ବିଜେଡିର 25ତମ ପ୍ରତିଷ୍ଠା ଦିବସ ମଧ୍ୟ ଭୁବନେଶ୍ବରରେ ହେଲା ପାଳନ

Published: Dec 26, 2021, 9:43 pm IST

ଭୁବନେଶ୍ବର: ଆଜି ବିଜୁ ଜନତା ଦଳର 25ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ତରଫରୁ ବିଧାୟକ ଅନନ୍ତ ନାରାୟଣ ଜେନା ଙ୍କ ନେତୃତ୍ୱରେ ୟୁନିଟ 8 ଗଜଲକ୍ଷ୍ମୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ୟୁନିଟ 8 D. A. V School ଠାରୁ 3000 ରୁ ଉର୍ଦ୍ଧ ଲୋକ ଏକ ବିଶାଳ ଶୋଭାଯାତ୍ରା ଯାଇ ଗଜଲକ୍ଷ୍ମୀ ପଡିଆ ରେ ପହଞ୍ଚିଥିଲେ।

ପ୍ରବାଦ ପୁରୁଷ ଭୂମି ପୁତ୍ର ବିଜୁ ବାବୁଙ୍କ ନାମରେ ଗଠିତ ଏହି ଦଳ ଏବଂ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ଦୀର୍ଘ 21 ବର୍ଷ ଧରି ଓଡ଼ିଶାର ଗରିବ , ଖଟିଖିଆ, ଦିନମଜୁରିଆ , ମା ଓ ଭଉଣୀ ମାନଙ୍କ ଆଶା ବିଶ୍ୱାସ ଓ ଭରସାର ପ୍ରତୀକ ଭାବେ ଠିଆ ହୋଇଛି ବୋଲି ବିଧାୟକ ନିଜ ଅଭିଭାଷଣ ରେ କହିଥିଲେ ଏବଂ କୋରନା ମହାମାରୀ ସମୟରେ ସାରା ଦେଶ କୁ ଅକ୍ସିଜେନ ଯୋଗେଇ ମୁଖ୍ୟମନ୍ତ୍ରୀ ଉଦାହରଣ ସାଜିଛନ୍ତି ଯେଉଁଥିପାଇଁ ଓଡିଶା ବିଶ୍ୱ ଦରବାର ରେ ଚର୍ଚ୍ଚା କୁ ଆସିଚି, କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଚି, ମମତା ଯୋଜନା ହେଉ କି କାଳିଆ ସାରା ଦେଶ ରେ ରୋଲ ମଡେଲ ହୋଇପାରିଛି।

5T school transformation ଜରିଆରେ ବିଦ୍ୟାଳୟ ର ଭିର୍ତିଭୂମି ସୁଦୃଢ ହୋଇପାରିଛି। ଆଜିର ଏହି କାର୍ଯ୍ୟକ୍ରମ ରେ ସମସ୍ତ ପୂର୍ବତନ କର୍ପୋରେଟର ଯୁବ ଛାତ୍ର ମହିଳା, ବରିଷ୍ଠ ନାଗରିକ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ। ବହୁ ସଂଖ୍ୟା ରେ ଯୋଗଦେଇ ସଭା କୁ ସଫଳ କରିଥିବାରୁ ବିଧାୟକ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।

Related posts