Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପୁଣି ପ୍ରଚାରରେ ଓଡିଶା ଆସିବେ ରାହୁଳ ଗାନ୍ଧୀ, ଏଥର ରାୟଗଡାରେ କରିବେ ଗର୍ଜ୍ଜନ

ଭୁବନେଶ୍ବର: ପୁଣି ଥରେ ଓଡିଶା ଆସିବେ କଂଗ୍ରେସ ନେତା ରାହୁଳ ଗାନ୍ଧୀ। ନିକଟରେ ରାହୁଳ ଓଡିଶା ଆସି ସାଲେପୁର ଜନସମାବେଶରେ ଯୋଗଦେଇଥିଲେ। ଏଥିରେ କଂଗ୍ରେସ ନେତା ଓ କର୍ମି ବେଶ ଉତ୍ସାହିତ ହୋଇପଡିଥିଲେ। ତାହାକୁ ଲକ୍ଷ୍ୟ ରଖି ରାହୁଳଙ୍କ ଓଡିଶା ଗସ୍ତକୁ ପୁଣି ଥରେ ନିର୍ଦ୍ଧାରିତ କରାଯାଇଛି।

କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଅନୁସାରେ ରାହୁଳ ଆସନ୍ତା 3 ତାରିଖରେ ଓଡିଶା ଆସିବେ। ସେ ଏଥର ରାୟଗଡା ସମାବେଶରେ ଯୋଗଦେବେ। ଏଥିପାଇଁ କଂଗ୍ରେସ ଶିବିର ପୁଣି ଥରେ ଚଳଚଞ୍ଚଳ ହୋଇ ଉଠିଛି। ସେତିକି ନୁହେଁ ଆସନ୍ତା 5 କିମ୍ବା 9 ତାରିଖରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶା ଆସିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।