ଭୁବନେଶ୍ବର: ଆଜି ରାଜ୍ୟରେ ୧୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ସର୍ବାଧିକ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳରୁ ୪୧ଜଣ, ଖୋର୍ଦ୍ଧାରୁ ୩୨ଜଣ, ଗଞ୍ଜାମରୁ ୧୨ଜଣ, ମୟୂରଭଞ୍ଜରୁ ୮ଜଣ, ଅନୁଗୁଳରୁ ୭ଜଣ, କେନ୍ଦୁଝରରୁ ୫ଜଣ, ମାଲକାନଗିରି, ପୁରୀ, ନୟାଗଡରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ତ ହୋଇଛନ୍ତି। ବାଲେଶ୍ଵର, ଦେବଗଡ, ସୋନପୁରରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ଜଣେ ସୁସ୍ଥ ହୋଇଛନ୍ତି। ଏହି ୧୮୬ ଜଣକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୭୨୦କୁ ବୃଦ୍ଧି ହୋଇଛି। ତେବେ ରାଜ୍ୟରେ ଏବେ ୧୪୨୧ ସକ୍ରିୟ କେସ ରହିଥିବାବେଳେ ୧୪ ଜଣ ମୃତ୍ୟୁବରଣ କରିଛନ୍ତି।
Tag: corona
ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ସାରା ବିଶ୍ବ ଏବେ ସଂକଟରେ । ଦେଶର ବହୁ ଧନୀ ରାଷ୍ଟ୍ରମାନେ ମଧ୍ୟ ଏହି ସଂକଟର ସାମ୍ନା କରୁଛନ୍ତି। ଚୀନ୍ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ସାରା ବିଶ୍ବକୁ ନିଜ ଆୟତ୍ତରେ କରି ସାରିଛି । ଏହି ଭାଇରସ୍ ଯୋଗୁଁ ସାରା ବିଶ୍ବରେ ଏପର୍ଯ୍ୟନ୍ତ 89 ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ସେହିପରି ଏହି ସଂକ୍ରମଣରେ ମୃତକଙ୍କ ସଂଖ୍ୟା ଚାରି ଲକ୍ଷ66 ହଜାର ପାର କରି ସାରିଛି । ବିଶ୍ବରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ଆମେରିକାରେ ହୋଇଛି । ଏହି ମହାମାରୀ ଯୋଗୁଁ ଆମେରିକାରେ ଏକ 20 ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି ।
ଗତ 24 ଘ୍ଟାରେ ବିଶ୍ବରେ ପାଞ୍ଚ ହଜାରରୁ ଅଧିକ ମୃତ୍ୟୁ ହୋଇଥିବବେଳେ ଗତ ଦୁଇ ଦିନ ମଧ୍ୟରେ ଦୁଇଲକ୍ଷରୁ ଅଧିକ ଲୋକେ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ତେବେ ଏହି ରୋଗରୁ ସୁସ୍ଥ ହେଉଥିବା ସଂଖ୍ୟାର ବେଶ୍ ଉନ୍ନତି ଘଟିଛି। ଦୁନିଆରେ ଏବେ ସୁଦ୍ଧା 47 ଲକ୍ଷ 38 ହଜାର 542 ଜଣ ସୁସ୍ଥ ହେଲେଣି ।
ଆମେରିକା ପରେ ଦ୍ବିତୀୟ ସର୍ବାଧିକ କରୋନା ମାମଲା ବ୍ରାଜିଲ୍ରୁ ହିଁ ଆସିଛି । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ ପାର କରିଥିବାବେଳେ ଏଠାରେ 50 ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କଲେଣି ।
କେଉଁ ଦେଶରେ କିପରି ଅଛି କରୋନା ସ୍ଥିତି :
ଆମେରିକା ରେ ସଂକ୍ରମିତ ସଂଖ୍ୟା 23 ଲକ୍ଷ 30 ହଜାର 578 ଥିବାବେଳେ ମୃତ୍ୟୁ ସଂଖ୍ୟା 1ଲକ୍ଷ 21 ହଜାର 980 ରହିଛି ।
ବ୍ରାଜିଲ୍ରେ ମୃତ୍ୟୁ ସଂଖ୍ୟା 50 ହଜାର 058 ରହିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 70 ହଜାର 139କୁ ବୃଦ୍ଧି ହୋଇଛି ।
ରୁସ୍ରେ 5 ଲକ୍ଷ 76 ହଜାର 952 ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ 8ହଜାର2ଜଣ ମୃତ୍ୟୁବରଣ କରିଛନ୍ତି ।
ଭାରତରେ 13 ହଜାର 277 ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 4 ଲକ୍ଷ 11 ହଜାର 727କୁ ବୃଦ୍ଧି ହୋଇଛି ।
ୟୁକେରେ 3 ଲକ୍ଷ 03 ହଜାର 110 ଜଣ ସଂକ୍ରମିତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 42 ହଜାର 598ରେ ପହଞ୍ଚିଛି ।
ସ୍ପେନ୍ରେ ମୃତ୍ୟୁ ସଂଖ୍ୟା 28 ହଜାର 322 ରହିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ 93 ହଜାର 018 ରହିଛି ।
ପେରୁରେ କରୋନା ସଂକ୍ରମିତ ମାମଲା 2 ଲକ୍ଷ 51 ହଜାର 388 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 7ହଜାର 861 ରହିଛି ।
ସେହିପରି ଇଟାଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 34 ହଜାର 610 ରହିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ 38 ହଜାର 275ରେ ପହଞ୍ଚିଛି । (ଏଜେନ୍ସି)
ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ତାଣ୍ଡବ ଚାଲିଥିବାବେଳେ କରୋନାକୁ ନେଇ ଏକ ଆଶ୍ବସ୍ତିକର ଖବର ଶୁଣିବାକୁ ମିଳିଛି। କରୋନା ମୁକ୍ତି ପାଇଁ ବାହାରିଲା ମେଡିସିନ୍। ଭାରତୀୟ କମ୍ପାନୀ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲସ୍ କୋଭିଡ୍ -୧୯ ପାଇଁ ବାହାର କରିଛି ଏହି ମେଡିସିନ୍। କରୋନାରେ ପୀଡ଼ିତ ହୋଇଥିବା ରୋଗୀଙ୍କ ଚିକିତ୍ସା ପାଇଁ ଏହି କମ୍ପାନୀ ଏକ ଆଣ୍ଟିଭାଇରାଲ୍ ଔଷଧ ଆଣିଛନ୍ତି। ଫାଇିପିରାଭିର ଆଣ୍ଟିଭାଇରାଲ୍ ଔଷଧକୁ ଫାଭିଫ୍ଲୁ ବ୍ରାଣ୍ଡ ନାମରେ ଲଞ୍ଚ କରାଯାଇଛି। କମ୍ପାନୀ ପକ୍ଷରୁ ଶନିବାର ଦିନ ଏହା ସମ୍ପର୍କରେ ସୂଚନା ଦିଆଯାଇଛି। କୋଭିଡ୍ -୧୯ ର ଚିକିତ୍ସା ପାଇଁ ଏହି ଟାବଲେଟ୍କୁ ଭାରତୀୟ ଔଷଧ ମହାନିୟନ୍ତ୍ରଣ (ଡିସିସିଆଇ) ସ୍ବୀକୃତି ଦେଇଛି।
କରୋନା ସଂକ୍ରମିତ ହେବାର ପ୍ରାଥମିକ ସ୍ତରରେ ଯଦି ଏହି ମେଡିସିନ୍କୁ ରୋଗୀକୁ ଦିଆଯାଏ, ତେବେ ଏହା ଭାଇରସର ପ୍ରଭାବକୁ ହ୍ରାସ କରାଇବା ସହିତ ସଂକ୍ରମଣ ବୃଦ୍ଧିକୁ ମଧ୍ୟ ରୋକିବାରେ ସାହାଯ୍ୟ କରିବ। ତେବେ ଏହି ଟାବଲେଟ୍ର ଦାମ ୧୦୩ ଟଙ୍କା ରହିଛି। ସ୍ବଳ୍ପ ସଂକ୍ରମିତ ଥିବା ମଧୁମେହ ରେଗୀ, ହୃଦରୋଗୀ ବା ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଥିବା ରୋଗୀ ମଧ୍ୟ ଏହି ଔଷଧର ସେବନ କରିପାରିବେ। ତେବେ ଏହି ଔଷଧ କରୋନା ଭାଇରସ ର ରାମବାଣ ନୁହେଁ। ଏହା କରୋନାର ଚିକିତ୍ସା ଓ ଭାଇରସର ପ୍ରଭାବକୁ ସାହାଯ୍ୟ କରିବ। ତେବେ ଏହି ଔଷଧ ରୋଗ ନିରାକରଣରେ କେତେ ମାତ୍ରାରେ ସହାୟକ ହେବ ଆଗାମୀ ଦିନରେ ତାହା ଜଣାପଡିବ। (ଏଜେନ୍ସି)
ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ହୁ ହୁ ହୋଇ ବଢି ଚାଲିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ 13 ହଜାର 586 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 336ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଦେଶରେ ସର୍ବମୋଟ୍ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 80 ହଜାର 532ରେ ପହଞ୍ଚିଛି । ସେହିପରି ଦେଶରେ ସର୍ବମୋଟ ମୃ୍ତ୍ୟୁ ସଂଖ୍ୟା 12 ହଜାର 573ରେ ପହଞ୍ଚିଛି । ଆକ୍ଟିଭ୍ କେସ୍ – 1 ଲକ୍ଷ 63ହଜାର 248 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 04 ହଜାର 711 ଜଣ।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ 1 ଲକ୍ଷ 20 ହଜାର 504 ଆକ୍ରାନ୍ତ ହୋଇଥିବାବେଳେ 5751ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରେ 1969 ଜଣଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟରେ 1591, ତାମିଲନାଡୁରେ 625, ପଶ୍ଚିମବଙ୍ଗରେ 518, ମଧ୍ୟପ୍ରଦେଶରେ 486, ଉତ୍ତରପ୍ରଦେଶରେ 465ଜଣଙ୍କ ମୃତ୍ୟୁ ହୋଇଛି ।
ଭୁବନେଶ୍ବର: ଆଜି ରାଜ୍ୟରୁ ସୁସ୍ଥ ହେଲେ ୯୭ ଜଣ କରୋନା ଆକ୍ରାନ୍ତ। କଟକରୁ ସର୍ବାଧିକ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଏବଂ ଗଞ୍ଜାମରୁ ୧୬ ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ କନ୍ଧମାଳରୁ ୧୪ ଜଣ, ମୟୂରଭଞ୍ଜରୁ ୯ ଜଣ, ଯାଜପୁରରୁ ୭ ଜଣ, ପୁରୀରୁ ୫ ଜଣ, ନୟାଗଡରୁ ୪ ଜଣ, କେନ୍ଦ୍ରାପଡାରୁ ୩ ଜଣ, ବରଗଡ ଏବଂ କେନ୍ଦୁଝରରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଢେଙ୍କାନାଳ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା ୯୭ ଜଣଙ୍କୁ ମିଶାଇ ସମୁଦାୟ ସୁସ୍ଥ ହୋଇଥିବା ସଂଖ୍ୟା ୩୧୪୪ ରେ ପହଞ୍ଚିଛି। ତେବେ ରାଜ୍ୟରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୪୫୧୨ ରହିଥିବାବେଳେ ସୁସ୍ଥ ହେଲେ ୩୧୪୪ ଜଣ ଏବଂ ଚିକିତ୍ସିତ ହେଉଛନ୍ତି ୧୩୫୪ ଜଣ।
ଭୁବନେଶ୍ୱର : ଭୁବନେଶ୍ୱରରେ ପୁଣି 17 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 14 ଜଣ ହୋମ୍ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ 3 ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଏମ୍ସି ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି । ଏୟାରପୋର୍ଟ ନିକଟ ଭୀମପୁର ଅଞ୍ଚଳରୁ ଜଣେ, ଡୁମଡୁମା ହାଉସିଂ ବୋର୍ଡ କଲୋନୀରୁ ଜଣେ ଯୁବକ, ନୂଆପଲ୍ଲୀ ଶବରସାହିରୁ ଜଣେ ଯୁବତୀ, ଜଣେ ବାଳକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନହରକଣ୍ଟା ପୁରୀ କେନାଲ ରୋଡରୁ ଅନ୍ୟ ଜଣେ ଯୁବକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି 7 ଜଣ ରେଳବାଇ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ନୂଆଦିଲ୍ଲୀ : ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବୁଧବାର ସିସୋଦିଆଙ୍କ ସ୍ବାବ୍ ନମୂନା ପଜିଟିଭ୍ ଆସିଥିବା ନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ପଟପଡଗଞ୍ଜରୁ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ବ୍ୟତିତ କାଲକାଜିର ବିଧାୟିକା ତଥା ମୁଖପାତ୍ର ଆତିଶି ମାର୍ଲେନା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଭୟଙ୍କ ନିକଟରେ ସାମାନ୍ୟ ଲକ୍ଷଣ ରହିଥିବା ବେଳେ ଆତିଶି ନିଜକୁ ହୋମ୍ କ୍ବାରେଣ୍ଟିନ୍ରେ ରହିଥିଲେ । ଉଭୟ ନେତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ଆଉ 73 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କନ୍ଧମାଳରୁ 14, କେନ୍ଦୁଝରରୁ11, ଖୋର୍ଦ୍ଧାରୁ 10, ଭଦ୍ରକରୁ 9, ଯାଜପୁରରୁ 7, ମୟୁରଭଞ୍ଜରୁ 6, ଗଞ୍ଜାମରୁ 4, କଟକରୁ 3 ଏବଂ ବଲାଙ୍ଗୀରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତିତ ବାଲେଶ୍ବର, ଜଗତସିଂହପୁର, ଝାରସୁଗୁଡା ଏବଂ କଳାହାଣ୍ଡିରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା 3047କୁ ବୃଦ୍ଧି ପାଇଛି ।
ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ମଧ୍ୟରେ ଆଜି 175 ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4338କୁ ବୃଦ୍ଧି ପାଇଛି । ଚିହ୍ନଟ 175 ଆକ୍ରାନ୍ତଙ୍କ ମଧ୍ୟରେ 145 କ୍ୱାରେଣ୍ଟିନ ସେଣ୍ଟରରୁ ବାହାରିଥିବା ବେଳେ 30 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଗଜପତିରୁ ସର୍ବାଧିକ 57, ଖୋର୍ଦ୍ଧାରୁ 25, ପୁରୀରୁ 18, ବରଗଡ଼ରୁ 11, ଜଗତସିଂହପୁରରୁ 7, କନ୍ଧମାଳରୁ 7, ବାଲେଶ୍ୱରରୁ 6, ମୟୁରଭଞ୍ଜରୁ 5, ସୁନ୍ଦରଗଡ଼ରୁ 5, ନୂଆପଡ଼ାରୁ 4, କଟକରୁ 3, ବଲାଙ୍ଗୀରରୁ 3, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଓ ଗଞ୍ଜାମରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 4338 ରହିଥିବା ବେଳେ ଏହା ମଧ୍ୟରୁ 2974 ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1350 ରହିଛି ।
ନୂଆଦିଲ୍ଲୀ : ଭୟଙ୍କର ରୂପ ନେଉଛି କରୋନା । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ପ୍ରଭାବରେ 2 ହଜାରରୁ ଅଧିକ ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା 11 ହଜାର ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 2003 ଜଣଙ୍କ ମୁଣ୍ଡ ନେଇଛି କରୋନା । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । 24 ଘଣ୍ଟା ମଧ୍ୟରେ11135ଟି ନୂତନ ମାମଲା ଆସିଥିବା ବେଳେ 10631 ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3,54,161 ରହିଥିବା ବେଳେ ଏହା ମଧ୍ୟରୁ 1,87,552 ଜଣ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଦେଶର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1,54,688 ରହିଛି । (ଏଜେନ୍ସି)
ମୁମ୍ବାଇ : ପାଲଗଡ ସାଧୁ ହତ୍ୟା ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏହି ଘଟଣାରେ ଗିରଫ ହୋଇଥିବା 11 ଜଣ ଅଭିଯୁକ୍ତ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ପାଲଗଡ ଜେଲରେ ମରାମତି କାମ ଚାଲିଥିବା କାରଣରୁ 17 ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ଲକ୍ଅପ୍ରେ ରଖାଯାଇଥିଲା । ଓ୍ବାଡାରେ ଲକ୍ଅପ୍ରେ ରହିଥିବା ବେଳେ 17 ଜଣଙ୍କକ ନମୂନା ପରୀକ୍ଷଣ ପାଇଁ ଯାଇଥିଲା । 17ଜଣଙ୍କ ମଧ୍ୟରୁ 11 ଜଣଙ୍କ ନମୂନା ପଜିଟିଭ୍ ଆସିଥିବା ଜଣାପଡିଛି । ଅନ୍ୟ 6 ଜଣଙ୍କ ରିପୋର୍ଟ ଆସିନାହିଁ ।
ମୁମ୍ବାଇରୁ ସୁରଟ ଅଭିମୁଖେ ଯାଉଥିବା ଦୁଇ ସାଧୁ ଏବଂ ଡ୍ରାଇଭରଙ୍କୁ ଗଡଚିଞ୍ଚାଲେରେ ଆକ୍ରମଣ କରାଯାଇଥିଲା । ଏହି ମାମଲାରେ ସମୁଦାୟ 156 ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଗିରଫ ବ୍ୟକ୍ତିଙ୍କ ପକ୍ଷରୁ 2 ଜଣ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ । (ଏଜେନ୍ସି)
ଭୁବନେଶ୍ବର : କରୋନା ପରୀକ୍ଷଣକୁ ନେଇ ବିଜେିପକୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । କେନ୍ଦ୍ର ସରକାର ଏବଂ ଆଇସିଏମ୍ଆର ପକ୍ଷରୁ କେବଳ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିଙ୍କ କୋଭିଡ୍ ପରୀକ୍ଷା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ତେଣୁ ବିଜେପି ନେତା ମାନେ କେନ୍ଦ୍ରୀୟ ମାର୍ଗଦର୍ଶିକା ପଢିବା ଉଚିତ୍ ବୋଲି ସସ୍ମିତ୍ ମତ ଦେଇଛନ୍ତି । ରାଜ୍ୟରେ ଆଇସିଏମ୍ଆର ଗାଇଡ୍ଲାଇନ୍ ଅନୁଯାୟୀ ପରୀକ୍ଷଣ ଜାରି ରହିଛି । ଆଇସିଏମ୍ଆର ଗାଇଡ୍ଲାଇନ୍ ଅନୁଯାୟୀ ରାଜ୍ୟରେ ରାଣ୍ଡମ୍ (ମିଶାମିଶି) ପରୀକ୍ଷଣ କରାଯାଉଛି ।
ଓଡିଶାରେ ଦୈନିକ ପରୀକ୍ଷଣ ସଂଖ୍ୟା 15 ହଜାରକୁ ବୃଦ୍ଧି କରାଯାଇଛି । ଓଡିଶା ସରକାର ଉଭୟ କେନ୍ଦ୍ର ସରକାର ଏବଂ ଆଇସିଏମ୍ଆରର ଗାଇଡ୍ଲାଇନ୍ ଅନୁଯାୟୀ ପରୀକ୍ଷଣ କରୁଛନ୍ତି । ଦେଶର ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ସମାନ ପ୍ରକ୍ରିୟା ଅବଲମ୍ବନ କରାଯାଉଛି । ତେଣୁ ଏଭଳି ସ୍ପର୍ଶକାତର ମାମଲାରେ ରାଜନୀତି କରିବା ପୂର୍ବରୁ ବିଜେପି ନେତା ମାନେ କେନ୍ଦ୍ରୀୟ ମାର୍ଗଦର୍ଶିକା ପଢନ୍ତୁ ବୋଲି ସସ୍ମିତ ପାତ୍ର ପ୍ରକାଶ କରିଛନ୍ତି ।
କରୋନା ମୁକାବିଲାର ମଧ୍ୟବର୍ତ୍ତୀ ସ୍ଥିତିରେ ରହିଥିବା ବେଳେ ବିଜେପି ନେତାଙ୍କ ଏଭଳି ହୀନ ରାଜନୀତି ଗ୍ରହଣୀୟ ନୁହେଁ । ଓଡିଶାର ଅସ୍ଥାୟୀ ମେଡିକାଲ କେନ୍ଦ୍ର (ଟିଏମ୍ସି) ରଣନୀତି ଯାହାକି ଦେଶର ଅନ୍ୟ କୌଣସି ରାଜ୍ୟ ଆପଣେଇ ନାହାନ୍ତି । ଓଡିଶାର ଏହି ଅନନ୍ୟ ପଦକ୍ଷେପ କାରଣରୁ କରୋନା ମୁକାବିଲାରେ ରାଜ୍ୟ ଅନ୍ୟ ମାନଙ୍କଠାରୁ ଆଗୁଆ ରହିଛି । ଓଡିଶା ବ୍ୟତିତ ଦେଶର ଅନ୍ୟ କୌଣସି ରାଜ୍ୟରେ ଏହି ବ୍ୟବସ୍ଥା ହୋଇନାହିଁ ବୋଲି ଶ୍ରୀ ପାତ୍ର ମତ ଦେଇଛନ୍ତି ।
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ ଏହି 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ପକ୍ଷରୁ ଟ୍ବିଟ୍ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ 4 ଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି । ସତ୍ୟନଗରରୁ ଚିହ୍ନଟ 36 ବର୍ଷୀୟ ପୁରୁଷ ଏବଂ ନିରାଙ୍କରୀ ନଗରରୁ ଚିହ୍ନଟ ପୁରୁଷଙ୍କର ଦିଲ୍ଲୀ ଯାତ୍ରାର ଇତିହାସ ରହିଛି । ପଟିଆର ଶ୍ରୀବିହାରରୁ ଚିହ୍ନଟ ହୋଇଥିବା 25 ବର୍ଷୀୟ ମହିଳା ପୂର୍ବରୁ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଡୁମଡୁମାର ଏଚ୍ବି କଲୋନୀରୁ ଚିହ୍ନଟ 37 ବର୍ଷୀୟ ପୁରୁଷ ମଧ୍ୟ ଅନ୍ୟ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେହିପରି 24 ବର୍ଷୀୟ ଅନ୍ୟ ପୁରୁଷ ଆକ୍ରାନ୍ତ ଜଣ କେନ୍ଦ୍ର ସରକାରଙ୍କ ଅଧୀନରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟରତ ।
ନୂଆଦିଲ୍ଲୀ : ଗୁଜରାଟରେ ବିଜେପି ସରକାରକୁ ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ଗୁଜରାଟ ବିଜେପିକୁ ଆକ୍ରମଣ କରିଛନ୍ତି ରାହୁଲ । ଦେଶରେ ଗୁଜରାଟ ମଡେଲକୁ ଉପସ୍ଥାପନ କରୁଥିବା ଲୋକ ରୋଗ ନିୟନ୍ତ୍ରଣରେ ଏହି ମଡେଲର ବିଫଳତାକୁ ମଧ୍ୟ ନଜରରେ ରଖନ୍ତୁ ବୋଲି ରାହୁଲ ଟ୍ବିଟ୍ କରିଛନ୍ତି । ଗୁଜରାଟରେ କରୋନା ମୃତ୍ୟୁ ହାର 6.25 ପ୍ରତିଶତ ରହିଥିବା ବେଳେ, ମହାରାଷ୍ଟ୍ରରେ 3.73 ପ୍ରତିଶତ, ରାଜସ୍ଥାନରେ 2.32, ପଞ୍ଜାବ 2.17, ପୁଡୁଚେରୀରେ 1.98, ଝାରଖଣ୍ଡରେ 0.5 ଏବଂ ଛତିଶଗଡରେ 0.35 ପ୍ରତିଶତ ରହିଛି । ଏହି ସମସ୍ତ ରାଜ୍ୟ ମାନଙ୍କ ସମ୍ମୁଖରେ ଗୁଜରାଟ ମଡେଲର ମୁଖା ଖୋଲି ଯାଇଛି ବୋଲି ରାହୁଲ ଟ୍ବିଟ୍ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗୁଜରାଟରେ ସମୁଦାୟ 24,055 ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 1505ରେ ପହଞ୍ଚିଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ଭୟଙ୍କର ରୂପ ନେଉଥିବା ବେଳେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଜ୍ବର ଏବଂ ଶ୍ବାସକ୍ରିୟାରେ ସମସ୍ୟା କାରଣରୁ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଜୈନଙ୍କ ଆରୋଗ୍ୟ କାମନା କରିଥିଲେ । ଆଜି ଦ୍ବିପ୍ରହରରେ ଜୈନ୍ଙ୍କ ସ୍ବାବ୍ ଟେଷ୍ଟ ରିପୋର୍ଟ ଆସିଥିବା ବେଳେ ଏହା ନେଗେଟିଭ୍ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 42 ହଜାର ରହିଛି । ମହାରାଷ୍ଟ୍ର ଏବଂ ତାମିଲନାଡୁ ପଛକୁ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି । (ଏଜେନ୍ସି)
ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 108 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 108 ଜଣଙ୍କ ମଧ୍ୟରୁ 95 ଜଣ କ୍ବାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟୁ ହୋଇଥିବା ବେଳେ 13 ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଏହା ସହିତ ପଶ୍ଚିମବଙ୍ଗ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିବା ଅଗ୍ନିଶମ ଅଧିକାରୀଙ୍କ ମଧ୍ୟରୁ 16 ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ମାଲକାନଗିରିରୁ ସର୍ବାଧିକ 21 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝରରୁ 5, ଖୋର୍ଦ୍ଧାରୁ 7, କେନ୍ଦ୍ରାପଡାରୁ 9 ଏବଂ ଅନୁଗୁଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରରୁ 4, କଟକରୁ 1, ଜଗତସିଂହପୁରରୁ 9, ଗଞ୍ଜାମରୁ 8, ପୁରୀରୁ 15, ଗଜପତିରୁ 7, ସୁନ୍ଦରଗଡରୁ 2, କଳାହାଣ୍ଡି ଏବଂ ବଲାଙ୍ଗୀରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହା ସହିତ ଆମ୍ପାନ ପରବର୍ତ୍ତୀ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ଅଗ୍ନିଶମ ଅଧିକାରୀଙ୍କ ମଧ୍ୟରୁ ଆଜି 16 ଜଣ ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 4271ରେ ପହଞ୍ଚିଥିବା ବେଳେ ଏହା ମଧ୍ୟରୁ 2854 ଜଣ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 10667 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 9900 ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 325 ଜଣ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 43 ହଜାର 91 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ମଧ୍ୟରୁ 180012 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 9900 ଜଣଙ୍କର ପରଲୋକ ଘଟିଛି । ଦେଶରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 153178 ରହିଛି ।
କେଦାର ମିଶ୍ର
ବସ ଚାଲୁଛି, ହେଲେ ଲୋକ ବସରେ ବସିବାକୁ ଭୟ କରୁଛନ୍ତି। ଦୋକାନ ଖୋଲିଛି, ହେଲେ ଅତ୍ୟାବଶ୍ୟକ ନ ପଡିଲେ, କେହି ଦୋକାନକୁ ଯାଉ ନାହାନ୍ତି। କେହି କେହି କହିପାରନ୍ତି, ରଜ ସମୟରେ ବଜାର ଏତେ ଭିଡ ହେଲା ଯେ ସରକାର ବାଧ୍ୟ ହୋଇ ଭୁବନେଶ୍ବରର ମୁଖ୍ୟ ବଜାରକୁ ସିଲ କରିଦେଲେ। ତେବେ ଏ ଭିଡ ବି ଭୟ ଯୋଗୁଁ। କାଳେ ଆଗକୁ ଦୋକାନ ନ ଖୋଲିବ, କାଳେ ପୁଅ ଝିଅ ନୂଆ ଲୁଗା ଖଣ୍ଡେ ପିନ୍ଧିପାରିବେନି, ସେଇ ଆଶଙ୍କାରୁ ଏ ଭିଡ। ବଜାରକୁ ବାହାରିବା ଆଗରୁ ଲୋକଙ୍କ ଭିତରେ କରୋନା ଭୟ ଠୁ ବେଶୀ ଭୟ ପୋଲିସକୁ। ଏବେ ପୋଲିସ ବାବୁମାନେ ସବୁଠି ହାତରେ ଚାଲାଣ ଧରି ଠିଆ ହୋଇଛନ୍ତି। ଭଲକି ମୁଖା ବାନ୍ଧି ନାହାନ୍ତି ତ ଜରିମାନା ଦିଅନ୍ତୁ। ରାସ୍ତାରେ ପାନ ଖାଇ ଚାଲୁଛନ୍ତି ତ, ଜରିମାନା ଦିଅନ୍ତୁ। ଦୋକାନୀ ପାଖରୁ ବରା ସିଙ୍ଗଡା କିଣି ଖାଉଛନ୍ତି ତ ଜରିମାନା, ଦୋକାନରେ ୫ ରୁ ଅଧିକ ଗରାଖ ରହିଲେ ଜରିମାନା, ବରଯାତ୍ରୀରେ ୨୦ ରୁ ୨୧ ଲୋକ ହୋଇଗଲେ ଜରିମାନା। ଏମିତି ସାରା ଦେଶରେ ଏବେ ଜରିମାନା ରାଜ ଚାଲିଛି। ତେଣୁ କରୋନା ଅପେକ୍ଷା ଏବେ ସରକାର ଓ ପୋଲିସକୁ ଲୋକଙ୍କର ସବୁଠୁ ବେଶୀ ଭୟ।
ଏ ଭୟକୁ ଅମଲାତନ୍ତ୍ର ଏକ ସକାରାତ୍ମକ ଅନୁଭବ ବୋଲି ଭାବୁଛନ୍ତି। ବାସ୍ତବରେ ଏହା କିନ୍ତୁ, ଗୋଟେ ଗଣତାନ୍ତ୍ରିକ ଦେଶରେ ସବୁଠୁ ବଡ ବିଡମ୍ବନା।ଆମେ ଏକ ସଂକ୍ରାମକ ରୋଗ ସହିତ ଲଢୁଛୁ। ତେବେ ଏ ଲଢେଇରେ ନାଗରିକ ଏବେ ପ୍ରଜା ପାଲଟି ଯାଉଛି। ଲୋକଙ୍କର ନିଜସ୍ଵ ଅଧିକାର ବୋଲି କିଛି ନାହିଁ। ସ୍ଵାଧୀନତା ସତେ ଯେମିତି ଏକ ଅନାବଶ୍ୟକ ଶବ୍ଦ। ସବୁଠୁ ମଜାର କଥା ହେଉଛି, ଆମ ଖବର କାଗଜ ଓ ଖବର ଚାନେଲ ଗୁଡିକ ଏବେ ପ୍ରତିଦିନ ଲୋକଙ୍କୁ ଗାଳି କରି ଖବର ବାହାର କରିବାରେ ବଡ ଗର୍ବିତ ଅନୁଭବ କରୁଛନ୍ତି। “ସାମାଜିକ ଦୂରତା ନିୟମର ଧଜ୍ଜିଆ ଉଡିଲା”, “ବଜାରରେ ଅମାନିଆଁଙ୍କ ଭିଡ”, “ଲୋକଙ୍କ ମନରୁ କରୋନା ଭୟ ଗାୟବ” ଭଳି ବିଚିତ୍ର ଖବର ସବୁ ଆମେ ଏବେ ପଢୁଛୁ। ଭାରତର ଜନସଂଖ୍ୟା ତୁଳନାରେ ବଜାରର ଆକାର କେତେ ଯେ ଏଠି ବଜାରରେ ଭିଡ ହେବ ନାହିଁ। ଲକ ଡାଉନର ସାଢେ ତିନି ମାସ ପରେ ଆଜି ମଧ୍ୟ ପୁରା ବଜାର ଖୋଲି ନାହିଁ। ଯେତିକି ବଜାର ଖୋଲିଛି, ସେଥିରେ ଭିଡ ହେବା ସ୍ଵାଭାବିକ। ତା ପରେ ବଜାରରେ ଭିଡ ବଢାଇବାରେ ସରକାର ନିଜେ କିଛି କମ ଦାୟୀ ନୁହନ୍ତି।
ଓଡିଶାରେ କାର୍ୟ ଦିବସ ଗୁଡିକରେ ସନ୍ଧ୍ଯା ସାଢେ ୬ ଟାରୁ ବଜାର ବନ୍ଦ ହେଉଛି। ଅଫିସ ରୁ ଫେରି ଲୋକେ କିଣାକିଣି କରିବାକୁ ବାଧ୍ୟ। ଦିନ ସାରା ବଜାର ଫାଙ୍କା ରହୁଥିବା ବେଳେ ୫ ରୁ ୬.୩୦ ଯାଏ କିଛିଟା ଗହଳି ରହୁଛି। କେଉଁ ଯୁକ୍ତିରେ ଓ କାହିଁକି ଓଡିଶା ସରକାର ସନ୍ଧ୍ଯା ୭ ରୁ କର୍ଫ୍ଯୁ ଲାଗୁ କରିଛନ୍ତି, ତାହା ଏବେ ବି ବୁଝା ପଡୁନାହିଁ। ଓଡିଶାରେ ପୂରା ବଜାର ବ୍ୟବସ୍ଥା ପଙ୍ଗୁ ହୋଇ ସରିଛି। ପୋଲିସ ଭୟରେ କୌଣସି ବ୍ୟବସାୟୀ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ବଜାର ବ୍ୟବସ୍ଥା ସ୍ଵାଭାବିକ ନ ହେଲେ କେବଳ ଅର୍ଥନୀତି ରେ ସଙ୍କଟ ସୃଷ୍ଟି ହେବନାହିଁ, ଏହା କରୋନା ସଂକ୍ରମଣକୁ ମଧ୍ୟ ଅଧିକ ବ୍ୟାପକ କରିବ। ଅଳ୍ପ ସମୟ ବଜାର ଖୋଲିଲେ ଅଧିକ ଭିଡ ବଢିବା ସ୍ଵାଭାବିକ।
ସପ୍ତାହାନ୍ତ ଶଟ ଡାଉନ ପୂର୍ବରୁ ଓ ପରେ ବଜାରରେ ଯେଉଁ ଭିଡ ଦେଖା ଯାଉଛି, ସେ କଥା ସରକାର ଦେଖି ପାରୁନାହାନ୍ତି କି? ଏ ଭିଡର କାରଣ ଅତ୍ୟନ୍ତ ସ୍ପଷ୍ଟ। ବଜାରରେ ସାମାଜିକ ଦୂରତ୍ଵ ନିୟମ ଲାଗୁ କରିବାକୁ ହେଲେ ବଜାର ସମୟକୁ ଅଧିକ ବଢାଇବାକୁ ପଡିବ। ଆବଶ୍ୟକ ସ୍ଥଳେ ୨୪ ଘଣ୍ଟିଆ ବଜାର କଥା ମଧ୍ୟ ଚିନ୍ତା କରା ଯାଇପାରେ। ଏକ ଅସ୍ଵାଭାବିକ ବାତାବରଣ ଓ କଟକଣା ଯୋଗୁଁ ବଜାରରେ ଭିଡ ବଢୁଛି।
କରୋନା ସଂକ୍ରମଣ ର ଭବିଷ୍ୟତ ଏବେ ଘୋର ଅନ୍ଧାରରେ। ପୂର୍ବରୁ ଜୁନ-ଜୁଲାଇ ମାସରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ବୋଲି କୁହା ଯାଉଥିଲା। ଏବେ ପୂରା ବର୍ଷ ସଂକ୍ରମଣ ଜାରି ରହିବ ଓ ନଭେମ୍ବର ମାସ ବେଳକୁ ଯାଇ ଏହା ଶୀର୍ଷରେ ପହଞ୍ଚିବ ବୋଲି କୁହା ଗଲାଣି। ଏହାର ଅର୍ଥ ହେଉଛି,ପୂରା ଗୋଟିଏ ବର୍ଷ ଆମର ସବୁକିଛି ଅସ୍ଵାଭାବିକ ଭାବରେ ବନ୍ଦ ହୋଇ ପଡି ରହିବ। ଏ ପ୍ରକାର ସ୍ଥିତିରେ ଜୀବନକୁ ସ୍ଵାଭାବିକ କରିବା ଜରୁରୀ। ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ମନରେ ଏମିତି ଭୟ ତିଆରି କରିଛନ୍ତି ଯେ, ଏହାର ପ୍ରଭାବରେ ଜୀବନ ପୂରାପୂରି ଅଚଳ ହୋଇ ପଡିଛି। ଲୋକେ ଏବେ ନିଜ ଛାଇ କୁ ମଧ୍ୟ ଅବିଶ୍ଵାସ କଲେଣି। କରୋନା ଆକ୍ରାନ୍ତଙ୍କୁ ପରମାଣୁ ବୋମାଠୁ ଅଧିକ ଭୟଙ୍କର ବୋଲି ଏକ ଧାରଣା ଲୋକଙ୍କ ଭିତରେ ପଶିଯାଇଛି। କେବଳ ଆକ୍ରାନ୍ତ ନୁହନ୍ତି, ପ୍ରବାସୀ ଏବଂ ସାଧାରଣ ଗରିବ ଲୋକଙ୍କୁ ମଧ୍ୟ ଲୋକେ ଡରିବା ଆରମ୍ଭ କରିଛନ୍ତି। ଏହି ଡର ର ପ୍ରତିକ୍ରିୟା ରେ ଘୃଣା ଓ ସାମାଜିକ ବିଭାଜନ ମଧ୍ୟ ବଢୁଛି। ଘୃଣା ଏବଂସାମାଜିକ ବିଭାଜନର ପରିଣତି କରୋନା ଭୂତାଣୁଠାରୁ ମଧ୍ୟ ଭୟଙ୍କର ହେବାକୁ ଯାଉଛି।
ସରକାର ନିଜେ ଏଇ ଭୟ ତିଆରି କରିଛନ୍ତି, ତେଣୁ ଏ ଭୟ ଯିବ କେମିତି, ତାର ବାଟ ସରକାରଙ୍କୁ ଇ ଖୋଜିବାକୁ ପଡିବ।
ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂପୁରରୁ 4 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । ତିର୍ତ୍ତୋଲ ବ୍ଲକରୁ ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲିକୁଦା ଏବଂ ନାଉଗାଁରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚାରି ଜଣ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି । ତିର୍ତ୍ତୋଲର ଦୁଇ ଆକ୍ରାନ୍ତ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଫେରନ୍ତା ହୋଇଥିବା ବେଳେ ବାଲିକୁଦାର ଆକ୍ରାନ୍ତ ଜଣକ ଉତ୍ତର ପ୍ରଦେଶରୁ ଏବଂ ନାଉଗାଁ ଆକ୍ରାନ୍ତ ଜଣକ ହରିୟାଣାରୁ ଫେରିଥିଲେ । 4 ଆକ୍ରାନ୍ତଙ୍କ ମଧ୍ୟରୁ 3 ଜଣ ଲକ୍ଷଣ ବିହୀନ ଥିବା ବେଳେ ଜଣଙ୍କ ଠାରେ ରୋଗର ଲକ୍ଷଣ ରହିଥିଲା । ସମସ୍ତ 4 ଆକ୍ରାନ୍ତ ଟିଏମ୍ସିରୁ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 158ରେ ପହଞ୍ଚିଛି । ଏହା ମଧ୍ୟରୁ 86 ଜଣ ସୁସ୍ଥ ହୋଇଥିବା ବେଳେ 72 ଜଣ ସକ୍ରୀୟ ଆକ୍ରାନ୍ତ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ତିର୍ତ୍ତୋଲ ବ୍ଲକରୁ ବାହାରିଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଇବ୍ରିସିଂ ପଞ୍ଚାୟତର ହୋଇଥିବା ବେଳେ ଅନ୍ୟଜଣେ କୃଷ୍ଣାନନ୍ଦପୁର ପଞ୍ଚାୟତର ବୋଲି ଜଣାପଡିଛି ।
ଭୁବନେଶ୍ବର : ରାଜ୍ୟରେ ଆଉ 146 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ସର୍ବାଧିକ 26 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ 23, ଗଞ୍ଜାମରୁ 18, ମୟୁରଭଞ୍ଜରୁ 13, ଗଜପତିରୁ 12, ଭଦ୍ରକ ଓ ବଲାଙ୍ଗୀରରୁ 11 ଜଣ, କନ୍ଧମାଳ,କୋରାପୁଟ ଓ ରାୟଗଡାରୁ 5 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଳାହାଣ୍ଡିରୁ 4 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଯାଜପୁର ଓ ନୟାଗଡରୁ 3 ଜଣ ଲେଖାଏଁ, ଢେଙ୍କାନାଳ, ନୂଆପଡା ଷଓ ପୁରୀରୁ 2 ଜଣ ଲେଖାଏଁ ଏବଂ ଜଗତସିଂହପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 2854ରେ ପହଞ୍ଚିଛି ।
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ଆଜି ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 5 ଆକ୍ରାନ୍ତଙ୍କ ମଧ୍ୟରୁ 3 ଜଣ ହୋମ୍ କ୍ବାରେଣ୍ଟିନ୍ରେ ରହିଥିବା ବେଳେ 2 ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଚିହ୍ନଟ ହୋଇଥିବା ଦୁଇ ସ୍ଥାନୀୟ ଆକ୍ରାନ୍ତ ହେଉଛନ୍ତି ମହିଳା । ନୟାପଲ୍ଲୀ ବେହେରା ସାହିର ଜଣେ 37 ବର୍ଷୀୟ ମହିଳା ରହିଥିବା ବେଳେ ଅନ୍ୟ ଜଣେ 28 ବର୍ଷୀୟା ମହିଳା ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ । ସେହିପରି ହୋମ୍ କ୍ବାରେଣ୍ଟିନ୍ରେ ରହିଥିବା 3 ଜଣ ଚିନ୍ତାମଣିଶ୍ବର, ପଟିଆ ଏବଂ କୋଳଥିଆର ବୋଲି ଜଣାପଡିଛି । 5 ଜଣଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 127ରେ ପହଞ୍ଚିଛି ।