ମୁମ୍ବାଇ, 5/1: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ କରାଯାଇଛି। ରାଜ୍ୟପାଳ ଭଗତ୍ ସିଂ କୋଶିୟାରୀଙ୍କ ପଠାଯାଇଥିବା ଲିଷ୍ଟ୍ରେ ମୋହର ବାଜିସାରିଛି। ମିଳିଥିବା ସୂଚନା ଅନୁଯାୟୀ ଏନ୍ସିପିକୁ ଗୃହ ଓ ଅର୍ଥ ବିଭାଗ ମିଳିଛି। ନେତା ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ବାରଙ୍କୁ ଅର୍ଥ ମନ୍ତ୍ରଣାଳୟ ମିଳିବାକୁ ଥିବାବେଳେ ଅନିଲ ଦେଶମୁଖଙ୍କୁ ଗୃହ ମନ୍ତ୍ରଣାଳୟ ମିଳିଛି । ଶିବସେନା ମୁଖ୍ୟମନ୍ତ୍ରୀ ପଦ ସହ ନଗର ଉନ୍ନୟନ ମନ୍ତ୍ରଣାଳୟ ରଖିଛି। ଆଦିତ୍ୟ ଠାକ୍ରେଙ୍କୁ ପରିବେଶ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ମିଳିଛି। କଂଗ୍ରେସକୁ ରାଜସ୍ବ, ପୂର୍ତ୍ତ ଓ ଶକ୍ତି ମନ୍ତ୍ରଣାଳୟ ମିଳିଛି।
ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ମେଣ୍ଟ ତରଫରୁ ହୋଇଥିବା ମେଣ୍ଟ ସରକାରର ବିଭାଗୀୟ ମନ୍ତ୍ରୀଙ୍କ ବିଭାଗ ସୂଚୀ
ଶିବସେନାର ବିଭାଗ
ଉଦ୍ଧବ ଠାକ୍ରେ – ମୁଖ୍ୟମନ୍ତ୍ରୀ
ଆଦିତ୍ୟ ଠାକ୍ରେ – ପର୍ଯ୍ୟଟନ, ପରିବେଶ
ଏକନାଥ ସିନ୍ଧେ – ନଗର ଉନ୍ନୟନ
ସୁବାସ ଦେଶାଇ – ଉଦ୍ୟୋଗ
ଉଦୟ ସାମନ୍ତ : ଉଚ୍ଚ ଶିକ୍ଷା
ଅନିଲ୍ ପରବ – ପରିବହନ, ସଂସଦୀୟ ବ୍ୟାପାର
ଶଙ୍ଖାରାବ ଗଡାଖେ – ଜଳ ସଂରକ୍ଷଣ
ସନ୍ଦିପାନ ଭୁମରେ – ରୋଜଗାର
ଗୁଲାବରାବ ପାଟିଲ୍ – ଜଳ
ଦାଦା ଭୁସେ – କୃଷି
ସଂଜୟ ରାଠୋର୍ – ପରିବେଶ ମନ୍ତ୍ରାଳୟ
ଏନ୍ସିପିର ବିଭାଗ
ଅଜିତ ପାଓ୍ବାର – ଅର୍ଥ
ଅନିଲ୍ ଦେଶମୁଖ – ଗୃହମନ୍ତ୍ରୀ
ଛଗନ୍ ଭୁଜବଳ – ଖାଦ୍ୟ ଓ ସହର
ଦିଲ୍ଲୀପ ବଲସେ ପାଟିଲ୍ – ରାଜ୍ୟ ଉତ୍ପାଦନ ଶୁଳ୍କ
ବାଲାସାହେବ ପାଟିଲ୍ – ସହକାର
ରାଜେଶ ଟୋପେ – ସ୍ବାସ୍ଥ୍ୟ
ଜିତେନ୍ଦ୍ର ଆହ୍ବାଡେ – ଗୃହନିର୍ମାଣ
ଧନଞ୍ଜୟ ମୁଣ୍ଡେ – ସାମାଜିକ ନ୍ୟାୟ
ରାଜେନ୍ଦ୍ର ଶିଗେଙ୍ଗ – ଖାଦ୍ୟ ଓ ଔଷଧ ମନ୍ତ୍ରାଳୟ
ହସନ ମୁଶ୍ରୀଫ୍ – ଗ୍ରାମ ବିକାଶ
କଂଗ୍ରେସର ବିଭାଗ
ବାଲାସାହେବ ଥୋରାଟ – ରାଜସ୍ବ
ଅଶୋକ ଚୌହାଣ – ପିଡବ୍ଲ୍ୟୁ ଡି ପବ୍ଲିକ ଓ୍ବାର୍କସ୍
ନିତନ୍ ରାଉତ୍ – ଶକ୍ତି
ବିଜୟ ବଡ୍ଡେଟିଓ୍ବାର – ପଛୁଆ ବର୍ଗ, ଜମି, ସାହାଯ୍ୟ, ପୁନର୍ବସନ
କେସପାଣ୍ଡବୀ – ଆଦିବାସୀ ବିକାଶ
ଯଶୋମତୀ ଠାକୁର – ମହିଲା ଏବଂ ବାଲକଲ୍ୟାଣ
ଅମିତ୍ ଦେଶମୁଖ – ବୈଦିକ ଶିକ୍ଷା ଓ ସାଂସ୍କୃତିକ
ସୁନୀଲ୍ କେଦାର – ଦୁଗ୍ଧ ବିକାଶ ଓ ପଶୁ ସମ୍ପଦ
ବର୍ଷା ଗାଏକଓ୍ବାଡ – ସ୍କୁଲ ଶିକ୍ଷା
ଅସଲମ୍ ଶେଖ – ବସ୍ତ୍ର ଓ ମତ୍ସ୍ୟ ବ୍ୟବସାୟ
ଉଦ୍ଧବ ସରକାରରେ ରାଜ୍ୟମନ୍ତ୍ରୀ ପଦବୀ ପାଇଥିବା ମନ୍ତ୍ରୀମାନେ ହେଲେ
ଶମ୍ଭୁରାଜ ଦେଶାଇ – ଗୃହ ରାଜ୍ୟମନ୍ତ୍ରୀ (ଗ୍ରାମୀଣ)
ଅବ୍ଦୁଲ ସତ୍ତାର – ରାଜସ୍ବ, ଗ୍ରାମବିକାଶ
ବଚ୍ଚୁ କଡୁ – ଜଳ,
ସତେଜ ପାଟିଲ୍ – ଗୃହ ରାଜ୍ୟମନ୍ତ୍ରୀ (ସହର)
ବିଶ୍ବଜିତ୍ କଦମ – କୃଷି ଓ ସହକାରୀ ରାଜ୍ୟମନ୍ତ୍ରୀ
ରାଜେନ୍ଦ୍ର ୟଡ୍ରାବକର୍ – ସ୍ବାସ୍ଥ୍ୟ, ସାଂସ୍କୃତିକ, ଔଷଧ ପ୍ରଶାସନ
ଅଦିତି ତଟକରେ – ଉଦ୍ୟୋଗ, ପର୍ଯ୍ୟଟନ, କ୍ରୀଡା ରାଜ୍ୟମନ୍ତ୍ରୀ
ଦତ୍ତା ଭରଣେ – ଜଳସଂରକ୍ଷଣ, ସାମାନ୍ୟ ପ୍ରଶାସନ
ସଞ୍ଜୟ ଓ୍ବନସୋଡେ – ପରିବେଶ, ସର୍ବଜନିକ ବାନ୍ଧକାର୍ଯ୍ୟ
ପ୍ରାଜୁ୍ତ ତନପୁରେ – ନଗରବିକାଶ, ଶକ୍ତି, ଉଚ୍ଚ ତନ୍ତ୍ର ଶିକ୍ଷଣ (ରାଜ୍ୟମନ୍ତ୍ରୀ)
ସୂଚନାଯୋଗ୍ୟ, ନଭେମ୍ବର 28 ତାରିଖରେ ମୁଖମନ୍ତ୍ରୀ ପଦର ଶପଥ ନେଇଥିଲେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେ । (ଏଜେନ୍ସି)