Categories
ଆଜିର ଖବର ରାଜ୍ୟ ଖବର

କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା : ଜୁଲାଇ 24ରୁ ଯୁକ୍ତ 3 ଶେଷ ବର୍ଷ ପରୀକ୍ଷା

ଭୁବନେଶ୍ବର : କରୋନା ସମୟରେ ଲକ୍‌ଡାଉନ୍‌ କାରଣରୁ ସମସ୍ତ ପରୀକ୍ଷା ବାତିଲ ହୋଇଥିବା ବେଳେ ଏହାକୁ ନେଇ ରାଜ୍ୟର 11 ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଏହି ଆଲୋଚନା ପରେ ବିଭିନ୍ନ ପରୀକ୍ଷାର ତାରିଖ ପ୍ରକାଶ ପାଇଛି । ଯୁକ୍ତ 3 ତୃତୀୟ ବର୍ଷର ପରୀକ୍ଷା ଜୁଲାଇ 24ରେ ଅନୁଷ୍ଠିତ ହେବ । ପିଜି କମନଆଡ଼ମିଶନ ଟେଷ୍ଟ ସେପ୍ଟମ୍ବରରୁ ଅକ୍ଟୋବର ମଧ୍ୟରେ ହେବ ଏବଂ ଆସନ୍ତା ନଭେମ୍ବରରୁ ସମସ୍ତ ବିଭାଗର ପିଜି କ୍ଲାସ ଆରମ୍ଭ ହେବ । ସେହିପରି 30 ପ୍ରତିଶତ କର୍ମଚାରୀଙ୍କୁ ନେଇ ଆସନ୍ତାକାଲି ଠାରୁ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ କଲେଜ ଗୁଡ଼ିକରେ କାମ ଆରମ୍ଭ ହେବ ବୋଲି ଜଣାପଡିଛି । ସେହିପରି ପ୍ରତି 15 ଦିନରେ ଥରେ କୁଳପତି ମାନଙ୍କ ସହ ଆଲୋଚନା ହେବ ବୋଲି ଭିଡିଓ କନଫରେନ୍ସିଂ ପରେ ପ୍ରକାଶ କରିଛନ୍ତି ଅରୁଣ ସାହୁ ।

Categories
ଫଟୋ ଖବର

ନିଜ ରାଜ୍ୟକୁ ଫେରିବା ପାଇଁ ଆବଶ୍ୟକ ପାଶ୍ ହାସଲ କରିବାକୁ ଲମ୍ବା ଧାଡିରେ ଛିଡା ହୋଇଛନ୍ତି ଶ୍ରମିକ

ହାଇଦ୍ରାବାଦ, ନିଜ ରାଜ୍ୟକୁ ଫେରିବା ପାଇଁ ଶ୍ରମିକମାନେ ହାଇଦ୍ରାବାଦର ବିକେ ରାଘବ ରେଡ୍ଡି ହଲ ଆଗରେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି । ପଣିଥରେ ଲକଡାଉନ ଘୋଷଣା ହୋଇଥିବାରୁ ଏମାନେ ନିଜ ରାଜ୍ୟକୁ ଫେରିପାରୁ ନାହାଁନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ତିନୋଟି ରେଡ୍ ଜୋନରେ ସଂଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସବୁ ବନ୍ଦ, ୧୨ ଘଣ୍ଟିଆ କର୍ଫ୍ୟୁ ଜାରୀ

ଭୁବନେଶ୍ବର: ଏଣିକି ଘୋଷଣା ହୋଇଥିବା ତିନୋଟି ରେଡ୍ ଜୋନରେ ୧୨ ଘଣ୍ଟିଆ କର୍ଫ୍ୟୁ ଜାରୀ ହେଲା। ଏହି ଜୋନଗୁଡିକ ହେଲା ଭୁବନେଶ୍ବର, ବାଲେଶ୍ବର ଏବଂ ଭଦ୍ରକ। ଏହି ୧୨ ଘଣ୍ଟା ଭିତରେ କୈଣସି ଚଳାଚଳ ହୋଇପାରିବ ନାହିଁ। ସେଥିପାଇଁ ଏହି ତିନି ଜୋନର ପ୍ରଶାସନ ତରଫରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି। କେବଳ ଜରୁରୀ କାଳୀନ ସେବାକୁ ବାଦ ଦେଇ ଅନ୍ୟ କୌଣସି ସେବା ଚାଲିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଆସନ୍ତା ମେ ୧୭ ତାରିଖ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

୪ ବର୍ଷରେ ମହିଳାଙ୍କ ଭାଗ୍ୟ ବଦଳାଇଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା : ଓଡ଼ିଶାର ୨୬.୬ ଲକ୍ଷ ହିତାଧିକାରୀ

ଭୁବନେଶ୍ବର : ମହିଳାଙ୍କ ସୁରକ୍ଷା ପାଇଁ ପ୍ରଣୟନ କରାଯାଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଚାରି ବର୍ଷ ବିତିଯାଇଛି । ଲକ୍‌ଡାଉନ୍‌ ସମୟରେ କେନ୍ଦ୍ର ସରକାର ତିନି ମାସ ପର୍ଯ୍ୟନ୍ତ ମାଗଣା ଉଜ୍ଜ୍ୱଳା ଗ୍ୟାସ୍‌ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚାରିବର୍ଷ ମଧ୍ୟରେ ସମଗ୍ର ଦେଶରେ ୨୭ କୋଟି ୮୫ ଲକ୍ଷ ଉଜ୍ଜ୍ବଳା ହିତାଧିକାରୀ ରହିଥିବା ବେଳେ ଓଡିଶାରେ ୨୬.୬ ଲକ୍ଷ ହିତାଧିକାରୀ ରହିଛନ୍ତି । ଲକ୍‌ଡାଉନ୍‌ ସମୟରେ ଏପ୍ରିଲ ୨୦୨୦ରେ ୪.୫୩ କୋଟି ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ପ୍ରଦାନ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ବ୍ରାହ୍ମଣ ନ ମିଳିବାରୁ ମହିଳା ଏସଆଇ କରାଇଲେ ବିବାହ, ଗୁଗୁଲ୍‌ ସାହାଯ୍ୟରେ ବୋଲିଲେ ମନ୍ତ୍ର

ମଧ୍ୟପ୍ରଦେଶ : ସରକାର କରୋନା ସହ ମୁକାବିଲା କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରିଛନ୍ତି । ଲକ୍‌ ଡାଉନ୍‌ ସମୟରେ ବହୁ ରୋଚକ ଘଟଣା ସବୁ ସାମ୍ନାକୁ ଆସୁଛି । ଏହି ଲକ୍‌ ଡାଉନ୍‌ ସମୟରେ ପୋଲିସ୍‌ ଆଇନର ପାଳନ କରିବା ସହିତ ସମାଜସେବା ମଧ୍ୟ କରୁଛି। ଲକ୍ ଡାଉନ୍‌ ସମୟରେ ପଣ୍ଡିତ ବା ବ୍ରାହ୍ମଣ ନ ମିଳିବାରୁ ଜଣେ ମହିଳା ପୋଲିସ୍‌ ଅଧିକାରୀ ବାହାଘର କରାଇଥିବାର ଏକ ଘଟଣା ଏବେ ଚର୍ଚ୍ଚାକୁ ଆସିଛି ।

ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଲକ୍‌ ଡାଉନ୍‌ ସମୟରେ ଏକ ଅନନ୍ୟ ବିବାହଘର ଦେଖିବାକୁ ମିଳିଛି । ଯେଉଁଠାରେ ବର ବଧୂଙ୍କ ବାହାଘର କୌଣସି ପୂଜାରୀ ବା ପଣ୍ଡିତ କରିନାହାନ୍ତି ବରଂ ଜଣେ ପୋଲିସ୍‌ ଅଧିକାରୀ କରିଛନ୍ତି । ପଣ୍ଡିତ ନମିଳିବାରୁ ଝାଟେଶ୍ବର ପୋଲିସ୍‌ ଚୌକର ଜଣେ ମହିଳା ଏସ୍‌ଆଇ ଅଞ୍ଜଳି ଅଗ୍ନିହୋତ୍ରୀ ଏହି ଯୋଡିଙ୍କ ବିବାହ କରିଛନ୍ତି ।

ବାହାଘର କରିବା ପାଇଁ ମନ୍ତ୍ରୋଚାରଣ କରିବା ସହିତ କିଛି ମନ୍ତ୍ର ଗୁଗୁଲ୍‌ ସାହାଯ୍ୟରେ ବୋଲିଥିଲେ । ମନ୍ତ୍ର ପଢିବା ସହିତ ଦୀପ ଲଗାଇବା ଓ ସପ୍ତପଦୀ ନେବା ସମୟରେ ବର ବଧୂଙ୍କ ସାତ ବଚନ ମଧ୍ୟ ପଢାଇଥିଲେ । ସେହିପରି ଆଇନର ପାଳନ କରିବା ପାଇଁ ମଧ୍ୟ ଉପଦେଶ ଦେଇଥିଲେ ।

ନରସିଂହ ପୁର ଜିଲ୍ଲାରେ ରହୁଥିବା ଲକ୍ଷ୍ମଣ ଚୌଧୁରୀ ବିବାହ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁମତି ନେଇଥିଲେ । ବିବାହ ଝାଟେଶ୍ବରର ଏକ ପାର୍ବତୀ ମନ୍ଦିରରେ କିଛି ଲୋକଙ୍କୁ ନେଇ ଅନୁଷ୍ଠିତ ହେଉଥିଲା । କିନ୍ତୁ ବ୍ରାହ୍ମଣ ନ ମିଳିବାରୁ ବାହାଘର ହୋଇପାରୁନଥିଲା । ସେଠାରେ ମହିଳା ଏଏସ୍‌ଆଇ ପହଞ୍ଚି ସେମାନଙ୍କ ବିବାହ ସମ୍ପନ୍ନ କରାଇଥିଲେ । (ଏଜେନ୍ସି)

 

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେରଳରୁ ଓଡିଶା ଅଭିମୁଖେ ଆସିବ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର/ଥିରୁଅନନ୍ତପୁରମ୍‌ : କେରଳରୁ ଓଡିଶା ଅଭିମୁଖେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯାତ୍ରା ଆରମ୍ଭ କରିବ । ପ୍ରାୟ 1000 ପ୍ରବାସୀ ଶ୍ରମିକଙ୍କୁ ନେଇ ଏହି ଟ୍ରେନ୍‌ଟି ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିବ । କୋଚିର ଆଲୁଭାରୁ ଯାତ୍ରା ଆରମ୍ଭ କରି ଟ୍ରେନ୍‌ଟି ଭୁବନେଶ୍ବରରେ ପହଞ୍ଚିବ । କେରଳରେ ଫସି ରହିଥିବା ଏହି ଓଡିଆ ଶ୍ରମିକ ମାନେ ଆସିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯିବ । ଶୁକ୍ରବାର ସନ୍ଧ୍ୟା 6ଟାରେ ଏହି ଟ୍ରେନ୍‌ଟି ଯାତ୍ରା ଆରମ୍ଭ କରିବ । ଟ୍ରେନ୍‌ରେ ପ୍ରବାସୀ ଶ୍ରମିକଙ୍କୁ ଅଣାଯିବା ସମୟରେ ସୋସିଆଲ ଡିଷ୍ଟାନ୍ସିଂ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି ।

Categories
ଫଟୋ ଖବର

ଲକଡାଉନ ସମୟରେ ବରଗଡ ଜିଲ୍ଲାର କିପରି ରହିଛି ପରିସ୍ଥିତି ତାହାର ସମୀକ୍ଷା କରୁଛନ୍ତି ପୋଲିସ ଡିଜି ଅଭୟ

ବରଗଡ, ବରଗଡ ଜିଲ୍ଲାରେ କରୋନା ପାଇଁ ହୋଇଥିବା ଲକ ଡାଉନ ସମୟରେ ପୋଲିସମାନେ କିପରି କାର୍ଯ୍ୟ କରୁଛନ୍ତି ତାହାର ତଦାରଖ କରୁଛନ୍ତି ଡିଜିପି ଅଭୟ। ସେ ବରଗଡ ଜିଲ୍ଲାର ବରଗଡ ଟାଉନ ଥାନାକୁ ଯାଇ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମିଲ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବିଧାୟିକା ଲତିକା ପ୍ରଧାନ

ପିଣ୍ଟୁ ବିଷୋୟୀ
ବେଗୁନିଆପଡା: କରୋନା ପାଇଁ ଲକ ଡାଉନ ସମୟରେ ଖାଦ୍ୟ ସାମଗ୍ରୀରୁ ବଞ୍ଚିତ ହୋଇଥିବା ଗରିବ ଅସହାୟଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ମିଲ୍‌ କାର୍ଯ୍ୟକ୍ରମ। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକରେ ଏହାର ଶୁଭାରମ୍ଭ କରିଛନ୍ତି। ଖଣ୍ଡିଆନଈ ପଞ୍ଚାୟତର କେତେଜଣକୁ ମିଲ କାର୍ଯ୍ୟକ୍ରମ ତରଫରୁ ପ୍ରଦାନ କରାଯାଇଥିବା କିଟକୁ ବିଧାୟିକା ପ୍ରଦାନ କରିଥିଲେ। କେହି ଗରିବ ଅସହାୟ ଯେଭଳି ଖାଦ୍ୟ ପାଇବାରୁ ବଞ୍ଚିତ ନ ରହୁ ସେଥିପାଇଁ ଏ ପ୍ରୟାସ ବୋଲି ବିଧାୟିକା ମତ ପ୍ରକାଶ କରିଥିଲେ। ଏହି ସମୟରେ ୪୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଗୀତାଞ୍ଜାଳ ଭୂୟାଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦଶ ହଜାର, ଦିଗାପଡା ସରପଞ୍ଚ ପୂଜା ପରିଡ଼ା ମିଲ କାର୍ଯ୍ୟକ୍ରମକୁ ଦଶ ହଜାର, ସମାଜସେବୀ ଗୌରାଙ୍ଗ ଚରଣ ସାହୁ ମିଲକୁ ଦଶ ହଜାର, କାଲିମେଖି ସରପଞ୍ଚ ମମତା ପୋଲ।ଇ ପାଞ୍ଚ ହଜାର, ଶାଙ୍କୁଡ଼ା ସରପଞ୍ଚ ସନ୍ତୋଷ କୁମାର ସାହୁ ପାଞ୍ଚ ହଜାର, ବେରୁହାବାଡ଼ି ସରପଞ୍ଚ ନିଳାଞ୍ଚଳ ପାଢ଼ୀ ପାଞ୍ଚ ହଜାର ଟଙ୍କା ଏବଂ ଜୋହନ ସ୍ବାଇଁ ଦୁଇ ହଜାର ଟଙ୍କା ମିଲ କାର୍ଯ୍ୟକ୍ରମ ଉଦେଶ୍ୟରେ ବିଧାୟିକାଙ୍କୁ ପ୍ରଦାନ କରିଛନ୍ତି।

ସୂଚନା ଅନୁଯାଇ ପୂର୍ବରୁ ବିଧାୟିକା ମିଲ କାର୍ଯ୍ୟକ୍ରମ ପାଇଁ ୩୦ ହଜାର ପ୍ରଦାନ କରିବା ସହ ସମସ୍ତଙ୍କୁ ଏହି ମହତ କାର୍ଯ୍ୟପାଇଁ ସହଯୋଗର ହାତ ବଢାଇବା ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଦେବବର ପ୍ରଧାନ, ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କରୋନାରେ ଅର୍ଥନୈତିକ ମୁକାବିଲା ପାଇଁ ଦିଦିଙ୍କର 1.52 ଲକ୍ଷ କୋଟିର ଘୋଷଣା ପ୍ୟାକେଜ୍‌

କୋଲକାତା : କରୋନା ସମୟରେ ଘଟିଥିବା ଅର୍ଥନୈତିକ ସ୍ଥାଣୁତାର ମୁକାବିଲା କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ 1.52 ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ଏହି 1.52 ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଅର୍ଥନୈତିକ ପୁନରୁତ୍ଥାନ ପାଇଁ ଏହି ପ୍ୟାକେଜ୍‌ ଘୋଷଣା କରାଯାଇଛି । ଆସନ୍ତା 6 ମାସ ମଧ୍ୟରେ ବିଭିନ୍ନ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ପୁନରୁତ୍ଥାନ ପାଇଁ ଏହି ଅର୍ଥ ବିନିଯୋଗ କରାଯିବ ବୋଲି ମମତା ସୂଚନା ଦେଇଛନ୍ତି । ଅର୍ଥନୈତିକ ସଚିବଙ୍କ ନେତୃତ୍ବରେ ଗଠିତ ଟାସ୍କ ଫୋର୍ସ ଏହି ଯୋଜନାର ତଦାରଖ କରିବ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଏହି ରାଜ୍ୟରେ ହ୍ରାସ କରାଯିବ ସରକାରୀ କର୍ମଚାରୀଙ୍କ ବେତନ : ବିଧେୟକକୁ ରାଜ୍ୟପାଳଙ୍କ ମଞ୍ଜୁରୀ

ଥିରୁଅନନ୍ତପୁରମ : କରୋନା ଭାଇରସ୍ ସଂକ୍ରମଣ କାରଣରୁ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟର ମୁକାବିଲା କରିବା ପାଇଁ ପ୍ରଥମ ରାଜ୍ୟ ଭାବରେ କେରଳ ପଦକ୍ଷେପ ଗ୍ରହଣ କରିଛି । କେରଳ ନିଜର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରିଥିବା ବେଳେ ଏଥି ନିମନ୍ତେ ଏକ ବିଧେୟକ ଆଣିଛି । ଏହି ବିଧେୟକକୁ କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ଏହା ଆଇନରେ ପରିଣତ ହୋଇଛି । ଆସନ୍ତା 5 ମାସ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ପ୍ରତିମାସର 6 ଦିନର ବେତନ କାଟିବା ନେଇ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍‌ ଘୋଷଣା କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଲକ୍‌ଡାଉନ୍‌ ସତ୍ତ୍ବେ 2 ବିଲିୟନ୍‌ ଛୁଇଁଲା ଟିକ୍‌ଟକ୍‌ ଡାଉନ୍‌ଲୋଡ୍‌ : ଭାରତରେ ସର୍ବାଧିକ ବ୍ୟବହାରକାରୀ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପ୍ରଭାବରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ସୋସିଆଲ ମିଡିଆରେ ଚାଇନିଜ୍‌ ଦ୍ରବ୍ୟ ଏବଂ ଆପ୍‌ ବିରୋଧରେ ବିଭିନ୍ନ ପୋଷ୍ଟ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଚାଇନିଜ୍‌ ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌ ଏହି ସମୟରେ 2 ବିଲିୟନ୍‌ ଡାଉନ୍‌ଲୋଡ୍‌ ଛୁଇଁଛି । ତେବେ 2020ର ପ୍ରଥମ ତିନିମାସ ମଧ୍ୟରେ ପ୍ରାୟ 315 ମିଲିୟନ୍‌ ଲୋକ ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରିଛନ୍ତି । ଏହି ସମୟରେ ସର୍ବାଧିକ ଭାରତୀୟ ଏହି ଆପ୍‌ର ବ୍ୟବହାର କରୁଥିବାର ମଧ୍ୟ ସୂଚନା ମିଳିଛି । ସେନ୍ସର ଟାଓ୍ବାର ଷ୍ଟୋର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭାରତରେ ବର୍ତ୍ତମାନ ସର୍ବାଧିକ ଟ୍ବିଟ୍ଟର ବ୍ୟବହାରକାରୀ ରହିଛନ୍ତି । ଟିକ୍‌ଟକ୍‌ର ସର୍ବାଧିକ ବ୍ୟବହାରକାରୀ ଭାରତରେ ରହିଛନ୍ତି । ସମୁଦାୟ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରାୟ 30.3 ପ୍ରତିଶତ ବା 611 ମିଲିୟନ୍‌ ଗ୍ରାହକ ଭାରତର ବୋଲି ଜଣାପଡିଛି । ଚୀନ୍‌ରେ ଦ୍ବିତୀୟ ସର୍ବାଧିକ 197 ମିଲିୟନ୍‌ ଏବଂ ଆମେରିକାରେ ତୃତୀୟ ସର୍ବାଧିକ 165 ମିଲିୟନ୍‌ ଟିକ୍‌ଟକ୍‌ ବ୍ୟବହାରକାରୀ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ ସମୟରେ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ଘରୁ ବାହାରକୁ ଆସିଥିଲେ କିନ୍ତୁ କନ୍ୟା ନେଇ ଫେରିଲେ ଯୁବକ

ଗାଜିଆବାଦ : ଉତ୍ତରପ୍ରଦେଶ ଗାଜିଆବାଦରେ ଏକ ଅନନ୍ୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଲକ୍‌ ଡାଉନ୍‌ ସମୟରେ ଜଣେ ଯୁବକ ପରିବା ଓ ରାସନ ଆଣିବା ପାଇଁ ଘରୁ ବାହାରିଥିଲେ । କିନ୍ତୁ ଫେରିଲା ବେଳକୁ ସାଥୀରେ କନ୍ୟା ନେଇକି ଆସିଲେ । ଏହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାହିବାବାଦରେ ଘଟିଛି । ଲକ୍ ଡାଉନ୍‌ ସମୟରେ ଘରେ ଅଚାନକ ବୋହୂ (କନ୍ୟା) ପହଞ୍ଚିବା ପରେ ଯୁବକଙ୍କ ମା’ ଏହାକୁ ଦୃଢ ବିରୋଧ କରିଛନ୍ତି । ଯୁବକ ଜଣକ ନିଜ ଗାର୍ଲଫ୍ରେଣ୍ଡକୁ ବିବାହ କରି ଘରକୁ ନେଇଆସିଛି । କିନ୍ତୁ ଯୁବକଙ୍କ ମା’ ଏହାକୁ ବିରୋଧ କରି ଘରେ ପ୍ରବେଶ କରେଇ ଦେଇନାହାନ୍ତି । ପରିଶେଷରେ ଏହି ଘଟଣା ଥାନାରେ ପହଞ୍ଚିଥିଲା ।

ବୋହୂ ବେଶରେ ଜଣେ ଯୁବତୀ ଓ ତାଙ୍କ ସହିତ ଯୁବକ ଥାନାରେ ପହଞ୍ଚିଥିଲେ । ସେଠାରେ ଯୁବକର ମା’ ପହଞ୍ଚି ଯୁବକଙ୍କୁ ଘର ବାହାରେ ରହିବାକୁ ସଫା ସଫା କହିଛନ୍ତି । ଯୁବକଙ୍କ ମା’ କହିଛନ୍ତି ଯେ, ତାଙ୍କ ପୁଅ ପରିବା ଓ ରାସନ ଆଣିବା ପାଇଁ ଘରୁ ବାହାରକୁ ଯାଇଥିଲେ । କିନ୍ତୁ ଖାଦ୍ୟ ସାମଗ୍ରୀ ବଦଳରେ ଝିଅ ଆଣିଛନ୍ତି । ସେ ଲକ୍‌ ଡାଉନ୍‌ ନିୟମ ଭଙ୍ଗ କରିଛନ୍ତି । ତେଣୁ ସେ ତାଙ୍କୁ ଘରେ ପ୍ରବେଶ କରିବାକୁ ଅନୁମତି ଦେବ ନାହିଁ । ସେହିପରି ଦୁହଁଙ୍କର ବିବାହ ହୋଇଛି ବୋଲି କୌଣସି ପ୍ରମାଣ ନାହିଁ । କିନ୍ତୁ ଯୁବକ ଜଣକ କହିଛନ୍ତି ଯେ ସେ ମନ୍ଦିରରେ ବିବାହ କରିଛନ୍ତି । ଲକ୍‌ ଡାଉନ୍‌ ଭିତରେ ଯୁବକ ଜଣକ ତାଙ୍କ ଘରକୁ ପ୍ରବେଶ କରିପାରିବେ ନାହିଁ ବୋଲି ମା’ କହିବା ପରେ ଯୁବକ ଜଣକ ଯୁବତୀଙ୍କୁ ନେଇ ଅଲଗା ଜାଗାରେ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବସ୍‌ରେ ଆସିପାରିବେ ଫସିଥିବା ଲୋକେ, ସର୍ତ୍ତମୂଳକ ଅନୁମତି ସହ ଗାଇଡ ଲାଇନ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ : ଲକ୍‌ ଡାଉନ୍‌ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ଲୋକେ ଫସି ରହିଛନ୍ତି । ସେଠାରୁ ନିଜ ରାଜ୍ୟକୁ ଫେରିବା ପାଇଁ ଅନେକ ଲୋକ ଲୁଚିଛପି ଆସୁଥିବାବେଳେ କେହି କେହି ସରକାରଙ୍କ ନିକଟରେ ଅନୁରୋଧ ମଧ୍ୟ କରୁଛନ୍ତି । ବିଭିନ୍ନ ରାଜ୍ୟମାନେ ଫସି ରହିଥିବା ଲୋକମାନଙ୍କ ପାଇଁ  ବସ୍‌ ସୁବିଧା କରାଉଛନ୍ତି । ତେବେ ଲକ୍‌ ଡାଉନ୍‌ ଯୋଗୁଁ ଫସିଥିବା ଲୋକଙ୍କୁ ଫେରିବାକୁ ଅନୁମତି ଦେଇଛି କେନ୍ଦ୍ର।

ଶ୍ରମିକ, ତୀର୍ଥଯାତ୍ରୀ, ବିଦ୍ୟାର୍ଥୀଙ୍କୁ ଫେରିବାକୁ ଅନୁମତି ଦେଲା କେନ୍ଦ୍ର। ଏ ସମ୍ପର୍କରେ ସାନି ବିଜ୍ଞପ୍ତି ପ୍ରକାଶ କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ। ସର୍ତ୍ତମୂଳକ ଅନୁମତି ସହ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। ଫସିଥିବା ଲୋକଙ୍କ ପାଇଁ ରାଜ୍ୟମାନେ ନୋଡାଲ ଅଧିକାରୀ ନିଯୁକ୍ତ କରିବେ। ଉଭୟ ରାଜ୍ୟର ନୋଡାଲ ଅଧିକାରୀଙ୍କ ସମନ୍ବୟରେ ଲୋକମାନେ ଯିବେ। ଗୋଷ୍ଠୀଗତ ଭାବେ ଲୋକେ ଯିବାକୁ ଚାହିଁଲେ, ଉଭୟ ରାଜ୍ୟ ଏହି ପ୍ରସଙ୍ଗରେ କଥା ହେବେ। ପାରସ୍ପରିକ ସମନ୍ବୟ ରଖି ବସ୍‌ ଜରିଆରେ ଲୋକମାନଙ୍କୁ ନେଇପାରିବେ। ଇଚ୍ଛୁକ ଲୋକଙ୍କୁ ପ୍ରଥମେ ସ୍କ୍ରିନିଂ କରାଯିବ, ଲକ୍ଷଣ ନଥିଲେ ଯାଇପାରିବେ। ଯିବାକୁ ଥିବା ବସ୍‌ ସାନିଟାଇଜ୍‌ ହେବ,  ବସ୍‌ ଭିତରେ ସାମାଜିକ ଦୂରତ୍ବ ରହିବ। ନିଜ ରାଜ୍ୟରେ ପହଞ୍ଚିଲା ପରେ ସମ୍ପୃକ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ। ସମ୍ପୃକ୍ତ ଲୋକଙ୍କୁ ହୋମ୍‌ କିମ୍ବା ସରକାରୀ କ୍ବାରେଣ୍ଟିନ୍‌ରେ ରଖାଯିବ। (ଏଜେନ୍ସି)

Categories
ଆଞ୍ଚଳିକ

ଲକ୍‌ଡାଉନ୍‌ରେ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ପ୍ରଦାନ କରୁଛି ପିପୁଲ୍‌ ଫର୍‌ ଆନିମଲ୍

ଭୁବନେଶ୍ବର : କରୋନା ପ୍ରଭାବରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ବୁଲା ପଶୁପକ୍ଷୀ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ସହାୟତାର ହାତ ବଢାଇଛି ସ୍ବେଚ୍ଛାସେବୀ ସଙ୍ଗଠନ ପିପୁଲ୍‌ ଫର୍‌ ଆନିମଲ୍ । ସଙ୍ଗଠନ ପକ୍ଷରୁ ବିଭିନ୍ନ ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ପଦାର୍ଥ ବଣ୍ଟାଯିବା ସହିତ ଦୁସ୍ଥ ଜୀବଜନ୍ତୁଙ୍କ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଯାଉଛି । ସେହିପରି ଆଜି ଶିଖରଚଣ୍ଡୀ ମନ୍ଦିର ପରିସରରେ ସ୍ବଚ୍ଛତା କାର୍ଯ୍ୟକ୍ରମ କରାଯାଇଛି । ସମ୍ପାଦକ ଜୀବନ ବଲ୍ଲଭ ଦାସଙ୍କ ନେତୃତ୍ବରେ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ମାନେ ମନ୍ଦିର ପରିସର ସଫେଇ କରିବା ସହିତ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ପଦାର୍ଥ ପ୍ରଦାନ କରିଥିଲେ । ଏହି ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମ୍ବାଦିକା ଅନୁରାଧା ବାରିକ, ପୂଜା, ସୋନମ , ଅପରାଜିତା ଏବଂ ସତ୍ୟଜିତ୍‌ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରବାସୀ ଓଡିଆଙ୍କୁ ସହାୟତା କରିବା ପାଇଁ ଭିଡିଓ ବାର୍ତ୍ତାରେ ନବୀନଙ୍କ ନିବେଦନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେବା ସହିତ ରାଜ୍ୟ ବାହାରୁ ଫେରିବାକୁ ଥିବା ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।

ଦେଶର ସର୍ବାଧିକ ଆକ୍ରାନ୍ତ ରାଜ୍ୟରୁ ଅନେକ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରୁଥିବାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବିଗତ ଦଶଦିନ ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହୋଇଥିବାରୁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ଲୋକ ଘରେ ରହିବା ପାଇଁ ନବୀନ ନିବେଦନ କରିଛନ୍ତି । ରାଜ୍ୟବାସୀଙ୍କ ସହାୟତାରେ ହିଁ ରାଜ୍ୟରୁ କରୋନାକୁ ଦୂର କରାଯାଇପାରିବ ବୋଲି ନବୀନ ମତ ଦେଇଥିଲେ । (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପୁଣି ସାଇକଲରେ ଫେରିଲେ ପ୍ରବାସୀ ଓଡିଆ ଶ୍ରମିକ: ୭ ଦିନରେ ୧୧୦୦ କିମି ଯାତ୍ରା

ପିଣ୍ଟୁ ବିଷୋୟୀ
ଗଞ୍ଜାମ/ବେଗୁନିଆପଡା: ସାରା ଦେଶରେ କରୋନା ଭୁତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର। ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ସୀଲ୍ କରାଯାଇଛି। ସହର ଠାରୁ ଗାଁ ପୋଲିସ୍ ପଇଁତରା ମାରୁଛି। ଓଡିଶା ରାଜ୍ୟର ସୀମାରେ କଡା ଚେକିଂ କରାଯାଉଛି। ଓଡିଶା ସରକାର ଲକ ଡାଉନ ପରେ ବାହାର ରାଜ୍ୟରେ ଥିବା ଓଡ଼ିଆ ମାନଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରୁଛନ୍ତି। ତେବେ ଏହିଭଳି ସ୍ଥିତିରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକ ମାନେ ବିଭିନ୍ନ ଉପାୟରେ ଘରକୁ ଫେରିବାକୁ ଚାହୁଁଛନ୍ତି। କିଛି ଦିନ ତଳେ ମୁମ୍ବାଇରୁ ଜଣେ ଯୁବକ ସାଇକେଳ ଯୋଗେ ଯାଜପୁରରେ ପହଞ୍ଚିଥିବା ବେଳେ ଗଞ୍ଜାମର ଜଣେ ଯୁବକ ଆଜି ସମାନ ଢଙ୍ଗରେ ସାଇକେଲ ଯୋଗେ ଚେନ୍ନାଇରୁ ଫେରିଛନ୍ତି। ୭ ଦିନରେ ୧୧୦୦ କିମି ଅତିକ୍ରମ କରି ଯୁବକ ୨୩ ତାରିଖରେ ଗଞ୍ଜାମରେ ପହଞ୍ଚିଛନ୍ତି।

ବେଗୁନିଆପଡା ବ୍ଲକ ବଡଖଇରଖମା ଗ୍ରାମର ଯୁବକ ଜଣଙ୍କର ବୟସ ୨୫ ବର୍ଷ। ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବାରିକଙ୍କ ସୂଚନା ଅନୁଯାୟୀ ଗତ ୧୬ ତାରିଖରେ ଯୁବକ ଜଣକ ଚେନ୍ନାଇରୁ ସାଇକଲ ଯୋଗେଁ ବିଜୟୱାଡା ଆସିବା ପରେ ଏକ ମାଲବହି ଟ୍ରକରେ ଶ୍ରୀକାକୁଲମ ଆସି ପୁଣି ସାଇକଲ ଯୋଗେଁ ଯାତ୍ରା କରି ୨୩ ତାରିଖରେ ବଡ଼ଖଇରଖମାରେ ପହଁଚିଥିଲେ। ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସନ୍ତୋଷ ବାରିକ ଖବର ପାଇ ତାଙ୍କୁ ବଡ଼ଖଇରଖମାରେ ଥିବା ଅସ୍ଥାୟୀ କ୍ୱାରାଣ୍ଟାଇନ ସେଣ୍ଟରରେ ରଖିଛନ୍ତି। ବ୍ରହ୍ମପୁର ବଡମେଡିକାଲ କୋଭିଡ୍ ୧୯ ୱାର୍ଡରେ ଯୁବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ତେବେ ଲକ୍ ଡାଉନ୍ କଟକଣା କଡାକଡି ସତ୍ବେ ଚେନ୍ନାଇରୁ କିଭଳି ଚାଲିଆସିଲେ ତାକୁ ନେଇ ପ୍ରଶ୍ନ ଉଠିଛି।

Categories
ଆଜିର ଖବର ରାଜ୍ୟ ଖବର

କ୍ବାରେଣ୍ଟାଇନ୍‌ରୁ ମୁକ୍ତ ହେଲେ 1700 କିମି ଯାତ୍ରା କରିଥିବା ଯୁବକ

ଭୁବନେଶ୍ବର : ଶେଷରେ କ୍ବାରେଣ୍ଟାଇନ୍‌ରୁ ମୁକ୍ତ ହୋଇଛନ୍ତି 1700 କିମି ଯାତ୍ରା କରିଥିବା ଯୁବକ । ମହାରାଷ୍ଟ୍ରରୁ ସାଇକେଲ ଯୋଗେ ଯାତ୍ରା କରି 1700 କିମି ପଥ ଅତିକ୍ରମ କରି ଓଡିଶାରେ ପହଞ୍ଚିଥିବା ଏହି 20 ବର୍ଷୀୟ ଯୁବକ ଜଣକ ସୋମବାର କ୍ବାରେଣ୍ଟାଇନ୍‌ରୁ ମୁକ୍ତ ହୋଇଛନ୍ତି । ମହେଶ ଜେନା ନାମକ ଏହି ଯୁବକ ଜଣକ ଏକ ସାଇକେଲ୍‌ ଯୋଗେ ମୁମ୍ବାଇର ସାଙ୍ଗଲିରୁ ଯାତ୍ରା ଆରମ୍ଭ କରି ଏପ୍ରିଲ୍‌ 7 ତାରିଖରେ ଯାଜପୁରରେ ପହଞ୍ଚିଥିଲେ । ମହେଶଙ୍କୁ ଏପ୍ରିଲ୍‌ ମାସର ବେତନ ମିଳିନଥିବା ବେଳେ ସାଙ୍ଗ ନିକଟରୁ 3 ହଜାର ଟଙ୍କା ଧାର କରି ମହେଶ ଗାଁକୁ ଫେରିଥିଲେ । ରାତିରେ ବିଭିନ୍ନ ମନ୍ଦିରରେ ଆଶ୍ରୟ ନେବା ସହିତ ଗାଁକୁ ଫେରିଥିଲେ । ଗାଁକୁ ଫେରିବା ପରେ 14 ଦିନ କ୍ବାରେଣ୍ଟାଇନ୍‌ରେ ରହିବା ପରେ ସୋମବାର ମହେଶଙ୍କୁ କ୍ବାରେଣ୍ଟାଇନ୍‌ରୁ ମୁକ୍ତ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆରବିଆଇର ବଡ ଘୋଷଣା : ମ୍ୟୁଚୁଆଲ୍‌ ଫଣ୍ଡ ନିମନ୍ତେ 50 ହଜାର କୋଟିର ଘୋଷଣା

ମୁମ୍ବାଇ : ଆଜି ଆରବିଆଇ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଅର୍ଥନୈତିକ ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ଆରବିଆଇ ପକ୍ଷରୁ 50 ହଜାର କୋଟିର ସ୍ବତନ୍ତ୍ର ଅର୍ଥରାଶି ଘୋଷଣା କରାଯାଇଛି । 50 ହଜାର କୋଟି ଟଙ୍କାର ଏହି ସ୍ବତନ୍ତ୍ର ଫଣ୍ଡ ସମ୍ପର୍କରେ ଘୋଷଣା କରାଯାଇଥିବା ବେଳେ 90 ଦିନ ମଧ୍ୟରେ ସମସ୍ତ ବ୍ୟାଙ୍କରେ ଏହି ଅର୍ଥରାଶି ନିମନ୍ତେ ଆବେଦନ କରିପାରିବେ । ସୋମବାରରୁ ଶୁକ୍ରବାର ଛୁଟିଦିନ ବ୍ୟତିରେକ ଏହି ଅର୍ଥରାଶି ନିମନ୍ତେ ଆବେଦନ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ଘୋଷଣା କରାଯାଇଛି । ମ୍ୟୁଚୁଆଲ ଫଣ୍ଡ କମ୍ପାନୀ ଫ୍ରାଙ୍କ୍‌ଲିନ୍ ଟେମ୍ପଲ୍‌ଟନ୍ ବିଗତ ସପ୍ତାହରେ ନିଜର 6ଟି ଫଣ୍ଡକୁ ବନ୍ଦ କରିବାକୁ ନିଷ୍ପତ୍ତି ନେବା ପରେ ଆରବିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି । (ଏଜେନ୍ସି)

Categories
ଆଞ୍ଚଳିକ ବ୍ୟବସାୟ

କରୋନା ପାଇଁ ଜଗତସିଂହପୁର ଜିଲ୍ଲାରେ ଉଜୁଡିଯାଉଛି ପାନଚାଷ

ରମେଶ ମହାନ୍ତି
ଜଗତସିଂହପୁର : ଦିନଥିଲା ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ଏରସମା ଅଞ୍ଚଳ ପାନର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ବମ୍ବେ ଠାରୁ ବାଙ୍ଗାଲୋର, କଲିକତା ଠାରୁ କେରଳ ପର୍ଯ୍ୟନ୍ତ ଥିଲା। ପାନଚାଷୀ ରାଜ୍ୟ ବାହାରକୁ ପାନ ପଠାଇ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ଆସୁଥିଲେ। ହେଲେ କରୋନା ମହାମାରୀ ପାନଚାଷୀଙ୍କ ମୁଣ୍ଡରେ ଚଡକ ପକାଇଦେଇଛି। ଉଜୁଡିବାକୁ ବସିଛି ପାନଫସଲ, ପାନଚାଷୀ ଏବେ ହା ହତାଶ ଭିତରେ କାଳକାଟୁଛନ୍ତି।

ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ଏରସମା ବ୍ଲକ ଅନ୍ତର୍ଗତ ସମୁଦ୍ରକୂଳିଆ ଅଞ୍ଚଳରେ ପାନଚାଷ ବହୁଳ ଭାବରେ କରାଯାଇଥାଏ। ଏଠାରେ କରାଯାଉଥିବା ପାନ ବମ୍ବେ(ମୁମ୍ବାଇ),ବାଙ୍ଗାଲୋର, କଲିକତା ପରି ଦେଶର ବିଭିନ୍ନ ବଡବଡ ସହରରେ ଲୋକପ୍ରିୟତା ତଥା ଚାହିଦା ଥିବାରୁ ପ୍ରତିଦିନ ଟ୍ରେନ,ଟ୍ରକ୍ ଓ ବସ ଯୋଗେ ଲକ୍ଷ ଲକ୍ଷ ଟଙ୍କାର ପାନ ଚାଲାଣ ହେଉଥିଲା। ଚାଷୀ ମଧ୍ୟ ଭଲ ଦିପଇସା ରୋଜଗାର କରୁଥିଲେ। ପାନଚାଷ ଉପରେ ନିର୍ଭର କରି ଶହଶହ ପରିବାର ପ୍ରତିପୋଷଣ ହୋଇଆସୁଥିଲେ। ପାରାଦ୍ୱୀପ ସମୁଦ୍ର ଉପକୂଳ ଠାରୁ ଏରସମାର ଗଡହରିଶପୁର ପର୍ଯ୍ୟନ୍ତ ହଜାର ହଜାର ଏକର ଜମିରେ ପାନବରଜ କରି ପାନଚାଷ କରାଯାଇଥାଏ।ଏରସମା ବ୍ଲକର ଢ଼ିଙ୍କିଆ, ନୂଆଗାଁ, ଗଡକୁଜଙ୍ଗ, ବାଲିତୁଠ, ବାମଦେଇପୁର, ଚଟୁଆ, ଭିତରଅନ୍ଧାରୀ, କୁଞ୍ଜକୋଠି, ଆମ୍ବିକି, ଗଡବିଶୁନପୁର, ଗୋଡା, ପଦ୍ମପୁର ଓ ଗଡହରିଶପୁର ଆଦି ସମୁଦ୍ରକୂଳିଆ ପଞ୍ଚାୟତରେ ଶହଶହ ପରିବାର ପାନଚାଷ କରି ଜୀବିକା ନିର୍ବାହ କରୁଥିବା ବେଳେ ଏବେ କରୋନା ମହାମାରୀ ଦାଉ ସାଧିଛି। ମାସେରୁ ଉର୍ଦ୍ଧ ସମୟ ଧରି ଦେଶରେ ଲକଡାଉନ ହେବା ଫଳରେ ଲୋକେ ଘରୁ ବାହାରକୁ ବାହାରୁନଥିବା ବେଳେ ଉଜୁଡିଯାଉଛି ପାନଚାଷ। ଗାଡିମଟର ବନ୍ଦ ଯୋଗୁଁ ବେପାରୀ ଆସୁନାହାଁନ୍ତି କି ପାନ ବିକ୍ରି ହୋଇପାରୁନି। ପାନବରଜରେ ପାନ ତୋଳା ହେଉନାହିଁ। ପାନଗଛ ଚାଳଫୁଟାଇ ବାହାରକୁ ବାହାରି ନଷ୍ଟ ହୋଇଛି। ଯାହାକୁ ନେଇ ଚିନ୍ତାରେ ଚାଷୀ।

ପାନଚାଷ ପାଇଁ ସ୍ୱତନ୍ତ୍ର ପଦ୍ଧତି ରହିଥିବା ବେଳେ ଛାୟାଗୃହରେ ଏହି ଚାଷ କରାଯାଇଥାଏ। ପାନଗଛକୁ ନିୟମିତ ବ୍ୟବଧାନରେ ମାଟି, ସୋରିଷ ପିଡିଆ, ପାଣି ଦିଆଯାଇ ଯତ୍ନ ନେବା ସହ ଚାଷୀକୁ ପାନ ଉତ୍ପାଦନ ପାଇଁ ବେଶ ଯତ୍ନବାନ ସହ ଆର୍ଥିକ ଖର୍ଚ୍ଚ କରିବାକୁ ପଡିଥାଏ। ପ୍ରତି ଦୁଇମାସ ଅନ୍ତରରେ ପାନ ନଅ ବା ଗଛକୁ ତଳକୁ ଖସାଇ ପୁନର୍ବାର ପାଖୁଡିରେ ଚଢାଇ ଦିଆଯାଏ। ଏଥିପାଇଁ ଚାଷୀ ମୁଣ୍ଡଝାଳ ତୁଣ୍ଡରେମାରି ଦିନରାତି ଏକକରି ପାନବରଜରେ ଖଟିଥାଏ। ପାନଚାଷ ପାଇଁ ବ୍ୟାଙ୍କ, ବେସରକାରୀ ଭାବେ ହଜାର ହଜାର ଟଙ୍କା ଋଣକରି ପାନଚାଷ କରିଥାନ୍ତି। ମାତ୍ର ଏବେ ସବୁକିଛି ବଦଳାଇ ଦେଇଛି କରୋନା ମହାମାରୀ। ପାନତୋଳିବାକୁ ପାନବରଜକୁ ଯାଉନି ଚାଷୀ। ପାନଲଟା ଚାଳଫୁଟି ମରିବାକୁ ବସିଲାଣି। ପାନଝଡି ତଳେ ପଡୁଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହି ପାନଚାଷୀ ଏବେ ହତାଶ। ମାର୍ଚ୍ଚ ୨୨ତାରିଖ ଠାରୁ ସାରାଦେଶରେ ଲକଡାଉନ ଯୋଗୁଁ ଟ୍ରେନ, ବସ ଚଳାଚଳ ବନ୍ଦ ହୋଇଥିବାରୁ ଏହି ଅଞ୍ଚଳକୁ ପାନ କିଣିବାକୁ ବେପାରୀ ଆସୁନାହାଁନ୍ତି। ପାନବରଜରେ ପାନଝଡି ନଷ୍ଟ ହେଉଥିବା ବେଳେ ପାନଚାଷୀ ମୁଣ୍ଡରେ ଚଡକ ପଡିଛି। ଉଜୁଡିଯିବାକୁ ବସିଛି ପାନଫସଲ।

କୃଷି ଓ କୃଷକ ପାଇଁ ସରକାର ବିଶେଷ ସୁବିଧା ଦେଉଥିବା କଥା ଘୋଷଣା କରୁଥିବା ବେଳେ ପାନଚାଷୀ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଜଣାଯାଇଛି । ଉଦ୍ୟାନ କୃଷିରେ ପାନଚାଷକୁ ସାମିଲ କରାଯାଇଥିବା ବେଳେ କୌଣସି ଉଦ୍ୟାନ ବିଭାଗ ଅଧିକାରୀ ପାନଚାଷୀଙ୍କୁ ଦେଖାଦେବା ତ ଦୁରର କଥା ଅଞ୍ଚଳକୁ ଆସୁନାହାଁନ୍ତି ବୋଲି ଅଭିଯୋଗ ହୋଇଛି । ସରକାର ପାନଚାଷୀଙ୍କ ଦୁଃଖ ଦୃର୍ଦ୍ଦଶାକୁ ବୁଝନ୍ତୁ ବୋଲି ପାନଚାଷୀମାନେ ଦାବି କରିଛନ୍ତି। ଉକ୍ତ ଅଞ୍ଚଳର ସମୁଦ୍ରକୂଳିଆ ପାନଚାଷୀଙ୍କ ଦୁଃଖ ଦୃର୍ଦ୍ଦଶାକୁ ଅନୁସନ୍ଧାନ କରି ସେମାନଙ୍କୁ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ସହ କୃଷିଋଣ ଛାଡକରିବା ପାଇଁ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଲକ୍‌ଡାଉନ୍‌ ଅବଧି ଏକ ମାସ ବଢାଇବାକୁ ଓଡିଶା ସରକାରଙ୍କ ସୁପାରିଶ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । କେନ୍ଦ୍ର ସରକାର ଆସନ୍ତା 30 ତାରିଖ ସୁଦ୍ଧା ଏ ସମ୍ପର୍କିତ ଗାଇଡ୍‌ ଲାଇନ୍‌ ଆଣିବା ନେଇ ସ୍ପଷ୍ଟ କରିଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ଏହା ସହିତ ଲକ୍‌ଡାଉନ୍‌ ଅବଧି ଏକ ମାସ ପର୍ଯ୍ୟନ୍ତ ବଢାଇବାକୁ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିବା ନେଇ ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି । ପଡୋଶୀ ରାଜ୍ୟରେ ରହିଥିବା ଶ୍ରମିକଙ୍କୁ ଉକ୍ତ ସ୍ଥାନରେ ପରୀକ୍ଷଣ କରାଯାଇ ପଠାଇବାକୁ ମଧ୍ୟ ସରକାର ଦାବି କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

9 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ : 9 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ଓଡିଶା, ତାମିଲନାଡୁ, ବିହାର , ମେଘାଳୟ, ମିଜୋରାମ, ଗୁଜରାଟ, ପୁଡୁଚେରୀ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କରୋନା ଆତଙ୍କ ସତ୍ତ୍ବେ ସମଗ୍ର ଦେଶ ଲକ୍‌ଡାଉନ୍‌ ନିୟମକୁ ମାନିବାରୁ ଦେଶରେ କରୋନା ମୁକାବିଲା ସଠିକ୍‌ ଦିଗରେ ଯାଉଛି ବୋଲି ମୋଦି ସନ୍ତୋଷ ପ୍ରକାଶ କରିଥିଲେ । ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ବିଭିନ୍ନ ରାଜ୍ୟ ମୁଖ୍ୟଙ୍କ ପ୍ରତିକ୍ରିୟା ନିଆଯିବା ସହିତ ଆର୍ଥିକ ଅଭିବୃଦ୍ଧି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ସେହିପରି ପ୍ରବାସୀ ଶ୍ରମିକଙ୍କୁ ଫେରାଇବାକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ସୋମବାର ସକାଳ 10ଟାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦି ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଥିଲେ । (ଏଜେନ୍ସି)