Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସିନେମା»ଅଶୀ ଓ ନବେ ଦଶକର  ସଫଳ ଅଭିନେତ୍ରୀ ଅମ୍ରିତା ସିଂ
ସିନେମା

ଅଶୀ ଓ ନବେ ଦଶକର  ସଫଳ ଅଭିନେତ୍ରୀ ଅମ୍ରିତା ସିଂ

February 9, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଅଶୀ ଓ ନବେ ଦଶକରେ ହିନ୍ଦୀ ସିନେମାରେ ଜଣେ ସଫଳ ଅଭିନେତ୍ରୀ ଅମ୍ରିତା ସିଂଙ୍କର ଆଜି ୬୧ତମ ଜନ୍ମଦିବସ । ୧୯୫୮ ଫେବୃଆରୀ ୯ ତାରିଖରେ ଜନ୍ମ ହୋଇଥିଲେ । ଅମିତ୍ରାଙ୍କ ମା’ ଜଣେ ମୁସଲମାନ ହୋଇଥିବାବେଳେ ତାଙ୍କ ପିତା ଜଣେ ଶିଖ୍‌ । ସାମନ୍ତବାଦୀ ପରିବାରରୁ ଆସିଥିବା ଅମ୍ରିତା ପ୍ରଖ୍ୟାତ ଔପନ୍ୟାସିକ ଖୁସ୍‌ୱନ୍ତ ସିଂଙ୍କ ଭାଣିଜୀ ।  ‘ବେତାବ୍‌’ ଫିଲ୍ମରୁ ବଲିଉଡ୍‌ କ୍ୟାରିୟର୍‌ ଆରମ୍ଭ କରିଥିବା ଅମ୍ରିତା ସନ୍ନି, ମର୍ଦ୍ଦ, ଚମେଲୀ କି ସାଦୀ, ସାହେବ, ଖୁଦ୍‌ଗର୍ଜ, ମର୍ଦ୍ଦ, ମେରା ଧର୍ମ, କର୍ମଦାତା, ନାମ ଓ ନିଶାନ୍‌, ଠିକାନା, ମୁଜ୍‌ଲିମ୍‌, କବ୍‌ଜା, ତମାଚା, ସୁକ୍ରିୟା, ୱାରିସ୍‌, ଅଗ୍ନି, ଇଲାକା, ବଟ୍‌ୱାରା, ତୋଫାନ୍‌, ମୌତ୍‌ କା ଫରିସ୍ତେ, କ୍ରୋଧ, ସିଆଇଡି, ପାପ କି ଆନ୍ଧି, ପ୍ୟାର୍‌ କା ସାୟା, ରାଜୁ ବନ୍‌ ଗୟା ଜେଣ୍ଟଲିମ୍ୟାନ୍‌, ଆଇନା, ସୂର୍ଯ୍ୟବଂଶୀ, ରଂଗ, ସହୀଦ୍‌, କଲ୍‌ୟୁଗ୍‌, ଟୁ ଷ୍ଟେଟସ୍‌, ଶୁ୍ଟ୍‌ଆଉଟ୍‌ ଆଟ ଲୋଖଣ୍ଡୱାଲା, ଫ୍ଲାଇଙ୍ଗ୍‌ ଜଟ୍ଟ, ହିନ୍ଦୀ ମିଡ଼ିଅମ୍‌ ପ୍ରଭୃତି ଫିଲ୍ମରେ ବେଶ୍‌ ଉଚ୍ଚକୋଟୀର ଅଭିନୟ କରିଛନ୍ତି । କେବଳ ଫିଲ୍ମ ନୁହେଁ ତାଙ୍କୁ ଏକତା କପୁରଙ୍କ ଲୋକପ୍ରିୟ ଧାରାବାହିକ ’କାବ୍ୟାଞ୍ଜଳି’ରେ ମଧ୍ୟ ନଜର ଆସିଥିଲେ। ସେ ଏହି ଧାରାବାହିକରେ ନେଗେଟିଭ୍‌ (ନିତ୍ୟା ନନ୍ଦା) ଭୂମିକାରେ ଅବର୍ତୀଣ୍ଣ ହୋଇ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ।   ଏହି ନାୟିକା ତାଙ୍କ କ୍ୟାରିୟର ଠାରୁ ତାଙ୍କ ପର୍ସନାଲ ଲାଇଫକୁ ନେଇ ଅଧିକ ଚର୍ଚ୍ଚିତ। ପଟୌଦି ବଂଶର ଛୋଟେ ନବାବ ସୈଫ୍‌ ଅଲ୍ଲି ଖାଁଙ୍କୁ ବିବାହ କରି ସେ ଆସିଥିଲେ ଚର୍ଚ୍ଚାକୁ। ସେତେବେଳେ ଅମ୍ରିତା ସୈଫଙ୍କଠାରୁ ଥିଲେ ପ୍ରାୟ ୧୨ ବର୍ଷ ବଡ। ଏହି ବୟସର ତାରତମ୍ୟ ହିଁ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥିଲା। ଅମ୍ରିତାଙ୍କର ୨ଟି ସନ୍ତାନ ଥିବା ବେଳେ ୨୦୦୪ରେ ଅମ୍ରିତା ଶୈଫଙ୍କଠାରୁ ଅଲଗା ହୋଇ ଯାଇଥିଲେ। ସମ୍ପ୍ରତି ସୈଫ୍‌ – ଅମ୍ରିତାଙ୍କ ଝିଅ ସାରା ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ତେବେ ଏହି ଅଭିନେତ୍ରୀଙ୍କର ସୈଫ୍‌ଙ୍କ ପୂର୍ବରୁ କ୍ରିକେଟର୍‌ ରବି ଶାସ୍ତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ବୋଲି ସେହି ସମୟରେ ବେଶ୍‌ ଚର୍ଚ୍ଚା ହୋଇଥିଲା । ଶୁଣିବାକୁ ମିଳିଥିଲା ଯେ ଦୁହେଁ ନିର୍ବନ୍ଧ ମଧ୍ୟ କରିଥିଲେ ।  ଦୁହେଁ ସେହି ସମୟରେ ଏକ ମାଗାଜିନର କଭର ପେଜ୍‌ ପାଇଁ ପୋଜ୍‌ ଦେଇ ବହୁତ ଚର୍ଚ୍ଚାକୁ ଆସିଥିଲେ । କେବଳ ରବି ଶାସ୍ତ୍ରୀ ନୁହଁନ୍ତି ସନ୍ନି ଦେଓଲ, ବିନୋଦ ଖାନ୍ନାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅମ୍ରିତା ସେ ସମୟରେ ବହୁତ ଚର୍ଚ୍ଚାରେ ରହିଥିଲେ । ସମ୍ପ୍ରତି ଅମୃତା ଏବେ ନିଜ ଝିଅ ସାରା ସହିତ ରହୁଛନ୍ତି ।

Bollywood
Share. Facebook Twitter LinkedIn Email WhatsApp Copy Link

Related Posts

“ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ”: ସୀମା ବିବାଦ ଉପରେ ଭାରତର ନେପାଳକୁ କଡ଼ା ବାର୍ତ୍ତା

June 2, 2026

ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: CBSE ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କ ହେଲା ବଦଳି

June 2, 2026

CBSEର ପୁନଃମୂଲ୍ୟାୟନ ପୋର୍ଟାଲରେ ସାଇବର ଆକ୍ରମଣ

June 2, 2026

ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି, ରାଇରଙ୍ଗପୁରରେ ହେବ ଉତ୍ସବ, ଯୋଗ ଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

June 2, 2026
Latest News

“ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ”: ସୀମା ବିବାଦ ଉପରେ ଭାରତର ନେପାଳକୁ କଡ଼ା ବାର୍ତ୍ତା

June 2, 2026

ଆଫଗାନିସ୍ତାନ ବିରୋଧରେ ପ୍ରଥମ ଟେଷ୍ଟ ପାଇଁ ଏହି ୧୧ ଖେଳାଳିଙ୍କୁ ମିଳିବ ସୁଯୋଗ!

June 2, 2026

ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: CBSE ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କ ହେଲା ବଦଳି

June 2, 2026

CBSEର ପୁନଃମୂଲ୍ୟାୟନ ପୋର୍ଟାଲରେ ସାଇବର ଆକ୍ରମଣ

June 2, 2026

ଜୁନ୍ ୬ରେ ଭାରତ-ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ଲାଇଭ୍ ଷ୍ଟ୍ରିମିଂ

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.