Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ରିୟାଙ୍କ ପାଇଁ ଅଡୁଆ ବଢୁଛି : ଜାମିନ ଆବେଦନ ଖାରଜ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଏବଂ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ରିୟାଙ୍କ ଜାମିନ ପାଇଁ ଆବେଦନ କରାଯାଇଥିଲା । ତେବେ କୋର୍ଟ ଜାମିନ ଆବେଦନକୁ ଖାରଜ କରିବା ସହିତ ରିୟା ଜେଲରେ ରହିବା ସ୍ପଷ୍ଟ ହୋଇଛି । ରିୟାଙ୍କ ବ୍ୟତୀତ ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତଙ୍କ ଜାମିନ ମଧ୍ୟ ନାମଞ୍ଜୁର କରିଛନ୍ତି ସେସନ୍ସ କୋର୍ଟ ।

ପୂର୍ବରୁ ନିଶା କାରବାରରେ ସମ୍ପୃକ୍ତି ନେଇ ରିୟା ସ୍ୱୀକାର କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବୟାନ ବଦଳାଇବା ସହିତ ଏପରି ବୟାନ ଦେବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା ବୋଲି ମତ ଦେଇଥିଲେ । ରିୟାଙ୍କ ଭାଇ ସୌଭିକ ମଧ୍ୟ ରିୟାଙ୍କ ସପକ୍ଷରେ ବୟାନ ଦେଇଥିଲେ । ତେବେ କୋର୍ଟ ଜାମିନ ଅଗ୍ରାହ୍ୟ କରିବା ପରେ ସମସ୍ତ ଅଭିଯୁକ୍ତ ହାଜତ ମଧ୍ୟରେ ନ୍ୟାୟିକ ପ୍ରକ୍ରିୟାର ସମ୍ମୁଖୀନ ହେବେ ବୋଲି ଜଣାପଡିଛି । (ଏଜେନ୍ସି)