ଚର୍ଚ୍ଚାରେ କରୀନା ଓ କାର୍ତ୍ତିକଙ୍କ ରୟାଲ୍‌ ଲୁକ୍‌

Published: Feb 2, 2020, 3:10 pm IST

ହାଇଦ୍ରାବାଦ: କରୀନା କପୁର୍‌ ଖାନ୍‌ ଓ କାର୍ତ୍ତିକ ଆର୍ଯ୍ୟନ୍‌ ନିକଟରେ ଡିଜାଇନ୍‌ର ମନୀଷ୍‌ ମାଲହୋତ୍ରାଙ୍କ ପାଇଁ ରାମ୍ପ୍‌ ଓ୍ବାର୍କ କରିଛନ୍ତି । ହ୍ବାଇଟ୍‌ ଓ ସିଲିଭର୍‌ ଆଉଟଫିଟ୍‌ରେ ଦୁଇଜଣଙ୍କ ରୟାଲ୍‌ ଲୁକ୍‌କୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଲାଗିଛି । ଏହି ଶୋ’ଟି ହାଇଦ୍ରାବାଦଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମନୀଷ୍‌ ମାଲହୋତ୍ରା ସମର ଓ୍ବେଡିଂ କଲକେସନ୍‌ 2020କୁ ପ୍ରେଜେଣ୍ଟ କରିଥିଲେ । ମନୀଷ୍‌ଙ୍କ ଶିମରୀ ଟ୍ରାଡିସନାଲ୍‌ ଡ୍ରେସ୍‌ କରୀନା ଓ କାର୍ତ୍ତିକ ବେଶ୍‌ ସୁନ୍ଦର ଲାଗୁଥିଲେ । ଏହି ଶୋ’ରେ କରୀନା କପୁର୍‌ ମନୀଷ୍‌ ମାଲହୋତ୍ରାଙ୍କ ଶୋ’ ଟପ୍ପର ରହିଥିଲେ। କରୀନାଙ୍କ ରୟାଲ୍‌ ଲୁକ୍‌ ସାଙ୍ଗକୁ ନୂଆ ହେୟାର ଷ୍ଟାଇଲ୍‌ କରୀନାଙ୍କୁ ବେଶ୍‌ ଆକର୍ଷଣୀୟା କରିଥିଲା । ସେହିପରି କାର୍ତ୍ତିକ ହ୍ବାଇଟ୍‌ କୁର୍ତ୍ତା ଓ ପାଇଜାମାରେ ବହୁତ ହ୍ୟାଣ୍ଡସମ୍‌ ଲାଗୁଥିଲେ। ରାମ୍ପ୍‌ରେ ଦୁହିଁଙ୍କର ଭିନ୍ନ ଭିନ୍ନ ପୋଜ୍‌ର ଫଟୋ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ତେବେ ଦୁହେଁ ପୂର୍ବରୁ ମଧ୍ୟ ମନୀଷ୍‌ ମାଲହୋତ୍ରାଙ୍କ ପାଇଁ ରାମ୍ପ ଓ୍ବାର୍କ କରିସାରିଛନ୍ତି ।

Related posts