ଦେଶରେ ବର୍ତ୍ତମାନ ମୋଦି ଲହର ପ୍ରଭାବହୀନ ହୋଇଯାଇଛି ଏବଂ ଦେଶରେ ପ୍ରଥମ ଥର ପାଇଁ ଅଣକଂଗ୍ରେସ ଏବଂ ଅଣବିଜେପି ମେଣ୍ଟ ସରକାର ଗଠନ କରିବାର ସମ୍ଭାବନା ରହିଛି ବାେଲି ଅଲ୍ ଇଣ୍ଡିଆ ମଜଲିସ୍ ଏ ଇତେହାଦ୍ ଉଲ୍ ମୁସଲମାନ୍ (ଏଆଇଏମ୍ଆଇଏମ୍) ର ସଭାପତି ଅସଦୁଦ୍ଦିନ୍ ଓଓ୍ବେସୀ କହିଛନ୍ତି। ୨୦୧୪ ଲୋକସଭା ନିର୍ବାଚନ ପରି ବର୍ତ୍ତମାନ ଦେଶରେ ମୋଦି ଲହର ନାହିଁ। ବର୍ତ୍ତମାନ ଦେଶର ୫୪୩ ନିର୍ବାଚନୀ କ୍ଷେତ୍ରରେ ନିର୍ବାଚନୀ ରଣକ୍ଷେତ୍ର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି। ହାଇଦ୍ରାବାଦ ଲୋକସଭା ଆସନରୁ ତିନିଥର ସାଂସଦ ରହିଥିବା ଓଓ୍ବେସୀ ଚଳିତ ଥର ହାଇଦ୍ରାବାଦରୁ ଲଢୁଥିବା ବେଳେ ତେଲେଙ୍ଗାନା ରାଷ୍ଟ୍ର ସମିତି ନେତୃତ୍ବରେ ଅଣ ବିଜେପି ଏବଂ ଅଣକଂଗ୍ରେସ ମେଣ୍ଟକୁ ସମର୍ଥନ ଜଣାଇେବ ବୋଲି କହିଛନ୍ତି। ବିଜେପି ନିଜର ବିଫଳତାକୁ ଲୁଚାଇବା ପାଇଁ ସଦାସର୍ବଦା ରାଷ୍ଟ୍ରୀୟ ସୁରକ୍ଷାକୁ ସାମ୍ନାକୁ ଆଣିଛି। ପ୍ରଥମେ ସର୍ଜିକାଲ୍ ଷ୍ଟ୍ରାଇକ୍, ପରେ ବାଲାକୋଟ ଏୟାର ଷ୍ଟ୍ରାଇକ୍ ଏବଂ ଗତକାଲି ଏ ସ୍ୟାଟ୍ ମିସାଇଲ୍ ପରୀକ୍ଷଣ ଏହାର ଉଦାହରଣ। ସରକାର କ୍ଷମତା ଲୋଭରେ ରାଷ୍ଟ୍ରୀୟ ସୁରକ୍ଷାକୁ ନିର୍ବାଚନ ପାର ହେବା ପାଇଁ ବ୍ୟବହାର କରୁଛନ୍ତି ଯାହାକି ସାଧାରଣ ଲାେକଙ୍କୁ ଆଉ ପ୍ରଭାବିତ କରି ପାରିବ ନାହିଁ।
Tag: thesamikhsya
୪ ୪ ବର୍ଷରେ ଅକ୍ଷୟ ଖାନ୍ନା
ବଲିଉଡ୍ର ରୋମାଣ୍ଟିକ୍ ଅଭିନେତା ଅକ୍ଷୟ ଖାନ୍ନା ଆଜି ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ମାର୍ଚ୍ଚ ୨୮ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନେତା ବିନୋଦ ଖାନ୍ନାଙ୍କୁ ପୁତ୍ର ହେଉଛନ୍ତି ଅକ୍ଷୟ ଖାନ୍ନା। ତେବେ ପିତାଙ୍କୁ ମାର୍ଗଦର୍ଶକ ଭାବେ ନେଇ ବଲିଉଡ୍ରେ ଅଭିନୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ଅକ୍ଷୟ ଖାନ୍ନା। ୧୯୯୭ରେ ସେ ହିମାଳୟ ପୁତ୍ର ଫିଲ୍ମ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ। ଏହାପରେ ତାଙ୍କର ବର୍ଡର ଫିଲ୍ମ ପରଦାକୁ ଆସିଥିଲା। ଏହି ଫିଲ୍ମ ପାଇଁ ଫିଲ୍ମଫେୟାର୍ ଶ୍ରେଷ୍ଠ ନବାଗତର ପୁରସ୍କାର ମଧ୍ୟ ପାଇଥିଲେ। ଏହାପରେ ମ୍ୟୁଜିକାଲ୍ ରୋମାଣ୍ଟିକ୍ ଡାମ୍ରା ‘ତାଲ୍’ରେ ଐଶ୍ବର୍ଯ୍ୟାଙ୍କ ସହ ନଜର ଆସିଥିଲେ ଅକ୍ଷୟ। ପରବର୍ତ୍ତୀ ସମୟରେ ‘ଦିଲ୍ଚାହାତା ହୈ’, ମହବତ୍, କୁଦରତ୍, ଲାଓ୍ବାରିସ୍, ‘ଲଭ ୟୁ ହମେଶା’, ‘ହମରାଜ୍’, ’୩୬ ଚାଇନା ଟାଉନ୍’, ‘ରେସ୍’, ‘ତିସ୍ ମାର୍ ଖାନ୍’, ‘ଦହକ୍’, ‘ଦିଓ୍ବାନଗୀ’, ହଙ୍ଗାମା, ହଲ୍ଚଲ୍, ‘ଗାନ୍ଧି ମାଇ ଫାଦର୍, ‘ଆକ୍ରୋଶ୍’, ‘ଢିସୁମ୍’, ‘ମମ୍’, ‘ଇତେଫାଖ୍’ ଆଦି ଫିଲ୍ମରେ ବେଶ୍ ସଫଲ ଅଭିନୟ କରିଛନ୍ତି। ‘ହମରାଜ୍’ ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଖଳନାୟକର ପୁରସ୍କାର ଜିତିଥିଲେ। ଚଳିତ ବର୍ଷ ଅକ୍ଷୟଙ୍କ ଅଭିନୀତ ‘ଦ ଆାକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ରିଲିଜ୍ ହୋଇଥିଲା। ଏଥିରେ ସେ ସଂଜୟ ବାରୁ ଚରିତ୍ରରେ ନଜର ଆସିଥିଲେ। ତେବେ ଏହି ରୋମାଣ୍ଟିକ୍ ଅଭିନେତା ଜଣଙ୍କ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି।
ଦ ଡ୍ୟୁକ୍ ଅଫ କେମ୍ବ୍ରିଜ୍ ତଥା ବ୍ରିଟେନ୍ ରାଜବଂଶର ଦାୟାଦ ପ୍ରିନ୍ସ ଓ୍ବିଲିୟମ୍ ନ୍ୟୁଜିଲ୍ୟାଣ୍ଡର କ୍ରିଷ୍ଟଚର୍ଚ୍ଚ ଗସ୍ତରେ ଯିବେ। ଏହି ଗସ୍ତରେ କ୍ରିଷ୍ଟଚର୍ଚ୍ଚ ଆକ୍ରମଣରେ ଶହିଦ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ବୋଲି ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ୍ ଗୁରୁବାର ପ୍ରକାଶ କରିଛନ୍ତି। ପ୍ରିନ୍ସ ଓ୍ବିଲିୟମ୍ଙ୍କ ଏହି ଗସ୍ତ ନେଇ ଆର୍ଡେନ୍ କହିଛନ୍ତି ‘ କିଛି ସପ୍ତାହ ପୂର୍ବରୁ ଏକ ବର୍ବର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ନ୍ୟୁଜିଲ୍ୟାଣ୍ଡର ଶହୀଦ ମାନଙ୍କ ପାଇଁ ରାଜକୁମାର ସମୟ ବାହାର କରିଥିବାରୁ ମୁଁ ରାଜକୁମାରଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି’। ଏ ନେଇ ପ୍ରିନ୍ସଙ୍କ ବାସଭବନ କେନିଙ୍ଗଟନ୍ ପ୍ୟାଲେସ୍ ପକ୍ଷରୁ ମଧ୍ୟ ସମାନ ଖବର ପ୍ରକାଶ ପାଇଛି। ଏହି ଗସ୍ତରେ ଓ୍ବିଲିୟମ୍ଙ୍କ ପତ୍ନୀ କ୍ୟାଥେରିନ୍ ଏବଂ ସନ୍ତାନମାନେ ଯୋଗ ଦେବେକି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ପ୍ରିନ୍ସ ଓ୍ବିଲିୟମ୍ଙ୍କ ନ୍ୟୁଜିଲ୍ୟାଣ୍ଡ ସହିତ ସମ୍ପର୍କ ବହୁତ ପୁରାତନ। ୨୦୧୧ ଭୂକମ୍ପ ସମୟରେ ମଧ୍ୟ ସେ କ୍ରିଷ୍ଟଚର୍ଚ୍ଚ ଗସ୍ତ କରିଥିଲେ। ଏହାପରେ ପତ୍ନୀ ଓ ତିନି ସନ୍ତାନଙ୍କ ସହିତ ଶେଷଥର ପାଇଁ ୨୦୧୪ରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲେ।
ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ୍ ଆଇପିଏଲ୍ର ପ୍ରଥମ ମଙ୍କଡ ଆଉଟ କରିବା ପରେ ଏହାକୁ ନେଇ ଅନେକ ବାଦ ବିବାଦ ଦେଖାଦେଇଥିଲା। ମାତ୍ର କଲିକତା ଟ୍ରାଫିକ୍ ପୋଲିସ ଏହାକୁ ନେଇ ଏକ ବଢିଆ ମିମ୍ ପ୍ରସ୍ତୁତ କରିଛି। ଟ୍ରାଫିକ ସଚେତନତା ପାଇଁ ଉଦ୍ଦିଷ୍ଟ ଏହି ଫଟୋଟିକୁ କୋଲକାତା ଟ୍ରାଫିକ ପୋଲିସ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି। କଲିକତା ଟ୍ରାଫିକ୍ ପୋଲିସ୍ର ଅଫସିଆଲ୍ ଓ୍ବେବ୍ସାଇଟ୍ରୁ ଏକ ଫଟୋ ସେୟାର କରାଯିବା ସହିତ ବଙ୍ଗଳାରେ ଲେଖାଯାଇଛି ‘ କ୍ରିକେଟେର କ୍ରିଜ୍ ହେଉ ଅଥବା ରାସ୍ତା ଯଦି ଆପଣ ସୀମା ଅତିକ୍ରମ କରିବେ ଦେବେ ଦଣ୍ଡିତ ହେବେ’। ଅଶ୍ବିନ୍ଙ୍କ ଏହି ଆଉଟ୍କୁ ସେନ୍ ଓ୍ବାର୍ଣ୍ଣେ ନାପସନ୍ଦ କରି ସମାଲୋଚନା କରିଥିବା ବେଳେ ରାହୁଲ ଦ୍ରାବିଡ ଏବଂ ମିଚେଲ ଜନସନ୍ ସମର୍ଥନ ଜଣାଇଛନ୍ତି। ସେହିପରି ଗତକାଲି ଏମ୍ସିସି ପକ୍ଷରୁ ମଧ୍ୟ ଏହାର ସମର୍ଥନରେ ଏକ ଟ୍ବିଟ୍ କରାଯାଇଥିଲା।
ଗୁଆଟେମାଲା ସଡକ ଦୁର୍ଘଟଣାରେ ୩୨ ମୃତ
ଗୁଆଟେମାଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅନ୍ୟୁନ ୩୨ଜଣ ଲୋକଙ୍କ ପ୍ରାଣହାନି ଘଟିଛି। ପଶ୍ଚିମ ଗୁଆଟେମାଲାରେ ବୁଧବାର ସନ୍ଧ୍ୟାରେ ଏକ ଟ୍ରକ ଜନଗହଳି ପୂର୍ଣ୍ଣ ରାସ୍ତାରେ ଲୋକଙ୍କ ଉପରେ ଚଢିଯିବାରୁ ଏହି ଘଟଣା ଘଟିଛି। ରାସ୍ତାରେ ଅନ୍ୟ ଏକ ଦୁର୍ଘଟଣା ଘଟିଥିବା ବେଳେ ଆହତଙ୍କୁ ସାହାଯ୍ୟ କରିବାକୁ ଯାଉଥିବା ଏହି ଲୋକଙ୍କ ଉପରେ ଟ୍ରକ୍ ଚଢିଯିବାରୁ ଏହି ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ୯ ଜଣ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ନେଇ ଗୁଆଟେମାଲା ସ୍ବାସ୍ଥ୍ୟ ମନ୍ତ୍ରୀ କାର୍ଲାେସ ସୋଟୋ ସୂଚନା ଦେଇଛନ୍ତି। ଗୁଆଟେମାଲା ରାଷ୍ଟ୍ରପତି ଜିମି ମୋରାଲେସ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମ୍ପୁର୍ଣ୍ଣ ସହାୟତା କରାଯିବ ବୋଲି ସୋସିଆଲ ମିଡିଆ ଜରିଆରେ ଘୋଷଣା କରିଛନ୍ତି।
ବରିଷ୍ଠ ନେତା ବିଜୟ ମହାପାତ୍ର ପୁଣି ବିଜେପିକୁ ଫେରିଛନ୍ତି। ଆଜି ବିଜୟ ମହାପାତ୍ରଙ୍କ ବାସଭବନରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏବଂ ବୈଜୟନ୍ତ ପଣ୍ଡା ପହଞ୍ଚି ଆଲୋଚନା କରିବା ପରେ ବିଜୟ ଦଳରେ ସାମିଲ ହେବା ନେଇ ସୂଚନା ଦେଇଛନ୍ତି। ନିଜ ପ୍ରତିକ୍ରିୟାରେ ବିଜୟ କହିଛନ୍ତି ଅରୁଣ ଏବଂ ବୈଜୟନ୍ତଙ୍କ ସହିତ ଆଲୋଚନା ଏବଂ ଅମିତ ଶାହାଙ୍କ ସହିତ ଫୋନ୍ରେ ବାର୍ତ୍ତାଳାପ ପରେ ଦଳକୁ ଫେରିବାର ନିଷ୍ପତ୍ତି ନେଇଛି। ଦେଶରେ ନୂତନ ପରିବର୍ତ୍ତନ ପାଇଁ ଏକାଠି ହୋଇ ଲଢିବାକୁ ନିଷ୍ପତ୍ତି ନେଇଛୁ। ଗତବର୍ଷ ନଭେମ୍ବର ୩୦ରେ ଦଳରୁ ଇସ୍ତଫା ଦେଇଥିଲେ ଏହି ବରିଷ୍ଠ ନେତା। ବିଜୟଙ୍କ ଇସ୍ତଫା ପତ୍ର ସ୍ବୀକାର କରାଯାଇନଥିଲା ବୋଲି ରାଜ୍ୟ ବସନ୍ତ ପଣ୍ଡା ଘୋଷଣା କରିଥିଲେ। ବିଜୟ ସାମିଲ ହେବା ପରେ ବିଜେପିର ଶକ୍ତି କେନ୍ଦ୍ରାପଡା ଜିଲ୍ଲାରେ ଆହୁରି ମଜବୁତ ହେବ ବୋଲି କୁହାଯାଇଛି। ବିଜୟଙ୍କୁ ଦଳ ମହାକାଳପଡା କିମ୍ବା ପାଟକୁରାରୁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ କି, ଗତ ସାଧାରଣ ନିର୍ବାଚନରେ ବିଜୟ ମହାକାଳପଡାରୁ ଲଢି ପ୍ରାୟ ୫୭୦୦୦ ଭୋଟ ପାଇଥିଲେ।
ଚଳିତ ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ପ୍ରକାଶ ପାଇଛି। ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ଅନୁଯାୟୀ ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ୬ଟି ଲୋକ ସଭା ଆସନ ମଧ୍ୟରେ ରହିଛି ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ପୁରୀ, କଟକ ଏବଂ ଭୁବେନଶ୍ବର। ଏପ୍ରିଲ୍ ୪ ତାରିଖ ନାମାଙ୍କନ ଦାଖଲ ପାଇଁ ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଏପ୍ରିଲ୍ ୮ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବା ବେଳେ ଏପ୍ରିଲ୍ ୨୩ ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ୭ଟି ସ୍ଥାନରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ନିର୍ବାଚନ ହେବାର ଥିବାବେଳେ ୩୫ଟି ସ୍ଥାନରେ ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ।
ଜୈସ ଏ ମୁଜାହିଦ୍ଦିନି(ଜେଇଏମ୍) ର ମୁଖ୍ୟ ମାସୁଦ୍ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ବିପକ୍ଷରେ ଆମେରିକା ପଦକ୍ଷେପ ଗ୍ରହଣ କରିଛି। ଜାତିସଂଘ ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ନେଇ ଏକାଠି ହୋଇଛନ୍ତି ଆମେରିକା, ବ୍ରିଟେନ ଓ ଫ୍ରାନ୍ସ। ଦୁଇ ସପ୍ତାହ ତଳେ ଚାଇନା ଏହାକୁ ବିରୋଧ କରିବା ପରେ ଶେଷରେ ଜାତିସଂଘର ପ୍ରମୁଖ ଦେଶ ଏକାଠି ହୋଇଛନ୍ତି। ଆମେରିକା ଏହି ପ୍ରସଙ୍ଗରେ ବ୍ରିଟେନ ଓ ଫ୍ରାନ୍ସ ସହଯୋଗରେ ଏକ ଚିଠା ପ୍ରସ୍ତୁତ କରିଛି। ୧୫ ଜଣିଆ ସୁରକ୍ଷା ପରିଷଦରେ ମାସୁଦ ଆଝାରକୁ ଆତଙ୍କବାଦୀ ବୋଲି ଘୋଷଣା ହେବା ସହ ବିଦେଶ ଗସ୍ତ, ସମସ୍ତ ସମ୍ପତ୍ତି ଜବତ କରିବା ସାଙ୍ଗକୁ କୂଟନୈତିକ ସ୍ତରରେ ଆଲୋଚନା ବ୍ୟାନ ପାଇଁ ପ୍ରସ୍ତାବ ରହିଛି। ସୂଚନାଯୋଗ୍ୟ, ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ହେଉଛି ମାସୁଦ ଆଝାର। ଚଳିତବର୍ଷ ଫେବୃଆରୀ ୧୪ରେ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ମାସୁଦ ଆଝାରର ପ୍ରମୁଖ ଭୂମିକା ଥିବା ପ୍ରମାଣ ମିଳିଛି। ଏଥିରେ ୪୦ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତ ପାକିସ୍ତାନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଥିବାବେଳେ କୂଟନୀତି ମାଧ୍ୟମରେ ଆଝାରକୁ ଆତଙ୍କବାଦୀ ଘୋଷଣା ପାଇଁ ଦାବି ହୋଇଛି। ଯାହାକୁ ଆମେରିକା, ଦକ୍ଷିଣ କୋରିଆ, ବ୍ରିଟେନ, ଫ୍ରାନ୍ସ ସମେତ ଅନେକ ଦେଶ ସମର୍ଥନ କରୁଛନ୍ତି। ଆମେରିକାର ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ମାସୁଦର ବିଦେଶ ଗସ୍ତ ଉପରେ ରୋକ ଲଗାଯିବ, ସମସ୍ତ ସମ୍ପତ୍ତି ଅଚଳ କରାଯିବ ଏବଂ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର କରି ନିଆଯିବ ବୋଲି ଜଣାପଡିଛି।
ଜମ୍ମୁ କଶ୍ମୀରର ସୋପିଆରେ ୩ ଆତଙ୍କବାଦୀ ନିହତ
ଜମ୍ମୁ କଶ୍ମୀର ସୋପିଆ ଜିଲ୍ଲାରେ ସୁରକ୍ଷାବାହିନୀର ଯବାନମାନେ ବୁଧୁବାର-ଗୁରୁବାର ରାତି ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଆତଙ୍କବାଦୀଙ୍କ ମୃତଦେହ ଆଜି ଜବତ କରାଯାଇଛି। ସୁରକ୍ଷାବାହିନୀକୁ କେଲଲର ଅଂଚଳରେ କିଛି ଆତଙ୍କବାଦୀ ଉପସ୍ଥିତ ଥିବାର ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ସେନା, ସିଆରପିଏଫ ଏବଂ ଜମ୍ମୁ କଶ୍ମୀର ପୋଲିସର ଯବାନମାନେ ଅତର୍କିତ ଏନକାଉଣ୍ଟର ଆରମ୍ଭ କରି ଦେଇଥିଲେ ।ବର୍ତ୍ତମାନ ସୁଦ୍ଧା ମଧ୍ୟ ତଲାସି ଅଭିଯାନ ଜାରି ରହିଛି। ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରର ବାନ୍ଦିପୋରା ଏବଂ ସୋପିଆ ଜିଲ୍ଲାରେ ମାର୍ଚ୍ଚ ୨୩ରେ ସୁରକ୍ଷାବଳ ସହିତ ଭିନ୍ନ ଭିନ୍ନ ଏନକାଉଣ୍ଟର ହୋଇଥିଲା। ଏଥିରେ ମୋଟ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏଥିରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ସାମିଲ ଥିଲେ। ଏହି ଆତଙ୍କବାଦୀମାନେ ଜଣେ ୧୨ ବର୍ଷର ବାଳକକୁ ବନ୍ଧକ କରି ହତ୍ୟା କରିଥିଲେ। ଏନକାଉଣ୍ଟରରେ ମରିଥିବା ଆତଙ୍କବାଦୀଙ୍କ ସଂଖ୍ୟ ୯ରେ ପହଂଚିଛି। ଉତ୍ତର କଶ୍ମୀରର ହଣ୍ଡଓ୍ଵାରା ଅନ୍ତର୍ଗତ ୟାରୁ ଅଞ୍ଚଳରେ ଅନ୍ୟ ଏକ ଏନ୍କାଉଣ୍ଟର୍ ଆରମ୍ଭ ହୋଇଛି। ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍ କରାଯାଇଛି ବୋଲି ଜମ୍ମୁ କଶ୍ମୀର ପୁଲିସ ଟୁଇଟ୍ କରିଛି।
ଆଜି ମୁଖ୍ୟମନ୍ତ୍ରୀ ୯ଟି ଲୋକସଭା ଓ ୩୬ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।
ବିଜେଡ଼ିର ଲୋକସଭା ପ୍ରାର୍ଥୀ
୧-ଭୁବନେଶ୍ବର – ଅରୂପ ପଟ୍ଟନାୟକ
୨-କେନ୍ଦ୍ରାପଡ଼ା : ଅନୁଭବ ମହାନ୍ତି
୩-ପୁରୀ – ପିନାକୀ ମିଶ୍ର
୪-ମୟୂରଭଂଜ – ଡାକ୍ତର ଦେବାଶିଷ ମାରାଣ୍ଡି
୫-ଯାଜପୁର – ଶର୍ମିଷ୍ଠା ସେଠୀ
୬-ଜଗତସିଂହପୁର – ରାଜଶ୍ରୀ ମଲ୍ଲିକ
୭-ସମ୍ବଲପୁର – ନଳିନୀ ପ୍ରଧାନ
୮-ବାଲେଶ୍ବର – ରବୀନ୍ଦ୍ର ଜେନା
୯-ଭଦ୍ରକ – ମଂଜୁଲତା ମଣ୍ଡଳ
ବିଧାନସଭା ପ୍ରାର୍ଥୀ ତାଲିକା :-
- ବ୍ରହ୍ମଗିରି- ସଞ୍ଜୟ ଦାସବର୍ମା
- ସତ୍ୟବାଦୀ – ଉମାକାନ୍ତ ସାମନ୍ତରାୟ
- ରଣପୁର- ସତ୍ୟ ପ୍ରଧାନ
- ନୟାଗଡ଼- ଅରୁଣ ସାହୁ
- ଭୁବନେଶ୍ବର ଏକାମ୍ର – ଅଶୋକ ପଣ୍ଡା
- ବଡ଼ମ୍ବା – ଦେବୀ ପ୍ରସାଦ ମିଶ୍ର
- ବାଙ୍କୀ – ଦେବୀ ରଂଜନ ତ୍ରିପାଠୀ
- ଆଠଗଡ଼ – ରଣେନ୍ଦ୍ର ପ୍ରତାପ ସ୍ବାଇଁ
- ଚୌଦ୍ବାର – କଟକ – ସୌଭିକ୍ ବିଶ୍ବାଳ
- ଢେଙ୍କାନାଳ – ସୁଧୀର ସାମଲ
- ହିନ୍ଦୋଳ – ସୀମାରାଣୀ ନାୟକ
- କାମାକ୍ଷନଗର – ପ୍ରଫୁଲ୍ଲ ମଲ୍ଲିକ
- ପର୍ଜଙ୍ଗ – ନୃସିଂହ ସାହୁ
- ତାଳଚେର – ବ୍ରଜ କିଶୋର ପ୍ରଧାନ
- ଅନୁଗୁଳ – ରଜନୀକାନ୍ତ ସିଂହ
- କୁଚିଣ୍ଡା – କିଶୋର ନାୟକ
- ଛେଣ୍ଡିପଦା – ସୁଶାନ୍ତ ବେହେରା
- ତେଲକାଇ – ପ୍ରେମାନନ୍ଦ ନାଏକ
- ଘସିପୁରା – ବଦ୍ରିନାରାୟଣ ପାତ୍ର
- ପାଟଣା – ଜଗନ୍ନାଥ ନାୟକ
- କେନ୍ଦୁଝର – ମାଧବ ସର୍କାର
- କରଞ୍ଜିଆ – ବାସନ୍ତୀ ହେମ୍ରମ
- ଭୋଗରାଇ – ଅନନ୍ତ ଦାଶ
- ରେମୁଣା – ସୁଧାଂଶୁ ପରିଡ଼ା
- ଭଣ୍ଡାରୀପୋଖରୀ – ପ୍ରଫୁଲ୍ଲ ସାମଲ
- ବାସୁଦେବପୁର – ବିଷ୍ଣୁବ୍ରତ ରାଉତରାୟ
- ଚାନ୍ଦବାଲି – ବ୍ୟୋମକେଶ ରାୟ
- ସିମିଳୁଆ – ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
- ବିଂଝାରପୁର – ପ୍ରମିଳା ମଲ୍ଲିକ
- ଧର୍ମଶାଳା – ପ୍ରଣବ ବଳବନ୍ତରାୟ
- ସୁକିନ୍ଦା – ପ୍ରୀତିରଂଜନ ଘଡାଇ
- ପାଟକୁରା – ବେଦପ୍ରକାଶ ଅଗ୍ରଓ୍ବାଲ
- ମହାକାଳପଡ଼ା – ଅତନୁ ସବ୍ୟସାଚୀ ନାୟକ
- ଆଳି – ପ୍ରତାପ କେଶରୀ ଦେବ
- ମାହାଙ୍ଗା – ପ୍ରତାପ ଜେନା
- ସାଲେପୁର – ପ୍ରଶାନ୍ତ ବେହେରା
ଭୁବନେଶ୍ବରର ଲେକସଭା ସାଂସଦ ଥିବା ପ୍ରସନ୍ନ ପାଟ୍ଟଶାଣୀକୁ ଦଳ ଏଥର ରାଜ୍ୟସଭାକୁ ପଠାଇବ ବୋଲି ବିଜେଡି ସୁପ୍ରିମୋ ଘୋଷଣା କରିଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।
ବିଜେଡ଼ିର ଲୋକସଭା ପ୍ରାର୍ଥୀ
୧-ଭୁବନେଶ୍ବର – ଅରୂପ ପଟ୍ଟନାୟକ
୨-କେନ୍ଦ୍ରାପଡ଼ା : ଅନୁଭବ ମହାନ୍ତି
୩-ପୁରୀ – ପିନାକୀ ମିଶ୍ର
୪-ମୟୂରଭଂଜ – ଡାକ୍ତର ଦେବାଶିଷ ମାରାଣ୍ଡି
୫-ଯାଜପୁର – ସସ୍ମିତା ସେଠୀ
୬-ଜଗତସିଂହପୁର – ରାଜଶ୍ରୀ ମଲ୍ଲିକ
୭-ସମ୍ବଲପୁର – ନଳିନୀ ପ୍ରଧାନ
୮-ବାଲେଶ୍ବର – ରବୀନ୍ଦ୍ର ଜେନା
୯-ଭଦ୍ରକ – ମଂଜୁଲତା ମଣ୍ଡଳ
ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରି ଭାରତର ମହକାଶରେ ମିଶନ ଶକ୍ତିର ଅପାର ସଫଳତା ବିଷୟରେ ବାର୍ତ୍ତା ଦେବା ପରେ ଏହାକୁ ନେଇ ଏବେ ରାଜନୀତି ସୃଷ୍ଟି ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଏହାକୁ ନେଇ ଟୁଇଟ୍ କରିଛନ୍ତି। ଭାରତର ଏହି ସଫଳତାରେ ଡିଆରଡିଓକୁ ସାବାସୀ ପ୍ରଦାନ କରିଥିବାବେଳେ ନରେନ୍ଦ୍ର ମୋଦିଙ୍କୁ ‘ବିଶ୍ବ ଥିଏଟର ଦିବସ’ର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍। ମୋଦି ଆଜି ଦେଶବାସୀଙ୍କୁ ସନ୍ଦେଶ ଦେବାର ଟୁଇଟ୍ କରିବା ପରେ ଏହାକୁ ନେଇ ଅନେକ କିଛି ଅନୁମାନ କରାଯାଉଥିଲା। ଯେତେବେଳେ ପ୍ରଧାନମନ୍ତ୍ରୀ ଏପରି କିଛି ସନ୍ଦେଶ ଦେବାର ବାର୍ତ୍ତା ଦେଇଥା’ନ୍ତି, ସେତେବେଳେ କିଛି ବଡ଼ ଧରଣର ସୂଚନା ମିଳିଥାଏ। ତେବେ ନିର୍ବାଚନ ଆଉ କିଛି ଦିନ ରହିଥିବାରୁ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଏହି ସନ୍ଦେଶରେ କିଛି ରାଜନୈତିକ ଘୋଷଣା ଥାଇପାରେ ବୋଲି ଅନୁମାନ ଲଗାଯାଉଥିଲା। କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆପ୍ ପାର୍ଟିର ନେତା ସଂଜୟ ସିଂହ କହିଛନ୍ତି ଯେ, ଏପରି ସୂଚନା ବା ଘୋଷଣା ଇସ୍ରୋ, ଡିଆରଡିଓ ତରଫରୁ ହେବା କଥା, କିନ୍ତୁ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହାର ଘୋଷଣା କରାଇଛନ୍ତି। ସେହିପରି ସପାର ଅଧ୍ୟକ୍ଷ ଅଖିଳେଶ ମଧ୍ୟ ଡିଆରଡିଓକୁ ବଧେଇ ଜଣାଇବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି।
ଭାରତୀୟ ସୁଟର ମାନୁ ଭାକେର ଏବଂ ସୌରଭ ଚୌଧୁରୀ ମିକ୍ସଡ୍ ଟିମ୍ ବିଭାଗରେ ଏସିଆନ୍ ଚାମ୍ପିୟନ୍ସିପ୍ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୧୭ ବର୍ଷୀୟା ମାନୁ ଏବଂ ୧୬ ବର୍ଷୀୟ ସୌରଭ ନିଜର ସ୍ବର୍ଣ୍ଣଯାତ୍ରା ଜାରି ରଖିବା ସହିତ ବିଗତ ଏକ ମାସ ମଧ୍ୟରେ ନିଜର ଦ୍ବିତୀୟ ଟାଇଟଲ୍ ହାସଲ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଉଭୟ ୭୮୪ ପଏଣ୍ଟ ସ୍କାେର କରି ବିଶ୍ବରେକର୍ଡ କରିଥିଲେ। ଋଷିଆର ଭିଟାଲିନା ବାତ୍ସାରସ୍କିନା ଏବଂ ଆର୍ଟେମ୍ ଚେର୍ଣ୍ଣାସୋଭ୍ ୟୁରୋପିଆନ୍ ଚାମ୍ପିୟନ୍ସିପ୍ରେ କରିଥିବା ୫ ଦିନ ପୂର୍ବ ରେକର୍ଡ ଭାଙ୍ଗିଥିଲେ ଏହି ଦୁଇ ଖେଳାଳି। ପାଞ୍ଚ ଟିମ୍ ବିଶିଷ୍ଟ ଫାଇନାଲ୍ରେ ଉଭୟ ୪୮୪.୮ ପଏଣ୍ଟ ସହିତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। କୋରିଆର ହ୍ବାଙ୍ଗ ସିଓନଗୁଏନ୍ ଏବଂ କିମ୍ ମୋସ୍ ରୌପ୍ୟ ଏବଂ ଆୟୋଜକ ଦେଶର ଉ ଚିଆ ୟିଙ୍ଗ ଏବଂ କୋଉ କୁଆନ୍ ଟିଙ୍ଗ ବ୍ରାେଞ୍ଜ ପଦକ ହାସଲ କରିଥିଲେ। ଅନ୍ୟତମ ଭାରତୀୟ ଯୋଡି ଅନୁରାଧା ଏବଂ ଅଭିଷେକ ବର୍ମା ଫାଇନାଲ୍ରେ ପହଞ୍ଚିଥିଲେ ମଧ୍ୟ ୩୭୨.୧ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିଲେ।
ସୋମବାର ଦିନ ରାଜସ୍ଥାନ ରୟାଲ୍ସ ଏବଂ କିଙ୍ଗସ୍ ଏକାଦଶ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଅଶ୍ବିନ୍ ଜୋସ୍ ବଟଲର୍ଙ୍କୁ ମଙ୍କଡିଂ କରି ରନ୍ଆଉଟ୍ କରିଥିଲେ। ଏହାକୁ ନେଇ ବିଭିନ୍ନ କ୍ରିକେଟର ଭିନ୍ନ ମତ ରଖୁଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବର୍ତ୍ତମାନର ଭାରତୀୟ ୧୯ବର୍ଷରୁ କମ୍ କ୍ରିକେଟ ଦଳର କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ‘ କ୍ରିକେଟର ନିୟମ ଅନୁଯାୟୀ ଅଶ୍ବିନ୍ ନିଜ ସୀମା ମଧ୍ୟରେ ରହି ଏହି ଆଉଟ୍ କରିଛନ୍ତି’। ମାତ୍ର ଆଉଟ୍ କରିବା ପୂର୍ବରୁ ଗୋଟିଏ ଥର ଚେତାବନୀ ଦେବା ଆବଶ୍ୟକ ଥିଲା। କ୍ରିକେଟ୍ ନିୟମ ମଧ୍ୟରେ ରହି କୌଣସି ବି ଖେଳାଳି ଏପରି ଆଉଟ୍ କରିପାରିବେ ତେଣୁ ଏହାକୁ ନେଇ ଅଯଥା ବିବାଦ ସୃଷ୍ଟି କରାଯିବା ଉଚିତ୍ ନୁହେଁ। ସେହିପରି ମଙ୍କଡ ଆଉଟ୍ ଉଠାଯିବା ଉପରେ କହିଲେ ବ୍ୟାଟ୍ସମ୍ୟାନ୍ କ୍ରିଜ୍ ବାହାରେ ଛିଡା ହେବା ଯୋଗୁଁ ହିଁ ଏହି ନିୟମ ଆସିଛି, ତେଣୁ ଏଥିରେ ପରିବର୍ତ୍ତନର କୌଣସି ଆବଶ୍ୟକ ନାହିଁ। ଭାରତୀୟ ଦଳରେ ୪ ନମ୍ବର ସ୍ଥାନରେ କିଏ ଖେଳିବା ଉଚିତ୍ ବୋଲି ପ୍ରଶ୍ନର ଉତ୍ତରରେ ଦ୍ରାବିଡ କହିଥିଲେ ମୁଁ ଭାରତୀୟ ୧୯ ବର୍ଷ କମ୍ ଦଳର ପ୍ରଶିକ୍ଷକ ତେଣୁ ଏହା ଉପରେ ମୁଁ ମନ୍ତବ୍ୟ ଦେବା ସମୀଚୀନ ନୁହେଁ।
ଆମେରିକୀୟ ସନ୍ତରଣକାରୀ ମାଇକେଲ ଫେଲପ୍ସ ନିଜ ପ୍ରତ୍ୟାବର୍ତ୍ତନ ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ଅଲମ୍ପିକ୍ସରେ ୨୩ ଟି ସ୍ବର୍ଣ୍ଣ ପଦକ ଜିତିଥିବା ଫେଲପ୍ସ କହିଛନ୍ତି ୨୦୨୦ ଟୋକିଓ ଅଲମ୍ପିକ୍ସରେ ଭାଗନେବା ପାଇଁ ବିଭିନ୍ନ ମହଲରୁ ଅନୁରୋଧ ଆସୁଥିବା କହିଛନ୍ତି ଫେଲପ୍ସ। ୨୦୦୮ ବେଜିଂ ଅଲମ୍ପିକ୍ସରେ ୮ ରୁ ୮ ସ୍ବର୍ଣ୍ଣ ହାସଲ କରିଥିବା ବେଳେ ୨୦୧୨ ଲଣ୍ଡନ ଅଲମ୍ପିକ୍ସରେ ୪ ସ୍ବର୍ଣ୍ଣ ଏବଂ ୨୦୧୬ ରିଓ ଅଲମ୍ପିକ୍ସରେ ୫ ସ୍ବର୍ଣ୍ଣ ହାସଲ କରିଥିଲେ। ସମାନ ପ୍ରକାରର ପ୍ରଦର୍ଶନ ପାଇଁ ପରିଶ୍ରମ କରିବାକୁ ପଡିଥାଏ। ଅବସର ପରେ ବର୍ତ୍ତମାନ ପୁନର୍ବାର ପୁଲ୍ ଫେରିବା ପାଇଁ ଆବଶ୍ୟକ ଉତ୍ସାହ ନଥିବା କଥା କହିଛନ୍ତି ଫେଲପ୍ସ। ନିଜର ଅଲମ୍ପିକ୍ସ କ୍ୟାରିୟରରେ ସର୍ବାଧିକ ମେଡାଲ(୨୮), ସର୍ବାଧିକ ସ୍ବର୍ଣ୍ଣ ପଦକ (୨୩), ସର୍ବାଧିକ ବ୍ୟକ୍ତିଗତ ପଦକ (୧୬) ଏବଂ ସର୍ବାଧିକ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ (୧୩) ହାସଲର ରେକର୍ଡ ନିଜ ନାମରେ ରଖିଛନ୍ତି ଫେଲପ୍ସ।
ସୁଲତାନ ଆଜଲାନ୍ ସାହ କପ୍ ହକି ପ୍ରତିଯୋଗିତାରେ ଭାରତ ଆୟୋଜକ ମାଲେସିଆକୁ ୪-୨ ଗୋଲ୍ରେ ହରାଇ ଦେଇଛି। ଏଥି ସହିତ ଭାରତ ମଧ୍ୟ ତୃତୀୟ ମ୍ୟାଚ୍ରୁ ଦ୍ବିତୀୟ ବିଜୟ ସହିତ ଫାଇନାଲ୍ ଖେଳିବା ସମ୍ଭାବନାକୁ ବଢ଼ାଇଛି। ପ୍ରଥମ ମ୍ୟାଚ୍ରେ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଜାପାନକୁ ହରାଇଥିବା ଭାରତ ରବିବାର ଦ୍ବିତୀୟ ମ୍ୟାଚ୍ରେ ଶେଷ ମିନିଟରେ ଗୋଲ୍ ବରଣ କରି କୋରିଆ ସହ ପଏଣ୍ଟ ଭାଗ କରିଥିଲା। ମଙ୍ଗଳବାରର ବିଜୟ ପରେ କୋରିଆ ଏବଂ ଭାରତ ସମାନ ୭ ପଏଣ୍ଟ୍ ପାଇ ଟେବୁଲ୍ର ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଭାରତ ଏହି ମ୍ୟାଚ୍ରେ ମୋଟ ୯ ପେନାଲଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ଗୋଟିଏ ଗୋଲ୍ ପାଇନଥିଲା। ମାତ୍ର ଭାରତୀୟ ଖେଳାଳି ଆକ୍ରମଣାତ୍ମକ ହକି ଖେଳିବା ସହ ସମସ୍ତ ଗୋଲ୍କୁ ଫିଲଡ୍ ଗୋଲରୁ ଦେଇଥିଲା। ଅନ୍ୟପକ୍ଷରେ ମାଲେସିଆ ନିଜର ଉଭୟ ଗୋଲ୍ ପେନାଲଟି କର୍ନରରୁ ଦେଇଥିଲା। ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ବିତିବା ପରେ ଦ୍ବିତୀୟ କ୍ବାର୍ଟର ପ୍ରାରମ୍ଭରୁ ସୁମିତ (୧୭ ମିନିଟ) ଭାରତକୁ ପ୍ରଥମ ଅଗ୍ରଣୀ ଦେଇଥିଲେ। ୪ ମିନିଟ୍ ପରେ ମାଲେସିଆର ଅଧିନାୟକ ରାଜି ରହିମ୍ (୨୧) ପେନାଲଟି କର୍ଣ୍ଣର ଜରିଆରେ ଗୋଲଟିକୁ ପରିଶୋଧ କରି ଦେଇଥିଲେ। ଭାରତୀୟ ଦଳର ବି ସୁମିତ୍ କୁମାର (୨୭)ତମ ମିନିଟ୍ରେ ଭାରତକୁ ପୁଣି ଥରେ ଆଗୁଆ (୨-୧) କରାଇ ଦେଇଥିଲେ। ଏଥି ସହିତ ଭାରତ ମଧ୍ୟ ଦ୍ବିତୀୟ କ୍ବାର୍ଟରକୁ ନିଜ ସପକ୍ଷରେ ରଖିଥିଲା। ତୃତୀୟ କ୍ବାର୍ଟରରେ ବରୁଣ କୁମାର ୩୬ତମ ମିନିଟ୍ରେ ଆଉ ଏକ ଫିଲଡ୍ ଗୋଲ୍ ଦେଇଥିଲେ। ଚତୁର୍ଥ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ତେଙ୍ଗକୁ ତାଜୁଦ୍ଦିନ୍ ୫୭ତମ ମିନିଟ୍ରେ ପେନାଲଟି କର୍ନରରୁ ଗୋଲ୍ ଦେଇ ଭାରତକୁ ଚାପରେ ପକାଇଥିଲେ।ମନଦୀପ୍ ସିଂହ ୫୮ ମିନିଟ୍ରେ ଏକ ସୁନ୍ଦର ଫିଲଡ୍ ଗୋଲ୍ ଦେଇ ଭାରତର ବିଜୟକୁ ନିଶ୍ଚିତ କରିଥିଲେ। ଭାରତ ଏବଂ କୋରିଆ ସମାନ ୭ ପଏଣ୍ଟ୍ ଲେଖାଏଁ ପାଇଥିବା ବେଳେ ମାଲେସିଆ ଏବଂ କାନାଡ଼ା ସମାନ ୬ ପଏଣ୍ଟ୍ ଲେଖାଏଁ ପାଇଛନ୍ତି।
ଶଙ୍ଖ ଧରିଲେ ସୁବାସ
ବିଜେପିର ଉପସଭାପତି ଥିବା ସୁବାସ ଚୌହାନ ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ। ଆଜି ବିଧିବଦ୍ଧ ଭାବରେ ବିଜେଡ଼ିରେ ଯୋଗଦାନ କରିଛନ୍ତି ସୁବାସ। ବରଗଡ଼ ଆସନରୁ ଲୋକସଭା ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ସୁବାସଙ୍କ ବଦଳରେ ବିଜେପି ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ତେବେ ବଲାଙ୍ଗୀରରେ ଦଳ ପାଇଁ ବହୁ ବର୍ଷ ଧରି କାମ କରିବା ସତ୍ତ୍ବେ ଦଳ ତାଙ୍କ ପ୍ରତି କରିଥିବା ଅନ୍ୟାୟ ବିରୁଦ୍ଧରେ ସେ ଇସ୍ତଫା ଦେବା ସହ ଆଜି ବିଜେଡ଼ିରେ ଯୋଗଦାନ କରିଛନ୍ତି। ସେ ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ସାମିଲ୍ ହୋଇଥିବା କହିଛନ୍ତି। ତେବେ ଆରଏସ୍ଏସ୍ର ସଦସ୍ୟ ଥିବା ସୁବାସ ଆଗାମୀ ସମୟରେ ସଂଘର ସଦସ୍ୟ ହୋଇ ରହିବେ ବୋଲି ମଧ୍ୟ କହିଛନ୍ତି। ତେବେ ସୁବାସଙ୍କ ବିଜେଡ଼ି ଦଳର ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରେ ଏକ ବିଶେଷ ସ୍ଥାନ ମିଳିବ ବୋଲି କହିଛନ୍ତି ।
ଭାରତୀୟ ତଟରକ୍ଷା ବାହିନୀ (ଆଇସିଜି) ଏବଂ ଗୁଜରାତ ଆତଙ୍କବାଦ ବିରୋଧୀ ଦଳ (ଏଟିଏସ୍)ର ମିଳିତ ଅପରେସନ୍ରେ ୫୦୦ କୋଟିର ହେରୋଇନ୍ ସହିତ ୯ ଜଣ ଇରାନ୍ ନାଗରିକଙ୍କୁ ଗିରଫ କରିଛି। ସମୁଦ୍ରପଥ ଦେଇ ୧୦୦ କିଗ୍ରା ହେରୋଇନ୍ର ଚୋରାଚାଲାଣ କରାଯାଉଥିବା ବେଳେ ଉଦ୍ୟମକୁ ପଣ୍ଡ କରିଥିଲେ ଆଇସିଜି ଏବଂ ଏଟିଏସ୍। ଏଟିଏସ୍ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ହମିଦ୍ ମଲିକ୍ ନାମକ ଜନୈକ ପାକିସ୍ତାନୀ ନାଗରିକ ଏହି ହେରୋଇନ୍ ପଠାଇଥିଲେ। ଏହି ଜାହାଜଟି ପାକିସ୍ତାନର ଗ୍ବାଦାର ବନ୍ଦରରୁ ଇରାନ୍ ନିମନ୍ତେ ଯାଉଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଆଇସିଜି ଏବଂ ଗୁଜରାତ ଏଟିଏସ୍ର ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା। ଦୀର୍ଘ ୨୪ ଘଣ୍ଟାର ଅପରେସନ୍ ପରେ ଏହି ସଫଳତା ମିଳିଛି। ୯ ଇରାନ୍ ନାଗରିକଙ୍କୁ ଜେରା କରାଯାଉଥିବା କହିଛି ଗୁଜରାତ ଏଟିଏସ୍।
ପ୍ରିୟଙ୍କା ଗାନ୍ଧି ସକ୍ରିୟ ରାଜନୀତିରେ ଯୋଗଦେବା ପରେ ତାଙ୍କୁ ନେଇ ବିଜେପି ପ୍ରାୟ ସମୟରେ ଆକ୍ଷେପ କରି ଆସୁଛି । କେତେବେଳେ ତାଙ୍କ ଚେହେରାକୁ ନେଇ ତ କେତେବେଳେ ତାଙ୍କ ପାେଷାକ ତଥା ରଣନୀତିକୁ ନେଇ ତେବେ ନିକଟରେ କେନ୍ଦ୍ରମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ ପ୍ରିୟଙ୍କାଙ୍କୁ ଇନ୍ଦିରାଙ୍କ ସହ ଚେହେରାର ସାମଞ୍ଜସ୍ୟକୁ ନେଇ ଆକ୍ରମଣ କରିଛନ୍ତି । । ନିଜ ଜେଜେମାଙ୍କ ଭଳି ବୈଶିଷ୍ଟ୍ୟ ରହିଲେ ଜେଜେମାଙ୍କ ପରି କ୍ଷମତାର ଅଧିକାରୀ ହେବା ସମ୍ଭବ ନୁହେଁ ବାେଲି କହିଛନ୍ତି ମାଣ୍ଡବ୍ୟ । ଗୁଜରାଟର ଆନନ୍ଦରେ ଦଳର ବିଜୟ ସଙ୍କଳ୍ପ କାର୍ଯ୍ୟକ୍ରମରେ ମାଣ୍ଡବ୍ୟ କହିଛନ୍ତି, ଯଦି ସମାନ ବୈଶିଷ୍ଟ୍ୟ ଦ୍ବାରା କ୍ଷମତା ମିଳି ପାରୁଥାନ୍ତା ତେବେ ଚୀନ୍ରେ ପ୍ରତ୍ୟେକ ଘରେ ଜଣେ ଲେଖାଏଁ ରାଷ୍ଟ୍ରପତି ବାହାରୁଥାନ୍ତେ । ପୂର୍ବରୁ ଅନେକ କଂଗ୍ରେସ ନେତା ପ୍ରିୟଙ୍କାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହିତ ତୁଳନା କରିଛନ୍ତି । ତେବେ ଏହି ପ୍ରସଙ୍ଗରେ ପ୍ରିୟଙ୍କା କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ସହ ତାଙ୍କୁ ତୁଳନା ଏଥିପାଇଁ କରାଯାଏ, ଯେ, ତାଙ୍କୁ ସାଧାରଣ ବହୁତ ପସନ୍ଦ କରିଥାନ୍ତି । ପ୍ରିୟଙ୍କା କଂଗ୍ରେସର ମହାସଚିବ ପଦରେ ଅବସ୍ଥାପିତ ଥିବାବେଳେ ୟୁପିର ପୂର୍ବ ଉତ୍ତରପ୍ରଦେଶ ଦାୟିତ୍ବରେ ରହିଛନ୍ତି । ଗତ ମାସରେ ବିଜେପି ସାଂସଦ ହରିଶ ଦ୍ବିବେଦୀ ମଧ୍ୟ ପ୍ରିୟଙ୍କାଙ୍କୁ ବ୍ୟକ୍ତିଗତ ଭାବରେ ଆକ୍ରମଣ କରିଥିଲେ । ଶ୍ରୀ ଦ୍ବିବେଦୀ କହିଥିଲେ ଯେ, ଭଦ୍ର ଦିଲ୍ଳୀରେ ଜିନ୍ସ ପିନ୍ଧୁଥିବା ବେଳେ ନିର୍ବାଚନୀ ପ୍ରଚାର ନିମନ୍ତେ ଶାଢୀ ପିନ୍ଧନ୍ତି ।
ନବୀନ ନିବାସରେ ପହଞ୍ଚିଲେ ସୁବାସ ଚୌହାନ
ଗତକାଲି ବିଜେପିରୁ ଇସ୍ତଫା ପ୍ରଦାନ କରିଥିବା ବିଜେପି ନେତା ସୁବାସ ଚୌହାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସରେ ପହଞ୍ଚିଛନ୍ତି। ଏହା ସହିତ ବିଜେଡିରେ ସାମିଲ ହେବା ନେଇ ଲାଗି ରହିଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ସୁବାସ। ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହେବାକୁ ଯାଉଛନ୍ତି ବୋଲି ଶ୍ରୀ ଚୌହାନ ପ୍ରକାଶ କରିଛନ୍ତି। ଅଧର୍ମ ଏବଂ ଅହଙ୍କାର ବିରୋଧରେ ତାଙ୍କର ଲଢେଇ ଜାରି ରହିବ ବୋଲି କହିଛନ୍ତି ସୁବାସ। ବିନା କୌଣସି ସର୍ତ୍ତରେ ସେ ବିଜେଡିରେ ଯୋଗଦାନ କରିଛନ୍ତି ବୋଲି କହିବା ସହିତ ଆଗାମୀ ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ସେହିପରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସହିତ ରହିଛନ୍ତି ଓ ଆଗାମୀ ଭବିଷ୍ୟତରେ ଆରଏସ୍ଏସ୍ ସହ ରହିବେ ବୋଲି କହିଛନ୍ତି ସୁବାସ।
ଗତ ବିଳମ୍ବିତ ରାତ୍ରୀରେ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର (ଏମ୍ଜିପି) ତିନି ଜଣ ବିଧାୟକଙ୍କ ମଧ୍ୟରୁ ଦୁଇଜଣ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ବାେଲି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ସୂଚନା ଦେଇଛନ୍ତି। ଫଳରେ ୩୬ ସଦସ୍ୟବିଶିଷ୍ଟ ଗୃହରେ ବିଜେପିର ବିଧାୟକଙ୍କ ସଂଖ୍ୟା ୧୨ ରୁ ୧୪ କୁ ବୃଦ୍ଧି ପାଇଛି। ଏବେ ବିଜେପିର ସଦସ୍ୟ ସଂଖ୍ୟା ଗୃହରେ ବିରୋଧୀ କଂଗ୍ରେସ ପାର୍ଟିର ସଦସ୍ୟଙ୍କ ସମକକ୍ଷ ହୋଇପାରିଛି। ଦସ୍ତଖତ ହୋଇଥିବା ଗୋଟିଏ ଚିଠିରେ ଦୁଇ ବିଧାୟକ ମନୋହର ଆଜ୍ଗାଓଁକର୍ ଏବଂ ଦୀପକ ପୌସ୍କର କହିଛନ୍ତି ଯେ ସେମାନେ ଏମ୍ଜିପିକୁ ବିଜେପି ସହ ସାମିଲ କରିଛନ୍ତି। କିନ୍ତୁ ଗୋଆରେ ବିଜେପି ନେତୃତ୍ୱାଧୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ତୃତୀୟ ବିଧାୟକ ସୁଦିନ ଧାଓ୍ଵଲିକର ସେ ଚିଠିରେ ଦସ୍ତଖତ କରି ନାହାନ୍ତି। ରାତି ୧.୩୦ରେ ଗୋଆ ବିଧାନସଭାର ବାଚସ୍ପତି ମାଇକେଲ୍ ଲୋବୋଙ୍କ ନିକଟକୁ ଏହି ପତ୍ର ପଠାଯାଇଥିଲା। ଦଳର ଦୁଇ ତୃତୀୟାଂଶ ସଦସ୍ୟ ବିଜେପି ସହିତ ଯେଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମିଶ୍ରଣ ଭାରତୀୟ ସମ୍ବିଧାନ ଅନୁଯାୟୀ ହେବ ବାେଲି ଲୋବୋ ପ୍ରକାଶ କରିଛନ୍ତି। ଉଭୟ ନେତା ଗୋଆ ରାଜ୍ୟପାଳଙ୍କ ଉପସ୍ଥିତିରେ ଆଜି ମଧ୍ୟାହ୍ନରେ ଶପଥ ଗ୍ରହଣ ଉତ୍ସବ ହେବ। ଗୋଆ ମୁଖ୍ୟମନ୍ତ୍ରୀ ଆମକୁ ଯେଉଁ ମନ୍ତ୍ରାଳୟ ଦେବେ ଆମେ ତାହା ଗ୍ରହଣ କରିବୁ ବୋଲି ଉଭୟ ପ୍ରକାଶ କରିଛନ୍ତି। ଏହି ମିଶ୍ରଣକୁ ଗୋଅ ପିସିସି ମୁଖପାତ୍ର ସୁନୀଲ କଓ୍ବାଥଙ୍କର କହିଛନ୍ତି ଏହା ହିଁ ବିଜେପିର ଅସଲ ରୂପ। ନିଜର ଅଂଶୀଦାର ଦଳଙ୍କୁ ମଧ୍ୟ ଏହା ଛାଡୁନାହିଁ। ତେଣୁ ଏହା କେନ୍ଦ୍ରରେ ଏନ୍ଡିଏର ଅଂଶୀଦାର ଦଳ ମାନଙ୍କ ପାଇଁ ସତର୍କ ଘଣ୍ଟି। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ବିଜେପିକୁ ୨୦ ସଦସ୍ୟଙ୍କ ସମର୍ଥନ ମିଳିଥିଲା। ବିଜେପିର ୧୧ ସଦସ୍ୟ, ଏମ୍ଜିପି ଏବଂ ଗୋଆ ଫରଓ୍ବାର୍ଡ ପାର୍ଟିର ତିନି ଜଣ ଲେଖାଏଁ ସଦସ୍ୟ ରହିଥିବା ବେଳେ ଅନ୍ୟ ଭୋଟ ସ୍ବାଧୀନ ସଦସ୍ୟଙ୍କ ରହିଥିଲା।