Categories
ଆଜିର ଖବର ଜାତୀୟ ଖବର

କୋଭିଡ୍‌ ହସ୍ପିଟାଲରୁ ନିଖୋଜ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ମୁମ୍ବାଇ : ମହାରାଷ୍ଟ୍ରର ଏକ କୋଭିଡ ହସ୍ପିଟାଲରୁ ନିଖୋଜ ଜଣେ ବୟାଅଶୀ ବର୍ଷୀୟ ବୃଦ୍ଧାଙ୍କର ମୃତଦେହ ଶୌଚାଳୟରୁ ଉଦ୍ଧାର ହୋଇଛି ।

ମିଳିଥିବା ସୂଚନା ଅନୁସାରେ ବୃଦ୍ଧା ଜଣକ ଜଳଗାଓ ସରକାରୀ ଡାକ୍ତରଖାନାରୁ ଜୁନ 2 ତାରିଖରୁ ନିଖୋଜ ଥିଲେ। ବୃଦ୍ଧାଙ୍କର ମୃତଦେହ ବୁଧବାର ଶୌଚାଳୟରୁ ଉଦ୍ଧାର ହୋଇଛି । ତେବେ ଏହି ଘଟଣାକୁ ନେଇ ପୋଲିସ କହିଛି, ବୃଦ୍ଧାଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା. ଏତଲା ହେବା ପରେ ଜୁନ 6 ତାରିଖରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା. ଏହି ଘଟଣା ନେଇ ପୁଲିସ ତଦନ୍ତ କରୁଛି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା ଉପରେ  ପ୍ରଶ୍ନ ଉଠିଛି । ସୂଚନାଯୋଗ୍ୟ ଭାରତରେ ସର୍ବାଧିକ କରୋନା ସଂକ୍ରମିତ ମାମଲା ମହାରାଷ୍ଟ୍ରରୁ ହିଁ ଆସିଛି । କରୋନା ଜନିତ ସର୍ବାଧିକ ମୃତ୍ୟୁ ମଧ୍ୟ ଏହି ରାଜ୍ୟରେ ଘଟୁଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବେକାବୁ କରୋନା :  ଗତ 24 ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ମୃତ୍ୟୁ

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ବେଶ୍‌ ସଂକଟଜନକ ସ୍ଥିତିରେ ରହିଛି । ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଇ ଚାଲିଛି ।  ସେହିପରି ଗତ ଚବିଶ ଘଣ୍ଟା ମଧ୍ୟରେ ଭାରତରେ ମୋଟ୍ 331 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 9987 ନୂଆ କରୋନା ମାମଲା ଆସିଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା 7 ହଜାର 466କୁ ବୃଦ୍ଧି ହୋଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 66 ହଜାର 598କୁ ବୃଦ୍ଧି ହୋଇଛି । ଆକ୍ଟିଭ୍‌ କେସ୍‌ 1 ଲକ୍ଷ 29 ହଜାର 917 ରହିଛନ୍ତି । ସୁସ୍ଥ ହୋଇଛନ୍ତି 1 ଲକ୍ଷ 29 ହଜାର 215 । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 88,528ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 3,169 ରହିଛି । ଗୁଜୁରାରେ ମୃତ୍ୟୁ ସଂଖ୍ୟା 1280, ଦିଲ୍ଲୀରେ 874, ମଧ୍ୟପ୍ରଦେଶରେ 414, ପଶ୍ଚିମବଙ୍ଗରେ 405ଜଣଙ୍କର ମୃତ୍ୟୁ ହୋଇଛି ।

କେଉଁ ରାଜ୍ୟରେ କିପରି ରହିଛି ସ୍ଥିତି :

ରାଜ୍ୟ ପଜିଟିଭ୍‌ ସୁସ୍ଥ ମୃତ
ମହାରାଷ୍ଟ୍ର 88528 40975 3169
ତାମିଲ୍‌ନାଡୁ 33229 17527 286
ଦିଲ୍ଲୀ 29943 11357 874
ଗୁଜୁରାଟ 20545 13956 1280
ଉତ୍ତରପ୍ରଦେଶ 10947 6344 283
ରାଜସ୍ଥାନ 10763 8004 246
ମଧ୍ୟପ୍ରଦେଶ 9638 6536 414
ପଶ୍ଚିମବଙ୍ଗ 8613 3465 405
କର୍ଣ୍ଣାଟକ 5760 2519 64
ବିହାର 5202 2499 31
ହରିୟାଣା 4854 2134 39
ଆନ୍ଧ୍ରପ୍ରଦେଶ 4851 2745 75
ଜମ୍ମୁ ଓ କାଶ୍ମୀର 4285 1324 45
ତେଲେଙ୍ଗାନା 3650 1710 137
ଓଡ଼ିଶା 2994 1993 9
ଆସାମ 2776 665 4
ପଞ୍ଜାବ 2663 2128 53
କେରଳ 2005 814 16
ଉତ୍ତରାଖଣ୍ଡ 1411 714 13
ଝାଡଖଣ୍ଡ 1256 519 7
ଛତିଶଗଡ 1160 308 4
ତ୍ରିପୁରା 838 192 0
ହିମାଚଳ ପ୍ରଦେଶ 421 227 5
ଗୋଆ 330 67 0
ଚଣ୍ଡୀଗଡ 317 273 5
ମଣିପୁର 272 58 0
ପୁଡୁୁଚେରୀ 127 52 0
ନାଗାଲାଣ୍ଡ 123 8 0
ଲଦାଖ 103 52 1
ଅରୁଣାଚଳ ପ୍ରଦେଶ 51 1 0
ମିଜୋରାମ 42 1 0
ମେଘାଳୟ 36 13 1
ଆଣ୍ଡାମାନ ନିକୋବର 33 33 0
ଦାଦ୍ରାନଗର ହାବେଳୀ 22 2 0
ସିକିମ୍‌ 7 0 0
Categories
ଆଜିର ଖବର ଜାତୀୟ ଖବର

ଆରବ ସାଗରରେ ଘନୀଭୂତ ହେଉଛି ଲଘୁଚାପ : ଜାଣନ୍ତୁ ପ୍ରଭାବିତ ହେବେ କେଉଁ କେଉଁ ରାଜ୍ୟ

ମୁମ୍ବାଇ : ନିକଟରେ ସାମୁଦ୍ରିକ ବାତ୍ୟା ଆମ୍ପାନ କାରଣରୁ ପଶ୍ଚିମବଙ୍ଗ ଓ ଓଡିଶା ଗଭୀର ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆରବ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଛି ଏହି ଲଘୁଚାପ । ଆସନ୍ତା 3 ତାରିଖ ସୁଦ୍ଧା ଏହି ସାମୁଦ୍ରିକ ବାତ୍ୟା ଗୁଜରାଟ ଏବଂ ମହାରାଷ୍ଟ୍ର ଛୁଇଁବାର ସମ୍ଭାବନା ରହିଛି । ଆସନ୍ତା କାଲି ଠାରୁ ଏହାର ପ୍ରଭାବରେ ଝଡ ବର୍ଷା ହେବା ସହିତ 3 ତାରିଖରେ ଏହା ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଭାରତରେ 1.5 ଲକ୍ଷ ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟକ 1.5 ଲକ୍ଷ ଅତିକ୍ରମ କରିଛି । ବୁଧବାର ସକାଳ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1,51,767ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା 4337ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 6387 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 170 ଜଣଙ୍କ ପ୍ରାଣହାନି ଘଟିଛି । ସେହିପରି ଦେଶରେ ସମୁଦାୟ 64,425 ଜଣ ସୁସ୍ଥ ହୋଇଥିବା ବେଳେ 83004ଟି ସକ୍ରିୟ ମାମଲା ରହିଛି । ମହାରାଷ୍ଟ୍ରରେ ଦେଶର ଏକ ତୃତୀୟାଂଶ ଆକ୍ରାନ୍ତ ବା 54758 ଆକ୍ରାନ୍ତ ରହିଥିବା ବେଳେ ତାମିଲନାଡୁରେ 17728 ଜଣ ଆକ୍ରାନ୍ତ ରହିଛନ୍ତି । ମହାରାଷ୍ଟ୍ରରେ 1792 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତାମିଲାନାଡୁରୋ 127 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା 14821 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 915 ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଭାରତରେ ଗୋଟିଏ ଦିନରେ ସର୍ବାଧିକ 6 ହଜାର 88 ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ :  ଦେଶରେ ଲକ୍ ଡାଉନ୍‌ ଚାଲିଥିବା ସତ୍ତ୍ବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା 1 ଲକ୍ଷ 18 ହଜାରରୁ ଅଧିକରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ 66,330 ଜଣ ଚିକିତ୍ସାଧୀନ ଥିବାବେଳେ 48,534 ଜଣ ସୁସ୍ଥ ହୋଇଛନ୍ତି। ତେବେ 3,583 ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 6,088 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 148ଜଣଙ୍କର ମୃତ୍ୟୁ ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 41ହଜାର 642ଜଣ ଆକ୍ରାନ୍ତ ହୋଇ ଥିବାବେଳେ 1ହଜାର 454ଜଣଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶରେ 270, ଗୁଜୁରାଟରେ 733, ପଶ୍ଚିମବଙ୍ଗରେ 259, ରାଜସ୍ଥାନରେ 151, ଦିଲ୍ଲୀରେ 194, ଉତ୍ତରପ୍ରଦେଶରେ 138, ଆନ୍ଧ୍ରପ୍ରଦେଶରେ 53, ତାମିଲନାଡୁରେ 94, ତେଲେଙ୍ଗାନାରେ 45, କର୍ଣ୍ଣାଟକରେ 41, ପଞ୍ଜାବରେ 39, ଜମ୍ମୁ-କାଶ୍ମୀରରେ 20, ହରିୟାଣାରେ 15, ବିହାରରେ 11, କେରଳରେ 4, ଝାଡଖଣ୍ଡରେ 3,ଓଡ଼ିଶାରେ 7, ଚଣ୍ଡୀଗଡରେ 3, ହିମାଚଳ ପ୍ରଦେଶରେ 3, ଆସାମରେ 4 ଓ ମେଘାଳୟରେ ଜଣଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଚୀନ୍‌କୁ ଟପିଲା ଭାରତ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା 85 ହଜାର 940ରେ ପହଞ୍ଚିଲା, ଦିନକରେ 103ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଚୀନ୍‌କୁ ଟପିଯାଇଛି । ଭାରତରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା 85 ହଜାର 940ରେ ପହଞ୍ଚିଛି । ଅପରପକ୍ଷରେ ଚୀନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 82 ହଜାର 933 ରହିଛି । ଯାହା ଭାରତ ଠାରୁ ତିନିଜ ହଜାର କମ୍‌ ରହିଛି । ବିଶ୍ବରରେ ସର୍ବାଧିକ କରୋନା ଆକ୍ରାନ୍ତ ମାମଲାରେ ଭାରତ ଏବେ 12ତମ ସ୍ଥାନରେ ରହିଛି ।

ସ୍ବାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ଗତ 24 ଘଣ୍ଟାରେ କରୋନା 103ଜଣଙ୍କ ଜୀବନ ନେଇଥିବାବେଳେ 3 ହଜାର 970 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 85,940 ରେ ପହଞ୍ଚିଛି। ଏବେ 53 ହଜାର 35 ଚିକିତ୍ସାଧୀନ ରହିଥିବାବେଳେ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି 30,153ଜଣ ।

ମହାରାଷ୍ଟ୍ରରେ ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ମହାରାଷ୍ଟ୍ରରେ ସର୍ବାଧିକ 29 ହଜାର 100 ଆକ୍ରାନ୍ତ ହେବା ସହ 1068 ଜଣଙ୍କ ମୃତ୍ୟୁ ହୋଇଛି। ଗୁଜୁରାଟରେ 606, ମଧ୍ୟପ୍ରଦେଶରେ 239ଜଣ, ପଶ୍ଚିମବଙ୍ଗରେ 225 ମୃତ, ରାଜସ୍ଥାନରେ 125, ଦିଲ୍ଲୀରେ 123 ଓ ତାମିଲନାଡୁରେ 71, ରାଜସ୍ଥାନରେ 125, ଉତ୍ତରପ୍ରଦେଶରେ 95, ଆନ୍ଧ୍ରପ୍ରଦେଶରେ 48, ପଞ୍ଜାବରେ 32, ତେଲେଙ୍ଗାନାରେ 34, କର୍ଣ୍ଣାଟକରେ 36, ବିହାରରେ 7, ଜମ୍ମୁକାଶ୍ମୀରରେ11, ହରିୟାଣାରେ 13, ଓଡ଼ିଶାରେ 3, କେରଳରେ 4, ଝାଡଖଣ୍ଡରେ 3, ଚଣ୍ଡୀଗଡରେ 3, ଆସାମରେ 2, ହିମାଚଳ ପ୍ରଦେଶରେ ତିନି, ମେଘାଳୟ ଓ ଉତ୍ତରାଖଣ୍ଡରେ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

24 ଘଣ୍ଟାରେ ଦେଶରେ କରୋନା ନେଲା 100 ଜୀବନ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ 81,970ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି 2649ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 27,919ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ 50 ହଜାରରୁ ଅଧିକ ଆକ୍ଟିଭ୍‌ କେସ୍‌ ରହିଛି । ଗତ 24 ଘଣ୍ଟାରେ 100ରୁ ଉର୍ଦ୍ଧ୍ବଙ୍କ ଜୀବନ ଯାଇଛି । ସେହିପରି 3967ଟି ନୂତନ ମାମଲା ଆସିଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 1019ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 586, ମଧ୍ୟପ୍ରଦେଶରେ 237, ପଶ୍ଚିମବଙ୍ଗରେ 213, ରାଜସ୍ଥାନରେ 125, ଦିଲ୍ଲୀରେ 115, ଉତ୍ତରପ୍ରଦେଶରେ 88, ଆନ୍ଧ୍ରପ୍ରଦେଶରେ 38, ତାମିନାଡୁରେ 6, ତେଲେଙ୍ଗାନାରେ 34, କର୍ଣ୍ଣାଟକରେ 35, ପଞ୍ଜାବରେ 32, ଜମ୍ମୁକାଶ୍ମୀରରେ 11, ହରିୟାଣରେ 11, ବିହାରରେ 7, କେରଳରେ 4, ଝାଡଖଣ୍ଡରେ 3, ଓଡ଼ିଶାରେ 3, ଚଣ୍ଡୀଗଡରେ 3, ହିମାଚଳ ପ୍ରଦେଶରେ 2, ଆସାମରେ 2 ଓ ମେଘାଳୟରେ ଜଣକର ମୃତୃୁ ଘଟିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 78 ହଜାର ଡେଇଁଲା, ମୃତ୍ୟୁ ସଂଖ୍ୟା 25 ଶହ ଟପିଲା

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ପ୍ରକୋପ ଜାରି ରଖିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା  78 ହଜାର ପାର ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 25 ଶହ ଟପିଛି ।

ଗତ 24 ଘଣ୍ଟାରେ ଦେଶରେ 3722 ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବା ବେଳେ 134 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି ।  ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 78 ହଜାର 003ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ 2549 ଜଣଙ୍କ ମୃତ୍ୟୁ ଘଟିଛି ।  ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 26,235ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 49, 219 ସକ୍ରିୟ ଅଛନ୍ତି।

ମହରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଦିଲ୍ଲୀ ଓ ଗୁଜୁରାଟରେ ମଧ୍ୟ ସ୍ଥିତି ଭୟଙ୍କର ରହିଛି । ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା 975କୁ ବୃଦ୍ଧି ହୋଇଛି । ମଧ୍ୟପ୍ରଦେଶରେ 232, ଗୁଜୁରାଟରେ 566, ଦିଲ୍ଲୀରେ 106, ତାମିଲନାଡୁରେ 64, ତେଲେଙ୍ଗାନାରେ 34, ଆନ୍ଧ୍ରପ୍ରଦେଶରେ 47, କର୍ଣ୍ଣାଟକରେ 33, ଉତ୍ତରପ୍ରଦେଶରେ 83, ପଞ୍ଜାବରେ 32, ପଶ୍ଚିମବଙ୍ଗରେ 207, ରାଜସ୍ଥାନରେ 121, ଜମ୍ମୁକାଶ୍ମୀରର 11, ହରିୟାଣାରେ 11, କେରଳରେ 4, ଝାଡଖଣ୍ଡରେ 3, ବିହାରରେ 7, ଓଡ଼ିଶାରେ 3, ହିମାଚଳ ପ୍ରଦେଶରେ 2, ମେଘାଳୟରେ ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟାରେ କରୋନା ଯୋଗୁଁ ମହାରାଷ୍ଟ୍ରରେ 54ଜଣଙ୍କ ମୃତ୍ୟୁ

ମୁମ୍ବାଇ :କରୋନା ଯୋଗୁଁ ମହାରାଷ୍ଟ୍ରର ସ୍ଥିତି ଜଟିଳ ହେବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 1495 ଜଣ ଆକ୍ରାନ୍ତ ହୋଇଥିବାବେଳେ 54 ଜଣଙ୍କ ମୃତ୍ୟ ଘଟିଥିବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 24 ଘଣ୍ଟାରେ ମୃତ୍ୟୁ ବରଣ କରିଥିବା 54 ଜଣଙ୍କ ମଧ୍ୟରେ ମୁମ୍ବାଇର 40 ଜଣ ରହିଥିବାବେଳେ ପୁଣେରୁ 6 ଜଣ, ଜଳଗାଓ୍ବରୁ 2, ସୋଲାପୁରରୁ 2, ଔରଙ୍ଗାବାଦରୁ 2, ବସଇଁ ବିରାର ଓ ରତ୍ନଗିରିରୁ ଜଣେ ଲେଖାଏଁ ରଖିଛନ୍ତି।  ମହାରାଷ୍ଟ୍ରରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା 975କୁ ବୃଦ୍ଧି ହୋଇଛି ।

ସେହିପରି ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା 25 ହଜାର ପାର୍‌ କରିଛି । ରାଜ୍ୟରେ ଏବେ ସର୍ବମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 25,922 ରହିଛି । ସେହିପରି କେବଳ ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା 15747 ରହିଛି । ସେହିପରି ଏପର୍ଯ୍ୟନ୍ତ ମୁମ୍ବାଇରେ 596ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ପୋଲିସ୍‌ଙ୍କ ଉପରେ ମଧ୍ୟ କରୋନା ପ୍ରଭାବ ପଡିଛି । ମୁମ୍ବାଇ ପୋଲିସର ଆଉ ଜଣେ ଅଧିକାରୀ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।  ସେହିପରି ମହାରାଷ୍ଟ୍ରରେ 5,547ଜଣ ସୁସ୍ଥ ହୋଇଛନ୍ତି । 2,98,213ଜଣଙ୍କୁ ହୋମ କ୍ବାରେଣ୍ଟିନ୍‌ରେ ରଖାଯାଇଥିବାବେଳେ 14, 627ଜଣଙ୍କୁ ବିଶେଷ ସୁବିଧା ଯୁକ୍ତର କ୍ବାରେଣ୍ଟିନ୍‌ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 70 ହଜାର ଟପିଲା, ଗତ 24 ଘଣ୍ଟାରେ 87ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତ ସଂଖ୍ୟା ସତୁରୀ ହଜାର ଅତିକ୍ରମ କରିଛି ।ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ  ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 3604ଟି ମାମଲା ସାମ୍ନାକୁ ଆସିଥିବାବେଳେ 87ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ସର୍ବମୋଟ୍‌ 70 ହଜାର 756ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି 46 ହଜାର 8 ଜଣ ଚିକିତ୍ସାଧୀନ ରହିଥିବାବେଳେ 22 ହଜାର 455 ଜଣ ସୁସ୍ଥ ହୋଇଛନ୍ତି ଓ 2293ଜଣଙ୍କର ମୃତ୍ୟୁ ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 23 ହଜାର 401 ଜଣ ଆକ୍ରାନ୍ତ ଥିବାବେଳେ 868ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି  ଗୁଜୁରାଟରେ 513, ମଧ୍ୟପ୍ରଦେଶରେ 221, ପଶ୍ଚିମବଙ୍ଗରେ190, ରାଜସ୍ଥାନରେ 113, ଦିଲ୍ଲୀରେ 73, ଉତ୍ତରପ୍ରଦେଶରେ 80, ଆନ୍ଧ୍ରପ୍ରଦେଶରେ 45, ତାମିଲନାଡୁରେ 53, ତେଲେଙ୍ଗାନାରେ 30, କର୍ଣ୍ଣାଟକରେ 31, ପଞ୍ଜାବରେ 31, ଜମ୍ମୁକାଶ୍ମୀରରେ 10, ହରିୟାଣାରେ11, ବିହାରରେ 6, କେରଳରେ 4, ଝାଡଣ୍ଡରେ 3, ଓଡ଼ିଶାରେ 3, ଚଣ୍ଡୀଗଡରେ 2, ହିମାଚଳ ପ୍ରଦେଶରେ 2, ଆସାମରେ 2 ଓ ମେଘାଳୟରେ ଜଣକର ମୃତ୍ୟୁ ହୋଇଛି ।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା 19 ହଜାର ଟପିଲା, ଆଉ 6 ପୋଲିସ୍‌ଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ

ମୁମ୍ବାଇ : ଦେଶରେ କରୋନା ସଂକ୍ରମଣର ମାମଲା ବଢିବାରେ ଲାଗିଛି । ମହାରାଷ୍ଟ୍ର ସର୍ବାଧିକ କରୋନା ଯୋଗୁଁ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରେ କରୋନା କହର ଥମିବାର ନାଁ ନେଉନାହିଁ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ 19 ହଜାର ପାର୍‌ କରିଛି । ସେହିପରି ଜେଜେ ପୋଲିସ୍‌ ଷ୍ଟେସନର ଆଉ 6 ଜଣ ପୋଲିସ୍‌ଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି ।

ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ ଏକ ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ଗତ 24 ଘଣ୍ଟାରେ ମହାରାଷ୍ଟ୍ରରେ 1089 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 24 ଘଣ୍ଟାରେ 37 ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଏବେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 19063ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 731ରେ ପହଞ୍ଚିଛି । ସେହିପରି 3470ଜଣ ସୁସ୍ଥ ହୋଇଛନ୍ତି ।

ମହାରାଷ୍ଟ୍ରର ମୁମ୍ବାଇ ସହର କରୋନା ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛି । ମୁମ୍ବାଇରେ ଗତ 24 ଘଣ୍ଟା ମଧ୍ୟରେ 748ଟି ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ 25 ଜଣଙ୍କ ମୃତ୍ୟୁ ହୋଇଛି । ମୁମ୍ବାଇରେ ଏପର୍ଯ୍ୟନ୍ତ କରୋନା ଯୋଗୁଁ 462ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ମହାରାଷ୍ଟ୍ରରେ ସୁରକ୍ଷ‌ କର୍ମୀମାନେ କରୋନା ଯୋଗୁଁ ସଂକ୍ରମିତ ହେଉଥିବା ଖବର ସାମ୍ନାକୁ ଆସୁଛି । ମୁମ୍ବାଇର ଜେଜେ ପୋଲିସ୍‌ ଷ୍ଟେସନରେ  ଆଉ 6 ଜଣ ପୋଲିସ୍‌  କରୋନା ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ଏହି ପୋଲିସ ଷ୍ଟେସନରୁ 34 ଜଣ ପୋଲିସ୍‌ ସଂକ୍ରମିତ ହୋଇଥିଲେ ।  ଏହି ପୋଲି୍ସ ଷ୍ଟେସନରେ ଅଧିକାଂଶ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍‌ କରାଯାଇଛି । (ଏଜେନ୍ସି)

 

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟାରେ କରୋନା ଯୋଗୁଁ ମହାରାଷ୍ଟ୍ରରେ 36ଜଣଙ୍କ ମୃତ୍ୟୁ, ଦେଶରେ ମୃତ୍ୟୁ ସଂଖ୍ୟା 1200 ଟପିଲା

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ କୋଭିଡ୍‌19ର 790ଟି ମାମଲା ସାମ୍ନାକୁ ଆସିଥିବାବେଳେ 36ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଲଗାତାର ଭାବରେ ବଢୁଥିବା କରୋନା ମାମଲା ଏବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୃତ୍ୟୁ ସଂଖ୍ୟା 521ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 12ହଜାର ଟପିସାରିଛି ।

ମହାରାଷ୍ଟ୍ରରେ କଣ୍ଟେନମେଣ୍ଟ, ହଟ୍‌ସ୍ପଟ୍‌ ଜୋନ୍‌ ଓ ଲକ୍‌ଡାଉନକୁ ଶକ୍ତ ରୂପେ ପାଳନ କରାଯିବା ପରେ ମଧ୍ୟ ଲଗାତାର ଭାବରେ ମାମଲା ବୃଦ୍ଧି ପାଉଛି । ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ 8351ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ଏଠାରେ ମୃତ୍ୟୁସଂଖ୍ୟା 332 ରହିଛି । ଗତ 24 ଘଣ୍ଟା ମଧ୍ୟରେ ମୁମ୍ବାଇରୁ 539 କରୋନା ମାମଲା ସାମ୍ନାକୁ ଆସିଛି ।

ରାଜ୍ୟରେ ଦୁଇ ହଜାର ଲୋକେ ସୁସ୍ଥ ହୋଇଥିବାବେଳେ ଏହି ସୁସ୍ଥ ଲୋକଙ୍କୁ ମଧ୍ୟ ଆଇସୋଲେଟ୍‌ରେ ରଖାଯାଉଛି । ମହାରାଷ୍ଟ୍ରରେ ଧାରାବୀ ଅଞ୍ଚଳରୁ ମାତ୍ର 2 ଦିନ ମଧ୍ୟରେ 127ଟି ମାମଲା ସାମ୍ନାକୁ ଆସିଛି । ଧାରାବୀରେ ଏପର୍ଯ୍ୟନ୍ତ 496ଜଣ ସଂକ୍ରମିତ ହୋଇଥିବାବେଳେ 18 ଜଣଙ୍କର ମୃତ୍ୟୁ ଘଟିଛି ।

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1223ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 37,776 ରହିଥିବାବେଳେ ବିଦେଶୀ 111ଜଣ ରହିଛନ୍ତି । ସେହିପରି 10,017ଜଣ ସୁସ୍ଥ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁ ସଂଖ୍ୟା 775କୁ ବୃଦ୍ଧି

ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ ଦେଶରେ 1429 ଜଣ ଆକ୍ରାନ୍ତ ହୋଇଥିବାବେଳେ 57 ଜଣଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 24 ହଜାର 506ଜଣ ଥିବାବେଳେ ସର୍ବମୋଟ ମୃତ୍ୟୁ ସଂଖ୍ୟା 775କୁ ବୃଦ୍ଧି ହୋଇଛି । ସେହିପରି ଚିକିତ୍ସାଧୀନ ରହିଛନ୍ତି 18 ହଜାର 668ଜଣ । ସୁସ୍ଥ ହୋଇଛନ୍ତି 5 ହାଜର 63ଜଣ । ମହାରାଷ୍ଟ୍ରରେ ସର୍ବାଧିକ 301ଜଣ ମୃତ୍ୟୁବରଣ କରିଥିବାବେଳେ ଆକ୍ରାନ୍ତ ହୋଇଛନ୍ତି 6816ଜଣ । ଗୁଜୁରାଟରେ ଦ୍ବିତୀୟ ସର୍ବାଧିକ 127ଜଣ ମୃତ୍ୟୁବରଣ କରିଥିବାବେଳେ ମଧ୍ୟପ୍ରଦେଶରେ 92, ଦିଲ୍ଲୀରେ 53ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ରାଜସ୍ଥାନରେ 32, ତାମିଲନାଡୁରେ 22, ଉତ୍ତରପ୍ରଦେଶରେ 25, ତେଲେଙ୍ଗାନାରେ 25, ଆନ୍ଧ୍ରପ୍ରଦେଶରେ 29, ପଶ୍ଚିମବଙ୍ଗରେ 18, କର୍ଣ୍ଣାଟକରେ 18,ଜମ୍ମୁକାଶ୍ମୀରରେ 5, କେରଳରେ ତିନି, ପଞ୍ଜାବରେ 17, ହରିୟାଣାରେ 3, ବିହାର, 2 ଓ ଓଡ଼ିଶା, ହିମାଚଳ ପ୍ରଦେଶ, ଆସାମ, ମେଘାଳୟରେ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ 552 ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ : ପୂରା ଦେଶ ଏବେ କରୋନା ସହ ଲଢେଇ କରୁଛି । ଏହି ମହାମାରୀ ଯୋଗୁଁ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ମହାରାଷ୍ଟ୍ରର ଭିନ୍ନ ଭିନ୍ନ ଅଞ୍ଚଳରେ ଗତ 24 ଘଣ୍ଟା ମଧ୍ୟରେ 552 ଜଣ ନୂତନ କରୋନା ରୋଗୀଙ୍କ ଚିହ୍ନଟ ହୋଇଛି । ସେହିପରି 12ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବମୋଟ୍‌ 223ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସାରା ଦେଶରେ କରୋନା ଜନିତ ମୃତ୍ୟୁ ଓ ସଂକ୍ରମଣରେ ମହାରାଷ୍ଟ୍ର ଆଗରେ ରହିଛି । ମହାରାଷ୍ଟ୍ରରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4200ରେ ପହଞ୍ଚିଥିବାବେଳେ ମୁମ୍ବାଇରେ 2724 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

ସୂଚନାଯୋଗ୍ୟ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 16 ହଜାର ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା 521ରେ ପହଞ୍ଚିଛି ।(ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

24 ଘଣ୍ଟାରେ ଦେଶରେ 34 ମୃତ, 909 ଆକ୍ରାନ୍ତ

ନୂଆଦିଲ୍ଲୀ : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 909ଟି ନୂତନ ମାମଲା ସାମ୍ନାକୁ ଆସିଛି । ଏଥିରେ 34ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 8356ରେ ପହଞ୍ଚିଥିବାବେଳେ କରୋନା ଆକ୍ଟିଭ୍‌ଙ୍କ ସଂଖ୍ୟା 7,367 ରହିଛନ୍ତି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 273ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 716ଜଣ । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ କରାଯାଇଛି ।  ମହାରାଷ୍ଟ୍ରରେ ଚବିଶ ଘଣ୍ଟାରେ 187ଟି ନୂଆ ମାମଲା  ଆସିଛି । ମହାରାଷ୍ଟ୍ରରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1700 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 127ରେ ପହଞ୍ଚିଛି । ସେହିପରି ମହାରାଷ୍ଟ୍ର ପଛକୁ ରହିଛି ଦିଲ୍ଲୀ । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 1000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 19ରେ ରହିଛି ।  ସେହିପରି ଗୁଜୁରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଓ ତେଲେଙ୍ଗାନାରେ ଆକ୍ରାନ୍ତଙ୍କ ସଂଖ୍ୟା 500 ଟପି ସାରିଛି ।

କେଉଁ ରାଜ୍ୟରେ କିପରି ରହିଛି ସ୍ଥିତି :

Categories
ଆଜିର ଖବର ଜାତୀୟ ଖବର

ତେଲେଙ୍ଗାନା ପରେ ମହାରାଷ୍ଟ୍ର ସରକାର ମଧ୍ୟ ଦରମା ହ୍ରାସ କରିବାର ନିଷ୍ପତ୍ତି ନେଲେ

ମୁମ୍ବାଇ : ଦେଶରେ ବ୍ୟାପିଥିବା କରୋନା ମହାମାରୀର ମୁକାବିଲା ନିମନ୍ତେ ମହାରାଷ୍ଟ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାୟକ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ଦରମା କାଟ କରାଯିବ । ସମ୍ପ୍ରତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ ରହିଥିବାବେଳେ ମୃତ୍ୟସଂଖ୍ୟା ମଧ୍ୟ ଅଧିକ ରହିଛି। ରାଜ୍ୟର ଏପରି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଦରମା ହ୍ରାସ ନେଇ ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମାର 60 ପ୍ରତିଶତ ହ୍ରାସ କରାଯିବ। ସେହିପରି ଏ ଓ ବି ସରକାରୀ କର୍ମଚାରୀଙ୍କ ଦରମାରୁ 50 ପ୍ରତିଶତ ହ୍ରାସ କରାଯିବ ଓ ସି ଶ୍ରେଣୀ କର୍ମଚାରୀଙ୍କ ଦରମାରୁ 25 ପ୍ରତିଶତ ହ୍ରାସ କରାଯିବ । ଏହି ଦରମା ହ୍ରାସରୁ ଗ୍ରୁପ୍‌ ଡି ଶ୍ରେଣୀ କର୍ମଚାରୀଙ୍କୁ ବାଦ୍‌ ରଖାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ 240ରୁ ଅଧିକ ଲୋକ କରୋନରେ ପୀଡ଼ିତ ଅଛନ୍ତି । ସେହିପରି ରାଜ୍ୟରେ 10 ଜଣ କରୋନା ଯୋଗୁଁ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ କରୋନା ପୀଡ଼ିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମୁମ୍ବାଇ ଓ ପୁଣେରୁ କରୋନ ସମ୍ପର୍କିତ ନୂଆ ମାମଲା ସାମ୍ନାକୁ ଆସିଛି । ପୂର୍ବରୁ ତେଲେଙ୍ଗାନାର କେସିଆର୍ ସରକାର କରୋନା ମୁକାବିଲା ପାଇଁ ଦରମା ହ୍ରାସ କରିବାର ନିଷ୍ପତ୍ତି ନେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର

ମାନବିକତାର ଉଦାହରଣ ସୃଷ୍ଟି କଲେ ଟ୍ରେନ୍‌ ଚାଳକ : ଆହତ ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ପଛୁଆ ଟ୍ରେନ୍‌ ଚଳାଇଲେ

ମହାରାଷ୍ଟ୍ର : ମହାରାଷ୍ଟ୍ରର ଜଲ୍‌ଗାଓ୍ବଁଠାରେ ମାନବତାର ଏକ ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି । ଭାରତୀୟ ରେଳ ବିଭାଗର ଲୋକୋ ପାଇଲଟ୍‌ ଓ ଗାର୍ଡଙ୍କ ମାନବିକତା ଏକ ଉଦାହରଣ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ ପ୍ୟାସେଞ୍ଜର୍‌ ଟ୍ରେନ୍‌ରୁ ଖସି ପଡି ଆହତ ହୋଇଥିବା ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଟ୍ରେନ୍‌ ଚାଳକ ଓ ଗାର୍ଡ ପଦକ୍ଷେପ ନେବା ସହିତ ଟ୍ରେନ୍‌କୁ ରୋକି ଦୁଇ କିଲୋମିଟର ପଛକୁ ଯାତ୍ରା କରି ଆହତଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଇଛନ୍ତି। ଘଟଣାଟି ଜଲ୍‌ଗାଓଁ ଜିଲ୍ଲାର ପାଚରା ଓ ମହେଜି ରେଲ୍‌ଓ୍ବ ଷ୍ଟେସନ୍‌ ମଧ୍ୟରେ ହୋଇଥିବାର ସୂଚନା ରହିଛି । ଦେବଲାଲୀ-ଭୁସାବଲ୍‌ ପାସେଞ୍ଜର୍‌ ଟ୍ରେନ୍‌ ଷ୍ଟେସନ୍‌ ତରଫରୁ ଆସୁଥିବାବେଳେ ଟ୍ରେନ୍‌ର ଗାର୍ଡ ଜଣକ ଯାତ୍ରୀଙ୍କ ଖସି ପଡ଼ିବା ନେଇ ଟ୍ରେନ୍‌ ଚାଳକଙ୍କୁ ସୂଚନା ଦେଇଥିଲେ । ସୂଚନା ମିଳିବା କ୍ଷଣି ଟ୍ରେନ୍‌ ଚାଳକ ଟ୍ରେନ୍‌କୁ ରୋକିବା ସହିତ ଦୁଇ କିଲୋମିଟର ପର୍ଯ୍ୟନ୍ତ ଟ୍ରେନ୍‌କୁ ପଛକୁ ନେଇଥିଲେ । ପରେ ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ସାହାଯ୍ୟରେ ଚିକିତ୍ସାକେନ୍ଦ୍ରକୁ ନିଆଯାଇଥିଲା ।  ରେଳବାଇ ନିୟମ ଅନୁସାରେ ଟ୍ରେନ୍‌କୁ ପଛକୁ ନେବା ପାଇଁ ଟ୍ରେନ୍‌ ଚାଳକକୁ ଅନୁମତି ମିଳିଥାଏ । ଯାତ୍ରୀଙ୍କ ଜୀବନ ବଞ୍ଚାଇ ଥିବାରୁ ସମ୍ପୃକ୍ତ ଟ୍ରେନ୍‌ ଚାଳକ ଓ ଗାର୍ଡଙ୍କୁ ସମ୍ମାନିତ କରାଯିବ ।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ : ଅଜିତ୍‌ ପଓ୍ବାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଏବଂ ଆଦିତ୍ୟଙ୍କୁ କ୍ୟାବିନେଟ୍‌ ପଦବୀ

ମୁମ୍ବାଇ,30/12 : ମହାରାଷ୍ଟ୍ର କ୍ୟାବିନେଟ୍‌ର ପ୍ରଥମ ସମ୍ପ୍ରସାରଣରେ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏନ୍‌ସିପି ନେତା ଅଜିତ୍‌ ପଓ୍ବାର । ଏହା ସହିତ ଓ୍ବର୍ଲି ଆସନରୁ ବିଜୟୀ ହୋଇଥିବା ଶିବସେନାର ଆଦିତ୍ୟ ଠାକ୍‌ରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣର ଏକ ମାସ ପରେ ଉଦ୍ଧବ ଠାକ୍‌ରେ ନିଜର କ୍ୟାବିନେଟ୍‌ ସମ୍ପ୍ରସାରଣ କରିଥିବା ବେଳେ 36 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏନ୍‌ସିପି ଏବଂ ଶିବସେନାର 13 ଜଣ ଲେଖାଏଁ ମନ୍ତ୍ରୀ ଶପଥ ଗ୍ରହଣ କରିଥିବା ବେଳେ କଂଗ୍ରେସର 10 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହା ସହିତ ଦ୍ବିତୀୟ ଥର ପାଇଁ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ପୂର୍ବରୁ ବିଜେପି ସହିତ 80 ଘଣ୍ଟା ପାଇଁ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ ଅଜିତ୍‌ । ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ସମସ୍ତ ମନ୍ତ୍ରୀ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ : ଆଦିତ୍ୟ ଠାକ୍‌ରେଙ୍କୁ ମିଳିପାରେ ମନ୍ତ୍ରୀପଦ

ମୁମ୍ବାଇ,30/12 : ମହାରାଷ୍ଟ୍ର କ୍ୟାବିନେଟ୍‌ର ପ୍ରଥମ ସମ୍ପ୍ରସାରଣ ଆଜି ଅନୁଷ୍ଠିତ ହେବାକୁ ଯାଉଛି । ଏନ୍‌ସିପି ନେତା ଅଜିତ୍‌ ପଓ୍ବାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଥିବା ବେଳେ ଆଦିତ୍ୟ ଠାକ୍‌ରେଙ୍କୁ ପକ୍ରଥମ ଥର ପାଇଁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି । ମହାରାଷ୍ଟ୍ର ବିଧାନସଭାରେ ସୋମବାର ଦିନ 1.00ଟାରେ ପ୍ରଥମ ସମ୍ପ୍ରସାରଣ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ, 14 ଜଣ ଏନ୍‌ସିପି ଏବଂ 12 ଜଣ କଂଗ୍ରେସ ନେତା ଶପଥ ଗ୍ରହଣ କରିବାର ଥିବା ବେଳେ ଉଭୟ ଦଳରୁ 10 ଜଣ ନେତାଙ୍କୁ କ୍ୟାବିନେଟ୍‌ ପାହ୍ୟା ପ୍ରଦାନ କରାଯିବ । ଏନ୍‌ସିପିର ଅଜିତ୍‌ ପଓ୍ବାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । (ଏଜେନ୍ସୀ)

Categories
ବିଶେଷ ଖବର

ସାତ ମାସରେ ବିଜେପି ହାତରୁ ଗଲା ଦୁଇ, ରହିଲା ଅଧା

ସମୀକ୍ଷା ବ୍ୟୁରୋ

୨୦୧୯ ଲୋକସଭାରେ ବହୁମତ ପାଇଥିଲେ ବି ରାଜ୍ୟରେ ବେଶ୍‌ ଦୁର୍ବଳ ହେବାରେ ଲାଗିଛି ଭାରତୀୟ ଜନତା ପାର୍ଟି। ୨୦୧୯ ମଇ ୨୩ତାରିଖରେ ଲୋକସଭା ନିର୍ବାଚନ ପରିଣାମରେ ବିଜେପି ଐତିହାସିକ ବିଜୟ ପାଇଥିବାବେଳେ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ମହାରାଷ୍ଟ୍ରରେ ବିଜେପି ଜିତିକରି ମଧ୍ୟ ସହଯୋଗୀଙ୍କ ଆସ୍ଥା ଜିତି ନପାରି ସେଠି ସରକାର ଗଢିବାରେ ଅସମର୍ଥ ରହିଲା। ସେହିପରି ହରିୟାଣରେ ସହଯୋଗୀ ବଳରେ ସରକାର ଗଢିଲା। କିନ୍ତୁ ଝାଡଖଣ୍ଡରେ ବିଜେପିକୁ ଏକ ବଡ ଝଟ୍‌କା ମିଳିଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ବହୁମତ ସହିତ ଜେଏମ୍‌ଏମ୍‌-କଂଗ୍ରେସ -ଆରଜେଡି ମେଣ୍ଟ ବହୁମତ ସହିତ ସରକାର ଗଠନ କରିବାକୁ ଯାଉଛି। ଏହା ସହିତ ଝାଡଖଣ୍ଡରେ ବିଜେପିକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି।

ଝାଡଖଣ୍ଡର ୮୧ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ୫ଟି ପର୍ଯ୍ୟାୟରେ ହୋଇଥିବାବେଳେ ଏହାର ପରିଣାମ ଆଜି ଆସିବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା  ଓ କଂଗ୍ରେସର ମହାମେଣ୍ଟ ନିଜ ଦମ୍‌ରେ ସରକାର ଗଢିବାକୁ ସମର୍ଥ ହେଉଥିବା ବେଳେ ଆରମ୍ଭରୁ ବିଜେପି ପଛୁଆ ରହିଛି। ଲୋକସଭା ନିର୍ବାଚନ ପରେ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ମିଳିଚାଲିଛି।

୨୦୧୯ ଅକ୍ଟୋବର ମାସରେ ମହାରାଷ୍ଟ୍ର ଓ ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରଥମ ଝଟ୍‌କା ମିଳିଥିଲା ବିଜେପିକୁ। ଏହି ଦୁଇ ରାଜ୍ୟ ବିଜେପି ଶାସିତ ରାଜ୍ୟ ରହିଥିଲା। ମହାରାଷ୍ଟ୍ରରେ ବିଜେପି ଶିବସେନା ସହ ସରକାର ଚଳାଉଥିବାବେଳେ ହରିୟାଣାରେ ପୂର୍ଣ୍ଣ ବହୁମତରେ ସରକାର ଚଳାଉଥିଲା। କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ହରିୟାଣାରେ ବିଜେପିକୁ ସରକାର ଗଢିବା ପାଇଁ ଅନ୍ୟ ଦଳର ସାହାରା ନେବାକୁ ପଡ଼ିଲା। ସେହିପରି ୨୮୧ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ବୃହତ ଦଳ ଭାବେ ବିଜେପି ୧୦୫ଟି ଆସନ ଜିତିଥିବାବେଳେ ସହଯୋଗୀ ଦଳ ଶିବସେନାର ଆସ୍ଥାଭାଜକ ହୋଇନପାରି ମହାରାଷ୍ଟ୍ରକୁ ମଧ୍ୟ ନିଜ ହାତରୁ ଖସାଇବାକୁ ପଡ଼ିଥିଲା। ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଏହି ଦୁଇ ସହଯୋଗୀ ଦଳ ମଧ୍ୟରେ ବୁଝାମଣା ହୋଇନପାରିବାରୁ ଶିବସେନା କଂଗ୍ରେସ ଓ ଏନ୍‌ସିପି ସହ ମିଶି ସରକାର ଗଠନ କରିବାରେ ସମର୍ଥ ହେଲା। ମହାରାଷ୍ଟ୍ର ପରି ଏକ ବଡ଼ ରାଜ୍ୟ ବିଜେପି ହାତରୁ ଖସି ଯାଇଥିଲା। ସେହିପରି ହରିୟାଣାରେ ବିଜେପିକୁ ବହୁମତ ମିଳି ନପାରିବାରୁ ଜେଜେପି ସମର୍ଥନ ସରକାର ଗଢିବାରେ ଯଦିଓ ସମର୍ଥ ହେଲା, କିନ୍ତୁ ବିଜେପି ଏଠାରେ ଫୁଲ୍‌ ନୁହେଁ ବରଂ ଅଧା ସରକାର କରିବା ପାଇଁ ବାଧ୍ୟ ହେଲା।

ଝାଡଖଣ୍ଡରେ ବିଜେପିକୁ ଜନତା କଲେ ଫୁଲ୍‌ ଆଉଟ୍‌

ହରିୟାଣାରେ ମେଣ୍ଟ କରି ନିଜ ସତ୍ତା ବଂଚାଇଥିବାବେଳେ ଝାଡଖଣ୍ଡରେ କିନ୍ତୁ ବିଜେପିକୁ ସମର୍ଥନ ମିଳିପାରିନାହିଁ। ମିଳିଥିବା ସୂଚନା ଅନୁସାରେ ଜେଏମଏମ୍‌-କଂଗ୍ରେସ-ଆରଜେଡିର ମହାମେଣ୍ଟ ବିଜୟୀ ହେବାକୁ ଯାଉଛନ୍ତି।

ବିଗତ ୭ ମାସ ମଧ୍ୟରେ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ମିଳି ଚାଲିଛି।  ରାମମନ୍ଦିର, ଧାରା ୩୭୦ ଉଛେଦ, ସିଏଏ, ଏନ୍‌ଆରସି ପରି କିଛି ବି ପ୍ରସଙ୍ଗ ବିଜେପି ପାଇଁ ଲକି ସାବ୍ୟସ୍ତ ହେଲା ନାହିଁ। ମହଙ୍ଗା ଓ ବେରୋଜଗାରୀ ମାଡ଼ରେ ବିଜେପିର ସତ୍ତା ଆଜି ଦୁର୍ବଳ। କେବଳ ଭାଷଣବାଜି ନ କରି ଜନସାଧାରଣଙ୍କ ଆସ୍ଥା ଭାଜନ ତଥା ଭାରତୀୟ ଅର୍ଥନୀତିରେ ସୁଧାର ପାଇଁ ପ୍ରୟାସ କରିବା ଏବେ ବିଜେପି ପାଇଁ ଏକମାତ୍ର ବିକଳ୍ପ।

 

Categories
ଆଜିର ଖବର

ସିଏଏ ଆନ୍ଦୋଳନ : ମହାରାଷ୍ଟ୍ରରେ ଶାନ୍ତି ବଜାୟ ରଖିବାକୁ ଉଦ୍ଧବଙ୍କ ନିବେଦନ

ମୁମ୍ବାଇ,19/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶରେ ଆନ୍ଦୋଳନ ଚାଲିଥିବା ବେଳେ ମହାରାଷ୍ଟ୍ରରେ ଶାନ୍ତି ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ନିବେଦନ କରିଛନ୍ତି । ଏହି ଆଇନକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ବିଭିନ୍ନ ମୁସଲିମ୍‌ ସମ୍ପ୍ରଦାୟର ମୁଖ୍ୟଙ୍କ ସହିତ ଉଦ୍ଧବ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ସହିତ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ । ବିଭିନ୍ନ ବିରୋଧୀ ଦଳର ନେତା ରାଷ୍ଟ୍ରପତିଙ୍କୁ ଭେଟି ସିଏଏ ପ୍ରତ୍ୟାହାର ପାଇଁ ଅନୁରୋଧ କରିବା ପରେ ଉଦ୍ଧବ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହିତ ଜାମିଆ ବିଶ୍ବ ବିଦ୍ୟାଳୟରେ ଆକ୍ରମଣକୁ ଉଦ୍ଧବ ନିନ୍ଦା କରିଥିଲେ । (ଏଜେନ୍ସୀ)