Categories
ଜାତୀୟ ଖବର ବିଶେଷ ଖବର

ବାହାର ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ ପାଇଁ ନୂଆ ଅଧିକାରୀ ନିଯୁକ୍ତ, ଜାଣନ୍ତୁ କେଉଁ ରାଜ୍ୟ ପାଇଁ କିଏ

ଭୁବନେଶ୍ୱର: କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସାରା ଦେଶରେ ହୋଇଥିବା ତାଲାବନ୍ଦ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଶାର ଶ୍ରମଜୀବୀ, ଛାତ୍ର, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ସହାୟତା ନିମନ୍ତେ ଓଡ଼ିଶା ସରକାର ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା କରିଛନ୍ତି। ଇତି ମଧ୍ୟରେ ରାଜ୍ୟ ନିୟନ୍ତ୍ରଣ କକ୍ଷରେ ବୈଷୟିକ ଆଧୁନିକୀକରଣ କରାଯାଇ ୨୦ଟି ଅଧିକ କଲ୍‌ ନମ୍ବରର ବ୍ୟବସ୍ଥା କରାଯାଇଛି। ବିିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ନୋଡାଲ୍‌ ଅଧିକାରୀ ଭାବେ ନିୟୋଜିତ କରାଯାଇଛି। ଏହି ନୋଡାଲ୍‌ ଅଧିକାରୀମାନେ ଗୃହ ବିଭାଗରେ କାର୍ଯ୍ୟ କରୁଥିବା ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ୍‌ ରୁମ୍‌) ସହ ସଂଯୋଜିତ ରହିବେ।

ନିୟନ୍ତ୍ରଣ କକ୍ଷର ଟେଲିଫୋନ୍‌ ନମ୍ବର-୦୬୭୪-୨୩୯୨୧୧୫ରେ ଆସୁଥିବା କଲ୍‌ଗୁଡ଼ିକର ଅନୁସରଣ କରି ତଦନୁଯାୟୀ ସଂପୃକ୍ତ ରାଜ୍ୟ ସରକାର ଓ ସଂସ୍ଥାମାନଙ୍କ ସହ ଯୋଗାଯୋଗ କରି ସେଠାରେ ଅଟକି ରହିଥିବା ଓଡ଼ିଆମାନଙ୍କ ନିମନ୍ତେ ମୌଳିକ ଆବଶ୍ୟକତାଗୁଡ଼ିକର ବ୍ୟବସ୍ଥା କରାଇବେ। ବିଭିନ୍ନ ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ଅଧିକାରୀମାନେ ହେଲେ

୧-ତେଲେଙ୍ଗାନା -ଡକଫର ୟେଦୁଲା ବିଜୟ, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୨୩୦୬୮
ଇ-ମେଲ୍‌[email protected]

୨-ଆନ୍ଧ୍ରପ୍ରଦେଶ -ବି. ପରମେଶ୍ୱରନ୍‌, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୯୩୨୭୫
ଇ-ମେଲ୍‌[email protected]

୩-ପଶ୍ଚିମ ବଙ୍ଗ – ଶ୍ରୀ ଭାସ୍କରଜ୍ୟୋତି ଶର୍ମା, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୯୦୧୧୬
ଇ-ମେଲ୍‌[email protected]

୪-ଗୁଜରାଟ -ଡଃ ଜୱାଲେ ନିତିନ୍‌ ଭାନୁଦାସ୍‌, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୫୪୩୪୬୧
ଇ-ମେଲ୍‌[email protected]

୫-ମହାରାଷ୍ଟ୍ର -ଶ୍ରୀ ରାଜେଶ ପ୍ରଭାକର ପାଟିଲ୍‌, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୯୨୯୦୬
ଇ-ମେଲ୍‌[email protected]

୬-ତାମିଲନାଡ଼ୁ –ଶ୍ରୀମତୀ ଚିତ୍ରା ଅରୁମୁଗମ୍‌, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୫୩୬୬୩୧
ଇ-ମେଲ୍‌[email protected]

୭-ବିହାର ଓ ଝାଡ଼ଖଣ୍ଡ – ମହମ୍ମଦ୍‌ ସାଦିକ୍‌ ଆଲାମ୍‌, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୫୭୩୩୧୦
ଇ-ମେଲ୍‌[email protected]

୮-କେରଳ – ଡଃ ମୁଥୁକୁମାର, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୯୫୫୩୨
ଇ-ମେଲ୍‌[email protected]

୯-ଦିଲ୍ଲୀ -ଶ୍ରୀ ସଞ୍ଜୀବ ମିଶ୍ର, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୦୧୮୪୮୮
ଇ-ମେଲ୍‌[email protected]

୧୦-ଅନ୍ୟ ସମସ୍ତ ରାଜ୍ୟ –ଶ୍ରୀ ଅମିତାଭ୍‌ ଠାକୁର, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୫୩୩୨୩୦
ଇ-ମେଲ୍‌[email protected]

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ବିଦେଶରୁ ଫେରିଥିବା ଦୁଇ ହଜାର ଲୋକ ପଂଜିକରଣ କରିଛନ୍ତି, ସମସ୍ତେ ମାସ୍କ ପିନ୍ଧିବାର ଆବଶ୍ୟକ ନାହିଁ ବୋଲି ନିବେଦନ କଲେ ସରକାର

ଭୁବନେଶ୍ୱର : ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ। ହେଲେ ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି କିମ୍ବା ଯେଉଁମାନେ ରୋଗୀ ସେବାରେ ନିୟୋଜିତ ଅଛନ୍ତି ସେମାନେ ପିନ୍ଧିବେ। ଆଜି ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ବର୍ତ୍ତମାନ ଭୟରେ ସମସ୍ତେ ମାସ୍କ ପିନ୍ଧି ଏହାର ଅଭାବ ସୃଷ୍ଟି କରୁଛନ୍ତି। ସେପରି କରିବା ଆବଶ୍ୟକ ନାହିଁ ବୋଲି ବାଗଚୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସେ ବର୍ତ୍ତମାନ ଓଡିଶାରେ କରୋନାର ସ୍ଥିତି ସଂପର୍କରେ ମଧ୍ୟ ଅବଗତ କରାଇବା ସହିତ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ବର୍ଣ୍ଣନା କରିଥିଲେ। ସେଗୁଡିକ ହେଲା

* ଅଦ୍ୟାବଧି ଓଡ଼ିଶାରେ ୪୭ଟି ନମୁନା ପରୀକ୍ଷା କରାଯାଇଛି । ସେଥିରୁ ୪୬ଟି କରୋନା ନେଗେଟିଭ୍‌ ଥିବାବେଳେ ଗୋଟିଏ ପଜିଟିଭ୍‌ ଚିହ୍ନଟ ହୋଇଛି ।

* ସଂକ୍ରମିତ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଯୋଗାଯୋଗ କରାଯାଇ ସେମାନଙ୍କୁ ପୃଥକ୍‌ବାସ ପାଇଁ ପରାମର୍ଶ ଦିଆଯାଇଛି ।

* ଗତକାଲି ୧୨ଟି ନମୁନା ପରୀକ୍ଷା କରାଯାଇଥିଲା ଏବଂ ସେସବୁ କରୋନା ନେଗେଟିଭ୍‌ ରିପୋର୍ଟ ଆସିଛି । ଆଜି ସୁଦ୍ଧା ୬ଟି ନମୁନା ପରୀକ୍ଷା କରାଯାଇଛି ଓ ସେ ସମସ୍ତ ନେଗେଟିଭ୍‌ ରିପୋର୍ଟ ଆସିଛି ।

* ଅଦ୍ୟାବଧି ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧୮ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଡାକ୍ତରଖାନାରେ ଆଇସୋଲୋସନ୍‌ରେ ରଖାଯାଇଛି ।

* ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ଗୁଡ଼ିକରେ ଆଇସୋଲେସନ୍‌ ସୁବିଧା ଉପଲବ୍ଧ ଅଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ୫୪୦ଟି ଆଇସୋଲେସନ୍‌ ବେଡ୍‌ ପ୍ରସ୍ତୁତ ଅଛି ।

* ରାଜ୍ୟର ବ୍ଲକ୍‌ସ୍ତର ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ୍‌ ସୁବିଧା କେନ୍ଦ୍ର ଚିହ୍ନଟ କରାଯାଇଛି।

* ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲପ୍ ଲାଇନ୍‌କୁ ୧୩,୬୨୭ କଲ୍‌ ଆସିଛି।

* ଅଦ୍ୟାବଧି ବିଦେଶରୁ ଫେରିଥିବା ୨୧୩୧ ଜଣଙ୍କ ନାମ ପଞ୍ଜୀକରଣ କରାଯାଇଛି।

* ସମସ୍ତ ଧର୍ମାନୁଷ୍ଠାନ ଓ ଅଧିକ ଜନଗହଳି ହେଉଥିବା ସ୍ଥାନମାନଙ୍କରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ଆଡ୍‌ଭାଇଜରୀ ଜାରି କରାଯାଇଛି।

* ତୀର୍ଥ ଯାତ୍ରୀ, ପୂଜକ, ସେବାୟତ ଏବଂ ଅନ୍ୟାନ୍ୟ ସ୍ଥାନ ଯେଉଁଠାରେ ନିରାପତ୍ତା ରକ୍ଷୀମାନେ ସଂପୃକ୍ତ ରହୁଛନ୍ତି, ସେମାନଙ୍କୁ ସୁରକ୍ଷା ଦିଆଯିବ। ଏଜେନ୍ସି/ବୋର୍ଡ/ଟ୍ରଷ୍ଟ ଓ ସରକାରୀ ପରିଚାଳନାଧୀନ ସଂସ୍ଥା ଯେଉଁଠାରେ ସେମାନେ କାର୍ଯ୍ୟ କରୁଛନ୍ତି, ସେମାନେ ଏଥିପ୍ରତି ଯଥେଷ୍ଟ ଦୃଷ୍ଟି ଦେବେ।

*ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଶ୍ରମ ଆୟୁକ୍ତଙ୍କ ତରଫରୁ ଆବଶ୍ୟକ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ଆଶ୍ରୟ ସ୍ଥଳ, କ୍ରେଚ୍‌ଗୁଡ଼ିକ ତତ୍ତ୍ୱାବଧାନ କରାଯାଉଛି ଏବଂ ନିୟମିତ ସଂକ୍ରମଣ ମୁକ୍ତ କରାଯାଉଛି ।

* ଆଧାର କେନ୍ଦ୍ରଗୁଡ଼ିକ ବନ୍ଦ କରାଯାଇଛି।

* ଓସ୍‌ଡମା ସେ୍ୱଚ୍ଛାସେବୀମାନେ ଏଟିଏମ୍‌ କାଉଣ୍ଟରଗୁଡ଼ିକରେ ସ୍ୱଚ୍ଛତା ରକ୍ଷା ପାଇଁ ବ୍ୟାଙ୍କ ଦ୍ୱାରା ନିୟୋଜିତ ସାନିଟାରୀ ଅପରେଟରମାନଙ୍କ କାର୍ଯ୍ୟ ଯାଞ୍ଚ କରିବେ ।

* ପରିବହନ ଆୟୁକ୍ତଙ୍କ ନିର୍ଦ୍ଦେଶନାମା ଅନୁସାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଡ୍ରାଇଭିଂ ଲାଇସେନ୍ସ/ଲର୍ଣ୍ଣିଂ ଲାଇସେନ୍ସ ପରୀକ୍ଷାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ।

* ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଦ୍ୟାବଧି ୬୩୨୩ଟି କୋଠାଗୃହକୁ ସାମୟିକ ଚିକିତ୍ସା ଶିବିର ପାଇଁ ଚିହ୍ନଟ କରାଯାଇଛି। ସେହିପରି ସହରାଞ୍ଚଳରେ ୨୬୧ଟି କୋଠାଘରକୁ ମଧ୍ୟ ଏହି ଉଦ୍ଦେଶ୍ୟରେ ଚିହ୍ନଟ କରାଯାଇଛି। ରାଜ୍ୟରେ ୯୭ଟି ସହରାଞ୍ଚଳ ଓ ୬୭୯୭ଟି ଗ୍ରାମପଞ୍ଚାୟତରେ ଏସବୁ ରହିଛି।

* ଯାହାର ସଂକ୍ରମଣର ସନ୍ଦେହ ରହିଛି ଏବଂ ସ୍ୱାସ୍ଥ୍ୟ କର୍ମୀ ମାସ୍କ ବ୍ୟବହାର କରିବେ । ଅନ୍ୟମାନେ ମାସ୍କ ବ୍ୟବହାର କରିବାର ଆବଶ୍ୟକତା ନାହିଁ ।

* ଅତ୍ୟାବଶ୍ୟକୀୟ ସାମଗ୍ରୀ ଯେପରିକି ସାନିଟାଇଜର, ତେଜରାତି ସାମଗ୍ରୀ, ଔଷଧ ଇତ୍ୟାଦି ମହଜୁଦ୍‌ (ହୋର୍ଡିଂ) କରି ନରଖିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯) ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତୋ ବାଗ୍‌ଚୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ ଶ୍ରୀ ସଂଜୟ ସିଂ ଏବଂ ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ସଚିବ ଶ୍ରୀ ମନୋଜ ମିଶ୍ର ଏହି ବୈଠକରେ ଉପସ୍ଥିତ ଥିଲେ।