Categories
ଆଞ୍ଚଳିକ ରାଜ୍ୟ ଖବର

ମହ୍ଲାସାହି ସମବାୟ ସେବା ସମିତି ପକ୍ଷରୁ ଖୋଲିଲା ନୂତନ ଧାନମଣ୍ଡି

ସମୀକ୍ଷା ବ୍ୟୁରୋ
କୁଜଙ୍ଗ : କୁଜଙ୍ଗ ବ୍ଳକ ଅନ୍ତର୍ଗତ ମହ୍ଲାସାହି ସମବାୟ ସେବା ସମିତି ପକ୍ଷରୁ ଆଜି ସ୍ଥାନୀୟ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ଧାନମଣ୍ଡି ଉଦଘାଟିତ ହୋଇଛି । କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଉପସଭାନେତ୍ରୀ ଗୀତାରାଣୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ମଣ୍ଡିର ଉଦଘାଟନ କରିଥିଲେ । ଏହି ଅବସରରେ ସ୍ଥାନୀୟ ସମବାୟ ସମିତି ଅଧୀନ ବିଭିନ୍ନ ଚାଷୀମାନେ ଏହି ମଣ୍ଡିରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ ବିକ୍ରୟ କରିବାକୁ ସେ ଚାଷୀ ମାନଙ୍କୁ ନିବେଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର କୁଜଙ୍ଗ ଶାଖା ଅଧିକାରୀ ସୁଜିତ ଦାସ, ସ୍ଥାନୀୟ ସମିତି ସଭାନେତ୍ରୀ ଶୁଭାସିନୀ କର, ଉପସଭାପତି ବିପିନ ବିହାରୀ ଦଳାଇ, ସମ୍ପାଦକ ଶତୃଘ୍ନ ବାରିକ, ଜିଲ୍ଲାନାସୀ ସରପଞ୍ଚ ପ୍ରମୋଦ କୁମାର ସ୍ୱାଇଁ, ବୋର୍ଡ଼ ସଭ୍ୟ ଅଭୟ କୁମାର ସାମଲ, ହରେକୃଷ୍ଣ ସେଠୀ, ଚାଷୀ ଉପେନ୍ଦ୍ରନାଥ ଚୌଧୁରୀ, ସୁରେଶ ବାରିକ, ଗୁରୁଚରଣ ବାରିକ, ସମାଜସେବୀ ବିଷ୍ଣୁପ୍ରସାଦ କର, ରବୀନ୍ଦ୍ର କୁମାର ରାଉତ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ମିଲରଙ୍କ ଦ୍ୱାରା 26 ଚାଷୀଙ୍କ ନିକଟରୁ 830 କ୍ବିଣ୍ଟାଲ ଧାନ କିଣାଯାଇଥିଲା ।

Categories
ଆଞ୍ଚଳିକ ଖେଳ

ନେତାଜୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ସେମିରେ ନିମେଇଶାପୁର ଓ ପାରାଦ୍ୱୀପ

ସମୀକ୍ଷା ବ୍ୟୁରୋ
କୁଜଙ୍ଗ,01/01 : କୁଜଙ୍ଗ ବ୍ଳକ ଅନ୍ତର୍ଗତ ମଙ୍ଗରାଜପୁର ଷ୍ଟାଡିୟମରେ 24 ତମ ନେତାଜୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ନେତାଜୀ ଆଥେଲେଟିକ୍ ଆସୋସିଏସନ୍ ଆନୂକୁଲ୍ୟରେ ଆୟୋଜିତ ଟୁର୍ଣ୍ଣାମେଣ୍ଟକର ଉଦ୍‌ଘାଟନୀ ମ୍ୟାଚରେ ମୟୁରଭଞ୍ଜ ଫୁଟବଲ୍ ଦଳକୁ 3-1ଗୋଲ୍ ବ୍ୟବଧାନରେ ପରାସ୍ତ କରି ନିମେଇଶାପୁର କଟକ ଦଳ ସେମିଫିନାଲ ପର୍ଯ୍ୟାଳୟକୁ ଉନ୍ନୀତ ହୋଇଛି । ସେହିପରି 2ୟ ମ୍ୟାଚ୍‌ରେ ସାଲେପୁରକୁ ପରାସ୍ତ କରି ପାରାଦ୍ୱୀପ ସେମିରେ ପହଞ୍ଚିଛି । ଟ୍ରାଇବେକର ଜରିଆରେ 4-1 ଗୋଲ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲ ପର୍ଯ୍ୟାକୁ ପ୍ରବେଶ କରିଛି । ନେତାଜୀ ଆସୋସିଏସନ୍ ସଭାପତି ପ୍ରଦୀପ୍ତ କୁମାର ଦାସ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତୈଳବିଶୋଧାନାଗର ପ୍ରକଳ୍ପର ସଜିଏମ୍ ଅରୂପ କୁମାର ଭଗବତୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବେ ତୈଳବିଶୋଧାନାଗର ଡିଜିଏମ୍ ଜିକେ ସାହୁ, ପୂର୍ବତନ ସାଂସଦ ତଥା ମଙ୍ଗରାଜପୁର ଷ୍ଟାଡିୟମର ନିର୍ମାତା ଡାକ୍ତର କୁଳମଣି ସାମଲ, ପୂର୍ବତନ ସାଂସଦ ଡ. ବିଭୂ ପ୍ରସାଦ ତରାଇ, ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସମ୍ପଦ ସ୍ୱାଇଁ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଖୋଳାଳି ନିମାଇଁ ଚରଣ ପଣ୍ଡା, କୁଳମଣି ତରାଇ, ଆସୋସିଏସସନର ସାଧାରଣ ସମ୍ପାଦକ ବିପିନ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ । ସମ୍ପାଦକ ଦୁଷ୍ମନ୍ତ ମାଝୀ ସ୍ୱାଗତ ଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶିକ୍ଷାବିତ୍ ମାୟାଧର ଦାସ ସଭା ପରିଚାଳନା କରିଥିଲେ । ଆସନ୍ତା କାଲିର ମ୍ୟାଚ୍ ଆୟୋଜକ ମଙ୍ଗରାଜପୁର, ଖୋର୍ଦ୍ଧା, ଧର୍ମଶାଳା ଓ ରାଜକନିକା ମଧ୍ୟରେ ଅନୁଷ୍ଠିତ ହେବ । ଏହି କ୍ରୀଡା ପ୍ରତିଯୋଗୀତାକୁ ଉପସଭାପତି ମାନସ ତରାଇ, କୋଷାଧ୍ୟକ୍ଷ ବିନ୍ଦୁସାଗର ତରାଇ, ଗ୍ୟାନଦା ପ୍ରସାଦ ତରାଇ, ସୁଶାନ୍ତ ବେହେରା, ତପନ ତରାଇ, ପ୍ରଶାନ୍ତ ତରାଇ, ପ୍ରଦୀପ୍ ପରିଡା, ଅମର ପରିଡା, ଦ୍ୱୀବେନ୍ଦୁ ହାତୀ, ଚନ୍ଦନ ସାମଲ, ବଂଟି ସ୍ୱାଇଁ, ଚିନ୍ମୟ ପ୍ରସାଦ ରାଉତ, ବୁଟୁପ୍ରସାଦ ସ୍ୱାଇଁ ଓ ଜଟାଧାରୀ ଦାସ,ସୂଦର୍ଶନ ତରାଇ, କୁମରବର ତରାଇ, ପ୍ରମୁଖ ପରିଚାଳନା କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

କୁଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲା ନୋଡାଲ ଅଧିକାରୀ

ସମୀକ୍ଷା ବ୍ୟୁରୋ
କୁଜଙ୍ଗ, ୨୮/୧୨: ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ-ଟି ବ୍ୟବସ୍ଥା ଲାଗୁ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ଫାଇଭ-ଟି ଅଧୀନରେ ଆସିବା ଦିନଠାରୁ ବର୍ତ୍ତମାନ ପ୍ରଶାସକ ମାନେ ଗାଁ ମୁହାଁ ହୋଇଛନ୍ତି। ଏହି ଅବସରରେ ରାଜ୍ୟର ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ପ୍ରମୁଖ ସଚିବ ତଥା ଜଗତସିଂହପୁର ଜିଲ୍ଲାର ନୋଡାଲ ଅଧିକାରୀ ପ୍ରଦୀପ୍ କୁମାର ଜେନା ଶୁକ୍ରବାର କୁଜଙ୍ଗ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହା ସହିତ କୁଜଙ୍ଗ ବ୍ଲକ୍‌ର କୋଠିଆ ସାହିରେ ଥିବା କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପରିଦର୍ଶନ କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ଭ୍ରମଣ ସମୟରେ ବିଭିନ୍ନ ଗୁରତ୍ୱପୂର୍ଣ୍ଣ ପ୍ରକୋଷ୍ଠ, ରୋଗୀଙ୍କ ୱାର୍ଡ ବୁଲି ଦେଖିବା ପରେ ଜେଏସ୍ଡବ୍ଲୁ ପକ୍ଷରୁ ମେଡିକାଲକୁ ଯୋଗାଇ ଦିଆଯାଇଥିବା ଦନ୍ତ ଚକିତ୍ସା ପ୍ରକୋଷ୍ଠ ଏବଂ ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡି ରହିଥିବା ଆଇଓସିଲ ପ୍ରଦତ୍ତ ଏକ୍ସରେ ମେସିନ୍ ବୁଲି ଦେଖିଥିଲେ। ଦୀର୍ଘଦିନ ଧରି ଖାଲି ପଡିଥିବା ମେଡିସିନ ଓ ସ୍ତ୍ରୀ ପ୍ରସୂତି ବିଭାଗର ସ୍ପେସାଲିଷ୍ଟ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା ନେଇ ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଥିଲେ।

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ପ୍ରମୁଖ ସଚିବ ତହସିଲ କାର୍ଯ୍ୟାଳୟ ଭ୍ରମଣରେ ଯାଇଥିଲେ। ୫୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ତହସିଲ କାର୍ଯ୍ୟାଳୟ ବ୍ୟବହାର କରାଯାଉନଥିବା ନେଇ ଶ୍ରୀ ଜେନା ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ସହିତ ଆସନ୍ତା ଏକ ସପ୍ତାହ ମଧ୍ୟରେ ନୂତନ କାର୍ଯ୍ୟାଳୟକୁ ତହସିଲ ସ୍ଥାନାନ୍ତର କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ନୋଡାଲ ଅଧିକାରୀଙ୍କ ସହିତ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

କୁଜଙ୍ଗ ବ୍ଲକ୍ ପଡ଼ିଆରେ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳିତ

ସମୀକ୍ଷା ବ୍ୟୁରୋ
କୁଜଙ୍ଗ, ୨୬/୧୨: ସମଗ୍ର ରାଜ୍ୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ କୁଜଙ୍ଗ ବ୍ଲକ୍‌ ପଡିଆରେ ମଧ୍ୟ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୂର୍ବତନ ସାଂସଦ କୁଳମଣି ସାମଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ସମ୍ବିତ ରାଉତରାୟ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟ ପ୍ରଗତି କରୁଛି ଏବଂ ଫାଇଭ-ଟି ଦ୍ବାରା ରାଜ୍ୟ ଆହୁରି ପ୍ରଗତି କରିବ ବୋଲି ପାରାଦୀପ ବିଧାୟକ ପ୍ରକାଶ କରିଥିଲେ।

ବ୍ଲକ୍‌ ସଭାପତି ନରେନ୍ଦ୍ର କୁମାର ପରିଡ଼ା ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ କୁଜଙ୍ଗ ବ୍ଳକ୍‌ ପ୍ରତିନିଧି ସୁଧଳ କୁମାର ସ୍ବାଇଁ, ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ଜେନା, ପାରାଦୀପ ମ୍ୟୁନିସିପାଲିଟି ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ, ପାରାଦୀପ ନଗର ସଭାପତି ସୁମନ୍ତ ବିଶ୍ବାଳ, କୁଜଙ୍ଗ ସରପଞ୍ଚ ଭାରତ ଭୁଷଣ ନାୟକ, ବ୍ଲକ୍ ଉପାଧ୍ୟକ୍ଷ ପୁଷ୍ପଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ଯୋଗ ଦେଇଥିବା ବେଳେ ବିଜେଡିର ଯୁବନେତା ଅରୂପା ପ୍ରସାଦ ମହାନ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

 

Categories
ଆଞ୍ଚଳିକ

ବାଲିତୁଠ ପ୍ରାଇମେରୀ ସ୍କୁଲରେ ଛାତ୍ରୀଙ୍କୁ ମାଡମରା ଘଟଣା: ଶିକ୍ଷୟତ୍ରୀଙ୍କ ଜାମିନ ନାମଞ୍ଜୁର

ସମୀକ୍ଷା ବ୍ୟୁରୋ
କୁଜଙ୍ଗ,22/12 : ଶନିବାର କୁଜଙ୍ଗର ବାଲିତୁଠ ପ୍ରାଇମେରୀ ସ୍କୁଲରେ ଛାତ୍ରୀଙ୍କୁ ମାଡମରା ଘଟଣାରେ ଶିକ୍ଷୟତ୍ରୀଙ୍କ ଜାମିନ ନାମଞ୍ଜୁର ହୋଇଛି। ଆଜି ପୀଡିତାଙ୍କ ପିତାଙ୍କ ଅଭିଯୋଗ ପରେ ପୋଲିସ୍‌ ପକ୍ଷରୁ ତଦନ୍ତ କରାଯିବା ସହିତ ଶିକ୍ଷୟତ୍ରୀଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ଶିକ୍ଷୟତ୍ରୀଙ୍କୁ କୁଜଙ୍ଗ ଅତିରିକ୍ତ ଦୌରାଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଶିକ୍ଷୟତ୍ରୀଙ୍କୁ ସମାଗୋଳ ଜେଲ୍‌କୁ ପଠାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଚତୁର୍ଥ ଶ୍ରେଣୀ ଛାତ୍ରୀ ବର୍ଷା ସ୍ବାଇଁଙ୍କୁ ଶିକ୍ଷୟତ୍ରୀ ଲିନା ନନ୍ଦ ମାଡ ମାରି ଲହୁଲୁହାଣ କରିଥିଲେ। ଏ ନେଇ ଆଜି କୁଜଙ୍ଗ ଥାନାରେ ଛାତ୍ରୀଙ୍କ ବାପା ଏକ ମାମଲା ରୁଜୁ କରିଥିଲେ। କୁଜଙ୍ଗ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ କେସ୍‌ ନଂ ୨୯୧/୧୯ ଦାୟର କରି ମାମଲାର ତଦନ୍ତ କରିଥିଲେ। ଆଇପିସିର ୭୫ ଜେଜେ ଆକ୍ଟ ଅନୁଯାୟୀ ଦଫା ୩୪୧, ୩୨୩ ଏବଂ ୩୦୭ ଲାଗୁ କରି ଶିକ୍ଷୟିତ୍ରୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା।

 

Categories
ଆଞ୍ଚଳିକ

ବାଲିତୁଠ ପ୍ରାଇମେରୀ ସ୍କୁଲରେ ଶିକ୍ଷୟତ୍ରୀଙ୍କ ମାଡରେ ଛାତ୍ରୀ ଗୁରୁତର : ଆରୋପୀ ଶିକ୍ଷୟିତ୍ରୀ ଗିରଫ

ସମୀକ୍ଷା ବ୍ୟୁରୋ
କୁଜଙ୍ଗ,୨୨/୧୨: ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନ ଗୁଡିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ମାଡ ମରା ଘଟଣା ସାମ୍ନାକୁ ଆସୁଅଛି। ଶନିବାର ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର  କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପ୍ରାଇମେରୀ ସ୍କୁଲରେ ଏପରି ଏକ ଘଟଣା ସମ୍ମୁଖକୁ ଆସିଛି। ଶିକ୍ଷୟିତ୍ରୀ ଲିନା ନନ୍ଦଙ୍କ ବର୍ବରତାର ଶିକାର ହୋଇଥିଲା ୯ ବର୍ଷୀୟ କୋମଳମତି ଶିଶୁ ବର୍ଷା ସ୍ବାଇଁ। ଶନିବାର କୌଣସି କାରଣରୁ ଉତ୍‌କ୍ଷିପ୍ତ ହୋଇ ଲିନା ବର୍ଷାଙ୍କୁ ଅମାନୁଷିକ ଭାବରେ ମାଡ ମାରିଥିଲେ। ଗୁରୁତର ଆହତ ବର୍ଷାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୧୦ ଟା ସମୟରେ ବର୍ଷାଙ୍କ ପିତା ଜନ୍‌ ସ୍ବାଇଁ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। କୁଜଙ୍ଗ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ କେସ୍‌ ନଂ ୨୯୧/୧୯ ଦାୟର କରି ମାମଲାର ତଦନ୍ତ କରିଥିଲେ। ଆଇପିସିର ୭୫ ଜେଜେ ଆକ୍ଟ ଅନୁଯାୟୀ ଦଫା ୩୪୧, ୩୨୩ ଏବଂ ୩୦୭ ଲାଗୁ କରି ଶିକ୍ଷୟିତ୍ରୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

 

Categories
ଆଞ୍ଚଳିକ

ଡ଼ାକ ବିଭାଗ ପକ୍ଷରୁ ଯୋଜନା କାର୍ଯ୍ୟାନ୍ୱୟନ ଏବଂ ବାଣିଜ୍ୟ ବିକାଶ ସମାବେଶ

ସମୀକ୍ଷା ବ୍ୟୁରୋ
କୁଜଙ୍ଗ, ୨୨/୧୨: କୁଜଙ୍ଗ ସ୍ଥିତ ସୂଚନା କେନ୍ଦ୍ର ପରିସରରେ ଶନିବାର ଦିନ କୁଜଙ୍ଗ ଡ଼ାକ ଉପଖଣ୍ଡ ପକ୍ଷରୁ ଏକ ବାଣିଜ୍ୟ ବିକାଶ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଯୋଜନାରେ ବାଣିଜ୍ୟ ବିକାଶ ସମ୍ପର୍କରେ ଏହି ସମାବେଶରେ ଆଲୋଚନା ହୋଇ ଯାଇଛି। କୁଜଙ୍ଗ ପୋଷ୍ଟ ମାଷ୍ଟର ହୃଷୀକେଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ଓଡିଶା ସର୍କଲର ଡ଼ାକସେବା ନିର୍ଦ୍ଦେଶକ ଜି. ଗୁରୁନାଥନ ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଇଣ୍ଡିଆନ ପୋଷ୍ଟାଲ ଇନ୍ସ୍ୟରାନ୍ସ ଡ଼ିଡ଼ିଏମ ପି.ରାମକୃଷ୍ଣନ, କଟକ ଦକ୍ଷୀଣ ମଣ୍ଡଳ ଡ଼ାକ ବିଭାଗ ସୁପରିଟେଣ୍ଡେଣ୍ଟ ଜିପି କର, ଜଗତସିଂହପୁର ଜିଲ୍ଲାର ଆଇପିପିବି ମ୍ୟାନେଜର ଆନନ୍ଦ ସ୍ୱରୂପ ଦାସ, କୁଜଙ୍ଗ ଡ଼ାକ ଉପଖଣ୍ଡର ଡ଼ାକ ନୀରିକ୍ଷକ ସତ୍ୟବ୍ରତ ଗାହାଣ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ଡ଼ାକ ବିଭାଗର ବିଭିନ୍ନ ଯୋଜନାକୁ କିପରି ଜନସାଧାରଣଙ୍କ ନିକଟରେ ପହଂଚାଯାଇ ପାରିବ ଏବଂ ଡ଼ାକ ବିଭାଗର ବାଣିଜ୍ୟକୁ ବୃଦ୍ଧି କରାଯାଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ବକ୍ତା ଆଲୋକପାତ କରିଥିଲେ। ଏହି ଅବସରରେ ଡ଼ାକ ବିଭାଗ ଜରିଆରେ କାର୍ଯ୍ୟକାରୀ କରାଯାଉଥିବା ପୋଷ୍ଟାଲ ଲାଇଫ ଇନସ୍ୟୁରାନ୍ସ, ରୁରାଲ ପୋଷ୍ଟାଲ ଲାଇଫ ଇନସ୍ୟୁରାନ୍ସ , ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ଅଟଳ ପେନସନ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।