Categories
ଆଜିର ଖବର

ଗଞ୍ଜାମରେ ଭୟାବହ ଅଗ୍ନିକାଣ୍ଡ : 30 ବଖରା ଜଳି ପାଉଁଶ

ସମୀକ୍ଷା ବ୍ୟୁରୋ, ଗଞ୍ଜାମ,16/12 : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 30 ବଖରା ଘର ପୋଡ଼ି ପାଉଁଶ ହୋଇ ଯାଇଛି । ସୋବବାର ସକାଳେ ଗାଁର ନୂଆଁ ସାହିରେ କୌଣସି କାରଣ ବଶତଃ ଏକ ଘରେ ନିଆଁ ଲାଗି ଯାଇଥିଲା । ପରେ ନିଆଁ ବ୍ୟାପିଯାଇ 30ରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।

Categories
ଆଜିର ଖବର

ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ନିଆଁଲିଭାରେ 21ଟି ଦମକଳ ଗାଡି ନିୟୋଜିତ

ନୂଆଦିଲ୍ଲୀ,14/12 : ଗତ ସପ୍ତାହରେ ଦିଲ୍ଲୀରେ ଘଟିଥିବା ଅଗ୍ନିକାଣ୍ଡରେ 43 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଶନିବାର ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଶନିବାର ସକାଳ 5ଟା ସମୟରେ ମୁଣ୍ଡକା ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଏକ କାଠ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି । ଗୋଦାମଟିରେ କାଠ ରହିଥିବାରୁ ନିଆଁ ସହଜରେ ବ୍ୟାପି ଯାଇଥିଲା । ଏହି ଘଟଣାପରେ ନିଆଁ ଲିଭାଇବା ପାଇଁ ଦିଲ୍ଲୀ ଅଗ୍ନିଶମ ବିଭାଗର 21ଟି ଦମକଳ ଗାଡି ନିୟୋଜିତ ହୋଇଛି । ଏହି ଘଟଣାରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲେ ମଧ୍ୟ କୌଣସି ପ୍ରାଣହାନି ହୋଇନି ।(ଏଜେନ୍ସୀ)

Categories
ଆଜିର ଖବର

ଅଗ୍ନିକାଣ୍ଡରେ ଜଳିଗଲା 3 ଦୋକାନ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ସମୀକ୍ଷା ବ୍ୟୁରୋ,ପାରାଦୀପ,14/12 : ପାରାଦୀପ ଗଡ ଗେଟ୍ ବଜାରରେ ଆଜି ଭୋରରୁ ଅଗ୍ନିକାଣ୍ଡ ଘଟି 3ଟି ଦୋକାନ ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି । ସ୍ଥାନୀୟ ଲୋକ ଏବଂ କୁଜଙ୍ଗରୁ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଛନ୍ତି । ଫଳରେ ବଜାରରେ ଥିବା ଅନ୍ୟ ଦୋକାନ ସବୁ ଅଳ୍ପକେ ବର୍ତ୍ତି ଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।

Categories
ଆଜିର ଖବର

ଦିଲ୍ଲୀରେ ଅଗ୍ନିକାଣ୍ଡ : ୩୨ ମୃତ, ୫୦ରୁ ଅଧିକ ଆହତ

ଦିଲ୍ଲି,୮/୧୨: ରାଜଧାନୀ ଦିଲ୍ଲୀର ରାଣୀ ଝାନ୍ସୀ ରୋଡ୍‌ଠାରେ ରବିବାର ସକାଳୁ ଶସ୍ୟ ମଣ୍ଡିରେ ଭୀଷଣ ନିଆଁ ଲାଗିଯାଇଛି । ଏହି ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକେ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ମିଳିଥିବା ସୂଚନା ଅନୁସାରେ ରବିବାର ସକାଳ ୫ଟା ବେଳେ ମଣ୍ଡିରେ ଥିବା ତୃତୀୟ ମହଲାରେ ନିଆଁ ଲାଗିଥିଲା । ପରେ ପରେ ଏହା ବେକେରୀକୁ ସମ୍ପ୍ରସାରଣ କରି ପୂରା କୋଠାରେ ନିଆଁ ଲାଗିଯାଇଥିଲା । ଏହା ଏତେ ଭୟାନକ ରହିଥିଲା ଯେ, ୩0ରୁ ଅଧିକ ଦମକଳ ଗାଡ଼ି ଏହି ନିଆଁଲିଭା କାର୍ଯ୍ୟରେ ନିୟୋଜିତ କରହିଛନ୍ତି । ଏହି ଘଟଣାରେ ୩୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫0ରୁ ଅଧିକ ଗଭୀର ରୂପରେ ଆହତ ହୋଇଥିବାର ଖବର ମିଳିଛି । ଆହତମାନଙ୍କୁ ଆରଏମଏଲ୍‌, ଏଲ୍‌ଏନ୍‌ଜେପି, ହିନ୍ଦୁ ରାଓ ଓ ସଫଦରଗ୍ଞ୍ଜ ଆଦି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । (ଏଜେନ୍ସି)

Categories
ଆଞ୍ଚଳିକ

କଳାହାଣ୍ଡିରେ ଭୟାବହ ଅଗ୍ନିକାଣ୍ଡ: ପାଳ ଗଦାରେ ଜୀଅନ୍ତା ପୋଡି ହୋଇ ପ୍ରାଣ ହରାଇଲେ ୩ ବାଳିକା

ସମୀକ୍ଷା ବ୍ୟୁରୋ
କଳାହାଣ୍ଡି, ୧/୧୨: କଳାହାଣ୍ଡି ଜିଲ୍ଲାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୩ ଜଣ ବାଳିକା ପ୍ରାଣ ହରାଇଛନ୍ତି। ଶନିବାର ଘଟିଥିବା ଅଗ୍ନିକାଣ୍ଡରେ ତିନି ବାଳିକା କଳାହାଣ୍ଡି ଜିଲ୍ଲା ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। କଳାହାଣ୍ଡିର କୋକସରା ଥାନା ଅନ୍ତର୍ଗତ ମହିମା ଗ୍ରାମପଞ୍ଚାୟତର ବିଜମାରା ଗ୍ରାମରେ ଏହି ଘଟଣା ଘଟିଥିଲା। ଖେଳୁଥିବା ସମୟରେ ଦୁଇ ଜାଆଁଳା ଭଉଣୀ ରୋଜି ଏବଂ ଡେଜିଙ୍କ ସହିତ ରଚନା ରାଉତ ନାମକ ଅନ୍ୟ ଜଣେ ବାଳିକା ପ୍ରାଣ ହରାଇଥିଲେ। ପ୍ରାରମ୍ଭିକ ଚିକିତ୍ସା ପାଇଁ ତିନି ଜଣଙ୍କୁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଳାହାଣ୍ଡି ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ସମସ୍ତଙ୍କ ପ୍ରାଣହାନି ଘଟିଥିଲା। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର

କଟକ ମଙ୍ଗଳାବାଗ ଆନ୍ଧ୍ର ବ୍ୟାଙ୍କରେ ଅଗ୍ନିକାଣ୍ଡ

ସମୀକ୍ଷା ବ୍ୟୁରୋ
କଟକ,30/11: କଟକର ମଙ୍ଗଳାବାଗରେ ଆନ୍ଧ୍ର ବ୍ୟାଙ୍କରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ମଧ୍ୟ ଅଗ୍ନିକାଣ୍ଡର ଭୟାବହତା ଅଧିକ ରହିଛି । ଅଗ୍ନିଶମ ବିଭାଗର ତିନୋଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାର ଚେଷ୍ଟା କରାଯାଉଛି । ବ୍ୟାଙ୍କ ମଧ୍ୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ସର୍ଟ ସର୍କିଟ୍‌ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Categories
ଆଜିର ଖବର

ଦିଲ୍ଲୀ ବିମାନବନ୍ଦରରେ ଅଗ୍ନିକାଣ୍ଡ ଗୁଜବ

ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଅଗ୍ନିକାଣ୍ଡର ଗୁଜବ ସୃଷ୍ଟି ହୋଇଥିଲା। ଏକ ବିମାନରୁ କଳା ଧୂଆଁ ବାହାରୁଥିବାର ଦେଖି ଅଗ୍ନିକାଣ୍ଡର ଭ୍ରମ ସୃଷ୍ଟି ହୋଇଥିଲା। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବୋଇଙ୍ଗ ୭୭୭ ବିମାନରେ ନିଆଁ ଲାଗିଥିବାର ଦେଖାଯାଇଥିଲା। ଏହା ଦିଲ୍ଳୀ ବିମାନବନ୍ଦରରେ ଭୟର ପରିବେଶ ସୃଷ୍ଟି କରିଥିଲା। ବୁଧବାର ରାତ୍ରରେ ବିମାନବନ୍ଦରର ଅତିରିକ୍ତ ବିଦ୍ୟୁତ୍‌ ୟୁନିଟ୍‌ (ଏପିୟୁ) ପକ୍ଷରୁ ଏହି ନିଆଁକୁ ପ୍ରଥମେ ଦେଖା ଯାଇଥିଲା। ଏକ ଏସିର ମରାମତି ସମୟରେ ଏହା ଲକ୍ଷ୍ୟ କରିଥିଲେ ଏପିୟୁର ଜନୈକ ଇଞ୍ଜିନିୟର। ଦିଲ୍ଳୀରୁ ସାନ୍‌ଫ୍ରାନ୍‌ସିସ୍‌କୋ ଯିବାକୁ ଥିବା ଏୟାର ଇଣ୍ଡିଆର ଏକ ବିମାନରେ ଏହି ତ୍ରୁଟି ଦେଖା ଦେଇଥିଲା। ପରେ ଏୟାର ଇଣ୍ଡିଆ ପକ୍ଷରୁ ଏହି ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯିବା ସହିତ ଏକ ଭିଡିଓ ଜାରି କରାଯାଇଥିଲା କି ଏହା ବାସ୍ତବରେ ଅଗ୍ନିକାଣ୍ଡ ନଥିଲା। ତେଲ ଟାଙ୍କିରୁ ବିମାନ ଇନ୍ଧନ ଲିକ୍‌ ହେଉଥିଲା ଏବଂ କଳା ଧୂଆଁ ଅଗ୍ନିକାଣ୍ଡର ଭ୍ରାନ୍ତ ଧାରଣା ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ଏପିୟୁ ପକ୍ଷରୁ ବିମାନଟିର ପରୀକ୍ଷଣ କରାଯାଇ ଅଗ୍ନିକାଣ୍ଡର କୌଣସି ସୂଚନା ନଥିବା ସ୍ପଷ୍ଟ କରିଥିଲେ।

Categories
ଆଜିର ଖବର

ଥାନେର ଭିଓ୍ବାଣ୍ଡିରେ ଭୟାବହ ଅଗ୍ନିକାଣ୍ଡ

ଥାନେର ଭିଓ୍ବାଣ୍ଡିରେ ଏକ ଗୋଦାମ ଗୃହରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଭିଓ୍ବାଣ୍ଡୀର କାଲ୍ହେର ବଜାରରେ ଥିବା ଜୟ ମାତା ଦି କମ୍ପାଉଣ୍ଡରେ ଘଟିଥିବା ଏହି ଅଗ୍ନିକାଣ୍ଡ ଦୀର୍ଘ ୬ ଘଣ୍ଟା ଧରି ଲାଗି ରହିଥିଲା। ଗୋଦାମ ଗୃହରେ ପ୍ଲାଷ୍ଟିକ୍‌ ବ୍ରସ୍‌ ରହିଥିବାରୁ ନିଆଁ ଖୁବ୍‌ ଶୀଘ୍ର ବ୍ୟାପି ଯାଇଥିଲେ। ସକାଳ ୫.୪୫ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଜଳି ଯାଇଥିବା ନେଇ ସୂଚନା ଦିଆଯାଇଛି। ଘଟଣାସ୍ଥଳକୁ ନିଜାମପୁରା ଅଗ୍ନିଶମ ବିଭାଗ କର୍ମଚାରୀ ଆସିଥିବା ବେଳେ ଥାନେର ଦୁଇଟି ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

Categories
Uncategorized

ଶ୍ରୀନଗର ସେଣ୍ଟ୍ରାଲ ଜେଲ୍‌ରେ ଅଗ୍ନିକାଣ୍ଡ

ଶ୍ରୀନଗର ସେଣ୍ଟ୍ରାଲ ଜେଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏହାପରେ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହିତ ଦଙ୍ଗା ବ୍ୟାପିଥିଲା। ଏହି ଦଙ୍ଗା ପରେ ଜେଲ୍‌ର କିଛି କଏଦୀଙ୍କୁ କାଶ୍ମୀରର ଅନ୍ୟ ଏକ ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଜେଲ୍‌ ବିଭାଗର ଡିଜିପି ଦିଲବାଗ ସିଂ  କହିଛନ୍ତି ଯେ, ଏହି ଅଗ୍ନିକାଣ୍ଡ ଜେଲ୍‌ରେ କିଛି କଏଦୀ କରିଛନ୍ତି। ନୂତନ ଆବାସ ନିର୍ମାଣ ନେଇ କଏଦୀ ମାନେ ପୁରାତନ ଜେଲ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହି ଅଗ୍ନିକାଣ୍ଡ ସମୟରେ କିଛି କଏଦୀ ପଳାୟନ ଉଦ୍ୟମ କରିଥିଲେ ମଧ୍ୟ ପୋଲିସର ତତ୍ପରତା ଯୋଗୁଁ ଏହା ନାକାମ ହୋଇଥିଲା। ଘଟଣାସ୍ଥଳରେ ଲାଗି ରହିଥିବା ଉତ୍ତେଜନାକୁ ପ୍ରଶମିତ କରିବା ପାଇଁକ ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଫିସର ଏବଂ ସିଆରପିଏଫ୍‌ ଯବାନଙ୍କୁ ମୁତୟନ କରାଯାଇଛି।

Categories
ଆଜିର ଖବର

ତପସ୍ୱିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା :  ଜଣେ ଗିରଫ

ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ନିଆଁ ଲାଗିଥିବା ଘଟଣାରେ ଅଭିଯୁକ୍ତ ଅଶୋକ ପ୍ରଧାନଙ୍କୁ ଆରଫିଏଫ୍‌ ଗିରଫ କରିଛି  ଗତ ୨୨ତାରିଖରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ପୁରୀ ଷ୍ଟେସନରେ ଠିଆ ହୋଇଥିବା ବେଳେ ପୁରୀ-ହାଟିଆ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା। ଟ୍ରେନର ୨,୩,୪ ଓ ୫ ନମ୍ବର ସ୍ଲିପର କୋଚ୍‌ରେ ନିଆଁ ଲାଗିଥିବା ବେଳେ ଏସ/୪ କୋଚ୍ ସଂପୂର୍ଣ୍ଣ ଜଳି ଯାଇଥିଲା। ଟ୍ରେନରେ କୌଣସି ଯାତ୍ରୀ ନଥିଲେ ଏବଂ ସବୁ ବଗି ଖାଲିଥିଲା।

Categories
ଆଜିର ଖବର

ପର୍ଯ୍ୟଟକ ବସ୍‌ରେ ନିଆଁ, 26 ମୃତ

ବେଜିଂରେ ପର୍ଯ୍ୟଟକଙ୍କ ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟି ୨୬ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୮ ଜଣ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତନ୍ମଧ୍ୟରୁ ୫ ଜଣ ଗୁରୁତର ଅବସ୍ଥାରେ ରହିଥିବା ଜଣାପଡିଛି। ବେଜିଂର ହ୍ୟୁନାନ୍‌ ପ୍ରଦେଶରେ ଶୁକ୍ରବାର ଏହି ଦୁର୍ଘଟଣା ଘଟିଛି। ୫୯ ସିଟ୍‌ର ଏହି ବସ୍‌ରେ ୫୩ ଜଣ ଯାତ୍ରୀ ଏବଂ ୨ ଜଣ ଡ୍ରାଇଭର ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲାେ। ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ବିଦେଶୀ ନାଗରିକ ରହିଥିବା ଜଣାପଡିଛି। ଦୁଇ ଡ୍ରାଇଭରଙ୍କୁ ଗିରଫ କରାଯାଇ ଦୁର୍ଘଟଣାର କାରଣ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଥିବା ଜଣାପଡିଛି। ଗୋଟିଏ ଦିନ ପୂର୍ବରୁ ଏକ ରାସାୟନିକ ଫ୍ୟାକ୍ଟ୍ରିରେ ଘଟିଥିବା ବିସ୍ଫୋରଣରେ ୬୪ ଲୋକ ମୃତାହତ ହେବା ସହିତ ୬୪୦ରୁ ଅଧିକ ଲୋକ ଆହତ ହାେଇଥିଲେ।

Categories
ଆଜିର ଖବର

କଟକ ବଡ଼ ମେଡ଼ିକାଲରେ ଅଗ୍ନିକାଣ୍ଡ, ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ

କଟକ ବଡ଼ ମେଡ଼ିକାଲରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନୀ ହୋଇ ନାହିଁ ।  ମାତ୍ର ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିବା ଜାଣିବାକୁ ମିଳିଛି। ମେଡିକାଲ୍‌ରେ ଥିବା ପାଥୋଲୋଜି ବିଭାଗର ଦୁଇଟି ରୁମ୍‌ରେ ନିଆଁ ଲାଗିଥିବା ହେତୁ ଏପରି ଭୟାନକ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁ ହୋଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ମେଡିକାଲ୍‌ର ୧୦ରୁ ଊର୍ଧ୍ୱ ଏସି ପୋଡ଼ି ଜଳି ପାଉଁଶ ହୋଇ ଯାଇଥିବା ସୂଚନା ରହିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡ଼ି ପାଉଁଶ ହୋଇଥିବା ସହ ଲକ୍ଷ ଲକ୍ଷ ଟଙ୍କାର ଆସବାପତ୍ର ମଧ୍ୟ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ପୁଲିସ୍‌ ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇତଦନ୍ତ ଆରମ୍ଭ କରିଛି।