Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମଣିଷଙ୍କଠାରୁ ଏହି ପ୍ରାଣୀଙ୍କଠାରେ ବ୍ୟାପିଲା କରୋନା : କରୋନା ଯୋଗୁଁ ଆମେରିକାରେ 10 ହଜାର ମିଙ୍କ୍‌ ମୃତ

ଆମେରିକା : ଆମେରିକାର ଉଟାହ ଓ ଓ୍ବିସ୍‌କନ୍‌ସିରେ 10 ହଜାର ମିଙ୍କ୍‌ଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । କରୋନା ଭାଇରସ୍‌ ଯୋଗୁଁ ଏହି ପ୍ରାଣୀଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଉଟାହ୍‌ରେ 8 ହଜାର ମିଙ୍କ୍‌ ଓ ଓ୍ବସ୍କୋନ୍ସିନ୍‌ରେ 2ହଜାର ମିଙ୍କ୍‌ଙ୍କର ମୃତ୍ୟୁ ହୋଇଛି ।

ମିଙ୍କ୍‌ ଏକ ନେଉଳ ପ୍ରଜାତିର ପ୍ରାଣୀ। ଏମାନେ ଦେଖିବାକୁ ବହୁତ ଛୋଟ ହୋଇଥା’ନ୍ତି କିନ୍ତୁ ଏମାନଙ୍କର ଚର୍ମରେ ରେଶମୀ ବାଳ ଥାଏ । ଏହି ବାଳରେ ବିଭିନ୍ନ ପ୍ରକାରର ଡିଜାଇନ୍‌ ପ୍ରସ୍ତୁତ କରାଯାଇଥାଏ । ଜୁଲାଇ ମାସରେ ପ୍ରଥମ ଥର ପାଇଁ ଏହି ଦୁଇ ପ୍ରାନ୍ତରେ ପଶୁଙ୍କଠାରେ କରୋନା ଦେଖିବାକୁ ମିଳିଥିଲା । ମଣିଷଙ୍କଠାରୁ ପଶୁଙ୍କ ଶରୀରରେ କରୋନା ପ୍ରବେଶ କରିଛି । ତେବେ ଏତେ ସଂଖ୍ୟକ ମିଙ୍କ୍‌ଙ୍କର କିପରି ମୃତ୍ୟୁ ହେଲା, ସେନେଇ ଯାଞ୍ଚ ଚାଲିଛି । ସୂଚନାଯୋଗ୍ୟ ଉଟ୍‌ହାରେ ପ୍ରଥମଥର ପାଇଁ କରୋନାରେ ମିଙ୍କ୍‌ମାନେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜଧାନୀ ଭୁବନେଶ୍ବରରୁ 321ଜଣ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 331

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 3216ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 321 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 83 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 238 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ପଟିଆରୁ 19ଜଣ, ଓଲ୍ଡ ଟାଉନ୍‌ରୁ 12 ଜଣ, ରସୁଲଗଡରୁ 13 ଜଣ, ବମିଖାଲ, ନୀଳାଦ୍ରି ବିହାର, ଶୈଳଶ୍ରୀ ବିହାର, ମଞ୍ଚେଶ୍ବରରୁ 9 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ବରମୁ୍ଣ୍ଡାରୁ 7ଜଣ ଲେଖାଏଁ ରହିଛନ୍ତି । ସୁନ୍ଦରପଦା, ଆଚାର୍ଯ୍ୟ ବିହାରରୁ 6 ଜଣ ଲେଖାଏଁ ରହିଛନ୍ତି । ସେହିପରି ଡୁମୁଡୁମାରୁ 5ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।4ଜଣ ସହିଦନଗରରୁ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଜି 331 ଜଣ ସୁସ୍ଥ ହୋଇଛନ୍ତି । ନୂତନ 316 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 25 ହଜାର 174ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 21 ହଜାର 545ଜଣ ସୁସ୍ଥ ହୋଇଥିବାବେଳେ 114ଜଣଙ୍କର ମୃତ୍ୟୁ ହୋଇଛି । ଭୁବନଶ୍ବର ମହାନଗରରେ ଏବେବି 3 ହଜାର 494ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଆଜି 2854 ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର :  ରାଜ୍ୟରେ ଆଜି  2ହଜାର 854କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1659ଜଣ ଚିହ୍ନଟ ହୋଇଥିବାବେଳେ 1195ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 49ହଜାର693କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 20 ହଜାର 388ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 28ହଜାର246ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 991ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 2ହଜାର 854ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 393ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 131, ବାଲେଶ୍ବରରୁ 116, ବରଗଡରୁ 95, ଭଦ୍ରକରୁ 66, ବଲାଙ୍ଗିରରୁ 97,  ବୌଦ୍ଧରୁ 20, କଟକରୁ 244, ଦେବଗଡରୁ 16, ଢେଙ୍କାନାଳରୁ 43,  ଗଜପତିରୁ 19, ଗଞ୍ଜାମରୁ 39, ଜଗତସିଂହପୁରରୁ 68, ଯାଜପୁରରୁ 99, ଝାରସୁଗୁଡାରୁ 68, କଳାହାଣ୍ଡିରୁ 105, କନ୍ଧମାଳରୁ 45, କେନ୍ଦ୍ରାପଡାରୁ 91, କେଉଁଝରରୁ 67, କୋରାପୁଟରୁ 46, ମାଲକାନଗିରିରୁ 61,  ମୟୂରଭଞ୍ଜରୁ 127, ନବରଙ୍ଗପୁରରୁ 92, ନୟାଗଡରୁ 65, ନୂଆପଡାରୁ 83, ପୁରୀରୁ 114, ରାୟଗଡାରୁ 29,  ସମ୍ବଲପୁରରୁ 105, ସୋନପୁରରୁ 79, ସୁନ୍ଦରଗଡରୁ 143ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ପୁଲ୍‌ରୁ 88ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜଧାନୀ ଭୁବନେଶ୍ବରରୁ 316 ଜଣ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 326

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 316ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 316 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 84 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 232 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ।

ବରମୁଣ୍ଡାରୁ 15ଜଣ ଚିହ୍ନଟ ହୋଇଥିବାବେଳେ ପଟିଆରୁ 12ଜଣ, ଡୁମୁଡୁମାରୁ 10 ଜଣ, ବିଜେବି ନଗରରୁ 9ଜଣ, ସତ୍ୟନଗର ଓ ଖଣ୍ଡଗିରିରୁ 8 ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ୟୁନିଟ୍‌ 9ରୁ 4ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଜି 326 ଜଣ ସୁସ୍ଥ ହୋଇଛନ୍ତି । ନୂତନ 316 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 24 ହଜାର 853ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 21 ହଜାର 214ଜଣ ସୁସ୍ଥ ହୋଇଥିବାବେଳେ 111ଜଣଙ୍କର ମୃତ୍ୟୁ ହୋଇଛି । ଭୁବନଶ୍ବର ମହାନଗରରେ ଏବେବି 3 ହଜାର 507ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟାରେ 70 ହଜାର 496ଜଣ ଆକ୍ରାନ୍ତ ଚିହ୍ନଟ, 964 ମୃତ

ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ଦେଶରେ 70 ହଜାର 496ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ  964 ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 69 ଲକ୍ଷ 6 ହଜାର 152ରେ ପହଞ୍ଚିଛି। 8 ଲକ୍ଷ 93 ହଜାର 592 ସକ୍ରିୟ ମାମଲା ରହିଛି।  ସେହିପରି ଦେଶରେ ସୁସ୍ଥ ହୋଇଛନ୍ତି 59 ଲକ୍ଷ 06 ହଜାର 069 ଜଣ । ସେହିପରି ଦେଶରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା 1ଲକ୍ଷ 6 ହଜାର 490ରେ ପହଞ୍ଚିଛି। କରୋନା ଯୋଗୁଁ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ତେବେ ଦେଶରେ ସୁସ୍ଥଙ୍କ ହାର ବଢିବାରେ ଲାଗିଛି ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରୁ 309 ଆକ୍ରାନ୍ତ ଚିହ୍ନଟ, 317 ସୁସ୍ଥ

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 309 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 309 ଆକ୍ରାନ୍ତଙ୍କ ମଧ୍ୟରୁ 83 ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ 226 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ସୂଚନା ରହିଛି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀରୁ 21ଜଣ ରହିଥିବାବେଳେ ଓଲ୍ଡ ଟାଉନ୍‌ରୁ 10 ଜଣ, ଶୈଳଶ୍ରୀ ବିହାରରୁ 8 ଜଣ, ପଟିଆରୁ 10 ଜଣ, ଭିଏସ୍‌ଏସ ନଗରରୁ 7ଜଣ, କଳିଙ୍ଗ ନଗରରୁ 7ଜଣ, ଚନ୍ଦ୍ରଶେଖରପୁର ଓ ପାତ୍ରପଡାରୁ 5 ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।

ଆଜି ଭୁବନେଶ୍ବରରୁ 317ଜଣ ସୁସ୍ଥ ହୋଇଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 24 ହଜାର 537ରେ ପହଞ୍ଚିଛି । ସୁସ୍ଥହୋଇଛନ୍ତି 20 ହଜାର 888ଜଣ । ସେହିପରି ରାଜଧାନୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 109କୁ ବୃଦ୍ଧି ହୋଇଥିବାବେଳେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିିଛି 3ହଜାର 519 ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୪୫୫ ଜଣ କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୩୪୫୫ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୭୧ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୯୨ ଜଣ, ବରଗଡରୁ ୧୫୧, ବାଲେଶ୍ବରରୁ ୧୪୬, ନୂଆପଡାରୁ ୧୩୫, ଜଗତସିଂହପୁରରୁ ୧୨୪, ଅନୁଗୁଳରୁ ୧୨୨, ସମ୍ବଲପୁରରୁ ୧୧୮, ପୁରୀରୁ ୨୫୪, ଅନୁଗୁଳରୁ ୧୭୫, ଯାଜପୁରରୁ ୧୬୬, ବରଗଡରୁ ୧୩୩, ମୟୂରଭଞ୍ଜରୁ ୧୨୬, ବାଲେଶ୍ବରରୁ ୧୨୦, ସମ୍ବଲପୁରରୁ ୧୧୬, ବଲାଙ୍ଗିରିରୁ ୧୦୪, କେନ୍ଦୁଝରରୁ ୧୦୧, ଜଗତସିଂହପୁରରୁ ୮୪, କେନ୍ଦ୍ରାପଡାରୁ ୯୯, ଝାରସୁଗୁଡାରୁ ୮୪, ନୂଆପଡାରୁ ୭୨, ନବରଙ୍ଗପୁରରୁ ୭୧, ନୟାଗଡରୁ ୭୦, ଢେଙ୍କାନାଳରୁ ୬୧, କନ୍ଧମାଳରୁ ୬୧, ମାଲକାନଗିରିରୁ ୫୮, ଭଦ୍ରକରୁ ୫୬, ସୋନପୁରରୁ ୫୬, ସୁନ୍ଦରଗଡରୁ ୫୪, କଳାହାଣ୍ଡିରୁ ୪୧, ରାୟଗଡାରୁ ୪୧, କୋରାପୁଟରୁ ୩୫, ଗଜପତିରୁ ୩୩, ବୌଦ୍ଧରୁ ୩୧, ଦେବଗଡରୁ ୧୩ ଏବଂ ଷ୍ଟେଟ ପୁଲରୁ ୨୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୦ ହଜାର ୯୯୮ ଥିବା ବେଳେ ୨ ଲକ୍ଷ ୧୩ ହଜାର ୬୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୨୬ ହଜାର ୩୧୫ ଜଣ ଚିକିତ୍ସିତ ହେଉଥିବା ବେଳେ ୯୫୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବାଲେଶ୍ବରରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡ ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ୨ ଜଣ ଏବଂ ସୁନ୍ଦରଗଡରୁ ୨ ଜଣ ଲେଖାଏଁ  ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧରୁ ଜଣେ, ଦେବଗଡରୁ ଜଣେ, ଯାଜପୁରରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣେ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ଜଣେ, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୫୮କୁ ବୃଦ୍ଧି ହୋଇଛି।

ବାଲେଶ୍ବରର ୪ ମୃତକଙ୍କ ବୟସ ଯଥାକ୍ରମେ ୭୨, ୬୬, ୭୦ ବର୍ଷୀୟ ପୁରୁଷ ଓ ଜଣେ ୯୪ ବର୍ଷୀୟ ମହିଳା। ସେହିପରି ବୌଦ୍ଧରୁ ଜଣେ ୬୦ ବର୍ଷୀୟ ପୁରୁଷ, ଦେବଗଡରୁ ଜଣେ ୭୦ ବର୍ଷୀୟ ପୁରୁଷ, ଯାଜପୁରରୁ ଜଣେ ୬୨ ବର୍ଷୀୟ ପୁରୁଷ, କନ୍ଧମାଳରୁ ଜଣେ ୭୨ ବର୍ଷୀୟ ପୁରୁଷ, ଖୋର୍ଦ୍ଧାରୁ ଜଣେ ୬୨ ବର୍ଷୀୟ ପୁରୁଷ, କୋରାପୁଟରୁ ଜଣେ ୬୯ ବର୍ଷୀୟ ମହିଳା, ମୟୂରଭଞ୍ଜରୁ ଜଣେ ୫୫ ବର୍ଷୀୟ ପୁରୁଷ, ନୟାଗଡରୁ ଦୁଇ ମୃତକଙ୍କ ମଧ୍ୟରୁ ଜଣେ ୭୫ ବର୍ଷୀୟ ପୁରୁଷ ଓ ଆଉ ଜଣେ ୭୨ ବର୍ଷୀୟ ପୁରୁଷ, ପୁରୀରୁ ଦୁଇ ଜଣ ମୃତକଙ୍କ ମଧ୍ୟରୁ ଜଣେ ୬୫ ବର୍ଷୀୟ ପୁରୁଷ ଓ ଆଉ ଜଣେ ୮୨ ବର୍ଷୀୟ ମହିଳା, ସମ୍ବଲପୁରରୁ ଜଣେ ୪୦ ବର୍ଷୀୟ ପୁରୁଷ, ସୁନ୍ଦରଗଡ ଦୁଇ ମୃତକଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୪୫ ବର୍ଷୀୟ ମହିଳାଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ୨୪ ଘଣ୍ଟାରେ ୭୨ ହଜାର ୪୯ କରୋନା ଆକ୍ରାନ୍ତ ଚିହ୍ନଟ: ୯୮୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୨ ହଜାର ୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୮୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ଲକ୍ଷ ୫୭ ହଜାର ୧୩୨ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪ ହଜାର ୫୫୫ ରେ ପହଞ୍ଚିଛି। ତେବେ ସକ୍ରିୟ ମାମଲା ୯ ଲକ୍ଷ ୭ ହଜାର ୮୮୩ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୫୭ ଲକ୍ଷ ୪୪ ହଜାର ୬୯୩ ଆକ୍ରାନ୍ତ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୮୧୭ ଜଣ କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୩୮୧୭ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୯୬୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୬୮ ଜଣ, ବରଗଡରୁ ୧୫୧, ବାଲେଶ୍ବରରୁ ୧୪୬, ନୂଆପଡାରୁ ୧୩୫, ଜଗତସିଂହପୁରରୁ ୧୨୪, ଅନୁଗୁଳରୁ ୧୨୨, ସମ୍ବଲପୁରରୁ ୧୧୮, ସୁନ୍ଦରଗଡରୁ ୧୧୦, କେନ୍ଦ୍ରାପଡାରୁ ୧୦୬, ବଲାଙ୍ଗିରିରୁ ୯୩, ଯାଜପୁରରୁ ୯୧, ମୟୂରଭଞ୍ଜରୁ ୮୮, ପୁରୀରୁ ୮୮, କନ୍ଧମାଳରୁ ୮୬, କେନ୍ଦୁଝରରୁ ୮୬, ସୋନପୁରରୁ ୮୩, ଭଦ୍ରକରୁ ୮୨, ନୟାଗଡରୁ ୭୧, କଳାହାଣ୍ଡିରୁ ୬୯, ଝାରସୁଗୁଡାରୁ ୬୮, ନବରଙ୍ଗପୁରରୁ ୬୬, କୋରାପୁଟରୁ ୬୨, ଗଞ୍ଜାମରୁ ୫୬, ରାୟଗଡାରୁ ୫୦, ଢେଙ୍କାନାଳରୁ ୪୮, ମାଲକାନଗିରିରୁ ୩୪, ବୌଦ୍ଧରୁ ୪୫, ଦେବଗଡରୁ ୧୪, ଗଜପତିରୁ ୨୪ ଏବଂ ଷ୍ଟେଟ ପୁଲରୁ ୧୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୩ ଥିବା ବେଳେ ୨ ଲକ୍ଷ ୧୦ ହଜାର ୨୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୨୬ ହଜାର ୭୯୩ ଜଣ ଚିକିତ୍ସିତ ହେଉଥିବା ବେଳେ ୯୪୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ କମୁଛି ଆକ୍ରାନ୍ତ ଓ ସଂକ୍ରମିତଙ୍କ ସଂଖ୍ୟା : ଗତ 24 ଘଣ୍ଟାରେ 70 ହଜାରରୁ କମ୍‌ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଗ୍ରାଫ୍‌ରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି ।  ଗତ ମାସ ପରେ ଦେଶରେ କରୋନା ଆକ୍ରାନ୍ତ ଓ ସଂକ୍ରମିତଙ୍କସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଛି । ଦିନକରେ ଦେଶରେ 70 ହଜାରରୁ କମ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ  ଗତ 24 ଘଣ୍ଟାରେ 61 ହଜାର 267 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 884ଜଣଙ୍କର  ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 66 ଲକ୍ଷ 85ହଜାର 83ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା 1 ଲକ୍ଷ 3 ହଜାର 569କୁ ବୃଦ୍ଧି ହୋଇଛି । ଦେଶରେ ଆକ୍ଟିଭ୍‌ କେସ୍‌ 9 ଲକ୍ଷ 19 23 ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି 56 ଲକ୍ଷ 62 ହଜାର 490 ଜଣ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ସୁସ୍ଥ ହେଲେ ୪୧୦୮: ଦୁଇ ଲକ୍ଷ ଅତିକ୍ରମ କଲା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ବର: ଆଜି ରାଜ୍ୟରୁ ୪୧୦୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୯୨ ଜଣ, ଯାଜପୁରରୁ ୨୧୨, ଅନୁଗୁଳରୁ ୧୮୬, ଝାରସୁଗୁଡାରୁ ୧୪୩, ଜଗତସିଂହପୁରରୁ ୧୪୩, ମୟୂରଭଞ୍ଜରୁ ୧୩୯, ସମ୍ବଲପୁରରୁ ୧୨୮, ନୂଆପଡାରୁ ୧୧୮, କଳାହାଣ୍ଡିରୁ ୧୧୭, କେନ୍ଦୁଝରରୁ ୧୧୭, ବାଲେଶ୍ବରରୁ ୧୧୬, ସୁନ୍ଦରଗଡରୁ ୧୧୬,  ବରଗଡରୁ ୧୧୪, ନବରଙ୍ଗପୁରରୁ ୮୯,  ଭଦ୍ରକରୁ ୧୬,  କନ୍ଧମାଳରୁ ୭୧, କେନ୍ଦ୍ରାପଡାରୁ ୧୦୭, ପୁରୀରୁ ୫୫,  ବଲାଙ୍ଗିରିରୁ ୮୦,  ମାଲକାନଗିରିରୁ ୩୪, ରାୟଗଡାରୁ ୬୪, ସୋନପୁରରୁ ୭୩, ଗଞ୍ଜାମରୁ ୬୭, କୋରାପୁଟରୁ ୭୩, ବୌଦ୍ଧରୁ ୪୪, ଢେଙ୍କାନାଳରୁ ୭୫, ନୟାଗଡରୁ ୫୦, ଦେବଗଡରୁ ୮, ଗଜପତିରୁ ୪୦ ଏବଂ ଷ୍ଟେଟ ପୁଲରୁ ୨୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୭୧୩ ଥିବା ବେଳେ ୨ ଲକ୍ଷ ୨ ହଜାର ୩୦୨ ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି। ସେହିପରି ୨୯ ହଜାର ୪୫୧’ ଜଣ ଚିକିତ୍ସିତ ହେଉଥିବା ବେଳେ ୯୦୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଅକ୍ଟୋବର 31 ଯାଏଁ ଦିଲ୍ଲୀରେ ସ୍କୁଲ ବନ୍ଦ ରହିବ

ନୂଆଦିଲ୍ଲୀ: କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କିନ୍ତୁ ଅନଲକ୍‌-5ରେ  ସରକାର କଟକଣା କୋହଳ କରିବା ସହ କିଛି ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବାକୁ ଉଦ୍ୟମ କରିଛନ୍ତି । ଅନଲକ୍‌-5ରେ ଅକ୍ଟୋବର 15 ତାରିଖରୁ ସ୍କୁଲ ଖୋଲିବା ନେଇ ସୂଚନା ରହିଛି । ତେବେ ସ୍କୁଲ ଖୋଲିବା ନ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ରହିଛି । ତେବେ ଦିଲ୍ଲୀରେ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସ୍କୁଲ ନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି କେଜରୀଓ୍ବାଲ ସରକାର । ବର୍ତ୍ତମାନସୁଦ୍ଧା ଦିଲ୍ଲୀରେ କରୋନା ସ୍ଥିତି ଦେଖି ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏନେଇ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନିଷ ସିସୋଦିଆ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଳୀରେ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଛି । କରୋନା ପ୍ରଭାବ ଲାଗି ରହିଥିବାରୁ ଏହି ନିଷ୍ପତ୍ତିକୁ ବଦଳା ଯାଇଥିବାର ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ନେପାଳର ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ କରୋନା

କାଠମାଣ୍ଡୁ : କରୋନାରେ ସଂକ୍ରମିତ ହେଲେ ନେପାଳର ପ୍ରଧାନମନ୍ତ୍ରୀ କେପି ଓଲି। ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ପରାମର୍ଶ ଦାତା ଓ ଡାକ୍ତର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ସୁରକ୍ଷାରେ ନିୟୋଜିତ ରହୁଥିବା 76ଜଣ ଯବାନ ମଧ୍ୟ କରୋନା କବଳରେ ଆସିଥିବାର ଜଣାଯାଇଛି ।

ନେପାଳ ସରକାରଙ୍କ ସମାଚାର ଏଜେନ୍ସି ଦ୍ବାରାମିଳିଥିବା ସୂଚନା ଅନୁସାରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଆବାସ ଏବେ ସମ୍ପୂର୍ଣ୍ଣ ରୂପେ କରୋନା କବଳରେ କବଳିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଆବାସକୁ ସମ୍ପୂର୍ଣ୍ଣ ଖାଲି କରାଯାଇ ସାନିଟାଇଜ୍‌ କରାଯାଉଛି ।

ନିକଟରେ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ବ୍ୟକ୍ତିଗତ ଡାକ୍ତର ଡ. ଦିବ୍ୟା ଶାହ କରୋନା ସଂକ୍ରମିତ ରୂପେ ଚିହ୍ନଟ ହୋଇଥିଲେ । ଏଡାପରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଓଲିଙ୍କ ସୁରକ୍ଷାରେ ରହିଥିବା ନେପାଳୀ ସେନାଙ୍କ 28 ଜଣ କମାଣ୍ଡୋ, ନେପାଳ ପୋଲିସ୍‌ର 19 ଜଣ ଅଧିକାରୀ, ସଶସ୍ତ୍ର ପ୍ରହରୀ ବଳର 27 ଜଣ ଅଧିକାର ଓ ଗୁଇନ୍ଦା ବିଭାଗର 2 ଅଧିକାରୀ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଥିବା ସମସ୍ତ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପରିବର୍ତ୍ତନ କରାଯାଇଛି ।

ସୂଚନାଯୋଗ୍ୟ, ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ୍‌ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆମାଜନର ପ୍ରାୟ 20 ହଜାର କର୍ମଚାରୀ କରୋନା ପଜିଟିଭ

ନ୍ୟୁୟର୍କ: କରୋନା କବଳରେ ସାରା ବିଶ୍ବ ଏବେ କବଳିତ । କରୋନା ସଂକ୍ରମଣରେ ବୃଦ୍ଧି ଘଟିଥିବାବେଳେ  ଆମାଜନ କମ୍ପାନୀର 20 ହଜାର କର୍ମଚାରୀ କରୋନା ପଜିଟିଭ ଜଣାପଡିଛନ୍ତି । ବିଶ୍ୱର ଏହି ପ୍ରତିଷ୍ଠିତ ଅନଲାଇନ ରିଟେଲ କମ୍ପାନୀ ଏଥିନେଇ ଚିନ୍ତାରେ ପଡିଛି । ଆମେରିକାରେ ଆମାଜାନ ଓ ଫୁଡସ ମାର୍କେଟରେ 13 ଲକ୍ଷ 70 ହଜାର କର୍ମଚାରୀଙ୍କୁ ନେଇ କରାଯାଇଥିବା ଟେଷ୍ଟରେ ଏହି ରିପୋର୍ଟ ସମ୍ମୁଖକୁ ଆସିଛି । ମାର୍ଚ୍ଚ 1ରୁ 19 ସେପ୍ଟେମ୍ବର ମଧ୍ୟରେ ପ୍ରାୟ 20ହଜାର କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିଲେ । ଇ-ରିଟେଲ କମ୍ପାନୀ ଆମାଜନ କହିଛି, ମାର୍ଚରୁ ଏବେ ସୁଦ୍ଧା ପ୍ରାୟ 19 ହଜାର 816 କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଡେଲିଭରୀ ବୟଠାରୁ ଆରମ୍ଭ କରି କମ୍ପାନୀ ଭିତରି ସିପିଂ ଓ ବିଲିଂ କରୁଥିବା କର୍ମଚାରୀମାନେ ସଂକ୍ରମିତ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଆଉ 312 ଜଣ ଚିହ୍ନଟ, 329 ସୁସ୍ଥ

ଭୁବନେଶ୍ବର : ଭୁବନେଶ୍ବର ମହାନଗରରୁ ଆଜି ଆଉ 312ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ମୋଟ୍‌ 312 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ରୁ 58 ଜଣ ରହିଥିବାବେଳେ 254ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଥିବାର ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ପଟିଆରୁ 22ଜଣ ରହିଥିବାବେଳେ ୟୁନିଟ୍‌-9ରୁ 8ଜଣ, ୟୁନିଟ୍‌-8ରୁ 5ଜଣ, ୟୁନିଟ୍‌-4ରୁ 5 ଜଣ, ଚନ୍ଦ୍ରଶେଖରପୁରରୁ 9ଜଣ ରହିଥିବାବେଳେ ଝାରପଡାରୁ 10 ଜଣ, ବାପୁଜୀନଗରରୁ 7ଜଣ , ଶୈଳଶ୍ରୀ ବିହାରରୁ 7ଜଣ ରହିଛନ୍ତି ।

ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 329ଜଣ ସୁସ୍ଥ ହୋଇଛନ୍ତି । ନୂତନ 312 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 22 ହଜାର 547ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 18 ହଜାର 914ରେ ପହଞ୍ଚିଛି । ସେହିପରି ରାଜଧାନୀ ଭୁବନେଶ୍ବରରେ 100 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 514ଜଣ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ କରୋନାରେ ଆକ୍ରାନ୍ତ

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ନିଜେ ରାଷ୍ଟ୍ରପତି ଟ୍ରମ୍ପ ଏନେଇ ଘୋଷଣା କରିଛନ୍ତି। ସେ ଆଜି ଏକ ଟୁଇଟ୍‌ରେ କହିଛନ୍ତି, “ଆଜି ରାତିରେ, @ ଫ୍ଲୋଟସ୍ ଏବଂ ମୁଁ କୋଭିଡ -୧୯ ପାଇଁ ପଜିଟିଭ୍ ହୋଇଛୁ। ଆମେ ତୁରନ୍ତ ଆମର କ୍ଵାରେଣ୍ଟିନ ପ୍ରକ୍ରିୟା ଆରମ୍ଭ କରିବୁ।

କରୋନା ଆକ୍ରାନ୍ତ ପରାମର୍ଶଦାତା ହୋପ୍‌ ହିକ୍ସଙ୍କ ସଂସ୍ପର୍ଶରେ ଆସିଥିଲେ ଟ୍ରମ୍ପ୍‌ । ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର 3 ତାରିଖରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ନିର୍ବାଚନୀ ପ୍ରଚାରରେ ପ୍ରତିବନ୍ଧକ ଲାଗିବା ନେଇ ସମ୍ଭାବନା ରହିଛି ।

 

Categories
ଆଜିର ଖବର ରାଜ୍ୟ ଖବର

ଦେଶରେ ଦିନକରେ ୮୦ ହଜାର ୪୭୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକରେ ୮୦ ହଜାର ୪୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ସଂଖ୍ଯାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ଲକ୍ଷ ୨୫ ହଜାର ୭୬୪କୁ ବୃଦ୍ଧି ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ୧୧୭୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଦେଶରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭ ହଜାର ୪୯୭ ରେ ପହଞ୍ଚିଛି। ଦେଶରେ ମୋଟ ସକ୍ରିୟ ମାମଲା ୯ ଲକ୍ଷ ୪୦ ହଜାର ୪୪୧ ରହିଥିବା ବେଳେ ସୁସ୍ଥ ହେଲେଣି ୫୧ ଲକ୍ଷ ୮୭ ହଜାର ୮୨୬ ଜଣ ଆକ୍ରାନ୍ତ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ଦିନକରେ ୮୨ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ: ୧୦୩୯ ମୃତ୍ୟୁ

ନୂଆଦିଲ୍ଲୀ: ଦିନକରେ ୮୨ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୩୯  ଜଣ ମୃତ୍ୟୁବରଣ କରଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ଲକ୍ଷ ୭୪ ହଜାର ୭୦୩ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୫ ହଜାର ୫୪୨ ରେ ପହଞ୍ଚିଛି। ତେବେ ମୋଟ ସକ୍ରିୟ ଆକ୍ରଙ୍କଙ୍କ ସଂଖ୍ୟା ୯ ଲକ୍ଷ ୬୨ ହଜାର ୬୪୦ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ୧୬ ହଜାର ୫୨୦ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ଆରୋଗ୍ୟ ଲାଭ କଲେ ୩୩୭୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୩୭୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। କଟକରୁ ସର୍ବାଧିକ ୫୪୦ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଖୋର୍ଦ୍ଧାରୁ ୨୮୯ ଜଣ, ପୁରୀରୁ ୨୦୦, ଯାଜପୁରରୁ ୧୭୬, ରାୟଗଡ଼ାରୁ ୧୪୧, କନ୍ଧମାଳରୁ ୧୩୭, ସୁନ୍ଦରଗଡରୁ ୧୩୭, ମୟୂରଭଞ୍ଜରୁ ୧୩୦, ସମ୍ବଲପୁରରୁ ୧୨୭, କେନ୍ଦ୍ରାପଡାରୁ ୧୨୩, ଜଗତସିଂହପୁରରୁ ୧୧୫, ବାଲେଶ୍ବରରୁ ୧୧୧, କେନ୍ଦୁଝରରୁ ୧୦୨, ବରଗଡରୁ ୧୦୦, କୋରାପୁଟରୁ ୯୯, ଝାରସୁଗୁଡାରୁ ୮୬, ନବରଙ୍ଗପୁରରୁ ୮୪, ସୋନପୁରରୁ ୮୦, କଳାହାଣ୍ଡିରୁ ୭୬, ବଲାଙ୍ଗିରିରୁ ୬୮, ମାଲକାନାଗିରିରୁ ୬୩, ନୂଆପଡାରୁ ୪୯, ଭଦ୍ରକରୁ ୪୭, ଅନୁଗୁଳରୁ ୪୫, ଢେଙ୍କାନାଳରୁ ୪୪, ଗଞ୍ଜାମରୁ ୪୨, ଗଜପତିରୁ ୩୧, ବୌଦ୍ଧରୁ ୧୪, ଦେବଗଡରୁ ୭ ଏବଂ ଷ୍ଟେଟ ପୁଲରୁ ୭୯ ଜଣ କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୫୭୧ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ : ବିଏମ୍‌ସି କମିଶନର

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲା ପରେ ଏବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ମାମଲା ଚିହ୍ନଟ ହେଉଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ରାଜଧାନୀ ଭୁବନେଶ୍ବରର ସ୍ଥିତି ମଧ୍ୟ ସଙ୍ଗୀନ୍‌ ରହିଛି । ଭୁବନେଶ୍ବର କରୋନା ସ୍ଥିତି ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ  ପ୍ରେସ୍‌ ମିଟ୍‌ କରିଛନ୍ତି । ଭୁବନେଶ୍ବରରେ ଏବେ 3ହଜାର 683 ଆକ୍ଟିଭ୍‌ କେସ୍‌ ରହିଛି । ସହରର 75 ପ୍ରତିଶତ ଆକ୍ରାନ୍ତ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର । 10 ହଜାର ଲୋକେ ହୋମ୍‌ ଆଇସୋଲେଟ୍‌ରେ ରହି ସାରିଛନ୍ତି । 10 ହଜାର ଲୋକଙ୍କ ମଧ୍ୟରୁ 7 ହଜାର ସୁସ୍ଥ ହୋଇ ସାରିଲେଣି ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର । ଭୁବନେଶ୍ବରରେ ଆଉ 60 କୋଭିଡ୍‌ ଆଇସିୟ ବେଡ୍‌ ବୃଦ୍ଧି କରାଯାଇଛି। ଭୁବନେଶ୍ବରରେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି ବିଏମ୍‌ସି କମିଶନର । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ମାମଲା 2 ଲକ୍ଷ ଟପି ସାରିଛି । ସେହିପରି ମୃତ୍ୟୁ ସଂଖ୍ୟା 767ରେ ପହଞ୍ଚିଛି ।