Categories
ଆଜିର ଖବର

ବିଜେପି ଟିକେଟ ନେଇ ବିଜେଡ଼ିରେ ଯୋଗଦେଲେ ତୁଷାରକାନ୍ତି ବେହେରା

୨୦୧୯ ନିର୍ବାଚନ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ଓଡ଼ିଶା ରାଜନୀତିରେ ଏପର୍ଯ୍ୟନ୍ତ ଚାଲିଛି ଦଳବଦଳ ରାଜନୀତି। ବିଜେଡ଼ି ଓ ବିଜେପି ମଧ୍ୟରେ ଚାଲିଛି ଅଦଳବଦଳ ପ୍ରତିଯୋଗିତା। ଟିକେଟ ପାଇବାକୁ ନେଇ ଅସନ୍ତୁଷ୍ଟ ପ୍ରାର୍ଥୀମାନେ ଦଳ ବଦଳ କରୁଛନ୍ତି। ବିଜେପିଠାରେ ଏହାର ଭିନ୍ନ ବ୍ୟତିକ୍ରମ ଦେଖିବାକୁ ମିଳୁଛି। କାରଣ ବିଜେପିରେ ଟିକେଟ ପାଇ ନେତାମାନେ ନାମାଙ୍କନ ଭରିବା ପୂର୍ବରୁ ହିଁ ଦଳ ଛାଡି ଦେଇ ଅନ୍ୟ ଦଳରେ ସାମିଲ ହୋଇଯାଉଛନ୍ତି। ନିକଟରେ ଆନନ୍ଦପୁରର ବିଜେପି ବିଧାୟକ ପ୍ରାର୍ଥୀ ଦଳ ଛାଡି ବିଜେଡିରେ ସାମିଲ ହେବା ପରେ ପରେ ଆଜି ବିଜେପିର ଆଉ ଜଣେ ଟାଣୁଆ ନେତା ଗେରୁଆ ଦଳ ସହ ସଂପର୍କ ଛିନ୍ନ କରି ବିଜେଡିରେ ସାମିଲ ହୋଇଛନ୍ତି। ବିଜେପିର କାକଟପୁରର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା ଆଜି ବିଜେଡିରେ ମିଶିଛନ୍ତି। ନବୀନ ନିବାସ ଆସି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ‘ଶଂଖ’ ଧରିଛନ୍ତି ତୁଷାର ଏବଂ ତାଙ୍କର ସମର୍ଥକ।