ସମଗ୍ର ଦେଶରେ ଗ୍ରୀଷ୍ମ ଋତୁ ଅନୁଭୂତ ହେଉଥିବାବେଳେ ତା’ର କରାଳ ରୂପ ପ୍ରସାର ହେବାକୁ ଲାଗିଲାଣି। ଗ୍ରୀଷ୍ମ ଋତୁର ଆରମ୍ଭରେ କେରଳରେ ଲୁ ପାଇଁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୪ ଜଣ ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି। କେରଳରେ ବର୍ତ୍ତମାନ ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ଉପନଗର ପରସାଲା ନିକଟବର୍ତ୍ତୀ ମୁରିଉଥୋମ୍ର ଜଣେ କୃଷକ ଉନ୍ନୀକୃଷ୍ଣନ୍ ଓ ପଲକ୍କଡ ସହରର ନୈଲୁରର ଜଣେ ମହିଳା ଶ୍ରମିକଙ୍କର ଗତକାଲି ଲୁ ପାଇଁ ମୃତ୍ୟୁ ହୋଇଛି। କେରଳର ଥିରୁଅନନ୍ତପୁରମ୍, କୋଲ୍ଲମ, ପଥାନ୍ନମଥିଟ୍ଟା, ଅଲ୍ଲାପୁଝା, କୋଟ୍ଟୟମ୍, ଇଡୁକ୍କି, ଏର୍ଣ୍ଣାକୁଲମ୍, ତ୍ରିଶୁର୍, ମଲ୍ଲପୁରମ୍, କୋଝିକୋଡ, କନ୍ନୁର ଓ କାସରଗୋଡ଼ ଜିଲ୍ଲାରେ ଅଧିକ ତାପାମାତ୍ରା ରହିଛି। ଏହି ସମସ୍ତ ଜିଲ୍ଲାରେ ୪୪ ଜଣ ପାଖାପାଖି ଲୋକେ ଲୁ’ରେ ପ୍ରଭାବିତ ହୋଇଛନ୍ତି।
Tag: thesamikhsya
ଦିଲ୍ଲୀରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଶାସକ ଦଳ ଆମ୍ ଆଦମୀ ପାର୍ଟି ସହିତ କଂଗ୍ରେସର ମେଣ୍ଟ ହେବ ନାହିଁ। ଏ ନେଇ କଂଗ୍ରେସ କିମ୍ବା ଅଧ୍ୟକ୍ଷ ରାହୁଲ ଗାନ୍ଧି କୌଣସି ବିଧିବଦ୍ଧ ସୂଚନା ଦେଇନଥିଲେ ମଧ୍ୟ ଗତକାଲି ହୋଇଥିବା ବୈଠକରେ ଏହି ସମ୍ପର୍କିତ ସୂଚନା ରହିଛି। ଦିଲ୍ଲୀରେ ମେଣ୍ଟ ହେବ କି ନାହିଁ, ଏ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଘରେ ବିଳମ୍ବିତ ରାତି ଯାଏ ଦଳର ବରିଷ୍ଠ ନେତା ପିସି ଚାକୋ, କେ.ସି ଭେନୁଗୋପାଳଙ୍କ ସହ ବୈଠକ ବସିଥିଲା। ଏବେ ଆପ ସହ ମେଣ୍ଟ କଲେ ଭବିଷ୍ୟତରେ ଏହା କଂଗ୍ରେସ ପାଇଁ କ୍ଷତିକାରକ ହେବ ବୋଲି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତୀ ଅବଗତ କରାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦିଲ୍ଲୀ କଂଗ୍ରେସର କିଛି ନେତା ରାଜ୍ୟରେ ବିଜେପିକୁ ରୋକିବା ପାଇଁ ଆମ ଆଦମି ପାର୍ଟି ସହ ମେଣ୍ଟର ଆବଶ୍ୟକତା ରହିଛି ବୋଲି ମନେ କରି କଂଗ୍ରେସ ହାଇକମାଣ୍ଡକୁ ପ୍ରସ୍ତାବ ଦେଇଥିଲେ। ହେଲେ ଏହା ଭବିଷ୍ୟତରେ କଂଗ୍ରେସ ପାଇଁ ଭଲ ହେବ ନାହିଁ ବୋଲି ପିସିସି ଅଧ୍ୟକ୍ଷ ଶୀଲୀ ଦୀକ୍ଷିତ ମନେ କରି ପ୍ରଥମରୁ ଏହାକୁ ବିରୋଧ କରୁଥିଲେ। ତେବେ ମେଣ୍ଟ ବାବଦରେ ଆମ ମୁଖ୍ୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସହ ମେଣ୍ଟ ପାଇଁ ଇଚ୍ଛା ପ୍ରକାଶ ରଖିଥିଲେ। ହେଲେ ଏହି ମେଣ୍ଟ ପ୍ରସ୍ତାବ ଶୈଳୀକୁ ଶୀଲା ଦୀକ୍ଷିତ ଗ୍ରହଣ କରିନଥିବା ଜଣାପଡ଼ିଛି। ଏ କ୍ଷେତ୍ରରେ ଶୀଲା ଦୀକ୍ଷିତ ନିଜ ଜିଦରେ ଅଟଳ ରହିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ମେଣ୍ଚ ନହେବାର ଅନ୍ୟ ଏକ କାରଣ ‘ଆପ’ର ଆସନ ସର୍ତ୍ତ ବୋଲି ମଧ୍ୟ ଜଣାପଡ଼ିଛି। ଏନସିପି ସୁପ୍ରିମୋ ଶରଦ ପାୱାର ଦୁଇ ଦଳ ମଧ୍ୟରେ ମଧ୍ୟସ୍ଥି ମଧ୍ୟ ସାଜିଥିଲେ। ହେଲେ ମେଣ୍ଟ ନେଇ ସବୁଜ ସଂକେତ ମିଳିପାରିନାହିଁ । ଗତ ସାଧାରଣ ନିର୍ବାଚନରେ ବିଜେପି ୭ଟି ଲୋକସଭା ଆସନରୁ ୭ଟି ଜିତି କ୍ଲିନ ସୁଇପ କରିଥିଲା।
ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ନିର୍ବାଚନ ଆଚାର ସଂହିତା ଲାଗୁ କରାଯାଇଛି। ଏନେଇ ଏକ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି। ବିହାର ବକ୍ସରରେ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ନିର୍ବାଚନ ଅଧିକାରୀ କେନ୍ଦ୍ରମନ୍ତ୍ରୀଙ୍କୁ ଏ ବାବଦରେ ଅବଗତ କରାଇବାରୁ ସେ ଖୋଲାଖୋଲି ଧମକ ଦେବା ସହିତ ଜେଲ ପଠାଇବାକୁ ଆହ୍ବାନ କରିଛନ୍ତି। ସୂଚନାଯୋଗ୍ୟ ଶନିବାର ଦିନ ବକ୍ସର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ ଏକ ରାଲି କରୁଥିଲେ ଯାହାକି ବିନା ଅନୁମତିରେ ହୋଇଥିବା ଜଣାପଡ଼ିଛି। ପ୍ରଚାର ପାଇଁ ସମୟ ସରିଯାଇଥିବାବେଳେ ରାଲିରେ ସାମିଲ ଥିବା ବାଇକ ପାଇଁ ମଧ୍ୟ ଆବଶ୍ୟକ ଅନୁମତି ନିଆଯାଇନଥିଲା। ଏହାପରେ ସବ ଡ଼ିଭିଜନାଲ ମାଜିଷ୍ଟ୍ରେଟ ତଥା ନିର୍ବାଚନ ଅଧିକାରୀ କେକେ ଉପାଧ୍ୟାୟ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାର ବେଳେ ଅଟକାଇଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଜଣଙ୍କ ନିର୍ବାଚନ ଅଧିକାରୀ ଜଣଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ତେବେ ନିର୍ବାଚନ ଅଧିକାରୀ ଏ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ଅଶ୍ବିନୀ କୁମାର ଚୌବେ କେନ୍ଦ୍ର ସରକାରରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଛନ୍ତି। ସେ ବିଜେପିରୁ ବକ୍ସର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି।
ବିଜେଡ଼ି ଛାଡ଼ିଲେ ରଘୁନାଥ ମହାନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟ ଓ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି। କାଲି ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ପଦରୁ ଦେଇଥିଲେ। ଇସ୍ତଫା ପତ୍ରରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ତେବେ ଇସ୍ତଫା ଦେବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜୁ ଜନତା ଦଳ ପଥ ଭ୍ରଷ୍ଟ ହୋଇଯାଇଛି, କିଛି ନ୍ୟସ୍ତ ସ୍ବାର୍ଥଗୋଷ୍ଠୀଙ୍କ ଚକ୍ରାନ୍ତରେ ଦଳ ପ୍ରଭାବିତ ହୋଇଯାଇଛି। ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ ବରିଷ୍ଠ ନେତାଙ୍କୁ ଦଳ କୋଣଠେସା କରିଛି ବୋଲି କହିଛନ୍ତି ରଘୁନାଥ। ତେବେ ସେ ନିର୍ବାଚନ ଲଢିବା ନ ଲଢିବା ନେଇ କୌଣସି ସୂଚନା ଦେଇନାହାନ୍ତି।
ବିହାରର ସରଣ ଜିଲ୍ଲା ଛପରାରର ଗୌତମସ୍ଥାନ ନିକଟରେ ଆଜି ଏକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୯୦୪୬ ଛପରା-ସୁରତ ତପ୍ତିଗଙ୍ଗା ଏକ୍ସପ୍ରେସର ୧୩ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ଜଣାପଡ଼ିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସକାଳ ୯ଟା ୪୫ରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ରେଳ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।
ଲୋକସଭା ନିର୍ବାଚନ ପାଇଁ ରାଜନୀତି ବେଶ୍ ସରଗରମ ରହିଛି। ସବୁ ରାଜନୈତିକ ଦଳମାନେ ନିଜର ରଣନୀତି ପ୍ରସ୍ତୁତ କରିସରିଲେଣି। ଆସନ୍ତା ଲୋକସଭା ନିର୍ବାଚନରେ ଦୁଇଟି ଆସନରୁ ନିର୍ବାଚନ ଲଢିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। କଂଗ୍ରେସ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଆଜି ବିଧିବଦ୍ଧ ଭାବରେ ରାହୁଲ୍ ଦୁଇଟି ସିଟ୍ରୁ ଚଳିତ ନିର୍ବାଚନ ଲଢିବେ ବୋଲି ଘୋଷଣା କରାଯାଇଛି। ରାହୁଲ ପାରମ୍ପରିକ ଆମେଥି ସହିତ କେରଳର ଓ୍ବାୟନାଡରୁ ନିର୍ବାଚନ ଲଢିବେ। କେରଳ କଂଗ୍ରେସ ପକ୍ଷରୁ ରାହୁଲ୍ଙ୍କୁ ଏହି ଆସନରୁ ଲଢିବା ପାଇଁ ଅନୁରୋଧ କରାଯାଇଥିଲା। ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେଥିରୁ ସାଂସଦ ଅଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ୍ ସୁର୍ଜେଓ୍ବାଲା ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ, ଆମେଥି ରାହୁଲ୍ଙ୍କ ମନରେ ରହିଛି ଓ ସବୁବେଳେ ରହିବ। ଆମେଥିକୁ ରାହୁଲ୍ ତାଙ୍କ କର୍ମଭୂମି ବୋଲି ମାନନ୍ତି, ତେଣୁ ସେ ଆମେଥିରୁ ଲଢିବା ସହିତ ଓ୍ବାୟନଡ଼ରୁ ମଧ୍ୟ ନିର୍ବାଚନ ଲଢିବେ। ଗତ ନିର୍ବାଚନରେ ମୋଦି ମଧ୍ୟ ବାରଣାସୀ ଓ ଗୁଜୁରାଟର ବଡ଼ତୋରା ଦୁଇଟି ଆସନରୁ ଲଢି ନିର୍ବାଚନ ଜିତିଥିଲେ। ତେବେ ଦେଖାଯାଉ, କଂଗ୍ରେସର ଏହି ନୂତନ ରଣନୀତି କେତେଦୂର ସଫଳତା ଦେଉଛି।
ଟିକେଟ ପାଇବାକୁ ନେଇ ବିଜେଡ଼ି ଦଳ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି। ଆଜି ସକାଳେ ଭଦ୍ରକ ସାଂସଦ ବିଜେଡ଼ି ଦଳ ଛାଡ଼ିଥିବାବେଳେ ବିଜେପି କାର୍ଯ୍ୟାଳୟରେ ଯୋଗଦେଇ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ୍ ହୋଇଛନ୍ତି। ୮ ଥର ସାଂସଦ ରହିଥିବା ଅର୍ଜୁନ୍ ସେଠୀ ଏଥର ବିଜେଡ଼ି ତରଫରୁ ଟିକେଟ ପାଇନଥିବାବେଳେ ତାଙ୍କ ପୁତ୍ର ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରିବା ପାଇଁ ଅନୁରୋଧ କରିଥିଲେ ବିଜେଡି ସୁପ୍ରିମୋଙ୍କୁ। କିନ୍ତୁ ତାଙ୍କ ପୁତ୍ରକୁ ଟିକେଟ୍ ମିଳିନଥିବାରୁ ସେ କ୍ଷୋଭ ପ୍ରକାଶ କରି ବିଜେଡ଼ି ଛାଡ଼ିଥିଲେ। ତେବେ ଅର୍ଜୁନ୍ ଏବଂ ତାଙ୍କ ପୁତ୍ର ଅଭିମନ୍ୟୁ ଉଭୟ ବିଜେପିରେ ସାମିଲ୍ ହୋଇଛନ୍ତି। ଯାଜପୁରର ସାଂସଦ ମୋହନ ଜେନା ମଧ୍ୟ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ରାଜ୍ୟ ବିଜେପିର ମିଶ୍ରଣ ପର୍ବରେ ବିଜେଡ଼ିର ଏହି ନେତାମାନେ ବିଜେପି ଦଳରେ ସାମିଲ୍ ହୋଇଛନ୍ତି। ସେହିପରି ଟିକେଟ ବଣ୍ଟନ ଅସନ୍ତୁଷ୍ଟ ହୋଇ ସୋରର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ ଆଜି ଦଳ ଛାଡ଼ିଛନ୍ତି। ସେ ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡ଼ିକୁ ଆସିଥିଲେ। ସେ ତାଙ୍କ ଇସ୍ତଫା ପତ୍ର ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି।
ଶନିବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ୨୦୧୯ ନିର୍ବାଚନ ପାଇଁ ଗାନ୍ଧିନଗର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଭରିଛନ୍ତି ବିଜେପି ଚାଣକ୍ୟ। ଅହମ୍ମଦାବାଦରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା ବିରାଟ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ କରିଥିଲେ। ଏହି ନାମାଙ୍କନ ପତ୍ର ଦାଖଲ ଉତ୍ସବରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ଶାହା। ବାଲାକୋଟ ଏୟାର ଷ୍ଟ୍ରାଇକ୍ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମସ୍ତ ଶ୍ରେୟ ଦଇ ଶାହା କହିଥିଲେ ମୋଦି ମନମୋହନଙ୍କ ପରି ମୌନ ରହୁଥିବା ଲୋକ ନୁହନ୍ତି। ପାକିସ୍ତାନ ଏୟାର ଷ୍ଟ୍ରାଇକ୍ ପାଇଁକ ପ୍ରସ୍ତୁତ ନଥିବା ବେଳେ ମୋଦିଙ୍କ ପାଇଁ ଏହା ସମ୍ଭବ ହେଲା। ଦେଶର ୪୦ ବୀର ଯବାନ ପ୍ରାଣ ହରାଇବା ପରେ ପାକିସ୍ତାନ ଏହାର ସମସ୍ତ ସାମରିକ ବାହିନୀକୁ ସୀମାରେ ଛିଡା କରାଇଥିଲା। ତେଣୁ ଏୟାର ଷ୍ଟ୍ରାଇକ୍ କରିବା ଜରୁରୀ ଥିଲା। ସେହିପରି ବାଲାକୋଟ ଏୟାର ଷ୍ଟ୍ରାଇକ୍ର ପ୍ରମାଣ ମାଗୁ୍ଥିବା ରାହୁଲ ଗାନ୍ଧୀଙ୍କୁ ନିର୍ବୋଧ ବୋଲି କହିଛନ୍ତି ଶାହା। ପୂର୍ବରୁ କେବଳ ଆମେରିକା ଏବଂ ଇସ୍ରାଏଲ୍ ଏପରି ଆକ୍ରମଣ କରିଛନ୍ତି। ଯଦି କେହି ଆମ ଉପରକୁ ଗୁଳି ଚଳାଏ ତେବେ ଆାମ ପକ୍ଷରୁ ବମ୍ ଫିଙ୍ଗାଯିବ। ସେହିପରି ଚଳିତ ନିର୍ମାଚନରେ ମହାମେଣ୍ଟ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବ ବୋଲି ପୂର୍ବାନୂମାନ ଲଗାଇଛନ୍ତି ଶାହା। ନିଜ ସମର୍ଥକ, କେନ୍ଦ୍ରମନ୍ତ୍ରୀ, ଦଳୀୟ ନେତୃବୃନ୍ଦଙ୍କ ସହ ଦୀର୍ଘ ୪ କିଲୋମିଟର ରୋଡ ସୋ’ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିକ ଗଡକାରୀ, ରାମବିଳାଶ ପାଶୱାନ ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପ୍ରମୁଖ ଉପସ୍ଥିତ ରହିଥିଲେ। ଅହମ୍ମଦାବାଦରେ ଶାହାଙ୍କ ଜନସଭାରେ ଯୋଗ ଦେଇ ରାଜନାଥ ସିଂହ କହିଥିଲେ ଯେଉଁ କାମ ସାଢେ ୫ବର୍ଷରେ ମୁଁ କରିପାରିଲି ନାହିଁ ତାହା ଅମିତ ଶାହା ସାଢେ ୪ ବର୍ଷରେ କରିଦେଖାଇଲେ। ଅମିତ ଶାହା ଗାନ୍ଧିନଗରରୁ ନାମାଙ୍କନ ଭରିଥିବାରୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ରାଜନାଥ।
ବିଜେଡ଼ିର ଆଉ ୩ଟି ଲୋକସଭା ଆସନ ଓ ୩୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବାକୁ ବାକି ଥିବାବେଳେ ଏବେବି ଚାଲିଛି ଦଳ ବଦଳ ପ୍ରକ୍ରିୟା । ଟିକେଟ ନପାଇବାକୁ ନେଇ ଗୋଟିଏ ପରେ ଗୋଟିଏ ବିଧାୟକ ଏବଂ ସାଂସଦ ଦଳ ଛାଡୁଛନ୍ତି । ଆଜି ଭଦ୍ରକ ସାଂସଦ ଅର୍ଜୁନ୍ ସେଠୀ ଦଳ ଛାଡ଼ି ଦଳ ବିରୋଧରେ ବିଷୋଦଗାର କରି ଇସ୍ତଫା ପତ୍ର ଦେଇଛନ୍ତି । ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ପ୍ରାର୍ଥୀ ଚୟନରେ ଅନିୟମିତାତାକୁ ନେଇ ଅସନ୍ତୁଷ୍ଟ ହୋଇଥିବା ସାଂସଦ ଅର୍ଜୁନ୍ ୮ଥର ସାଂସଦ ରହିଛନ୍ତି । ଏଥର ତାଙ୍କୁ ଟିକେଟ୍ ଦିଆଯାଇନାହିଁ । ଅର୍ଜୁନ୍ ସେଠୀ ତାଙ୍କ ପୁତ୍ର ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ତାଙ୍କ ପୁତ୍ରକୁ ଟିକେଟ୍ ମିଳିନଥିବାରୁ ସେ ବିଜେଡ଼ି ଛାଡ଼ିଛନ୍ତି । ତେବେ ଦଳ ଛାଡ଼ିବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳ ବିଜୁବାବୁଙ୍କ ନୀତି ଓ ଆଦର୍ଶକୁ ଭୁଲିଯାଇଛି । ବିଜେଡିର ପ୍ରାର୍ଥୀ ଚୟନରେ ଅନିୟମିତତା ଦେଖାଯାଉଛି ଯୋଗ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଅର୍ଜୁନ୍ ।
ଏକ କନ୍ନଡ ଫିଲ୍ମର ସୁଟିଂ ଚାଲିଥିବା ବେଳେ ଗ୍ୟାସ୍ ସିଲିଣ୍ଡର ବିସ୍ଫାେରଣରେ 2 ଜଣ ପ୍ରାଣ ହରାଇଛନ୍ତି। ଏହି ବିସ୍ଫୋରଣରେ ଜଣେ 28 ବର୍ଷୀୟ ମହିଳା ଏବଂ ତାଙ୍କର 8 ବର୍ଷର ଝିଅ ପ୍ରାଣ ହରାଇଛନ୍ତି। କନ୍ନଡ ଫିଲ୍ମ ରଣମ୍ର ଏକ ବିସ୍ଫୋରଣ ଦୃଶ୍ୟର ସୁଟିଂ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ମୃତା ମହିଳାଙ୍କ ନାମ ସୁମେରା ବାନୁ ଏବଂ ଝିଅର ନାମ ଆୟେରା ବାନୁ। ଏହି ବିସ୍ଫୋରଣରେ ସୁମେରାଙ୍କ 7 ବର୍ଷର ଝିଅ ଜୈନାବ୍ ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି। କେମ୍ପାଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ କିଛି ଦୂରରେ ଥିବା କେଆଇଏଡିବି ଶିଳ୍ପାଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ଏହି ଦୁର୍ଘଟଣା ପରେ ସୁଟିଂ ସେଟ୍ର ସଦସ୍ୟ ମାନେ ସେଟ୍ ଛାଡି ପଳାୟନ କରିଥିଲେ। ସୁଟିଂ ପାଇଁ ପେଲିସ୍ ଏବଂ ଅଗ୍ନିଶମ ବିଭାଗ ନିକଟରୁ ଅନୁମତି ନିବଯାଇନଥିଲା ବୋଲି ଉତ୍ତର ପୂର୍ବ ଡିଭିଜନ୍ର ଡିସିିପି କାଲା କ୍ରିଷ୍ଣସ୍ବାମୀ ପ୍ରକାଶ କରିଛନ୍ତି।
ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପୂର୍ବତନ ବସ୍ତା ବିଧାୟକ ଓ ମନ୍ତ୍ରୀ ରଘୁନାଥ ମହାନ୍ତି। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି। ନବୀନ ନିବାସରେ ନବୀନଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଟିକେଟ ମିଳିବା ପ୍ରସଙ୍ଗ ଉପରେ ମତ ଦେଇ ରଘୁ ମହାନ୍ତି କହିଛନ୍ତି ଯେ, ଏହା ଦଳ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ। ତେବେ ସେ ବିଜେଡ଼ିରେ ରହିଛନ୍ତି ଓ ଦଳ ପାଇଁ କାମ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।
ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାମରେ ମାମଲା। ପୀତାମ୍ବର ଆଚାର୍ଯ୍ୟ କାର୍ଯ୍ୟରତ ପୁଲିସ ଅଧିକାରୀ ଏବଂ ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କୁ ଦୁର୍ବ୍ୟବହାର ସହ ଗାଳି ଗୁଲଜ କରିଥିବା ଅଭିଯୋଗ କରାଯାଇ ଏତଲା ଦିଆଯାଇଛି। ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କ ଅଭିଯୋଗ ପରେ ଆସିକା ଥାନାରେ ଏହି ମାମଲା ଦାଏର ହୋଇଛି। ଶୁକ୍ରବାର ଦିନ ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ହିଞ୍ଜିଳି ଯାଉଥିବା ବେଳେ ଯାଞ୍ଚ ପାଇଁ ରାସ୍ତାରେ ତାଙ୍କ ଗାଡିକୁ ପୁଲିସ ଅଟକାଇଥିଲା। ସେ ଯାଞ୍ଚରେ ସାହାଯ୍ୟ କରିବା ପରିବର୍ତ୍ତେ ସେଠାରେ ଉପସ୍ଥିତ ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟଙ୍କ ସମେତ ପୁଲିସଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି।
ଏକ ସଡକ ଦୁର୍ଘଟଣାରେ ନୂଆପଡା ଜିଲ୍ଲା କୋମନା ବ୍ଲକର ତଦସିଲଦାରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ସୁରେଶ ନନ୍ଦ ବୋଲି ଜଣାପଡିଛି। ସେ ନିର୍ବାଚନ କାମରେ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସୂଚନା ମୁତାବକ, କୋମନା ତହସିଲଦାର ସୁରେଶ ନନ୍ଦ ଆଜି ନିର୍ବାଚନ କାମରେ ନୂଆପଡାରୁ ଭୁବନେଶ୍ୱର ଆସୁଥିଲେ। ତେବେ ନୟାଗଡର ନୂଆଗାଁ-ଦଶପଲ୍ଲାର ରାସ୍ତାରେ ଥିବା ସୋରଡା ନିକଟରେ ତାଙ୍କ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗାଡିର ଡ୍ରାଇଭର ସନତ ପଟେଲ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଘଡ଼ିକେ ଘୋଡ଼ା ଛୁଟିବାରେ ଲାଗିଛି। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି(ସପା)ଓ ବହୁଜନ ସମାଜ ପାର୍ଟି(ବିଏସ୍ପି)ର ମହାମେଣ୍ଟରେ ଗୋଟିଏ ଦିନ ପୂର୍ବରୁ ସାମିଲ ହୋଇଥିବା ନିଶାଦ ପାର୍ଟି ଏବେ ୟୁ-ଟର୍ଣ୍ଣ ନେଇଛି। ନିଶାଦ ପାର୍ଟି କୌଣସି ପ୍ରକାରରେ ସପା-ବିଏସ୍ପି ମହାମେଣ୍ଟରେ ରହିବ ନାହିଁ ଏବଂ ଖୁବ୍ଶୀଘ୍ର ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗୁରୁବାର ନିଶାଦ ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସପା- ବିଏସ୍ପି ମହାମେଣ୍ଟରେ ସାମିଲ ହେବା ନେଇ ଘୋଷଣା କରିଥିଲା। ତେବେ ମେଣ୍ଟରେ ଯୋଗଦେବା ପରେ ଆସନ ଭାଗବଣ୍ଟାକୁ ନେଇ ତିକ୍ତତା ସୃଷ୍ଟି ହୋଇଥିଲା। ନିଶାଦ ପାର୍ଟି ମୁଖ୍ୟ ମହାରାଜଗଞ୍ଜ ଆସନରୁ ଦଳୀୟ ଚିହ୍ନରେ ଲଢ଼ିବାକୁ ମହାମେଣ୍ଟ ଆଗରେ ପ୍ରସ୍ତାବ ରଖିଥିଲେ। ହେଲେ ଏହି ଅଙ୍କ ଛିଡ଼ି ନଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ନିଶାଦ ପାର୍ଟି ମହାମେଣ୍ଟକୁ ବାଏ ବାଏ କହିଛି। ମହାମେଣ୍ଟରୁ ଓହରିବା ପରେ ନିଶାଦ ପାର୍ଟିର ସଭାପତି ସଞ୍ଜୟ ନିଶାଦ ଓ ତାଙ୍କ ପୁଅ ପ୍ରବୀଣ ନିଶାଦ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ପ୍ରବୀଣ ସମାଜବାଦୀ ଟିକେଟ୍ରେ ଗୋରଖପୁର ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ନିଶାଦ ପାର୍ଟିର ନେତାମାନେ ଯୋଗୀଙ୍କୁ ଦେଖା କରିବାରୁ ଦଳ ବିଜେପି ସହ ମିଶିବ ବୋଲି ଆକଳନ କରାଯାଉଛି। ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହେବା ପରେ ଗୋରଖପୁର ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା। ଏଠାରେ ସମାଜବାଦୀ ପାର୍ଟି ନିଶାଦ ପାର୍ଟି ସହ ମିଶି ବିଜେପିକୁ ହରାଇବାରେ ସକ୍ଷମ ହୋଇଥିଲା। ତେବେ ଏବେ ନିଶାଦ ପାର୍ଟିର ଏଭଳି ଆଭିମୁଖ୍ୟ ଉତ୍ତର ପ୍ରଦେଶ ରାଜନୀତିକୁ ସରଗରମ କରିଛି।
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା-ମେକ୍ସିକୋ ସୀମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିନ ଟ୍ରମ୍ପ କହିଛନ୍ତି ଯଦି ମେକ୍ସିକୋ ତରଫରୁ ଅନୁପ୍ରବେଶକାରୀଙ୍କୁ ରୋକିବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ ଆମେରିକା ଏହି ପ୍ରବେଶ ପଥ ବନ୍ଦ କରିବ। ଆମେରିକାର ଦକ୍ଷିଣରେ ଅବସ୍ଥାପିତ ଏହି ସୀମାକୁ ବନ୍ଦ କରିବା ପାଇଁ ନିକଟରେ ପେଣ୍ଟାଗନ ଆମେରିକୀୟ କଂଗ୍ରେସକୁ ୧ ବିଲିୟନ୍ ଡଲାରର ଅର୍ଥରାଶି ପ୍ରଦାନ କରିଥିଲା। ଟ୍ରମ୍ପ କହିଛନ୍ତି ଯଦି ମେକ୍ସିକୋ କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ ଏହି ସୀମାକୁ ଆମେରିକା ବନ୍ଦ କରିଦେବ ଏବଂ ଆବଶ୍ୟକ ପଡିଲେ ଦୀର୍ଘ ଦିନ ପାଇଁ ଏହି ସୀମାକୁ ବନ୍ଦ କରି ଦିଆଯିବ ଏବଂ ମେକ୍ସିକୋ ଆମେରିକା ସହିତ ଖେଳିବା ବନ୍ଦ କରୁ। ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଟ୍ରମ୍ପ ନିଜର ମନୋଭାବ ପ୍ରକାଶ କରିଛନ୍ତି। ଟ୍ରମ୍ପଙ୍କ ଏହି ଧମକ ପରେ ମେକ୍ସିକୋ ପକ୍ଷରୁ ମଧ୍ୟ ସମାନ ଧମକ ମିଳିଛି। ମେକ୍ସିକୋ ବୈଦେଶିକ ବ୍ୟାପାର ସଚିବ ମାର୍ସେଲୋ ଏବ୍ରାଡ୍ କହିଛନ୍ତି, କୌଣସି ରାଷ୍ଟ୍ରର ଚାପରେ ମେକ୍ସିକୋ କାର୍ଯ୍ୟ କରିନଥାଏ ବୋଲି ଟ୍ରମ୍ପ ମନେ ରଖିବା ଉଚିତ୍। ଏହା ସହିତ ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଟ୍ରମ୍ପ ନିଜର ରାଜନୈତିକ ଫାଇଦା ନିମନ୍ତେ ପରିସ୍ଥିତିକୁ ବଢାଇ ଚଢାଇ ବଖାଣୁଛନ୍ତି।
ବଲାଙ୍ଗୀର ପୁଇଁତଳା ବିଡ଼ିଓ ସରୋଜ ମିଶ୍ରଙ୍କୁ ଅପହରଣ କରାଯିବା ପରେ ତାଙ୍କୁ ଛାଡି ଦିଆଯାଇଥିବାର ଖବର ମିଳିଛି। ପ୍ରାୟ 10 ଜଣ ଲୋକ ଆସି ତାଙ୍କୁ ଅଫିସ ଭିତରୁ ଟେକି ନେଇଯାଇଥିଲେ। ତାଙ୍କୁ ଜବରଦସ୍ତ ଏକ ଗାଡିରେ ଦୁର୍ବତମାନେ ଅପହରଣ କରି ନେଉଥିବାର ସେଠାରେ ଉପସ୍ଥିତ ଥିବା ଲୋକମାନେ ଦେଖିଥିଲେ। ଏହାର କିଛି ସମୟ ପରେ ଦୁର୍ବତମାନେ ଛାଡିଦେଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଅପହରଣ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୁଇଁତଳା ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ତେବେ ଠିକା କାମକୁ ନେଇ ଏପରି ହୋଇଛି ବୋଲି ଅନୁମାନ କରାଯାଉଛି। ଏନେଇ ମାମଲା ରୁଜ୍ଜୁ ପରେ ପୁଇଁତଳା ପୋଲିସ ତନାଘନା ଅରମ୍ଭ କରିଛି। ଉଦ୍ଧାର ପରେ ସରୋଜଙ୍କୁ ଜିଲ୍ଲାପାଳ ଏବଂ ଏସପି ପଚାରାଉଚୁରା କରୁଛନ୍ତି।
ସୁଲତାନ ଆଜଲାନ ଶାହ କପ୍ ହକିରେ ନିଜର ଶେଷ ମ୍ୟାଚ୍ରେ ଭାରତ ୧୦-୦ର ବଡ ବ୍ୟବଧାନରେ ବିଜୟୀ ହୋଇଛି। ଏହିତ ମ୍ୟାଚ୍ ପୂର୍ବରୁ ଫାଇନାଲରେ ପ୍ରବେଶ କରି ସାରିଥିବା ଭାରତୀୟ ଦଳ ଆଜିର ମ୍ୟାଚ୍ ପାଇଁ ଦୁଇ ପରିବର୍ତ୍ତନ କରିଥିଲା ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା। ସୁରେନ୍ଦ୍ର କୁମାର ଦଳର ନେତୃତ୍ବ ନେଇଥିଲେ। ଭାରତ ପକ୍ଷରୁ ମ୍ୟାଚ୍ର ପ୍ରଥମ ମିନିଟ୍ରେ ଫିଲ୍ଡ ଗୋଲ୍ ଜରିଆରେ ଦେଇଥିଲେ ବିବେକ ପ୍ରସାଦ। ଭାରତ ଆଜିର ମ୍ୟାଚ୍ରେ ତିନୋଟି ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିଥିଲା। ଭାରତ ପକ୍ଷରୁ ସୁମିତ କୁମାର(୭), ବରୁଣ କୁମାର (୧୮,୨୫), ସୁରେନ୍ଦ୍ର କୁମାର (୧୯), ସିମରନ୍ଜିତ୍ ସିଂ(୨୯), ନୀଳକଣ୍ଠ (୩୬), ମନ୍ଦୀପ୍(୫୦,୫୧) ଏବଂ ଅମିତ ରୋହିଦାସ (୫୫) ମିନିଟ୍ରେ ଗୋଲ୍ ସ୍କୋର କରିଥିଲେ। ଫାଇନାଲ ପୂର୍ବରୁ ଏହି ବିଜୟ ଭାରତର ମନୋବଳ ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଉଛି। ମନ୍ଦୀପ୍ ସିଂ ବର୍ତ୍ତମାନ ସୁଦ୍ଧା ୭ଟି ଗୋଲ୍ ସ୍କୋର କରିଛନ୍ତି। ଆସନ୍ତାକାଲି ଭାରତ ଦକ୍ଷିଣ କୋରିଆ ବିପକ୍ଷରେ ଫାଇନାଲ୍ ମ୍ୟାଚ୍ ଖେଳିବ।
ବିଜେଡ଼ି ଆଜି ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘାେଷଣା କରିଛି । ସେମାନେ ହେଲେ..
୧. ପାରାଦୀପ – ସମ୍ବିତ ରାଉତରାୟ
୨. ବଡ଼ଚଣା – ଅମର ଶତପଥୀ
୩. ପୁରୀ – ମହେଶ୍ବର ମହାନ୍ତି
୪. ତିର୍ତ୍ତୋଲ୍ – ବିଷ୍ଣୁଦାସ
୫. ସୋର – ପର୍ଶୁରାମ ଧଡ଼ା
୬. ଜଟଣୀ – ବିଭୂତି ବଳବନ୍ତରାୟ
୭. ବାରବାଟୀ କଟକ – ଦେବାଶିଷ ସାମନ୍ତରାୟ
୮. କଟକ ସଦର – ଚନ୍ଦ୍ରସାରଥୀ ବେହେରା
୯. ଜଳେଶ୍ବର – ଅଶ୍ବିନୀ କୁମାର ପାତ୍ର
୧୦. ଯଶୀପୁର – ଗୋଲକ ନାଏକ
୧୧. ରେଙ୍ଗାଲୀ – ରୀନା ତନ୍ତୀ
୧୨. ବାଙ୍ଗିରିପୋଷି – ସୁଦାମା ମାରାଣ୍ଡି
୧୩. ବାଲେଶ୍ବର – ଜୀବନ ପ୍ରଦୀପ ଦାସ
୧୪. ଭଦ୍ରକ – ସଂଜୀବ ମଲ୍ଲିକ
୧୫. ରାଜନଗର – ଧ୍ରୁବ ଚରଣ ସାହୁ
୧୬. ସାରସକଣା – ଅମର ସିଂହ ଟୁଡୁ
୧୭. ଉଦଳା – ଶ୍ରୀନାଥ ସୋରେନ୍
୧୮. ବଡ଼ସାହି – ବୃନ୍ଦାବନ ଦାସ
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆ ମୁହଁ ଅପେକ୍ଷା ପୁରୁଣା ନେତାଙ୍କ ଉପରେ ଅଧିକ ଭରସା କରିଛନ୍ତି। ଏଥର ତାଲିକାରେ ଅଳ୍ପ କେତେକ ନୂଆ ମୁହଁ ଥିବା ବେଳେ ଅନ୍ୟମାନେ ସମସ୍ତେ ପୁରୁଣା ମୁହଁ। ପାରାଦ୍ବୀପରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରିଛନ୍ତି। ଫଳରେ ଏରସମାରୁ ଦାମ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ପାରାଦ୍ବୀପରୁ ତାଙ୍କ ପୁଅ ବିଜେଡିରୁ ଲଢେଇ କରିବେ। ସେହିପିର କଟକ ବାରବାଟୀରେ ନବୀନ ଦେବାଶୀଷ ସାମନ୍ତରାୟଙ୍କ ଉପରେ ଭରସା କରିଛନ୍ତି। କଟକର ଅନ୍ୟ ଆସନ ଘୋଷଣା ସରିଥିଲେ ମଧ୍ୟ ବାରବାଟୀକୁ ନେଇ ଦ୍ବନ୍ଦ ରହିଥିଲା। ଶେଷ ପର୍ଯ୍ୟନ୍ତ ଏହି ଆସନରୁ ବିଜେଡିର କିଏ ପ୍ରାର୍ଥୀ ହେବ ଘୋଷଣା ହୋଇ ନ ଥିଲା। ସେହିପରି ଜଟଣୀରୁ ବିଭୂତି ବଳବନ୍ତରାୟଙ୍କୁ ପ୍ରାର୍ଥୀ କରାଯାଇଛି। ବିଭୂତିଙ୍କୁ ଗତ ନିର୍ବାଚନରେ ଟିକେଟ ଦିଆ ନ ଯାଇ ଭାଗିରଥୀ ବଡଜେନାଙ୍କୁ ପ୍ରାର୍ଥୀ କରାଯାଇଥିଲା। ହେଲେ ଏଥର ଭାଗିରଥୀ ସ୍ବାସ୍ଥ୍ୟଗତ କାରଣ ପାଇଁ ନିର୍ବାଚନ ନ ଲଢିବା ପାଇଁ ନିଷ୍ପତି କରିଥିଲେ। ଫଳରେ ବିଭୂତିଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି। ସେତେବେଳେ ବିଭୂତି କୌଣସି ଦଳକୁ ନ ଡେଇଁ ବିଜେଡିରେ ରହି କାମ କରୁଥିବାରୁ ତାଙ୍କୁ ଏଥର ପୁରସ୍କାର ମିଳିଲା। ତିର୍ତୋଲ ଆସନରେ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରାଯାଇଛି। କାରଣ ଏହି ଆସନର ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ଜଗତସିଂହପୁରର ଲୋକସଭା ପ୍ରାର୍ଥୀ କରାଯାଇଛି। କଟକ ସଦରରେ ଚନ୍ଦ୍ରସାରଥୀ ବେହେରାଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି। କାରଣ ବିଶ୍ବ କପ ହକି ଆୟୋଜନରେ କ୍ରୀଡାମନ୍ତ୍ରୀ ଭାବେ ଚନ୍ଦ୍ରସାରଥୀଙ୍କ ଭୂମିକା ଗୁରୁତପୂର୍ଣ୍ଣ ଥିବାରୁ ତାଙ୍କୁ ନବୀନ ପୁଣି ଭରସା କରିଛନ୍ତି। ସେହିପରି ବଡଚଣାରେ ମଧ୍ୟ ଅମର ଶତପଥୀଙ୍କୁ ପୁଣି ଥିରେ ଟିକେଟ ଦିଆଯାଇଛି। ଏହି ଆସନରୁ ଅନେକ ଆଶାୟୀ ଥିବା ବେଳେ ନବୀନ ଅମରଙ୍କୁ ଭରସା କରିଛନ୍ତି।
ପଟିଦାର ସମ୍ପ୍ରଦାୟର କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଆଗାମୀ ଲୋକ ସଭା ନିର୍ବାଚନ ଲଢ଼ିପାରିବେ ନାହିଁ। ଦଙ୍ଗା ଉସକାଇବା ମାମଲାରେ ହାର୍ଦ୍ଦିକଙ୍କ ଦଣ୍ଡାଦେଶକୁ କମ୍ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ନିର୍ବାଚନ ଲଢ଼ିବା ପାଇଁ ହାର୍ଦ୍ଦିକ ନିଜର ଦଣ୍ଡାଦେଶକୁ କମ୍ କରିବା ପାଇଁ ଗୁଜୁରାଟ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ହାର୍ଦ୍ଦିକଙ୍କ ଆବେଦନକୁ ଖାରଜ କରିଦେଇଥିବା ଜଣାପଡିଛି। ଅପରପକ୍ଷରେ ଅଭିଯୁକ୍ତ ସାବ୍ୟସ୍ତ ହେବା ପରେ ନିର୍ବାଚନ ଲଢ଼ିବା ନେଇ ହାର୍ଦ୍ଦିକଙ୍କ ଉପରେ ଏବେ ରୋକ ଲଗାଯାଇଛି। କିଛି ଦିନ ତଳେ ପାଟିଦାର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସରେ ସାମିଲ ହୋଇଥିବା ବେଳେ ସେ ଗୁଜୁରାଟର ଜାମନଗରରୁ ନିର୍ବାଚନ ଲଢ଼ିଥାନ୍ତେ। ଭାରତୀୟ ସମ୍ବିଧାନର ଧାରା ୧୯୫୧ ଅନୁଯାୟୀ ହାର୍ଦ୍ଦିକ ଚଳିତ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ । ୨୦୧୫ ମେହସାଣାର ବିସନଗରରେ ଦଙ୍ଗା ଉସକାଇବା ମାମଲାରେ ହାଇକୋର୍ଟ ତାଙ୍କୁ ୨ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୧୨ ମାର୍ଚ୍ଚ ୨୦୧୯ରେ ହାର୍ଦ୍ଦିକ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।
ୟୁରୋ କପ୍ ୨୦୧୯ ନିମେନ୍ତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ସ୍ପେନ୍, ରୋମାନିଆ ଏବଂ ଇଟାଲୀ ବିଜୟ ହାସଲ କରିଛନ୍ତି। ମାଲ୍ଟା ବିପକ୍ଷ ମ୍ୟାଚ୍ରେ ସ୍ପେନ୍ ୨-୦ରେ ବିଜୟ ହାସଲ କରିଥିବା ବେଳେ ରୋମାନିଆ ଫେରାେସ୍ ଆଇଲ୍ୟାଣ୍ଡକୁ ୪-୧ରେ ପରାସ୍ତ କରିଥିଲା। ଅନ୍ୟ ପକ୍ଷରେ ଆଜି ସବୁଠୁ ବଡ ବ୍ୟବଧାନର ବିଜୟ ହାସଲ କରିଥିବା ଇଟାଲୀ ୬-୦ରେ ଲିଚେନ୍ଷ୍ଟେନ୍କୁ ପରାସ୍ତ କରିଥିଲା। ଅନ୍ୟ ୩ଟି ମୁକାବିଲା ଅମୀମାଂସିତ ଭାବରେ ଶେଷ ହୋଇଥିଲା। ବୋସନିଆ ଏବଂ ଗ୍ରୀସ୍ ମଧ୍ୟରେ ହୋଇଥିବା ମୁକାବିଲା ୨-୨ରେ ଅମୀମାଂସିତ ରହିଥିବା ବେଳେ, ସ୍ବିଜରଲ୍ୟାଣ୍ଡ ଏବଂ ଡେନ୍ମାର୍କ ମଧ୍ୟରେ ମୁକାବିଲା ୩-୩ରେ ଅମୀମାଂସିତ ରହିଥିଲା। ସେହିପରି ନରଓ୍ବ ଏବଂ ସ୍ବିଡେନ୍ ମଧ୍ୟରେ ଦିନର ଶେଷ ମ୍ୟାଚ୍ ମଧ୍ୟ ଅମୀମାଂସିତ ଭାବରେ ଶେଷ ହୋଇଥିଲା। ଗ୍ରୁପ୍ ଏରେ ଇଂଲଣ୍ଡ ୨ ଟି ମ୍ୟାଚ୍ରୁ ୬ ପଏଣ୍ଟ ସହିତ ପଏଣ୍ଟ ତାଲିକାରେ ଉପରେ ରହିଥିବା ବେଳେ ଗ୍ରୁପ୍ ବିରେ ୟୁକ୍ରେନ୍, ଗ୍ରୁପ୍ ସିତ୍ତର ଆୟାରଲ୍ୟାଣ୍ଡ ଏବଂ ଗ୍ରୁପ୍ ଡିରେ ଆୟାରଲ୍ୟାଣ୍ଡ ପ୍ରଥମ ସ୍ଥାନରେ ରହିଛନ୍ତି।
ବିଜେପିର ଆନନ୍ଦପୁର ପ୍ରାର୍ଥୀ ଭାଗିରଥୀ ସେଠୀ ବିଜେପିରେ ମିଶିବା ପରେ ଏହାକୁ ନେଇ ଏବେ ଓଡ଼ିଶା ରାଜନୀତି ବେଶ୍ ଗରମ ହୋଇଛି। ଭାଗିରଥୀ ବିଜେପିର ଅନ୍ତଃକନ୍ଦଳ ପାଇଁ ଦଳ ଛାଡ଼ି ବିଜେଡ଼ିରେ ମିଶିଛନ୍ତି ବୋଲି କହିବା ସହିତ ଏଇଟା ତାଙ୍କର ଘରବାହୁଡ଼ା ବୋଲି କହିଛନ୍ତି। ତେବେ ଏ ପ୍ରସଙ୍ଗରେ ବିଜେପିର ଉପସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ଭାଗିରଥୀଙ୍କୁ ବିଜେଡ଼ି କେଉଁ ଯୋଗ୍ୟତା ଭିତ୍ତିରେ ନେଲା ବୋଲି ପ୍ରଶ୍ନ କରିବା ସହିତ ଏଠାରେ ତିନୋଟି ପି କାମ କରୁଛି ବୋଲି ସମୀର ମହାନ୍ତି କହିଛନ୍ତି। ତେବେ ପ୍ରତ୍ୟାଖ୍ୟାତ ପ୍ରାର୍ଥୀଙ୍କ ମିଶ୍ରଣରୁ ଜଣାପଡୁଛି ବିଜେଡି ହତାଶ ହୋଇପଡ଼ିଛି, ଆନନ୍ଦପୁରର ବୁଦ୍ଧିମାନ ଭୋଟର ଏହାର ଠିକ୍ ଜବାବ ଦେବେ ବୋଲି ସମୀର କହିଛନ୍ତି।