କାର୍ତ୍ତିକ-ସାରାଙ୍କ ସହ ରହିଥିବା ମିଷ୍ଟ୍ରି ଗାର୍ଲ ଜଣକ କିଏ ?

Published: Jan 18, 2020, 9:34 am IST

ମୁମ୍ବାଇ : କାର୍ତ୍ତିକ ଆର୍ଯ୍ୟନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଅପକମିଙ୍ଗ୍ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌2’ର ଟ୍ରେଲର୍‌ ଆସିସାରିବା ପରେ ଏବେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଛି । ଏହି ଟ୍ରେଲର୍‌ଟି ୟୁ ଟ୍ୟୁବ୍‌ରେ ନମ୍ବର ଓ୍ବାନ୍‌ ଟ୍ରେଣ୍ଡ୍‌ରେ ଚାଲୁଛି । ଏହି ଟ୍ରେଲର୍‌ରେ କାର୍ତ୍ତିକଙ୍କ ଦୁଇଟି ରୂପ ଦେଖାଯାଇଛି । କାର୍ତ୍ତିକ 90 ଦଶକ ଓ ଚଳିତ ଦଶକର ହିରୋଇନ୍‌ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଟ୍ରେଲରରେ କାର୍ତ୍ତିକଙ୍କ ପ୍ରେମିକା ରୂପରେ ସାରା ଅଲ୍ଲୀ ଖାନ୍‌ ରହିଥିବାବେଳେ 90 ଦଶକରେ ରହିଥିବା କାର୍ତ୍ତିକଙ୍କ ହିରୋଇନ୍‌ ଭୂମିକାରେ ରହିଛନ୍ତି ଜଣେ ନବାଗତା । ଯାହାକୁ ମିଷ୍ଟ୍ରି ଗାର୍ଲ ବୋଲି କୁହାଯାଉଛି । ଏହି ଅଭିନେତ୍ରୀଙ୍କ ନାମ ହେଉଛି ଆରୁଷି ଶର୍ମା । ଆରୁଷି ଏହି ଫିଲ୍ମ ଜରିଆରେ ଆକ୍ଟିଂ କ୍ୟାରିଅରର ଆରମ୍ଭ କରିବାକୁ ଯାଉଥିବାବେଳେ କିନ୍ତୁ ଏହି ଫିଲ୍ମଟି ଆରୁଷିଙ୍କର ପ୍ରଥମ ଫିଲ୍ମ ନୁହେଁ ।

ଆରୁଷି ଏହା ପୂର୍ବରୁ ଇମ୍‌ତିଆଜ୍‌ ଅଲ୍ଲୀଙ୍କ ଫିଲ୍ମର ଅଂଶଗ୍ରହଣ କରିଛନ୍ତି । 2015ରେ ଆସିଥିବା ଫିଲ୍ମ ‘ତମାସା’ରେ ଆରୁଷି ନଜର ଆସିଥିଲେ । ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ରହିଥିଲେ ରଣବୀର୍‌ କପୁର୍‌ ଓ ଦୀପିକା ପାଦୁକୋନ୍‌ । ତେବେ ଏହି ଫିଲ୍ମରେ ଆରୁଷିଙ୍କ ଏତେ ନୋଟିସ୍‌ କରାଯାଇନଥିଲା । ତେବେ ‘ଲଭ ଆଜକଲ୍‌’ରେ ଅଭିନୟକୁ ନେଇ ବେଶ୍‌ ଆଶାବାଦୀ ରହିଛନ୍ତି ଆରୁଷି ।  (ଏଜେନ୍ସି)

Related posts