Categories
ଜାତୀୟ ଖବର ବିଶେଷ ଖବର

ସାବରକରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ, ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲିଖିତ ଚିଠି ଦେଖାଇଲା ବିଜେପି

ନୂଆଦିଲ୍ଲୀ: ଶିବସେନା (ସିନ୍ଦେ) ସାଂସଦ ଶ୍ରୀକାନ୍ତ ସିନ୍ଦେ ଆଜି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚିଠିକୁ ଦର୍ଶାଇଛନ୍ତି। ଏହି ଚିଠିରେ ଇନ୍ଦିରା ଗାନ୍ଧୀ ହିନ୍ଦୁତ୍ୱ ଚିନ୍ତକ ବିନାୟକ ଦାମୋଦର ସାବରକରଙ୍କୁ ପ୍ରଶଂସା କରିଥିବା ଅଭିଯୋଗ ହୋଇଛି।

ଶିବସେନା ସାଂସଦ ୧୯୮୦ ମସିହାରୁ ଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ, ଇନ୍ଦିରା ଗାନ୍ଧୀ ସାବରକରଙ୍କୁ “ଭାରତର ବିଲକ୍ଷଣ ପୁତ୍ର” ବୋଲି କହିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁତ୍ର ଶ୍ରୀକାନ୍ତ ସିନ୍ଦେ କହିଛନ୍ତି ଯେ, “ଆପଣଙ୍କ ଜେଜେମା ମଧ୍ୟ ସମ୍ବିଧାନର ବିରୋଧ କରିଥିଲେ କି? ଆପଣଙ୍କୁ ତାଙ୍କ ବିରୁଦ୍ଧରେ କହିବାର ଅଭ୍ୟାସ ଅଛି। ଆମେ ସାବରକରଙ୍କୁ ପ୍ରଶଂସା କରି ଗର୍ବିତ ଏବଂ ଏହା ଜାରି ରଖିବୁ।”

ଶ୍ରୀକାନ୍ତ ସିନ୍ଦେଙ୍କ ମନ୍ତବ୍ୟର ଉତ୍ତରରେ ରାହୁଲ କହିଛନ୍ତି ଯେ, “ମୁଁ ଥରେ ଇନ୍ଦିରା ଗାନ୍ଧୀ ଜିଙ୍କ ସହ କଥା ହୋଇଥିଲି। ସେ ମୋତେ କହିଥିଲେ ଯେ, ସାବରକର ଜି ବ୍ରିଟିଶମାନଙ୍କ ସହ ଆପୋଷ ବୁଝାମଣା କରିଥିଲେ, ଗୋଟିଏ ଚିଠି ଲେଖିଥିଲେ ଏବଂ ବ୍ରିଟିଶମାନଙ୍କୁ କ୍ଷମା ମାଗିଥିଲେ। ସେ କହିଛନ୍ତି ଯେ, ଗାନ୍ଧିଜୀ ଜେଲ ଯାଇଥିଲେ ଏବଂ ନେହେରୁଜୀ ଜେଲକୁ ଯାଇଥିଲେ। କିନ୍ତୁ ସାବରକର କ୍ଷମା ମାଗିଥିଲେ, ଏହା ତାଙ୍କର ବିଚାର ଥିଲା।

Image

ସୋସିଆଲ ମିଡିଆରେ କିରେନ ରିଜିଜୁ ଚିଠି ପୋଷ୍ଟ କରିଛନ୍ତି:

ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଟ୍ୱିଟରକୁ ଯାଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଚିଠିକୁ ପୋଷ୍ଟ କରିଛନ୍ତି। କିରେନ ରିଜିଜୁ କହିଛନ୍ତି ଯେ, ଏହି ଡକ୍ୟୁମେଣ୍ଟ ରାହୁଲ ଗାନ୍ଧୀଙ୍କ ପାଇଁ ଅଟେ। କାରଣ ସେ ଲୋକସଭାରେ ବୀର ସାବରକରଙ୍କ ବିଷୟରେ ଭୁଲ ବିବୃତ୍ତି ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ବିରୋଧୀ ଲୋକଙ୍କ ସହ କଂଗ୍ରେସର ସମ୍ପର୍କ ରହିବା ଏକ ଗୁରୁତର ମାମଲା: କଂଗ୍ରେସ ଉପରେ ଆକ୍ରମଣ କଲା ବିଜେପି

ନୂଆଦିଲ୍ଲୀ: ଭାରତ ବିରୋଧରେ ବିଭ୍ରାନ୍ତିକର ପ୍ରଚାର ପ୍ରସାର କରୁଥିବା ଜର୍ଜ ସୋରୋସଙ୍କ ସହ କଂଗ୍ରେସ ଦଳର ସମ୍ପର୍କକୁ ବିଜେପି କ୍ରମାଗତ ଭାବେ ଆକ୍ରମଣ କରୁଛି। ରବିବାର ଦିନ ବିଜେପି ଅଭିଯୋଗ କରିଛି ଯେ, ସୋନିଆ ଗାନ୍ଧୀ ଏଫଡିଏଲ-ଏପି ସଂଗଠନର ସହ-ସଭାପତି ଜର୍ଜ ସୋରୋସଙ୍କ ସହ ସମ୍ପର୍କ ରଖିଛନ୍ତି। ଏହି ସମୟରେ ସୋମବାର କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଏହି ପ୍ରସଙ୍ଗରେ କଡା ଆକ୍ରମଣ କରିଥିଲେ। ରିଜିଜୁ କହିଛନ୍ତି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସେ କହିଛନ୍ତି ଯେ, ସୋନିଆ ଗାନ୍ଧୀ ଏବଂ ଜର୍ଜ ସୋରୋସଙ୍କ ମଧ୍ୟରେ ସମ୍ପର୍କ ପ୍ରସଙ୍ଗ ଉନ୍ମୋଚିତ ହୋଇଛି।

ବିଜେପି କେଉଁ ପ୍ରଶ୍ନ ଉଠାଇଛି?:

ବିଜେପି ତରଫରୁ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଦଳ ଉପରେ ସୋସିଆଲ ମିଡିଆ ସାଇଟ୍ X ରେ ଗୋଟିଏ ପରେ ଗୋଟିଏ ପୋଷ୍ଟ କରି ପ୍ରଶ୍ନ ଉଠିଥିଲା। ବିଜେପି ଅଭିଯୋଗ କରିଛି ଯେ, ସୋନିଆ ଗାନ୍ଧୀ, ଏଫଡିଏଲ୍-ଏପି ଫାଉଣ୍ଡେସନର ସହ-ଚେୟାରମ୍ୟାନ୍ ଭାବରେ ଜର୍ଜ ସୋରୋସ୍ ଫାଉଣ୍ଡେସନ୍ ଦ୍ୱାରା ଅନୁଦାନ ପ୍ରାପ୍ତ ଏକ ସଂଗଠନ ସହ ଜଡିତ। ବିଜେପି କହିଛି ଯେ, ଏହି ସମ୍ପର୍କ ଭାରତର ବିକାଶକୁ ରୋକିବା ପାଇଁ ଜର୍ଜ ସୋରୋସ ଏବଂ କଂଗ୍ରେସ ଦଳର ସାଧାରଣ ଲକ୍ଷ୍ୟକୁ ମଧ୍ୟ ପ୍ରତିଫଳିତ କରିଥାଏ।

ବିଜେପି ପକ୍ଷରୁ ଏହା ଲେଖାଯାଇଥିଲା ଯେ, କାଶ୍ମୀରକୁ ଏକ ଅଲଗା ରାଷ୍ଟ୍ର ଭାବେ ଗ୍ରହଣ କରାଯିବା ଉଚିତ୍ ବୋଲି FDL-AP ଫାଉଣ୍ଡେସନ୍ ନିଜର ମତ ପ୍ରକାଶ କରିଛି। ସୋନିଆ ଗାନ୍ଧୀ ଏବଂ ଏକ ସ୍ଵାଧୀନ ରାଷ୍ଟ୍ର ଭାବରେ କାଶ୍ମୀରକୁ ସମର୍ଥନ କରୁଥିବା ଏକ ସଂଗଠନ ମଧ୍ୟରେ ଏହି ସଙ୍ଗଠନ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ବିଦେଶୀ ସଂସ୍ଥାଗୁଡ଼ିକର ପ୍ରଭାବ ଏବଂ ଏହି ସମ୍ପର୍କର ରାଜନୈତିକ ପ୍ରଭାବକୁ ଦର୍ଶାଉଛି।

କଂଗ୍ରେସ ପାର୍ଟି ତଥା ଏହାର ନେତା ରାହୁଲ ଗାନ୍ଧୀଙ୍କ ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରୋସଙ୍କ ସହ ଲିଙ୍କ ଏବଂ ଭାରତ ଜନତା ପାର୍ଟି (ବିଜେପି) ର ଅଭିଯୋଗକୁ ନେଇ ଶୁକ୍ରବାର ଦିନ ସଂସଦରେ ଉତ୍ତେଜନା ଦେଖାଦେଇଛି। ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇଥିବା ବେଳେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସର ହାତ ସୋରୋସଙ୍କ ପାଖରେ ଅଛି।

ସୋନିଆ ଗାନ୍ଧୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ, “ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଦେଶଦ୍ରୋହ କାମ କରନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏଠାରେ ଜର୍ଜ ସୋରୋସର ଭାଷା କୁହନ୍ତି, ସୋରୋସ ସେଠାରେ ରାହୁଲ ଗାନ୍ଧୀଙ୍କ ଭାଷା କୁହନ୍ତି। ଭାରତ ବିରୋଧୀ ଲୋକଙ୍କୁ ଏମାନେ ଫଣ୍ଡିଙ୍ଗ କରନ୍ତି। ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଏହାର ଉତ୍ତର ଦେବା ଉଚିତ୍। ଏହି ଟୁକଡେ ଟୁକଡେ ଗ୍ୟାଙ୍ଗ ଲୋକମାନେ ଦେଶ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ଏବଂ ରାହୁଲ ଗାନ୍ଧୀ ଏହାକୁ ଆଗେଇ ନେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସଂସଦରେ ଅଟକିଲା ୱକଫ ବିଲ୍,ଜେପିସି ନିକଟକୁ ପଠାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଆଜି ଲୋକସଭାରେ ୱକଫ ବୋର୍ଡ ସଂଶୋଧନ ବିଲ୍ ଆଗତ କରିଛନ୍ତି। ବିରୋଧୀ ଦଳର ସମାଲୋଚନା ପରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହି ୱକଫ (ସଂଶୋଧନ) ବିଲ୍, ୨୦୨୪ କୁ ମିଳିତ ସଂସଦ କମିଟିକୁ ପଠାଇବାକୁ ପରାମର୍ଶ ଦେଇଛନ୍ତି।

ୱକଫ ବିଲ୍ JPC କୁ ପଠାଇବାକୁ ପ୍ରସ୍ତାବ:

କେନ୍ଦ୍ର ମନ୍ତ୍ରୀ ରିଜିଜୁ କହିଛନ୍ତି ଯେ, ଆମ ସରକାରଙ୍କ ତରଫରୁ ଆମେ କହିବାକୁ ଚାହୁଁଛୁ ସଂସଦର ଏକ ମିଳିତ କମିଟି ଗଠନ ହେବା ଉଚିତ ଏବଂ ଏହି ବିଲ୍ ସେଠାକୁ ପଠାଯିବା ଉଚିତ୍। ଏହା ଉପରେ ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ, ଆପଣ କମିଟି ଗଠନ କରି ଏହାକୁ ପଠାନ୍ତୁ। ସମସ୍ତ ନେତାଙ୍କ ସହ କଥାବାର୍ତ୍ତା ହେବା ପରେ ମୁଁ ମିଳିତ ସଂସଦୀୟ କମିଟି ଗଠନ କରିବି ବୋଲି ବାଚସ୍ପତି କହିଛନ୍ତି।

ସଂସଦରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ, “ବର୍ତ୍ତମାନ କାହାର ଅଧିକାର ଛଡ଼ାଇ ନେବାକୁ ଭୁଲିଯାଅ। ଏହି ବିଲ୍ ସହିତ ଆମେ ନ୍ୟାୟ ପ୍ରଦାନ କରିବାକୁ ଚେଷ୍ଟା କରୁଛୁ ଯେଉଁମାନେ କେବେ ନ୍ୟାୟ ପାଇ ନାହାଁନ୍ତି। ଆମେ ସେମାନଙ୍କ ଅଧିକାର ପାଇଁ ଲଢିବୁ। ଏହା ପ୍ରଥମ ଥର ନୁହେଁ। ସ୍ୱାଧୀନତା ପରଠାରୁ ଏହାକୁ ଅନେକ ଥର ସଂଶୋଧନ କରାଯାଇଛି।”

ବିରୋଧୀ ମୁସଲମାନମାନଙ୍କୁ ବିଭ୍ରାନ୍ତ କରୁଛନ୍ତି:

ସଂଖ୍ୟା ଲଘୁମନ୍ତ୍ରୀ କହିଛନ୍ତି ଯେ, ”ବିରୋଧୀ ମୁସଲମାନମାନଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗତକାଲି ରାତି ପର୍ଯ୍ୟନ୍ତ ମୁସଲିମ ପ୍ରତିନିଧିମଣ୍ଡଳ ମୋ ପାଖକୁ ଆସିଥିଲେ, ୱକଫ ବୋର୍ଡ ଉପରେ ମାଫିଆ କବଜା କରିଛନ୍ତି ବୋଲି ଅନେକ ସାଂସଦ କହିଛନ୍ତି। କେତେକ ସାଂସଦ କହିଛନ୍ତି ଯେ, ସେମାନେ ବ୍ୟକ୍ତିଗତ ଭାବେ ଏହି ବିଲକୁ ସମର୍ଥନ କରନ୍ତି, କିନ୍ତୁ ସେମାନଙ୍କର ରାଜନୈତିକ ଦଳ ଯୋଗୁଁ ଏହା କହିପାରିବେ ନାହିଁ। ଆମେ ଏହି ବିଲ୍ କୁ ଦେଶ ସ୍ତରରେ ଆଲୋଚନା କରିଛୁ।”

Categories
ଆଜିର ଖବର ଜାତୀୟ ଖବର

ସଂସଦରେ ବଜେଟ୍ କେବେ ଉପସ୍ଥାପିତ ହେବ?: ତାରିଖ କଲେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ

ନୂଆଦିଲ୍ଲୀ: କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଆଜି ଟ୍ୱିଟରରେ ପୋଷ୍ଟ କରି ସଂସଦର ଆଗାମୀ ବଜେଟ୍ ଅଧିବେଶନ ଘୋଷଣା କରିଛନ୍ତି। କିରେନ ରିଜିଜୁ କହିଛନ୍ତି ଯେ, ଭାରତ ସରକାରଙ୍କ ସୁପାରିଶ କ୍ରମେ ମାନ୍ୟବର ରାଷ୍ଟ୍ରପତି ଜୁଲାଇ ୨୨ ତାରିଖରେ ସଂସଦରେ ବଜେଟ୍ ଅଧିବେଶନ ଡାକିବାକୁ ଅନୁମୋଦନ କରିଛନ୍ତି। ସେ କହିଛନ୍ତି ଯେ, ଏଥର ବଜେଟ୍ ଅଧିବେଶନ ଜୁଲାଇ ୨୨ ତାରିଖରୁ ଆରମ୍ଭ ହେବ। ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ଜାରି ରହିବ। ଏଥି ସହ ଜୁଲାଇ ୨୩ ତାରିଖରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରାଯିବ ବୋଲି ଶ୍ରୀ ରିଜିଜୁ କହିଛନ୍ତି।

ସାଧାରଣ ନିର୍ବାଚନ ବର୍ଷ ହୋଇଥିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ସେ ଇତିହାସରେ ପ୍ରଥମ ଅର୍ଥମନ୍ତ୍ରୀ ହେବେ, ଯିଏ କ୍ରମାଗତ ସପ୍ତମ ବଜେଟ୍ ଉପସ୍ଥାପନ କରିବେ। ଆଶା କରାଯାଉଛି ଯେ, ମୋଦୀ ୩.o ସରକାରଙ୍କ ବିକଶିତ ଭାରତ ଉପରେ ଧ୍ୟାନ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିକଟରେ କହିଥିଲେ ଯେ, ଦେଶର ନାଗରିକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଉତ୍ସର୍ଗୀକୃତ ଏବଂ ଏଥିପାଇଁ ନିରନ୍ତର ଉଦ୍ୟମ ଜାରି ରଖିବେ। ୨୦୨୪ ଲୋକସଭା ନିର୍ବାଚନ ପରେ ଜୁନ୍ ୨୪ ତାରିଖରୁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହୋଇଥିଲା। ଯେଉଁଠାରେ ନୂତନ ସଂସଦର ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ ଏବଂ ଜୁନ୍ ୨୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ନଦୀରୁ ମାଛ ଧରିଲେ କେନ୍ଦ୍ର ମନ୍ତ୍ରୀ, ତାପରେ କଣ କଲେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀଙ୍କ ନଦୀରୁ ମାଛ ଧରା। ଏହି କଥା ଯେ ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ। କାରଣ, ମନ୍ତ୍ରୀ ଚାହିଁଲେ ଶହଶହ କ୍ବାଣ୍ଟଲ ମାଛ ତାଙ୍କ ଘରେ ଆସି ଅଜାଡି ହୋଇଯିବ, ହେଲେ ସେ ମାଛ ଧରିଲେ କାହିଁକି। ତେବେ ଘଟଣାଟି ସଂପୂର୍ଣ୍ଣ ସତକଥା। ଏହା ହେଉଛି ସବୁବେଳେ କିଛି ଭିନ୍ନ କରି ଚର୍ଚ୍ଚାକୁ ଆସିଥିବା ଯୁବ ଆଇନ ମନ୍ତ୍ରୀ କିରଣ ଋଜୁଜି।

କିରଣ ଅରୁଣାଚଳ ପ୍ରଦେଶ ଗସ୍ତ ସମୟରେ ସେ ସୁବନଶିିରି ନଦୀ ନିକଟରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ତଦାରଖ କରୁଥିଲେ। ଏହି ସମୟରେ ସେହି ନଦୀରେ ବନୀଶି ପକାଇ ଜଣ ମାଛ ଧରୁଥିବାର ମନ୍ତ୍ରୀ ଦେଖିଲେ। ତାଙ୍କଠାରୁ ସେହି ବନୀଶି ମାଗି ମନ୍ତ୍ରୀ ନିଜେ ମାଛ ଧରିବାକୁ ଆଗ୍ରହ ପ୍ରକାଶ କଲେ। ସତକୁ ସତ ତାଙ୍କ ବନୀଶିରେ ଏକ ବଡ ମାଛ ପଡିଗଲା।

ମନ୍ତ୍ରୀ ତାହାକୁ ବାହାରକୁ ଆଣି ସମସ୍ତଙ୍କୁ ଦେଖାଇଲେ। ଏହାକୁ ନେଇ ଗେଷ୍ଟ ହାଉସରେ ରାନ୍ଧିବା ପାଇଁ କେତେକ ପ୍ରସ୍ତାବ ଦେଲେ। ହେଲେ ମନ୍ତ୍ରୀ ସେଥିରେ ରାଜି ହେଲେ ନାହିଁ। ମାଛଟିକୁ  ପୁଣି ନଦୀ ଭିତରକୁ ଛାଡି ଦେଲେ।

ଆଇନ ମନ୍ତ୍ରୀ କିରଣ ଋଜୁଜି ବିଭିନ୍ନ ସମୟରେ ଏପରି ଭିନ୍ନ ଭିନ୍ନ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥାନ୍ତି। କେତେବେଳେ ଆଦିବାସୀଙ୍କ ସହିତ ନୃତ୍ୟ କରିବା ହେଉ, କେତେବେଳେ ଖେଳାଳୀଙ୍କ ସହିତ ଖେଳିବା ହେଉ। ଏହିପରି ଭିନ୍ନ ଭିନ୍ନ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା ମଧ୍ୟ କରାଯାଇଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କର ନୃତ୍ୟକୁ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଅର୍ଜୁନ ପୁରସ୍କାରରୁ ବଞ୍ଚିତ ହେବାରୁ ଟୁଇଟ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ଅସନ୍ତୋଷ ପ୍ରକାଶ କଲେ ସାକ୍ଷୀ ମଲିକ୍

ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଜୁନ ପୁରସ୍କାରରୁ ବଞ୍ଚିତ ହୋଇଥିବାରୁ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କ୍ରୀଡା ମନ୍ତ୍ରୀ କିରେନ୍ ରିଜିଜୁଙ୍କୁ ଟୁଇଟ ମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ ଟୁଇଟ୍‌ରେ ଲେଖିଛନ୍ତି ଯେ “ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ମନୋନୀତ ହୋଇଥିବାରୁ ମୁଁ ଗର୍ବିତ। ପ୍ରତ୍ୟେକ କ୍ରୀଡ଼ାବିତ୍ ସମସ୍ତ ପୁରସ୍କାର ଜିତିବାର ସ୍ୱପ୍ନ ଦେଖନ୍ତି। ଜଣେ କ୍ରୀଡ଼ାବିତ୍ ତାଙ୍କ ଜୀବନକୁ ବାଜି ଲଗାଇ ଖେଳ ପ୍ରଦର୍ଶନ କରିଥାଏ। ମୁଁ ଅର୍ଜୁନ ପୁରସ୍କାର ପାଇବା ପାଇଁ ମଧ୍ୟ ସ୍ଵପ୍ନ ଦେଖୁଛି।”

ସେହିପରି ରେସଲର ସାକ୍ଷୀ ମୋଦୀ ଏବଂ ରିଜିଜୁଙ୍କୁ ସ୍କ୍ରିନସଟ ଟ୍ୟାଗ କରି ଏକ ବାର୍ତ୍ତାରେ ଲେଖିଛନ୍ତି ଯେ, “ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବା ପାଇଁ ମୁଁ ଅନ୍ୟ କେଉଁ ପଦକ ପାଇବା ଉଚିତ୍? କିମ୍ବା ଏହି କୁସ୍ତି ଜୀବନରେ ମୁଁ ଏହି ପୁରସ୍କାର ଜିତିବାର କୌଣସି ଭାଗ୍ୟ ପାଇବି ନାହିଁ?”

ଜଷ୍ଟିସ୍ (ଅବସରପ୍ରାପ୍ତ) ମୁକୁନ୍ଦକମ୍ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟି କ୍ରୀଡ଼ା ମନ୍ତ୍ରଣାଳୟକୁ ଅର୍ଜୁନ ପୁରସ୍କାର ପାଇଁ ୨୯ ନାମ ସୁପାରିଶ କରିଥିଲା। ଏହି ତାଲିକାରେ ସାକ୍ଷୀ ଏବଂ ୨୦୧୭ ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନ୍ ମିରବାଇ ଚାନୁ ମଧ୍ୟ ସାମିଲ ହୋଇଥିଲେ। କିନ୍ତୁ ଉଭୟଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ କ୍ରିଡା ମନ୍ତ୍ରାଳୟ ମନୋନୀତ କରିଥିବାରୁ ଅର୍ଜୁନ ପୁରସ୍କାର ତାଲିକାରୁ ତାଙ୍କ ନାମକୁ ବାଦ ଦିଆଯାଇଛି। (ଏଜେନ୍ସି)

Categories
ଆଜିର ଖବର ଖେଳ

ଖୋଲା ଷ୍ଟାଡିୟମ୍‌ରେ ମ୍ୟାଚ୍‌କୁ ବିସିସିଆଇର ସବୁଜ ସଙ୍କେତ : ଆଇପିଏଲ୍‌କୁ ନେଇ ଉତ୍ସାହୀ କ୍ରୀଡାପ୍ରେମୀ

ନୂଆଦିଲ୍ଲୀ : ଖୋଲା ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଖେଳିବା ପାଇଁ ସରକାରଙ୍କ ପ୍ରସ୍ତାବକୁ ବିସିସିଆଇ ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି । ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯିବା ପରେ ଆଇପିଏଲ୍‌କୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଏହା ସହିତ ଚଳିତ ବର୍ଷ ଆଇପିଏଲ୍‌ ଖେଳ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ଆସନ୍ତା ସେପ୍ଟେମ୍ବର 25ରୁ ନଭେମ୍ବର 1 ମଧ୍ୟରେ ଆଇପିଏଲ୍‌ ଆୟୋଜନ ହେବା ନେଇ ବିସିସିଆଇର ଜନୈକ ଅଧିକାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି ।

କ୍ରିକେଟ୍‌ ମ୍ୟାଚ୍‌ର ସର୍ବାଧିକ ଅର୍ଥ ପ୍ରସାରଣ ରାଇଟ୍‌ସରୁ ମିଳିଥାଏ । ଷ୍ଟାଡିୟମ୍‌ ଟିକେଟ୍‌ ବିକ୍ରି ଅର୍ଥକୁ ନେଇ ବିସିସିଆଇ ଚିନ୍ତିତ ନୁହେଁ । ତେବେ ଦର୍ଶକଙ୍କ ସୁରକ୍ଷା ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ । ବର୍ତ୍ତମାନ ମହାମାରୀ ସମୟରେ ବିସିସିଆଇ କ୍ରିକେଟ ସମ୍ପର୍କରେ ଚିନ୍ତା କରୁନାହିଁ । ଏହି ମହାମାରୀ ପରସ୍ଥିତିରୁ ଦେଶ ବାହାରିବା ପରେ ଆଇପିଏଲ୍‌ ସମ୍ପର୍କରେ ଚିନ୍ତା କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଆଇସିସି ପକ୍ଷରୁ ରିଲିଜ୍‌ କରାଯାଇଥିବା ଗାଇଡ୍‌ ଲାଇନ୍‌ରେ ଦେଶର ସରକାରଙ୍କ ଅନୁମତିକୁ ପ୍ରାଧାନ୍ୟ ଦିଆଯାଇଥିଲା ।  (ଏଜେନ୍ସି)

Categories
ଫଟୋ ଖବର

ଦିଲ୍ଲୀ କ୍ୟାଣ୍ଟନ୍‌ମେଣ୍ଟଠାରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ୍‌ ରିଜୁ କ୍ରିକେଟ୍‌ ଷ୍ଟାଡିୟମ୍‌ର ଉଦ୍‌ଘାଟନ ଅବସରରେ

NEW DELHI, DEC 4 (UNI):- Minister of State for Youth Affairs and Sports and Minority Affairs, Kiren Rijiju inaugurates the Cricket Stadium, at KendriyaVidyalaya No. 1, Delhi Cantt., New Delhi on Wednesday.UNI PHOTO-90U