Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଂସଦକୁ ନିର୍ବାଚିତ ହୋଇ ଯାଉଥିବା ଆମର ତାରକା ଅଭିନେତା ଓ ଅଭିନେତ୍ରୀମାନେ ସତରେ କିଛି କରନ୍ତି କି?
ବିଶେଷ ଖବର

ସଂସଦକୁ ନିର୍ବାଚିତ ହୋଇ ଯାଉଥିବା ଆମର ତାରକା ଅଭିନେତା ଓ ଅଭିନେତ୍ରୀମାନେ ସତରେ କିଛି କରନ୍ତି କି?

March 28, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀପ ସାବତ

ସିନେମା କଳାକାରମାନେ ଲୋକପ୍ରିୟତାକୁ ହାସଲ କରି ରାଜନୀତିରେ ଯୋଗ ଦେଇଥାନ୍ତି। ଅଭିନୟର ଏକ ଲମ୍ବା ଅଧ୍ୟାୟ ଅତିକ୍ରମ କଲାପରେ ଦର୍ଶକଙ୍କ ପାଖରେ ରାଜନୈତିକ ଏକ ଲୋକପ୍ରିୟ ସିନେତାରକାମାନଙ୍କ ରାଜନୀତିରେ ସଂପୃକ୍ତି, ସୁସ୍ଥ ଓ ସଫଳ ପଦ ମର୍ଯ୍ୟାଦା ହାସଲ ଦିଗରେ ସହାୟକ ହୋଇଥାଏ। ହେଲେ ସଂସଦରେ ତଥାକଥିତ ତାରକା ସାଂସଦମାନଙ୍କ ଉପସ୍ଥାନ ଓ ସକ୍ରିୟତା ନେଇ ନିକଟରେ ସଂସଦୀୟ କାର୍ଯ୍ୟାବଳୀ ଉପରେ ତଥ୍ୟ ଭିତ୍ତିକ ଗବେଷଣା ଓ ପର୍ଯ୍ୟବେକ୍ଷଣ ରଖୁଥିବା ସଂସ୍ଥା ପିଆରଏସ୍ ଲେଜିସଲେଟିଭର ଏକ ଅନୁସନ୍ଧାନଧର୍ମୀ ରିପୋର୍ଟରୁ ଜଣାଯାଇଛି।

ଲୋକସଭାରେ ଜଣେ ସଦସ୍ୟଙ୍କ ହାରାହାରି ଉପସ୍ଥାନ ୮୨। ସେହିପରି ବରିଷ୍ଠଙ୍କ ସଦନ କୁହାଯାଉଥିବା ରାଜ୍ୟସଭାରେ ଉପସ୍ଥାନ ହେଉଛି ୭୯ ପ୍ରତିଶତ। ଯଦି ଏହାକୁ ମାପକ ଭାବେ ଗ୍ରହଣ କରାଯାଏ ତେବେ ଉଭୟ ଗୃହର ସଦସ୍ୟ ହୋଇଥିବା ତଥାକଥିତ ତାରକା ସାଂସଦଙ୍କ ଉପସ୍ଥାନ ଅତ୍ୟନ୍ତ ନୈରାଶ୍ୟଜନକ। ଏହି ରିପୋର୍ଟରେ ତଥ୍ୟ ରଖାଯାଇଛି ଯେ ଲୋକସଭାରେ କେବଳ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ତାରକା ସାଂସଦଙ୍କ ଉପସ୍ଥାନ ଜାତୀୟ ହାରାହାରି ଅର୍ଥାତ୍ ୮୨ ପ୍ରତିଶତ ଠାରୁ କମ୍। ତେବେ ଖୁସିର କଥା ପଞ୍ଜାବର ଚଣ୍ଡୀଗଡ଼ ଲୋକସଭା ନିର୍ବାଚନରୁ ବିଜୟ ଲାଭ କରିଥିବା ବିଜେପି ସାଂସଦ ତଥା ବରିଷ୍ଠ ସିନେକଳାକାର କିରଣ ଖେରଙ୍କ ଉପସ୍ଥାନ ହେଉଛି ୮୫ ପ୍ରତିଶତ। ତାଙ୍କ ଉପସ୍ଥିତି ଦର୍ଶାଉଛି ଯେ,ସେ କେବଳ ଜାତୀୟ ହାର ଠାରୁ ଅନ୍ୟ ତାରକା ସାଂସଦଙ୍କ ଉପସ୍ଥାନ ଠାରୁ ସବୁଠାରୁ ଉପରେ ରହିଛନ୍ତି। ସେହିପରି ବିଜେପି ସାଂସଦ ତଥା ବେଶ୍ ପରିଚିତ ଅଭିନେତା ପରେଶ ରାୱଲ ତୃତୀୟ ସ୍ଥାନରେ ରହିଥିବାବେଳେ ବିଜେପିର ବିହାରୀ ଓ ଭୋଜପୁରୀ ଅଭିନେତା ମନୋଜ ତିୱାରୀ ଓ ତୃଣମୂଳ କଂଗ୍ରେସର ପଶ୍ଚିମବଙ୍ଗର ବର୍ଷିଆନ ଅଭିନେତ୍ରୀ ଶତାବ୍ଦୀ ରାୟ ଏହି ଦୁଇଜଣ ୭୬ ପ୍ରତିଶତ ଉପସ୍ଥାନ ରହି ମିଳିତ ଭାବରେ ଦ୍ୱିତୀୟ ସ୍ଥାନ ପାଇଛନ୍ତି।

ତେବେ ବିହାରରୁ ବିଜେପି ଟିକେଟରୁ ଜିତିଥିବା ବରିଷ୍ଠ ଅଭିନେତା ତଥା ବିହାରୀ ବାବୁ ଭାବେ ପରିଚିତ ଶତ୍ରୁଘ୍ନ ସିହ୍ନାଙ୍କ ଉପସ୍ଥାନ ୬୮ ପ୍ରତିଶତ। ଉତ୍ତରପ୍ରଦେଶର ମଥୁରାରୁ ବିଜେପି ଟିକେଟରେ ଜିତିଥିବା ସମସ୍ତଙ୍କର ଅତି ପରିଚିତ ଡ୍ରିମଗାର୍ଲ ଭାବେ ଜଣାଶୁଣା ହେମାମାଳିନୀଙ୍କ ଉପସ୍ଥାନ ହେଉଛି ମାତ୍ର ୩୭ ପ୍ରତିଶତ। ଯଦିଓ ସେ ସଂସଦରେ ଦଶଟି ବିତର୍କରେ ଭାଗ ନେଇ ୧୧୩ଟି ପ୍ରଶ୍ନ ପଚାରିଛନ୍ତି। ଜାତୀୟ ସ୍ତରର ନେତାମାନଙ୍କ ତଥ୍ୟ ଉପସ୍ଥାପନ ବେଳେ ଆମ ଓଡ଼ିଶା କଥା ବିଚାର କରାଯାଉ। ଓଡ଼ିଶାରେ ବେଶ ନାଁ କରିଥିବା ସିନେ ତାରକା ତଥା ବ୍ରହ୍ମପୁରରୁ ଲଗାତର ଭାବେ ବିଜେଡ଼ି ଟିକେଟରୁ ଜିତୁଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଲୋକସଭାରେ ଉପସ୍ଥାନ ହେଉଛି ୬୮ ପ୍ରତିଶତ। ସେ ୨୦୯ଟି ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ୩୧ଟି ବିତର୍କରେ ଯୋଗଦେଇଛନ୍ତି। ସେହିପରି ଓଡ଼ିଶାର ଅନ୍ୟଜଣେ ବିଶିଷ୍ଟ ଅଭିନେତା ଓଲିଉଡ ତାରକା ଅନୁଭବ ମହାନ୍ତି ରାଜ୍ୟସଭାକୁ ନିର୍ବାଚିତ ହୋଇ ୭୦ ପ୍ରତିଶତ ତାଙ୍କ ଉପସ୍ଥିତି ଥିବାର ଏହି ରିପୋର୍ଟ ଦର୍ଶାଇଛି।

ଏହି ରିପୋର୍ଟରେ ତଥ୍ୟ ରଖାଯାଇଛି ଯେ ଲୋକସଭା ଏହି ତଥାକଥିତ ତାରକା ସାଂସଦ ମାନଙ୍କ ଅପେକ୍ଷା ରାଜ୍ୟ ସଭାରେ ତାରକା ସାଂସଦଙ୍କ ଉପସ୍ଥାନ ଅତ୍ୟନ୍ତ ନୈରାଶ୍ୟଜନକ। ଏହି ରିପୋର୍ଟର ତଥ୍ୟ ଅନୁଯାୟୀ ୨୦୧୪ରୁ ରାଜ୍ୟସଭା ସଦସ୍ୟ ହୋଇଥିବା ତୃଣମୂଳ କଂଗ୍ରେସର ବିଶିଷ୍ଟ ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଉପସ୍ଥାନ ହେଉଛି ମାତ୍ର ୧୦ ପ୍ରତିଶତ। ସବୁଠାରୁ ଚିନ୍ତାଜନକ ଚିତ୍ରଟି ହେଉଛି ମିଥୁନଦା କୌଣସି ଗୋଟିଏ ବିତର୍କରେ ଭାଗ ନେଇନାହାନ୍ତି କି ଗୋଟିଏ ପ୍ରଶ୍ନ ବି ପଚାରି ନାହାଁନ୍ତି। କେବଳ ମିଥୁନ ଦା ନୁହଁନ୍ତି ୨୦୧୨ରୁ ରାଜ୍ୟସଭା ସଭ୍ୟ ହୋଇଥିବା ଭାରତର ବିଶିଷ୍ଟ ଅଭିନେତ୍ରୀ ରେଖା ଗଣେଶନଙ୍କ ଉପସ୍ଥାନ ହେଉଛି ମାତ୍ର ୫ ପ୍ରତିଶତ। ସେ ନାଁ ଗୋଟିଏ ପ୍ରଶ୍ନ ପଚାରିଛନ୍ତି ନାଁ କୌଣସି ଗୋଟିଏ ବିତର୍କରେ ଭାଗ ନେଇଛନ୍ତି। ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ସମାଜବାଦୀ ପାର୍ଟିରୁ ନିର୍ବାଚିତ ହୋଇଥିବା ଜୟାବଚ୍ଚନଙ୍କ ରାଜ୍ୟସଭାରେ ଉପସ୍ଥାନ ହେଉଛି ୭୪ ପ୍ରତିଶତ। ସେହିପରି ବଙ୍ଗୀୟ ଅଭିନେତା ତାପସ ପାଲ ଓ ଅଭିନେତ୍ରୀ ମୁନମୁନ୍‌ ସେନଙ୍କ ଉପସ୍ଥାନ ହେଉଛି ୭୦ ପ୍ରତିଶତ।

  ସମଗ୍ର ପୃଥିବୀରେ ଭାରତ ହେଉଛି ଏକ ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭାରତର ଶାସନ ବ୍ୟବସ୍ଥା ଲୋକସଭା ଓ ରାଜ୍ୟସଭାକୁ ନେଇ ପରିଚାଳିତ ହୁଏ। ଜଣେ ଜଣେ ସାଂସଦଙ୍କ ପାଇଁ ସରକାରଙ୍କ ରାଜସ୍ୱରୁ ଲକ୍ଷ ଲକ୍ଷ ଟଙ୍କା ସେମାନଙ୍କ ବେତନ, ଭତ୍ତା ଓ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ବ୍ୟୟିତ ହୋଇଥାଏ। ସେହିପରି ସେମାନଙ୍କ ସାଂସଦ ପାଣ୍ଠି ପାଇଁ କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଏ। ଅନେକ କ୍ଷେତ୍ରରେ ସେମାନଙ୍କ ହାତ ପାଣ୍ଠି ନିର୍ଦ୍ଦିଷ୍ଟ ସମୟ ଭିତରେ ଖର୍ଚ୍ଚ ନ ହୋଇ ଫେରିଯିବାର ଅଭିଯୋଗ ହୁଏ। ଯେଉଁଠି ପାଣ୍ଠି ଅଭାବରୁ ଜନସାଧାରଣଙ୍କର ଅନେକ ସର୍ବନିମ୍ନ ଆବଶ୍ୟକତା ମେଣ୍ଟିନଥାଏ। ପାନୀୟଜଳ, ସଡ଼କ,ଶିକ୍ଷା ବ୍ୟବସ୍ଥା, ଡାକ୍ତରୀସେବା ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପ୍ରଭାବିତ ହୁଏ। ପ୍ରଶ୍ନ ଉଠୁଛି ଯେ, ରାଜନୈତିକ ଦଳମାନେ ଏହି ତାରକା ସାଂସଦମାନଙ୍କ ପାଇଁ କ‘ଣ ପାଇଁ ଅଲଗା ଦୃଷ୍ଟିଭଙ୍ଗୀ ରଖିଥାନ୍ତି। ଏହି ତଥାକଥିତ ତାରକାମାନେ ନିଜ ଚଳଚ୍ଚିତ୍ରର ଅଭିନୟ ଯାଦୁପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇଥାନ୍ତି। କିନ୍ତୁ ସେମାନେ ଯଦି ସଂସଦରେ ସେମାନଙ୍କ ସୁଖଦୁଃଖ ଅଭିଯୋଗ କରିବାତ ଦୂରର କଥା ସର୍ବନିମ୍ନ ଉପସ୍ଥାନ ଠାରୁ ଯଦି ପଛେଇ ଥାଆନ୍ତି ତାହାଲେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏହାଠାରୁ ଦୁର୍ଭାଗ୍ୟ ଜନକ ପ୍ରସଙ୍ଗ ଆଉ କିଛି ନଥାଇପାରେ।

ଅପର୍ଯ୍ୟାପ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ଏହି ତଥାକଥିତ ତାରକା ସାଂସଦ ମାନଙ୍କ ତାରକାମୟ ବ୍ୟକ୍ତିତ୍ୱ ବହୁତ କିଛି ଥାଇପାରେ ସତ କିନ୍ତୁ ସେମାନଙ୍କୁ ନିର୍ବାଚିତ କରି ଭାରତ ରାଜନୈତିକ ଦଳମାନେ ଖୁସି ମନେକରିପାରୁଥାନ୍ତି ସତ କିନ୍ତୁ ସେମାନେ ଯେଉଁମାନଙ୍କ ସ୍ୱାର୍ଥ ପାଇଁ ନିର୍ବାଚିତ ଯଦି ସେମାନଙ୍କ ଭଲମନ୍ଦ ସଂସଦରେ ଉପସ୍ଥାପନ କରି ସେମାନଙ୍କ ସୁବିଧା ସୁଯୋଗ ପାଇଁ ବ୍ୟବସ୍ଥା ନକରି ପାରନ୍ତି ତାହେଲେ ସେମାନଙ୍କ ନିର୍ବାଚିତ ହେବାର ଆବଶ୍ୟକତା କ‘ଣ ପାଇଁ? ଆମରି ମାନଙ୍କ ଝାଳବୁହା ଧନର ଟିକସରୁ ସେମାନଙ୍କ ସମସ୍ତ ସୁବିଧା ସୁଯୋଗ ଭରଣ ହୋଇଥାଏ। ଆମରି ମାନଙ୍କ ଦୁଃଖ ଦୁର୍ଦ୍ଦଶା, ଅଭାବ, ଆବଶ୍ୟକୀୟତାର ଚିତ୍ର ସେମାନେ ଆମରି ମାନଙ୍କ ପ୍ରତିନିଧି ଅଥଚ ଆମ ମାନଙ୍କ ପାଇଁ ନିର୍ବାଚିତ, ମନୋନୀତ ହୋଇ ସେମାନେ ଯଦି ସଂସଦରେ ପାଦଟି ପକେଇ ପାରୁନାହାନ୍ତି ବା ସରକାରଙ୍କ ତର୍କବିତର୍କରେ ଆଲୋଚନାରେ ଭାଗ ନେଇପାରୁନାହାନ୍ତି ତାହାଲେ ସେମାନଙ୍କୁ ସଂସଦକୁ ପଠଉଥିବା ରାଜନୈତିକ ଦଳମାନେ ଥରଟିଏ ଚିନ୍ତା କରନ୍ତୁ ଆଉ ସେମାନେ ନିଜ ବିବେକକୁ ମଧ୍ୟ ଏହି ପ୍ରଶ୍ନଟି ପଚାରନ୍ତୁ ଯେ, ସେମାନେ ସାମଗ୍ରିକ ଭାବେ ଜଣେ ନେତା ନହେଲେ ଆମମାନଙ୍କର ଜନପ୍ରତିନିଧି ତ? ଏ ବିଚାର ସେମାନଙ୍କର। ସେମାନଙ୍କ ଜନପ୍ରତିନିଧି ଭାବରେ ସକ୍ରିୟତା ଓ ସଂସଦୀୟ କାର୍ଯ୍ୟକ୍ରମରେ ଯୋଗଦାନ ଦ୍ୱାରା କେବଳ ଆମ ମାନଙ୍କର ନୁହେଁ ଦେଶର ମଙ୍ଗଳ ସାଧନା ହେବ ଏବଂ ସେମାନଙ୍କର ଦୀର୍ଘଦିନର ଅଭିଜ୍ଞତା ଏବଂ ବିଜ୍ଞତାର ସଦୁପଯୋଗ ମଧ୍ୟ ହୋଇପାରିବ।

mp parliament thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026

Independence Day 2026: ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ, କହିଲେ…

August 15, 2026

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

August 15, 2026
Latest News

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026

ବାଣପୁରରେ ସାଇବର ସୁରକ୍ଷା ଅଭିଯାନ

August 15, 2026

ବନ୍ଦେ ମାତରମ୍ ଗାନକୁ ବାରଣ କଲା କଂଗ୍ରେସ?: ସ୍ପଷ୍ଟୀକରଣ ଜାରି କଲେ ଜୟରାମ ରମେଶ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026

ପାର୍ଲେର ଗୋଦାମରେ ଚଢାଉ: ମିଳିଲା ମିଆଦ ଶେଷ ହୋଇଥିବା ଫ୍ରୁଟି ଏବଂ ଆପି, ଲାଇସେନ୍ସ ରଦ୍ଦ 

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.