Categories
ବିଶେଷ ଖବର ସ୍ବାସ୍ଥ୍ୟ

ଉଚ୍ଚ ମାନର ଉପକରଣ ସହ ସୋଆରେ ନିର୍ମିତ ହେଲା କୋଭିଡ19 ହସପିଟାଲ, 5ଟି ସଚିବ ପାଣ୍ଡିୟାନଙ୍କ ପ୍ରଶଂସା

ଭୁବନେଶ୍ୱର : ମହାମାରୀ କରୋନାର ମୁକାବିଲା କରିବା ପାଇଁ ଦେଶର ପ୍ରଥମ ଓ ସର୍ବବୃହତ କୋଭିଡ 19 ହସ୍ପିଟାଲ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ ହସ୍ପିଟାଲ ପକ୍ଷରୁ ସ୍ଥାପନ କରାଯାଉଛି। ଏ ନେଇ ରବିବାର ଏହି ନୂତନ ହସ୍ପିଟାଲର ସ୍ଥାପନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି 5ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ କୃଷି ବିଭାଗର ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ ।

ସୋଆର କ୍ୟାମ୍ପସ 2 ର କନଭେନସନ ସେଣ୍ଟରରେ ଆସନ୍ତା 15 ଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ନୂତନ କୋଭିଡ 19 ହସ୍ପିଟାଲ ପରିଦର୍ଶନ କରିବା ସହ ଭିତ୍ତିଭୂମି ପରଖି ଥିଲେ ରାଜ୍ୟ ସରକାରଙ୍କ ଏହି ବରିଷ୍ଠ ଅଧିକାରୀ ମାନେ। ମୁଖ୍ୟତଃ ସୋଆ ତରଫରୁ ଉଚ୍ଚମାନର ବେଡ୍ ସହିତ ଅତ୍ୟାଧୁନିକ ଉପକରଣ ଦେଖି ଏହି ତଦାରଖ ଟିମ ବେଶ୍ ଖୁସି ହୋଇଥିବାର ଜଣାପଡିଥିଲା। କାରଣ ଖୁବ କମ ସମୟରେ ଏତେ ସବୁ ଆୟୋଜନ କରିବା ସମସ୍ତେ ସୋଆ କର୍ତ୍ତୁପକ୍ଷଙ୍କୁ ପ୍ରସଂଶା କରିଥିଲେ। ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକ ଏହି ଅଧିକାରୀମାନଙ୍କୁ ହସ୍ପିଟାଲ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।

ଦେଶର ସର୍ବବୃହତ କୋଭିଡ 19 ହସ୍ପିଟାଲ ସ୍ଥାପନ ନେଇ ଗତ ଗୁରୁବାର ଦିନ ସମ ହସ୍ପିଟାଲ୍ ସହିତ ରାଜ୍ୟ ସରକାରଙ୍କ ତ୍ରିପାକ୍ଷିକ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା । ଏଥିରେ ଆସନ୍ତା 15 ଦିନ ମଧ୍ୟରେ ଏହି ସ୍ୱତନ୍ତ୍ର ହସ୍ପିଟାଲ କାର୍ଯକ୍ଷମ ହେବ ବୋଲି କୁହାଯାଇଥିଲା। ଏଥିସହିତ କୋଭିଡ୍‌-୧୯ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଆୟୋଜନ କରିବା, ରୋଗୀ ସେବା, ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ଲାବୋରେଟୋରୀ, ରେଡିଓଲୋଜିକାଲ, ଆଇସିୟୁ, ଏବଂ ଅନ୍ୟ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଚୁକ୍ତି ହୋଇଥିଲା। ସେହି ଅନୁସାରେ ସମ କର୍ତ୍ତୁପକ୍ଷ କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଁଚିଛି। ଏହି ସ୍ଵତନ୍ତ୍ର ହସ୍‌ପିଟାଲ୍‌ ପାଇଁ ଆର୍ଥିକ ସହଯୋଗ ମହାନଦୀ କୋଲ୍‌ ଫିଲ୍ଡ୍‌ ଲିମିଟେଡ୍‌ ଯୋଗାଇ ଦେବ।

ବରିଷ୍ଠ ଅଧିକାରୀମାନଙ୍କର ଏହି ପରିଦର୍ଶନ ସମୟରେ ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ଆଇଏମଏସ ଓ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସିନାଲ୍ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ରାଜେଶ ଲେଙ୍କା, ଆଇଟିଇଆର ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଓ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତି ଥିଲେ।

 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ହେବ 5ଶହ ଶଯ୍ୟା ବିଶିଷ୍ଠ ବିଶ୍ବସ୍ତରୀୟ କୋଭିଡ19 ହସପିଟାଲ,15 ଦିନ ମଧ୍ୟରେ ହେବ କାର୍ଯ୍ୟକ୍ଷମ, ସୋଆ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର : ଓଡ଼ିଶାରେ ସ୍ଥାପନ ହେବ ଭାରତର ସବୁଠୁ ବଡ଼ କରୋନା ହସ୍ପିଟାଲ୍। ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗୁରୁବାର ରାଜ୍ୟ ସରକାର ଏହି ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ରେ ସାମିଲ ହୋଇଛି ସମ ହସ୍ପିଟାଲ। କୋଭିଡ -୧୯ କରୋନା ଭୁତାଣୁ ସଂକ୍ରମଣ କ୍ଷେତ୍ରରେ ଏହି ପଦକ୍ଷେପ ନିଆ ଯାଇଥିବା ବେଳେ ୫୦୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର କୋଭିଡ୍‌-୧୯ କରୋନା ହସ୍‌ପିଟାଲ୍‌ ପାଇଁ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେ ଓ ସମ ହସ୍‌ପିଟାଲ୍‌ ସହ ଆବଶ୍ୟକ ଚୁକ୍ତି ସ୍ଵାକ୍ଷର କରିଛନ୍ତି ରାଜ୍ୟ ସରକାର।

ଆସନ୍ତା 15 ଦିନ ମଧ୍ୟରେ ଏହି ସ୍ୱତନ୍ତ୍ର ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ସୋଆ ପକ୍ଷରୁ ସୂଚନା ଦିଆଯାଇଛି। ସମ ହସ୍ପିଟାଲ କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଆୟୋଜନ କରିବା ସହ, ରୋଗୀସେବା , ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ପରୀକ୍ଷାଗାର, ରେଡିଓଲୋଜିକାଲ, ଆଇସିୟୁ, ଏବଂ ଅନ୍ୟ ସାହାଯ୍ୟ ଯୋଗାଇଦେବ। ଏହି ସ୍ଵତନ୍ତ୍ର ହସ୍‌ପିଟାଲ୍‌ ପାଇଁ ଆର୍ଥିକ ସହଯୋଗ ସରକାରଙ୍କ ଉଦ୍ୟୋଗ ଓଡ଼ିଶା ମହାନଦୀ କୋଲ୍‌ ଫିଲ୍ଡ୍‌ ଲିମିଟେଡ୍‌ ଯୋଗାଇଦେବ। ସୋଆ ବିଶ୍ୱବିଦ୍ୟାଳୟରା କ୍ୟାମ୍ପସ 2 ରେ ଥିବା କନଭେନସନ ସେଣ୍ଟର ରେ ଏହି କୋଭିଡ19 ହସ୍ପିଟାଲ କାର୍ଯ୍ୟକ୍ଷମ ହେବ।

ଏହି ଚୁକ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଶ୍ରୀ ନିକୁଞ୍ଜ କିଶୋର ଧଳ, ମହାନଦୀ କୋଲଫିଲଡସ ଲିମିଟେଡ଼ ବା ଏମସିଏଲ ର ପ୍ରତିନିଧି ଶ୍ରୀ ଏସ୍ ଏସ୍ ପଣ୍ଡା ଏବଂ ଆଇଏମଏସ ଓ ସମ ହସ୍ପିଟାଲରା ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ସ୍ଵତନ୍ତ୍ର ହସ୍‌ପିଟାଲ୍‌ କେବଳ ବିପଜ୍ଜନକ ସ୍ଥିତିରେ ଥିବା ଲୋକଙ୍କୁ ଚିକିତ୍ସା କରିବା ପାଇଁ ଉଦ୍ଦିଷ୍ଟ ହେବ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର କହିଛନ୍ତି, ଆମେ ୫୦୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର ହସ୍‌ପିଟାଲ୍‌ ବ୍ୟବସ୍ଥା କରିବୁ। ଏଥିରେ କରୋନା ରୋଗୀ ଚାହୁଁଥିବା ବିଶ୍ଵସ୍ତରୀୟ ଚିକିତ୍ସା ସୁବିଧା ଉପଲବ୍ଧ ହେବ। ଆବଶ୍ୟକ ସ୍ଥଳେ ଆଇସିୟୁ ଏବଂ କ୍ରିଟିକାଲ୍‌ ବ୍ୟବସ୍ଥା ଉପଲବ୍ଧ ହେବ। ଆମେ ଏବେ ଏକ ସ୍ଵତନ୍ତ୍ର ଫ୍ଲୁ ଫିଭର ନିୟନ୍ତ୍ରଣ କକ୍ଷ ଖୋଲିଛୁ। ଯେଉଁ ରୋଗୀଙ୍କର କାଶ କଫ ହେୁଛି ସେମାନେ ଏହାର ସୁବିଧା ନେଇପାରିବେ।

ଓଡିଶା ଲୋକଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ଆମେ ସରକାରଙ୍କୁ ଧନ୍ୟବାଦ ଦେଉଛୁ ବୋଲି କହିଛନ୍ତି ସୋଆର ପ୍ରତିଷ୍ଠାତା ପ୍ରଫେସର ମନୋଜରଂଜନ ନାୟକ।