Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଝାରସୁଗୁଡାରେ 5 ବର୍ଷର ଶିଶୁ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଝାରସୁଗୁଡାରୁ ଜଣେ 5 ବର୍ଷୀୟ ଶିଶୁ କରୋନା ଦ୍ବାରା ଆକ୍ରାନ୍ତ ହୋଇଛି । ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଏହି ସୂଚନା ପ୍ରଦାନ କରିଛନ୍ତି । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଏହି ଆକ୍ରାନ୍ତ ଜଣକ ରହିଥିଲେ । ଆକ୍ରାନ୍ତ ଜଣକ ମଙ୍ଗଳ ବଜାର ଅଞ୍ଚଳର ବୋଲି ଜଣାପଡିଛି । ବାହାର ରାଜ୍ୟରୁ ଆସିବା ପରେ ପରିବାର ସହିତ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ ଏହି ଶିଶୁ ଜଣକ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁମଦାୟ 1189 ଜଣ ଆକ୍ରାନ୍ତ ରହିଥିବା ବେଳେ 439 ଜଣ ସୁସ୍ଥ ହୋଇଛନ୍ତି ଏବଂ 7 ଜଣଙ୍କର ପ୍ରାଣହାନି ଘଟିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ 50 କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଉ 50 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍‌ କରାଯାଇ ସୂଚନା ପ୍ରଦାନ କରାଯାଇଛି । ନୂତନ 50 ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 393ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 22 ଜଣ ଆକ୍ରାନ୍ତ ରହିଥିବା ବେଳେ 15 ଜଣ ବାଲେଶ୍ବରୁ ଏବଂ 5 ଜଣ ଭଦ୍ରକରୁ ରହିଛନ୍ତି । ଯାଜପୁର ଏବଂ ବୌଦ୍ଧରୁ 3 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୁରଭଞ୍ଜ ଏବଂ ରାଉରକେଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1103 ଛୁଇଁଥିବା ବେଳେ ତନ୍ମଧ୍ୟରୁ 393 ଜଣ ସୁସ୍ଥ ହୋଇଛନ୍ତି ଏବଂ 7 ଜଣ ପ୍ରାଣ ହରାଇଛନ୍ତି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଋଷରେ ବିଶ୍ବର ଦ୍ବିତୀୟ ସର୍ବାଧିକ କରୋନା ସଂକ୍ରମିତ : ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ ଅତିକ୍ରମ କଲା

ମସ୍କୋ : ସମଗ୍ର ବିଶ୍ବରେ ବ୍ୟାପିଥିବା କରୋନା ଭାଇରସ୍‌ ଦ୍ବାରା ଆମେରିକାରେ ସର୍ବାଧିକ ଆକ୍ରାନ୍ତ ରହିଥିବା ବେଳେ ଋଷ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ଋଷରେ ସମୁଦାୟ ଆକ୍ରାନ୍ତଙ୍କ 308705 ରହିଥିବା ବେଳେ ଏହା ମଧ୍ୟରୁ 85 ହଜାର 392 ଜଣ ସୁସ୍ଥ ହୋଇଛନ୍ତି । ଏହା ମଧ୍ୟରୁ 2792 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 220341 ରହିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟାରେ ସ୍ପେନ୍‌କୁ ଅତିକ୍ରମ କରିଛି ବ୍ରାଜିଲ । ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 279000 ରହିଥିବା ବ୍ରାଜିଲ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 293357ରେ ପହଞ୍ଚିଛି । ଗୋଟିଏ ଦିନରେ 17151 ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସ୍ପେନ୍‌କୁ ପଛରେ ପକାଇଛି ବ୍ରାଜିଲ୍‌ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତରେ କରୋନା ମୃତ୍ୟୁ ହାର ୦.୨ ପ୍ରତିଶତ : ଆରୋଗ୍ୟ ହାର ୩୯ ଛୁଇଁଲା

ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨,୩୫୦ ଜଣ କୋଭିଡ-୧୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩୯,୧୭୪ରେ ପହଞ୍ଚିଛି। ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୩୮.୭୩ ପ୍ରତିଶତ ରହିଛି। ଆରୋଗ୍ୟ ହାର ନିୟମିତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ଦେଶରେ ୫୮,୮୦୨ ସକ୍ରିୟ ସଂକ୍ରମିତ ଅଛନ୍ତି। ଏମାନେ ସମସ୍ତେ ସକ୍ରିୟ ଡାକ୍ତରୀ ଚିକିତ୍ସାରେ ରହିଛନ୍ତି। ଏଥିମଧ୍ୟରୁ ମାତ୍ର ଆନୁମାନିକ ୨.୯% ରୋଗୀ ଆଇସିୟୁରେ ଅଛନ୍ତି। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଭାରତରେ ମାତ୍ର ୦.୨ ପ୍ରତିଶତ ମୃତ୍ୟୁହାର ରହିଛି। ଏହା ତୁଳନାରେ ସାରା ବିଶ୍ବରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ମୃତ୍ୟୁହାର ୪.୧ ପ୍ରତିଶତ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିର ୧୧ ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ଜିଲ୍ଲା ପ୍ରଶାସନ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଳାରୁ ଆଜି ଚିହ୍ନଟ ହୋଇଥିବା ୧୧ ଜଣ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ଜାରି କରିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ। ନୂତନ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ପ୍ରବାସୀ ଓଡିଆ ହୋଇଥିବା ବେଳେ ଜଣେ ଜୀବିକା ମିଶନ କର୍ମୀ ରହିଛନ୍ତି। ଏହି ୧୦ ଜଣ ପ୍ରବାସୀ ଦୁଇଟି ପୃଥକ କ୍ବାରେଣ୍ଟିନ୍‌ ସେଣ୍ଟରରେ ଅବସ୍ଥାନ କରୁଥିଲେ। ଭବାନୀପାଟଣାର ଶଗଡା ସଙ୍ଗରୋଧ କେନ୍ଦ୍ରରେ ୪ ଜଣ ଏବଂ ଲାଞ୍ଜିଗଡ ବ୍ଲକ୍‌ ଅନ୍ତର୍ଗତ ବସନ୍ତପଡା ସଙ୍ଗରୋଧ କେନ୍ଦ୍ରରେ ଅନ୍ୟ ୬ ଜଣ ପ୍ରବାସୀ ଅବସ୍ଥାନ କରୁଥିଲେ। ଆକ୍ରାନ୍ତ ୧୦ ପ୍ରବାସୀଙ୍କ ମଧ୍ୟରୁ ୮ ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ଛତିଶଗଡ ଓ ଗୁଜରାଟରୁ ଜଣେ ଲେଖାଏଁ ପ୍ରବାସୀ ରହିଛନ୍ତି। ପ୍ରବାସୀଙ୍କ ବ୍ୟତିତ ଚିହ୍ନଟ ହୋଇଥିବା ଅନ୍ୟ ଜଣେ ଆକ୍ରାନ୍ତ ହେଉଛନ୍ତି ବସନ୍ତପଡା ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଜୀବିକା ମିଶନ କର୍ମୀ। ସମସ୍ତ ଆକ୍ରାନ୍ତ ୧୪ ତାରିଖ ଦିନ କଳାହାଣ୍ଡିକୁ ଫେରିଥିବା ନେଇ ଜିଲ୍ଳାପା ପରାଗ ହର୍ଷଦ ଗଭାଲି ସୂଚନା ଦେଇଛନ୍ତି। ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ୧୫୭୩୬ ଜଣ ପ୍ରବାସୀ ଫେରିଥିବା ବେଳେ ଆଗାମୀ ଦିନରେ ଆହୁରି ପ୍ରବାସୀ ଫେରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୁଚନା ଦିଆଯାଇଛି।  ୩୬ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ୨୩ ଜଣ, ଯାଜପୁରରୁ ୫, ମୟୂରଭଞ୍ଜରୁ ୩, ପୁରୀ ଓ ଭଦ୍ରକରୁ ୨ ଜଣ ଲେଖାଏ ଏବଂ ରାଉରକେଲାରୁ ଜଣେ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୪୩ରେ ପହଞ୍ଚିଛି।

ଆଜି ସକାଳେ ରାଜ୍ୟରେ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହେବ ପରେ ରାଜ୍ୟରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା  ୬କୁ ବୃଦ୍ଧି ହୋଇଛି।  ତେବେ ଆଜି ଅପରାହ୍ନରେ କଳାହାଣ୍ଡିରୁ ନୂତନ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ୧୧ ପଜିଟିଭ ଚିହ୍ନଟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରୁ ନୂତନ ୧୧ ପଜିଟିଭ ବାହାରିଥିବାର ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ। ଏଇ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ବାହାର ରାଜ୍ୟ ଫେରନ୍ତା ବୋଲି ସୂଚନା ରହିଛି। ୧୦ ଜଣ ମହାରାଷ୍ଟ୍ର,  ଗୁଜୁରାଟ, ଛାତିଶଗଡରୁ ଫେରିଥିବା ବେଳେ  ସମସ୍ତ ୧୦ ଜଣ  କ୍ଵାରେଣ୍ଟିନରେ ଥିଲେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଅନ୍ୟ ଆକ୍ରାନ୍ତ ଜଣକ କ୍ଵାରେଣ୍ଟିନ କେନ୍ଦ୍ରର ଜଣେ ସୁପରଭାଇଜାର ବୋଲି ସୂଚନା ରହିଛି। ପୂର୍ବରୁ କଳାହାଣ୍ଡିରେ ୨ ଜଣ ପଜିଟିଭ ରହିଥିଲେ। ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବମୋଟ ୧୩ରେ ପହଞ୍ଚିଥିବା ବେଳେ ପୂର୍ବ ୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ଜିଲ୍ଲାରେ ୧୧ଟି ସକ୍ରିୟ ମାମଲା ରହିଛି।

ସୂଚନା ଯୋଗ୍ୟ  ଆଜି ସକାଳେ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ। କଳାହାଣ୍ଡିର ନୂତନ ୧୧କୁ ମିଶାଇ ଆଜି ଗୋଟିଏ ଦିନରେ ଏପର୍ଯ୍ୟନ୍ତ ୮୫ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି।

Categories
ଆଜିର ଖବର ଜାତୀୟ ଖବର

ଗତ ୨୪ ଘଣ୍ଟାରେ ଦେଶରେ ୧୪୦ ମୃତ୍ୟୁ: ମୃତ୍ୟୁ ସଂଖ୍ୟା ୩ ହଜାର ୩୦୩କୁ ବୃଦ୍ଧି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦେଶରେ ଲକ ଡାଉନ ଜାରି ରହିଥିବା ସତ୍ତ୍ୱେ ଦେଶରେ କରୋନା ସଂଖ୍ୟା କମିବାର  ନା ଧରୁନାହିଁ।  ଦେଶରେ କରୋନା ଯୋଗୁଁ ମୃତ୍ୟୁ  ସଂଖ୍ୟା ୩ ହଜାର ୩୦୩କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ମାରାତ୍ମକ କରୋନା ଯୋଗୁଁ  ଏବେ ସୁଦ୍ଧା ଦେଶରେ ୧ ଲକ୍ଷ ୬ ହଜାର ୭୫୯ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୬୧ ହଜାର ୧୪୯ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୪୨ ହଜାର ୨୯୭ ଜଣ।

ବିଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୬୧୧ ଜଣ  ଆକ୍ରାନ୍ତ ହୋଇଥିବା ବେଳେ ୧୪୦ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି। ଭାରତରେ ଗୋଟିଏ ଦିନରେ ଏହା ସର୍ବାଧିକ ଆକ୍ରାନ୍ତ।

ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ ୩୭ ହଜାର ୧୩୬ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ୧୩୨୫ ଜଣକର ମୃତ୍ୟୁ ହୋଇଛି। ସେହିପରି ଗୁଜୁରାଟରେ ୭୧୯, ମଧ୍ୟପ୍ରଦେଶରେ ୨୫୮,  ପଶ୍ଚିମବଙ୍ଗରେ ୨୫୦  ଜଣ ରାଜସ୍ଥାନରେ ୧୪୩, ଦିଲ୍ଲୀରେ ୧୬୮, ଉତ୍ତରପ୍ରଦେଶ ରେ ୧୨୩, ତାମିଲନାଡୁରେ ୮୪, ଆନ୍ଧ୍ରପ୍ରଦେଶ ରେ ୫୨, ତେଲେଙ୍ଗାନା ରେ ୩୮, କର୍ନାଟକ ରେ ୪୦, ପଞ୍ଜାବରେ ୩୮, ଜାମ୍ମୁକାଶ୍ମୀରରେ ୧୭, ହରିୟଣାରେ ୧୪, ବିହାରରେ ୯, କେରଳରେ ୪, ଝାରଖଣ୍ଡରେ ୩, ଓଡିଶାରେ ୬, ଚଣ୍ଡୀଗଡ଼ରେ ୩, ହିମାଚଳ ପ୍ରଦେଶରେ ୩, ଆସାମରେ ୪ ଓ ମେଘାଳୟରେ ଜଣଙ୍କର  ମୃତ୍ୟୁ ହୋଇଛି।

 

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ନୂତନ 74 ପଜିଟିଭ ଚିହ୍ନଟ, ମାଲକାନଗିରିକୁ ଛୁଇଁଲା କୋରୋନା

ଭୁବନେଶ୍ବର: ରାଜ୍ୟରେ ଆଉ 74 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ 74 ଜଣ ଆକ୍ରାନ୍ତଙ୍କ ମଧ୍ୟରେ  ବୌଦ୍ଧରୁ ସର୍ବାଧିକ 28, ଗଞ୍ଜାମରୁ 6, ଖୋର୍ଦ୍ଧାରୁ 7, ପୁରୀ ରୁ 11, କଟକ ରୁ 9, ଯାଜପୁରରୁ 6, କେନ୍ଦ୍ରପଡା ରୁ 2, ମାଲକାନଗିରି ରୁ 2, ବାଲେସୋର ରୁ 1, ଢେଙ୍କାନାଳ ରୁ 1 ଓ କନ୍ଧମାଳରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତ କୁ ମିଶାଇ  ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1052କୁ ବୃଦ୍ଧି ହୋଇଛି। ରାଜ୍ୟ ରେ  ଆକ୍ଟିଭ୍‌ କେସ୍‌ 739 ରହିଥିବା ବେଳେ  307 ଜଣ ସୁସ୍ଥ ହୋଇଛନ୍ତି। ସେହିପରି 6 ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି,।  ଆଜି ମାଲକାନଗିରି ଜିଲ୍ଲାକୁ  ଛୁଇଁଛି କରୋନା ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପୁଣି ଆଉ ଏକ ମୁଣ୍ଡ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ଯୋଗୁ ଆଉ ଜଣକର ମୃତ୍ୟୁ ହୋଇଛି।  ମୃତକ ଜଣକ ଖୋର୍ଦ୍ଧାର ହୋଇଥିବା ବେଳେ ତାଙ୍କ ବୟସ ୭୦ ବର୍ଷ ବୋଲି ଜଣା ପଡିଛି। ଏବେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬ କୁ ବୃଦ୍ଧି ହୋଇଛି। ଗତକାଲି କଟକ ରୁ ଜଣକ ର ମୃତ୍ୟୁ ହୋଇଥିବା ବେଳେ ଆଜି ଖୋର୍ଦ୍ଧାରୁ ଜଣକର ମୃତ୍ୟୁ ହୋଇଛି। ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲା ରୁ ୭ ଜଣ ନୂତନ ପୋଜିଟିଭ ଜଣା ପଡିଛନ୍ତି। ଏବେ ରାଜ୍ୟରେ ସର୍ବମୋଟ ଆକ୍ରାନ୍ତ  ସଂଖ୍ୟା ୧୦୫୨ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ପ୍ରଭାବିତ ପରିବାରର ଶିକ୍ଷାଖର୍ଚ୍ଚ ବହନ କରନ୍ତୁ ସରକାର : ଏଆଇଏସଏଫ୍‌

ଭୁବନେଶ୍ବର : କରୋନା ପ୍ରଭାବରେ ଦେଶବ୍ୟାପୀ ଲୋକ ପ୍ରଭାବିତ ହୋଇଥିବା ବେଳେ ଏହା ଦ୍ବାରା ପ୍ରଭାବିତ ଲୋକଙ୍କ ଶିକ୍ଷା ଖର୍ଚ୍ଚ ସରକାର ଭରଣା କରିବା ପାଇଁ ଏଆଇଏସଏଫ୍‌ ପକ୍ଷରୁ ଦାବି କରାଯାଇଛି । ଏହି ପ୍ରସଙ୍ଗରେ ଆଜି ଭୁବନେଶ୍ବରରେ ଏକ ପ୍ରଦର୍ଶନ କରାଯାଇଛି । ବିବେକ କୃଷ୍ଣାଙ୍କ ନେତୃତ୍ବରେ ଏଆଇଏସଏଫ୍‌ କର୍ମୀ ମାନେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର କରୋନା ପ୍ରଭାବିତ ପରିବାରର ଶିକ୍ଷା ଖର୍ଚ୍ଚ ବହନ କରିବା ସହିତ ଆସନ୍ତା ଶିକ୍ଷାବର୍ଷ ପାଇଁ କାର୍ଯ୍ୟସୂଚୀ ପ୍ରଣୟନ କରିବାର ଦାବି କରାଯାଇଥିଲା ।

ରାଜ୍ୟରେ ଖାଲି ପଡିଥିବା ଶିକ୍ଷକ ଓ ଅଧ୍ୟାପକ ପଦବୀ ପୂରଣ କରିବା ସହିତ ତୁରନ୍ତ ସ୍ଥାୟୀ ନିଯୁକ୍ତି ଏବଂ କ୍ୟାମ୍ପସରେ ମାଗଣା ଓ୍ବାଇଫାଇ ସେବା ଯୋଗାଇ ଦେବା ପାଇଁ ଦାବି କରାଯାଇଥିଲା । ବର୍ତ୍ତମାନ ବାକି ରହିଥିବା ପରୀକ୍ଷାକୁ ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ ସରକାର ଆସନ୍ତା ବର୍ଷ ପାଇଁ ଯୋଜନା ପ୍ରଣୟନ କରିବା ଉଚିତ୍‌ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ରାଜଧାନୀ ଭୁବନେଶ୍ବରକୁ ଫେରିଲା କରୋନା

ଭୁବନେଶ୍ବର : ଗତକାଲି କରୋନା ମୁକ୍ତ ହୋଇଥିବା ରାଜଧାନୀ ଭୁବନେଶ୍ବରକୁ ପୁଣି ଥରେ କରୋନା ଫେରିଛି । ଆଜି ରାଜ୍ୟର 102 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ନୂତନ 102 ଆକ୍ରାନ୍ତଙ୍କ ମଧ୍ୟରେ 2 ଜଣ ଭୁବନେଶ୍ବରର ବୋଲି ଜଣାପଡିଛି ।  ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ 4 ଜଣ ରହିଛନ୍ତି । ଭୁବନେଶ୍ବରରୁ ଚିହ୍ନଟ 2  ଜଣ ଲୋକାଲ୍‌ କେସ୍‌ ବୋଲି କହିଛନ୍ତି ରାଜ୍ୟ ସରକାର । ସେହିପରି ଜିଲ୍ଲାର ଅନ୍ୟ ଦୁଇ ଜଣ କ୍ବାରେଣ୍ଟାଇନ୍‌ ସେଣ୍ଟରର ହୋଇଥିବାବେଳେ ଦୁହେଁ ଗୁଜୁରାଟ ଫେରନ୍ତା ବୋଲି ଜଣାପଡିଛି ।

ମାତ୍ର କେଇ ଘଣ୍ଟା ପରେ ରାଜଧାନୀରୁ ପୁଣି ଥରେ କରୋନା ଫେରିବା ନେଇ ଚିନ୍ତା ବଢିଛି । ଏବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବମୋଟ 64ରେ ପହଞ୍ଚିଥିବାବେଳେ 48 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 2 ଜଣ ମୃତ୍ୟୁବରଣ କରିଥିବାବେଳେ 14 ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି । ଗତକାଲି ଭୁବନେଶ୍ବର ତିନି ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କାଲି ଭୁବନେଶ୍ବର କରୋନା ମୁକ୍ତ ହୋଇଥିଲା ।  ମାର୍ଚ୍ଚ 16 ତାରିଖରେ ପ୍ରଥମ କରୋନା ରୋଗୀ ଭୁବନେଶ୍ବରରୁ ହିଁ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ବରରୁ 48 ଜଣ ଚିହ୍ନଟ ହୋଇଥିଲେ । ପ୍ରାୟ 2 ମାସ ପରେ ଭୁବନେଶ୍ବର ଗତକାଲି କରୋନା ମୁକ୍ତ ଘୋଷଣା ହୋଇଥିଲା । ପୁନଶ୍ଚ ଆଜି ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲ୍ଲାରୁ ମୋଟ୍‌ 64 ଜଣ ଚିହ୍ନଟ ହୋଇଥିବାବେଳେ  48 ଜଣ ସୁସ୍ଥ ହୋଇଥିବାବେଳେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଏବେ ସର୍ବମୋଟ 14 ଜଣ ଚିକିତ୍ସାଧୀନ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଗତସିଂହପୁରରୁ 20 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ଜଗତସିଂହପୁର ଜିଲ୍ଲାରୁ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି 20 ଆକ୍ରାନ୍ତ । ଆଜି ସକାଳେ କରୋନା ମୁକ୍ତ ଘୋଷିତ ହୋଇଥିବା ଜଗତସିଂହପୁର ଜିଲ୍ଲାରେ ପୁଣି 20 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 20 ଆକ୍ରାନ୍ତଙ୍କ ମଧ୍ୟରୁ 19ଜଣ ନାଉଗାଁ ବ୍ଲକ୍‌ର ହୋଇଥିବା ବେଳେ କୁଜଙ୍ଗରୁ ଜଣେ ଚିହ୍ନଟ ହେଇଛନ୍ତି । କୁଜଙ୍ଗର ପଣ୍ଡୁଆ ପଞ୍ଚାୟତରୁ ଚିହ୍ନଟ ବ୍ୟକ୍ତି ଜଣକ କୋଲକାତା ଫେରନ୍ତା ବୋଲି ଜଣାପଡିଛି । ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 25ରେ ପହଞ୍ଚିଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 896ରେ ପହଞ୍ଚିଛି । ସୁମଦାୟ 896 ଆକ୍ରାନ୍ତଙ୍କ ମଧ୍ୟରୁ 277 ଜଣ ସୁସ୍ଥ ହୋଇଥିବା ବେଳେ 4 ଜଣଙ୍କର ଦେହାନ୍ତ ଘଟିଛି ।

Categories
ଆଜିର ଖବର ଜାତୀୟ ଖବର

ଗୋଆରେ ପୁଣି ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଗୋଆ : ଦେଶରେ କରୋନା ଭାଇରସ୍‌ ଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ  ଦେଶରେ ମୋଟ୍‌ 90 ହଜାରରୁ ଉର୍ଦ୍ଧ୍ବ କରୋନା ଯୋଗୁଁ ସଂକ୍ରମିତ ହୋଇ ସାରିଲେଣି। ସେହିପରି ମୃତ୍ୟୁ ସଂଖ୍ୟା 2872ରେ ପହଞ୍ଚିଛି।  ଏହା ମଧ୍ୟରେ କରୋନାରୁ ମୁକ୍ତ ହୋଇଥିବା ଗୋଆରେ ପୁଣି ଥରେ ନୂତନ ମାମଲା ଦେଖିବାକୁ ମିଳିଛି । ଏଠାରେ ମୁମ୍ବାଇରୁ ଗୋଆ ଫେରିଥିବା ମୋଟ୍‌ 7ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଏହା ସହିତ ଗୋଆରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 29ରେ ପହଞ୍ଚିଛି । ରବିବାର ଦିନ ଟ୍ରେନ୍‌ରେ ଫେରିଥିବା ପ୍ରାୟ 100 ଲୋକଙ୍କ କରୋନା ଟେଷ୍ଟ କରାଯାଇଥିଲା । ପ୍ରାରମ୍ଭିକ ଅବସ୍ଥାରେ ଚାରିଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ସୋମବାର ଦିନ ତିନି ଜଣଙ୍କର ପଜିଟିଭ୍‌ ରିପୋର୍ଟ ଆସିଛି ।

ସୂଚନାଯୋଗ୍ୟ,  ଭାରତୀୟ ରେଳବିଭାଗ ତରଫରୁ ସ୍ପେଶାଲ୍‌ ଟ୍ରେନ୍‌ ଚଲାଯାଉଛି । ଏହା ପରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲୋକମାନେ ଏବେ ଅନ୍ୟ ସହରକୁ ଯା‘ ଆସ କରିପାରୁଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ 24 କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଉ 24 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି 24 ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ 220 ଜଣ ସୁସ୍ଥ ହୋଇଛନ୍ତି । 24 ଜଣଙ୍କ ମଧ୍ୟରୋ ଗଞ୍ଜାମରୁ 19 ଜଣ, ଯାଜପୁରରୁ 3 ଜଣ ଏବଂ ବାଲେଶ୍ବରରୁ 2ଜଣ ଆକ୍ରାନ୍ତ ରହିଛନ୍ତି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 827 ରହିଥିବା ବେଳେ ତନ୍ମଧ୍ୟରୁ 220 ଜଣ ସୁସ୍ଥ ହୋଇଛନ୍ତି ଏବଂ 4 ଜଣ ପ୍ରାଣ ହରାଇଛନ୍ତି ।

Categories
ଆଞ୍ଚଳିକ

ରେଢାଖୋଲରୁ ଚିହ୍ନଟ ହେଲେ ପ୍ରଥମ କରୋନା ଆକ୍ରାନ୍ତ

କନ୍ଦର୍ପ ବେହେରା
ରେଢାଖୋଲ : ରବିବାର ରାଜ୍ୟର 22 ତମ ଜିଲ୍ଲା ଭାବରେ ସମ୍ବଲପୁରକୁ କରୋନା ଛୁଇଁଥିବା ବେଳେ ରେଢାଖୋଲରୁ ଏହି ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଛନ୍ତି । ରେଢାଖୋଲ ବ୍ଲକ୍‌ର ତ୍ରିବଣପୁର ପଞ୍ଚାୟତର ଖଣ୍ଡାମ ଗ୍ରାମର ଜନୈକ ବ୍ୟକ୍ତି କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଉକ୍ତ ବ୍ୟକ୍ତି ଜଣକ ବାହାର ରାଜ୍ୟରୁ ଫେରିଥିବା ବେଳେ ଲୁହାପଙ୍କ ପଞ୍ଚାୟୟତର ହାଇସ୍କୁଲରେ କ୍ବାରେଣ୍ଟାଇନ୍‌ରେ ରହିଥିଲେ । ସ୍ବାବ୍‌ ପରୀକ୍ଷଣ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସମ୍ବଲପୁର ଅଞ୍ଚଳରେ ଆଦୌ କରୋନା ଆକ୍ରାନ୍ତ ନଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଛୁଇଁଲା କରୋନା : 2 ଆକ୍ରାନ୍ତ ଚିହ୍ନଟ

ସୀତାରାମ ଅଗ୍ରଓ୍ବାଲ
ଚିଲିକା : ଚିଲିକା ଛୁଇଁଛି କରୋନା । ରବିବାର ଚିହ୍ନଟ 91 ଜଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ଆକ୍ରାନ୍ତ ରହିଥିବା ବେଳେ ତନ୍ମଧ୍ୟରୁ ଦୁଇ ଜଣ ଚିଲିକା ବ୍ଲକର ରହିଛନ୍ତି । ଦୁଇ ଆକ୍ରାନ୍ତ ହାଟବରଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାଇନଡା ଏବଂ ସିଙ୍ଗେଶ୍ବର ପଞ୍ଚାୟତ ଅନ୍ତର୍ଗତ ଘିଅଖୋଲା ଗ୍ରାମର ବୋଲି ଜଣାପଡିଛି । ଉଭୟ ଆକ୍ରାନ୍ତ ସୁରଟ ଫେରନ୍ତା ଏବଂ ସେମାନେ କ୍ବାରେଣ୍ଟାଇନ୍‌ରେ ରହିଥିଲେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Categories
ଆଜିର ଖବର ଜାତୀୟ ଖବର

ଅର୍ଥମନ୍ତ୍ରୀଙ୍କ ଶେଷ ପ୍ୟାକେଜ୍‌ : ସ୍ବାସ୍ଥ୍ୟ ସେବା ପାଇଁ 15 ହଜାର କୋଟି

ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟି ଟଙ୍କାର ଘୋଷଣା କରିଥିବା ବେଳେ ଏହାର ବିଭିନ୍ନ ପ୍ୟାକେଜ୍‌ ସମ୍ପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଚାରିଦିନରେ ବିଭିନ୍ନ ପ୍ୟାକେଜ୍‌ ସମ୍ପର୍କରେ ଘୋଷଣା କରିଥିବା ବେଳେ ରବିବାର ପ୍ୟାକେଜର ଅନ୍ତିମ ଚରଣ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ସଚିବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

ସ୍ବାସ୍ଥ୍ୟସେବା ପାଇଁ 15 ହଜାର କୋଟି ଘୋଷଣା କରାଯାଇଥିବା ବେଳେ ତନ୍ମଧ୍ୟରୁ ରାଜ୍ୟ ମାନଙ୍କୁ 4 ହଜାର କୋଟି ପ୍ରଦାନ କରାଯାଇଛି । 3750 କୋଟିର ଜରୁରୀକାଳୀନ ସାଗ୍ରୀ କିଣାଯାଇଥିବା ବେଳେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ 50 ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଲାବ୍‌ ଏବଂ ଟେଷ୍ଟିଂ ପାଇଁ 550 କୋଟି ଟଙ୍କା ବିନିଯୋଗ କରାଯାଇଛି । ମହାମାରୀ ମୁକାବିଲା ପାଇଁ ଆଗାମୀ ଦିନରେ ସ୍ବାସ୍ଥ୍ୟ ବଜେଟ୍‌ ବୃଦ୍ଧି କରାଯିବା ସହିତ ପ୍ରତ୍ୟେକ ଜିଲ୍ଳାରେ ନୂତନ ହସ୍ପିଟାଲ ନିର୍ମାଣ କରାଯିବ । ଆଇସିଏମ୍‌ଆର ମାଧ୍ୟମରେ ଏହି ସମସ୍ତ ହସ୍ପିଟାଲ ନିର୍ମାଣ କରାଯିବ । ପ୍ରତି ଜିଲ୍ଲା ଏବଂ ବ୍ଲକ୍‌ରେ ନିର୍ମାଣ ହେବ ଟେଷ୍ଟିଂ ସେଣ୍ଟର ।

ସେହିପରି ଏହି ମହାମାରୀ ସମୟରେ ଅନ୍‌ଲାଇନ୍‌ ପାଠ୍ୟକ୍ରମକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଛି । ପୂର୍ବରୁ ସ୍ବୟଂପ୍ରଭା ଚ୍ୟାନେଲ ରହିଥିବା ବେଳେ ଆହୁରି ତିନୋଟି ଶିକ୍ଷାଭିତ୍ତିକ ଚ୍ୟାନେଲକୁ ମଧ୍ୟ ଚୟନ କରାଯାଇଛି । ମାନବ ସମ୍ବଳ ବିଭାଗ ପକ୍ଷରୁ 200 ନୂତନ ପୁସ୍ତକକୁ ଅନ୍‌ଲାଇନ୍‌ରେ ସାମିଲ କରାଯାଇଛି । ସେହିପରି ପ୍ରତ୍ୟୋକ ରାଜ୍ୟକୁ ଚାରି ଘଣ୍ଟାର ପାଠ୍ୟକ୍ରମ ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି ଯାହାକି ସ୍ବୟଂପ୍ରଭାରେ ଦେଖିବାକୁ ମିଳିବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି । ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ଏକ ନୂତନ ଅନ୍‌ଲାଇନ୍‌ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଶିକ୍ଷା କ୍ଷେତ୍ରରେ ବୈଷୟିକ କୌଶଳର ପ୍ରୟୋଗ ପାଇଁ ପିଏମ୍‌ ଇ ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଦେଶର 100ଟି ବିଶ୍ବବିଦ୍ୟାଳୟକୁ ଅନ୍‌ଲାଇନ୍‌ ପାଠ୍ୟକ୍ରମ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଦୀକ୍ଷା ଏବଂ ମନୁଦର୍ପଣ ନାମକ ଦୁଇଟି କାର୍ଯ୍ୟକ୍ରମ ଆରମ୍ଭ କରାଯିବା ନେଇ ସୂଚନା ଦିଆଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପ୍‌ଡେଟ୍‌ : ଜାଣନ୍ତୁ କେଉଁ ଜିଲ୍ଲାରେ କେମିତି ରହିଛି କରୋନା ସ୍ଥିତି

ଭୁବନେଶ୍ବର : ଆଜି ସକାଳୁ ରାଜ୍ୟରେ 91 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟକା 800 ଅତିକ୍ରମ କରିଛି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 828ରେ ପହଞ୍ଚିଥିବା ବେଳେ 5 ଜଣଙ୍କର ପ୍ରାଣହାନି ଘଟିଛି। ନୂତନ ଜିଲ୍ଲା ଭାବରେ ସମ୍ବଲପୁର ଏହି ତାଲିକାରେ ସାମିଲ ହୋଇଥିବା ବେଳେ ରାଜ୍ୟର 22 ତମ ଜିଲ୍ଲାକୁ ଛୁଇଁଛି କରୋନା।

ଭଦ୍ରକ ଜିଲ୍ଲାରେ ରବିବାର ଦିନ 28 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 74ରେ ପହଞ୍ଚିଛି। ଏହା ମଧ୍ୟରୁ 21 ଜଣ ସୁସ୍ଥ ହୋଇଥିବା ବେଳେ 53 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ବାଲେଶ୍ବରରୁ 17 ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା 119ରେ ପହଞ୍ଚିଛି। ଏହା ମଧ୍ୟରୁ 22 ଜଣ ସୁସ୍ଥ ହୋଇଥିବା ବେଳେ 97 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ଗଞ୍ଜାମ ଜିଲ୍ଲାରୁ ଆଜି 15 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 292ରେ ପହଞ୍ଚିଛି। ଏହା ମଧ୍ୟରୁ 30 ଜଣ ସୁସ୍ଥ ହୋଇଥିବା ବେଳେ ଆଜି ଦୁଇ ଜଣଙ୍କର ପ୍ରାଣହାନି ଘଟିଛି। ଏହାକୁ ମିଶାଇ ଗଞ୍ଜାମରେ ସମୁଦାୟ 3 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 259 ରହିଛି। ସେହିପରି କଟକରୁ 12 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 22ରେ ପହଞ୍ଚିଛି। ଏହା ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 20 ରହିଛି।

ପୁରୀରୁ ଏହି ସମୟରେ 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 25ରେ ପହଞ୍ଚିଛି। ଏହା ମଧ୍ୟରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 24 ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ଏହି ସମୟରେ 3 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସସଂଖ୍ୟା 59ରେ ପହଞ୍ଚିଛି। ଏହା ମଧ୍ୟରୁ 45 ଜଣ ସୁସ୍ଥ ହୋଇଥିବାବେଳେ ଦୁଇ ଜଣଙ୍କ ପ୍ରାଣହାନି ଘଟିଛି। ଏହାକୁ ମିଶାଇ ଜିଲ୍ଲାରେ ସୁମଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 12 ରହିଛି। କେନ୍ଦୁଝରରୁ 4 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 8 ରହିଛି। ଏହା ମଧ୍ୟରୁ 2 ଜଣ ସୁସ୍ଥ ହୋଇଥିବା ବେଳେ 6 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ବଲାଙ୍ଗୀର ଜିଲ୍ଲାରୁ ଦୁଇ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 4ରେ ପହଞ୍ଚିଛି। ଏହା ମଧ୍ୟରୁ କେହିବି ସୁସ୍ଥ ହୋଇନଥିବା ବେଳେ 4 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ପ୍ରଥମ ଥର ପାଇଁ ଏହି ତାଲିକାରେ ସାମିଲ ହୋଇଛି ପଶ୍ଚିମ ଓଡିଶାର ସହର ସମ୍ବଲପୁର। ସମ୍ବଲପୁର ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 27ରେ ପହଞ୍ଚିଛି। ଏହା ମଧ୍ୟରୁ 12 ଜଣ ସୁସ୍ଥ ହୋଇଥିବା ବେଳେ 15 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସେହିଭଳି ସମ୍ବଲପୁରରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ତାଲିକାରେ ଅଛନ୍ତି। ଏହି ଜିଲ୍ଲା ବ୍ୟତିରେକ ଅନ୍ୟ ସମସ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବବତ ରହିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

90 ହଜାର ଡେଇଁଲା ଦେଶବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : 2872 ମୃତ

ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା ମହାମାରୀ ପ୍ରଭାବ ବଢି ଚାଲିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 90 ହଜାର ଅତିକ୍ରମ କରିଛି । 24 ଘଣ୍ଟା ମଧ୍ୟରେ 3970 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 90927ରେ ପହଞ୍ଚିଛି । ସେହିପରି 24 ଘଣ୍ଟା ମଧ୍ୟରେ 103 ଜଣଙ୍କର ପ୍ରାଣହାନି ଘଟି ମୃତ୍ୟୁ ସଂଖ୍ୟା 2872ରେ ପହଞ୍ଚିଛି । ସେହିପରି ସମୁଦାୟ 34109 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା 53946 ରହିଛି ।

ବିଗତ 24 ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟାରେ 90269 ବୃଦ୍ଧି ଘଟିବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 4.63 ମିଲିୟନ୍‌ରେ ପହଞ୍ଚିଛି । ସେହିପରି 3073 ନୂତନ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 3 ଲକ୍ଷ 11 ହଜାର ଅତିକ୍ରମ କରିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ: ଦୁଇ ଜଣଙ୍କ ପ୍ରାଣହାନି

ଭୁବନେଶ୍ବର: ରାଜ୍ୟରେ ଆଜି ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି। ୯୧ ଜଣ ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି। ୯୧ ଜଣଙ୍କ ମଧ୍ୟରୁ ୮୭ ଜଣ କ୍ବାରେଣ୍ଟିନ୍‌ରେ ରହିଥିବା ବେଳେ ଅନ୍ୟମାନେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୨୮, ବାଲେଶ୍ବରରୁ ୧୭, ଗଞ୍ଜାମରୁ ୧୫, କଟକରୁ ୧୨, ପୁରୀରୁ ୭ ଜଣ, କେନ୍ଦୁଝରରୁ ୪ ଜଣ, ଖୋର୍ଦ୍ଧାରୁ ୩ ଜଣ, ବଲାଙ୍ଗୀରରୁ ୨ ଜଣ, ସମ୍ବଲପୁର ଏବଂସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ସମ୍ବଲପୁରରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହି ସମୟରେ ଦୁଇ ଜଣ କରୋନା ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇଛନ୍ତି। ଦୁଇ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫ ରେ ପହଞ୍ଚିଛି। ଦୁଇ ମୃତକ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଉଭୟଙ୍କ ବୟସ ଯଥାକ୍ରମେ ୩୮ ଏବଂ ୪୫ ବୋଲି ଜଣାପଡିଛି। ଉଭୟ ଆକ୍ରାନ୍ତ ସୁରତ ଫେରନ୍ତା ରହିଥିଲେ।