Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ପୁରାତନ ଲେଖା ସମ୍ପାଦନା ସମ୍ପର୍କିତ ସପ୍ତାହ ବ୍ୟାପୀ କର୍ମଶାଳା ଆରମ୍ଭ
ଆଜିର ଖବର

ସୋଆରେ ପୁରାତନ ଲେଖା ସମ୍ପାଦନା ସମ୍ପର୍କିତ ସପ୍ତାହ ବ୍ୟାପୀ କର୍ମଶାଳା ଆରମ୍ଭ

May 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର, ମେ ୧୬ : ପୁରାତନ ପୋଥିର ଗନ୍ତାଘର ଭାରତରେ ଏହି ଅମୂଲ୍ୟ ସମ୍ପତି ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ବିଶିଷ୍ଟ ଶିଳାଲେଖ ବିଶାରଦ ଓ ପ୍ରାଚୀନ ଲିପି ଗବେଷକ ଡକ୍ଟର ସୁବ୍ରତ କୁମାର ଆଚାର୍ଯ୍ୟ କହିଛନ୍ତି ।


ଶିକ୍ଷା ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର ଫର ପ୍ରୋପାଗେସନ୍, ପି୍ରଜରଭେସନ୍ ଆଣ୍ଡ ରେେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆନ (ପ୍ରାଚୀନ) ଦ୍ୱାରା ଶୁକ୍ରବାର ଆୟୋଜିିତ ଏକ ସପ୍ତାହ ବ୍ୟାପୀ ଲେଖା ସମ୍ପାଦନା କର୍ମଶାଳାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ଆଚାର୍ଯ୍ୟ ଏହା କହିଛନ୍ତି ।


ଡକ୍ଟର ଆଚର୍ଯ୍ୟ କହିଥିଲେ ଯେ ଭାରତର ଅସରନ୍ତି ସାହିତ୍ୟ ଭଣ୍ଡାର ବିଶେଷ ଭାବେ ସଂସ୍କୃତରେ ଲିଖିତ ପୋଥି ଗୁଡ଼ିକ ଉପରେ ଗବେଷଣା ହେବା ଆବଶ୍ୟକ । ଦେଶରେ ଉପଲବ୍ଧ ଏହି ସାହିତ୍ୟ ନିଧିର ମାତ୍ର ୨୦ ପ୍ରତିଶତର ଏପର୍ଯ୍ୟନ୍ତ ସଂପାଦନା ହୋଇପାରିଛି ବୋଲି ସେ କହିଥିଲେ ।


ଏହି କର୍ମଶାଳାରେ ୪୧ ଜଣ ଗବେଷକ ଯୋଗ ଦେଇଛନ୍ତି । ସେମାନଙ୍କୁ ପ୍ରାଚୀନର ୪ ଜଣ ବିଶେଷଜ୍ଞ ପ୍ରଫେସର ଜଗନ୍ନାଥ ଦାସ, ପ୍ରଫେସର ଗୌରାଙ୍ଗ ଚରଣ ଦାସ, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଓ ପ୍ରଫେସର ସନ୍ତୋଷ କୁମାର ରଥ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।


ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଯୋଗ ଦେଇ କର୍ମଶାଳାର ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।


ଡକ୍ଟର ଆଚାର୍ଯ୍ୟ କହିଥିଲେ ଯେ ଅଷ୍ଟବିଂଶ ଓ ଊନବିଂଶ ଶତାବ୍ଦୀରେ ଇଉରୋପର ଐତିହାସିକମାନେ ଭାରତରେ ପହଂଚିବା ପରେ ମନେ କରିଥିଲେ ଯେ ଏହି ଦେଶର କୋ÷ଣସି ଇତିହାସ ଓ ସଂସ୍କୃତି ନାହିଁ ।
ସେମାନଙ୍କ ମଧ୍ୟରେ ଭାଷାବିତ ସାର ଉଇଲିୟମ ଜୋନସ୍ ଭାରତରେ ପୁରାତନ ପୋଥି ଓ ଶିଳାଲେଖ ସଂଗ୍ରହ କରିବାକୁ ଆରମ୍ଭ କରିଥିଲେ ଏବଂ ଏଥିରେ ତାଙ୍କୁ ଆଉ ଜଣେ ଗବେଷକ ଚାର୍ଲସ ଉଇଲକିନସ ସହାୟତା କରିଥିଲେ । ୧୭୮୪ ମସିହାରେ ସାର ଜୋନସ କୋଲକାତା ଠାରେ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ ସ୍ଥାପନ କରି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଏଥିରେ ସେମାନେ ସେତେବେଳର ଭାରତୀୟ ପଣ୍ଡିତ ମାନଙ୍କ ସହାୟତା ନେଇଥିଲେ ।
୧୮୦୮ ମସିହା ବେଳକୁ ସାର ଜୋନସ୍ ଓ ଉଇଲକିନସ କାଳିଦାସଙ୍କ ଶକୁନ୍ତଳା କାବ୍ୟକୁ ଇଂରାଜୀ ଭାଷାରେ ଅନୁବାଦ କରିସାରିଥିଲେ । କାଳକ୍ରମେ ଇଂରେଜମାନେ ଭାରତର ଉନ୍ନତ ସାହିତ୍ୟ ଓ ସଂସ୍କୃତିର ପରିଚୟ ପାଇ ପାରିଥିଲେ ବୋଲି ଡକ୍ଟର ଆଚାର୍ଯ୍ୟ କହିଥିଲେ ।


ଇଂରେଜମାନଙ୍କ ପରେ ଜର୍ମାନୀର ବିଶାରଦମାନେ ଭାରତର ସାହିତ୍ୟ ପ୍ରତି ଆକର୍ଷିତ ହୋଇଥିଲେ ।
ପ୍ରଫେସର ଗାୟତ୍ରୀବାଳା ପଣ୍ଡା ପ୍ରାଚୀନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ତଥ୍ୟ ଉପସ୍ଥାପନା କରି ଏହା ସାରୋଳଦାସଙ୍କ ମହାଭାରଥକୁ ସମ୍ପାଦନା କରି ଅନେକ ଗୁଡ଼ିଏ ସଂଖ୍ୟା ପ୍ରକାଶିତ କରିଥିବା ଜଣାଇଥିଲେ । ଏହା ଛଡ଼ା ପ୍ରାଚୀନ ପକ୍ଷରୁ ୭ ଲକ୍ଷରୁ ଊଦ୍ଧ୍ୱର୍ ପୁରାତନ ପୋଥିର ପୃଷ୍ଠାକୁ ଡିଜିଟାଲାଇଜ୍ଡ କରାଯାଇଥିବା ପ୍ରକାଶ କରିଥିଲେ ।


ଏହି କାର୍ଯ୍ୟକ୍ରମରେ ପ୍ରଫେସର ଗୌରାଙ୍ଗ ଚରଣ ଦାସ ବକ୍ତବ୍ୟ ରଖି ପ୍ରାଚୀନ ଦ୍ୱାରା ଦ୍ୱିତୀୟ ଥର ପାଇଁ ଏପରି ଲେଖା ସମ୍ପାଦନା ଉପରେ କର୍ମଶାଳା ଆୟୋଜିତ ହୋଇଥିବା କହିଥିଲେ । କାର୍ଯ୍ୟକ୍ରମରେ ଡକ୍ଟର ନିହାର ରଞ୍ଜନ ମିଶ୍ର, ଆସୋସିଏଟ୍ ପ୍ରଫେସର, ଶ୍ରୀ ଜୀବନ କୁମାର ପଣ୍ଡା, ଶ୍ରୀ ବିଭୁତି ପ୍ରସାଦ ସାହୁ ଏବଂ ଶ୍ରୀ ସମ୍ବିତ ପଟ୍ଟନାୟକ ଉପସ୍ଥିତ ଥିଲେ ।

SOAUniversity
Share. Facebook Twitter LinkedIn Email WhatsApp Copy Link

Related Posts

ସାବିତ୍ରୀ ବ୍ରତ ପାଳିଲେ ମା’ ଭଗବତୀ, ପିତା ଶ୍ରୀ ଦକ୍ଷପ୍ରଜାପତି ପଠାଇଲେ ସାବିତ୍ରୀ ଭାର

May 16, 2026

ଅଧିକ ସନ୍ତାନ ଜନ୍ମ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ଆନ୍ଧ୍ର ସରକାର

May 16, 2026

NTA ପାଇଁ ୨ ଯୁଗ୍ମ ନିର୍ଦ୍ଦେଶକ ନିଯୁକ୍ତ

May 16, 2026

ନବମ ଏବଂ ଦଶମ ଶ୍ରେଣୀ ପାଇଁ ଭାଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲା CBSE

May 16, 2026
Latest News

ସୋଆରେ ପୁରାତନ ଲେଖା ସମ୍ପାଦନା ସମ୍ପର୍କିତ ସପ୍ତାହ ବ୍ୟାପୀ କର୍ମଶାଳା ଆରମ୍ଭ

May 16, 2026

ସାବିତ୍ରୀ ବ୍ରତ ପାଳିଲେ ମା’ ଭଗବତୀ, ପିତା ଶ୍ରୀ ଦକ୍ଷପ୍ରଜାପତି ପଠାଇଲେ ସାବିତ୍ରୀ ଭାର

May 16, 2026

ଅଧିକ ସନ୍ତାନ ଜନ୍ମ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ଆନ୍ଧ୍ର ସରକାର

May 16, 2026

NTA ପାଇଁ ୨ ଯୁଗ୍ମ ନିର୍ଦ୍ଦେଶକ ନିଯୁକ୍ତ

May 16, 2026

ନବମ ଏବଂ ଦଶମ ଶ୍ରେଣୀ ପାଇଁ ଭାଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲା CBSE

May 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.