Categories
ଆଜିର ଖବର ରାଜ୍ୟ ଖବର

ପାଖେଇଲା ବିଏମସି ନିର୍ବାଚନ, ବିଜେପି ଛାଡି ବିଜେଡିରେ ଯୋଗଦେଲେ ଶତାଧିକ କର୍ମି

ଭୁବନେଶ୍ବର:  ଶନିବାର ଭୁବନେଶ୍ୱର ମଧ୍ୟ ବିଧାୟକଙ୍କ ସରକାରୀ ବାସଭବନରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି, ବିକାଶ ଧାରା ଏବଂ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ଆଦର୍ଶ ଓ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ବନଦୁର୍ଗା ମଣ୍ଡଳ ସଭାପତି ଫିରୋଜ ଖାନଙ୍କ ନେତୃତ୍ୱ ରେ ୱାର୍ଡ 40 ଓ 41 ଅନ୍ତର୍ଗତ ୟୁନିଟ 1,2,3 ଏବଂ ବାପୁଜୀ ନଗର ଅଞ୍ଚଳ ର 300 ରୁ ଉର୍ଦ୍ଧ ବିଜେପି କର୍ମୀ ଓ ସଭ୍ୟ ବିଜେପି ଦଳ ଛାଡି ଆନୁଷ୍ଠାନିକ ଭାବେ ବିଜେଡି ରେ ଯୋଗ ଦେଇଛନ୍ତି।

ବନଦୁର୍ଗା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଆକାଶ ପଟ୍ଟନାୟକ, ବନଦୁର୍ଗା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଭଦ୍ରା ନାୟକ, ବି.ଜେ.ବି ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସାଧାରଣ ସମ୍ପାଦକ ନୀଳକଣ୍ଠ ରେଡ୍ଡୀ, ବରିଷ୍ଠ ବିଜେପି କର୍ମୀ ସହଦେଵ ନାୟକ, ଆସିୟା ବେଗମ,ବିଶ୍ୱରଂଜନ ସିଙ୍ଗ, ପ୍ରଶାନ୍ତ ମହାରଣା, ସୁକାନ୍ତ ଓଝା, ଦୀପକ ସାହୁ, ସୁରେଶ ବାରିକ, କେ ଶ୍ରୀନିବାସ ରାଓ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେଡି ରେ ସାମିଲ ହୋଇ ନେତ୍ରୁ ବୃନ୍ଦଙ୍କ ସହଯୋଗ ଓ ନିର୍ଦ୍ଦେଶରେ ବିନା ଦ୍ବିଧାରେ ଦଳ ସହ ମନ ପ୍ରାଣ ଢାଳି କାର୍ଯ୍ୟ କରିବେ ବୋଲି ବ୍ୟକ୍ତ କରିଥିଲେ।

Categories
ଆଞ୍ଚଳିକ

ବିଜେଡିର 25ତମ ପ୍ରତିଷ୍ଠା ଦିବସ ମଧ୍ୟ ଭୁବନେଶ୍ବରରେ ହେଲା ପାଳନ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳର 25ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ତରଫରୁ ବିଧାୟକ ଅନନ୍ତ ନାରାୟଣ ଜେନା ଙ୍କ ନେତୃତ୍ୱରେ ୟୁନିଟ 8 ଗଜଲକ୍ଷ୍ମୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ୟୁନିଟ 8 D. A. V School ଠାରୁ 3000 ରୁ ଉର୍ଦ୍ଧ ଲୋକ ଏକ ବିଶାଳ ଶୋଭାଯାତ୍ରା ଯାଇ ଗଜଲକ୍ଷ୍ମୀ ପଡିଆ ରେ ପହଞ୍ଚିଥିଲେ।

ପ୍ରବାଦ ପୁରୁଷ ଭୂମି ପୁତ୍ର ବିଜୁ ବାବୁଙ୍କ ନାମରେ ଗଠିତ ଏହି ଦଳ ଏବଂ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ଦୀର୍ଘ 21 ବର୍ଷ ଧରି ଓଡ଼ିଶାର ଗରିବ , ଖଟିଖିଆ, ଦିନମଜୁରିଆ , ମା ଓ ଭଉଣୀ ମାନଙ୍କ ଆଶା ବିଶ୍ୱାସ ଓ ଭରସାର ପ୍ରତୀକ ଭାବେ ଠିଆ ହୋଇଛି ବୋଲି ବିଧାୟକ ନିଜ ଅଭିଭାଷଣ ରେ କହିଥିଲେ ଏବଂ କୋରନା ମହାମାରୀ ସମୟରେ ସାରା ଦେଶ କୁ ଅକ୍ସିଜେନ ଯୋଗେଇ ମୁଖ୍ୟମନ୍ତ୍ରୀ ଉଦାହରଣ ସାଜିଛନ୍ତି ଯେଉଁଥିପାଇଁ ଓଡିଶା ବିଶ୍ୱ ଦରବାର ରେ ଚର୍ଚ୍ଚା କୁ ଆସିଚି, କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଚି, ମମତା ଯୋଜନା ହେଉ କି କାଳିଆ ସାରା ଦେଶ ରେ ରୋଲ ମଡେଲ ହୋଇପାରିଛି।

5T school transformation ଜରିଆରେ ବିଦ୍ୟାଳୟ ର ଭିର୍ତିଭୂମି ସୁଦୃଢ ହୋଇପାରିଛି। ଆଜିର ଏହି କାର୍ଯ୍ୟକ୍ରମ ରେ ସମସ୍ତ ପୂର୍ବତନ କର୍ପୋରେଟର ଯୁବ ଛାତ୍ର ମହିଳା, ବରିଷ୍ଠ ନାଗରିକ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ। ବହୁ ସଂଖ୍ୟା ରେ ଯୋଗଦେଇ ସଭା କୁ ସଫଳ କରିଥିବାରୁ ବିଧାୟକ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନା

ଭୁବନେଶ୍ବର : କରୋନା କବଳରେ ଆଉ ଜଣେ ବିଧାୟକ । ଭୁବନେଶ୍ବରର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ଖୋଦ୍‌ ବିଧାୟକ ଅନନ୍ତ ନାରାୟଣ ଜେନା । ଟୁଇଟ୍‌ ଯୋଗେ ଏନେଇ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକେ କରୋନା ଟେଷ୍ଟ କରିବା ସହ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି ବିଧାୟକ।କରୋନା ପଜିଟିଭ୍‌ ହେବା ପରେ ଏବେ ବିଧାୟକ ଅନନ୍ତ ନାରାୟଣ ଜେନା ହୋମ୍‌ କ୍ବାରେଣ୍ଟାଇନରେ ରହିଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ, ନିକଟରେ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବିଜେଡି ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।