ମୁଜାଫରପୁର ମହିଳା ଆଶ୍ରୟ ସ୍ଥଳୀରେ ଯୌନ ଉତ୍ପୀଡନ ମାମଲାରେ ଯାଚିକା କର୍ତ୍ତା ଅସଲି ଅପରାଧୀଙ୍କ ସିିବିଆଇ ଯାଞ୍ଚ କରୁନଥିବାର ଅଭିଯୋଗ କରିଛନ୍ତି। ଏହି ସମ୍ପର୍କିତ ଏକ ପିଟିସନ୍ ଉପରେ ଶୁଣାଣି କରି ଦୁଇ ସପ୍ତାହ ପରେ ଏହା ଉପରେ ଶୁଣାଣି କରାଯିବ ବୋଲି କୋର୍ଟ ନିଷ୍ପତ୍ତି ଦେଇଛନ୍ତି। ଜଷ୍ଟିସ୍ ଏସ୍ ଏ ବୋବଡେ ଏବଂ ଜଷ୍ଟିସ ଏସ୍ ଅବ୍ଦୁଲ୍ ନଜୀରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଦୁଇ ସପ୍ତାହରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିହାର ପୋଲିସ ଏହି ମାମଲାକୁ ସଠିକ ଭାବରେ ଅନୁସନ୍ଧାନ କରୁନଥିବାରୁ ମାମଲା ସିବିଆଇ ହାତକୁ ଯାଇଥିଲା। ମାତ୍ର ସିବିଆଇ ତଦନ୍ତ ମଧ୍ୟ ସଠିକ୍ ଦିଗରେ ହେଉନଥିବା ଦର୍ଶାଇ ସୁପ୍ରିମ୍କୋର୍ଟରେ ଦାୟର କରାଯାଇଥିଲା ଏହି ପିଟିସନ୍। ଏହି ସେଲଟର ହୋମ୍ରେ ହତ୍ୟା, ସାମୂହିକ ବଳାତ୍କାର, ଜବରଦସ୍ତି ବେଶ୍ୟାବୃତ୍ତି ପରି ଅପରାଧିକ କାର୍ଯ୍ୟକଳାପ ହେଉଥିବାର ଅଭିଯୋଗ ହୋଇଥିଲା। ସିବିଆଇ ପକ୍ଷରୁ ଦାଖିଲ ହୋଇଥିବା ଚାର୍ଜସିଟ୍ରେ ପୋସ୍କୋ ଆକ୍ଟର ଧାରା ଲଗାଯାଇଥିବାବେଳେ ଆଇିପଏସ୍ ଅନ୍ତର୍ଗତ ସଙ୍ଗୀନ ଧାରାକୁ ଏଥିରେ ଛାଡ କରାଯାଇଥିଲା। ଯାଚିକା କର୍ତ୍ତା ସେଲଟର୍ ହୋମରେ ହୋଇଥିବା ହତ୍ୟା ତଥା ବଳାତ୍କାରର ମାମଲା ଉପରେ ଅଲଗା ଅଲଗା ମୋକଦ୍ଦମା ଚଳାଇବାକୁ ଦାବି କରିଛନ୍ତି। ସିବିଆଇ ଚାର୍ଜସିଟ୍ରେ ୨୧ ଜଣଙ୍କ ନାମ ରଖିଛି ଯାହା ମଧ୍ୟରେ ଅଛନ୍ତି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର।
Tag: supremecourt
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ରୁଜୁ ହୋଇଥିବା କୋଲ୍ ବ୍ଲକ୍ ଆବଣ୍ଟନ ମାମଲାର ତୁରନ୍ତ ତଦନ୍ତ ଶେଷ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ହୋଇଛି। ଏହାର ତଦନ୍ତଭାର ନେଇଥିବା ସିବିଆଇକୁ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଅନୁରୋଧ କରିଛନ୍ତି। କୋଇଲା ଖଣି ଆବଣ୍ଟନ ନେଇ ୨୦୧୪, ମାର୍ଚ୍ଚ ୨୬ରେ ନବୀନ ପଟ୍ଟନାୟକଙ୍କ ନାଁରେ ମାମଲା ପଞ୍ଜିକୃତ ହୋଇଥିଲା। କିନ୍ତୁ ଏ ଯାଏ ମାମଲା ତଦନ୍ତାଧୀନ ରହିଛି। ତେଣୁ ଏହାର ତଦନ୍ତ କରି ତ୍ୱରିତ ଶୁଣାଣୀ କରିବାକୁ ପିଟିସନ୍ରେ ଦର୍ଶାଯାଇଛି। ଅଭିଯୋଗ ମୁତାବକ, ୧୯୯୮ ମସିହାରେ ଏମ୍/ଏସ୍ ସେଣ୍ଟ୍ରାଲ କୋଲିଆରିଜ୍ କୋ. ଲିମିଟେଡ୍କୁ କୋଇଲା ଖଣି ମିଳିଥିଲା। ମହାରାଷ୍ଟ୍ର ତକ୍ଲି-ଜେନା ବେଲୋରା କୋଲ୍ ଫିଲ୍ଡକୁ କମ୍ପାନୀକୁ ଦିଆଯାଇଥିଲା। କିନ୍ତୁ ପଞ୍ଜିକୃତ ହେବା ପୂର୍ବରୁ କମ୍ପାନୀକୁ ଏହି କୋଇଲା ଖଣି ମିଳିଥିଲା ବୋଲି ପରେ ଅଭିଯୋଗ ଆସିଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ଥିଲେ। ତେଣୁ ଏହି ମାମଲାରେ ନବୀନଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା। ଯାହାକୁ ନେଇ ୨୦୧୪ରେ ମାମଲା ଦାୟର ହୋଇଥିଲା।
ନିର୍ବାଚନରେ ଭିଭିପାଟ୍ ମେସିନ୍ ବ୍ୟବହାର ପ୍ରତିବାଦରେ ଆଗତ ମାମଲାର ଶୁଣାଣି ଶୁକ୍ରବାର ସୁପ୍ରିମ୍କୋର୍ଟରେ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ବିଚାର କରି ଏ ସମ୍ପର୍କରେ ଜବାବ ଦାଖଲ କରିବାକୁ ନିର୍ବାଚନ ଆୟୋଗକୁ ନୋଟିସ୍ ଜାରି କରିଛନ୍ତି। ଏଥିସହ କୋର୍ଟଙ୍କୁ ସହାୟତା କରିବା ଲାଗି ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ ତାରିଖରେ କରାଯିବ। ଭିଭିପାଟ୍ ବ୍ୟବହାର ପ୍ରତିବାଦରେ ୨୧ଟି ବିରୋଧୀ ଦଳ ସୁପ୍ରିମ୍କୋର୍ଟଙ୍କ ଦାରସ୍ଥ ହୋଇଥିଲା। ତେଲୁଗୁଦେଶମ୍ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବରେ ଏହି ମାମଲା ଦାଏର କରାଯାଇଥିଲା। ବିରୋଧୀ ଦଳଗୁଡ଼ିକ ଇଭିଏମ୍ର ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇବା ସହ ଏହାର ବ୍ୟବହାରକୁ ବିରୋଧ କରିଥିଲେ। କିନ୍ତୁ ନିର୍ବାଚନ ଆୟୋଗ ଏହାକୁ ଖଣ୍ଡନ କରିଥିଲେ। ବିରୋଧ ଦଳଗୁଡ଼ିକ ଆଗାମୀ ନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ମତଦାନର ୫୦ ପ୍ରତିଶତ ଭିଭିପାଟ୍ ପେପର ସ୍ଲିପ୍ ଗଣତି ଦାବି କରି ବିରୋଧୀମାନେ କୋର୍ଟରେ ପିଟିସନ ଦାଏର କରିଥିଲେ।
ବହୁ ଚର୍ଚ୍ଚିତ ରାଫେଲ୍ ଯୁଦ୍ଧ ବିମାନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ରାଫେଲ ଚୁକ୍ତିର ଗୋପନୀୟ ତଥ୍ୟର ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ଏହା ଉପରେ ବିଶେଷାଧିକାର ପାଇଁ କେନ୍ଦ୍ର ସରକାର ଆଜି ସୁପ୍ରିମ୍କୋର୍ଟରେ ନୂତନ ଯୁକ୍ତି ଉପସ୍ଥାପନ କରିଥିବାବେଳେ ସୁପ୍ରିମ୍କୋର୍ଟ ଏହି ମାମଲାରରେ ରାୟ ସଂରକ୍ଷିତ ରଖିଛନ୍ତି। ସମ୍ବିଧାନ ଅଧୀନରେ ଥିବା ‘ରିଜନେବଲ୍ ରେଷ୍ଟ୍ରିକ୍ସନ୍ ଲ’ ଏବଂ ସୂଚନାଧିକାର ଆଇନ ବା ଆରଟିଆଇ ଆକ୍ଟ ଅନୁଯାୟୀ ରିଭ୍ୟୁ ପିଟିସନ୍ ଶୁଣାଣିରୁ ଏହି ଦସ୍ତାବିଜ୍କୁ ବାଦ୍ ଦିଆଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ ଆଜି ଯୁକ୍ତି ରଖାଯାଇଥିଲା। କିନ୍ତୁ ଏହାର ଉତ୍ତରରେ କୋର୍ଟ ସରକାରୀ ଓକିଲଙ୍କୁ ପ୍ରଶ୍ନ କରିଥିଲେ, ଆରଟିଆଇ ଆକ୍ଟର ଏକ ଧାରା ରହିଛି ଯେ, ଦୁର୍ନୀତି କ୍ଷେତ୍ରରେ ବ୍ରିଟିଶ ଅମଳର ଅଫିସିଆଲ ସିକ୍ରେଟ୍ ଆଇନକୁ ଅଣଦେଖା କରାଯାଇପାରିବ। ଗୋପନୀୟ ବିଚାର କରାଯାଉଥିବା ଏହି ତଥ୍ୟର ବ୍ୟବହାରରେ ସରକାରଙ୍କ ବିଶେଷାଧିକାର ଦାବି ଭିତ୍ତିରେ ସୁପ୍ରିମ୍କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଆଜିର ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ରକ୍ଷାମନ୍ତ୍ରାଳୟରୁ ଲିକ ହୋଇଥିବା ଦସ୍ତାବିଜ ଗୁଡିକୁ ପୁର୍ନବିଚାର ଆବେଦନରୁ ହଟାଯାଉ, କାରଣ ସେହି ଦସ୍ତାବିଜ ଗୁଡିକ ଉପରେ ଭାରତ ସରକାରଙ୍କ ଅଧିକାର ରହିଛି ବୋଲି ଯୁକ୍ତି ରଖିଥିଲେ। ଅଫିସିଆଲ ସିକ୍ରେଟ୍ ଆକ୍ଟ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟର ତଥ୍ୟ ସୁପ୍ରିମ୍କୋର୍ଟରେ ଉପସ୍ଥାପିତ ହୋଇପାରିବନି ବୋଲି କହିବା ସହିତ ଆଟର୍ଣ୍ଣି ଜେନେରାଲ୍ ଏହି ମାମଲା ବିଶେଷାଧିକାର ଅଧୀନରେ ଆସୁଥିବାରୁ ଏହାର ସାର୍ବଜନୀନ ବ୍ୟବହାର ଉପରେ ରୋକ୍ ଲଗାଯାଉ ବୋଲି ସୁପ୍ରିମ୍କୋର୍ଟଙ୍କୁ କହିଥିଲେ। ତେବେ ଏହି ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କେନ୍ଦ୍ର ଦ୍ବାରା ଉଠାଯାଇଥିବା ପ୍ରାରମ୍ଭିକ ଅଭିଯୋଗର ଶୁଣାଣି କରାଯିବାପରେ ରଫେଲ ଡିଲ ସମ୍ପର୍କିତ ଶୁଣାଣି କରାଯିବ ବୋଲି କହିଛନ୍ତି।
ଉଚ୍ଚତମ ନ୍ୟାୟାଳୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ରାୟ ଅନୁସାରେ ଏଣିକି ଅବସର ନେବାକୁ ୬ ମାସରୁ କମ୍ ସମୟ ଥିବା ଆଇପିଏସ୍ ଅଫିସର ଡିଜିପି ହୋଇପାରିବେନି। ଅବସର ନେବା ସମୟ ୬ ମାସରୁ ଅଧିକ ସମୟ ଥିଲେ ଆାଇପିଏସ୍ ଅଫିସର ଏହି ପଦବୀରେ ନିଯୁକ୍ତ ହୋଇପାରିବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣୀ କରି ରାୟ ରାଜ୍ୟ ସରକାରଙ୍କୁ ତଥା ୟୁପିଏସ୍ସିକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ତଥା ବରିଷ୍ଠତା ଭିତ୍ତିରେ ଏକ ପ୍ୟାନେଲ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶ ଡିଜିପି ପ୍ରକାଶ ସିଂଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି କହିଛନ୍ତି। ଗତମାସରେ ନ୍ୟାୟାଳୟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ।
ଭାରତୀୟ ସୁପ୍ରିମ୍କୋର୍ଟ ଦେଶରେ ବଢୁଥିବା ପ୍ରଦୂଷଣ ନେଇ ବୟାନ ଦେଇଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ। ଦେଶରେ ବଢୁଥିବା ପ୍ରଦୂଷଣ ମାତ୍ରାକୁ ନେଇ ସୁପ୍ରିମ୍କୋର୍ଟ କହିଛନ୍ତି ଯେ, ସମସ୍ତେ ବାୟୁ ପ୍ରଦୂଷଣ ପାଇଁ ବାଣ ତଥା ଆତସବାଜି ପଛରେ ପଡ଼ିଥିବାବେଳେ ଅଟୋମୋବାଇଲ୍ରୁ ନିର୍ଗତ ଧୂଆଁ ଅଧିକ ପ୍ରଦୂଷଣ କରୁଛି। ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଯାନବାହନରୁ ନିର୍ଗତ ଧୂଆଁ। ସୁପ୍ରିମ୍କୋର୍ଟର୍ ଏ ସମ୍ପର୍କିତ ତୁଳନାତ୍ମକ ଅଧ୍ୟୟନ ପୂର୍ବକ ଏକ ରିପୋର୍ଟ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାଣ କାରଖାନ ବନ୍ଦକୁ ନେଇ ମଧ୍ୟ ଶୁଣାଣି କରିଛନ୍ତି ସୁପ୍ରିମ୍କୋର୍ଟ। ସୁପ୍ରିମ୍କୋର୍ଟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କାହାରିକୁ ଭୋକରେ ରହିବାକୁ ଦିଆଯିବ ନାହିଁ । କୌଣସି ବି ପରିସ୍ଥିତିରେ ବେରୋଜଗାରୀକୁ ପ୍ରୋତ୍ସାହନ ଦିଆଯାଇପାରିବ ନାହିଁ । ଯଦି କୌଣସି ଫ୍ୟାକ୍ଟ୍ରି ତଥା କାମକୁ ଲାଇସେନ୍ସ ଦିଆଯାଇଛି, ସେ ଆଇନ୍ ଅଧିକାରୀ ପ୍ରାପ୍ତ କରିଛି କାମ କରିବା ପାଇଁ। ଏହି ପରିପ୍ରେକ୍ଷୀରେ ବାଣ କାରଖାନା ଉପରେ ରୋକ ମଧ୍ୟ ଲଗାଯାଇପାରିବ ନାହିଁ । ସୁପ୍ରିମ୍କୋର୍ଟର୍ ଏହି ମାମଲାର ଆଗାମୀ ଶୁଣାଣିକୁ ଏପ୍ରିଲ୍ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି।
ଚାକିରୀ ଏବଂ ଶିକ୍ଷା କ୍ଷେତ୍ରରେ ଗରିବ ସବର୍ଣ୍ଣଙ୍କୁ ଦିଆଯାଉଥିବା ୧୦ ପ୍ରତିଶତ ଆରକ୍ଷଣ ମାମଲାରେ ଦାୟର ହୋଇଥିବା ଯାଚିକା ଉପରେ ଉଚ୍ଚତମ ନ୍ୟାୟାଳୟ ଦ୍ଵାରା ମାର୍ଚ୍ଚ ୨୮ରେ ଶୁଣାଣି କରାଯିବ। ତେବେ ସରକାର ସମ୍ବିଧାନ ସଂଶୋଧନ କରି ଆର୍ଥିକ ରୂପରେ ପଛୁଆ ବର୍ଗଙ୍କୁ ଆରକ୍ଷଣ ଦେଇଛନ୍ତି । ଯାହାକୁ ଏବେ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଛି। ମୁଖ୍ୟ ବିଚାରପତି ରଂଜନ ଗୋଗେଇ ଏହି ମାମଲ ସମ୍ବନ୍ଧରେ କହିଛନ୍ତି ଯେ, ଏହି ମାମଲାରେ କୌଣସି ଅନ୍ତରୀଣ ଆଦେଶ ଜାରି କରାଯାଇନାହିଁ । ଏହି ମାମଲାକୁ ସାମ୍ବିଧାନିକ ପୀଠକୁ ପଠାଇବାକୁ ନେଇ ଆଗାମୀ ୨୮ ତାରିଖରେ ଶୁଣାଣି କରାଯିବ। ପୂର୍ବ ଶୁଣାଣିରେ ଏହି ମାମଲାରେ କେନ୍ଦ୍ରକୁ ନୋଟିସ୍ ଜାରି କରି ଉତ୍ତର ମାଗିଥିଲେ ମାନ୍ୟବର ସୁପ୍ରିମ୍କୋର୍ଟ କିନ୍ତୁ ଏହି ଆଇନ୍ ଉପରେ କୌଣସି ପ୍ରକାରର ରୋକ୍ ଲଗାଇବାକୁ ମନା କରିଥିଲେ । ତେବେ ଏହି ମାମଲାରେ ଦାୟର କରାଯାଇଥିବା ଯାଚିକାରେ ଇନ୍ଦ୍ରା ସାହାଣୀ ମାମଲାରେ ସମ୍ବିଧାନ ପୀଠର ୫୦% ଅଧିକତମ ଆରକ୍ଷଣର ସୀମା ଉଲ୍ଲଂଘନ କରୁଥିବାର ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ଏହି ମାମଲାରେ ୟୁଥ୍ ଫର୍ ଇକ୍ବୋଲଟି, ଜୀବନ କୁମାର, ବିପିନ୍ କୁମାର ଓ ପବନ କୁମାର ଏବଂ ତହସୀନ୍ ପୁନାବାଲା ଆଦି ଯାଚିକାକୁ ସୁପ୍ରିମ୍କୋର୍ଟ ନୋଟିସ୍ ଜାରି କରିଛନ୍ତି। ଏହି ସମସ୍ତ ଯାଚିକାର ଏକସାଙ୍ଗେ ଶୁଣାଣୀ କରାଯିବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି ।
ରାଜନୈତିକ ଦଳର ପ୍ରଚାର ପାଇଁ ସାର୍ବଜନିକ ସ୍ଥଳକୁ ବିକୃତ କରିବାର ଅନୁମତି ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରଧାନ ନ୍ୟାୟାଧିଶ ରଂଜନ ଗାଗୋଇ, ନ୍ୟାୟମୂର୍ତ୍ତି ଏସ୍ ଅବଦୁଲ୍ ନଜୀର ଏବଂ ନ୍ୟାୟମୂର୍ତ୍ତି ସଂଜୀବ ଖାନ୍ନାଙ୍କ ତିନିଜଣିଆ ଖଣ୍ଡପୀଠ ତାମିଲନାଡୁ ସରକାରଙ୍କୁ ରାଜନୈତିକ ଦଳର ନାରା ଏବଂ ବିଜ୍ଞାପନ ସହ ସାର୍ବଜନିକ ସ୍ଥଳ ଏବଂ ସମ୍ପତ୍ତିର ବିରୂପଣର ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି । ଉଚ୍ଚତମ ନ୍ୟାୟାଳୟ ତରଫରୁ ତାମିଲନାଡୁ ସଡକରେ ଡିଜିଟାଲ୍ ବ୍ୟାନର ଲଗାଇବାରୁ ରାଜନୈତିକ ଦଳକୁ ରୋକିବା ପାଇଁ ପରମାର୍ଥ ସଂଗଠନ ତରଫରୁ ‘ ଇନ୍ ଡିଫେନ୍ସ ଅଫ୍ ଏନଭାୟରମେଣ୍ଟ୍ ଆଣ୍ଡ ଏନିମଲ୍ସ’ ର ଯାଚିକାରେ ୧୧ ଜାନୁଆରୀରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ନୋଟିସ୍ ଜାରି କରାଯାଇଥିଲା ।
୨୦୦୨ରେ ହୋଇଥିବା ଗୁଜରାଟ ଦଙ୍ଗାରେ ସମ୍ପୃକ୍ତ ଥିବା ବାବୁ ବଜରଙ୍ଗୀଙ୍କୁ ଜାମିନ ମିଳିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହି ଜାମିନ ମଞ୍ଜୁର କରାଯାଇଛି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇବାରୁ ତାଙ୍କୁ ଏହି ଜାମିନ ମିଳିଛି। ନରୋଦା ପଟିୟା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସୂଚନାଯୋଗ୍ୟ, ବାବୁ ବଜରଙ୍ଗୀଙ୍କ ପ୍ରକୃତ ନାଁ ହେଲା ବାବୁଭାଇ ପଟେଲ । ଗୁଜରାଟରେ ୨୦୦୨ରେ ସାବରମତି ଏକ୍ସପ୍ରେସ୍ କାଣ୍ଡ ପରେ ହୋଇଥିବା ଦଙ୍ଗାକୁ ନେଇ ସବୁବେଳେ ବାବୁ ବଜରଙ୍ଗୀ ଚର୍ଚ୍ଚାରେ ରହି ଆସୁଥିଲେ। ୨୦୦୭ରେ ହୋଇଥିବା ଏକ ଷ୍ଟିଙ୍ଗ ଅପରେଶନରେ ସେ ନରୋଦା ପଟିୟା ନରସଂହାରରେ ସମ୍ପୃକ୍ତ ଥିଲେ ବୋଲି ଜଣାପଡ଼ିଥିଲା ।
ବଂଶଧାରାକୁ ନେଇ କେନ୍ଦ୍ର ଓ ଆନ୍ଧ୍ରକୁ ତଲବ
ବଂଶଧାରା ଟ୍ରିବ୍ୟୁନାଲରେ ଅନ୍ଧ୍ରପ୍ରଦେଶ ଓ ଓଡ଼ିଶା ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ମୁକୁନ୍ଦମ ଶର୍ମାଙ୍କ ଦ୍ୱାରା ଶୁଣାଣୀ ଆଜି ହୋଇଛି । ଓଡ଼ିଶା ନେରେଡ଼ି ଓ କାଟ୍ରାଗଡ଼ା ପ୍ରକଳ୍ପର ଯୁଗ୍ମ ସର୍ଭେ ଦାବି କରିଛି । ଏହି ମାମଲାର ଶୁଣାଣୀ ଏପ୍ରିଲ ୨ରୁ ଏପ୍ରିଲ ୪ ଯାଏଁ ଚାଲିବ । ସିଡବ୍ଲୁସିର ବିନା ଅନୁମତିରେ ପ୍ରକଳ୍ପ ହୋଇଥିବା ଓଡ଼ିଶା ଅଭିଯୋଗ କରିଥିଲା । ଦୁଇଟି ପ୍ରକଳ୍ପ ଉପରେ ଟ୍ରିବ୍ୟୁନାଲରେ ଓଡ଼ିଶା ୭ଟି ଅଭିଯୋଗ କରିଛି । ଏହି ମାମଲାର ଶୁଣାଣୀ ଏପ୍ରିଲ ୨ରୁ ଏପ୍ରିଲ ୪ ଯାଏଁ ଚାଲିବ । ଆଗାମୀ ଶୁଣାଣୀରେ ଜବାବ ଦେବେ ଉଭୟ ଆନ୍ଧ୍ର ଓ କେନ୍ଦ୍ର ସରକାର । ଏପ୍ରିଲ ୨ରେ କେନ୍ଦ୍ର ସରକାର ୩ ଓ ୪ରେ ଆନ୍ଧ୍ର ସରକାର ଜବାବ ଦେବେ ।
୧୧.୮ ଲକ୍ଷ ବନବାସୀ ଏବଂ ଆଦିବାସୀଙ୍କୁ ବେଦଖଲ କରିବା ରାୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବେଦଖଲ କରିବା ପାଇଁ ୨୧ଟି ରାଜ୍ୟକୁ ଫେବୃଆରୀ ୧୩ରେ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି । ଫେବୃଆରୀ ୧୩ ତାରିଖରେ ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଟିସ୍ ନବୀନ ସିହ୍ନା ଓ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ଦ୍ବାରା ଗଠିତ ବେଞ୍ଚ ରାଜ୍ୟ ସରକାରଙ୍କୁ ବେଦଖଲ କରିବା ପାଇଁ ଆଦେଶ ଦେଇଥିଲେ । ଜଙ୍ଗଲ ଜମିରେ ଏହି ବନବାସୀଙ୍କ ଅଧୀକାରକୁ ସୁପ୍ରିମକୋର୍ଟ ଅସ୍ୱୀକାର କରି ଦେଇଥିଲେ । ତେବେ ଆଜିର ଶୁଣାଣିରେ କହିଛନ୍ତି କି, ଫେବୃଆରୀ ୧୩ରେ ଦେଇଥିବା ଶୁଣାଣି ଉପରେ ପ୍ରତିବନ୍ଧକ ଲଗାଉଛୁ । ଅନୁସୂଚିତ ଜାତି ଏବଂ ଜନଜାତି ଏବଂ ଅନ୍ୟ ପାରମ୍ପରିକ ବନବାସୀ କାନୁନ, ୨୦୧୬ ଲାଭ ଦେବା ସମ୍ବନ୍ଧରେ କାନୁନ ରହିଛି । ସେମାନଙ୍କୁ ଆଇନ୍ ପ୍ରକ୍ରିୟା ବିଷୟରେ କୌଣସି ଜ୍ଞାନ ନାହିଁ । ତେଣୁ ତାଙ୍କ ସାହାଯ୍ୟ ପାଇଁ ଉଦାରତା ଦେଖାଯିବା ଉଚିତ୍ । ଏହି ମାମଲାରେ ପରବର୍ତ୍ତୀ ବିଚାର ଜୁଲାଇ ୩୦ରେ କରାଯିବ ।
ସୁପ୍ରିମ୍କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣିକୁ ଆସନ୍ତା ମାର୍ଚ ୫ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି। ତିନିଜଣିଆ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍ ଏକେ ସିକ୍ରି ଆଜି ଅନୁପସ୍ଥିତ ଥିବା କାରଣରୁ ଆଜି ମାମଲାର ଶୁଣାଣି ହୋଇ ପାରିନାହିଁ। ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ଆମିକସ୍ କ୍ୟୁରି ରଞ୍ଜିତ କୁମାର ମଧ୍ୟ ତାଙ୍କ ରିପୋର୍ଟ ଆଜି ସୁପ୍ରିମ୍କୋର୍ଟରେ ଦାଖଲ କରି ନ ପାରି ଅଧିକ ସମୟ ମାଗିଛନ୍ତି। ସୁପ୍ରିମ୍କୋର୍ଟଙ୍କ ନିର୍ଦେଶକ୍ରମେ ଫେବୃଆରି ୨୨ ଓ ୨୩ ତାରିଖ ଦିନ ସେ ଶ୍ରୀମନ୍ଦିର ପରିଦର୍ଶନରେ ଆଦି ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ। ମନ୍ଦିର ସଂସ୍କାର ସଂକ୍ରାନ୍ତରେ ସେ ବହୁ ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି, ତେଣୁ ରିପୋର୍ଟ ପ୍ରସ୍ତୁତି ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ସେ କୋର୍ଟଙ୍କୁ ଜଣାଇଛନ୍ତି।