ଭୁବନେଶ୍ବର : ରାଜ୍ୟରେ ଆଉ 10 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଏବଂ ଯାଜପୁରରୁ ଏହି 10ଟି ଯାକ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ଭଦ୍ରକରୁ 6ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ 4 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 31ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 59ରେ ପହଞ୍ଚିଛି । ଏହି ନୂତନ 10 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା 362ରେ ପହଞ୍ଚିଛି ।
Tag: corona
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ରାଜ୍ୟବ୍ୟାପୀ କରୋନା ସଙ୍କଟ ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ଡିଜିପି । ଏହି ଗସ୍ତ ସମୟରେ କରୋନା ମୁକାବିଲାକୁ ନେଇ ପୋଲିସର ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି ଡିଜିପି ଏବଂ ଡିଆଇଜି । ଗଞ୍ଜାମ ଏବଂ ବ୍ରହ୍ମପୁର ଏସ୍ପିଙ୍କ ସହିତ ଆଲୋଚନା କରିଛନ୍ତି ଉଭୟୂ ଡିଜିପି ଏବଂ ଡିଆଇଜି । ଏହାପରେ ଗିରିସୋଲା ଗେଟରେ ଅନ୍ୟାନ୍ୟ ପୋଲିସ୍ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରାଯାଇଥିଲା । ଗର୍ଭବତୀ ମହିଳା ପୋଲିସଙ୍କୁ କର୍ତ୍ତବ୍ୟରୁ ବାଦ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଖରାରେ ଡ୍ୟୁଟି କରୁଥିବା ସମସ୍ତ କର୍ମଚାରୀଙ୍କୁ ଛତା ଏବଂ ଚଷମା ଯୋଗାଇ ଦେବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଥିଲେ । ନିୟମିତ ଭାବରେ ସାମଜିକ ଦୂରତ୍ବକୁ ମାନି କର୍ତ୍ତବ୍ୟ ପାଳନ କରିବା ପାଇଁ ଡିଜିପି ପରାମର୍ଶ ଦେଇଥିଲେ ।
ତେବେ ଏହି ବୈଠକରେ ପୋଲିସ୍ କର୍ମୀଙ୍କ ପକ୍ଷରୁ ମଧ୍ୟ କିଛି ଅଭିଯୋଗ କରାଯାଇଛି । କରୋନା ମହାମାରୀ ସମୟରେ କୌଣସି କର୍ମଚାରୀଙ୍କୁ ସାପ୍ତାହିକ ଛୁଟି ପ୍ରଦାନ କରାଯାଉନାହିଁ । ପିସିଆର ଭ୍ୟାନ୍ ଗୁଡିକୁ ନିୟମିତ ସାନିଟାଇଜ୍ କରାଯାଉନାହିଁ । ଏହା ସହିତ ନିୟମିତ ଭାବରେ ସାନିଟାଇଜର୍ ପ୍ରଦାନ କରାଯାଉନଥିବା ବେଳେ ଆଲକୋହଲ ଯୁକ୍ତ ସ୍ପିରିଟ୍ ପ୍ରଦାନ କରାଯାଉନଥିବା ନେଇ ଅଭିଯୋଗ କରାଯାଇଛି ।
ଭୁବନେଶ୍ବର : ରାଜ୍ୟରେ କରୋନା ସଂଖ୍ୟା ବେଶ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ସକାଳୁ ରାଜ୍ୟରେ 58 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି । ଆଜି ଅନୁଗୁଳ ଜିଲ୍ଲାରୁ 13 କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା 20କୁ ବୃଦ୍ଧି ହୋଇଛି । ପୁଣି ଗଞ୍ଜାମ ଜିଲ୍ଲାରୁ 29, ବାଲେଶ୍ବରରୁ 15 ଓ ମୟୂରଭଞ୍ଜରୁ ଜଣେ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 118କୁ ବୃଦ୍ଧି ହୋଇଥିବାବେଳେ ବାଲେଶ୍ବର 42କୁ ଓ ମୟୂରଭଞ୍ଜ 8କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ 352ରେ ପହଞ୍ଚିଛି।
ଭୁବନେଶ୍ବର : ରାଜ୍ୟରେ କରୋନା ଯୋଗୁଁ ଆଉ ଜଣଙ୍କ ମୃତ୍ୟୁ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବାର ସୂଚନା ରହିଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 352କୁ ଛୁଇଁଛି । ଆଜି ରାଜ୍ୟରେ ଆଉ 58ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ରୋଗୀ 117 ଜଣ ଚିହ୍ନଟ ହୋଇଥିବାବେଳେ ଆଜି ଜଣଙ୍କ ମୃତ୍ୟୁ ହୋଇଛି ।
ହେମାଙ୍ଗ ପ୍ରସାଦ ରାଉଳ
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କରୋନାର ପ୍ରଭାବ ବିସ୍ତାରକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍ସାହିତ ବାର୍ତ୍ତା ଚିଅର୍ ଅପ୍ ଇୟୋର ଟିମ୍ ପ୍ରଦାନ କରିଛନ୍ତି ଫାଇଭ୍ ଟି ସଚ୍ଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍। ପ୍ରାରମ୍ଭରୁ ଗଞ୍ଜାମ ଜିଲ୍ଲା କରୋନା ମୁକାବିଲାରେ ସଫଳତା ପ୍ରଦର୍ଶନ କରିଆସିଛି । ପର୍ଯ୍ୟାୟ କ୍ରମେ ଏହା ଗ୍ରୀନ୍ ରୁ ଅରେଞ୍ଜ ଏବଂ ରେଡ୍ ଜୋନ୍ ହୋଇଯାଇଛି। ଏହି ଆହ୍ବାନକୁ ଧର୍ଯ୍ୟର ସହିତ ମୁକାବିଲା କରିବା ପାଇଁ ଜିଲ୍ଲାପାଳ ଏବଂ ତାଙ୍କ ଟିମ୍ କୁ ଫାଇଭ ଟି ସଚିବ ତାରିଫ୍ କରିଛନ୍ତି । ଏଥିରେ ମଧ୍ୟ ସେ ବ୍ୟକ୍ତିଗତ ଭାବେ ସାମିଲ୍ ହେବେ ବୋଲି ପ୍ରକାଶ କରିଛନ୍ତି।
ଓଡିଶାରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ଲୋକ ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଥିଲେ। କରୋନା ଲକ୍ ଡାଉନ୍ ପାଇଁ କର୍ମ ସଂସ୍ଥାନ ବନ୍ଦ ହୋଇଯିବାରୁ ସେମାନଙ୍କର ଦୁର୍ଦ୍ଦଶା ବଢିଯାଇଥିଲା। ମଇ ୩ ତାରିଖ ପରେ ଲକ୍ ଡାଉନ୍ କଟକଣା କୋହଳ ମଧ୍ୟରେ ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ଅନ୍ତର୍ଭୁକ୍ତ ଥିଲା। ଅନ୍ୟାନ୍ୟ ଯାନରେ ପ୍ରତ୍ୟାବର୍ତ୍ତନ କରିବା ଅପେକ୍ଷା ରେଳବ୍ୟବସ୍ଥା ଅଧିକ ସୁରକ୍ଷିତ ଥିବାରୁ କେବଳ ରେଳରେ ପ୍ରବାସୀମାନେ ଫେରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ପ୍ରବାସୀମାନଙ୍କ ଦୁର୍ଦ୍ଦଶାକୁ ନଜରରେ ରଖି ସେମାନଙ୍କୁ ଭିଟାମାଟିକୁ ଫେରାଇ ଅଣାଯିବ।
ଗଞ୍ଜାମ ଜିଲ୍ଲାରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଯେଉଁ ପ୍ରବାସୀ ମାନଙ୍କର କିଛି ଲକ୍ଷଣ ଦେଖାଯାଉଛି ତାଙ୍କର ଉପଯୁକ୍ତ ପରୀକ୍ଷା କରାଯାଇ ଜନସାଧାରଣଙ୍କଠାରୁ ଦୂରେଇ ରଖିବା ସହିତ ଉପଯୁକ୍ତ ଚିକିତ୍ସା କରାଯାଉଛି। କାହାର କିଛି ଲକ୍ଷଣ ଦେଖାଦେଲେ ସ୍ବତଃ ପ୍ରବୃତ୍ତ ଭାବରେ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ସଚିବ କହିଛନ୍ତି। ପ୍ରତ୍ୟେକ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଭୋଜିଭାତ ପରି ଖାଇବାପିଇବା କରିବା, ମନୋରଞ୍ଜନ ଏବଂ ଅନ୍ତେବାସୀମାନେ ଶ୍ରମଦାନ କରି କିଛି ଅର୍ଥ ଉପାର୍ଜନ କରିବାକୁ ସଚ୍ଚିବ ପରାମର୍ଶ ଦେଇଛନ୍ତି।
ଏହା ସହିତ ସଚିବ ମଧ୍ୟ ଧରାକୋଟ ବ୍ଲକ୍, କବିସୂର୍ଯ୍ୟ ନଗର ବ୍ଲକ୍, ପୋଲସରା ବ୍ଲକ୍, ଆସ୍କା ବ୍ଲକ୍, ଖଲ୍ଲିକୋଟ ବ୍ଲକ୍, କୁକୁଡାଖଣ୍ଡି ବ୍ଲକ୍ ଓ ହିଞ୍ଜିଳି ବ୍ଲକ୍ ର ସରପଞ୍ଚ ମାନଙ୍କ ସହିତ ବ୍ୟକ୍ତିଗତ ବାର୍ତ୍ତାଳାପ କରିଥିଲେ। ଓଡିଶା ପ୍ରଥମ ରାଜ୍ୟ ଯିଏକି କରୋନା ମୁକାବିଲାରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛି। ପୂର୍ବରୁ ଓଡିଶା ସରକାର ବିଦେଶ ଫେରନ୍ତା, ନିଜାମୁଦ୍ଦିନ୍ ଫେରନ୍ତା ଓ ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତି ମାନଙ୍କର ସଫଳ କରୋନା ମୁକାବିଲା କରିପାରିଛନ୍ତି। ସରପଞ୍ଚମାନଙ୍କ ଉଦାରତା ଓ କର୍ତ୍ତବ୍ୟନିଷ୍ଠାକୁ ନେଇ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଫେରନ୍ତା ମାନଙ୍କ କରୋନା ମୁକାବିଲା ସଫଳତାର ସହିତ କରାଯାଇପାରିବ ବୋଲି ସଚିବ କହିଥିଲେ।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ଅନାମ ଚରଣ ପାତ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ସ୍ବତନ୍ତ୍ର ଅଧିକାରୀ ପି.ଅନ୍ବେଷା ରେଡ୍ଡୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି , ବିଭିନ୍ନ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ସମସ୍ତ ସରପଞ୍ଚ ଯୋଗଦେଇଥିଲେ।
ଭୁବନେଶ୍ବର: ରାଜ୍ୟରେ ଆଉ ପାଞ୍ଚ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଗଞ୍ଜାମ ଅଞ୍ଚଳର ବୋଲି ଜଣାପଡିଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କୁ ସଂଖ୍ୟା ୨୯୪ ରେ ପହଞ୍ଚିଛି। ୨୯୪ ଜଣଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ପ୍ରାଣହାନି ଘଟିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪ ରହିଛି।
ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 288ରେ ପହଞ୍ଚିଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଆକ୍ରାନ୍ତଙ୍କ ବୟସ 26 ଏବଂ ସେ ସୁରଟ ଫେରନ୍ତା ବୋଲି ଜଣାପଡିଛି । ଏହାକୁ ମିଶାଇ ଗଞ୍ଜାମରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 84ରେ ପହଞ୍ଚିଛି । ତେବେ ଏହି ସମୟରେ 5 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 5 ଜଣ ସୁସ୍ଥଙ୍କ ମଧ୍ୟରେ ବାଲେଶ୍ବରର 4ଜଣ ଏବଂ ଯାଜପୁରର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି । ଏହା ସହିତ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 68ରେ ପହଞ୍ଚିଛି ।
ନୂଆଦିଲ୍ଲୀ : କରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ସାମାନ୍ୟ, ମଧ୍ୟମ ଓ ଗୁରୁତର ଲକ୍ଷଣ ଯୁକ୍ତ ରୋଗୀଙ୍କ ପାଇଁ ଏହି ଗାଇଡଲାଇନ ଜାରି କରାଯାଇଛି ।
ଗାଇଡ୍ଲାଇନ୍ :
1. ଗୁରୁତର ଆକ୍ରାନ୍ତଙ୍କ କ୍ଲିନିକାଲ ଲକ୍ଷଣ ଦୂର ହେଲେ ଡିସଚାର୍ଜ ହେବେ
2. ଲଗାତାର 4 ଦିନ ଯାଏଁ ଅକ୍ସିଜେନରେ ସ୍ଥିରତା ଆସିଲେ ଡିସଚାର୍ଜ ହେବେ
3. ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ଡିସଚାର୍ଜ ହୋଇପାରିବେ ।
4. ମଧ୍ୟମ ଧରଣର ଲକ୍ଷଣ ଥିଲେ 7 ଦିନ ଯାଏଁ ମନିଟରିଂ
5. 3 ଦିନ ଯାଏଁ ଜ୍ୱର ଓ 4 ଦିନ ଯାଏଁ ଅକ୍ସିଜେନର ସ୍ଥିରତା ମନଟରିଂ ହେବ
6. ଜ୍ୱର ଭଲ ହୋଇଗଲେ ଓ ଅକ୍ସିଜେନ ନେବାରେ ସ୍ଥିରତା ଆସିଗଲେ ଡିସଚାର୍ଜ
7. ମଧ୍ୟମ ଧରଣର ଆକ୍ରାନ୍ତଙ୍କୁ ଡିସଚାର୍ଜ ପୂର୍ବରୁ ଟେଷ୍ଟିଂର ଆବଶ୍ୟକତା ନାହିଁ
8. ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କ ପ୍ରତିଦିନ ତାପମାତ୍ରା ମନିଟରିଂ ହେବ
9. 10 ଦିନ ଧରି ଲକ୍ଷଣ ଦେଖାନଗଲେ ଡିସଚାର୍ଜ
10. ଡିସଚାର୍ଜ ପରେ 7 ଦିନ ଯାଏଁ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ
11. ଡିସଚାର୍ଜ ପରେ ଲକ୍ଷଣ ଦେଖାଦେଲେ, କୋଭିଡ କେୟାର ସେଣ୍ଟର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।
କୋଲକାତା : ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଥମିବାର ନାଁ ନେଉନାହିଁ । ପରିସ୍ଥିତି ଏଭଳି ହୋଇଛି ଯେ ଲୋକମାନେ ‘କରୋନା’ ଶବ୍ଦ ଶୁଣିବା ମାତ୍ରେ ଭୟଭୀତ ହୋଇଯାଉଛନ୍ତି । ମାତ୍ର ପଶ୍ଚିମବଙ୍ଗର ଆରାମବାଗର ତୃଣମୂଳ କଂଗ୍ରେସ ସାଂସଦ ଅପରୂପା ପୋଦ୍ଦାର ନିଜର ନବଜାତ କନ୍ୟାର ନାମ ‘କରୋନା’ ରଖିଛନ୍ତି । ସୂଚନା ମୁତାବିକ, ଗୁରୁବାର ସକାଳ 9.27ରେ ସେ ହୁଗଳି ଜିଲ୍ଲାର ଶ୍ରୀରାମପୁର ସ୍ଥିତ ଏକ ନର୍ସିଂହୋମ୍ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ସେ ଓ ତାଙ୍କର ସ୍ୱାମୀ ନବଜାତ କନ୍ୟାର ଡାକନାମ ‘କରୋନା’ ରଖିଛନ୍ତି । ଅପରୂପାଙ୍କ ଅନୁସାରେ ଆଜି ପୂରା ବିଶ୍ୱ କରୋନା ଭଳି ମହାମାରୀ ସହ ଲଢ଼େଇ କରୁଛି । ଏପରି ସମୟରେ ଲୋକମାନେ ‘କରୋନା’କୁ ଡରିବା ନୁହେଁ, ତା’ ସହ ଲଢ଼ିବା କଥା । ଲୋକଙ୍କ ମଧ୍ୟରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସେ ଝିଅର ନାମ ‘କରୋନା’ ରଖିଥିବା କହିଛନ୍ତି ।
ନୂଆଦିଲ୍ଲୀ : ସମଗ୍ର ବିଶ୍ବ କରୋନା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ବିଶ୍ବବ୍ୟାପୀ କରୋନା ମୃତ୍ୟୁ ସଂଖ୍ୟା 2 ଲକ୍ଷ 60 ହଜାର ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 87 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 5400 ଲୋକ ପ୍ରାଣ ହରାଇଛନ୍ତି । 87729 ନୂତନ ଆକ୍ରାନ୍ତଙ୍କ ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3,759,967 ଛୁଇଁଥବା ବେଳେ 5429 ଜଣଙ୍କ ମୃତ୍ୟୁ ସହ ସମୁଦାୟ ମୃତ୍ୟୁ ସଂଖ୍ୟା 2 ଲକ୍ଷ 59 ହଜାର 474ରେ ପହଞ୍ଚିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ 12 ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସର୍ବାଧିକ 67 ହଜାର 146 ଜଣଙ୍କ ପ୍ରାଣହାନି ଘଟିଛି ।
ମୁମ୍ବାଇ : ଦେଶରେ କରୋନା ସଂକ୍ରମଣର ମାମଲା ବଢିବାରେ ଲାଗିଛି । ମହାରାଷ୍ଟ୍ର ସର୍ବାଧିକ କରୋନା ଯୋଗୁଁ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରେ କରୋନା କହର ଥମିବାର ନାଁ ନେଉନାହିଁ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ 19 ହଜାର ପାର୍ କରିଛି । ସେହିପରି ଜେଜେ ପୋଲିସ୍ ଷ୍ଟେସନର ଆଉ 6 ଜଣ ପୋଲିସ୍ଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି ।
ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ ଏକ ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ଗତ 24 ଘଣ୍ଟାରେ ମହାରାଷ୍ଟ୍ରରେ 1089 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 24 ଘଣ୍ଟାରେ 37 ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଏବେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 19063ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 731ରେ ପହଞ୍ଚିଛି । ସେହିପରି 3470ଜଣ ସୁସ୍ଥ ହୋଇଛନ୍ତି ।
ମହାରାଷ୍ଟ୍ରର ମୁମ୍ବାଇ ସହର କରୋନା ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛି । ମୁମ୍ବାଇରେ ଗତ 24 ଘଣ୍ଟା ମଧ୍ୟରେ 748ଟି ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ 25 ଜଣଙ୍କ ମୃତ୍ୟୁ ହୋଇଛି । ମୁମ୍ବାଇରେ ଏପର୍ଯ୍ୟନ୍ତ କରୋନା ଯୋଗୁଁ 462ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।
ମହାରାଷ୍ଟ୍ରରେ ସୁରକ୍ଷ କର୍ମୀମାନେ କରୋନା ଯୋଗୁଁ ସଂକ୍ରମିତ ହେଉଥିବା ଖବର ସାମ୍ନାକୁ ଆସୁଛି । ମୁମ୍ବାଇର ଜେଜେ ପୋଲିସ୍ ଷ୍ଟେସନରେ ଆଉ 6 ଜଣ ପୋଲିସ୍ କରୋନା ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ଏହି ପୋଲିସ ଷ୍ଟେସନରୁ 34 ଜଣ ପୋଲିସ୍ ସଂକ୍ରମିତ ହୋଇଥିଲେ । ଏହି ପୋଲି୍ସ ଷ୍ଟେସନରେ ଅଧିକାଂଶ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି । (ଏଜେନ୍ସି)
ରଞ୍ଜିତ ପଣ୍ଡା
କୁଜଙ୍ଗ : କରୋନା ମହାମାରୀ ପାଇଁ ସାରା ବିଶ୍ୱ ଏବେ ନୀରବ । ବିଭିନ୍ନ ପୂଜା ପର୍ବାଣୀ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ନିଜ ପୁଅର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରି ଚର୍ଚ୍ଚାରେ ରହିଛନ୍ତି କୁଜଙ୍ଗର ଶ୍ରୀବତ୍ସ ନାଥ । ପ୍ରତି ବର୍ଷ ପୁଅର ଜନ୍ମଦିନକୁ ଅତି ଧୁମଧାମରେ ପାଳନ କରି ଆସୁଥିବା ଶ୍ରୀବତ୍ସ ଏ ବର୍ଷ କରୋନା କଟକଣା କାରଣରୁ ପୁଅର ଜନ୍ମଦିନରେ ମା ସନ୍ତୋଷୀ ଜରାଶ୍ରମ, ଲୋକନାଥ ଅନାଥ ଆଶ୍ରମ ଯାଇ ଆର୍ଥିକ ସହାୟତା କରିଥିଲେ ।
ଏହା ସହିତ ପାରାଦ୍ୱୀପ ଠାରୁ ପାରାଦ୍ୱୀପଗଡ଼ ପର୍ଯ୍ୟନ୍ତ ରାସ୍ତା କଡରେ, କଲୋନୀ ଓ ବସ୍ତି ମାନଙ୍କରେ ଏଣେ ତେଣେ ବୁଲୁଥିବା ମାନସିକ ବିକାର ଗ୍ରସ୍ତ, ଅସହାୟ, ନିରାଶ୍ରୟ ମାନଙ୍କୁ ଖାଦ୍ୟ ପାନୀୟ ବଣ୍ଟନ ମଧ୍ୟ କରିଥିଲେ । କରୋନା ଲକ ଡାଉନ କଟକଣାରୁ ଦୋକାନ ବଜାର ବନ୍ଦ ଯୋଗୁଁ ନିହାତି ଖାଦ୍ୟ ଆବଶ୍ୟକ କରୁଥିବା ଲୋକମାନଙ୍କୁ ଖାଦ୍ୟ ପାନୀୟ ଦେଇ ସେ ନିଜକୁ ଧନ୍ୟ ମନେ କରିଛନ୍ତି ବୋଲି ଶ୍ରୀବତ୍ସ ପ୍ରକାଶ କରିଛନ୍ତି । ଏହା ସହିତ ଅନ୍ୟମାନେ ମଧ୍ୟ ଅସହାୟଙ୍କ ସହାୟତା ପାଇଁ ଆଗକୁ ଆସିବା ଉଚିତ୍ ବୋଲି ସେ କହିଛନ୍ତି । ଶ୍ରୀବତ୍ସଙ୍କ ଏପରି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।
ଭୁବନେଶ୍ବର : ରାଜ୍ୟରେ ଆଉ 25 ଜଣ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି 25 ଆକ୍ରାନ୍ତଙ୍କ ମଧ୍ୟରୁ 24 ଜଣ ଗଞ୍ଜାମର ହୋଇଥିବା ବେଳେ ଜଣେ ଖୋର୍ଦ୍ଧାର ବୋଲି ଜଣାପଡିଛି । ଏହି 24 ଜଣଙ୍କୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା 71ରେ ପହଞ୍ଚିଥିବା ବେଳେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 271ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ 271 ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ତା ମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।
ଭୁବନେଶ୍ବର : ଆଜି ରାଜ୍ୟରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ଭଦ୍ରକର 33 ବର୍ଷୀୟ ପୁରୁଷ ବୋଲି ଜଣାପଡିଛି । ଆକ୍ରାନ୍ତ ଜଣକ ନିକଟରେ ସୁରତରୁ ଫେରିଥିବା ଜଣାପଡିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 246ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ସମୁଦାୟ 246 ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ତା ମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ 63 ଜଣ ସୁସ୍ଥ ହୋଇଛନ୍ତି । ଆଜି ସକାଳୁ ନୂତନ ଭାବରେ 26 ଜଣ ଆକ୍ରାନ୍ତ ଜଣାପଡିବା ପରେ ଏହା ରାଜ୍ୟବାସୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତିର ବିଷୟ । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ରାଉରକେଲାର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ସମୁଦାୟ 245 ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ତା ମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।
ଭୁବନେଶ୍ବର : ରାଜ୍ୟରେ ଆଉ 10 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ବାକି 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ଠାବ ତିନି ଆକ୍ରାନ୍ତଙ୍କ ଘର ମଞ୍ଚେଶ୍ବର, ଭିଏସଏସ୍ ନଗର ଏବଂ ସୁର୍ଯ୍ୟନଗର ହୋଇଥିବା ବେଳେ ବୟସ ଯଥାକ୍ରମେ 36,34 ଓ 67 ରହିଛି । ସେହିପରି ଗଞ୍ଜାମର 7 ଜଣ ଆକ୍ରାନ୍ତ ହେଉଛନ୍ତି ପୁରୁଷ ଓ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 219ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କ ପ୍ରାଣହାନି ଘଟିଛି ।
ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ 3 ଜଣ କରୋନା ପଜିଟିଭ୍ । ଜଗତସିଂହପୁର ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଳାରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ଆକ୍ରାନ୍ତ ଜଣକ 70 ବର୍ଷୀୟ ପୁରୁଷ ଏବଂ ସେ କୋଲକାତା ଫେରନ୍ତା । ସେହିପରି ବାଲେଶ୍ବରରୁ ଚିହ୍ନଟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 26 ଏବଂ 29 । ଉଭୟ ସୁରଟରୁ ଫେରି କ୍ବାରେଣ୍ଟାଇନ୍ରେ ରହିଥିଲେ । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 209ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ 2 ଜଣଙ୍କର ମୃତ୍ୟୁ ଘଟିଛି ।
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବିଭାଗ ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡ. କେ ଶ୍ରୀନାତ ରେଡ୍ଡୀ ଭିଡିଓ କନ୍ଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଭିଡିଓ କନ୍ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତିତ ମନ୍ତ୍ରୀ ପରିଷଦର ସଦସ୍ୟ, ମୁଖ୍ୟ ଶାସନ ସଚିବ, ପୋଲିସ୍ ମହା ନିର୍ଦ୍ଦେଶକ, ବିଭିନ୍ନ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପୋଲିସ୍ ସୁପରିଟେଣ୍ଡେଣ୍ଟ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । କୋଭିଡ୍ରୁ ଶିକ୍ଷା-ଆମେ କଣ ଶିଖିଲେ ଏବଂ କିପରି କୋଭିଡ୍ ଯୁଦ୍ଧ ଜିତିବା ଉପରେ ଆଲୋଚନା କରାଯାଇଥିଲା ।
ଏହି ଆଲୋଚନାରେ ଡ. ରେଡ୍ଡୀ କରୋନା ଭାଇରସ୍ର ଉତ୍ପତ୍ତି, ବିଶ୍ବର ପରସ୍ଥିତି ଏବଂ ଭବିଷ୍ୟତର ରଣ କୌଶଳ ଉପରେ ଆଲୋକାପାତ କରିଥିଲେ । ଏହି ଭାଇରସ୍ର କୌଣସି ଔଷଧ କିମ୍ବା ଟୀକା ନଥିବାରୁ ସାମାଜିକ ଦୂରତ୍ବ ହିଁ ଏକମାତ୍ର ମାଧ୍ୟମ ବୋଲି ଡ. ରେଡ୍ଡୀ ପ୍ରକାଶ କରିଥିଲେ । ସାମାଜିକ ଦୂରତା ଅବଲମ୍ବନ କରିବା ସହିତ ବୟସ୍କଙ୍କ ପ୍ରତି ଅଧିକ ସଚେତନ ରହିବା ପାଇଁ ଡ. ରେଡ୍ଡୀ ମତ ଦେଇଥିଲେ । ବାଦୁଡି ପରି ବନ୍ୟଜନ୍ତୁଙ୍କ ଠାରୁ ଏହି ଭାଇରସ୍ ମଣିଷକୁ ସଂକ୍ରମିତ ହୋଇଥାଏ । ଏହି ଭାଇରସ୍ ନାକ, ଆଖି ଓ ପାଟି ଦ୍ବାରା ମଣିଷ ଶରୀରରେ ପ୍ରବେଶ କରିଥାଏ । ତେଣୁ ବାରମ୍ବାର ହାତ ଧୋଇବା, ମୁହଁରେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତ୍ବ ଦ୍ବାରା ହିଁ କୋଭିଡ୍ ଲଢେଇରେ ବିଜୟୀ ହୋଇପାରିବା ବୋଲି ମତ ଦେଇଥିଲେ ।
ଏହି ଭାଇରସ୍ କେବଳ ନିମୋନିଆ ସୃଷ୍ଟି କରିନଥାଏ ବରଂ ଏହା ହୃଦୟ, ମସ୍ତିଷ୍କ ତଥା ଅନ୍ତନଳୀରେ ସଂକ୍ରମଣ କରିଥାଏ । କିଛି କ୍ଷେତ୍ରରେ ଏହା ଥ୍ରମ୍ବୋସିସ୍ ପରସ୍ଥିତି ସୃଷ୍ଟି କରି ଘାତକ ସାଜିଥାଏ । ସମସ୍ତ ବୟସବର୍ଗରେ କରୋନା ସଂକ୍ରମିତ ହେଉଥିଲେ ମଧ୍ୟ ବୟସ୍କ ମାନଙ୍କ ସଂକ୍ରମିତ ହେବାର ଆଶଙ୍କା ରହିଛି ଏବଂ ମୃତ୍ୟୁ ମୁଖରେ ପଡିବାର ଅଧିକ ଆଶଙ୍କା ରହିଛି ।
ସେହିପରି କରୋନା ମୁକାବିଲାରେ ଓଡିଶାର ପ୍ରୟାସକୁ ରେଡ୍ଡୀ ଢେର ପ୍ରଶଂସା କରିଥିଲେ । କେବଳ ଦେଶରେ ନୁହେଁ ସମଗ୍ର ଦକ୍ଷିଣ ଏସିଆରେ ଓଡିଶାର ପଦକ୍ଷେପ ଅନୁକରଣୀୟ ବୋଲି ରେଡ୍ଡୀ କହିଥିଲେ । ବ୍ରିଟେନ୍, ଆମେରିକା, ସ୍ବିଡେନ୍ ପରି ଆଗୁଆ ଦେଶମାନେ ଲକ୍ଡାଉନ୍ ପାଳନ ନକରିବାରୁ ଏହି ଦେଶଗୁଡିକୁ ବହୁମୂଲ୍ୟ ଦେବାକୁ ପଡିଛି । ତେବେ ଭିଏତ୍ନାମ ପରି ଛୋଟ ଦେଶ ସଙ୍ଗରୋଧ, କଣ୍ଟାକ୍ଟ ଟ୍ରେସିଂ ଏବଂ ପରୀକ୍ଷଣ ଦ୍ବାରା କରୋନାକୁ ହରାଇବାରେ ସକ୍ଷମ ହୋଇଛି ।
ସେହିପରି ଆର୍ଦ୍ର ଏବଂ ଉଚ୍ଚତାପମାତ୍ରାରେ ଏହି ଭାଇରସ୍ ପ୍ରଭାବହୀନ ହେଉଥିବାର ଆପାତତଃ ପ୍ରମାଣ ମିଲିଥିଲେ ମଧ୍ୟ ପରିବେଶ ଦ୍ବାରା ଏହି ଭାଇରସ୍ ପ୍ରଭାବିତ ହୋଇନଥାଏ । ଭାରତୀୟ ମାନେ ବିସିଜି, ମ୍ୟାଲେରିଆ ଏବଂ ପୋଲିଓ ଟୀକା ବ୍ୟବହାର କରୁଥିବା ବେଳେ କୋଭିଡ୍ ମୁକାବିଲା ସହଜ ହେବ ତେବେ ବର୍ତ୍ତମାନ କେବଳ ସଙ୍ଗରୋଧ ପ୍ରମୁଖ ଅସ୍ତ୍ର ବୋଲି ଡ. ରେଡ୍ଡୀ ମତ ଦେଇଛନ୍ତି ।
ଭାରତ ସମେତ ବିଭିନ୍ନ ରାଷ୍ଟ୍ର କରୋନା ଟୀକାର ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗବେଷଣା ଜାରି ରହିଥିବା ବେଳେ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଏହାର ଟୀକା ବାହାରିବା ନେଇ ରେଡ୍ଡୀ ଆଶା ପ୍ରକାଶ କରିଥିଲେ । ଲକ୍ଷଣ ଭିତ୍ତିକ ରୋଗ ଅନୁସନ୍ଧାନ ଉପରେ ଗୁରୁତ୍ବାରୋପ କରିବା ସହିତ ଗୋଷ୍ଠୀ ପ୍ରତିରୋଧ ଶକ୍ତି ବିକାଶ ଉପରେ ଗୁରୁତ୍ବ ନଦେଇ ଗୋଷ୍ଠୀ ସୁରକ୍ଷା ଉପରେ ଜୋର ଦେଲେ ଏହି ରୋଗକୁ ନିୟନ୍ତ୍ରଣ କରାଯିବ ବୋଲି ସେ ମତ ରଖିଥିଲେ ।
ସେହିପରି ପୋଲିସ୍ କର୍ମଚାରୀ ଅଧିକ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ନେଇ ରେଡ୍ଡୀ ପ୍ରକାଶ କରିଥିଲେ ।ପୋଲିସ୍ ଅଧିକାରୀ ମାନେ ନିୟମିତ ହାତ ଧୋଇବା ସହିତ ସାମାଜିକ ଦୂରତା ପାଇଁ ବ୍ୟାରିକେଡ ଏବଂ ଆଖିର ସୁରକ୍ଷା ପାଇଁ ଚଷମା ବ୍ୟବହାର କରିବା ଉଚିତ୍ ବୋଲି ରେଡ୍ଡୀ ମତ ଦେଇଥିଲେ । ସକାଳ 11.30 ମିନିଟ୍ରେ ଡ. ରେଡ୍ଡୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରେସ୍ମିଟ୍ରେ ଅଂଶଗ୍ରହଣ କରିଥିଲେ ।
ଭୁବନେଶ୍ବର : ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ଓଡିଶା ହାଇକୋର୍ଟ । ଏଣିକି ରାଜ୍ୟକୁ ଫେରିବା ପୂର୍ବରୁ ପ୍ରବାସୀ ଓଡିଆଙ୍କ କରୋନା ପରୀକ୍ଷଣ କରାଯିବ । ପ୍ରବାସୀ ଓଡିଆ ମାନେ ଯେଉଁ ରାଜ୍ୟରେ ରହିଥିବେ ସେହି ରାଜ୍ୟରେ ଆରଟି ସିପିଆର ଟେଷ୍ଟ ପରେ ରାଜ୍ୟକୁ ଫେରାଇ ଅଣାଯିବ । ଟେଷ୍ଟ ରିପୋର୍ଟ ନେଭେଟିଭ୍ ଆସିଲେ ରାଜ୍ୟ ମଧ୍ୟରେ ପ୍ରବେଶର ଅନୁମତି ମିଳିବ ବୋଲି ହାଇକୋର୍ଟ ନିଜ ନିଷ୍ପତ୍ତିରେ ପ୍ରକାଶ୍ କରିଛନ୍ତି । କରୋନା ପାଇଁ ଆଗତ ଏକ ଜନସ୍ବାର୍ଥ ମାମଲାର ବିଚାର କରି ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଉଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରୁ ଏହି ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 206ରେ ପହଞ୍ଚିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ମୟୁରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ 3 ସୁରତ ଫେରନ୍ତା କରୋନା ପଜିଟିଭ୍ ଜଣାପଡିଥିଲେ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 206 ରହିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇଛନ୍ତି ଏବଂ 2 ଜଣଙ୍କର ପ୍ରାଣହାନି ଘଟିଛି ।
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ 62 ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ବରର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 205 ରହିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇଛନ୍ତି ଏବଂ 2 ଜଣଙ୍କର ପ୍ରାଣହାନି ଘଟିଛି ।