Categories
ଆଜିର ଖବର ଜାତୀୟ ଖବର

କୋରୋନା ଭାଇରସ୍‌ ଆତଙ୍କ : ଦିନକୁ 6 ଘଣ୍ଟା ଚାଲିବ ଦିଲ୍ଲୀ ମେଟ୍ରୋ

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କୋରୋନାର ପ୍ରଭାବ ବଢି ଚାଲିଥିବା ବେଳେ ଦିଲ୍ଳୀ ମେଟ୍ରୋ ପକ୍ଷରୁ ଏହାର ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି । ଗତକାଲି ଜନତା କର୍ଫ୍ୟୁ କାରଣରୁ ଦିଲ୍ଲୀ ମେଟ୍ରୋ ଚଳାଚଳକୁ 10ଟାରୁ 8ଟା ପର୍ଯ୍ୟନ୍ତ ରଖାଯାଇଥିବା ବେଳେ ସୋମବାର ଠାରୁ ଦୈନିକ 6 ଘଣ୍ଟା ମେଟ୍ରୋ ଚଳାଚଳ କରାଯିବା ପାଇଁ ଘୋଷଣା କରାଯାଇଛି । ସୋମବାର ଠାରୁ ସକାଳ 8ଟାରୁ 10ଟା ଏବଂ ଅପରାହ୍ନ 4ଟାରୁ 8ଟା ପର୍ଯ୍ୟନ୍ତ ମେଟ୍ରୋ ଚଳାଚଳ କରାଯିବ ବୋଲି ଡିଏମ୍‌ଆର୍‌ସି ପକ୍ଷରୁ ସଳଚନା ଦିଆଯାଇଛି । ପ୍ରତି 20 ମିନିଟ୍‌ ଅନ୍ତରରେ ଗୋଟିଏ ଲେଖାଏଁ ମେଟ୍ରୋ ଚଳାଚଳ କରିବ ବୋଲି ଡିଏମ୍‌ଆରସି ପକ୍ଷରୁ ସୂଚନା ଦିଆଯାଇଛି । (ଏଜେନ୍ସି)

Categories
ଆଜିର ଖବର

ନାଗରିକତ୍ବ ସଂରକ୍ଷଣ ବିଲ୍‌କୁ ବିରୋଧ : ଦିଲ୍ଲୀର 14ଟି ମେଟ୍ରୋ ଷ୍ଟେସନ୍‌ ବନ୍ଦ

ନୂଆଦିଲ୍ଲୀ, 19/12 : ନାଗରିକତ୍ବ ସଂରକ୍ଷଣ ବିଲ୍‌କୁ ନେଇ ନୂଆଦିଲ୍ଲୀରେ ଆନ୍ଦୋଳନ ଚାଲିଥିବା ବେଳେ ମେଟ୍ରୋ ସେବା ବ୍ୟାହତ ହୋଇଛି । ଏହି ଆନ୍ଦୋଳନ ଫଳରେ ଦିଲ୍ଲୀର 14ଟି ମେଟ୍ରୋ ଷ୍ଟେସନ୍‌ରେ ସେବା ବନ୍ଦ ରଖାଯାଇଛି । ଲାଲ କିଲ୍ଲାରେ ଧାରା 144 ଲାଗୁ କରାଯିବା ପରେ ଡିଏମ୍‌ଆର୍‌ସି କର୍ତ୍ତୃପକ୍ଷ ଲାଲ କିଲ୍ଲା, ଜାମା ମସଜିଦ୍‌, ଚାନ୍ଦନୀ ଚୌକ୍‌, ବିଶ୍ବବିଦ୍ୟାଳୟ, ଜାମିଆ ମାଲିଆ ଇସଲାମିଆ, ଜସୋଲା ବିହାର, ଶାହିନ୍‌ ବିହାର ଏବଂ ମୁନିର୍କା ମେଟ୍ରୋ ଷ୍ଟେସନ୍‌ ବନ୍ଦ ରହିଛି । ଗତକାଲି ଠାରୁ 6ଟି ମେଟ୍ରୋ ଷ୍ଟେସନ୍‌ ବନ୍ଦ ରହିଛି । ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟରେ 59ଟି ମାମଲା ଦାୟର କରାଯାଇଛି । (ଏଜେନ୍ସୀ)