Categories
ଆଜିର ଖବର

ଆଇପିଏଲ୍‌ ୨୦୧୯ : ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷିତ

ଆସନ୍ତା ୨୩ମାଚ୍ଚର୍ରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ ମହାକୁମ୍ଭ ଆଇପିଏଲ୍‌ ନିମନ୍ତେ ବିସିସିଆଇ ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି। ପୂର୍ବରୁ ବିସିସିଆଇ ଏହାର ପ୍ରଥମ ଚରଣର କାର୍ଯ୍ୟସୂଚୀ ସମ୍ପର୍କରେ ଘାେଷଣା କରିଥିବା ବେଳେ ସାେମବାର ବିସିସିଆଇର ପ୍ରଶାସକ କମିଟିର ବୈଠକ ପରେ ଏହି  ଘୋଷଣା କରାଯାଇଛି। ଲୋକସଭା ନିର୍ବାଚନକୁ ଆଖିଆଗରେ ରଖି ଏହି ସୂଚୀ ପ୍ରସ୍ତୁତ କରାଯାଇଛି। ଚଳିତ ସାଧାରଣ ନିର୍ବାଚନ ମେ ୧୧ରୁ ଆରମ୍ଭ ହେବାକୁ ରହିଛି। ପୂବର୍ରୁ ନିର୍ବାଚନ ସମୟରେ  ଆଇପିଏଲ୍‌ ଦେଶ ବାହାରେ ଆୟୋଜିତ ହାେଇଛି। ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଆଇପିଏଲ୍‌ର ସମସ୍ତ ମ୍ୟାଚ ଖେଳାଯାଇଥିବା ବେଳେ ୨୦୧୪ର ପ୍ରଥମ ଚରଣ ୟୁଏଇରେ ଖେଳାଯାଇଥିଲା। କିନ୍ତୁ ଚଳିତ ଥର ନିର୍ବାଚନ ସମୟରେ ଆଇପିଏଲ୍‌ ଦେଶରେ ଖେଳାଯାଉଛି। ବିସିସିଆଇ ଜାରି କରିଥିବା ସମ୍ପୂର୍ଣ୍ଣ ସୂଚୀରେ ମାର୍ଚ୍ଚ ୨୩ରୁ  ମେ ୫ ପର୍ଯ୍ୟନ୍ତ ଖେଳାଯିବ। ତଥାପି କ୍ୱାଲିଫାୟର୍ସ ଓ ଫାଇନାଲ ମ୍ୟାଚର ତାରିଖ ଘୋଷଣା ବାକି ଅଛି ।  ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗସ୍‌ ଏବଂ ରୟାଲ ଚ୍ୟାଲେଞ୍ଜସର୍ ବାଙ୍ଗାଲୋର ପରସ୍ପରକୁ ଭେଟିବେ।

ଆଇପିଏଲ – ୨୦୧୯ କାର୍ଯ୍ୟସୂଚୀ
ମାର୍ଚ୍ଚ ୨୩- ସିଏସକେ ବନାମ ଆରସିବି, ରାତି ୮ଟା (ଚେନ୍ନାଇ)
ମାର୍ଚ୍ଚ ୨୪- କେକେଆର ବନାମ ଏସଆରଏଚ୍, ଅପରାହ୍ଣ ୪ଟା (କୋଲକାତା)
ମାର୍ଚ୍ଚ ୨୪: ମୁମ୍ବାଇ ବନାମ ଦିଲ୍ଲୀ (ମୁମ୍ବାଇ), ରାତି ୮ଟା (ମୁମ୍ବାଇ)
ମାର୍ଚ୍ଚ ୨୫: ରାଜସ୍ଥାନ ବନାମ ପଞ୍ଜାବ, ରାତି ୮ଟା (ଜୟପୁର)
ମାର୍ଚ୍ଚ ୨୬: ଦିଲ୍ଲୀ ବନାମ ସିଏସକେ, ରାତି ୮ଟା (ଦିଲ୍ଲୀ)
ମାର୍ଚ୍ଚ ୨୭: କେକେଆର ବନାମ ପଞ୍ଜାବ, ରାତି ୮ଟା (କୋଲକାତା)
ମାର୍ଚ୍ଚ ୨୮: ଆରସିବି ବନାମ ମୁମ୍ବାଇ, ରାତି ୮ଟା (ବେଙ୍ଗାଲୁରୁ)
ମାର୍ଚ୍ଚ ୨୯: ଏସଆରଏଚ୍ ବନାମ ରାଜସ୍ଥାନ, ରାତି ୮ଟା (ବେଙ୍ଗାଲୁରୁ)
ମାର୍ଚ୍ଚ ୩୦: ପଞ୍ଜାବ ବନାମ ମୁମ୍ବାଇ, ଅପରାହ୍ଣ ୪ଟା (ମୋହାଲି)
ମାର୍ଚ୍ଚ ୩୦: ଦିଲ୍ଲୀ ବନାମ କେକେଆର, ରାତି ୮ଟା (ଦିଲ୍ଲୀ)
ମାର୍ଚ୍ଚ ୩୧: ଏସଆରଏଚ୍ ବନାମ ଆରସିବି, ଅପରାହ୍ଣ ୪ଟା (ହାଇଦ୍ରାବାଦ)
ମାର୍ଚ୍ଚ ୩୧: ସିଏସକେ ବନାମ ରାଜସ୍ଥାନ (ଚେନ୍ନାଇ)
ଏପ୍ରିଲ ୧: ପଞ୍ଜାବ ବନାମ ଦିଲ୍ଲୀ, ରାତି ୮ଟା (ମୋହାଲି)
ଏପ୍ରିଲ ୨: ରାଜସ୍ଥାନ ବନାମ ଆରସିବି, ରାତି ୮ଟା (ଜୟପୁର)
ଏପ୍ରିଲ ୩: ମୁମ୍ବାଇ ବନାମ ସିଏସକେ, ରାତି ୮ଟା (ମୁମ୍ବାଇ)
ଏପ୍ରିଲ ୪: ଦିଲ୍ଲୀ ବନାମ ଏସଆରଏଚ, ରାତି ୮ଟା (ଦିଲ୍ଲୀ)
ଏପ୍ରିଲ ୫: ଆରସିବି ବନାମ କେକେଆର, ରାତି ୮ଟା (ବେଙ୍ଗାଲୁରୁ)
ଏପ୍ରିଲ ୬: ସିଏସକେ ବନାମ ପଞ୍ଜାବ, ଅପରାହ୍ଣ ୪ଟା (ଚେନ୍ନାଇ)
ଏପ୍ରିଲ ୬: ଏସଆରଏଚ ବନାମ ମୁମ୍ବାଇ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୭: ଆରସିବି ବନାମ ଦିଲ୍ଲୀ, ଅପରାହ୍ଣ ୪ଟା (ବେଙ୍ଗାଲୁରୁ)
ଏପ୍ରିଲ ୭: ରାଜସ୍ଥାନ ବନାମ କେକେଆର, ରାତି ୮ଟା (ଜୟପୁର)
ଏପ୍ରିଲ ୮: ପଞ୍ଜାବ ବନାମ ଏସଆରଏଚ୍, ରାତି ୮ଟା (ମୋହାଲି)
ଏପ୍ରିଲ ୯: ସିଏସକେ ବନାମ କେକେଆର, ରାତି ୮ଟା (ଚେନ୍ନାଇ)
ଏପ୍ରିଲ ୧୦: ମୁମ୍ବାଇ ବନାମ ପଞ୍ଜାବ, ରାତି ୮ଟା (ମୁମ୍ବାଇ)
ଏପ୍ରିଲ ୧୧: ରାଜସ୍ଥାନ ବନାମ ଚେନ୍ନାଇ, ରାତି ୮ଟା (ଜୟପୁର)
ଏପ୍ରିଲ ୧୨: କେକେଆର ବନାମ ଦିଲ୍ଲୀ, ରାତି ୮ଟା (କୋଲକାତା)
ଏପ୍ରିଲ ୧୩: ମୁମ୍ବାଇ ବନାମ ରାଜସ୍ଥାନ, ଅପରାହ୍ଣ ୪ଟା (ମୁମ୍ବାଇ)
ଏପ୍ରିଲ ୧୩: ପଞ୍ଜାବ ବନାମ ଆରସିବି, ରାତି ୮ଟା (ମୋହାଲି)
ଏପ୍ରିଲ ୧୪: କେକେଆର ବନାମ ସିଏସକେ, ଅପରାହ୍ଣ ୪ଟା (କୋଲକାତା)
ଏପ୍ରିଲ ୧୪: ଏସଆରଏଚ୍ ବନାମ ଦିଲ୍ଲୀ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୧୫: ମୁମ୍ବାଇ ବନାମ ଆରସିବି, ରାତି ୮ଟା (ମୁମ୍ବାଇ)
ଏପ୍ରିଲ ୧୬: ପଞ୍ଜାବ ବନାମ ରାଜସ୍ଥାନ, ରାତି ୮ଟା (ମୋହାଲି)
ଏପ୍ରିଲ ୧୭: ଏସଆରଏଚ ବନାମ ସିଏସକେ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୧୮: ଦିଲ୍ଲୀ ବନାମ ମୁମ୍ବାଇ, ରାତି ୮ଟା (ଦିଲ୍ଲୀ)
ଏପ୍ରିଲ ୧୯: କେକେଆର ବନାମ ଆରସିବି, ରାତି ୮ଟା (କୋଲକାତା)
ଏପ୍ରିଲ ୨୦: ରାଜସ୍ଥାନ ବନାମ ମୁମ୍ବାଇ, ଅପରାହ୍ଣ ୪ଟା, (ଜୟପୁର)
ଏପ୍ରିଲ ୨୦: ଦିଲ୍ଲୀ ବନାମ ପଞ୍ଜାବ, ରାତି ୮ଟା (ଦିଲ୍ଲୀ)
ଏପ୍ରିଲ ୨୧: ଏସଆରଏଚ ବନାମ କେକେଆର, ଅପରାହ୍ଣ ୪ଟା (ହାଇଦ୍ରାବାଦ)
ଏପ୍ରିଲ ୨୧: ଆରସିବି ବନାମ ସିଏସକେ, ରାତି ୮ଟା (ବେଙ୍ଗାଲୁରୁ)
ଏପ୍ରିଲ ୨୨: ରାଜସ୍ଥାନ ବନାମ ଦିଲ୍ଲୀ, ରାତି ୮ଟା (ଜୟପୁର)
ଏପ୍ରିଲ ୨୩: ସିଏସକେ ବନାମ ଏସଆରଏଚ, ରାତି ୮ଟା (ଚେନ୍ନାଇ)
ଏପ୍ରିଲ ୨୪: ଆରସିବି ବନାମ ପଞ୍ଜାବ, ରାତି ୮ଟା (ବେଙ୍ଗାଲୁରୁ)
ଏପ୍ରିଲ ୨୫: କେକେଆର ବନାମ ରାଜସ୍ଥାନ, ରାତି ୮ଟା (କୋଲକାତା)
ଏପ୍ରିଲ ୨୬: ସିଏସକେ ବନାମ ମୁମ୍ବାଇ, ରାତି ୮ଟା (ଚେନ୍ନାଇ)
ଏପ୍ରିଲ ୨୭: ରାଜସ୍ଥାନ ବନାମ ଏସଆରଏଚ, ରାତି ୮ଟା (ଜୟପୁର)
ଏପ୍ରିଲ ୨୮: ଦିଲ୍ଲୀ ବନାମ ଆରସିବି, ଅପରାହ୍ଣ ୪ଟା (ଦିଲ୍ଲୀ)
ଏପ୍ରିଲ ୨୮: କେକେଆର ବନାମ ମୁମ୍ବାଇ, ରାତି ୮ଟା (କୋଲକାତା)
ଏପ୍ରିଲ ୨୯: ଏସଆରଏଚ ବନାମ ପଞ୍ଜାବ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୩୦: ଆରସିବି ବନାମ ରାଜସ୍ଥାନ, ରାତି ୮ଟା (ବେଙ୍ଗାଲୁରୁ)
ମେ’ ୧: ସିଏସକେ ବନାମ ଦିଲ୍ଲୀ, ରାତି ୮ଟା (ଚେନ୍ନାଇ)
ମେ’ ୨: ମୁମ୍ବାଇ ବନାମ ଏସଆରଏଚ, ରାତି ୮ଟା (ମୁମ୍ବାଇ)
ମେ’ ୩: ପଞ୍ଜାବ ବନାମ କେକେଆର, ରାତି ୮ଟା (ମୋହାଲି)
ମେ’ ୪: ଦିଲ୍ଲୀ ବନାମ ରାଜସ୍ଥାନ, ଅପରାହ୍ଣ ୪ଟା (ଦିଲ୍ଲୀ)
ମେ’ ୪: ଆରସିବି ବନାମ ଏସଆରଏଚ, ରାତି ୮ଟା (ବେଙ୍ଗାଲୁରୁ)
ମେ’ ୫: ପଞ୍ଜାବ ବନାମ ସିଏସକେ, ଅପରାହ୍ଣ ୪ଟା (ମୋହାଲି)
ମେ’ ୫: ମୁମ୍ବାଇ ବନାମ କେକେଆର, ରାତି ୮ଟା (ମୁମ୍ବାଇ)

 

Categories
ଆଜିର ଖବର

ଭାରତ ଆଗରେ ୩୧୪ ରନ୍‌ର ଟାର୍ଗେଟ୍‌

ଆଜି ଖେଳାଯାଉଥିବା ଅଷ୍ଟ୍ରେଲିଆ ବନାମ ଇଣ୍ଡିଆର ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ଵିକେଟ୍ ହରାଇ ୩୧୩ ରନ କରିଛି। ସିରିଜ୍ ଜିତିବା ପାଇଁ ଭାରତ ସମ୍ମୁଖରେ ରହିଛି ୩୧୪ ରନର ବିଜୟ ଲକ୍ଷ୍ୟ। ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖାଓ୍ଵଜା ପ୍ରଥମ ଦିନିକିଆ ଶତକ( ୧୦୪) ଓ ଅଧିନାୟକ ଆରୋନ ଫିଞ୍ଚ ୯୩ ରନ  କରିଛନ୍ତି । ଭାରତ ପକ୍ଷରୁ କୁଲଦୀପ ଯାଦବ ତିନୋଟି ଏବଂ ମହମ୍ମଦ ସାମି ଗୋଟିଏ ଓ୍ଵିକେଟ୍ ନେଇଥିଲେ।

Categories
ଆଜିର ଖବର

ଆଇଏସଆଇ ଜୈଶ ସାହାଯ୍ୟରେ ଭାରତରେ ବିସ୍ଫୋରଣ କରାଇଥାଏ : ମୁଶାରଫ୍‌

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ଏକ ବୟାନରେ ପାକିସ୍ତାନର ଅସଲ ଚେହେରା ପଦାରେ ପକାଇଛନ୍ତି । ପାକିସ୍ତାନ ସରକାର ଏବଂ ସେନା କିଭଳି ଭାବେ ଆତଙ୍କବାଦୀ ସଂଗଠନକୁ ସମର୍ଥନ କରେ ତାହା ସେ ପ୍ରକାଶ କରିଛନ୍ତି । ଦୀର୍ଘବର୍ଷ ଧରି ପାକ୍ ସେନାମୁଖ୍ୟ ଏବଂ ପାକ୍ ରାଷ୍ଟ୍ରପତି ଥିବା ମୁଶାରଫଙ୍କ ଏହି ମନ୍ତବ୍ୟ ପାକିସ୍ତାନର ଦୋମୁହାଁ ଏବଂ ଆତଙ୍କବାଦକୁ ପ୍ରରୋଚିତ କରିବା କଥା ପଦାରେ ପକାଇ ଦେଇଛି । ତାଙ୍କ କାର୍ଯ୍ୟକାଳରେ ଜୈଶ-ଇ-ମହମ୍ମଦ ଏକ ଆତଙ୍କବାଦୀ ସଙ୍ଗଠନ ଥିଲା । ପାକ୍ ଗୁଇନ୍ଦା ବିଭାଗ ଆଇଏସଆଇ ଓ ସେନା ଏହାକୁ ଭାରତ ବିରୋଧରେ ବିସ୍ଫୋରଣ କରିବାରେ ସାହାଯ୍ୟ ଏବଂ ବ୍ୟବହାର କରୁଥିଲା । ସେ ୨୦୦୩ରେ ଜୈଶ ଉପରେ କଟକଣା ଜାରି ପାଇଁ ପ୍ରୟାସ କରିଥିବାର କହିଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ କାର୍ଯ୍ୟକାଳରେ ଦେଶର ପରିସ୍ଥିତି ଅଲଗା ଥିଲା । ତେଣୁ ଜୈଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ତେବେ ଜୈଶ ୨୦୦୧ରେ ଆଇଏସଆଇ ସହ ମିଶି ଜମ୍ମୁ-କାଶ୍ମୀର ବିଧାନସଭା ଏବଂ ପରେ ଉରି ଓ ପୁଲୱାମା ଆକ୍ରମଣ କରିଥିଲା ।

Categories
ଆଜିର ଖବର

ବିଶ୍ୱର ୧୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୭ଟି ସହର

ସ୍ୱଚ୍ଛ ଭାରତକୁ ନେଇ ଭାରତ ସରକାର ବହୁଳ ପ୍ରଚାର ପ୍ରସାର କରୁଥିବାବେଳେ ଅସଲ ଚିତ୍ର ସାମ୍ନାକୁ ଆସିଛି । ବିଶ୍ୱର ୧୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୭ଟି ସହର ସ୍ଥାନ ପାଇଛନ୍ତି। ସେହିପରି ବିଶ୍ୱର ୧ ନମ୍ବର ପ୍ରଦୂଷିତ ସହର ଭାବେ ଗୁରୁଗ୍ରାମ ରହିଛି। । ସର୍ବାଧିକ ପ୍ରଦୂଷିତ ସହର ଭାବେ ପ୍ରଥମ ୫ଟି ସ୍ଥାନରେ ପାକିସ୍ତାନର ଫୈସଲାବାଦ ସହ ୪ଟି ଭାରତୀୟ ସହର ରହିଛନ୍ତି। ଗୁରୁଗ୍ରାମ  ପ୍ରଥମରେ ଥିବା ବେଳେ  ଦ୍ବିତୀୟରେ ଗାଜିଆବାଦ, ତୃତୀୟରେ ପାକିସ୍ତାନର  ଫୈସଲାବାଦ, ଚତୁର୍ଥରେ ଫରିଦାବାଦ, ପଞ୍ଚମରେ ଭିୱାଡି, ଷଷ୍ଠରେ ନୋଏଡା, ସପ୍ତମରେ ପାଟନା,  ଅଷ୍ଟମରେ ଚୀନ୍‌ର ହୋଟାନ, ନବମରେ ଲକ୍ଷ୍ନୌ ଓ ଦଶମରେ ପାକିସ୍ତାନର ଲାହୋର ସହର ରହିଛି। ଆଇକ୍ୟୁ ଏୟାର ଭିଜୁଆଲ ଓ ଗ୍ରୀନ୍‌ ପିସ୍‌ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

Categories
ଆଜିର ଖବର

ଭାରତକୁ ୨୩୭ ରନ୍‌ ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ପ୍ରଥମ ଦିନିକିଆରେ ଭାରତକୁ ଅଷ୍ଟ୍ରେଲିଆ ୨୩୭ ରନ୍‌ ଟାର୍ଗେଟ ଦେଇଛି। ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଚାଲିଥିବା ପ୍ରଥମ ଏକଦିବସୀୟରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୨୩୬ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୨୩୭ ରନ୍‌ ଟାର୍ଗେଟ ମିଳିଛି। ଭାରତର ମହମ୍ମଦ ସାମି, ଯଶପ୍ରୀତ ବୁମରା ଓ କୁଲଦୀପ ଯାଦବଙ୍କୁ ୨-୨ ଓ୍ଵିକେଟ ମିଳିଥିବା ବେଳେ କେଦାର ଯାଧବ ଗୋଟିଏ ଓ୍ଵିକେଟ ନେଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ୍ ଖ୍ୱାଜା ସର୍ବାଧିକ ୫୦ ରନ୍, ଗ୍ଲେନ୍ ମ୍ୟାକ୍ସୱେଲ ୪୦, ମାର୍କସ୍ ଷ୍ଟୋଇନିସ୍ ୩୭ ଓ ଆଷ୍ଟନ୍ ଟର୍ଣ୍ଣର ଅପରାଜିତ ୩୬ ରନ୍ କରିଛନ୍ତି ।