ୍, ଜୟ ହୋ’। ସେହିପରି ଅଭିନେତା ଅନୁପମ ଖେର ‘ଭାରତ ମାତା କି ଜୟ୍’ ବୋଲି ଟ୍ବିଟ୍ କରିଛନ୍ତି । ଅଭିନେତା ଅଜୟ ଦେବଗନ ଭାରତୀୟ ସେନାଙ୍କୁ ସଲାମ କରିଛନ୍ତି। ଅଭିନେତ୍ରୀ ରବିନା ଟଣ୍ଡନ ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍ କରିବା ସହିତ ଫୁଲ୍ଓ୍ବାମା ଶହୀଦ୍ଙ୍କ ପ୍ରତି ନ୍ୟାୟ ହୋଇଛି ବୋଲି କହିଛନ୍ତି । ଅଭିନେତ୍ରୀ ମୁଗ୍ଧା ଗଡସେ ’ଏ ହେଉଛି ନୂଆ ଭାରତ, ଜୟ ହିନ୍ଦ୍’ ଲେଖିଛନ୍ତି। ସେହିପରି ଅଭିନେତା ସଲମନ୍ଖାନ୍, ଅଭିଷେକ ବଚ୍ଚନ, ତୁଷାର କପୁର, ଅଶୋକ ପଣ୍ଡିତ ପ୍ରମୁଖ ଭାରତୀୟ ସେନାଙ୍କୁ ସାଲ୍ୟୁଟ କରିଛନ୍ତି। ସୂଚନାଯୋଗ୍ୟ, ମାତ୍ର ୧୩ ମିନିଟ ଭିତରେ ଭାରତୀୟ ସେନା ପକ୍ଷରୁ ୩ଟି ସ୍ଥାନକୁ ଟାର୍ଗେଟ କରାଯାଇ ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରାଯାଇଥିଲା।
ଅଶୀ ଓ ନବେ ଦଶକରେ ହିନ୍ଦୀ ସିନେମାରେ ଜଣେ ସଫଳ ଅଭିନେତ୍ରୀ ଅମ୍ରିତା ସିଂଙ୍କର ଆଜି ୬୧ତମ ଜନ୍ମଦିବସ । ୧୯୫୮ ଫେବୃଆରୀ ୯ ତାରିଖରେ ଜନ୍ମ ହୋଇଥିଲେ । ଅମିତ୍ରାଙ୍କ ମା’ ଜଣେ ମୁସଲମାନ ହୋଇଥିବାବେଳେ ତାଙ୍କ ପିତା ଜଣେ ଶିଖ୍ । ସାମନ୍ତବାଦୀ ପରିବାରରୁ ଆସିଥିବା ଅମ୍ରିତା ପ୍ରଖ୍ୟାତ ଔପନ୍ୟାସିକ ଖୁସ୍ୱନ୍ତ ସିଂଙ୍କ ଭାଣିଜୀ । ‘ବେତାବ୍’ ଫିଲ୍ମରୁ ବଲିଉଡ୍ କ୍ୟାରିୟର୍ ଆରମ୍ଭ କରିଥିବା ଅମ୍ରିତା ସନ୍ନି, ମର୍ଦ୍ଦ, ଚମେଲୀ କି ସାଦୀ, ସାହେବ, ଖୁଦ୍ଗର୍ଜ, ମର୍ଦ୍ଦ, ମେରା ଧର୍ମ, କର୍ମଦାତା, ନାମ ଓ ନିଶାନ୍, ଠିକାନା, ମୁଜ୍ଲିମ୍, କବ୍ଜା, ତମାଚା, ସୁକ୍ରିୟା, ୱାରିସ୍, ଅଗ୍ନି, ଇଲାକା, ବଟ୍ୱାରା, ତୋଫାନ୍, ମୌତ୍ କା ଫରିସ୍ତେ, କ୍ରୋଧ, ସିଆଇଡି, ପାପ କି ଆନ୍ଧି, ପ୍ୟାର୍ କା ସାୟା, ରାଜୁ ବନ୍ ଗୟା ଜେଣ୍ଟଲିମ୍ୟାନ୍, ଆଇନା, ସୂର୍ଯ୍ୟବଂଶୀ, ରଂଗ, ସହୀଦ୍, କଲ୍ୟୁଗ୍, ଟୁ ଷ୍ଟେଟସ୍, ଶୁ୍ଟ୍ଆଉଟ୍ ଆଟ ଲୋଖଣ୍ଡୱାଲା, ଫ୍ଲାଇଙ୍ଗ୍ ଜଟ୍ଟ, ହିନ୍ଦୀ ମିଡ଼ିଅମ୍ ପ୍ରଭୃତି ଫିଲ୍ମରେ ବେଶ୍ ଉଚ୍ଚକୋଟୀର ଅଭିନୟ କରିଛନ୍ତି । କେବଳ ଫିଲ୍ମ ନୁହେଁ ତାଙ୍କୁ ଏକତା କପୁରଙ୍କ ଲୋକପ୍ରିୟ ଧାରାବାହିକ ’କାବ୍ୟାଞ୍ଜଳି’ରେ ମଧ୍ୟ ନଜର ଆସିଥିଲେ। ସେ ଏହି ଧାରାବାହିକରେ ନେଗେଟିଭ୍ (ନିତ୍ୟା ନନ୍ଦା) ଭୂମିକାରେ ଅବର୍ତୀଣ୍ଣ ହୋଇ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ଏହି ନାୟିକା ତାଙ୍କ କ୍ୟାରିୟର ଠାରୁ ତାଙ୍କ ପର୍ସନାଲ ଲାଇଫକୁ ନେଇ ଅଧିକ ଚର୍ଚ୍ଚିତ। ପଟୌଦି ବଂଶର ଛୋଟେ ନବାବ ସୈଫ୍ ଅଲ୍ଲି ଖାଁଙ୍କୁ ବିବାହ କରି ସେ ଆସିଥିଲେ ଚର୍ଚ୍ଚାକୁ। ସେତେବେଳେ ଅମ୍ରିତା ସୈଫଙ୍କଠାରୁ ଥିଲେ ପ୍ରାୟ ୧୨ ବର୍ଷ ବଡ। ଏହି ବୟସର ତାରତମ୍ୟ ହିଁ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥିଲା। ଅମ୍ରିତାଙ୍କର ୨ଟି ସନ୍ତାନ ଥିବା ବେଳେ ୨୦୦୪ରେ ଅମ୍ରିତା ଶୈଫଙ୍କଠାରୁ ଅଲଗା ହୋଇ ଯାଇଥିଲେ। ସମ୍ପ୍ରତି ସୈଫ୍ – ଅମ୍ରିତାଙ୍କ ଝିଅ ସାରା ବଲିଉଡ୍ରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ତେବେ ଏହି ଅଭିନେତ୍ରୀଙ୍କର ସୈଫ୍ଙ୍କ ପୂର୍ବରୁ କ୍ରିକେଟର୍ ରବି ଶାସ୍ତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ବୋଲି ସେହି ସମୟରେ ବେଶ୍ ଚର୍ଚ୍ଚା ହୋଇଥିଲା । ଶୁଣିବାକୁ ମିଳିଥିଲା ଯେ ଦୁହେଁ ନିର୍ବନ୍ଧ ମଧ୍ୟ କରିଥିଲେ । ଦୁହେଁ ସେହି ସମୟରେ ଏକ ମାଗାଜିନର କଭର ପେଜ୍ ପାଇଁ ପୋଜ୍ ଦେଇ ବହୁତ ଚର୍ଚ୍ଚାକୁ ଆସିଥିଲେ । କେବଳ ରବି ଶାସ୍ତ୍ରୀ ନୁହଁନ୍ତି ସନ୍ନି ଦେଓଲ, ବିନୋଦ ଖାନ୍ନାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅମ୍ରିତା ସେ ସମୟରେ ବହୁତ ଚର୍ଚ୍ଚାରେ ରହିଥିଲେ । ସମ୍ପ୍ରତି ଅମୃତା ଏବେ ନିଜ ଝିଅ ସାରା ସହିତ ରହୁଛନ୍ତି ।
ସାଗରିକା
ପ୍ରେମର ଋତୁ ଆସିଯାଇଛି । ଠିକ୍ ଏହି ସମୟରେ ବଲିଉଡ୍ ଦର୍ଶକଙ୍କୁ ଭେଟିଦେଉଛି ଅନେକଗୁଡ଼ିଏ ଫିଲ୍ମ । ପ୍ରେମ,ବନ୍ଧୁତ୍ବ, ସଂର୍ଘଷ ଓ ମଜାଦାର କାହାଣୀ ସବୁକୁ ନେଇ ଫେବୃଆରୀରେ ରିଲିଜ୍ ହେଉଛି ୬ଟି ସିନେମା । ଫେବୃଆରୀ ପ୍ରଥମ ସପ୍ତାହରେ ବଲିଉଡ୍ର ଦୁଇ ଲୋକପ୍ରିୟ କଳାକାରଙ୍କ ଫିଲ୍ମ ରିଲିଜ୍ ହୋଇଛି । ଅଭିନେତ୍ରୀ ସୋନମ୍ କପୁର୍ଙ୍କ ଅଭିନୀତ ‘ଏକ୍ ଲଡ୍କୀ କୋ ଦେଖା ତୋ ଐସା ଲଗା’ ଓ ଅଭିନେତା ଫରହାନ୍ ଅଖତର୍ଙ୍କ ‘‘ଫକିର ଅଫ୍ ବେନିସ୍’ ପରଦାକୁ ଆସିଛି । ‘ଏକ୍ ଲଡ୍କୀ କୋ ଦେଖା ତୋ ଐସା ଲଗା’ରେ ପ୍ରଥମଥର ପାଇଁ ସୋନମ କପୁର୍ଙ୍କ ସହିତ ରାଜକୁମାର ରାଓ ନଜର ଆସିଛନ୍ତି। ଏହି ଫିଲ୍ମରେ ରିଅଲ୍ ଫାଦର୍ ଅନୀଲ୍ କପୁର୍ ସୋନମ୍ଙ୍କ ପିତା ଭୂମିକାରେ ନଜର ଆସିଛନ୍ତି । ବିଧୁ ବିନୋଦ ଚୋପ୍ରାଙ୍କ ପ୍ରଯୋଜିତ ତଥା ଶୈଳୀ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜୁହୀ ଚାଓ୍ବାଲା, ଅକ୍ଷୟ ଓବରେୟ, ରେଗିନା କ୍ୟାସେଣ୍ଡ୍ରା, ପ୍ରମୁଖ ନଜର ଆସିଛନ୍ତି ।
‘୧୯୪୨- ଏ ଲଭ୍ଷ୍ଟୋରୀ’ର ଲୋକପ୍ରିୟ ଟ୍ରାକ୍ ‘ଏକ ଲଡ୍କୀ କୋ ଦେଖା ତୋ ଏସା ଲଗା’କୁ ନେଇ ପ୍ରସ୍ତୁତ ଏହି ଫିଲ୍ମରେ ପ୍ରଥମଥର ଲେସ୍ବିଆନ୍ ପ୍ରେମ କାହାଣୀକୁ ପରଦାରେ ପ୍ରଦର୍ଶିତ କରାଯାଇଛି । ଏକ ଭିନ୍ନସ୍ବାଦର ପ୍ରେମକାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମଟି ଦର୍ଶକଙ୍କ ଶ୍ରଦ୍ଧାଭାଜନ ହୋଇପାରିଛି । ସେହିପରି ‘‘ଫକିର ଅଫ୍ ବେନିସ୍’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ସୁରାପୁର ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏଆର୍ ରହମାନ୍ ଓ ସାଗର ଦେଶାଇ। ଫିଲ୍ମରେ ଫରହାନ୍ ଅଖ୍ତର୍, ଅନୁ କପୁର ଓ କମଲ ସିନ୍ଧୁ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ୨୦୦୯ରୁ ଏହି ଫିଲ୍ମ ନିର୍ମାଣ ହୋଇ ସାରିଥିଲେ ହେଁ କିଛି ବିବାଦ ଯୋଗୁ ଭାରତରେ ରିଲିଜ୍ ହୋଇ ପାରୁନଥିଲା। କିନ୍ତୁ ଏହା ବିଦେଶରେ ରିଲିଜ୍ ହୋଇସାରିଥିଲା। ଦୀର୍ଘ ୧୦ ବର୍ଷ ପରେ ରିଲିଜ୍ ହେଉଥିବାରୁ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଥିଲା । ଫେବୃଆରୀ୮ ତାରିଖରେ ଅର୍ଥାତ୍ ଦ୍ବିତୀୟ ସପ୍ତାହରେ ‘ରାଗିଣୀ ଏମ୍ଏମ୍ଏସ୍୨’, ‘ଏଲୋନ୍’ ଓ ‘୧୯୨୦- ଇଭିଲ୍ ରିଟଣ୍ଣର୍ସ୍’ ଫିଲ୍ମ ନିର୍ମାଣ କରିଥିବା ଭୂଷଣ ପଟେଲ୍ଙ୍କ ‘ଅମାବାସ’ ପରଦାକୁ ଆସୁଛି । ଏହି ଫିଲ୍ମରେ ସଚିନ୍ ଯୋଶୀ, ନର୍ଗିସ୍ ଫକ୍ରି, ମୋନା ସିଂହ, ଓ ଭିଭିଆନ୍ ଭାଟେନା ପ୍ରମୁଖ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ସଂଜୀବ-ଦର୍ଶନ୍, ଅଙ୍କିତ ତିଓ୍ବାରୀ, ଅଭିଜିତ୍ ଓ ଅର୍ସଦ ଖାନ୍ ପ୍ରମୁଖଙ୍କ ସଙ୍ଗୀତରେ ଅର୍ମାନ ମଲ୍ଲିକ, ପଲକ୍ ମୁଚାଲ୍, ଜୁବିନ୍ , ଅରଜିତ୍ ସିଂ ପ୍ରମୁଖ କଣ୍ଠଦାନ କରିଛନ୍ତି । ଏହି ଫିଲ୍ମର ‘ଜବ୍ ସେ ମେରା ଦିଲ୍’ ଗୀତଟି ବେଶ୍ ପସନ୍ଦ ଆସିଛି ।
ଅଭିଷେକ ଚୌବେଙ୍କ ନିର୍ଦ୍ଦେଶିତ ‘ସୋନ ଚିରିୟା’ ମଧ୍ୟ ଫେବୃଆରୀ ୮ରେ ରିଲିଜ୍ ହେବାକୁ ରହିଛି । ଭୂମି ପେଣ୍ଡେନକର୍, ସୁଶାନ୍ତ ସିଂ ରାଜପୁତ୍, ମନୋଜ ବାଜପେୟୀ, ରଣବୀର୍ ସୋରେ, ଆଶୁତୋଷ ରାଣା ପ୍ରମୁଖଙ୍କ ଅଭିନୀତ ଏହି ଫିଲ୍ମଟି ଡାକୁଙ୍କ କାହାଣୀକୁ ନେଇ ଗତିଶୀଳ ହୋଇଛି । ଦକ୍ଷ କଳାକାର ତଥା ଦକ୍ଷ ନିର୍ଦ୍ଦେଶକଙ୍କ ଏହି ଫିଲ୍ମଟିକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ତ ନିଶ୍ଚୟ ରହିବ । ଏହାର ଟ୍ରେଲର୍ ମଧ୍ୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ସେହିପରି ଭାଲେଣ୍ଟାଇନ ଓ୍ବିକ୍ ବା ଭାଲେଣ୍ଟାଇନ୍ ଡେ’ରେ ରିଲିଜ୍ ହେବାକୁ ରହିଛି ଜୋୟା ଅଖତର୍ଙ୍କ ‘ଗଲି ବୟ’ । ରଣବୀର କପୁର୍ ଓ ଆଲିଆ ଭଟ୍ଟ ଷ୍ଟାରର୍ ଏହି ଫିଲ୍ମଟି ରିଲି୍ଜ୍ ପୂର୍ବରୁ ବେଶ୍ ଚର୍ଚ୍ଚାରେ ରହିଛି । ମ୍ୟୁଜିକାଲ୍ ଡ୍ରାମା ଭିତ୍ତିକ ଏହି ଫିଲ୍ମଟି ଷ୍ଟ୍ରିଟ୍ ରାପର୍ ଡିଭାଇନ୍ ଓ ନାଜେଙ୍କ ଜୀବନୀକୁ ନେଇ ଆଧାରିତ ହୋଇଛି । ସଂଘର୍ଷରତ ରାପର୍ ଗାୟକର ଜୀବନୀକୁ ବଡ଼ପରଦାରେ ବେଶ୍ ନିଖୁଣ ଭାବେ ରଣବୀର୍ ଫୁଟାଇବାରେ ସକ୍ଷମ ହୋଇଥିବେ ନିଶ୍ଚୟ । ଫିଲ୍ମର ପ୍ରଥମ ରାପ୍ ସଙ୍ଗ ଦର୍ଶକଙ୍କ ଭିତରେ ଫିଲ୍ମ ଦେଖିବା ପାଇଁ କ୍ରେଜ୍ ସୃଷ୍ଟି କରିଛି । ରାଜଶ୍ରୀ ପ୍ରଡକ୍ସନ୍ର ‘ହମ୍ ଚାର୍’ ଏହି ମାସର ୧୫ ତାରିଖରେ ରିଲିଜ୍ ହେବାକୁ ରହିଛି । ଏହି ଫିଲ୍ମରେ ଫ୍ରେଶ୍ ଚାରି ମୁହଁ ଦେଖିବାକୁ ମିଳିବ ।
ଫ୍ରେଣ୍ଡସ୍ ଭି ଫ୍ୟାମିଲି ହୈ ଟ୍ୟାଗ୍ ଲାଇନ୍ ବହନ କରୁଥିବା ଏହି ଫିଲ୍ମରେ ଅଂଶୁମାନ୍ ମାଲହୋତ୍ରା, ପ୍ରୀତ୍ କମାନୀ, ସିମରନ୍ ଶର୍ମା, ତୁଷାର ପାଣ୍ଡେ ନଜର ଆସିବେ । ପୂରା ନୂଆ ଚେହେରାଙ୍କର ଏହି ଫିଲ୍ମଟି ଦୋସ୍ତିର ଏକ ନୂଆ ଉଦାହରଣ ଦେବ ବୋଲି ମନେ ହେଉଛି । ଫେବୃଆରୀର ଶେଷ ସପ୍ତାହରେ ରିଲିଜ୍ ହେଉଛି ସୁପରହିଟ୍ କମେଡ଼ି ଫିଲ୍ମ ‘ଧମାଲ୍’ର ତୃତୀୟ ସଂସ୍କରଣ ‘ଟୋଟାଲ୍ ଧମାଲ୍’ । ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟ ଦେବଗନ୍, ଅର୍ଶଦ ଓ୍ବାର୍ସି, ଜାଭେଦ ଜାଫେରୀ, ଅନିଲ୍ କପୁର୍, ରିତେଶ ଦେଶମୁଖ୍, ଈଶା ଗୁପ୍ତା, ନିହାରିକା ରାଇଜାଦା, ସଂଜୟ ମିଶ୍ର, ମହେଶ ମଞ୍ଜେ୍ରକର୍, ରାଜପାଲ୍ ଯାଦବ, ଜନି ଲିଭର୍, ଓ ବିଗତ ଦିନର ଲୋକପ୍ରିୟ ଯୋଡ଼ି ଅନୀଲ୍ କପୁର୍ – ମାଧୁରୀ ଦୀକ୍ଷିତ୍ଙ୍କୁ ପ୍ରଥମ ଥର ପାଇଁ ଏହି ଧମାଲ୍ ସିରିଜ୍ରେ ଦେଖିବାକୁ ମିଳିବ । ପ୍ରଥମଥର ପାଇଁ ଏହି ଫିଲ୍ମରେ ହଲିଉଡ୍ର କ୍ରିଷ୍ଟାଲ୍ଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ଟ୍ରେଲର୍ଟି ବେଶ୍ କ୍ରେଜ୍ ସୃଷ୍ଟି କରୁଥିବାବେଳେ ଏହାର ପ୍ରଥମ ଗୀତ ପୈସା ହୈ ପୈସା ମଧ୍ୟ ଲୋକପ୍ରିୟ ହୋଇପାରିଛି । କୁନାଲ୍ ଗାଞ୍ଜାଓ୍ବାଲା ଏଥିରେ କଣ୍ଠଦାନ କରିଥିବାବେଳେ ଫିଲ୍ମର ପୂରା ଷ୍ଟାର୍କାଷ୍ଟ୍ଙ୍କ ଅନ୍ଦାଜ୍ ବେଶ୍ ଆର୍କଷଣୀୟ ରହିଛି । ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା ଓ ଅମୀର୍ ଖାନ୍ଙ୍କ କେମିଓ ମଧ୍ୟ ଦେଖିବାକୁ ମିଳିବ । ମୋଟାମୋଟି କହିବାକୁ ଗଲେ ୨୦୧୯ର ଦ୍ବିତୀୟ ମାସରେ ଆମ ବଲିଉଡ୍ ଷ୍ଟାର୍ମାନେ ଦର୍ଶକଙ୍କ ପାଇଁ ବେଶ୍ କିଛି ସମ୍ଭାବନା ନେଇ ଆସିଛନ୍ତି ।
ସାଗରିକା
୨୦୧୮ ଆମଠୁ ବିଦାୟ ନେବାକୁ ବସିଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବଲିଉଡ ପାଇଁ ଆଣିଛି ଅନେକ ବିବାଦ, ପୁଣି ଆଣିଛି ଯଥେଷ୍ଟ ସଫଳତା। କେତେବେଳେ ଫିଲ୍ମକୁ ନେଇ ବିବାଦରେ ଫସିଛି ତ ଆଉ କେତେବେଳ ଉଚ୍ଚକୋଟୀର ସୃଜନଶୀଳତା ପାଇଁ ବେଶ ପ୍ରଶଂସା ସାଉଟିଛି। ଚଳିତ ବର୍ଷ “ମି ଠୁ” ବିବାଦକୁ ନେଇ ବଲିଉଡ ବେଶ ବିବାଦୀୟ ହୋଇ ପଡିଥିଲା। ତେବେ ଯାହା ବି ହେଉ ବଲିଉଡର ଚଳିତ ବର୍ଷର ଯାତ୍ରା ବେଶ ମଜାଦାର ରହିଥିଲା।
ଚଳିତ ବର୍ଷ ପ୍ରାୟ ୧୦୦ରୁ ଅଧିକ ସିନେମା ରିଲିଜ ହୋଇଛି। ଚଳିତ ବର୍ଷ ଷ୍ଟାର୍ ପାୱାର୍ ଅପେକ୍ଷା କାହାଣୀକୁ ଦର୍ଶକେ ବେଶୀ ଗ୍ରହଣ କରିଛନ୍ତି । ଏଥିରେ ପ୍ରାୟତଃ ନିଉ କମର ଓ ୟଙ୍ଗ କଳାକାର ବାଜି ମାରିନେଇଥିବା ଜଣାପଡିଛି। ଏଥର ବଲିଉଡର ତିନି ଖାନଙ୍କ ତିନୋଟି ଫିଲ୍ମ ପରଦାକୁ ଆସି ସେତେ ବେଶି କମାଲ କରିପାରିନାହିଁ। ଇଦ୍ ଅବସରରେ ବଲିଉଡ୍ ସୁଲତାନ ସଲମାନ ଖାନଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ରେସ୍-୩’ ରିଲିଜ୍ ହୋଇଥିଲା । ଗତବର୍ଷର ଟାଇଗର ମୋହରୁ ମୁକୁଳି ପାରିନଥିବା ଦର୍ଶକେ କିନ୍ତୁ ଏ ଫିଲ୍ମକୁ ସେତେ ବେଶୀ ଗ୍ରହଣ କରିପାରି ନଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ସଲ୍ଲୁଙ୍କ ରେକର୍ଡ ବ୍ୟବସାୟରୁ ଟିକେ ଦୂରରେ ରହିଗଲା । ରେମୋ ଡି ସୁଜାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବବି ଦେଓଲ, ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ, ଅନୀଲ କପୁର, ଡେଜୀ ଶାହ ପ୍ରମୁଖ ଅଭିନୟ କରିଥିଲେ। ସେହିପରି ଦୀପାବଳି ଅବସରରେ ବଲିଉଡ ପରଫେକ୍ଟନିଷ୍ଟ ଅମିର ଖାନ, ମିଲେନିଅମ ଷ୍ଟାର ବିଗ ବି, କାଟ୍ରିନା କୈଫ, ସାନା ପ୍ରମୁଖଙ୍କ ଅଭିନୀତ ତଥା ହାଇ ବଜେଟ ଫିଲ୍ମ ‘ଠଗସ ଅଫ ହିନ୍ଦୁସ୍ତାନ’ ରିଲିଜ ହୋଇଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ମାତ ଖାଇଗଲା। ବର୍ଷର ଶେଷରେ ଅର୍ଥାତ କ୍ରିଶମାସ ଅବସରରେ ବଲିଉଡ କିଙ୍ଗ ଖାନ, କାଟ୍ରିନା କୈଫ ଓ ଅନୁଷ୍କା’ ଶର୍ମା ଅଭିନୀତ ‘ଜିରୋ’ ଆସିଥିଲା, ଯାହା ଦର୍ଶକଙ୍କ ଦ୍ଵାରା ସେତେ ଗ୍ରହଣୀୟ ହୋଇପାରିନାହି।
ଚଳିତ ବର୍ଷର ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ଭିତରେ ରହିଛି ରଜନୀକାନ୍ତଙ୍କ ହାଇ ବଜେଟ ମୁଭି ‘2.0’। ଏହି ଦ୍ଵିଭାଷୀ ସାଇ-ଫାଇ ଏକଶନ ଫିଲ୍ମଟି ୭୫୦ କୋଟିରୁ ଊର୍ଦ୍ଧ୍ଵ ଆୟ କରିଛି। ୨୦୧୦ର ସୁପର ହିଟ ଫିଲ୍ମ ‘ରୋବଟ’ର ସିକୱେଲ ହେଉଛି । ଏସ ଶଙ୍କରଙ୍କ ନିର୍ଦେଶିତ ଏହି ଫିଲ୍ମରେ ରଜନୀଙ୍କ ସହ ବଲିଉଡ ଖିଲାଡ଼ି ଅକ୍ଷୟ କୁମାର ଓ ଆମି ଜ୍ୟାକସନଙ୍କୁ ଦେଖିବାକୁ ମିଳିଥିଲା।
୨୦୧୮ର ପ୍ରଥମାର୍ଦ୍ଧରେ ବହୁ ଚର୍ଚ୍ଚିତ ବିବାଦୀୟ ଫିଲ୍ମ ସଞ୍ଜୟ ଲୀଲା ଭନସାଲୀଙ୍କ ‘ପଦ୍ମାବତ୍’ ପରଦାକୁ ଆସି ବେଶ୍ ପ୍ରଶଂସିତ ହୋଇପାରିଥିଲା । ଏଥିରେ ଦୀପିକା ଓ ରଣବୀରଙ୍କ ଅଭିନୟ ବେଶ ଉଚ୍ଚକୋଟୀର ରହିଥିଲା। ସେହିପରି ଅକ୍ଷୟ କୁମାରଙ୍କ ଭିନ୍ନ ସ୍ୱାଦର ଫିଲ୍ମ ‘ପ୍ୟାଡମ୍ୟାନ୍’କୁ ମଧ୍ୟ ଦର୍ଶକଙ୍କ ଭଲ ପାଇବା ମିଳିଥିଲା । ସେହିପରି ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ନିର୍ମିତ ‘ସଞ୍ଜୁ’କୁ ଦର୍ଶକ ବେଶି ଭଲପାଇବା ଦେଇଥିଲେ । ରଣବୀର୍ କପୁରଙ୍କ ଅଭିନୟର ପରିପକ୍ଵତା ଏଥିରେ ଦେଖିବାକୁ ମିଳିଥିଲା। ଯାହାଫଳରେ ‘ସଞ୍ଜୁ’ ବଲିଉଡର ଏବର୍ଷର ଅଧିକ ଆୟ କରିଥିବା ଫିଲ୍ମ ଭିତରେ ସାମିଲ୍ ହୋଇପାରିଥିଲା । ସେହିପରି ଆଲିଆ ଭଟ୍ଟଙ୍କ ‘ରାଜି’ ମଧ୍ୟ ଦର୍ଶକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇପାରିଥିଲ। ସେହିପରି ଟାଇଗର ଶ୍ରୋଫଙ୍କ ‘ବାଗୀ-୨’ ମଧ୍ୟ ଖୁବ ସଫଳ ରହିଥିଲା ।
ସେହିପରି କମ ବଜେଟରେ ନିର୍ମିତ ଇରଫାନ ଖାନଙ୍କ ‘ବ୍ଲାକମ୍ୟାନ’, ରାନୀ ମୁଖାର୍ଜୀଙ୍କ ‘ ହିଚିକି’, ନବାଗତ ଈଶାନ ଖଟ୍ଟରଙ୍କ ‘ ବିୟୋଣ୍ଡ ଦି କ୍ଲାଉଡ’, ଅମିତାଭ ଓ ରିଷି କପୁରଙ୍କ ‘102 ନଟ ଆଉଟ’, କାର୍ତ୍ତିକ ଆର୍ଯ୍ୟନ୍, ନୁସରତ୍ ବାରୁଚା, ସନ୍ନି ନିଜରଙ୍କ ଅଭିନୀତ ‘ସୋନୁ କେ ଟ୍ଵିଟି କୀ ସ୍ୱିଟି’, କରୀନା କୁପର୍, ସୋନମ କପୁର୍, ସ୍ୱରା ଭାସ୍କରଙ୍କ ଅଭିନୀତ ‘ବୀରେ ଦି ୱେଡିଂ’, ଜନ ଆବ୍ରାହମଙ୍କ ‘ପରମାଣୁ: ଦି ଷ୍ଟୋରି ଅଫ ପୋଖରାନ’, ‘ସତ୍ୟମେବ ଜୟତେ’, ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କ ‘ ସ୍ତ୍ରୀ’, ଅନୁଷ୍କା ଶର୍ମା ଓ ବରୁଣଙ୍କ ‘ସୁଇ ଧାଗା’, ଆୟୁଷ୍ମାନ ଖୁରାନାଙ୍କ ‘ବଧାଇ ହୋ’ ଆଦି ଫିଲ୍ମଗୁଡିକ ଦର୍ଶକଙ୍କ ଦ୍ଵାରା ପ୍ରଶଂସିତ ହୋଇଛି।
୨୦୧୮ରେ ଷ୍ଟାର କିଡଙ୍କ ଜଲ୍ୱା ଦେଖିବାକୁ ମିଳିଛି । ଶ୍ରୀଦେବୀ-ବୋନୀ କପୁରଙ୍କ ଝିଅ ଜାହ୍ନବୀ କପୁର୍ ‘ଧଡକ୍’ ଜରିଆରେ ବଲିଉଡ୍ ଏଣ୍ଟ୍ରି କରି ବେଶ୍ ସଫଳ ରହିଛନ୍ତି । ଏହି ଫିଲ୍ମରେ ସାହିଦ୍ କପୁରଙ୍କ ଭାଇ ଇଶାନ ଖଟ୍ଟର ଅଭିନୟ କରିଥିଲେ । ଦୁହିଁଙ୍କ ଅଭିନୟକୁ ଦର୍ଶକଙ୍କ ପ୍ରଶଂସା ମିଳିଛି । ସେହିପରି ସୈଫ୍ ତନୟା ସାରା ଅଲ୍ଲୀ ‘କେଦାରନାଥ’ ଜରିଆରେ ବଲିଉଡ୍ ଡେବ୍ୟୁ କରି ହିଟ୍ ରହିଛନ୍ତି । ସୁଶାନ୍ତଙ୍କ ସହ ତାଙ୍କ ଅଭିନୟକୁ ଦର୍ଶକେ ବେଶି ପସନ୍ଦ କରିଛନ୍ତି । ସେହିପରି ସାରାଙ୍କ ଆଉ ଏକ ଫିଲ୍ମ ‘ସିମ୍ବା’ ମଧ୍ୟ ବକ୍ସ ଅଫିସ ହିଟ୍ ରହିଛି । ରୋହିତ ଶେଟ୍ଟିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର୍ କପୁର୍ ମୁଖ୍ୟ ଭୂମିକାରେ ଅଛନ୍ତି । ଟେଲିଭିଜନ୍ ନାଗିନ୍ ମୌନୀ ରାୟ ‘ଗୋଲ୍ଡ’ ଜରିଆରେ ବଲିଉଡ୍ ଏଣ୍ଟ୍ରି କରି ବେଶ୍ ସଫଳ ହୋଇଛନ୍ତି । ଏଥିରେ ସେ ଅକ୍ଷୟ କୁମାରଙ୍କ ଅପୋଜିଟରେ ନଜର ଆସିଥିଲେ । ବଲିଉଡ୍ ସେହିପରି ଚଳିତବର୍ଷ ଆଉ ଦୁଇଜଣ ନବାଗତ ବଲିଉଡରେ ପାଦ ରଖିଥିଲେ । ସଲମନଙ୍କ ଭିଣୋଇ ତଥା ଅର୍ପିତାଙ୍କ ସ୍ୱାମୀ ଆୟୁଷ ଶର୍ମା ଓ ୱାରନା ହୁସୈନ୍ । ଏହି ଦୁଇଜଣଙ୍କୁ ସଲମନ୍ ‘ଲଭଯାତ୍ରି’ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରାଇଥିଲେ । ଫିଲ୍ମଟିର ଗୀତଗୁଡ଼ିକୁ ଦର୍ଶକଙ୍କୁ ପସନ୍ଦ ଆସିଥିବାବେଳେ ଫିଲ୍ମଟି କିନ୍ତୁ ବଲିଉଡରେ ତିଷ୍ଠି ପାରିଲା ନାହିଁ ।
ଦେଖିବାକୁ ଗଲେ ୨୦୧୮ରେ ନୂତନ କଳାକାରଙ୍କ ଉଚ୍ଚକୋଟୀର ଅଭିନୟ ବଲିଉଡ ପାଇଁ ଏକ ନୂତନ ସମ୍ଭାବନା ଆଣିଦେଇଛି। ସେହିପରି ଚଳିତ ବର୍ଷ ୟଙ୍ଗ ଷ୍ଟାରମାନଙ୍କ ନିଖୁଣତା ଦେଖିବାକୁ ମିଳିଛି। ରଣବୀର କପୁର, ଆଲିୟା, ବରୁଣ, ରଣବିର ସିଂହ, ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୟ ବେଶ ପ୍ରଶଂସନୀୟ ହୋଇଛି। ବିଗ ଷ୍ଟାରଙ୍କ ପାୱାର ନୁହେଁ ଅଭିନୟ ଓ କାହାଣୀ ହିଁ ଦର୍ଶକଙ୍କ ଦ୍ଵାରା ବେଶୀ ଆଦୃତ ହୋଇଛି । ନୂତନ ବର୍ଷ ବଲିଉଡ ପାଇଁ ସବୁବେଳେ ନୂଆ ସମ୍ଭାବନା ନେଇ ଆସିଥାଏ। ୨୦୧୯ ବଲିଉଡ ପାଇଁ ଆହୁରି ନୂତନ ସମ୍ଭାବନା ନେଇ ଆସୁ।
There is a chain of events in the Bollywood when many duos from the tinsel world one after other come out to make their unheard of courtships public. After the much trumpeted affairs between Priyanka Chopra and Nick Joan of US, who later got engaged, the Deepveer (Dipika Padukone-Ranveer Singh) wedding has nearly global with one of the most expensive wedding rings in Deepika’s finger assessed more expensive that the marriage reports suggest.
Second in the waiting the wedding of Prick (Prinyanka-Nick) to be done in December this year which is assumed to another hideous show-case extravaganza in the offing.Meanwhile, there are gossips in the cine circle that Arjun Kapoor and Malaika Arora are very fascinated at each other and a wedding event is on the cards. What is amusing that the couples in discussion had so far maintained a secrecy escaping thread-bare from the ever snooping Bollywood media.