Categories
ଆଜିର ଖବର ରାଜ୍ୟ ଖବର

ଲକ୍‌ଡାଉନ୍‌ ଉଲ୍ଲଂଘନ : ଜଗତସିହପୁରରେ 9 ଜଣଙ୍କ ବିରୋଧରେ ମାମଲା, 4 ବାଇକ୍‌ ଜବତ

ରମେଶ ମହାନ୍ତି
ଜଗତସିଂହପୁର : ଦେଶବ୍ୟାପୀ ଲକ୍‌ଡାଉନ୍‌ ସମୟରେ ଲକ୍‌ଡାଉନ୍‌ ଉଲ୍ଲଂଘନ କାରଣରୁ ଜଗତସିଂହପୁର ଅଞ୍ଚଳରେ 9 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହିତ 4ଟି ବାଇକ୍‌ ଜବତ କରାଯାଇଛି । 27 ତାରିଖରୁ 28 ତାରିଖ ସକାଳ ସୁଦ୍ଧା ଏହି ମାମଲା ରୁଜୁ କରାଯିବା ସହିତ ଗିରଫ କରାଯାଇଛି । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଏହି ମାମଲା ରୁଜୁ କରାଯାଇଛି । ରଘୁନାଥପୁର ବ୍ଲକ୍‌ରେ ଦୁଇଟି ମାମଲା ରୁଜୁ କରାଯିବା ସହିତ ଦୁଇଟି ବାଇକ୍‌ ଜବତ କରାଯାଇଥିବା ବେଳେ ତିର୍ତ୍ତୋଲ ବ୍ଲକ୍‌ରେ 3ଟି ମାମଲାର ରୁଜୁ କରାଯାଇ ଦୁଇଟି ବାଇକ୍‌ ଜବତ କରାଯାଇଛି । କୁଜଙ୍ଗ, ବନ୍ଦର ମେରାଇନ୍‌, ଏରସମା ପ୍ରତ୍ୟେକ ଅଞ୍ଚଳରେ ଗୋଟିଏ ଲେଖାଏଁ ମାମଲା ରୁଜୁ କରାଯାଇଥିବା ବେଳେ ପାରାଦୀପ୍‌ ଲକ୍‌ରେ ଦୁଇଟି ମାମଲା ରୁଜୁ କରାଯାଇଛି । ଏହି ସମୟରେ ସମୁଦାୟ 36ଟି ଗାଡିକୁ ଯାଞ୍ଚ କରାଯାଇଥିବା ବେଳେ 12 ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ଆରମ୍ଭ ହେବ କାର୍ଗୋ ବିମାନ ସେବା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଦେଶରେ ଲକ୍‌ଡାଉନ୍‌ ପାଇଁ ଗତ 22 ତାରିଖରୁ ବନ୍ଦ ରହିଛି ବିମାନ ସେବା । ତେବେ ଆଜିଠାରୁ କାର୍ଗୋ ବିମାନ ସେବା ଆରମ୍ଭ କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଆଣି ଭୁବନେଶ୍ବର ଆସିବ ବିମାନ । ରାୟପୁରରୁ ଅପରାହ୍ନ 3.30ରେ ଛାଡି 4.50ରେ ଭୁବନେଶ୍ବରରେ ପହଞ୍ଚିବ । ଭୁବନେଶ୍ବରରୁ ଅପରାହ୍ନ 5.20ରେ ଛାଡି ରାତି 8.20ରେ ଦିଲ୍ଲୀ ପହଞ୍ଚିବ । ପରବର୍ତ୍ତୀ ସମୟରେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବ କାର୍ଗୋ ବିମାନ । ଲକ୍‌ ଡାଉନ୍‌ ପାଇଁ ଅନ୍ୟ ବିମାନ ସେବାକୁ ବନ୍ଦ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଭାରତରେ କରୋନା ଜନିତ ମୃତ୍ୟୁ 19କୁ ବୃଦ୍ଧି ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 800 ପାର୍‌ କଲା, ଜାଣନ୍ତୁ ଦେଶରେ କେଉଁ ରାଜ୍ୟରେ କିପରି ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ : ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି ପାଇଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 886ରେ ପହଞ୍ଚିଛି। ବର୍ତ୍ତମାନ ସାରା ଦେଶରେ  748 ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାବେଳେ 76 ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି। ସବୁଠାରୁ ଅଧିକ 176 ଜଣ କେରଳରେ ଚିକିତ୍ସିତ ହେଉଛନ୍ତି। ସେହିପରି ମହାରାଷ୍ଟ୍ରରେ 156ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ମହାରାଷ୍ଟ୍ରରେ ଚାରି, ଗୁଜୁରାଟ ଓ କର୍ଣ୍ଣାଟକରେ ତିନି, ମଧ୍ୟପ୍ରଦେଶରେ ଦୁଇ, ତାମିଲନାଡୁ, ବିହାର, ପଞ୍ଜାବ, ଦିଲ୍ଲୀ, ପଶ୍ଚିମ ବଙ୍ଗ, ଜମ୍ମୁକାଶ୍ମୀର ଓ ହିମାଚଳ ପ୍ରଦେଶରେ ଜଣେ ଜଣେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଦେଶରେ ସର୍ବାଧିକ ମହାରାଷ୍ଟ୍ରରେ ଚାରିଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ଭାରତରେ କରୋନା ଦ୍ବିତୀୟ ଷ୍ଟେଜ୍‌ରେ ରହିଥିବାବେଳେ ଏହା ଯେପରି ତୃତୀୟ ଷ୍ଟେଜ୍‌କୁ ନ ବ୍ୟାପେ ସେଥିପାଇଁ ସାମାଜିକ ଦୂରତ୍ବ ଓ ସଙ୍ଗରୋଧକୁ ବେଶ୍‌ କଡାକଡି କରାଯାଇଛି ।  କରୋନାକୁ ମୁକାବିଲା କରିବା ପାଇଁ ସରକାର 21ଦିନିଆ ଲକ୍‌ଡାଉନ୍‌ର ଘୋଷଣା କରିଛନ୍ତି ।

କେଉଁ ରାଜ୍ୟରେ କିପରି ରହିଛି କରୋନାର ସ୍ଥିତି :

ଆନ୍ଧ୍ରପ୍ରଦେଶ : 13

ଛତିଶଗଡ : 6

ଦିଲ୍ଲୀ : 40

ଗୁଜୁରାଟ : 47

ହରିୟାଣା : 33

ହିମାଚଳ ପ୍ରଦେଶ : 3

କର୍ଣ୍ଣାଟକ : 64

କେରଳ : 176

ମଧ୍ୟପ୍ରଦେଶ : 29

ମହାରାଷ୍ଟ୍ର : 156

ଓଡ଼ିଶା : 3

ପୁଡୁଚେରୀ : 1

ପଞ୍ଜାବ : 38

ରାଜସ୍ଥାନ : 50

ତାମିଲନାଡୁ : 38

ତେଲେଙ୍ଗାନା : 59

ଚଣ୍ଡୀଗଡ : 8

ଜମ୍ମୁକାଶ୍ମୀର : 18

ଲଦାଖ : 13

ଉତ୍ତରପ୍ରଦେଶ : 49

ଉତ୍ତରାଖଣ୍ଡ : 5

ପଶ୍ଚିମବଙ୍ଗ : 15

ବିହାର : 9

ମଣିପୁର : 1

ମିଜୋରାମ : 1

ପୁଡୁଚେରୀ :1

ଗୋଆ : 3

ଆଣ୍ଡାମାନନିକୋବର : 6

Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍ ଯୋଗୁଁ ଘରକୁ ଫେରୁଥିବା ସମୟରେ ଘଟିଲା ଦୁର୍ଘଟଣା: 5ମୃତ, 6 ଗୁରୁତର

ତେଲେଙ୍ଗାନା: ତେଲେଙ୍ଗାନାଠାରେ ଏକ ସଡକ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଲକ୍‌ ଡାଉନ୍‌ କାରଣରୁ ନିଜ ଘରକୁ ଫେରୁଥିଲେ। ଏହି ଦୁର୍ଘଟଣାରେ 6ଜଣ ଗୁରୁତର ରହିଛନ୍ତି।  ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ଶାମଶବାଦ୍‌ ନିକଟରେ ଏକ ଲରି ଓ ମିନି ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଫଳରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଛି। ମିନି ଟ୍ରକ୍‌ଟିରେ 30 ଜଣ ଲୋକ ରହିଥିଲେ। ଲକ୍‌ ଡାଉନ୍ କାରଣରୁ କର୍ଣ୍ଣାଟକରୁ ନିଜ ଘରକୁ ଏକ ମିନି ଟ୍ରକ ସାହାଯ୍ୟରେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।

ସୂଚନାଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବଳେ ମୃତକଙ୍କ ସଂଖ୍ୟା 19ରେ ପହଞ୍ଚିଲାଣି। ମୋଟ୍‌ 855 ଜଣ ଏହି ରୋଗରେ ସଂକ୍ରମିତ ହେଲେଣି। କରୋନାର ଭୟାବହତାକୁ ଦେଖି କେନ୍ଦ୍ର ସରକାର 21 ଦିନିଆ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସାମାଜିକ ଦୂରତ୍ୱ ରକ୍ଷାରେ ଖିଲାପ କୁଜଙ୍ଗରୁ ଜଣେ ଗିରଫ

ରଞ୍ଜିତ ପଣ୍ଡା
କୁଜଙ୍ଗ : ସମଗ୍ର ରାଜ୍ୟରେ କୋଭିଡ଼-୧୯ କୁନେଇ କଟକଣା ଜାରି କରାଯାଇଛି । ଏହି ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା ହିଁ ଏକମାତ୍ର ଉପାୟ। ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରୀ କରାଯାଇଥିବା ବେଳେ ଏହାର ଅବମାନନା ଅଭିଯୋଗରେ ଆଜି କୁଜଙ୍ଗ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ପୁଲିସ ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଛାଡ଼ିଥିବା ଜଣାପଡ଼ିଛି। ଏନେଇ ଏସଆଇ ଶୁଭ୍ରଜିତ ଦାସଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଏସଆଇ ଶୁଭ୍ରଜିତ ଦାସ ଥାନାର ଅନ୍ୟ କର୍ମଚାରୀଙ୍କ ସହିତ ପୂର୍ବାହ୍ନ ୧୦ଟା ସମୟରେ ମଙ୍ଗରାଜପୁର, ହସିଣା, ବଳରାମ ପୁର ଆଦି ଗ୍ରାମ ମାନଙ୍କରେ ପେଟ୍ରୋଲିଂ ଜାରି ରଖିଥିଲେ। ତେବେ କୁଜଙ୍ଗ ଥାନା ଜଗନ୍ନାଥପୁର ଗ୍ରାମ ନିକଟରେ କିଛି ଯୁବକ ଏକତ୍ରିତ ହୋଇ ସାମାଜିକ ଦୂରତ୍ୱ ଆଇନକୁ ଭଙ୍ଗ କରୁଥିବା ନେଇ ସୂଚନା ପାଇଥିଲେ। ତୁରନ୍ତ ସେଠାରେ ଚଢାଉ କରିବାପରେ ସେଠାରେ ଥିବା ଯୁବକ ମାନେ ପଳାୟନ କରିଥିଲେ। ସ୍ଥାନୀୟ ଜଗନ୍ନାଥପୁର ଗ୍ରାମର ବିଭୂତିଭୂଷଣ ନାଥଙ୍କ ପୁତ୍ର ହରି ନାଥଙ୍କୁ ଗିରଫ କରିବା ସହିତ ସେଠାରୁ ଏକ ମୋଟର ସାଇକେଲ (ଓଡ଼ି୨୧-ଜି-୯୩୫୦)କୁ ଜବତ କରାଯାଇଥିଲା। ଅଭିଯୁକ୍ତଙ୍କ ନାମରେ କୁଜଙ୍ଗ ଥାନା ୯୮/୨୦ ସଙ୍ଖ୍ୟାରେ ୧୮୮, ୨୬୯, ୨୭୦, ୨୭୧ ଦଫାରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାରେ ଲକ୍‌ଡାଉନରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମହଙ୍ଗା : ସୀମାନ୍ତ ସିଲ, ବ୍ଲକ ଅଧ୍ୟକ୍ଷ ଗିରଫ

ଦୁଷ୍ମନ୍ତ ପଣ୍ଡା
କଳାହାଣ୍ଡି : ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମଗ୍ର ଭାରତବର୍ଷ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଓଡିଶାରେ ବର୍ତମାନ ତୃତୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାପ୍ରଶାସନ ବ୍ୟାପକ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ନିୟମକୁ କଡାକଡି ଭାବେ ପାଳନ କରାଯିବାକୁ ସମଗ୍ର ଅଂଚଳରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଇତ୍ୟାଦି ଖୋଲା ରହିବାକୁ ଅନୁମତି ଥିବା ବେଳେ ସାମାଜିକ ଦୂରତ୍ୱ ବଜାୟ ରଖାଯାଇ ଗ୍ରାହକ ମାନଙ୍କୁ ଜିନିଷ ପତ୍ର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରାୟ ସମସ୍ତ ଗ୍ରୋସରୀ ଦୋକାନ ଗୁଡିକ ତଥା ଔଷଧ ଦୋକାନ ଗୁଡିକ ସମେତ କ୍ଷୀର, ଅଣ୍ଡା ତଥା ପନିପରିବା ଦୋକାନ ଗୁଡିକ ଖୋଲାରହଛି । ନିତାନ୍ତ ଅତ୍ୟାବଶ୍ୟକ ନଥିଲେ କାହାରିକୁ ମଧ୍ୟ ବାହାରକୁ ବାହାରିବାର ନିୟମ ନାହିଁ । ଜୁନାଗଡ, ଧର୍ମଗଡ, କେସିଙ୍ଗା, ଭବାନୀପାଟଣା ଭଲି ସହରାଂଚଳ ମାନଙ୍କରେ ପୋଲିସ ପକ୍ଷରୁ ବ୍ୟାପକ ତନଖି କରାଯିବା ସହିତ ସମସ୍ତ ଗ୍ରାମାଂଚଳରେ ଲକଡାଉନ ପାଳନ କରିବା ସହିତ ନିୟମ ଉଲ୍ଲଂଘନକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରୁଥିବା ପ୍ରକାଶ ।

ଅଦ୍ୟାବଧି ଲକଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ପୋଲିସ ପକ୍ଷରୁ ୩୭ଟି କେଶ ରୁଜୁ କରାଯିବା ସହିତ ୩୪ ଗୋଟି ଗାଡି ସିଜ କରାଯାଇ ମୋଟ ୫୫ ଜଣ ନିୟମ ଖିଲାପକାରୀଙ୍କୁ ଗିରଫ କରାଯାଇଥିବା କଳାହାଣ୍ଡି ଏସ ପି ବାତୁଲା ଗଙ୍ଗାଧର ଙ୍କ ସୂତ୍ରରୁ ପ୍ରକାଶ । ସେହିପରି ଲକଡାଉନ ନିୟମ ଉଲ୍ଲଂଘନ କରି ଧର୍ମଗଡ ବ୍ଲକ ଅଧିନସ୍ଥ ବେହେରା ଗ୍ରାମରେ ନିଜ ନୂତନ ବାସଗୃହ ପ୍ରବେଶ କରି ଭୋଜିଭାତ କରୁଥିବା ବେଳେ କୋକସରା ପୋଲିସ ଧର୍ମଗଡ ବ୍ଲକ ଅଧ୍ୟକ୍ଷ ବଳରାମ ପୂଝାରୀଙ୍କୁ କେଶ ନଂ.୬୫ ଧାରା ୨୬୯,୨୭୦,୨୭୧,୧୮୮ ଆଇପିସି ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଜିଲ୍ଲାର ଧର୍ମଗଡ ଥାନା ଅନ୍ତର୍ଗତ ସନ୍ଧିକୁଲିହାରୀ ରାସ୍ତାରେ ଛତିଶଗଡ ସୀମା, ଆମପାଣି ଘାଟି ଉପରେ ସୀମା, ବିଶ୍ୱନାଥପୁର ଥାନା ଅଂଚଳରେ ରାୟଗଡା ସୀମା, ମ.ରାମପୁର ଥାନା ଅଧିନରେ ଥିବା ଫୁଲବାଣୀ ସୀମା, ସଦରଥାନା ଅଧିନସ୍ଥ ଖରିଆର ରାସ୍ତା ସୀମା, କେସିଙ୍ଗା ଥାନା ଅଧିନସ୍ଥ ବଲାଙ୍ଗୀର ସୀମା ସବୁ ସଂପୂର୍ଣ୍ଣ ସିଲ କରିଦିଆଯାଇଛି ।

ଲକ୍‌ଡାଉନ୍‌କୁ ତିନିଦିନ ଅତିକ୍ରାନ୍ତ ହେବା ପରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣରେ ଅସୁବିଧାକୁ ଏଡାଇ ଦିଆଯାଇନପାରେ । ସମଗ୍ର କଳାହାଣ୍ଡି ଜିଲ୍ଲା ଚିନି ପାଇଁ ନାଗପୁର ଉପରେ, ଆଳୁପାଇଁ କଲିକତା ଉପରେ ଏବଂ ପିଆଜ ପାଇଁ ନାଗପୁର ତଥା ରାୟପୁର ଉପରେ ନିର୍ଭର କରୁଥିବା ବେଳେ ସେସବୁ ସାମଗ୍ରୀ ଅଭାବଜନିତ ଦରବୃଦ୍ଧି ହେଉଥିବା ଅଭିଯୋଗ ହେଉଛି । ଜୁନାଗଡ ସହରାଂଚଳରେ ଆଳୁ ଓ ପିଆଜ ୪୦ଟଙ୍କା ଥିବା ବେଳେ ଚିନି ୫୦ ଟଙ୍କା ହୋଇଯାଇଥିବା ଜଣାପଡିଛି । ଜୁନାଗଡ, କୋକସରା, ଜୟପାଟଣା ଆଦି ବିଭିନ୍ନ ଗ୍ରାମାଂଚଳରେ ଆଳୁ ୯୦ ଟଙ୍କା, ପିଆଜ ୮୫ଟଙ୍କା ଏବଂ ଚିନି ୧୨୦ ଟଙ୍କାରେ ବିଗତ ଦୁଇରୁ ତିନି ଦିନରେ ବିକ୍ରି ହୋଇଥିବା ବିଭିନ୍ନ ସ୍ତରରୁ ଜଣାପଡିଛି । ଏଭଲି ଅବସ୍ଥା ଯଦିଓ ଆଗକୁ ହୁଏ ତେବେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଗମ୍ଭୀର ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ୪୩୬୩ ଜଣ ଦାଦନ ଘରକୁ ଫେରିଥିବା ଏବଂ ୯୪୦ ଗ୍ରାମର ୩୯୧୬ ଜଣଙ୍କ ସ୍କ୍ରିନିଂ କରାଯାଇଥିବା ପ୍ରଶାସନ ତରଫରୁ ପ୍ରକାଶ । କଳାହାଣ୍ଡି ଜିଲ୍ଲାର ୩୧୦ଟି ଗ୍ରାମପଂଚାୟତରେ ଅସ୍ଥାୟୀ ଆଇସୋଲେସନ ଗୃହରେ ୧୮୯୦୫ଟି ବେଡର ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଥିବା ବେଳେ କେତେକ ସ୍ଥାନକୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇନଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଲକ୍‌ଡାଉନ୍‌ ଭିତରେ ବି ହେଲା ବିବାହ : ଅନଲାଇନ୍‌ ଜରିଆରେ ସମ୍ପନ୍ନ ହେଲା ବିବାହ ବିଧି

ବିହାର : ଲକ୍‌ ଡାଉନ୍‌ ଆମ ଚିନ୍ତାଧାରାକୁ ମଧ୍ୟ ବଦଳାଇଛି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଲକ୍‌ ଡାଉନ୍‌ ଯୋଗୁଁ ବାହାରକୁ ଯିବା ବନ୍ଦ। ସେହିପରି ଗୋଟିଏ ସ୍ଥାନରେ ଏକତ୍ର ହେବାକୁ ମଧ୍ୟ ବାରଣ କରାଯାଇଛି। ଯେଉଁଠି ଲୋକେ ବାହାରକୁ ଯାଇ ପାରୁନାହାନ୍ତି, ସେଇଠି ବିବାହ ମଧ୍ୟ ହୋଇପାରୁଛି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶକୁ ନ ଭାଙ୍ଗି ମଧ୍ୟ ବିବାହ କରାଯାଇପାରୁଛି । ଏହିପରି ଏକ ଅନନ୍ୟ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହଟି ବିହାରରେ ସଂଘଟିତ ହୋଇଛି । ନା ଏହି ବିବାହରେ ଥିଲେ ବରଯାତ୍ରୀ, ନା ବ୍ୟାଣ୍ଡ ବାଜା ନା ଥିଲା ବର। କିନ୍ତୁ ବିବାହଟି ରୀତି ରିଓ୍ବାଜରେ ସମ୍ପନ୍ନ ହୋଇଛି ।

କରୋନା ଭାଇରସ୍‌ ଯୋଗୁଁ ଦୁନିଆର ଅର୍ଦ୍ଧେକ ଦେଶ ଏବେ ଲକ୍‌ ଡାଉନ୍‌ । ଭାରତ ମଧ୍ୟ ମହାମାରୀ କରୋନା ସହ ମୁକାବିଲା କରିବା ପାଇଁ 21 ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛି। ଏପରି ସମୟରେ ବାହାରକୁ ବାହାରିବା କଷ୍ଟକର । ସାମାଜିକ ରୀତି-ରିଓ୍ବାଜ ହେଉ ଅଥବା ଧାର୍ମିକ କାର୍ଯ୍ୟକ୍ରମ ଏ ସମସ୍ତ କାର୍ଯ୍ୟ ଏବେ ବନ୍ଦ ରହିଛି । ଦେଶରେ ଲକ୍‌ ଡାଉନ୍‌ ସମୟରେ ବିହାରର ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଥିଲା । ଏହି ବିବାହରେ ନା କେହି ଥିଲେ ବରଯାତ୍ରୀ ନା କିଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଲକ୍‌ଡାଉନ୍‌ ପାଇଁ ଅନ୍‌ଲାଇନ୍‌ରେ ହେଲା ବିବାହ ସମ୍ପନ୍ନ ।

କରୋନା ଭାଇରସ୍‌ ଲୋକଙ୍କ ଚିନ୍ତାକୁ ମଧ୍ୟ ବଦଳାଇ ଦେଇଛି । କରୋନା ଯୋଗୁଁ ଏବେ ବିବାହ ଅନ୍‌ଲାଇନ୍‌ରେ ସମ୍ପନ୍ନ ହେଉଛି । ପାଟନାର ଫୁଲଓ୍ବାରୀ ସରିଫ୍‌ ରେ ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି । ପାଟନାର ବଧୂ ସଦବ୍‌ ନସରିନ୍‌ଙ୍କ ବିବାହ ଉତ୍ତର ପ୍ରଦେଶର ସାହିବାବାଦ୍‌ ନିବାସୀ ଦାନିସ୍‌ ରଜାଙ୍କ ସହିତ ମାର୍ଚ୍ଚ 24ତାରିଖ ବିବାହ ହେବା ବୋଲି ସ୍ଥିର ହୋଇଥିଲା । କିନ୍ତୁ କରୋନା ଭାଇରସ୍‌ ଯୋଗୁଁ  21 ଦିନ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଗଲା । ଏପରି ପରିସ୍ଥିତିରେ ଜଣେ ଅନ୍ୟ ଜାଗାକୁ ଯିବା ଅସମ୍ଭବ ଥିଲା । ସେହିପରି କେହି ବନ୍ଧୁ ବାନ୍ଧବ ଆସିବି ପାରିବେନି କି କେହି ଯାଇବି ପାରିବେନି । କିନ୍ତୁ ସ୍ଥିର ହୋଇଥିବା ତାରିଖରେ ବିଧି ମୁତାବକ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ଏହି ସମସ୍ତ ପ୍ରକ୍ରିୟା ଅନ୍‌ଲାଇନ୍‌ ଜରିଆରେ ସମ୍ପନ୍ନ ହୋଇଛି । ବଧୂର ପିତା ମୌଲାନଙ୍କୁ ଘରକୁ ଡାକି  ଥିଲେ । ଏହାପରେ ଦୁଲହନ୍‌ଙ୍କ ସାମ୍ନାରେ ଏକ ସ୍କ୍ରିନ୍‌ ରଖାଯାଇଥିଲା । ସ୍କ୍ରିନ୍‌ର ଗୋଟିଏ ପଟେ କନ୍ୟା, ଅନ୍ୟ ପଟେ ବର ରହିଥିଲେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଲକ୍‌ଡାଉନ୍‌ ସମାପ୍ତ ହେବା ପରେ ଦୁଲହନ୍‌ ତାଙ୍କ ସ୍ବାମୀଙ୍କ ଘରକୁ ଯିବେ ବୋଲି ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଅଭାବୀ ଲୋକଙ୍କ ପାଇଁ ବିଜେପି ବାଣ୍ଟିବ ମୋଦି କିଟ୍‌

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଭାରତ ସରକାର 21 ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ବିଜେପି ଅଭାବୀ ତଥା ଗରିବ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଏକ କିଟ୍‌ ବାଣ୍ଟିବ ବୋଲି ଘୋଷଣା କରିଛି । ମୋଦି କିଟ୍‌ ନାମରେ ଏହି କିଟ୍‌ରେ ରହିଛି ଦୁଇ ଲିଟର ତେଲ, ଦୁଇ କିଲୋ ଚାଉଳ, ଏକ କିଲୋ ଡାଲି, ଏକ କିଲୋ ଚିନି, ଦୁଇଶହ ଗ୍ରାମ ଲଙ୍କା ଗୁଣ୍ଡ, ହଳଦୀ, ସୋରିଷ, ଧନିଆ ପାଉଡର୍‌, 250 ଗ୍ରାମ ଚା’ ପତି, ଏକ କିଲୋ ଲୁଣ, 500 ଗ୍ରାମ ଚଣା,  4ଟା ଲୁଗାସଫା ସାବୁନ୍‌, ଗୋଟିଏ ଗାଧୋଇବା ପାଇଁ ସାବୁନ୍‌, ପାଞ୍ଚ କିଲୋ ଅଟା, ଚାରୋଟି ପାର୍ଲଜି ବିସ୍କୁଟ ଆଦି ରହିଛି ।

ସୂଚନାଯୋଗ୍ୟ, ଦେଶରେ କରୋନା ଜନିତ ମୃତ୍ୟୁ 17ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 724ରେ ପହଞ୍ଚିଛି । ଏହି କରୋନା ପଜିଟିଭିଙ୍କ ମଧ୍ୟରେ ସକ୍ରିୟ ରହିଛନ୍ତି 656ଜଣ । ସେହିପରି ଏଥିରୁ ସୁସ୍ଥ ହୋଇଛନ୍ତି 64 ଜଣ । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ର ଓ କେରଳରେ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲକ୍ ଡାଉନ୍ ସମୟରେ ଚକ୍କର କାଟିଲେ ବାଇକ୍ ସହିତ ଜବତ ହେବ ମୋବାଇଲ୍‌

ହେମାଙ୍ଗ ପ୍ରସାଦ ରାଉଳ
ଛତ୍ରପୁର : କରୋନାକୁ ପ୍ରତିହତ କରିବାପାଇଁ ଲକଡାଉନ୍ ଜାରି କରାଯାଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ଅବମାନନା କରାଯାଉଛି। ଏହି ସମୟରେ ବାଇକ୍‌ରେ ଚକ୍କର କାଟୁଥିବା ବ୍ୟକ୍ତିଙ୍କ ବାଇକ୍ ସହ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଦୂରତା ରକ୍ଷା କରିବାରେ ମୋଟର ସାଇକେଲ ବ୍ୟାଘାତ ସୃଷ୍ଟି କରୁଥିବାରୁ ଏହାର ଚଳାଚଳକୁ ଶତପ୍ରତିଶତ ନିଷେଧ କରାଯାଇଛି। ଅଧିକ ମାତ୍ରାରେ ରୋଡ୍ ବ୍ୟାରିକେଡିଂ କରାଯିବ। ବିଡିଓ, ତହସିଲଦାର ଏବଂ ଥାନା ଭାରପ୍ରାପ୍ତ ଅଧିକାରୀ ସମ୍ପୂର୍ଣ୍ଣ ବ୍ଲକ୍ ଅଞ୍ଚଳକୁ ଆବଣ୍ଟିତ କରି ତଦାରଖ କରିବେ। ଜିଲ୍ଲାରେ ବାହାର ରାଜ୍ୟରୁ ଆସିଥିବା ୧୫ ହଜାର ୩୭୭ ଜଣ ଏବଂ ବିଦେଶରୁ ଆସିଥିବା ୩୭୨ ଜଣଙ୍କର ପ୍ରତ୍ୟହ ସ୍ବାସ୍ଥ୍ୟାବସ୍ଥା ତଦାରଖ କରାଯିବ। ଟାଟା ସହିତ ବୁଝାମଣା ପୂର୍ବକ ଶୀତଳାପଲ୍ଲି ସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲକୁ କରୋନା ଆଇସୋଲେଟେଡ୍ ଡାକ୍ତରଖାନା ରୂପେ ବ୍ୟବହାର କରାଯିବ । ଅନ୍ୟୁନ ୧୦୦ ରୋଗୀଙ୍କ ପାଇଁ ତୁରନ୍ତ ବେଡର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ବେଡ୍ ଗୁଡିକର ସୁବ୍ୟବସ୍ଥା ସ୍ବଳ୍ପ ସମୟ ମଧ୍ୟରେ କରାଯିବ। ଜିଲ୍ଲାପାଳ ବ୍ୟକ୍ତିଗତ ଭାବରେ ଏହାକୁ ତଦାରଖ କରୁଛନ୍ତି। ବୟସ୍କ ବ୍ୟକ୍ତି ବାହାରକୁ ନ ବାହାରିବାପାଇଁ ଅନୁରୋଧ କରାଯାଇଛି। ପ୍ରତ୍ୟେକ ଗ୍ରାମ ସ୍ତରରେ ୫ ଜଣ ସ୍ବେଚ୍ଛାସେବୀ ଏବଂ ପଞ୍ଚାୟତ ସ୍ତରରେ ୨୦ ଜଣ ସ୍ବେଚ୍ଛାସେବୀ ଚିହ୍ନଟ କରି ସଜାଗ ରଖିବାକୁ ଜିଲ୍ଲାପାଳ କହିଛନ୍ତି। ଯେଉଁ ମାନଙ୍କର କ୍ବାରେଣ୍ଟାଇନ୍ ଅବଧି ସରୁଛି ସେମାନଙ୍କୁ ବାହାରେ ବୁଲିବା ନିଷେଧ କରାଯାଇଛି। କେହି ଯେପରି ଭୋକିଲା ନ ରହେ ତାକୁ ସଂପୃକ୍ତ ବିଡିଓ ତଦାରଖ କରିବେ। ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଚାରିଚକିଆ ଏବଂ ତିନି ଚକିଆ ଯାନକୁ ସଂପୃକ୍ତ ଉପ ଜିଲ୍ଲାପାଳ ସ୍ତରରେ ଅନୁମତି ପତ୍ର ଦିଆଯିବ । କୌଣସି ବ୍ୟକ୍ତି ଯଦି ଅନୁମତି ପତ୍ରର ଅସଦ୍ ବ୍ୟବହାର କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଫୌଜଦାରୀ ଆଇନ୍ ଲାଗୁ କରାଯିବ। ସାହି ବସ୍ତିରେ ସ୍ବୟଂ ସହାୟିକା ଗୋଷ୍ଠୀ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ପରିବା ବିକ୍ରୟ କରିବେ । ଯେଉଁଠାରେ ପୂର୍ବରୁ ପରିବା ବିକ୍ରୟ କରାଯାଉଥିଲା ସେଠାର ବିକ୍ରେତା ମାନଙ୍କୁ ଭାଗଭାଗ କରି ସହରର ବିଭିନ୍ନ ଅଞ୍ଚଳରେ ଉପଯୁକ୍ତ ଦୂରତ୍ବ ବଜାୟ ରଖି ପରିବା ବିକ୍ରୟ କରିବାକୁ କୁହାଯାଇଛି । ସ୍ଥାନୀୟ ପ୍ରଶାସନ ଏହାକୁ ସୁନିଶ୍ଚିତ କରିବେ। କରୋନାର ବୀଭିଷିକାକୁ ହୃଦୟଙ୍ଗମ କରି ପ୍ରତ୍ୟେକ ବ୍ୟକ୍ତି ଶୃଙ୍ଖଳିତ ସୈନିକ ଭାବରେ ଏହି ଲଢାଇରେ ସାମିଲ ହେବାପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କାରଣରୁ 149 ଜଣଙ୍କ ବିରୋଧରେ ମାମଲା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କରୋନା ଭାଇରସ୍‌ ଆତଙ୍କକୁ ନେଇ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିବା ବେଳେ ରାଜ୍ୟରେ ମଧ୍ୟ ଲକ୍‌ଡାଉନ୍ ଜାରି ରହିଛି । ଏହି ଅବସରରେ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଥିବା ବେଳେ ରାଜ୍ୟରେ ଏକାଧିକ ବ୍ୟକ୍ତି ଏହାକୁ ଅମାନ୍ୟ କରୁଛନ୍ତି । 24 ତାରିଖରୁ 25 ତାରିଖ ମଧ୍ୟରେ ଆଇନ ଉଲ୍ଲଂଘନ କାରଣରୁ 149 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଲକ୍‌ଡାଉନ୍‌ ଉଲ୍ଲଂଘନ ପାଇଁ 137 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ହୋମ୍‌ କ୍ବାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ 5 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଅନ୍ୟାନ୍ୟ ନିୟମ ଉଲ୍ଲଂଘନ ପାଇଁ 7ଟି ମାମଲା ରୁଜୁ କରାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର

କରୋନା ମୁକାବିଲା ବେଳେ ଭାରତର କର୍ପୋରେଟ ଜଗତ ଲାଙ୍ଗୁଡ ଜାକି ଲୁଚିଛନ୍ତି କାହିଁକି?

କେଦାର ମିଶ୍ର

କଥା କଥାକେ କୁହାଯାଏ, ମୁକେଶ ଅମ୍ବାନୀ ହେଉଛନ୍ତି ଏସିଆର ସବୁଠୁ ଧନୀ ବ୍ୟକ୍ତି। ବଜାରରେ ଯେତେବେଳେ ସେନସେକ୍ସର ଉଠାପକା ଖେଳ ଚାଲେ ସେତେବେଳେ ମୁକେଶଙ୍କ ଲାଭ ଓ କ୍ଷତିକୁ ନେଇ ଆମେ ଚର୍ଚ୍ଚା କରିଥାଉ। ଏସିଆ ମହାଦେଶରେ ଚୀନର ଜ୍ୟାକ ମା ଏବଂ ଭାରତର ମୁକେଶ ଅମ୍ବାନୀ ସବୁବେଳେ ଏକ ନମ୍ବର ଓ ଦୁଇ ନମ୍ବର ଧନୀ ଲୋକ ହିସାବରେ ରହି ଆସିଛନ୍ତି। ଚୀନର କର୍ପୋରେଟ ଟାଇକୁନ ଜ୍ୟାକ ମା ତାଙ୍କ ପ୍ରତିଷ୍ଠିତ ଆଲିବାବା କମ୍ପାନୀରୁ ଇସ୍ତଫା ଦେଇ ଏବେ କେବଳ ଲୋକସେବା ପାଇଁ ନିଜର ସମ୍ବଳ ଓ ସମୟର ବିନିଯୋଗ କରୁଛନ୍ତି। ଚୀନରେ କରୋନା ଭୂତାଣୁର ଭୟଙ୍କର ପ୍ରଭାବରୁ ନିଜ ଲୋକଙ୍କୁ ମୁକୁଳାଇବାରେ ଜ୍ୟାକ ମା ଫାଉଣ୍ଡେସନ ବହୁତ ବଡ ଅବଦାନ ଦେଉଛି। କେବଳ ଚୀନରେ ନୁହେଁ, ଏବେ ବିଶ୍ଵର ବିଭିନ୍ନ ଦେଶକୁ ଏହି ଭୂତାଣୁ ବ୍ୟାପିବା ପରେ ଜ୍ୟାକ ମା ଫାଉଣ୍ଡେସନ ଅନ୍ୟ ଦେଶମାନଙ୍କୁ ମଧ୍ୟ ସାହାଯ୍ୟର ହାତ ବଢାଇଛି।

ପ୍ରଥମେ ଆମେରିକାକୁ ଜ୍ୟାକ ମା ଫାଉଣ୍ଡେସନ ତରଫରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ୫ ଲକ୍ଷ କରୋନା ଭୂତାଣୁ ପରୀକ୍ଷା ଉପକରଣ ଏବଂ ୧୦ ଲକ୍ଷ କୀଟାଣୁ ନିରୋଧକ ମୁଖା ପଠା ଯାଇଥିଲା। ଏହା ପରେ ଏସିଆର ଦଶଟି ଦେଶ- ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ପାକିସ୍ତାନ, କାମବିଡିଆ, ଲାଓସ, ମାଲଦ୍ଵୀପ, ମଙ୍ଗୋଲିଆ, ନେପାଳ ଓ ମିଆଁମାରକୁ ୧୮ ଲକ୍ଷ ମୁଖା, ୨.୧୦ଲକ୍ଷ ପରୀକ୍ଷା ଉପକରଣ, ୩୬ ହଜାର ଡାକ୍ତରଙ୍କ ସୁରକ୍ଷା ସୁଟ, ଭେଣ୍ଟିଲେଟର ଓ ଥର୍ମୋମିଟର ପଠା ଯାଇଛି। ଆଫ୍ରିକାର ଦେଶମାନଙ୍କୁ ମଧ୍ୟ ଜାକ ମା ଫାଉଣ୍ଡେସନ ସାହାଯ୍ୟ କରୁଛି। ବିଶ୍ଵ ସାମ୍ନା କରୁଥିବା ଏହି ଭୟଙ୍କର ସଙ୍କଟ ବେଳରେ ସବୁ ଧନୀ କର୍ପୋରେଟ ଗୁଡିକ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବାକୁ ଜ୍ୟାକ ମା ନିବେଦନ କରିଛନ୍ତି।

ଚୀନର ଜଣେ କର୍ପୋରେଟ ଟାଇକୁନ ଯାହା କରୁଛନ୍ତି, ସେଥିରୁ ଆମର ଦେଶୀ କର୍ପୋରେଟମାନେ ଶିଖିବେ କି? ଜ୍ୟାକ ମା ଏତେ କଥା କରୁଥିବା ବେଳେ ମୁକେଶ ଅମ୍ବାନୀ କଣ କରୁଛନ୍ତି ବୋଲି ପଛରନ୍ତୁ ନାହିଁ। ଅବଶ୍ୟ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ମୁକେଶ ଅମ୍ବାନୀ ତାଙ୍କ ଛାତରେ ରହି ଘଣ୍ଟା ବଜେଇଛନ୍ତି!!  ଗତ ମାସେ ହେଲା ଦେଶରେ କରୋନା ଭୂତାଣୁ ର ପ୍ରଭାବ ଆରମ୍ଭ ହୋଇଛି। ଦେଶର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ଦୋହଲାଇ ଦେଉଥିବା ଏହି ମହାମାରୀର ପ୍ରକୋପ ସମୟରେ ଭାରତର ଜ୍ୟାକ ମା ମାନେ କେଉଁଠି ଅଛନ୍ତି? ଦେଶର ସର୍ବାଧିକ ଲାଭ ଉଠାଇ ଧନୀ ହୋଇଥିବା ଆମ୍ବାନୀ, ଆଦାନି, ଟାଟା, ବିରଳା, ବେଦାନ୍ତ, ଜିନ୍ଦଲମାନେ ଏବେ କେଉଁଠି? କରୋନା ଭୂତାଣୁର ପ୍ରଭାବ ଆରମ୍ଭ ହେବା ଆଗରୁ ଦେଶର ସବୁ ବଜାରରୁ ସାନିଟାଇଜର ଓ ମୁଖା ଗାଏବ ହୋଇଗଲା। ଆଜି ହାତ ସଫା କରିବାକୁ ଆମେ ଭାରତୀୟମାନେ କଳା ବଜାରରେ ଚଢା ଦାମ ଦେଇ ସାନିଟାଇଜର କିଣୁଛୁ। ଦୁଇ ଟଙ୍କାର ମୁଖାକୁ ୫୦ ଟଙ୍କା ଦେଇ ସର୍ବସ୍ଵାନ୍ତ ହେଉଛୁ। ସେତେବେଳେ ଆମର ବଜାରର ବଡ ନେତାମାନେ ଗାୟବ। ସେମାନେ ଦେଶର ଅସମୟରେ ଛିଡା ହେବାର କୌଣସି ଉଦାହରଣ କେହି ଦେଇ ପାରିବେ ନାହିଁ।

ଲୋକଙ୍କୁ ସର୍ବନିମ୍ନ ସହାୟତା ଦେବାର ଆଗ୍ରହ ବା ନୈତିକତା ଭାରତୀୟ କର୍ପୋରେଟମାନଙ୍କର କେବେ ବି ନଥିଲା। କେବେ କେମିତି ୫/୧୦ କୋଟି ଟଙ୍କା ପ୍ରଧାନମନ୍ତ୍ରୀ/ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇ ଫଟୋ ଉଠାଇବାରେ ସେମାନଙ୍କର ଦାୟିତ୍ଵ ସରିଯାଏ। ଅଥଚ ଏମାନେ ଯେତେବେଳେ ସଙ୍କଟରେ ପଡନ୍ତି ସେତେବେଳେ ଲୋକଙ୍କ ଟଙ୍କାରୁ ଏମାନଙ୍କର କ୍ଷତି ଭରଣା କରାଯାଏ। ସେମାନଙ୍କୁ ହଜାର ହଜାର କୋଟି ଟଙ୍କାର ଟିକସ ରିହାତି, ଶାଗ ମାଛ ମୂଲ୍ୟରେ ପ୍ରାକୃତିକ ସମ୍ପଦର ଅଧିକାର ଏବଂ ସବୁ ପ୍ରକାର ଅର୍ଥନୈତିକ ଅପରାଧକୁ ମାଫି ଦେବାରେ ଏ ଦେଶ କେବେ ଅବହେଳା କରିନାହିଁ। “ଲାଭ ହେଲେ ଆମର, କ୍ଷତି ହେଲେ ଦେଶର” ବୋଲି ବିଚାର କରୁଥିବା ଆମର କର୍ପୋରେଟ ମାନେ ଲୋକଙ୍କ ପାଇଁ କରୁଛନ୍ତି କଣ? ବଜାରରେ ସୁଲଭ ଓ ସହଜ ଭାବରେ ଲୋକଙ୍କର ଆବଶ୍ୟକତା ମେଣ୍ଟାଇ ପାରୁନଥିବା ଏହି ବ୍ୟବସାୟୀମାନେ ଜ୍ୟାକ ମା ହେବାର ସ୍ଵପ୍ନ ଦେଖିପାରିବେ ନାହିଁ। ଲୋକଙ୍କ ଭିତରେ ଯେଉଁ ଭୟ ଓ ଉଦବିଗ୍ନତା ରହିଛି, ସେଥିରୁ କେମିତି ଅଧିକ ଫାଇଦା ଉଠାଇହେବ, ଏବେ ସେ ଚିନ୍ତା ସେମାନଙ୍କୁ ଘାରିଥିବ।

ଭାରତରେ ଆଜି କରୋନା ପରୀକ୍ଷଣ ଲାଗି ଅଧିକ ଉପକରଣ ଦରକାର। ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି ମୁଖା ଓ ସାନିଟାଇଜର ଦରକାର। ଦେଶରେ ପ୍ରାୟ ୪୦ ହଜାର ଭେଣ୍ଟିଲେଟର ରହିଛି। ଅତି କମରେ ୨ ଲକ୍ଷ ଭେଣ୍ଟିଲେଟର ଆଜି ଆମର ଆବଶ୍ୟକତା। ସେହିପରି ଅସୁରକ୍ଷିତ ଅବସ୍ଥାରେ କାମ କରୁଥିବା ଆମ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କୁ ସୁରକ୍ଷା ସୁଟ ଦରକାର। ଏ ସବୁ ଯୋଗାଇ ଦେବା କଥା ଆମର କର୍ପୋରେଟ ଜଗତ କେବେ ଚିନ୍ତା କରିବ କି? କେବଳ ରାଜନୈତିକ ଦଳକୁ ଚାନ୍ଦା ଦେଇ ନିଜର ଫାଇଦା ଉଠାଉଥିବା ଦେଶର ଧନୀ ବ୍ୟବସାୟୀମାନେ ନିଜର ବିବେକକୁ ଆଜି ପ୍ରଶ୍ନ ପଚାରିବେ କି?

ଦେଶର ଅର୍ଥନୀତିରେ ଉଦାରବାଦୀ ପରମ୍ପରା ଆରମ୍ଭ ହେବା ପରଠୁ ଲକ୍ଷ ଲକ୍ଷ କୋଟି ଟଙ୍କା ଦେଶର ୧୦୦ ଟି ବଡ କମ୍ପାନୀ ହାତକୁ ଯାଇଛି। ଆଜି ସେ ଲାଭରୁ କିଛି ତ ଦେଶବାସୀଙ୍କର ପାଇବାର ହକ ରହିଛି। ଏ କଥା କହିବାର କୌଣସି ଅର୍ଥ ନାହିଁ, ଆମେ ଜାଣିଛୁ। କରୋନା ମୁକାବିଲା କରିବାକୁ  ଏ ଦେଶର ସାଧାରଣ ଜନତା ନିଜେ ହିଁ ଅଣ୍ଟା ଭିଡି ଠିଆ ହେବ। ଆମ ଭିତରେ କେହି ଜଣେ ଜ୍ୟାକ ମା ବାହାରିବେ ବୋଲି ଅନ୍ତତଃ ଆଜି ଆଶା କରିବା ବୃଥା!!