ଭୁବନେଶ୍ବର : ରାଜ୍ୟରେ ଆଜି 251 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 208ଜଣ ଚିହ୍ନଟ ହୋଇଥିବାବେଳେ 43ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 7 ହଜାର 316କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 2ହଜାର 94 ଜଣ । ସେହିପରି ସୁସ୍ଥ ହୋଇଛନ୍ତି 5 ହଜାର 189ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 25ଜଣ । ସେହିପରି7ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
Tag: କରୋନା
କ୍ରମାଙ୍କ | ରାଜ୍ୟର ନାମ | ମୋଟ୍ ପଜିଟିଭ୍ |
ସୁସ୍ଥ | ମୃତ |
---|---|---|---|---|
1 | ଆଣ୍ଡାମାନ ନିକୋବର | 97 | 50 | 0 |
2 | ଆନ୍ଧ୍ରପ୍ରଦେଶ | 14595 | 6511 | 187 |
3 | ଅରୁଣାଚଳପ୍ରଦେଶ | 191 | 62 | 1 |
4 | ଆସାମ | 8227 | 5647 | 12 |
5 | ବିହାର | 10043 | 7687 | 67 |
6 | ଚଣ୍ଡୀଗଡ | 440 | 364 | 6 |
7 | ଛତିଶଗଡ | 2860 | 2250 | 13 |
8 | ଦିଲ୍ଲୀ | 87360 | 58348 | 2742 |
9 | ଗୋଆ | 1315 | 596 | 3 |
10 | ଗୁଜୁରାଟ | 32557 | 23662 | 1846 |
11 | ହରିୟାଣା | 14548 | 9972 | 236 |
12 | ହିମାଚଳ ପ୍ରଦେଶ | 953 | 580 | 10 |
13 | ଜମ୍ମୁକାଶ୍ମୀର | 7497 | 4722 | 101 |
14 | ଝାଡଖଣ୍ଡ | 2490 | 1884 | 15 |
15 | କର୍ଣ୍ଣାଟକ | 15242 | 7918 | 246 |
16 | କେରଳ | 4442 | 2306 | 24 |
17 | ଲଦାଖ | 973 | 648 | 1 |
18 | ମଧ୍ୟପ୍ରଦେଶ | 13593 | 10395 | 572 |
19 | ମହାରାଷ୍ଟ୍ର | 174761 | 90911 | 7855 |
20 | ମଣିପୁର | 1234 | 553 | 0 |
21 | ମେଘାଳୟ | 52 | 42 | 1 |
22 | ମିଜୋରାମ | 160 | 122 | 0 |
23 | ଓଡ଼ିଶା | 7065 | 5189 | 25 |
24 | ପୁଡୁୁଚେରୀ | 714 | 272 | 12 |
25 | ପଞ୍ଜାବ | 5568 | 3867 | 144 |
26 | ରାଜସ୍ଥାନ | 18014 | 14220 | 413 |
27 | ତାମିଲନାଡୁ | 90167 | 50074 | 1201 |
28 | ତେଲେଙ୍ଗାନା | 16339 | 7294 | 260 |
29 | ତ୍ରିପୁରା | 1388 | 1086 | 1 |
30 | ଉତ୍ତରାଖଣ୍ଡ | 2881 | 2231 | 41 |
31 | ଉତ୍ତରପ୍ରଦେଶ | 23492 | 16084 | 697 |
32 | ପଶ୍ଚିମବଙ୍ଗ | 18559 | 12130 | 668 |
ମୋଟ୍ ପଜିଟିଭ୍ | 585493 | 347979 | 17400 |
ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 17 ଜଣ ଆକ୍ରାନ୍ତଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ 15 ଜଣ ପ୍ରବାସ ଫେରନ୍ତା ହୋଇଥିବାବେଳେ ଦୁଇ ଜଣ କ୍ୟାନସର ରୋଗୀ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଜଗତସିଂହପୁର ବ୍ଲକରୁ 7 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ତେଲେଙ୍ଗାନାରୁ 5ଜଣ, ମହାରାଷ୍ଟ୍ରରୁ ଜଣେ ଓ ଦିଲ୍ଲୀରୁ ଜଣେ ଫେରିଥିବାର ସୂଚନା ରହିଛି । ଏହି ସମସ୍ତ 7 ଆକ୍ରାନ୍ତ ଟିଏମ୍ସିର ଚିହ୍ନଟ ହୋଇଛନ୍ତି ।
ସେହିପରି ତିର୍ତ୍ତୋଲରୁ 9 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି 9 ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ତିନିଜଣ ଫେରିଥିବାବେଳେ ପଶ୍ଚିମବଙ୍ଗରୁ ଜଣେ, କର୍ଣ୍ଣାଟକରୁ ଜଣେ, ଦିଲ୍ଲୀରୁ ଜଣେ ରହିଛନ୍ତି । ଏହି ଛଅ ଜଣ ଯାକ ଟିଏମ୍ସିରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଦୁଇଜଣ ହୋମ୍କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ କର୍ଣ୍ଣାଟକରୁ ଫେରିଥିବାବେଳେ ଗୁଜୁରାଟରୁ ଜଣେ ଫେରିଛନ୍ତି । ସେହିପରି ତିର୍ତ୍ତୋଲ ବ୍ଲକରୁ ଚିହ୍ନଟ ଅନ୍ୟ ଜଣେ ଆକ୍ରାନ୍ତ ଜଣକ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସାଧୀନ ବୋଲି ସୂଚନା ରହିଛି । ସେହିପରି ଏରସମାରୁ ଚିହ୍ନଟ ଆକ୍ରାନ୍ତ ଜଣକ ମଧ୍ୟ କ୍ୟାନସର ହସ୍ପିଟାଲର ଚିକିତ୍ସାଧୀନ ରୋଗୀ ବୋଲି ସୂଚନା ରହିଛି ।
ସୂଚନାଯୋଗ୍ୟ, ତିର୍ତ୍ତୋଲ ବ୍ଲକ ଅଞ୍ଚଳରୁ ବାହାରିଥିବା 9ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କୃଷ୍ଣାନନ୍ଦପୁର ପଞ୍ଚାୟତରୁ 4,ସାମନ୍ତରାପୁର ପଞ୍ଚାୟତରୁ 1,ଆମ୍ବେରି ପଞ୍ଚାୟତରୁ 1,କୋଲର ପଞ୍ଚାୟତରୁ 2ଜଣ ବୋଲି ଜଣାପଡିଥିବା ବେଳେ ଜଣେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ଚିକିତ୍ସାଧିନ ବୋଲି ଜଣାପଡିଛି ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 298ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 171ରେ ପହଞ୍ଚିଛି । ଏବେ ସୁଦ୍ଧା ଜିଲ୍ଲାରେ 127ଟି ସକ୍ରିୟ ମାମଲା ରହିଛି ।
ସମ୍ବଲପୁର : ଭିସୁଟ୍ରେ ଜଣେ ଅଧ୍ୟାପିକାଙ୍କ ସ୍ବାମୀ କରୋନାରେ ମୃତ୍ୟୁବରଣ କରିବା ପରେ ଭିସୁଟ୍କୁ ବନ୍ଦ କରାଯାଇଛି । ତେବେ ଆଜି ଗୋଟିଏ ଦିନ ପାଇଁ ଭିସୁଟ୍କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଭିସୁଟ୍କୁ ଅଧିକ ଦିନ ବନ୍ଦ କରାଯିବ କି ନାହିଁ ସେ ସମ୍ପର୍କରେ ଆଜି ନିଷ୍ପତ୍ତି ନିଆଯିବ । ସମ୍ପୃକ୍ତ ଅଧ୍ୟାପିକାଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ଅଧ୍ୟାପିକାଙ୍କ ସ୍ବାମୀ ଅନୁଗୁଳ ନାଲ୍କୋର ବରିଷ୍ଠ ଅଧିକାରୀ ରହିଥବା ସୂଚନା ରହିଛି । ସମ୍ପୃକ୍ତ ଅଧ୍ୟାପିକାଙ୍କ ସ୍ବାବ୍ ଟେଷ୍ଟ ମଧ୍ୟ କରାଯାଇଛି ।
ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେଉଛି । ଆଜି ପୁଣି ରାଜ୍ୟରୁ ଦୁଇଟି ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ମୃତକ ଦ୍ବୟ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି । ଦୁହେଁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଜଣେ 48 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 39 ବର୍ଷୀୟା ମହିଳା ବୋଲି ଜଣାପଡିଛି । ଏହି ମହିଳା ଜଣକ କିଡ୍ନୀ ସମସ୍ୟାରେ ମଧ୍ୟ ପୀଡ଼ିତ ଥିଲେ । ଗଞ୍ଜାମରେ ଏବେ ମୃତକଙ୍କ ସଂଖ୍ୟା 14ରେ ପହଞ୍ଚିଛି । ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 25ରେ ପହଞ୍ଚିଛି । ସେହିପରି ଅନ୍ୟ 7 ଜଣ କରୋନାରେ ଆକ୍ରାନ୍ତଙ୍କ ହୋଇ ମଧ୍ୟ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଭୁବନେଶ୍ବର :ରାଜ୍ୟରେ କରୋନା ମାମଲା ବଢୁଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ଓ ଏସ୍ପିମାନଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ଏହି ଅବସରରେ ରାଜ୍ୟରେ କରୋନା ମୁକାବିଲାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ର ଦେଇଛନ୍ତି । ଆଜି ଜିଲ୍ଲାପାଳ ଓ ଏସ୍ପିମାନଙ୍କ ସହ ଆଲୋଚନା ବେଳେ 9ଟି ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । କୋଭିଡ୍ କେୟାର କମିଟି ଗଠନ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ପ୍ରତିଷ୍ଠା ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ କେୟାର ଯୋଦ୍ଧାଙ୍କ ପ୍ରତି ଯତ୍ନଶୀଳ ହେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । କ’ଣ କରିବା ଉଚିତ/ ଅନୁଚିତ ସେନେଇ ଷ୍ଟାଫ୍ମାନଙ୍କୁ ସଚେତନ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ଓ ସାମାଜିକ ଦୂରତ୍ବ ଉଂଲ୍ଲଘନକାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ । ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ପୋଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ଯୁଦ୍ଧରେ ସବୁ ବିଭାଗକୁ ସାମିଲ୍ ହେବାକୁ ଆହ୍ବାନ ଦେଇଛନ୍ତି ନବୀନ । ସେହିପରି କରୋନାକୁ ନେଇ ଘରୋଇ ହସ୍ପିଟାଲକୁଗଡିକ ସଚେତନ ପାଇଁ ନିର୍ଦ୍ଦେଶ ରହିଛି । ହଟସ୍ପଟ ଅଞ୍ଚଳ ପ୍ରତି ସ୍ପେଶାଲ୍ ଷ୍ଟ୍ରାଟେଜି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କରୋନା ମୁକାବିଲା ନେଇ ଆଉ କିଛି ପରାମର୍ଶ ଥିଲେ ଜଣାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହା ସପକ୍ଷରେ ହେଉ ଅବା ବିପକ୍ଷରେ ନିର୍ବିଘ୍ନରେ ଜଣାଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆଠଗଡ : କଟକ ଗ୍ରାମାଞ୍ଚଳ ଜିଲ୍ଲାର ଜଣେ ପୋଲିସ୍ ଡିଏସ୍ପିଙ୍କୁ କରୋନା । ଡିଏସ୍ପିଙ୍କ ସହ ଏକ ଥାନାର 5 କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ । ଆଠଗଡ ଏସ୍ଡିଏମ୍ଓ ବିଜୟ କୁମାର ମିଶ୍ରଙ୍କ ସୂଚନା ରହିଛି । କାଲି ଉକ୍ତ ଥାନାର ଆଇଆଇସି ପଜିଟିଭ ଚିହ୍ନଟ ହୋଇଥିଲେ । ସମ୍ପ୍ରତି ରାଜ୍ୟରେ ଏବେ କରୋନା ମାମଲା ବଢି ଚାଲିଥିବାବେଳେ କୋଭିଡ୍ ଯୋଦ୍ଧାମାନେ ଏବେ କରୋନାରେ ଆକ୍ରାନ୍ତ ହେଉଛନ୍ତି।
ଭୁବନେଶ୍ବର : ଆଜି ରାଜ୍ୟରୁ ନୂତନ 264ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି 23ଟି ଜିଲ୍ଲାରୁ ମୋଟ୍ 264ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ 76 ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 41 ଜଣ ଚିହ୍ନଟ ହୋଇଛନ୍ତି। କେଉଁଝରରୁ 25 ଚିହ୍ନଟ ଜଣ ଚିହ୍ନଟ ହୋଇଥିବା ସ୍ଥଳେ ଝାରସୁଗୁଡା ଓ ବରଗଡରୁ 18 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଓ ମୟୂରଭଞ୍ଜର 15 ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ବର ଓ କଟକରୁ 12 ଜଣ ଲେଖାଏଁ ରହିଛନ୍ତି । ପୁରୀରୁ 7 ଜଣ ଚିହ୍ନଟ ହୋଇଥିବା ସ୍ଥଳେ ସୁନ୍ଦରଗଡ, ଜଗତସିଂହପୁର ଓ ଅନୁଗଳୁରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମାଲ୍କାନଗିରି, ନୟାଗଡ ଓ ବଲାଙ୍ଗିରରୁ ଦୁଇଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କନ୍ଧମାଳ,ସମ୍ବଲପୁର, କଳାହାଣ୍ଡି, ଗଜପତି, ନୂଆପଡା, ଭଦ୍ରକ, କୋରାପୁଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର: ରାଜ୍ୟରେ ଆଜି ଆଉ 264 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 234 ଜଣ ଚିହ୍ନଟ ହୋଇଥିବାବେଳେ 30 ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 6ହଜାର614 କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1980 ଜଣ। ସେହିପରି ସୁସ୍ଥ ହୋଇଛନ୍ତି 4ହଜାର 606ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 21ଜଣ। ସେହିପରି 7 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।
ଆସିକା : ଗଞ୍ଜାମର ଗୋଟିଏ ପଞ୍ଚାୟତରେ ତିନି ଜଣଙ୍କର ମୃତ୍ୟୁ ହେବା ଖବରକୁ ଜିଲ୍ଲା ପ୍ରଶାସନ ଖଣ୍ଡନ କରିଛନ୍ତି । ଧରାକୋଟ ବ୍ଲକରେ ତିନିଜଣଙ୍କର ନୁହେଁ ବରଂ ଜଣକର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଧରାକୋଟ ବ୍ଲକ ଜାହଡା ବ୍ଲକରୁ କେବଳ ଜଣକର ମୃତ୍ୟୁ ହୋଇଛି । ତିନିଜଣଙ୍କ ମୃତ୍ୟୁ ଖବର ଏକ ଗୁଜବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏନେଇ ଏକ ଟୁଇଟ୍ କରିଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ ।
ସୂଚନାଯୋଗ୍ୟ, ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତରେ ତିନିଦିନରେ ତିନିଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଥିଲା । ଧରାକୋଟ ବ୍ଲକ ଉପାଧ୍ୟକ୍ଷ ଭଗବାନ ସ୍ବାଇଁଙ୍କ ସହ ତିନିଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ମୃତକଙ୍କ ଭାଇ ହୋଇଥିବାର ସୂଚନା ରହିଥିଲା । ତେବେ ଗଞ୍ଜାମରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ମୃତ୍ୟୁ ମଧ୍ୟ ହୋଇଛି ।
ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢି ଚାଲିଛି । ଜିଲ୍ଲାରେ ଆଉ 18 ଜଣ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଗଞ୍ଜାମରେ 58 ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 18 କରୋନା ଯୋଦ୍ଧା ରହିଛନ୍ତି । ଏନେଇ ସୂଚନା ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ।
ପୁରୁଷୋତ୍ତମପୁରର ଜଣେ ସୁରତ ଫେରନ୍ତା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଉ 39 ଜଣ କଣ୍ଟାକ୍ଟ ଟ୍ରେସିଂରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜିଲ୍ଲାରେ 170 କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବାର ସୂଚନା ଦେଇଥିଲେ ଗଞ୍ଜାମ ଜିଲ୍ଲାପାଳ । ଏହି ଆକ୍ରାନ୍ତଙ୍କ ଭିତରେ ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀ, ପୋଲିସ୍ ଓ ଡାକ୍ତର ଆଦି ରହିଛନ୍ତି ।
ସେହିପରି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି । ଜିଲ୍ଲାରେ ସର୍ବାଧିକ 9 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 1195ରେ ପହଞ୍ଚିଛି । ସେହିପରି 811 ଜଣ ସୁସ୍ଥ ହୋଇଥିବାବେଳେ 375ଜଣ ସକ୍ରିୟ ରହିଛନ୍ତି ।
ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂହପୁରରୁ 29 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଛନ୍ତି ଜିଲ୍ଲା ପ୍ରଶାସନ । ଆଜି ଚିହ୍ନଟ 29 ଆକ୍ରାନ୍ତଙ୍କ ମଧ୍ୟରୁ 28 ଜଣ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ଜଣେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି ।
ବିରିଡି ବ୍ଲକରୁ 10 ଜଣ ଚିହ୍ନଟ ହୋଇଥିବାବେଳେ ଚିହ୍ନଟ 10 ଜଣଙ୍କ ମଧ୍ୟରୁ ଝାଡଖଣ୍ଡରୁ ଜଣେ, ତେଲେଙ୍ଗାନାରୁ ଜଣେ, ସାଉଦି ଆରବରୁ ଜଣେ, ତାମିଲନାଡୁରୁ ଜଣେ ଓ ମହାରାଷ୍ଟ୍ରରୁ ତିନିଜଣ ଚିହ୍ନଟ ହୋଇଛନ୍ତି । ସେହପରି ତିର୍ତ୍ତୋଲ୍ ବ୍ଲକରୁ ଚିହ୍ନଟ ହୋଇଥିବା 7 ଜଣ ମଧ୍ୟ ପ୍ରବାସ ଫେରାନ୍ତା । ଏହି ସାତଜଣଙ୍କ ମଧ୍ୟରେ ମହାରାଷ୍ଟ୍ରରୁ 5 ଜଣ ଫେରିଥିବାବେଳେ ତାମିଲନାଡରୁ ଜଣେ ଓ ଓମାନରୁ ଜଣେ ଜଣେ ଫେରିଛନ୍ତି ।
ସେହିପରି ରଘୁନାଥପୁର ବ୍ଲକରୁ ଆଜି 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ପାଞ୍ଚ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ତିନି ଜଣ, ତାମିଲନାଡରୁ ଜଣେ ଓ ଦିଲ୍ଲୀରୁ ଜଣେ ଫେରିଥିବାର ସୂଚନା ରହିଛି ।
ବାଲିକୁଦା ବ୍ଲକରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆକ୍ରାନ୍ତଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ, ଗୁଜୁରାଟ ଓ ପଞ୍ଜାବରୁ ଜଣେ ଲେଖାଏଁ ଫେରିଛନ୍ତି । କୁଜଙ୍ଗ ବ୍ଲକରୁ 2 ଜଣ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ଜଣେ ଓ ତାମିଲନାଡୁରୁ ଜଣେ ଫେରିଛନ୍ତି ।
ନୂତନ 29 ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ପଜିଟିଭଙ୍କ ସଂଖ୍ୟା 268ରେ ପହଞ୍ଚିଥିବାବେଳେ 155 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 113 ଜଣ ସକ୍ରିୟ ରହିଛନ୍ତି ।
ନବରଙ୍ଗପୁର : ଦେଶରେ କରୋନା ବେଶ୍ ଦ୍ରୁତ ଗତିରେ ମାଡି ଚାଲିଥିବାବେଳେ ଏବେ କରୋନା ଯୋଦ୍ଧାମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ପୁଣି ଦୁଇ ବିଏସଏଫ୍ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ନବରଙ୍ଗପୁର ଜିଲ୍ଲାରୁ ଚିହ୍ନଟ 2 ପଜିଟିଭ୍ଙ୍କ ମଧ୍ୟରେ ବିଏସ୍ଏଫ୍ ଯବାନ୍ ରହିଛନ୍ତି । ପୂର୍ବରୁ ଜିଲ୍ଲାରେ 7 ଜଣ ବିଏସ୍ଏଫ୍ ଯବାନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 12 ଆକ୍ଟିଭ୍ କେସ୍ ମଧ୍ୟରୁ 9 ଜଣ ବିଏସଏଫ୍ ଯବାନ ରହିଛନ୍ତି । ଆଜି ଚିହ୍ନଟ 2 ବିଏସ୍ଏଫ୍ ଯବାନଙ୍କ ଘର ମହାରାଷ୍ଟ୍ରରେ ହୋଇଥିବାବେଳେ ଛୁଟିରୁ ଫେରି କ୍ବାରେଣ୍ଟାଇନ୍ କେନ୍ଦ୍ରରେ ରହିଥିଲେ ।
ଭୁବନେଶ୍ବର : ରାଜ୍ୟରେ ଆଜି 210 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଆଜି 18ଟି ଜିଲ୍ଲାରୁ 210 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ଫାନ୍ ମୁକାବିଲାରୁ ଫେରିଥିବା 6 ଜଣ ଏନ୍ଡିଆରଏଫ୍ କର୍ମଚାରୀ ରହିଛନ୍ତି । ସେହିପରି ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 58 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 47, ଗଜପତିରୁ 29, ବଲାଙ୍ଗିରରୁ 11 ଜଣ ଚିହ୍ନଟ ହୋଇଛନ୍ତି ।ଯାଜପୁର ଓ ପୁରୀରୁ 8 ଜଣ ଲେଖାଏଁ ରହିଥିବାବେଳେ ମୟୂରଭଞ୍ଜ ଓ ଢେଙ୍କାନାଳରୁ 7 ଜଣ ଲେଖାଏଁ ରହିଛନ୍ତି । ସୁନ୍ଦରଗଡରୁ 6 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେନ୍ଦୁଝର ଓ କଟକରୁ 5 ଜଣ ଲେଖାଏଁ ରହିଛନ୍ତି । ସେହପରି କେନ୍ଦ୍ରାପଡା ଓ ନୟାଗଡରୁ 3 ଜଣ ଲେଖାଏଁ ରହିଛନ୍ତି । ବାଲେଶ୍ବର ଓ ନବଙ୍ଗରପୁରରୁ 2 ଜଣେ ଲେଖାଏଁ ରହିଥିବାବେଳେ ଅନୁଗୁଳ, ଦେବଗଡ, ସମ୍ବଲପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
କୋଲକାତା: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଦଳ (ଟିଏମ୍ସି)ର ବିଧାୟକ ତମୋନାଶ ଘୋଷଙ୍କର ବୁଧବାର ପରଲୋକ ହୋଇଯାଇଛି। ଗତ ମାସ ସେ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଥିଲା । ତମୋନାଶଙ୍କର କରୋନା ଚିକିତ୍ସା ଚାଲିଥିବାବେଳେ ଆଜି ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 60 ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଶୋକ ପ୍ରକଟ କରିଛନ୍ତି ।
ମମତା ବାନାର୍ଜୀ ଏକ ଟ୍ୱିଟ କରି କହିଛନ୍ତି, ଫଲ୍ଟାରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ତମୋନାଶ ଆଉ ନାହାନ୍ତି। ସେ 1998ରୁ ଦଳର କୋଷାଧ୍ୟକ୍ଷ ରୂପେ ରହିଥିଲେ । 35 ବର୍ଷ ଧରି ଦଳ ପାଇଁ କାର୍ଯ୍ୟ କରିଥିଲେ । ସେ ସର୍ବଦା ଦଳ ଓ ଲୋକଙ୍କ ପ୍ରତି ସମର୍ପିତ ରହିଥିଲେ । ମମତା ବାନାର୍ଜୀ ତାଙ୍କ ପରିବାରକୁ ସମବେଦନା ଜଣାଇ କହିଛନ୍ତି ‘ ତାଙ୍କ ବିୟୋଗରେ ଯେଉଁ କ୍ଷତି ହୋଇଛି ତାହା ଅପୂରଣୀୟ। ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମମତା ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ କରୋନା ଯୋଗୁଁ 580ଜଣଙ୍କର ମୃତ୍ୟୁ ଘଟିଛି । ମୋଟ୍ 14 ହଜାର 728 ଜଣ ସଂକ୍ରମିତ ହୋଇଛନ୍ତି । ତେବେ 9218ଜଣ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ରହିଛି । (ଏଜେନ୍ସି)
ଭୁବନେଶ୍ବର : ଆଜି ଚିହ୍ନଟ 282 ଜଣଙ୍କ ମଧ୍ୟରୁ ସର୍ବାଧିକ ଗଜତିପତିରୁ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଆମ୍ପାନ୍ ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଏନ୍ଡିଆରଏଫ୍ର 8 ଜଣ ଯବାନ ସାମିଲ୍ ରହିଛନ୍ତି । 17ଟି ଜିଲ୍ଲାରୁ 282 ଜଣ ଚିହ୍ନଟ ହୋଇଛନ୍ତି ।
ଆଜି ଗଜପତି ଜିଲ୍ଲାରୁ ସର୍ବାଧିକ 76, ଗଞ୍ଜାମ ଜିଲ୍ଲାରୁ 75, ଖୋର୍ଦ୍ଧାରୁ 26, ଝାରସୁଗୁଡାରୁ 23, କନ୍ଧମାଳରୁ 17, ସମ୍ବଲପୁରରୁ 13, ଜଗତସିଂହପୁରର 11, ପୁରୀରୁ 9 ଜଣ ରହିଛନ୍ତି । ମୟୂରଭଞ୍ଜ ଓ ଯାଜପୁରରୁ 6 ଜଣ ଲେଖାଏଁ ରହିଛନ୍ତି । କଟକରୁ 4 ଜଣ ରହିଥିବାବେଳେ ବାଲେଶ୍ବରରୁ 3 ଜଣ ରହିଛନ୍ତି । ସୁନ୍ଦରଗଡ, ଅନୁଗୁଳ, ବଲାଙ୍ଗିର, କୋରାପୁଟ, ନୟାଗଡରୁ ଜଣେ ଲେଖାଏଁ ରହିଛନ୍ତି ।
ଭୁବନେଶ୍ବର: ଆଜି ରାଜ୍ୟରେ 125ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ 33ଜଣ, ପୁରୀରୁ 17 ଜଣ, କଟକରୁ 14 ଜଣ, ମୟୂରଭଞ୍ଜରୁ 13, ଗଞ୍ଜାମରୁ 10, କେଉଁଝରରୁ 9, ଯାଜପୁରରୁ 8, ନୂଆପଡ଼ାରୁ 6, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ 4 ଜଣ ଲେଖାଏଁ ରହିଛନ୍ତି । ସେହିପରି ସୁନ୍ଦରଗଡ଼ରୁ 3 ଜଣ, ବଲାଙ୍ଗିରରୁ 2 ଜଣ ରହିଛନ୍ତି । କନ୍ଧମାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ ରହିଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା 3988ରେ ପହଞ୍ଚିଛି । ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5,470କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 17 ଜଣ । ସେହିପରି 7 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 19 ଜଣ ଚିହ୍ନଟ ହୋଇଛନ୍ତି । ନୂତନ 19 ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ଜିଲ୍ଲାପ୍ରଶାସନ । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ18 ଜଣ ଟିଏମ୍ସିରୁ ଚିହ୍ନଟ ହୋଇଥବାବେଳେ ଗୋଟିଏ ଲୋକାଲ କେସ୍ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ 4 ଜଣ, ବିରିଡି ବ୍ଲକରୁ 2 ଜଣ, କୁଜଙ୍ଗ ବ୍ଲକରୁ 9 ଜଣ, ନାଉଗାଁ ବ୍ଲକରୁ 3 ଜଣ ଓ ଏରସମା ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କମଧ୍ୟରୁ 15 ଜଣ ପଞ୍ଚାୟତ କ୍ବାରେଣ୍ଟାଇନ୍ ସେଣ୍ଟରରେ ଚିହ୍ନଟ ହୋଇଥିବାବେଳେ ଜଣେ କୋଭିଡ ଯୋଦ୍ଧା ରହିଛନ୍ତି । ସେହିପରି ଅନ୍ୟ ଦୁଇ ଜଣ ଜିଲ୍ଲା ମୁଖ୍ୟାଳୟ , ଆଇସୋଲେସନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ସେହିପରି ଜଣେ ଲୋକାଲ୍ କେସ୍ ନାଉଗାଁରୁ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ 16 ଜଣ ପ୍ରବାସୀ ରହିଛନ୍ତି । ଏହି ପ୍ରବାସୀଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ 2 ଜଣ ଫେରିଥିବାବେଳେ ଦିଲ୍ଲୀରୁ ଦୁଇ ଜଣ, କର୍ଣ୍ଣାଟକରୁ ତିନି ଜଣ, ମହାରାଷ୍ଟ୍ରରୁ ଜଣେ, ତାମିଲନାଡରୁ ତିନି ଜଣ, ପଶ୍ଚିମବଙ୍ଗରୁ ପାଞ୍ଚଜଣ, ସାଉଦିଆରବରୁ ଜଣେ ରହିଛନ୍ତି ।
ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଏବେ ସର୍ବମୋଟ ପଜିଟିଭ୍ ସଂଖ୍ୟା 228ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 133 ଜଣ। ଏବେ ସୁଦ୍ଧା ଜିଲ୍ଲାରେ 95ଟି ସକ୍ରିୟ ମାମଲା ରହିଛି ।
କଟକ : ଆଜି କଟକ ସହରରୁ ଜଣେ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତ ଜଣକ ଝାଞ୍ଜିରିମଙ୍ଗଳା ଅଞ୍ଚଳର ହୋଇଥିବାବେଳେ ସେ ନିକଟରୁ ଚେନ୍ନାଇରୁ ଫେରିଥିଲେ । ଆକ୍ରାନ୍ତ ଜଣକ ବୟସ 23 ବର୍ଷ ହୋଇଥିବାବେଳେ ସେ ହୋମ୍ କ୍ବାରେଣ୍ଟିନ୍ରେ ରହିଥିଲେ ବୋଲି ସିଏମ୍ସି ସୂଚନା ଦେଇଛି । ସେହିପରି ଆଜି କଟକ ସହରରୁ ଜଣକର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମୃତକ ଜଣକ ମହାନଦୀ ବିହାରର ବୋଲି ସୂଚନା ରହିଛି । ସେ ଜୁନ୍ 16 ତାରିଖରେ କରୋନା ପଜିଟିଭ୍ ହୋଇଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ 2 ଜଣଙ୍କର ମୃତ୍ୟୁ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା । ଏହା ସହିତ ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସେ କରୋନା ଯୋଗୁଁ ନୁହେଁ ବରଂ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଭୁବନେଶ୍ବରରୁ : ଆଜି ଭୁବନେଶ୍ବରରୁ ଦୁଇ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ୍ କ୍ବାରେଣ୍ଟିନ୍ରେ ଥିବାବେଳେ ଆଉ ଜଣେ ଲୋକାଲ୍ କେସ୍ ବୋଲି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ହୋମ୍ କ୍ବାରେଣ୍ଟିନ୍ରେ ଥିବା 39 ବର୍ଷୀୟ ଆକ୍ରାନ୍ତ ଜଣକ ଜୟଦେବ ବିହାର ଅଞ୍ଚଳର ହୋଇଥିବାବେଳେ ନିକଟରେ ସେ ମୁମ୍ବାଇରୁ ଫେରିଥିବାର ସୂଚନା ରହିଛି । ସେହିପରି ଅନ୍ୟ ଆକ୍ରାନ୍ତ ଜଣକ ଶରନପାଲିର ଓ୍ବାର୍ଡ ନଂ 26 ଅଞ୍ଚଳର ବୋଲି ଜଣାପଡିଛି । ଏହି ଆକ୍ରାନ୍ତଙ୍କ ବୟସ 30 ବର୍ଷ ବୋଲି ସୂଚନା ରହିଛି ।
ସେହିପରି ଆଜି ଭୁବନେଶ୍ବର ମହାନଗରରୁ ପାଞ୍ଚଜଣ ସୁସ୍ଥ ହୋଇଛନ୍ତି । 36 ବର୍ଷୀୟ ରେଳବାଇ କର୍ମଚାରୀ ଜଣେ ସୁସ୍ଥ ହୋଇଥିବାବେଳେ ଡୁମୁଡୁମା ହାଉସିଂ ବୋର୍ଡ କଲୋନୀରୁ ଜଣେ 37 ବର୍ଷୀୟ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ସେହିପରି ଅନ୍ୟ ତିନି ସୁସ୍ଥଙ୍କ ମଧ୍ୟରେ ଜଣେ ସାଲିଆସାହିରୁ 22 ବର୍ଷୀୟ ଯୁବକ ରହିଥିବାବେଳେ ଆଉ ଜଣେ ନୟାପଲ୍ଲୀ ଅଞ୍ଚଳର 30 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ସେହିପରି ଭୀମପୁର ଅଞ୍ଚଳରୁ 27 ବର୍ଷୀୟ ଯୁବକ ଜଣେ ସୁସ୍ଥ ହୋଇଥିବାର ସୂଚନା ରହିଛି ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 198କୁ ବୃଦ୍ଧି ହୋଇଥିବାବେଳେ 98 ଜଣ ସୁସ୍ଥ ହୋଇଛନ୍ତି। ସେହିପରି 3ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 96 ଜଣ ଏବେ ସକ୍ରିୟ ରହିଛନ୍ତି ।