Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ଓଡ଼ିଶା ଷ୍ଟାର୍ଟଅପ୍‌ ଟାସ୍କ ଫୋର୍ସ ପକ୍ଷରୁ ୧.୫୩ କୋଟି ମଞ୍ଜୁର

ଭୁବନେଶ୍ୱର: ଷ୍ଟାର୍ଟଅପ୍‌ ଓଡ଼ିଶା ଟାସ୍କ ଫୋର୍ସ ରାଜ୍ୟରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମର ବିକାଶ ଦିଗରେ ୨୩ଟି ଷ୍ଟାର୍ଟଅପ୍‌କୁ ୧.୫୩ କୋଟି ଟଙ୍କା ଏବଂ ୨ଟି ଇନକ୍ୟବେଟରକୁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛି।

ଓଡ଼ିଶା ଷ୍ଟାର୍ଟଅପ୍‌ ନୀତି ୨୦୧୬ ଅଧାରରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ନିମନ୍ତେ ଏସିଏସ, ଏମ୍‌ଏସ୍‌ଏମ୍‌ଇ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଏହି ପ୍ରୋତ୍ସାହନ ଷ୍ଟାର୍ଟଅପ୍‌ଗୁଡ଼ିକୁ ସେମାନଙ୍କର ଉତ୍ପାଦର ବିକାଶ ଏବଂ ଏହାକୁ ବଜାରକୁ ନେବାରେ ସାହାଯ୍ୟ କରିବ କହିଥିଲେ । ଏଥି ସହିତ ଷ୍ଟାର୍ଟଅପ୍‌ ଓଡ଼ିଶାକୁ ଷ୍ଟାର୍ଟଅପ୍‌ ପର୍ଯ୍ୟନ୍ତ ବିସ୍ତାରିତ ଆର୍ଥିକ ସହାୟତା ସୁବିଧା ସଂଖ୍ୟା ୨୬୯କୁ ବୃଦ୍ଧି ପାଇଛି ବୋଲି ସେ ପ୍ରକାଶ କରିଥିଲେ ।

ଯେଁଉ ଷ୍ଟାର୍ଟଅପ୍‌ଗୁଡ଼ିକ ଏହି ଅର୍ଥରୁ ଲାଭଦାୟକ ହେବେ ସେଗୁଡ଼ିକ ମଧ୍ୟରେ ଏୟୁୟୁଏମ୍‌ ପ୍ଲାଟଫର୍ମ ଯାହା ଏସୱାସନର ନାମକ ପିପିଇ କିଟ୍‌ର ଏକ ଅଭିନବ ମଡେଲ୍‌ ଉପରେ କାର୍ଯ୍ୟ କରୁଛନ୍ତି, ସେହିଭଳି ଅମଳ ପରବର୍ତ୍ତୀ ବୈଷୟିକ ଉପରେ କାର୍ଯ୍ୟ କରୁଥିବା ମାଟି ଫାର୍ମସ୍‌ ନାମକ ଷ୍ଟାର୍ଟଅପ୍‌ ଉତ୍ପାଦ ବିକାଶ ଏବଂ ମାର୍କେଟିଂ ସହାୟତା ଦିଗରେ ସରକାରଙ୍କଠାରୁ ଆର୍ଥିକ ସହାୟତା ପାଇଥିଲେ, ଓଡିକାଷ୍ଟ ଡିଜିଟାଲ୍‌ ଭାରତର ସର୍ବବୃହତ ସ୍ୱାସ୍ଥ୍ୟ ମିଡିଆ ନେଟୱାର୍କ ଉପରେ କାମ କରନ୍ତି, ଟିଏସ୍‌ ଓରିଜିନାଲ୍ସ ପିଭିଟି ଲିମିଟେଡ୍‌ ବିକାଶ ଉପରେ ଧ୍ୟାନ ଦେଇ ସ୍ୱଦେଶୀ, ସମସ୍ତ ହାତରେ ମିଶ୍ରିତ, ହର୍ବାଲ୍‌ ଚା ଉତ୍ପାଦନ କରନ୍ତି।

ସେହିପରି କୋଡିଗେରାଓ ଇନନୋଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାନୋପାର୍ଟିକାଲ୍‌ ସହିତ ଜୈବିକ ବ୍ୟବହାର କରି ସୂତା ଉତ୍ପାଦନ କରୁଛି, ମିଓର୍ଗ୩୬୦ ଇନୋଭେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୱାନ୍‌ ଷ୍ଟପ୍‌, ମାଗଣା କ୍ଲାଉଡ୍‌-ଆଧାରିତ ମାନବ ସମ୍ବଳ ସଫଫେୱୟାର୍‌ ଯାହା ନିଯୁକ୍ତି, ଦକ୍ଷତା, ଅନୁପାଳନ, ବେତନ ଏବଂ ଅନ୍ୟାନ୍ୟ ସେବା ଯୋଗାଉଛି, କ୍ଲାଭିକଫର ଏକାଡେମୀ, ଶିକ୍ଷା ବୈଷୟିକ ଷ୍ଟାର୍ଟଅପ୍‌ ଏଆଇ-ଆଧାରିତ ପରାମର୍ଶ ଏବଂ ମାର୍ଗଦର୍ଶନ ପ୍ଲାଟଫର୍ମ ପ୍ରସ୍ତୁତ କରୁଅଛି ।

ଅନ୍ୟ ଷ୍ଟାର୍ଟଅପ୍‌ଙ୍କ ମଧ୍ୟରେ ଆଇଓନୋକ୍ସ ସଫଫେୱୟାର୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଏମ୍‌ପିବିଏସ୍‌ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଡିଜାଇନ୍‌ ଏଲ୍‌ଏଲ୍‌ପି, ଥିଙ୍କ୍‌-ଜେନିକ୍ସ ବାୟୋଟେକ୍‌, ପ୍ୟìରିପେଟାଲ୍‌ ଆଲାଏନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ପ୍ରାୟଓରିଟିଜ୍‌ ମେଡ୍‌ ଇଜି ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ , ଲାପି ସ୍ୱାସ୍ଥ୍ୟ କେୟାର୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ୫ଷ୍ଟାର୍‌ ଅପ୍ନିସେବା ପ୍ରାଇଭେଟ୍‌ ଲିମିଟେଡ୍‌, କୋଏଲ୍‌ ଫ୍ରେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ୟୋଶିନୋ ଏନର୍ଜି ପ୍ରାଇଭେଟ୍‌ ଲିମିଟେଡ୍‌, ୱେଟୁୱର୍ଥ ଏଲ୍‌ ପି, ହଳଦୀ ତତ୍ତ୍ୱ ପ୍ରାଇଭେଟ୍‌ ଲିମିଟେଡ୍‌, କିଓମସ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ କେଡଟେକ୍ମାଟିକ୍‌ ଟେକ୍ନୋଲୋଜିସ୍‌ ।

ସ୍ଥାୟୀ ଜୀବନଶୈଳୀ, ଜୈବସାର, ଜୈବଖାଦ୍ୟ, ଇଭି ଯାନ, ଏଆର /ଭିଆର ଉପରେ କାର୍ଯ୍ୟ କରୁଥିବା ଅନ୍ୟ ଷ୍ଟାର୍ଟଅପ୍‌ ଓଏସପି ୨୦୧୬ ଅଧୀନରେ ଆର୍ଥିକ ପ୍ରୋତ୍ସାହନ ପାଇଥିଲା ।
ଏହି ବୈଠକରେ ଶ୍ରୀ ବିଭୁତି ଭୂଷଣ ଦାଶ, ସ୍ୱତନ୍ତ୍ର ସଚିବ, ଏମ୍‌ଏସ୍‌ଏମ୍‌ଇ ବିଭାଗ, ସାଦିକ୍‌ ଆଲାମ, ଶିଳ୍ପ ନିର୍ଦ୍ଦେଶକ, ଶ୍ରୀମତୀ ସ୍ମିତା ରାଉତ, ଅର୍ଥ ବିଭାଗର ଉପସଚିବ, ରଜେନ୍‌ ପାଢ଼ୀ, ୟୁସିସିଆଇ, ଜୟଶ୍ରୀ ମହାନ୍ତି, ଲୁମିନୌସ ଇନ୍‌ଫାେୱସ୍‌, ଶ୍ରୀ ଐଶକାନ୍ତ ମହାନ୍ତି, ଏମ୍‌ଡି, ତତୱା ଟେକ୍ନୋଲୋଜି, ଡକଫର ଏସ ଏମ ମୁସ୍ତାକିମ, ଆଇଏମଏମଟି ଭୁବନେଶ୍ୱର ଏବଂ ଡକଫର ସଂଯୁକ୍ତା ବଢ଼ାଇ, ଇଭାନ୍‌ଜେଲିଷ୍ଟ, ଷ୍ଟାର୍ଟଅପ୍‌ ଓଡ଼ିଶା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

୧୫ଟି ଷ୍ଟାର୍ଟ ଅପ୍‌ ଏବଂ ଇନକ୍ୟୁବେଟର୍ସ ପାଇଁ ୧.୨୩ କୋଟିି ଟଙ୍କା ପ୍ରଦାନ, ଜାଣନ୍ତୁ କଣ ରହିଛି ଏଥିରେ

ଭୁବନେଶ୍ୱର, ରାଜ୍ୟର ୧୫ଟି ଷ୍ଟାର୍ଟ ଅପ୍‌ ଓ ଗୋଟିଏ ଇନକ୍ୟୁବେଟର୍ସ ନିମନ୍ତେ ଷ୍ଟାର୍ଟ ଅପ୍‌ ଓଡ଼ିଶା ଟାସ୍କ ଫୋର୍ସ ସହାୟତା ରାଶି ଭାବେ ୧.୨୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ eସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭର୍ଚୁଆଲ୍‌ ବୈଠକରେ ଏହା ଘୋଷଣା କରାଯାଇଛି । ଏହି ଅର୍ଥ ଓଡ଼ିଶା ଷ୍ଟାର୍ଟ ଅପ୍‌ ପଲିସି ଅଧୀନରେ ସ୍ୱୀକୃତି ଓ ପ୍ରୋତ୍ସାହନ ଭାବେ ପ୍ରଦାନ କରାଯାଇଛି ।

ମିରାକୁ୍ୟଲେସ୍‌ ମେଡ୍‌ ସଲୁ୍ୟସନ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନନ୍ୟ ରକ୍ତ ଜମାଟକାରୀ ପାଉଡର। ପ୍ରସ୍ତୁତକାରୀଙ୍କ ଦାବି ଯେ ଏହି ପାଉଡର ଆଘାତ ପ୍ରାପ୍ତ ବ୍ୟକ୍ତିଙ୍କ ରକ୍ତ ଜମାଟ ୪୦ ସେକେଣ୍ଡ ମଧ୍ୟରେ ହୋଇପାରିବ। ଏହି ବିକଶିତ ବୈଷୟିକ ଜ୍ଞାନକୌଶଳ ଉପରେ ଟାସ୍କ ଫୋର୍ସ କମିଟର ସଦସ୍ୟମାନେ ଖୁସି ବ୍ୟକ୍ତ କରିଥିଲେ। ଏହି ଷ୍ଟାର୍ଟ ଅପ୍‌ ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ ହୋଇଛି ଏବଂ ଏହା ବଜାରରେ ଉପଲବ୍ଧ ହେବା ପୂର୍ବରୁ ୟୁଏସ୍‌ଏଫ୍‌ଡିଏ ଦ୍ୱାରା ସ୍ୱୀକୃତି ଲାଭ କରିବାର ଲକ୍ଷ୍ୟ ରଖିଛି ।

ଅନ୍ୟ ବିକଶିତ ଯନ୍ତ୍ରାଂଶ ମଧ୍ୟରେ ଦୀର୍ଘ ସମୟ କ୍ୟୁରେଟର ଆଗରେ ବସୁଥିବା ବ୍ୟକ୍ତିଙ୍କ ବସିବା ମୁଦ୍ରାରେ ସୁଧାର ଆଣିବା ଯନ୍ତ୍ର, ସାନିଟାରୀ ନାପ୍‌କିନ୍‌ର ସୌରଶକ୍ତିରେ ଶୁଖାଇବା ଯନ୍ତ୍ର ଏବଂ ଧାନ କୁଣ୍ଡାରୁ ପ୍ରୋଟିନ୍‌ ପ୍ରସ୍ତୁତ ଆଦି ରହିଛି । ଏଥି ସହିତ ଟାସ୍କ ଫୋର୍ସ ଅନ୍ୟ ଚାରୋଟି ଶିକ୍ଷାନୁଷ୍ଠାନକୁ ଓଡ଼ିଶା ଷ୍ଟାର୍ଟ ଅପ୍‌ ପଲିସି ଅଧୀନରେ ସ୍ୱୀକୃତି ପ୍ରଦାନ କରିଛି । ଏଥିରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ସିପେଟ୍‌, ଏଆଇସି ନାଳନ୍ଦା ଏବଂ ଏଆଇସି ସିଭିରମଣ ଅନ୍ତର୍ଭୁକ୍ତ । ଏହି ନୂତନ ଇନ୍‌କୁ୍ୟବେଟର୍ସ ବ୍ୟତୀତ ଷ୍ଟାର୍ଟ ଅପ୍‌ ଓଡ଼ିଶା ଉପକ୍ରମ ଅଧୀନରେ ୧୭ଟି ଇନ୍‌କୁ୍ୟବେଟର୍ସ ପଞ୍ଜୀକୃତ ହୋଇ ଏହା ରାଜ୍ୟର ଷ୍ଟାର୍ଟଅପ୍‌ ଇକୋ-ସିଷ୍ଟମ୍‌କୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପ୍ରକାରେ ଟାସ୍କଫୋର୍ସ କାର୍ଯ୍ୟ କରିବା ସହ ଓଡ଼ିଶାକୁ ଦେଶର ପ୍ରଥମ ତିନୋଟି ଷ୍ଟାର୍ଟଅପ୍‌ ମଧ୍ୟରେ ସ୍ଥାନିତ କରି ପାରିବା ବୋଲି ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଷ୍ଟାର୍ଟ ଅପ୍‌ ଉପକ୍ରମ ଅଧୀନରେ ଏଯାବତ୍‌ ୬୮୪ ଗୋଟି ଷ୍ଟାର୍ଟଅପ୍‌ ଏବଂ ୧୭ଟି ଇନ୍‌କୁ୍ୟବେଟର୍ସ ପଞ୍ଜୀକୃତ ହୋଇ ପାରିଛି । ଷ୍ଟାର୍ଟଅପ୍‌ ଉପଯୋଗୀ ବାତାବରଣ ଏବଂ ରାଜ୍ୟ ସରକାରଙ୍କ ପ୍ରଭାବୀ ଶିଳ୍ପନୀତି ଯୋଗୁଁ ୨୦୧୮ ମସିହାରେ ଭାରତ ସରକାରଙ୍କ ଦ୍ୱାରା ଷ୍ଟାର୍ଟଅପ୍‌ ରାଙ୍କିଂରେ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ଅର୍ଜନ କରି ପାରିଥିଲା।

ଆଜିର ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ସଂଜୟ କୁମାର ସିଂ, ଶିଳ୍ପ ନିର୍ଦ୍ଦେଶକ ଜି. ରେଘୁ, ସିଇଓ ଓକାକ୍‌, ନିର୍ଦ୍ଦେଶକ ଏସ୍‌ଟି ପିଆଇ ଏବଂ ଅଧ୍ୟକ୍ଷ, ଟିଆଇଇ, ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ ।