Categories
ଆଜିର ଖବର ମନୋରଂଜନ ସିନେମା

ଚର୍ଚ୍ଚାରେ କରୀନା ଓ କାର୍ତ୍ତିକଙ୍କ ରୟାଲ୍‌ ଲୁକ୍‌

ହାଇଦ୍ରାବାଦ: କରୀନା କପୁର୍‌ ଖାନ୍‌ ଓ କାର୍ତ୍ତିକ ଆର୍ଯ୍ୟନ୍‌ ନିକଟରେ ଡିଜାଇନ୍‌ର ମନୀଷ୍‌ ମାଲହୋତ୍ରାଙ୍କ ପାଇଁ ରାମ୍ପ୍‌ ଓ୍ବାର୍କ କରିଛନ୍ତି । ହ୍ବାଇଟ୍‌ ଓ ସିଲିଭର୍‌ ଆଉଟଫିଟ୍‌ରେ ଦୁଇଜଣଙ୍କ ରୟାଲ୍‌ ଲୁକ୍‌କୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଲାଗିଛି । ଏହି ଶୋ’ଟି ହାଇଦ୍ରାବାଦଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମନୀଷ୍‌ ମାଲହୋତ୍ରା ସମର ଓ୍ବେଡିଂ କଲକେସନ୍‌ 2020କୁ ପ୍ରେଜେଣ୍ଟ କରିଥିଲେ । ମନୀଷ୍‌ଙ୍କ ଶିମରୀ ଟ୍ରାଡିସନାଲ୍‌ ଡ୍ରେସ୍‌ କରୀନା ଓ କାର୍ତ୍ତିକ ବେଶ୍‌ ସୁନ୍ଦର ଲାଗୁଥିଲେ । ଏହି ଶୋ’ରେ କରୀନା କପୁର୍‌ ମନୀଷ୍‌ ମାଲହୋତ୍ରାଙ୍କ ଶୋ’ ଟପ୍ପର ରହିଥିଲେ। କରୀନାଙ୍କ ରୟାଲ୍‌ ଲୁକ୍‌ ସାଙ୍ଗକୁ ନୂଆ ହେୟାର ଷ୍ଟାଇଲ୍‌ କରୀନାଙ୍କୁ ବେଶ୍‌ ଆକର୍ଷଣୀୟା କରିଥିଲା । ସେହିପରି କାର୍ତ୍ତିକ ହ୍ବାଇଟ୍‌ କୁର୍ତ୍ତା ଓ ପାଇଜାମାରେ ବହୁତ ହ୍ୟାଣ୍ଡସମ୍‌ ଲାଗୁଥିଲେ। ରାମ୍ପ୍‌ରେ ଦୁହିଁଙ୍କର ଭିନ୍ନ ଭିନ୍ନ ପୋଜ୍‌ର ଫଟୋ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ତେବେ ଦୁହେଁ ପୂର୍ବରୁ ମଧ୍ୟ ମନୀଷ୍‌ ମାଲହୋତ୍ରାଙ୍କ ପାଇଁ ରାମ୍ପ ଓ୍ବାର୍କ କରିସାରିଛନ୍ତି ।

Categories
ଆଜିର ଖବର ମନୋରଂଜନ ସିନେମା

କାର୍ତ୍ତିକ-ସାରାଙ୍କ ସହ ରହିଥିବା ମିଷ୍ଟ୍ରି ଗାର୍ଲ ଜଣକ କିଏ ?

ମୁମ୍ବାଇ : କାର୍ତ୍ତିକ ଆର୍ଯ୍ୟନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଅପକମିଙ୍ଗ୍ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌2’ର ଟ୍ରେଲର୍‌ ଆସିସାରିବା ପରେ ଏବେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଛି । ଏହି ଟ୍ରେଲର୍‌ଟି ୟୁ ଟ୍ୟୁବ୍‌ରେ ନମ୍ବର ଓ୍ବାନ୍‌ ଟ୍ରେଣ୍ଡ୍‌ରେ ଚାଲୁଛି । ଏହି ଟ୍ରେଲର୍‌ରେ କାର୍ତ୍ତିକଙ୍କ ଦୁଇଟି ରୂପ ଦେଖାଯାଇଛି । କାର୍ତ୍ତିକ 90 ଦଶକ ଓ ଚଳିତ ଦଶକର ହିରୋଇନ୍‌ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଟ୍ରେଲରରେ କାର୍ତ୍ତିକଙ୍କ ପ୍ରେମିକା ରୂପରେ ସାରା ଅଲ୍ଲୀ ଖାନ୍‌ ରହିଥିବାବେଳେ 90 ଦଶକରେ ରହିଥିବା କାର୍ତ୍ତିକଙ୍କ ହିରୋଇନ୍‌ ଭୂମିକାରେ ରହିଛନ୍ତି ଜଣେ ନବାଗତା । ଯାହାକୁ ମିଷ୍ଟ୍ରି ଗାର୍ଲ ବୋଲି କୁହାଯାଉଛି । ଏହି ଅଭିନେତ୍ରୀଙ୍କ ନାମ ହେଉଛି ଆରୁଷି ଶର୍ମା । ଆରୁଷି ଏହି ଫିଲ୍ମ ଜରିଆରେ ଆକ୍ଟିଂ କ୍ୟାରିଅରର ଆରମ୍ଭ କରିବାକୁ ଯାଉଥିବାବେଳେ କିନ୍ତୁ ଏହି ଫିଲ୍ମଟି ଆରୁଷିଙ୍କର ପ୍ରଥମ ଫିଲ୍ମ ନୁହେଁ ।

ଆରୁଷି ଏହା ପୂର୍ବରୁ ଇମ୍‌ତିଆଜ୍‌ ଅଲ୍ଲୀଙ୍କ ଫିଲ୍ମର ଅଂଶଗ୍ରହଣ କରିଛନ୍ତି । 2015ରେ ଆସିଥିବା ଫିଲ୍ମ ‘ତମାସା’ରେ ଆରୁଷି ନଜର ଆସିଥିଲେ । ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ରହିଥିଲେ ରଣବୀର୍‌ କପୁର୍‌ ଓ ଦୀପିକା ପାଦୁକୋନ୍‌ । ତେବେ ଏହି ଫିଲ୍ମରେ ଆରୁଷିଙ୍କ ଏତେ ନୋଟିସ୍‌ କରାଯାଇନଥିଲା । ତେବେ ‘ଲଭ ଆଜକଲ୍‌’ରେ ଅଭିନୟକୁ ନେଇ ବେଶ୍‌ ଆଶାବାଦୀ ରହିଛନ୍ତି ଆରୁଷି ।  (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

କାର୍ତ୍ତିକ-ସାରାଙ୍କ ଲଭ୍‌ ଆଜ୍‌କଲ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ : କାର୍ତ୍ତିକ ଆର୍ଯ୍ୟନ୍‌ ଏବଂ ସାରା ଅଲୀ ଖାନ୍‌ଙ୍କ ଅଭିନୀତ ଲଭ୍‌ ଆଜ୍‌ କଲ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ଏହା ସହିତ ଆସନ୍ତା କାଲି ଫିଲ୍ମର ଟ୍ରେଲର ରିଲିଜ୍‌ ହେବାକୁ ଯାଉଛି । ଉଭୟ କାର୍ତ୍ତିକ ଏବଂ ସାରା ପ୍ରଥମ ଥର ପାଇଁ ଏକତ୍ର ନଜର ଆସିବାକୁ ଯାଉଥିବା ବେଳେ ଇମତିଆଜ ଅଲୀ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ପୋଷ୍ଟରରେ ଉଭୟ କାର୍ତ୍ତିକ ଏବଂ ସାରାଙ୍କ ଚରିତ୍ରର ନାମ ମଧ୍ୟ ଘୋଷଣା କରାଯାଇଛି । କାର୍ତ୍ତିକଙ୍କ ଚରିତ୍ରର ନାମ ବୀର ରହିଥିବା ବେଳେ ସାରାଙ୍କ ଚରିତ୍ରର ନାମ ଜୋଏ ରହିଛି । ପୋଷ୍ଟରରେ କାର୍ତ୍ତିକ ଶୋଇଥିବା ବେଳେ ସାରା ତାଙ୍କ ପିଠି ଉପରେ ମୁହଁ ରଖିଥିବା ଦେଖିବାକୁ ମିଳିଛି । 2009ରେ ଇମତିଆଜଙ୍କ ନିର୍ଦ୍ଦେଶିତ ଲଭ୍‌ ଆଜ୍‌କଲ୍‌ରେ ସୈଫ୍‌ ଅଲୀ ଖାନ୍‌, ଦୀପିକା ପାଦୁକୋନ୍‌ ଏବଂ ଋଷି କପୁର୍‌ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମଟି ସୈଫ୍‌ଙ୍କ ଚରିତ୍ରର ସ୍ପିନ୍‌ ଅଫ୍‌ ବୋଲି ଅନୁମାନ କରାଯାଉଛି । (ଏଜେନ୍ସୀ)