Categories
ବିଶେଷ ଖବର

ଲକ ଡାଉନ, ଜୁନ ୧ ତାରିଖରୁ ତାଲା ଖୋଲିବାର ସାହସ ସତରେ ଆମର ଅଛି ତ!!

 କେଦାର ମିଶ୍ର

ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟା ଆଠ ଘଣ୍ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କଲେ ଯେ ଆଉ ଚାରି ଘଣ୍ଟା ପରେ ଅର୍ଥାତ ୨୪ ତାରିଖରୁ ସାରା ଦେଶରେ ଲକ ଡାଉନ ଲାଗୁ ହେଲା। ଅର୍ଥାତ ପୂରା ଦେଶ ତାଲା ବନ୍ଦ କରି ରହିଲା। ପ୍ରଥମରେ ଏହା ୨୧ ଦିନ ଓ ତା ପରେ ଆଉ ତିନୋଟି ପର୍ୟାୟରେ ଆହୁରି ୪୬ ଦିନ ଲକ ଡାଉନ କୁ ବଢା ଯାଇଛି। ଆଉ ୪ ଦିନ ପରେ ଚତୁର୍ଥ ପର୍ୟାୟର ଲକ ଡାଉନ ସରିବ। ଚତୁର୍ଥ ପର୍ୟାୟର ଲକ ଡାଉନ ପୂର୍ବରୁ ପ୍ରଧାନମନ୍ତ୍ରୀ ଆମକୁ ଆଶ୍ଵାସନା ଦେଇ କହିଥିଲେ ଯେ ଜୀବନ ଆଗାମୀ ଦିନରେ ସ୍ଵାଭାବିକ ହେବ। ତେବେ ଗୋଟେ ଅଦ୍ଭୁତ ଧରଣର ସ୍ଵାଭାବିକତା ଏବେ ଆମେ ଲକ୍ଷ୍ୟ କରୁଛୁ। ରେଳ ଷ୍ଟେସନ ଓ ବିମାନ ବନ୍ଦରରେ ଗୋଟେ ବିଚିତ୍ର ଅବ୍ୟବସ୍ଥା। ମାସେ ହେଲା ଦେଶରେ ସନ୍ଧ୍ୟା ୭ ରୁ ସକାଳ ସାତ ଯାଏଁ କର୍ଫ୍ୟୁ ଲାଗୁଛି। କାହିଁକି ଓ କାହା ପାଇଁ ଏ କର୍ଫ୍ୟୁ, ତାର ଉତ୍ତର କାହା ପାଖରେ ନାହିଁ।

ପ୍ରଥମରୁ କୁହା ଯାଉଥିଲା ଗୋଟିଏ ଦିନର ଜନତା କର୍ଫ୍ୟୁ ବଳରେ ଆମେ କରୋନା ଭୂତାଣୁର ସଂକ୍ରମଣକୁ ଅଟକାଇ ପାରିବା। ତାହା ଅବଶ୍ୟ ପିଲାଳିଆମୀ ଥିଲା। ତା ପରେ ଆମେ ଭାବିଲେ ଯେ ୨୧ ଦିନରେ ଏହି ଯୁଦ୍ଧ ଆମେ ଜିତିଯିବା। ତାହା ମଧ୍ୟ ଦୁରାଶା ଥିଲା। ଆଜି ପ୍ରାୟ ଅଢେଇ ମାସର ତାଲା ବନ୍ଦ ପରେ ଆମେ ବିଶେଷ କିଛି ହାସଲ କରିବା ଅବସ୍ଥାକୁ  ଆସିନାହୁଁ। କରୋନା ଗ୍ରାଫରେ ଭାରତର ସ୍ଥାନ ଉପରକୁ ଉଠି ଉଠି ଚାଲିଛି। ବର୍ତ୍ତମାନ ଏସିଆର ସବୁଠୁ ଅଧିକ ସଂକ୍ରମିତ ଦେଶ ଓ ସବୁଠୁ ଅଧିକ ସଂକ୍ରମଣ ତାଲିକାରେ ଆମେ ତୃତୀୟ ସ୍ଥାନରେ ରହିଛୁ। ଆଗରୁ ଆମେ ହୁଏତ ନିଜକୁ ଆମେରିକା ଓ ୟୁରୋପ ସହିତ ତୁଳନା କରି ଟିକେ ଆଶ୍ଵସ୍ତ ହେଉଥିଲେ। ଆଗକୁ ଆମେ ଖୁବ ଶୀଘ୍ର ୟୁରୋପୀୟ ଦେଶମାନଙ୍କୁ ଟପି ଯିବା ଅବସ୍ଥାକୁ ଆସିଗଲେଣି। ଏବେ ଅସଲ ସତ୍ୟଟି ଆହୁରି ଚିନ୍ତାଜନକ। ୟୁରୋପୀୟ ଦେଶ ଇଟାଲୀ, ଜର୍ମାନୀ, ଇଂଲଣ୍ଡ, ସ୍ପେନ, ଫ୍ରାନ୍ସ ପ୍ରମୁଖ ଦେଶରେ କରୋନା ଭୂତାଣୁ ର ସଂକ୍ରମଣ ଶୀର୍ଷରେ ପହଞ୍ଚି ଏବେ ତଳକୁ ଖସିବା ଆରମ୍ଭ କଲାଣି। ହେଲେ ଭାରତରେ ସର୍ବାଧିକ ସଂକ୍ରମଣ ଜୁନ-ଜୁଲାଇ ମାସ ବେଳକୁ ହେବ ବୋଲି କୁହା ଯାଉଛି। ସେତେବେଳକୁ ଆମର ବାସ୍ତବ ସ୍ଥିତି ତା ହେଲେ କଣ ହେବ?

ଲକ ଡାଉନକୁ ଅତ୍ୟନ୍ତ ତରବରିଆ ଭାବରେ ଓ କଠୋର ଭାବରେ ଲାଗୁ କରିବା ବେଳେ ଭାରତ ସରକାରଙ୍କର ଆକଳନ କଣ ସତରେ ଭୁଲ ଥିଲା? ମାର୍ଚ୍ଚ ୨୪ ତାରିଖ ବେଳକୁ ଦେଶରେ ମୋଟ ୫୩୬ ସଂକ୍ରମିତ ରହିଥିଲେ ଓ ସେମାନେ ପ୍ରାୟ ସଭିଏଁ ଥିଲେ ବିଦେଶ ଫେରନ୍ତା ବା ବିଦେଶୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି। ସ୍ଥାନୀୟ ସଂକ୍ରମଣ ସ୍ତରକୁ ସେତେବେଳେ ଭାରତ ଆସିନଥିଲା। ତେଣୁ ସେତେ ବେଳେ ଏକ ଯୋଜନାବଦ୍ଧ ଏବଂ ପ୍ରଭାବଶାଳୀ ଲକ ଡାଉନ ପାଇଁ ଆମ ପାଖରେ ସମୟ ଥିଲା, ସୁଯୋଗ ମଧ୍ୟ ଥିଲା। ତାହା ନ କରି ମାତ୍ର ଚାରି ଘଣ୍ଟା ଭିତରେ ଲକ ଡାଉନ ଘୋଷଣା କରିବାର ପରିଣତି ସ୍ଵରୂପ ଦେଶରେ ଦେଶରେ ଏକ ଭୟଙ୍କର ସଙ୍କଟ ଦେଖା ଦେଲା। ଲକ୍ଷ ଲକ୍ଷ ଗରିବ ଶ୍ରମିକ କୌଣସି ପ୍ରକାର ଉପାୟ ନଦେଖି ରାସ୍ତାରେ ଚାଲି ଚାଲି ଘରକୁ ଫେରିବା ଆରମ୍ଭ କଲେ। ସେମାନଙ୍କୁ ଅଟକାଇବା ଲାଗି ସରକାରଙ୍କୁ ଅନେକ ସମୟରେ ଲାଠି ପ୍ରୟୋଗ କରିବାକୁ ପଡିଲା। ତେବେ ପ୍ରଥମ ୨୧ ଦିନ ର ଲକ ଡାଉନ ସମୟରେ ଦେଶରେ କରୋନା ସଂକ୍ରମଣର ଶ୍ରୁଙ୍ଖଳାକୁ ଭାଙ୍ଗିବା ଲାଗି ଆମ ପାଖରେ ଗୋଟେ ବଡ ସୁଯୋଗ ରହିଥିଲା, ଯାହାକୁ ଆମେ କାମରେ ଲଗାଇ ପାରିଲୁ ନାହିଁ।

କେହି କେହି ଯୁକ୍ତି କରୁଛନ୍ତି ଯେ, ଲକ ଡାଉନ ଯୋଗୁଁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ଏହି ଯୁକ୍ତିର ସବୁଠୁ ବଡ ଦୁର୍ବଳତା ହେଉଛି, ଆମର କରୋନା  ପରୀକ୍ଷା କମ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମ ରହିଥିଲା। ପ୍ରଥମ ପର୍ୟାୟ ଲକ ଡାଉନ ମାର୍ଚ୍ଚ ୨୪ ରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୬ ଓ ମୃତ୍ୟୁ ସଂଖ୍ୟା ୧୦ ରହିଥିଲା। ଏପ୍ରିଲ ୧୪ ରେ ଏହା ୯୭୨୪ ଆକ୍ରାନ୍ତ ୩୯୬ ମୃତଙ୍କ ପାଖରେ ପହଞ୍ଚିଥିଲା। ଏହି ୨୧ ଦିନର ପ୍ରଥମ ଲକ ଡାଉନ ସମୟରେ ଆମେ ହୁଏତ ବିପୁଳ ପରୀକ୍ଷା ଆରମ୍ଭ କରି ପାରିଥାନ୍ତୁ। ମାର୍ଚ୍ଚ ୨୪ ବେଳକୁ ଦେଶରେ ୨୨,୬୯୯ ପରୀକ୍ଷା ହୋଇଥିବା ବେଳେ ୧୪ ଏପ୍ରିଲରେ ଏହା ୨,୪୪, ୮୯୩ ହୋଇଥିଲା। ମଇ ୨୭ ତାରିଖ ଯାଏଁ ଆମେ ମୋଟ ୩୧ ଲକ୍ଷ ୨୬ ହଜାର ପରୀକ୍ଷା କରିଛୁ। ଆମର ଜନସଂଖ୍ୟା ତୁଳନାରେ ଏହା ଯଥେଷ୍ଟ କମ।

ଚତୁର୍ଥ ପର୍ୟା ୟଲକଡାଉନ ସରିବା ବେଳକୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ଲକ୍ଷ ରେ ପହଞ୍ଚିଛି ଅର୍ଥାତ ଏହି ୧୦ ଦିନ ଭିତରେ ଏହା ଦୁଇ ଗୁଣରୁ ଅଧିକ ବଢିଲାଣି। ସେହିପରି  ମୃତକଙ୍କ ସଂଖ୍ୟା ୪୩୪୪ରେ   ପହଞ୍ଚିଛି। ଏହି ପରିସ୍ଥିତିରେ ପୂରା ଲକ ଡାଉନ ଉଠାଇବା ସମ୍ଭବ କି? ଏବେ ଲକ ଡାଉନକୁ ସ୍ତର ସ୍ତର କରି କୋହଳ କରା ଯାଉଛି। ହେଲେ ଲକ ଡାଉନର ଲାଭ ଅପେକ୍ଷା କ୍ଷତିର ପରିମାଣ ଦିନକୁ ଦିନ ବଢି ଚାଲିଛି। କ୍ଷତି ଭରଣା କରିବାକୁ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ କିଛିଦିଆନ ତଳେ ଘୋଷଣା କରିଛନ୍ତି। ତେବେ ସେ ପ୍ୟାକେଜ ର ପ୍ରତିଶ୍ରୁତି ଓ ସମ୍ଭାବନା ପାଣିର ଗାର ବୋଲି ସ୍ପଷ୍ଟ ହୋଇ ସାରିଲାଣି।

ଆସନ୍ତା ଅଗଷ୍ଟ ମାସ ପର୍ୟନ୍ତ କରୋନା ଭୂତାଣୁର ପ୍ରକୋପ ଭାରତରେ ରହିବ। ତେଣୁ ସେ ଯାଏ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିବ। ସଂଖ୍ୟା ଦେଖି ଯଦି ଲକ ଡାଉନ ଉଠାଇବାର ନିର୍ଣ୍ଣୟ ନେବାକୁ ସରକାର ଭାବୁଥାନ୍ତି, ତାହେଲେ ଏ ଦେଶରେ ଆଉ ତାଲା ଖୋଲିବା ଏତେ ସହଜ ନୁହେଁ।

Categories
ଆଞ୍ଚଳିକ

ରିକ୍ସା ଚାଳକ ଓ କୁଲିଙ୍କୁ ଆର୍ଥିକ ସହାୟତା ପାଇଁ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

କନ୍ଦର୍ପ ବେହେରା
ରେଢାଖୋଲ: ସମଗ୍ର ଦେଶରେ କରୋନା ଭାଇରସ୍ ଯୋଗୁଁ ଲକ୍ ଡାଉନ୍ ଥିବାରୁ ସାଧାରଣ ଜନତା ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଶ୍ରମିକ, କୁଲି ଏବଂ ରିକ୍‌ସା ଚାଳକ ମାନେ ମଧ୍ୟ ନିଜ ରୋଜଗାରକୁ ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି। ଏଭଳି ଭୋକ ଉପାସରେ ଦିନ ବିତାଉଥିବା ରେଢାଖୋଲର ରିକ୍‌ସା ଚାଳକ ଓ ବସ୍‌ଷ୍ଟାଣ୍ଡର କୁଲିମାନଙ୍କୁ ଆର୍ଥିକ ସହାୟତା ଦାବି କରାଯାଇଛି। ଖଟିଲେ ପେଟକୁ ଦାନା ମିଳୁଥିବା ବେଳେ ଦୀର୍ଘ ଦୁଇମାସ ହେଲା ସାରା ଦେଶରେ ଲକଡାଉନ୍ ଯୋଗୁଁ ସେମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ବର୍ତମାନ ସେମାନେ ପରିବାର ପ୍ରତିପୋଷଣ କରିବାକୁ ଚିନ୍ତାରେ ଅଛନ୍ତି।

ଆଜି ରିକ୍ସାଚାଳକ ଓ କୁଲିମାନେ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ଲିଖିତାକାରରେ ଏକ ଦାବିପତ୍ର ଦେଇଛନ୍ତି। ରେଢାଖୋଲରେ ଉଠାଦେକାନୀମାନଙ୍କୁ ୩୦୦ ଟଙ୍କା ଲେଖାଏଁ ଆର୍ଥିକ ସହଯୋଗ ମିଳୁଥିବା ବେଳେ ସେମାନଙ୍କୁ ସେମିତି ସହଯୋଗ ଦିଆଯାଉବୋଲି ଦାବିପତ୍ରରେ ଲେଖାଯାଇଛି। ସମାଜସେବୀ ଶିବରାମ ସାହୁଙ୍କ ନେତୃତ୍ୱରେ ରିକ୍‌ସାଚାଳକ ଓ କୁଲିମାନେ ରେଢାଖୋଲ ଉପଜିଲ୍ଲାପାଳ ଡୋଳାମଣୀ ପଟେଲଙ୍କୁ ଦାବିପତ୍ର ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କରୋନାକୁ ନେଇ ମୋଦି ସରକାରଙ୍କୁ ଘେରିଲେ ରାହୁଲ୍‌ : ଲକ୍‌ ଡାଉନ୍‌ ଫେଲ୍‌ ହୋଇଛି

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଆଜି ଦେଶରେ ବଢୁଥିବା କରୋନା ମାମଲାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଦେଶରେ କରୋନା ସ୍ଥିତି ଉଦବେଗଜନକ ଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବା କହିଛନ୍ତି ରାହୁଲ। ରାହୁଲ୍‌ କହିଛନ୍ତି ଯେ, ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ଫେଲ୍‌ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ 21 ଦିନ ପାଇଁ ଲକ୍‌ ଡାଉନ୍‌ ଜାରି କରିଥିଲେ। ଏହାର କିଛି ଫାଇଦା ମିଳିଲା ନାହିଁ । ଲକ୍ ଡାଉନ୍‌ ହେବା  ପ୍ରାୟ 60 ଦିନ ପୂରଣ ହୋଇସାରିଛି । କିନ୍ତୁ ଦିନକୁ ଦିନ ଏହି ମହାମାରୀ କମିବା ପରିବର୍ତ୍ତେ ବଢି ଚାଲିଛି । କରୋନାକୁ ନେଇ ସରକାରଙ୍କ ଆଗାମୀ ରଣନୀତି କ’ଣ ରହିଛି ସେ ସମ୍ପର୍କରେ ଦେଶବାସୀଙ୍କୁ ଜଣାଇବା ଉଚିତ୍‌ ବୋଲି କହିଛନ୍ତି ରାହୁଲ୍‌ । ଅପରପକ୍ଷରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତାଙ୍କ ଅସୁବିଧା କିପରି ଦୂର ହେବ ସେ ସମ୍ପର୍କରେ ସରକାର ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାହୁଲ୍‌।  ମୋଦି ସରକାର ବିରୋଧୀଙ୍କୁ ଗମ୍ଭୀର ଭାବେ ନେଉନାହାନ୍ତି । ଦେଶରେ ସ୍ଥିତି ବିପଦଜ୍ଜନକ ରହିବ ବୋଲି ଫେବୃଆରୀରରୁ କହିଥିଲୁ । ସେହିପରି ରୋଜଗାରକୁ ନେଇ ସରକାରଙ୍କୁ ମଧ୍ୟ ଘେରିଛନ୍ତି ରାହୁଲ୍‌ । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ସମ୍ପୂର୍ଣ୍ଣ ଭାବରେ ଲକ୍‌ଡାଉନ୍‌ ପ୍ରତ୍ୟାହର କଲା ଜାପାନ

ଟୋକିଓ : ସମ୍ପୂର୍ଣ୍ଣ ଭାବରେ ଲକ୍‌ଡାଉନ ପ୍ରତ୍ୟାହର କରିନେଇଛି ଜାପାନ । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୋମବାର ଦିନ ଏହି ଘୋଷଣା କରିଛନ୍ତି । ପୂର୍ବରୁ ଦେଶର ଅନେକ ସ୍ଥାନରୁ ଲକ୍‌ଡାଉନ୍‌ କଟକଣା କୋହଳ କରାଯାଇଥିବା ବେଳେ ଟୋକିଓ ସମେତ ଅନ୍ୟ ଚାରି ସହରରେ ଏହି କଟକଣା ବଳବତ୍ତର ରହିଥିଲଶ । ମାତ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାରୁ ଏବଂ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାରୁ ଲକ୍‌ଡାଉନ୍‌ କଟକଣା ଉଠଇଛନ୍ତି ଆବେ ।

ସୋମବାର ଦିନ ଟୋକିଓ, କାନାଗାଓ୍ବା, ଚିବା, ସାଇଟାମା ଏବଂ ହୋକାଇଡୋରୁ ଏହି କଟକଣା ଉଠାଇ ଦେଇଛି । ଉଲ୍ଲେଖଯୋଗ୍ୟ ଯେ, ମେ ମାସର ପ୍ରାରମ୍ଭରେ ଜାପାନର୍‌ ଅର୍ଦ୍ଧାଧିକ ସହରରେ ଏହି କଟକଣାକୁ କୋହଳ କରାଯାଇଥିଲା । ଜାପାନରେ କରୋନା ଦ୍ବାରା 16600 ଲୋକ ଆକ୍ରାନ୍ତ ହୋଇଥିବା ବେଳେ 850 ଜଣ ପ୍ରାଣ ହରାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି କ୍ରିକେଟ୍‌ ଖେଳିଲେ ଦିଲ୍ଲୀ ବିଜେପି ମୁଖ୍ୟ

ସୋନୀପତ : ଲକ୍‌ଡାଉନ୍‌ ସମୟରେ ସାଧାରଣ ଜନତା ଘରେ ରହୁଥିବା ବେଳେ ଜନ ପ୍ରତିନିଧି କିନ୍ତୁ ଏହାର ଓଲଟା କାର୍ଯ୍ୟ କରୁଛନ୍ତି । ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀ । ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବା ସହିତ ତିଓ୍ବାରୀ କ୍ରିକେଟ ମଧ୍ୟ ଖେଳିଛନ୍ତି । କରୋନା ଭାଇରସ୍‌ କାରଣରୁ ଦିଲ୍ଲୀ-ହରିୟାଣା ସୀମା ସିଲ୍‌ ହୋଇଥିଲେ ମଧ୍ୟ ତିଓ୍ବାରୀ ସୋମବାର ସୋନୀପତରେ ପହଞ୍ଚିଥିଲେ । ଏହି ସମୟରେ ବିନା ମାସ୍କରେ କ୍ରିକେଟ୍‌ ଖେଳିବା ସହିତ ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରି ଏକାଧିକ ବ୍ୟକ୍ତିଙ୍କୁ ଭେଟିଥିଲେ । ଏହା ସହିତ ବିନା ମାସ୍କରେ ଗୀତ ଗାଇବା ସହିତ ବିଭିନ୍ନ ବ୍ୟକ୍ତିଙ୍କ ସହିତ ସେଲ୍‌ଫି ନେଇଥିଲେ ତିଓ୍ବାରୀ ।

ତେବେ ତିଓ୍ବାରୀଙ୍କ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି । ତିଓ୍ବାରୀ କହିଛନ୍ତି ସେ, ସଦାସର୍ବଦା ସାମାଜିକ ଦୂରତ୍ବ ନିୟମର ପାଳନ କରିଥାନ୍ତି । ସୋନୀପତର ଶେଖ୍‌ପୁରାର ଅବସ୍ଥିତ ଏହି ଷ୍ଟାଡିୟମ୍‌ର ମାଲିକଙ୍କ ଆମନ୍ତ୍ରଣରେ ସେ ଏହି ସ୍ଥାନକୁ ଆସିଥିଲେ ଏବଂ କୌଣସି ପ୍ରକାର ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରିନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ, ଭାରତ ବର୍ତ୍ତମାନ ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟରେ ରହିଥିବା ବେଳେ ସରକାରଙ୍କ ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଏକୁଟିଆ ବିମାନ ଯାତ୍ରା କରି 2 ମାସ ପରେ ମା’କୁ ଭେଟିଲା 5 ବର୍ଷର ପୁଅ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ କାରଣରୁ ଦିଲ୍ଲୀରେ ଅଟକି ରହିଥିବା 5 ବର୍ଷୀୟ ଶିଶୁ ଶେଷରେ ନିଜ ମାକୁ ଭେଟିଛି । ବିମାନ ଯାତ୍ରା ଆରମ୍ଭ ହେବା ପରେ ଏହି 5 ବର୍ଷୀୟ ଶିଶୁ ଜଣକ ଏକୁଟିଆ ଦିଲ୍ଲୀରୁ ବେଙ୍ଗାଲୁରୁ ଯାତ୍ରା କରିଥିଲା । 5 ବର୍ଷୀୟ ଏହି ଶିଶୁର ନାମ ଭିହାନ୍‌ । ନିଜ ଜେଜେ ବାପା ଏବଂ ଜେଜେ ମାଙ୍କୁ ଭେଟିବାକୁ ଆସିଥିବା ଭିହାନ୍‌ ଲକ୍‌ଡାଉନ୍‌ କାରଣରୁ ଆଉ ବେଙ୍ଗାଲୁରୁ ଫେରି ପାରିନଥିଲେ ।

ଭିହାନ୍‌ ବେଙ୍ଗାଲୁରୁରେ ପହଞ୍ଚିବା ପରେ ବେଙ୍ଗାଲୁରୁ ବିମାନ ବନ୍ଦର ପକ୍ଷରୁ ’ଓ୍ବେଲ୍‌କମ୍‌ ହୋମ୍‌ ଭିହାନ୍‌ ଶର୍ମା’ ଟ୍ବିଟ କରାଯାଇଥିଲା । ଏକ ନୀଳ ରଙ୍ଗର ଜ୍ୟାକେଟ୍‌ ଏବଂ ମାସ୍କ ପିନ୍ଧିଥିବା ଭିହାନ୍ ସ୍ବତନ୍ତ୍ର ଶ୍ରେଣୀର ଯାତ୍ରୀ ଭାବରେ ଏକ ପ୍ଲାକାର୍ଡ ଧରି ବେଙ୍ଗାଲୁରୁ ବିମାନ ବନ୍ଦରରେ ଓହ୍ଲାଇଥିଲା । ବିମାନବନ୍ଦରରେ ଭିହାନ୍‌କୁ ଅପେକ୍ଷା କରି ରହିଥିଲେ ମା ମଞ୍ଜୀସ୍‌ ଶର୍ମା । ଏହାପରେ ନିଜ ମାଙ୍କ ସହିତ ଭିହାନ୍‌ ଘରକୁ ଫେରିଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ରେ 80 କିମି ଚାଲି ଚାଲି ଯାଇ ବିବାହ କଲେ ଯୁବତୀ

କାନପୁର : ବିବାହ କରିବା ପାଇଁ ପୁଅ ଘର ଲୋକ ସର୍ବଦା ଝିଅ ଘରକୁ ଯାଇଥାନ୍ତି । ମାତ୍ର ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଉତ୍ତରପ୍ରଦେଶର କାନପୁରରେ ଜଣେ ଯୁବତୀ ବିବାହ କରିବା ପାଇଁ 80 କିମି ରାସ୍ତା ଚାଲଚାଲି ଅତିକ୍ରମ କରିବା ପରେ ଶେଷରେ ବିବାହ କରିଛନ୍ତି । କାନପୁରର ଏହି ଯୁବତୀ ଜଣକ ବିବାହ କରିବା ପାଇଁ କନୌଜ ପର୍ଯ୍ୟନ୍ତ ଚାଲଚାଲି ଯାଇଥିଲେ ।

ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ମେ 4ରେ ବାହାଘର ସ୍ଥିର ହୋଇଥିଲା । ମାତ୍ର ଲକ୍‌ଡାଉନ୍‌ କାରଣରୁ ବିବାହ ଅଟକି ଯାଇଥିଲା । ନିକଟରେ ଲକ୍‌ଡାଉନ୍‌ କଟକଣା ଉଠିବାର କୌଣସି ସମ୍ଭାବନା ନ ଦେଖାଯିବାରୁ ଯୁବତୀ ଜଣକ ବାଧ୍ୟ ହୋଇ ଘରୁ ପାଦ କାଢିଥିଲେ । ଉଲ୍ଲେଖଯୋଗ୍ୟ ଯେ, କାନପୁରର ଲକ୍ଷ୍ମଣ ତିଲକ ଗ୍ରାମର ଗୋଲ୍ଡିଙ୍କ ବିବାହ କନୌଜର ବୀରେନ୍ଦ୍ରଙ୍କ ସହିତ ସ୍ଥିର ହୋଇଥିଲା । ଲକ୍‌ଡାଉନ୍‌ କାରଣରୁ ବିବାହ ଘୁଞ୍ଚିଯିବାରୁ ଶୁକ୍ରବାର ସକାଳୁ ଘରୁ ପାଦ କାଢିଥିଲେ ଗୋଲ୍ଡି । ସନ୍ଧ୍ୟା ସୁଦ୍ଧା କନୌଜରେ ପହଞ୍ଚିବା ପରେ ବୋହୂକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ବୀରେନ୍ଦ୍ରଙ୍କ ପରିବାର । ପରେ ବିବାହ କରିବା ପାଇଁ କହିଥିଲେ ମଧ୍ୟ ଗୋଲ୍ଡି ନିଜ ଜିଦ୍‌ରେ ଅଟଳ ରହିଥିଲେ । ଏହାପରେ ଜଣେ ବ୍ରାହ୍ମଣଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ତିନି ମାସ ମୋରାଟୋରିୟମ୍‌ ଅବଧି ବଢାଇପାରେ ଆରବିଆଇ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ର ଅବଧି ମେ 31 ପର୍ଯ୍ୟନ୍ତ ବଢାଇ ଥିବା ବେଳେ ଆର୍‌ବିଆଇ ପକ୍ଷରୁ ମୋରାଟୋରିୟମ୍‌(ଲୋନ୍‌ ପରିଶୋଧ) ଅବଧି ବୃଦ୍ଧି କରାଯିବାର ସମ୍ଭାବନା ରହିଛି । ଏସ୍‌ବିଆଇ ପକ୍ଷରୁ ପ୍ରକାଶିତ ଏକ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଦେଶରେ ଲୋକଙ୍କ ନିକଟରେ ଆୟର ପନ୍ଥା ନଥିବାରୁ ଋଣ ପରିଶୋଧ ସମ୍ଭବ ନୁହେଁ । ସେହିପରି ଋଣ ପରିଶୋଧ ନହେଲେ ଆକାଉଣ୍ଟ ଗୁଡିକ ନନ୍‌ ପର୍ଫର୍ମିଙ୍ଗ ଲୋନ୍‌ ବର୍ଗକୁ ଚାଲି ଆସିବ । ଏହାକୁ ଦୂର କରିବା ପାଇଁ ଆରବିଆଇ ପକ୍ଷରୁ ଋଣ ପରିଶୋଧର ଅବଧି ଅଗଷ୍ଟ 31 ପର୍ଯ୍ୟନ୍ତ ବଢାଇ ଦିଆଯିବାର ସମ୍ଭାବନା ରହିଛି । ମାର୍ଚ୍ଚ ମାସରେ ଆରବିଆଇ ପକ୍ଷରୁ ତିନି ମାସିଆ ମୋରାଟୋରିୟମ୍‌ର ଘୋଷଣା କରାଯାଇଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଥିବାରୁ ମୋରାଟୋରିୟମ୍‌ ଅବଧିରେ ବୃଦ୍ଧି ଘଟିବାର ସମ୍ଭାବନା ଦେଖାଦେଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ରେ ପତ୍ନୀ ବାପଘରେ ଥିବାବେଳେ ସମ୍ପର୍କୀୟ ଭଉଣୀକୁ ବିବାହ କଲେ ଯୁବକ

ବରେଲୀ : ଲକ୍‌ଡାଉନ୍‌ କାରଣରୁ ପତ୍ନୀ ବାପଘରେ ଥିବାରୁ ନିଜର ସମ୍ପର୍କୀୟ ଭଉଣୀକୁ ବିବାହ କରିଛନ୍ତି ଯୁବକ । ଏପରି ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲୀରେ । ନସୀମ୍‌ ନାମକ ଏହି ମହିଳା ଜଣକ 2013 ମସିହାରେ ନଇମ୍‌ ମନସୁରୀଙ୍କୁ ବିବାହ କରିଥିଲେ । ଉଭୟଙ୍କର ତିନି ସନ୍ତାନ ରହିଥିବା ବେଳେ ମାର୍ଚ୍ଚ 19 ତାରିଖରେ ନସୀମ୍‌ ନିଜ ବାପଘରକୁ ଯାଇଥିଲେ । ଲକ୍‌ଡାଉନ୍‌ ଆରମ୍ଭ ହୋଇଯାଇଥିବାରୁ ନସୀମ୍‌ ଘରକୁ ଫେରିପାରିନଥିଲେ । ଏହାପରେ ନଇମ୍‌ ନିଜର ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିଥିଲେ ନସୀମ୍‌ ଏହାର ବିରୋଧ କରିବା ସହିତ ଫରହତ୍‌ ନକ୍‌ଭୀଙ୍କ ମେରା ହକ୍‌ର ସହାୟତା ଲୋଡିଥିଲେ । ଏହି ମାମଲାକୁ ନେଇ ପୋଲିସ୍‌ ନିକଟରେ ମାମଲା ରୁଜୁ କରିବାର ସୂଚନା ଦେଇଛନ୍ତି ପ୍ରଥମ ପତ୍ନୀ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀର ଆତ୍ମହତ୍ୟା : ନୋଏଡାରୁ ଚାଲି ଚାଲି ଝାନ୍ସୀରେ ପହଞ୍ଚିଥିଲେ ଦୁହେଁ

ଝାନ୍ସୀ : ଉତ୍ତରପ୍ରଦେଶର ଝାନ୍‌ସୀରେ ଏକ ଶ୍ରମିକଙ୍କ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସିଛି । ଯିଏ  ସ୍ତ୍ରୀଙ୍କ ମୃତ୍ୟୁ ପରେ ନିଜେ ଆତ୍ମହତ୍ୟା କରି ଦେଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଶ୍ରମିକ ଜଣକ ନିଜ ସ୍ତ୍ରୀଙ୍କ ସହ ନୋଏଡାରୁ ଚାଲି ଚାଲି ଝାନ୍ସୀରେ ଆସି ପହଞ୍ଚିଥିଲେ । ଝାନ୍‌ସୀରେ ତାଙ୍କ ସ୍ତ୍ରୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାବେଳେ ସ୍ବାମୀ ଜଣକ ଆତ୍ମହତ୍ୟା କରିଦେଇଛନ୍ତି ।

ମୃତକ ଜଣକ ହେଉଛନ୍ତି ଝାନ୍‌ସୀ ଜିଲ୍ଲା ପିପରା ଗ୍ରାମର ଭଗବତ । ସେ ନୋଏଡାରେ ନିଜ ସ୍ତ୍ରୀଙ୍କ ସହ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଭଗବତଙ୍କ ବୟସ 35 ବର୍ଷ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଶିବାନୀଙ୍କ ବୟସ ମାତ୍ର 28 ବର୍ଷ ଥିଲା । ଶିବାନୀ ଟିବି ରୋଗରେ ପୀଡିତ ଥିଲେ । ଲକ୍ ଡାଉନ୍‌ କାରଣରୁ ଚାଲି ଚାଲି ଆସି ଦୁହେଁ ଝାନ୍ସୀରେ ପହଞ୍ଚିଥିଲେ। ଝାନ୍ସୀରେ ପହଞ୍ଚୁ ପହଞ୍ଚୁ ଶିବାନୀଙ୍କ ଅବସ୍ଥା ଖରାପ ଆଡକୁ ଗତି କଲା । ତାଙ୍କୁ ଝାନ୍‌ସୀ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଭଗବତ୍‌ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିବାନୀଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁଃଖକୁ ଭଗବତ୍‌ ସହ୍ୟ କରିପାରିନଥିଲେ । ନିଜ ସ୍ତ୍ରୀର ଶବକୁ ଗ୍ରାମକୁ ନେଇ ଆସିଥିଲେ । ଅନ୍ତିମ ସଂସ୍କାର କରିବା ପୂର୍ବରୁ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Categories
ଆଜିର ଖବର ଜାତୀୟ ଖବର

ଅର୍ଥନୈତିକ ସଙ୍କଟକୁ ନେଇ ସରକାରଙ୍କୁ ରାହୁଲଙ୍କ ଆକ୍ରମଣ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଙ୍କଟରୁ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟକୁ ନେଇ ପୁଣିଥରେ ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ । ପୁନର୍ବାର ପ୍ରବାସୀ ଶ୍ରମିକ ଏବଂ କୃଷକଙ୍କ ଆକାଉଣ୍ଟକୁ ସିଧା ପଇସା ପଠେଇବା ଦାବି ଦେହରାଇଥିଲେ ରାହୁଲ । ଏହା ସହିତ ନିଜ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଅନ୍ୟୁନ 200 ଦିନର ମନରେଗା କାମ ପ୍ରଦାନ କରିବା ପାଇଁ ଦାବି କରିଥିଲେ ରାହୁଲ । ଭାରତରେ ଚାଷୀ, ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟୀ ଅର୍ଥନୀତିର ପ୍ରମୁଖ ଅଙ୍ଗ । ତେଣୁ ଅର୍ଥନୀତିରେ ସୁଧାର ପାଇଁ ଏମାନେ ସଶକ୍ତ ରହିବା ଆବଶ୍ୟକ ବୋଲି ଦାବି କରି ରାହୁଲ ଆକାଉଣ୍ଟକୁ ପଇସା ପଠାଇବାର ଦାବି କରିଛନ୍ତି । ସେହିପରି ସ୍ପଷ୍ଟ ଯୋଜନା ସହିତ ଲକ୍‌ଡାଉନ୍‌ରୁ ବାହାରିବା ଉଚିତ୍‌ ବୋଲି ରାହୁଲ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ହରିୟାଣାରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ଆତ୍ମହତ୍ୟା

ଭୁବନେଶ୍ବର : ଲକ୍‌ଡାଉନ୍‌ରେ ଫସି ରହିଥିବା ଜନୈକ ନିର୍ମାଣ ଶ୍ରମିକ ଆଜି ଆତ୍ମହତ୍ୟା କରିଛନ୍ତି । ପ୍ରବାସୀ ଓଡିଆ ମାନଙ୍କୁ ଉଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଥିଲେ ମଧ୍ୟ ଏହା ବିଫଳ ହୋଇଛି । ସୋସିଆଲ ମିଡିଆ ଜରିଆରେ ଉଦ୍ଧାରର ନିବେଦନ କରି ବିଫଳ ହେବା ପରେ ଆତ୍ମହତ୍ୟାର ରାସ୍ତା ବାଛି ନେଇଛନ୍ତି ଏହି ପ୍ରବାସୀ ଓଡିଆ । ମୃତ ଯୁବକଙ୍କ ନାମ ଗଙ୍ଗାଧର ବିଶ୍ବାଳ । କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବାସିନ୍ଦା ଗଙ୍ଗାଧର ହରିୟାଣାର ଯମୁନା ବିହାର ଅଞ୍ଚଳରେ ନିର୍ମାଣ ଶ୍ରମିକ ଭାବରେ କାମ କରୁଥିଲେ । ଗଛରେ ରଶି ଲଗାଇ ଗଙ୍ଗାଧର ଆତ୍ମହତ୍ୟା କରିଥିବା ଜଣାପଡିଛି । ଗାଁକୁ ଫେରିବା ପାଇଁ ସୋସିଆଲ ମିଡିଆରେ ଆକୁଳ ନିବେଦନ କରିଥିଲେ ମଧ୍ୟ କେହି ବି ଧ୍ୟାନ ନଦେବାରୁ ଆତ୍ମହତ୍ୟାର ପଥ ବାଛି ନେଇଥିଲେ ଗଙ୍ଗାଧର ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

19 ତାରିଖରୁ ଘରୋଇ ଉଡାଣ ଆରମ୍ଭ କରିବ ଏୟାର ଇଣ୍ଡିଆ

19 ତାରିଖରୁ ଘରୋଇ ଉଡାଣ ଆରମ୍ଭ କରିବ ଏୟାର ଇଣ୍ଡିଆସରକାରୀ ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆ ଏହାର ଘରୋଇ ଉଡାଣ ଆରମ୍ଭ କରିବାକୁ ଯାଉଛି । ବିଭିନ୍ନ ଘରୋଇ ରୁଟ୍‌ରେ ଏୟାର ଇଣ୍ଡିଆ ନିଜର ସେବା ପ୍ରଦେନ କରିବ । ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ନିମନ୍ତେ ମେ 19ରୁ ଜୁନ୍‌ 2ତାରିଖ ପର୍ଯ୍ୟନ୍ତ ବିମାନ ଯାତ୍ରା ଜାରି ରହିବ । ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରୁ ସର୍ବାଧିକ ବିମାନ ଯାତ୍ରା ଆରମ୍ଭ କରିବ । ଦିଲ୍ଲୀରୁ 173ଟି ବିମାନ ଛାଡିବାକୁ ଥିବା ବେଳେ ମୁମ୍ବାଇରୁ 40ଟି, ହାଇଦ୍ରାବାଦରୁ 25ଟି ଏବଂ କୋଚିରୁ 12 ବିମାନ ଯାତ୍ରା କରିବେ । ଏହି ବିମାନ ଯାତ୍ରା ନିମନ୍ତେ ବୁକିଂ ଆରମ୍ଭ ହୋଇନଥିବା ବେଳେ ଖୁବ୍‌ଶୀଘ୍ର ଏ ସମ୍ପର୍କିତ ଘୋଷଣା କରାଯିବ । ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବରରୁ ଗୋଟିଏ ବିମାନ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା ଆରମ୍ଭ କରିବ । (ଏଜେନ୍ସି)

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକ : କ୍ବାରେଣ୍ଟିନ୍‌ ସେଣ୍ଟର ପରିଚାଳନା ଏବଂ ଅର୍ଥନୈତିକ ପୁନରୁଦ୍ଧାରକୁ ଗୁରୁତ୍ବ

ଭୁବନେଶ୍ବର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆାରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ଅବସରରେ କରୋନା ମୁକାବିଲା ନେଇ ରଣନୀତି ପ୍ରସ୍ତୁତ କରାଯିବା ସହିତ ଅର୍ଥନୈତିକ ପୁନରୁଦ୍ଧାର ଉପରେ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ପ୍ରବାସ ଓଡିଆ ମାନେ ରାଜ୍ୟକୁ ଫେରୁଥିବାରୁ କ୍ବାରେଣ୍ଟାଇନ୍‌ ସେଣ୍ଟର ଗୁଡିକର ଉପଯୁକ୍ତ ପରିଚାଳନା ଉପରେ ନବୀନ ଯୋର ଦେଇଥିଲେ । ଏହା ସହିତ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲା ମାନଙ୍କରେ କୋଭିଡ୍‌ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ଉପରେ ନବୀନ ଗୁରୁତ୍ବାରୋପ କରିଥିଲେ । ସେହିପରି ଲୋକମାନଙ୍କ ରୋଜଗାର ସହିତ ଅର୍ଥନୈତିକ ଅଭିବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଥିଲା । କୋଭିଡ୍‌-19 ମୁକାବିଲାରେ ପଞ୍ଚାୟତରାଜ ବ୍ୟବସ୍ଥାର ଗୁରୁତ୍ବ ଅଧିକ ତେଣୁ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନବୀନ ଆହ୍ବାନ ଦେଇଥିଲେ ।

ଏହା ସହିତ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଅନ୍ତେବାସୀଙ୍କୁ କୋଭିଡ୍‌ ରୋଗ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସଙ୍ଗରୋଧରୁ ବାହାରିବା ପରେ ଏହି ଅନ୍ତେବାସୀ ମାନେ କୋଭିଡ୍‌ ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରିପାରିବେ । ଏଥିପାଇଁ ଏକ ସଂକ୍ଷିପ୍ତ ସାର୍ଟିଫିକେଟ୍‌ କୋର୍ଓ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ଏକ ସପ୍ତାହ ମଧ୍ୟରେ ବିଭିନ୍ନ ଜିଲ୍ଲାର ମାନଙ୍କରେ କୋଭିଡ୍‌ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ନବୀନ ଘୋଷଣା କରିଛନ୍ତି । ଗଞ୍ଜାମ,ବାଲେଶ୍ବର,କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ବଲାଙ୍ଗୀର ଭଳି ଜିଲ୍ଲାରେ କୋଭିଡ୍‌ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଏହା ସହିତ ବର୍ତ୍ତମାନର ସମୟରେ ଗର୍ଭବତୀ ମହିଳା, ପ୍ରସୂତୀ, ଶିଶୁ, ଭିନ୍ନକ୍ଷମ ଓ ବୟସ୍କ ଲୋକଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଜୀବନ ଜୀବିକା ଓ ଅର୍ଥନୈତିକ ପୁନରୁଦ୍ଧାର ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ଏମ୍‌ନରେଗା ଏବଂ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ସହିତ ବିଭିନ୍ନ ବିଭାଗ ଅଧୀନରେ ଅଧିକ କାମ ସୃଷ୍ଟି କରିବାର ଆହ୍ବାନ ଦେଇଥିଲେ । ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଅଧିକ ପାଣ୍ଠି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହିଭଳି ସ୍ବାସ୍ଥ୍ୟ ସେବାରେ ନିଯୁକ୍ତ କର୍ମଚାରୀଙ୍କ ପିପିଇ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଉପକରଣ ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ସେହିଭଳି କୃଷି ଅର୍ଥନୀତିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର 3ଟି ଅଧ୍ୟାଦେଶ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ରବି ଫସଲ ଅମଳ ସରିଥିବା ବେଳେ ଚାଷ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆବଶ୍ୟକ ସାର, ବିହନ ଓ ଜରୁରୀ କୃଷି ଉପକରଣ ଯୋଗାଣ ଆରମ୍ଭ କରାଯାଇଥିବା ବେଳେ ଚାଷୀଙ୍କ ପାଇଁ ଏକ ହେଲ୍ପଲାଇନ୍‌ ମଧ୍ୟ କାମ କରୁଥିବା ନବୀନ ସୂଚନା ଦେଇଛନ୍ତି । ସେହିଭଳି ମତ୍ସ୍ୟ ଚାଷ, କୁକୁଡା ଚାଷ, ଉଦ୍ୟାନ କୃଷି, ଗୋପାଳନ ଆଦି କାର୍ଯ୍ୟକ୍ରମ ସନ୍ତୋଷଜନକ ରହିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

କରୋନା ସମୟରେ ସ୍ବୟଂସହାୟିକା ଗୋଷ୍ଠୀ ମାନେ କୋଭିଡ୍‌ ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ କରିଛନ୍ତି ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା ପ୍ରକାଶ କରିଥିଲା । ମିଶନ ଶକ୍ତି ମହିଳାଙ୍କ ପକ୍ଷରୁ ପ୍ରାୟ 50 ଲକ୍ଷ ମାସ୍କ ପ୍ରସ୍ତୁତ କରାଯାଇଥିବା ବେଳେ ତନ୍ମଧ୍ୟରୁ 46 ଲକ୍ଷ ମାସ୍କ ବଣ୍ଟନ କରାଯାଇ ସାରିଛି । ଏସ୍‌ଏଚ୍‌ଜି ଗୋଷ୍ଠୀ ଗୁଡିକ ପକ୍ଷରୁ 1.6 କୋଟି ରନ୍ଧାଖାଦ୍ୟ ମିଲ୍‌ ବିତରଣ କରାଯାଇଛି । ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କୁ 300 କୋଟିର ସୁଧମୁକ୍ତ ଋଣ ପ୍ରଦାନ କରାଯାଇଛି ବୋଲି ନିର୍ଦ୍ଦେଶିକା ସୂଚନା ପ୍ରଦାନ କରିଥିଲେ । ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଜଙ୍ଗଲ ବିଭାଗ ପକ୍ଷରୁ ଦୈନିକ ଏକ ଲକ୍ଷ ଲୋକଙ୍କୁ ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଜଣାପଡିଛି ।

ଲକ୍‌ଡାଉନ୍‌ ସମୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା ପାଇଁ ପୋଲିସ୍‌ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ନିୟମଭଙ୍ଗକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ପୋଲିସ୍‌ ମହାନିର୍ଦ୍ଦେଶକ ପ୍ରକାଶ କରିଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ବିଭିନ୍ନ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ୍‌ ମହା ନିର୍ଦ୍ଦେଶକ, ପ୍ରମୁଖ ଶସନ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଲକ୍‌ଡାଉନ୍‌ ପରେ ନନ୍‌ ଟଚ୍‌ ବ୍ୟବସ୍ଥାରେ କାର୍ଯ୍ୟକରିବ ଭୁବନେଶ୍ବର ବିମାନବନ୍ଦର

ଭୁବନେଶ୍ବର : ଲକ୍‌ଡାଉନ୍‌ କଟକଣା ହଟିବା ପରେ ଭୁବନେଶ୍ବର ବିମାନ ବନ୍ଦ ନନ୍‌ ଟଚ୍‌ ଭାବରେ କାର୍ଯ୍ୟ କରିବ । ଏଣିକି ବିମାନ ବନ୍ଦରର ପ୍ରତ୍ୟେକ କାର୍ଯ୍ୟ ପରସ୍ପରକୁ ନଛୁଇଁ କରାଯିବ । ଟର୍ମିନାଲଟୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ଏବଂ ଟିକେଟ୍‌ ଚେକିଂ ପାଇଁ ମଧ୍ୟ ନନ୍‌ଟଚ୍‌ ବ୍ୟବସ୍ଥା କରାଯିବ । ଏପରିକି ବିମାନ ଯାତ୍ରା ସମୟରେ ମଧ୍ୟ ନନ୍‌ଟଚ୍‌ ବ୍ୟବସ୍ଥା ଆପଣାଯିବ । ଟିକେଟ୍‌ ଚେକିଂ ଏବଂ ଚେକ୍‌ ଇନ୍‌ ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ମେସିନ୍‌ର ବ୍ୟବହାର କରାଯିବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ କର୍ମଚାରୀ ମାନେ ଟିକେଟ ହାତରେ ଧରି ଯାଞ୍ଚ କରୁଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପୁଣି ବୈଠକ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁଣିଥରେ କରୋନା ସଂକଟକୁ ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ୍ 3.0 ପରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଥମ ଥର ପାଇଁ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ସୋମବାର ଅପରାହ୍ନ 3 ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ଏପ୍ରିଲ୍ 28 ରେ ପ୍ରଧାନମନ୍ତ୍ରୀ ମୋଦି ଚତୁର୍ଥ ଥର ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଦେଶରେ କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନର ଅବଧିକୁ 17 ମଇ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

ମେ‘ 17 ପରେ କରୋନା ସହ ଦେଶ କିପରି ଲଢେଇ କରିବ ତାହା ସମ୍ପର୍କରେ ଚର୍ଚ୍ଚା ହେବ । କରୋନର ସ୍ଥିତି ସଙ୍ଗୀନ୍‌ ଥିବା ସମୟରେ ଆଗାମୀ ରଣନୀତି କିପରି ରହିବେ ସେ ନେଇ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆାସନ୍ତାକାଲି ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଲକ୍‌ଡାଉନ୍‌ର ସମୀକ୍ଷା କରିବେ ମୋଦି

ନୂଆଦିଲ୍ଲୀ : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଆସନ୍ତା କାଲି ଏହାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୋଦି ଏହି ଆଲୋଚନା କରିବେ । ସୋମବାର ମେ,11 ତାରିଖ 3ଟା ସମୟରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଲକ୍‌ଡାଉନ୍‌ ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 63 ହଜାର ଅତିକ୍ରମ କରିସାରିଥିବା ବେଳେ ବିଗତ 24 ଘଣ୍ଟା ମଧ୍ୟରେ 127 ଜଣଙ୍କର ପ୍ରାଣହାନି ଘଟିଛି ।(ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରବାସୀ ଓଡିଆଙ୍କୁ ଆଶ୍ବସ୍ତି : ଓଡିଶା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ : ପ୍ରବାସୀ ଓଡିଆଙ୍କ ପାଇଁ ଆଶ୍ବସ୍ତିର ଖବର । ଗତକାଲି ଓଡିଶା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ କୋର୍ଟ । ଏହା ଫଳରେ ଏଣିକି ପ୍ରବାସୀ ଓଡିଆ ମାନେ ରେଳ ଯୋଗେ ନିଜ ରାଜ୍ୟକୁ ଫେରିପାରିବେ । ଉଲ୍ଲେଖଯୋଗ୍ୟ ଯେ ଗତକାଲି ଓଡିଶା ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଆଜି ସୁରଟରୁ ଆସିବାକୁ ଥିବା 3ଟି ଟ୍ରେନ୍‌କୁ ବାତିଲ କରାଯାଇଥିଲା । ରାଜ୍ୟ ବାହାରେ ରହିଥିବା ପ୍ରବାସୀ ଓଡିଆଙ୍କ କରୋନା ପରୀକ୍ଷଣ ପରେ ସେମାନଙ୍କୁ ଓଡିଶା ଅଣାଯିବ ବୋଲି ଗତକାଲି ଓଡିଶା ହାଇକୋର୍ଟ ନିଷ୍ପତ୍ତି ନେଇଥିଲେ । ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ଏସ୍‌ କେ କୌଲ୍‌ ଏବଂ ଜଷ୍ଟିସ୍‌ ବି ଆର ଗଭାଇଙ୍କ ମିଳିତ ଖଣ୍ଡପୀଠ ଏହି ସ୍ଥଗିତାଦେଶ ପ୍ରଦାନ କରିଛନ୍ତି । ଏହି ମାମଲା ଭାରତ ସରକାରଙ୍କ ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କ ନିକଟରେ ଉତ୍‌ଥାପନ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ରୁ ବାହାରିବାର ଉପାୟ ନିଶ୍ବିନ୍ତ କରନ୍ତୁ ସରକାର : ରାହୁଲ

ନୂଆଦିଲ୍ଲୀ : କରୋନା ଭାଇରସ୍‌ କାରଣରୁ ସମଗ୍ର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏହାକୁ ନେଇ ସରକାରଙ୍କୁ ଘେରିବାର ଉଦ୍ୟମ କରିଛନ୍ତି ରାହୁଲ ଗାନ୍ଧୀ । ଲକ୍‌ଡାଉନ୍‌ରୁ ବାହାରିବାର ଏକ ନିଶ୍ଚିନ୍ତ ଉପାୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ରାହୁଲ୍‌ ମତ ଦେଇଛନ୍ତି । ଲକ୍‌ଡାଉନ୍ ସମୟରେ ଦେଶବାସୀ କେବଳ ଆର୍ଥିକ ଭାବରେ ନୁହେଁ ମାନସିକ ଭାବରେ ମଧ୍ୟ ପ୍ରଭାବିତ । ଏଥିରୁ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯିବା ଆବଶ୍ୟକ । ସରକାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପୁନରୁଦ୍ଧାର ପାଇଁ ପ୍ରୟାସ କରିବା ସହିତ ସମସ୍ତ ଗରିବଙ୍କ ଆକାଉଣ୍ଟକୁ ପଇସା ପଠାଇବା ଉଚିତ୍‌ ବୋଲି ରାହୁଲ ମତ ଦେଇଛନ୍ତି । ସ୍ବିଚ୍‌ ଅନ୍‌ ଅଫ୍‌ ପରି ଲକ୍‌ଡାଉନ୍‌ରୁ ବାହାରିବା ସହଜ ନୁହେଁ ତେଣୁ ସରକାର ଏଥିପାଇଁ କିଛି ଠୋସ୍‌ ଯୋଜନା ପ୍ରସ୍ତୁତ କରିବା ଉଚିତ୍‌ ବୋଲି ରାହୁଲ ମତ ଦେଇଛନ୍ତି । (ଏଜେନ୍ସି)

Categories
ଆଞ୍ଚଳିକ

ବାଣପୁରରେ ଚିଲିକା ବିଜେପି ପକ୍ଷରୁ ରାସନ୍‌ ସାମଗ୍ରୀ ବଣ୍ଟନ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଲକଡାଉନ ସମୟରେ ଚିଲିକା ନିର୍ବାଚନମଣ୍ଡଳୀରେ ଭୋକ ଉପାସରେ ଦିନ କାଟୁଥିବା ଗରିବ, ଗୁରୁବା ତଥା ରାସନ କାର୍ଡ ନଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜନତା ପାର୍ଟି। ଆଜି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ତଥା ଚିଲିକା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉଦ୍ୟମରେ ପାଖାପାଖି ଏକ ହଜାର ଶୁଖିଲା ଖାଦ୍ୟ କିଟ ଚିଲିକା ନିର୍ବାଚନମଣ୍ଡଳୀରେ ପହଁଚିଛି। ପ୍ରତ୍ୟେକ କିଟରେ ଚାଉଳ ୫ କିଲୋ, ଡାଲି ୧ କିଲୋ, ଚିନି ୧ କିଲୋ, ଚୁଡା ୧ କିଲୋ ଓ ଦୁଇଟି ସାବୁନ ଥିବା ସୂଚନା ମିଳିଛି। ଆଜି ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଓ ବାଣପୁର ଏନ.ଏ.ସି ମଣ୍ଡଳ ସଭାପତି ଭଗବାନ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ଏନ.ଏ.ସି ର ୧୫ ଗୋଟି ୱାର୍ଡରେ ରାସନ କାର୍ଡ ନଥିବା ବିଭିନ୍ନ ପରିବାରକୁ ପାଖାପାଖି ୪୦୦ ଖାଦ୍ୟ କିଟ ବଣ୍ଟନ କରାଯାଇଛି। ବାଣପୁର ବିଜେପି ନଗର ମଣ୍ଡଳ ଉପଦେଷ୍ଟା ଭାସ୍କର ନାୟକ, ରବିନାରାୟଣ ପ୍ରଧାନ, ରମେଶ ମାର୍ଥା, ଚିରଞ୍ଜିବି, ସୁଧୀର ପାତ୍ର ଓ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଅନୁରୂପ ଭାବେ ଖୁବ ଶୀଘ୍ର ବାଲୁଗାଁ ଏନ.ଏ.ସି ଓ ଆଦିବାସୀ ଅଧ୍ୟୁସିତ ଦାମିଆ ବରବରା ଓ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଉକ୍ତ ଖାଦ୍ୟ କିଟ ବଣ୍ଟନ କରାଯିବ ବୋଲି ବାଲୁଗାଁ ଏନ.ଏ.ସି ମଣ୍ଡଳ ସଭାପତି ସତ୍ୟନାରାୟଣ ସେନାପତି ଓ ତେର ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ରେ ସରକାରୀ ଗୋଦାମରୁ ଗାଏବ ହୋଇଛି 86 ଲକ୍ଷ ଟଙ୍କାର ମଦ

କର୍ଣ୍ଣାଲ : ଲକ୍‌ଡାଉନ୍‌ ସମୟରେ ହରିୟାଣା ସରକାରଙ୍କ ଏକ ଗୋଦାମରୁ 86 ଲକ୍ଷ ଟଙ୍କାର ମଦ ଗାଏବ୍‌ ହୋଇଯାଇଛି । ହରିୟାଣାର ପାନିପତ ସହରରେ ଅବସ୍ଥିତ ଏହି ଗୋଦାମରୁ 86 ଲକ୍ଷ ଟଙ୍କାର ମଦ ଗାଏବ ହୋଇଯାଇଛି । ତେବେ ଏହି ଘଟଣା ପରେ ଏହି ଗୋଦାମରେ ରହିଥିବା ବଳକା ମଦକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର । 2016ରୁ ଏହି ଗୋଦାମଟିକୁ ସିଲ୍‌ କରାଯାଇଥିବା ବେଳେ ଏହା ମଧ୍ୟରୁ ମଦ କିପରି ଗାଏବ ହେଲା ସେ ନେଇ ପ୍ରଶ୍ନ ଉଠିଛି । ହରିୟାଣାର ସୋନିପତ୍‌ ସହରରୁ ମଦ ଜବତ ହେବା ପରେ ସ୍ଥାନୀୟ ଅଧିକାରୀ ରାଜେଶ ରୋହିଲ୍ଲାଙ୍କ ଅନୁସନ୍ଧାନ ପରେ ଏହି ଘଟଣା ସମ୍ମୁଖକୁ ଆସିଛି । (ଏଜେନ୍ସି)