Categories
ଆଜିର ଖବର ଆଞ୍ଚଳିକ

ସଙ୍ଗୀନ ହେଉଛି ଚିଲିକାରେ କରୋନା ସ୍ଥିତି: ବାଣପୁର ଏନଏସିର ଏହି ଅଞ୍ଚଳକୁ କରାଗଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି। ଆଜି ଚିଲିକାରେ ମୋଟ ୫୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ବାଣପୁରରୁ ୩୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲୁଗାଁ-ଚିଲିକାରୁ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନର ଆପ୍ରାଣ ଉଦ୍ୟମ ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ଲାଗିପାରୁନି। ତେବେ ଟେଷ୍ଟିଙ୍ଗ, ଟ୍ରେସିଂ ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବା ସହ ପ୍ରବାସୀମାନଙ୍କୁ ଚି଼ହ୍ନଟ କରି ସେମାନଙ୍କ ଟେଷ୍ଟିଙ୍ଗ କରିବା ଅପରିହାର୍ଯ୍ୟ ହୋଇପଡିଛି।

ଅନୁରୂପ ଭାବେ ଗତକାଲି ବାଣପୁର ଏନଏସି ଅନ୍ତର୍ଗତ ୧୫ ନମ୍ବର ୱାର୍ଡ କୋଟବିଦ୍ୟାଧରପୁର ଗ୍ରାମରୁ ୨ ଜଣ ପଜିଟିଭ ଚି଼ହ୍ନଟ ହେବାପରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଉକ୍ତ ୱାର୍ଡର ତ୍ରିନାଥ ସାହୁଙ୍କ ଘର ଠାରୁ ସୂର୍ଯ୍ୟନାରାୟଣ ଷଡ଼ଙ୍ଗୀଙ୍କ ଘର ପର୍ଯ୍ୟନ୍ତ(୨୨ଟି ଘର) ଆସନ୍ତା ୨୮ ମଇ ରାତି ୯ ଘଟିକା ଯାଏଁ କଟକଣା ବଳବତ୍ତର ରହିବ।

ଆଜି ଏନଏସି ପକ୍ଷରୁ ଉକ୍ତ ୱାର୍ଡକୁ ବିଶୋଧିତ କରାଯାଇଛି। ଅଙ୍ଗନବାଡି କର୍ମୀ ଶିବାନୀ ବାରିକ ଏବଂ ସ୍ଵଚ୍ଛସାଥି କାବେରୀ ଷଡ଼ଙ୍ଗୀ ଓ ମିତା ବାରିକ ଏହାକୁ ପରିଚାଳନା କରିଥିବାବେଳେ ଉକ୍ତ ୱାର୍ଡରେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବଣ୍ଟନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ପରେ ଦେଶରେ ବ୍ଲାକ ଫଙ୍ଗସ୍ ବଢାଉଛି ଚିନ୍ତା: ସ୍ୱାସ୍ଥ୍ୟ ବିଶେଷଜ୍ଞ ଦେଲେ ଚେତାବନୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ବ୍ଲାକ ଫଙ୍ଗସ୍ ରୋଗ ଏବେ ଚିନ୍ତା ବଢାଇଦେଇଛି। ଦେଶର କେତୋଟି ରାଜ୍ୟରେ ଏହି ରୋଗରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି।

କେବଳ ରାଜସ୍ଥାନରେ ୭୦୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜସ୍ଥାନର ଗୋଟିଏ ହସ୍ପିଟାଲରେ ଏବେ ୧୦୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ତେଣୁ ବ୍ଲାକ ଫଙ୍ଗସ୍ କୁ ରାଜସ୍ଥାନ ସରକାର ମହାମାରୀ ଭାବେ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଏନେଇ ଜରୁରୀ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ରାଜସ୍ଥାନ ବ୍ୟତୀତ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ମହାରାଷ୍ଟ୍ରରେ ୯୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଭଳି ରାଜ୍ୟରେ ନିୟମିତ ବ୍ୟବଧାନରେ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହେଉଛନ୍ତି।

ଏହି ରୋଗକୁ ନେଇ ବିଶେଷଜ୍ଞଙ୍କ ଚେତାବନୀ:

ବିଶେଷଜ୍ଞଙ୍କ ମତରେ ବ୍ଲାକ ଫଙ୍ଗସ୍ ଦ୍ରୁତ ଗତିରେ ବ୍ୟାପିଥାଏ। ତିନି ଦିନ ଭିତରେ ଏହାର ସଂକ୍ରମଣ ନାକରୁ ଆଖି ହୋଇ ରୋଗୀର ବ୍ରେନ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ।ତେଣୁ ଏହାକୁ ଶୀଘ୍ର ଚିହ୍ନଟ କରି ତୁରନ୍ତ ଚିକିତ୍ସା ଆରାମ୍ଭ କରିବା ଆବଶ୍ୟକ।

ଦିଲ୍ଲୀ ଏମ୍ସ ଦ୍ଵାରା ଏହି ରୋଗ ପାଇଁ ଗାଇଡଲାଇନ ଜାରି କରିଦେଇଛି। ଏହାର ଲକ୍ଷଣ, କେଉଁ ରୋଗୀଙ୍କୁ ଏହି ରୋଗ ପ୍ରତି ଅଧିକ ବିପଦ ଏବଂ ଏହାପାଇଁ କଣ ସବୁ କରିବାକୁ ପଡିବ, ତାହା ଗାଇଡଲାଇନରେ ଉଲ୍ଲେଖ ରହିଛି।

ଏହା ଭିତରେ ଏହି ରୋଗର ଚିକିତ୍ସାକୁ ନେଇ ଏକ ଭଲ ଖବର ମଧ୍ୟ ଆସିଛି। ହରିୟଣାର ଏକ ହସ୍ପିଟାଲରେ ଏହି ରୋଗରେ ଜଣେ ଆକ୍ରାନ୍ତଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି। ଯାହା ସେ ସୁସ୍ଥ ହୋଇଯିବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ କୋଭିଡ ହସ୍ପିଟାଲରେ କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବୃଦ୍ଧ

ଭୁବନେଶ୍ୱର: କରୋନା ବିରୁଦ୍ଧ ଯୁଦ୍ଧରେ ବିଜୟୀ ହେଉଛନ୍ତି ବୟୋଜ୍ୟେଷ୍ଠ। ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଉଛନ୍ତି ଜଣକ ପରେ ଜଣେ ବରିଷ୍ଠ ନାଗରିକ। ଏହି କ୍ରମରେ ଆଜି ଜଣେ ୯୯ ବର୍ଷୀୟ ବୃଦ୍ଧ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଭୁବନେଶ୍ୱର ସହିଦନଗର ଅଂଚଳର ମୁରଲୀଧର ଦାସ କୋଭିଡ ସଂକ୍ରମିତ ହୋଇ ଗତ ମେ ୯ ତାରିଖରେ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ। ତେବେ ସମ କୋଭିଡ ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମୁରଲୀଧରଙ୍କର ପାର୍କିନ୍ସନ, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ବେଳେ ଆଗରୁ ବ୍ରେନଷ୍ଟ୍ରୋକ ମଧ୍ୟ ହୋଇସାରିଛି।

କୋଭିଡ ଆକ୍ରାନ୍ତ ହେବା ପରେ ସେ ଠିକ ଭାବେ କଥା ମଧ୍ୟ କହି ପାରୁନଥିଲେ। ତେଣୁ ଏହି ବୟୋଜ୍ୟେଷ୍ଠଙ୍କର ନିଷ୍ଠା ଓ ଯତ୍ନର ସହ ସେବା କରିଥିଲେ ସମ କୋଭିଡ ର ଡାକ୍ତର ଓ ନର୍ସ।
ଦୀର୍ଘ ୧୧ ଦିନ ମଧ୍ୟରେ ତାଙ୍କ ସହ ଏକ ଅନାବିଳ ସମ୍ପର୍କ ସୃଷ୍ଟି ହୋଇଯାଇଥିଲା ବୋଲି କହିଛନ୍ତି ହସ୍ପିଟାଲର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ।

ମୁରଲୀଧର ହସ୍ପିଟାଲରୁ ଡିସ୍ଚାର୍ଜ ହେବା ସମୟରେ ବେଶ ଆନନ୍ଦିତ ଥିଲେ। ସେ ଯିବା ସମୟରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା।

କୋଭିଡର ଦ୍ଵିତୀୟ ଲହରୀ ସମୟରେ ଭୁବନେଶ୍ୱରର ୯୦ ଓ ୯୮ ବର୍ଷୀୟା ଦୁଇ ଜଣ ବୃଦ୍ଧା ସମ କୋଭିଡ ହସ୍ପିଟାଲ ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୯୨୫: ସୁସ୍ଥ ହେଲେ ୮୫୫ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯୨୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୮୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ହଜାର ୫୭୪ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୮୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୧ ହଜାର ୯୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୩୪୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୦୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କ ମୃତ୍ୟୁର ମାତ୍ର ୧୧ ଦିନ ପରେ କରୋନାରେ ପ୍ରାଣ ହରାଇଲେ ପୁଅ ପ୍ରଶାନ୍ତ

ଭୁବନେଶ୍ବର: ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ବାପାଙ୍କ ମୃତ୍ୟୁର ୧୧ ଦିନ ପରେ ପ୍ରଶାନ୍ତଙ୍କ ପ୍ରାଣହାନୀ ଘଟିଛି। ଗତ ୯ ତାରିଖରେ ରଘୁନାଥ ମହାପାତ୍ରଙ୍କ ନିଧନ ହୋଇଥିବା ବେଳେ ଆଜି ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ।

କିନ୍ତୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୪୭ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ପ୍ରଶାନ୍ତଙ୍କ ଭାଇ ଯଶୋବନ୍ତଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି। ଏନେଇ ଏମ୍ସ ସୁପରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନଦ ମହାନ୍ତି ସୂଚନା ଦେଇଛନ୍ତି।

ଓଡିଶା ପାଇଁ ଅନେକ ରଣଜୀ ମ୍ୟାଚ ଖେଳି ସେ ସୁନାମ ଅର୍ଜନ କରିଥିଲେ। ଓଡିଶା ରଣଜୀ ଦଳରେ ପ୍ରଶାନ୍ତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ଖେଳୁଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୧ ହଜାର ୯୯ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୧ ହଜାର ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୨୧୪ ଜଣ ଚିହ୍ନଟ ହୋଇଥିବା ବେଳେ ୪୮୮୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୪ ହଜାର ୪୦୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୩୬ ହଜାର ୫୯୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୫ ହଜାର ୩୭୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୫୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୧ ହଜାର ୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୬୦ ଜଣ, ଅନୁଗୁଳ ଜିଲ୍ଲାରୁ ୫୫୨ ଜଣ, ବାଲେଶ୍ଵର ଜିଲ୍ଲାରୁ ୪୦୮ ଜଣ, ବରଗଡ ଜିଲ୍ଲାରୁ ୩୩୯ ଜଣ, ଭଦ୍ରକ ଜିଲ୍ଲାରୁ ୪୩୧, ବଲାଙ୍ଗୀରି ଜିଲ୍ଲାରୁ ୨୮୮, ବୌଦ୍ଧ ଜିଲ୍ଲାରୁ ୨୧୩, କଟକ ଜିଲ୍ଲାରୁ ୮୬୭, ଦେବଗଡ ଜିଲ୍ଲାରୁ ୧୦୭, ଢେଙ୍କାନାଳ ଜିଲ୍ଲାରୁ ୧୬୨ ଜଣ, ଗଜପତି ଜିଲ୍ଲାରୁ ୮୨ ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୦୨ ଜଣ, ଯାଜପୁର ଜିଲ୍ଲାରୁ ୩୭୮ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୦୭ ଜଣ, କଳାହାଣ୍ଡିରୁ ୨୯୯ ଜଣ, କନ୍ଧମାଳ ଜିଲ୍ଲାରୁ ୮୮ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୫୬ ଜଣ, କେନ୍ଦୁଝର ଜିଲ୍ଲାରୁ ୧୬୫ ଜଣ, କୋରାପୁଟ ଜିଲ୍ଲାରୁ ୨୮୦ ଜଣ, ମାଲକାନାଗିରି ଜିଲ୍ଲାରୁ ୧୦୨ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୫୦୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୫୧ ଜଣ, ନୟାଗଡ ଜିଲ୍ଲାରୁ ୨୭୭ ଜଣ, ନୂଆପଡା ଜିଲ୍ଲାରୁ ୨୩୨ ଜଣ, ପୁରୀ ଜିଲ୍ଲାରୁ ୩୫୬ ଜଣ, ରାୟଗଡା ଜିଲ୍ଲାରୁ ୧୬୭୦ଜଣ, ସମ୍ବଲପୁର ଜିଲ୍ଲାରୁ ୫୪୭ ଜଣ, ସୋନପୁର ଜିଲ୍ଲାରୁ ୨୫୨ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୯୮୩ ଜଣ ଏବଂ ଷ୍ଟେଟ ପୁଲରୁ ୨୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ସମୟରେ ଶରୀରରେ ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ଏହି ଜିନିଷ ଖାଇବା ଦରକାର

ଭୁବନେଶ୍ବର, ବର୍ତ୍ତମାନ କରୋନା ମହାମାରୀ ସମୟରେ ଶରୀରେ ରୋଗ ପ୍ରତିରୋଧ ଶକ୍ତି ନିହାତି ଆବଶ୍ୟକ। ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ସେମାନଙ୍କୁ ଯେ କୌଣସି ପ୍ରକାରର ରୋଗ ମାଡିବସେ। କରୋନା ସଂକ୍ରମଣ ଆଶଙ୍କା ମଧ୍ୟ ବଢ଼ିଯାଏ।

ବର୍ତ୍ତମାନ ସମୟରେ ସମସ୍ତେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଅନେକ ଉପାୟ ମଧ୍ୟ କରୁଛନ୍ତି। କରୋନା ସମୟରେ ଲୋକେ ଯେତିକି ମାତ୍ରାରେ ସ୍ବାସ୍ଥ୍ୟର ଯତ୍ନ ନେଉଛନ୍ତି, ହୁଏତ ଆଗରୁ ଏପରି କେବେ କରି ନ ଥିବେ । ରୋଗପ୍ରତିରୋଧକ ଶକ୍ତି ଶରୀରକୁ ଅନେକ ରୋଗ ସହିତ ଲଢ଼ିବା ପାଇଁ ସାହାଯ୍ୟ କରେ। ନିମ୍ନଲିଖିତ ଘରୋଇ ଉପଚାର ସବୁକୁ ସେବନ କରି ନିଜ ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇପାରିବା ।

ନଡ଼ିଆ ତେଲ
ରୋଷେଇ କରିବା ଲାଗି ଲୋକେ ଅନେକ ପ୍ରକାରର ତେଲ ବ୍ୟବହାର କରିଥାନ୍ତି। ଅନେକ ଲୋକ ନିଜ ସ୍ବାସ୍ଥ୍ୟ ଅନୁସାରେ ଖାଇବା ତେଲ ବ୍ୟବହାର କରିଥାନ୍ତି। ଏପରିସ୍ଥଳେ ରୋଷେଇରେ ବ୍ୟବହାର କରିବା ଲାଗି ଶୁଦ୍ଧ ନଡ଼ିଆ ତେଲ ଏକ ଉତ୍ତମ ବିକଳ୍ପ। ଏହା ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଫାଇଦା ହୋଇଥାଏ।

ବ୍ରୋକୋଲି
ବ୍ରୋକୋଲିର ବ୍ୟବହାର ସାଲାଡ, ତରକାରି ଓ ସୁପ ରୂପରେ କରିପାରିବେ। ବ୍ରୋକୋଲିରେ ପୋଷକତତତ୍ତ୍ବର ଭଣ୍ଡାର ରହିଛି। ଏହା ସେବନ କରିବା ଦ୍ବାରା ଶରୀରକୁ ଭିଟାମିନ ଓ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ। ଏହା ମଧ୍ୟ ଏକ ଇମ୍ୟୁନିଟି ବୁଷ୍ଟର ର କାମ କରେ।

ପୁଦିନା
ପୁଦିନା ପତ୍ରରେ ବହୁତ ମାତ୍ରାରେ ଭିଟାମିନ ସି, ଫସଫରସ ଓ କ୍ୟାଲସିୟମ ରହିଛି। ଏହାଦ୍ବାରା ରୋଗପ୍ରତିରୋଧକ ଶକ୍ତି ମଜବୁତ ହୋଇଥାଏ। ଗରମ ଦିନେ ଆପଣ ପୁଦିନା ସେବନ କରିପାରିବେ।

ଛତୁ
ଛତୁ ରେ ଭିଟାମିନ ଡି ଓ ଅନେକ ପ୍ରକାରର ପୋଷକତତତ୍ତ୍ବ ରହିଛି। ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। ରୋଗପ୍ରତିରୋଧକ ଶକ୍ତି ମଜବୁତ କରିବା ଲାଗି ଖାଦ୍ୟରେ ଛତୁ ସାମିଲ କରିପାରିବେ।

ପାଳଙ୍ଗ
ଶାଗରେ ପାଳଙ୍ଗ ଏକ ଉତ୍ତମ ବିକଳ୍ପ। ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ପାଳଙ୍ଗରେ ଆଇରନ, ଭିଟାମିନ ଓ ଫାଇବର ଭରପୂର ମାତ୍ରାରେ ରହିଛି। ଏହାଦ୍ବାରା ରୋଗପ୍ରତିରୋଗଧ ଶକ୍ତି ମଜବୁତ ହୋଇଥାଏ। ଆପଣ ତରକାରୀ, ସୁପ, ସାଲାଡ ଓ ଜୁସ ଭାବେ ଏହାକୁ ସେବନ କରିପାରିବେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରୁ ଆଜି ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୧୩୭

 

ରମେଶ ମହାନ୍ତି

ଜଗତସିଂହପୁର:- ଜଗତସିଂହପୁର ଜିଲ୍ଲାରେ କିଛିଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିଲା କିନ୍ତୁ ଆଜି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ମାତ୍ରାରେ କମିଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲାରୁ ଆଜି ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ସର୍ବାଧିକ ୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର ବ୍ଲକରୁ ୨୪ଜଣ, ବିରିଡ଼ି ବ୍ଲକରୁ ୨୧ଜଣ, କୁଜଙ୍ଗ ବ୍ଲକରୁ ୨୦ଜଣ, ତିର୍ତ୍ତୋଲ ବ୍ଳକରୁ ୧୬ଜଣ, ବାଲିକୁଦା ବ୍ଲକରୁ ୧୪ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୦ଜଣ, ନାଉଗାଁ ବ୍ଲକରୁ ୭ଜଣ, ଏରସମା ବ୍ଲକରୁ ୬ଜଣ ଓ ରଘୁନାଥପୁର ବ୍ଲକରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୩୬୬୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୬୬୩ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଜିଲ୍ଲାରୁ ୧୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୧୯୬୪ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକଡାଉନରେ ନକଲି ପରିଚୟ ପତ୍ର ବିକ୍ରି କରୁଥିବା ଯୁବକକୁ ଗିରଫ କଲା ପୋଲିସ

ଭୁବନେଶ୍ବର: ସମଗ୍ର ବିଶ୍ଵକୁ କରୋନା ମହାମାରୀ କବଳିତ କରିଛି। ଏହି ସମୟରେ ଅନେକ ଲୋକଙ୍କ ଜୀବନ ଚାଲିଯାଉଥିବା ବେଳେ ଅନେକ ଲୋକ ରୋଜଗାର ହରାଇବସିଛନ୍ତି।

କିନ୍ତୁ ଏହି ସମୟରେ କିଛି ଲୋକ ଅସାମାଜିକ କାର୍ଯ୍ୟ କରିବାରେ ଲାଗି ପଡିଛନ୍ତି। ରାଜ୍ୟରେ ଲକଡାଉନ କଟକଣାର ସୁଯୋଗ ନେଇ କିଛି ଲୋକ ଆଇନ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। କଟକଣା ସମୟରେ ଅତି ଜରିରୀ ନଥିଲେ ଘରୁ ବାହାରିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି। ହେଲ ଏହି କଟକଣାକୁ ନମାନି କେତେଜଣ ଅମାନିଆ ନକଲି ପରିଚୟ ପତ୍ର ଧରି ଘୂରିବୁଲୁଛନ୍ତି।

ତେବେ କିଛି ଯୁବକ ଆଇନ ଆଖିରେ ଧୁଳି ଫିଙ୍ଗି ଏହାର ଫାଇଦା ଉଠାଇବାରେ ଲାଗିପଡିଛନ୍ତି। ସେମାନେ ମିଥ୍ୟା ପରିଚୟ ପତ୍ର ତିଆରି କରି ପ୍ରତି ପରିଚୟ ପତ୍ର ପିଛା ୨୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଲୋକଙ୍କ ଠାରୁ ନେଉଛନ୍ତି।

ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବରରେ ଦେଖବାକୁ ମିଳିଛି। ଜଣେ ଯୁବକ ବିଭିନ୍ନ କମ୍ପାନୀର ଲୋଗୋ ସଂଗ୍ରହ କରି ଲୋକଙ୍କୁ ନକଲି ପରିଚୟ ପତ୍ର ବିକ୍ରି କରିବା ପରେ ପୋଲିସ ହାତରେ ଧାରା ପଡିଛି। ଚନ୍ଦ୍ରଶେଖରପୁର ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଯୁବକଜଣଙ୍କୁ ଗିରଫ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୦ ହଜାର ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୩୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୭୭୯ ଜଣ ଚିହ୍ନଟ ହୋଇଥିବା ବେଳେ ୪୫୪୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୨୬ ହଜାର ୩୫୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୪ ହଜାର ୫୩୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୩୫ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୩୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୫୬୬ ଜଣ, ଅନୁଗୁଳ ଜିଲ୍ଲାରୁ ୪୭୧ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୬୯ ଜଣ, ବରଗଡ ଜିଲ୍ଲାରୁ ୩୨୦ ଜଣ, ଭଦ୍ରକ ଜିଲ୍ଲାରୁ ୩୫୦, ବଲାଙ୍ଗୀରି ଜିଲ୍ଲାରୁ ୨୯୧, ବୌଦ୍ଧ ଜିଲ୍ଲାରୁ ୨୫୦, କଟକ ଜିଲ୍ଲାରୁ ୭୩୧, ଦେବଗଡ ଜିଲ୍ଲାରୁ ୧୧୪, ଢେଙ୍କାନାଳ ଜିଲ୍ଲାରୁ ୭୭ ଜଣ, ଗଜପତି ଜିଲ୍ଲାରୁ ୫୬ ଜଣ, ଗଞ୍ଜାମ ଜିଲ୍ଲାରୁ ୨୦୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୫୯ ଜଣ, ଯାଜପୁର ଜିଲ୍ଲାରୁ ୩୩୦ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୧୨ ଜଣ, କଳାହାଣ୍ଡିରୁ ୫୯୯ ଜଣ, କନ୍ଧମାଳ ଜିଲ୍ଲାରୁ ୫୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୬୨ ଜଣ, କେନ୍ଦୁଝର ଜିଲ୍ଲାରୁ ୨୦୪ ଜଣ, କୋରାପୁଟ ଜିଲ୍ଲାରୁ ୩୩୮ ଜଣ, ମାଲକାନାଗିରି ଜିଲ୍ଲାରୁ ୭୭ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୪୫୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୩୪ ଜଣ, ନୟାଗଡ ଜିଲ୍ଲାରୁ ୨୭୩ ଜଣ, ନୂଆପଡା ଜିଲ୍ଲାରୁ ୧୪୫ ଜଣ, ପୁରୀ ଜିଲ୍ଲାରୁ ୪୭୨ ଜଣ, ରାୟଗଡା ଜିଲ୍ଲାରୁ ୧୬୩ ଜଣ, ସମ୍ବଲପୁର ଜିଲ୍ଲାରୁ ୪୦୫ ଜଣ, ସୋନପୁର ଜିଲ୍ଲାରୁ ୭୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୮୧୯ ଜଣ ଏବଂ ଷ୍ଟେଟ ପୁଲରୁ ୨୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦୈନିକ ଗୋମୁତ୍ର ପିଇଲେ, କରୋନାରେ ଆକ୍ରାନ୍ତ ହେବେ ନାହିଁ: ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର

ଭୋପାଳ: ଗୋମୁତ୍ର କରୋନା ସଂକ୍ରମଣରୁ ରକ୍ଷା କରିପାରିବ। କରୋନାରେ ସଂକ୍ରମିତ ଫୁସଫୁସକୁ ଗୋମୁତ୍ର ଚିକିତ୍ସା ଦ୍ଵାରା ସୁସ୍ଥ କରାଯାଇପାରିବ। ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଏଭଳି ଏକ ମନ୍ତବ୍ୟ ରଖିଛନ୍ତି।

ପ୍ରଜ୍ଞା କହିଛନ୍ତି ଯେ, ସେ ଦୈନିକ ଗୋମୁତ୍ର ପିଉଛନ୍ତି। ଯାହାଫଳରେ ସେ କରୋନା ଭୂତାଣୁ ଠାରୁ ରକ୍ଷା ପାଇଛନ୍ତି। ସେଥିପାଇଁ ଦୈନିକ ଗୋମୁତ୍ର ପିଇବାକୁ ସେ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ତେବେ ପୂର୍ବରୁ ଗୋମୁତ୍ରକୁ ପିଇବା ଦ୍ଵାରା ଅନେକ ବଡ ବଡ ରୋଗ ଭଲ ହୋଇଥାଏ ବୋଲି ସେ ଦାବି କରିଛନ୍ତି। ଗୋମୁତ୍ର ଦ୍ଵାରା କ୍ୟାନ୍ସର ଭଳି ରୋଗ ମଧ୍ୟ ଭଲ ହୋଇଥାଏ ବୋଲି ପ୍ରଜ୍ଞା କହିଛନ୍ତି। ସେ ଗୋମୁତ୍ର ପିଇ କ୍ୟାନ୍ସରକୁ ହରାଇଛନ୍ତି ବୋଲି ନିଜେ ଯୁକ୍ତି ବାଢିଛନ୍ତି। କିନ୍ତୁ ଗୋମୁତ୍ର ଦ୍ଵାରା କରୋନା ଆକ୍ରାନ୍ତ ସୁସ୍ଥ ହେବାକୁ ନେଇ ଏଯାଏଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ କୌଣସି ପ୍ରମାଣ ମିଳି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୦ ହଜାର ୭୫୭ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୦୨୪ ଜଣ ଚିହ୍ନଟ ହୋଇଥିବା ବେଳେ ୪୭୩୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୨ ହଜାର ୯୮୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୧୪ ହଜାର ୫୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୬ ହଜାର ୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୧୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୭୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୯୭୩, ଖୋର୍ଦ୍ଧା ଜିଲ୍ଲାରୁ ୯୦୯ ଜଣ, ଅନୁଗୁଳ ଜିଲ୍ଲାରୁ ୬୦୬ ଜଣ, ବାଲେଶ୍ଵର ଜିଲ୍ଲାରୁ ୩୫୪ ଜଣ, ବରଗଡ ଜିଲ୍ଲାରୁ ୪୦୪ ଜଣ, ଭଦ୍ରକ ଜିଲ୍ଲାରୁ ୪୪୩, ବଲାଙ୍ଗୀରି ଜିଲ୍ଲାରୁ ୫୦୭, ବୌଦ୍ଧ ଜିଲ୍ଲାରୁ ୧୩୩, ଦେବଗଡ ଜିଲ୍ଲାରୁ ୧୦୨, ଢେଙ୍କାନାଳ ଜିଲ୍ଲାରୁ ୨୮୯ ଜଣ, ଗଜପତି ଜିଲ୍ଲାରୁ ୧୪୧ ଜଣ, ଗଞ୍ଜାମ ଜିଲ୍ଲାରୁ ୨୦୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୧୯ ଜଣ, ଯାଜପୁର ଜିଲ୍ଲାରୁ ୨୮୧ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୮୮ ଜଣ, କଳାହାଣ୍ଡିରୁ ୧୨୫ ଜଣ, କନ୍ଧମାଳ ଜିଲ୍ଲାରୁ ୮୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୪୮ ଜଣ, କେନ୍ଦୁଝର ଜିଲ୍ଲାରୁ ୨୦୮ ଜଣ, କୋରାପୁଟ ଜିଲ୍ଲାରୁ ୨୮୨ ଜଣ, ମାଲକାନାଗିରି ଜିଲ୍ଲାରୁ ୧୨୩ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୪୫୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୮୬ ଜଣ, ନୟାଗଡ ଜିଲ୍ଲାରୁ ୨୭୭ ଜଣ, ନୂଆପଡା ଜିଲ୍ଲାରୁ ୫୦୨ ଜଣ, ପୁରୀ ଜିଲ୍ଲାରୁ ୩୫୦ ଜଣ, ରାୟଗଡା ଜିଲ୍ଲାରୁ ୧୩୬ ଜଣ, ସମ୍ବଲପୁର ଜିଲ୍ଲାରୁ ୪୯୪ ଜଣ, ସୋନପୁର ଜିଲ୍ଲାରୁ ୨୪୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୮୩୨ ଜଣ ଏବଂ ଷ୍ଟେଟ ପୁଲରୁ ୨୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

କରୋନା ଗ୍ରାଫ ସହ ପରିଚାଳନାକୁ ତୀକ୍ଷ୍ମ ନଜର ରଖିଛନ୍ତି ରାଜ୍ୟ ସରକାର, ପରିସ୍ଥିତି ଦେଖି ନେବେ ନିଷ୍ପତି

ଭୁବନେଶ୍ବର,ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ବୋଲି କହିହେବ ନାହିଁ। ବର୍ତ୍ତମାନ ସହର ସହିତ କରୋନା ଗ୍ରାମାଞ୍ଚଳ ଆଡକୁ ମୁହାଁଇବାରେ ଲାଗିଛି। ତେବେ ଏହି ପରିସ୍ଥିତିକୁ ସଂପୂର୍ଣ୍ଣ ନଜରରେ ରଖାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। ପରିସ୍ଥିତି ଦେଖି ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ସେ ପରୋକ୍ଷରେ ସୂଚନା ଦେଇଛନ୍ତି।

ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ, ରାଜ୍ୟ ସରକାର ପ୍ରତ୍ୟକ ଜିଲ୍ଲାର କୋଭିଡ ସ୍ଥିତି ଏବଂ ଏହାର ମୁକାବିଲା କାର୍ଯ୍ୟକ୍ରମ ଉପରେ ତୀକ୍ଷଣ ଦୃଷ୍ଟି ରଖିଛନ୍ତି। ପ୍ରତିଦିନ କାର୍ଯ୍ୟକୁ ଅନୁଧ୍ୟାନ କରୁଛନ୍ତି । ରାଜ୍ୟର ୧୦ ଟି ଜିଲ୍ଲା ଯଥା-ଭଦ୍ରକ , ବଲାଙ୍ଗିର , ଦେବଗଡ , ଗଜପତି,କଳାହାଣ୍ଡି , ନବରଙ୍ଗପୁର , ନୂଆପଡା, ସମ୍ବଲପୁର,ସୁନ୍ଦରଗଡ ଓ ଝାରସୁଗୁଡା ଆଦି ଜିଲ୍ଲାରେ ଗତ ୨ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ହାର ପ୍ରାୟତଃ ସ୍ଥିର ରହିଛି ବା କମିବାକୁ ଆରମ୍ଭ କରିଛି। ତେବେ ବି ଗତ ୧୦ ଦିନ ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ୧୦ ରୁ ୧୨ ହଜାର ମଧ୍ୟରେ ରହିଛି ।

ସେ କହିଛନ୍ତି ଯେ, ବର୍ତ୍ତମାନ ସାରା ରାଜ୍ୟରେ ଲକ ଡାଉନ କଟକଣା ଜାରି ରହିଛି । ଜନ ସାଧାରଣ ଏହି କଟକଣାକୁ ହାଲୁକା ଭାବେ ନନେଇ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ନିବେଦନ କରିଛନ୍ତି, ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଥିଲେ । ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରଖିବା, ଘର ଭିତରେ ରହିବା, ନିହାତି ଦରକାର ନଥିଲେ ବାହାରକୁ ନଯିବା, ବାହାରକୁ ଯିବା ସମୟରେ ଭିଡଠାରୁ ଦୂରେଇ ରହିବା ଆଦି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ଵାରୋପ କରିଥିଲେ ।

ମୁଖ୍ୟ ଶାସନ ସଚିବ କହିଥିଲେ ଯ, କରୋନା ଲଢେଇରେ ନିୟୋଜିତ ରାଜ୍ୟର ଡାକ୍ତର,ସ୍ୱାସ୍ଥ୍ୟ ଅଧିକାରୀ , ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀମାନେ ଦିନରାତି କଠିନ ପରିଶ୍ରମ କରୁଛନ୍ତି । ନିଜର ଜୀବନକୁ ବିପନ୍ନ କରି ସେମାନେ ସେବା ଯୋଗାଉଛନ୍ତି । ଏମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ମୁଖ୍ୟଶାସନ ସଚିବ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ, ଆମେ ସମସ୍ତେ ମିଳିମିଶି ଚେଷ୍ଟାକଲେ ଆସନ୍ତା କିଛିଦିନ ମଧ୍ୟରେ କରୋନା ସଂକ୍ରମଣକୁ ପୂର୍ଣ୍ଣମାତ୍ରାରେ ନିୟନ୍ତ୍ରଣାଧୀନ କରିପାରିବ। ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା ବୃଦ୍ଧା: ସମ୍ କୋଭିଡ ହସ୍ପିଟାଲରୁ ହେଲେ ସୁସ୍ଥ

ଭୁବନେଶ୍ୱର: ହାରିବ କରୋନା, ଜିତିବ ମଣିଷ। ଏ କଥାକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ୯୦ ବର୍ଷୀୟା ଜଣେ ବୃଦ୍ଧା। ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କରୋନା ସଂକ୍ରମିତ ହୋଇଥିବା ବାଉରୀ ସାହୁ। ଭୁବନେଶ୍ୱର ୟୁନିଟ ୨ ଅଂଚଳର ବାଉରୀ
ଗତ ମେ ୩ ତାରିଖରେ କୋଭିଡ ଆକ୍ରାନ୍ତ ହେବା ପରେ ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ତେବେ ଏହି ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରଚେଷ୍ଟା ଫଳରେ ସେ ରବିବାର ଆରୋଗ୍ୟ ଲାଭ କରିବା ସହ ଘରକୁ ଫେରିଛନ୍ତି। ବୃଦ୍ଧା ଜଣଙ୍କ ସୁସ୍ଥ ହେବା ନେଇ ସମ କୋଭିଡ ହସ୍ପିଟାଲକୁ ତାଙ୍କ ପୁଅ ବିଶି ସାହୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଗତ ୧୩ ତାରିଖରେ ଜଣେ ୯୮ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା ବିଶ୍ୱାଳ ମଧ୍ୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗ୍ରାମାଞ୍ଚଳରେ ବ୍ୟାପୁଛି କରୋନା ସଂକ୍ରମଣ: ନୂଆ ଏସଓପି ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: କରୋନା ଏବେ ଗାଁ ମୁହାଁ ହୋଇଛି। ଗ୍ରାମାଞ୍ଚଳରେ ସଂକ୍ରମଣ ବ୍ୟପୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏକ ନୂଆ ଏସଓପି ଜାରି କରିଛି। ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଓ ସହର ଉପକଣ୍ଠ ପାଇଁ ନୂଆ ଏସଓପି ଜାରି କରାଯାଇଛି। ଏହି ଅଞ୍ଚଳଗୁଡିକରେ ସର୍ଭେଲାନ୍ସ, ସ୍କ୍ରିନିଂ ଓ ଆଇସୋଲେସନ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି।

ଆଶାକର୍ମୀମାନେ ସର୍ଭେଲାନ୍ସ କରିବା ସହ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବେ। ଲକ୍ଷଣ ଥିଲେ ଫୋନ ମାଧ୍ୟମରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ପରାମର୍ଶ ନେବେ। ଯଦି କୌଣସି ବ୍ୟକ୍ତିଙ୍କ ଅମ୍ଳଜାନ ଅଭାବ କିମ୍ବା ସ୍ୱାସ୍ଥ୍ୟବସ୍ଥାରେ ଅଧିକ ସମସ୍ୟା ଅନୁଭବ କରନ୍ତି, ତେବେ ହସ୍ପିଟାଲକୁ ଯିବା ପାଇଁ ନିର୍ଦ୍ଦେଶ ରହିଛି। ସବୁ ସ୍ୱାସ୍ଥ୍ୟକେନ୍ଦ୍ରର ଓପିଡ଼ି ନିର୍ଦ୍ଦିଷ୍ଟ ସମୟରେ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି। ଏଏନଏମଙ୍କୁ ରାପିଡ଼ ଆଣ୍ଟିଜେନ ପରୀକ୍ଷା ପାଇ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ହୋଇଛି।

ତେବେ କୋଭିଡ଼ ପରିଚାଳନା ଉପରେ ତ୍ରୀସ୍ତରୀୟ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଛି। ସାମାନ୍ୟ ଲକ୍ଷଣ ଥିଲେ ସିସିସି ଯିବା ପାଇଁ ଲୋକଙ୍କୁ କୁହାଯାଇଥିବା ବେଳେ ମଧ୍ୟମ ଲକ୍ଷଣ ଥିଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ କୁହାଯାଇଛି। ସେହିଭଳି ଗୁରୁତର ଲୋକଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଚଳିଚ୍ଚିତ୍ର ଏବଂ ସିରିଏଲ୍ ସୁଟିଙ୍ଗ୍ ଉପରେ ଲାଗିଲା ରୋକ୍

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦୀର୍ଘ ୧୨ ଦିନ ଧରି ଲକଡାଉନ ଜାରି ରହିଛି। କିନ୍ତୁ ସଂକ୍ରମଣ ସଂଖ୍ୟାରେ ହ୍ରାସ ହେବା ଦେଖାଯାଉନି। ରାଜ୍ୟରେ ଦୈନିକ ୧୦ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ତେବେ ଏହାକୁ ଦେଖି ରାଜ୍ୟ ସରକାର ଚଳଚ୍ଚିତ୍ର ଏବଂ ସିରିଏଲ୍ ସୁଟିଙ୍ଗ ଉପରେ ରୋକ୍ ଲଗାଇଛନ୍ତି। ସବୁ ଇନଡୋର ଏବଂ ଆଉଟଡୋର ସୁଟିଙ୍ଗକୁ ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି। ସ୍ଵତନ୍ତ୍ର ରିଲିଫ କମିଶନର ଏନେଇ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ପ୍ରାଣ ହରାଇଲେ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବନ୍ଦୋପାଧ୍ୟାୟ

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବନ୍ଦୋପାଧ୍ୟାୟଙ୍କ ଆଜି ନିଧନ ହୋଇଯାଇଛି। ସେ ଏକ ମାସ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମେଡିକୋ ସୁପରସ୍ପେସିଲିଟି ହସ୍ପିଟାଲରେ ଅସୀମ ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। କୋଭିଡ ନିୟମ ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ବୋଲି ପରିବାର ଲୋକେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମହାରାଷ୍ଟ୍ରରେ ବଢୁଛି କରୋନା ବିପଦ: ୪୩ ଦିନରେ ୭୬ ହଜାରରୁ ଊର୍ଦ୍ଧ୍ଵ ପିଲା ହେଲେ ସଂକ୍ରମିତ

ମୁମ୍ବାଇ: କରୋନା ଦ୍ଵିତୀୟ ଲହରୀରେ ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଛି। ଏହି ଲହରୀରେ ଛୋଟ ଛୋଟ କୋମଳବତୀ ଛୁଆମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି।

ଜାନୁୟାରୀ ୧ ତାରିଖ ୨୦୨୧ ଠାରୁ ମେ’ ୧୨ ତାରିଖ ପର୍ଯ୍ୟନ୍ତ ମାହାରାଷ୍ଟ୍ରରେ ୧ ଲକ୍ଷ ୬ ହଜାର ୨୨୨ ଜଣ ୧୦ ବର୍ଷରୁ କମ ଛୁଆ ଆକ୍ରାନ୍ତ ହୋଇଥିବା ବେଳେ ବିଗତ ୪୩ ଦିନ ମଧ୍ୟରେ ୭୬ ହଜାର ୪୦୧ ଜଣ ଛୁଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ୨୦୨୦ ମସିହାରେ ମୋଟ ୬୭ ହଜାର ୧୧୦ ଜଣ ପିଲା ସଂକ୍ରମିତ ହୋଇଥିଲେ। ପିଲାଙ୍କ ଉପରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏବେ ହସ୍ପିଟାଲରେ ଆଇସିୟୁ ପ୍ରସ୍ତୁତ କରାଯାଉଛି।

ବିଶେଷଜ୍ଞଙ୍କ ଅନୁମାନ, ତୃତୀୟ ଲହରୀ ପିଲାଙ୍କ ଉପରେ ଅଧିକ ପ୍ରଭାବ ପକାଇବ। ତେବେ ପିଲାଙ୍କ ଉପରେ ବଢୁଥିବା ବିପଦକୁ ଟାଳିବା ପାଇଁ ମହାରାଷ୍ଟ୍ର ସରକାର ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁରରେ ଅମାନିଆଙ୍କୁ ଆଉ ନିସ୍ତାର ନାହିଁ: ବିନା କାରଣରେ ବୁଲିଲେ ଜବତ ହେବ ଗାଡି

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ ଓଡ଼ିଶାରେ କରୋନା ତାର କାୟାବିସ୍ତାର ଜାରି ରଖିଥିବାବେଳେ ଖୋର୍ଦ୍ଧାରେ ଏହା ଡେଣା ମେଳାଇବାରେ ଲାଗିଛି। ଆଜି ଖୋର୍ଦ୍ଧାରୁ ରେକର୍ଡ଼ ୨ ହଜାର ୨୦୧ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହି ହିସାବରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ମଧ୍ୟ କୋଭିଡ ପଜିଟିଭ ହାର ବଢ଼ିବାରେ ଲାଗିଛି।

ତେବେ କେତକ ଅମାନିଆଙ୍କ ଲାଗି ବାଣପୁର ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଦିନତମାମ ଏନ୍ଫୋର୍ସମେଣ୍ଟ ଜାରି ରଖିଥିବା ସତ୍ତ୍ୱେ ଅମାନିଆ ମାନେ ଗାଡିମୋଟର ଦ୍ୱାରା ଗଳା ବାଟ ଦେଇ ବଜାରକୁ ଅବାଧରେ ୟାତାୟାତ କରୁଛନ୍ତି। ଯାହାଫଳରେ ରାଜ୍ୟ ସରକାରଙ୍କ ସଂକ୍ରମଣକୁ ରୋକିବା ପ୍ରୟାସରେ ସେମାନେ ବାଧା ସୃଷ୍ଟି କରୁଛନ୍ତି।

ଏହାକୁ ଗୁରୁତର ସହ ନେଇ ଆଜି ପୂର୍ବାହ୍ନରେ ବାଣପୁରରେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନକୁ ଉଦବେଗ ପ୍ରକାଶ କରିଛି। ଏଭଳି ଅମାନିଆଙ୍କ ଉପରେ ନଜର ରଖିବା ସହ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ତହସିଲଦାର ମନ୍ମଥ ବେହରା ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ସହରର ବ୍ୟସ୍ତବହୁଳ ଅଞ୍ଚଳ ପଲଟନ ପଡିଆରେ ହୋଇଥିଲା କଡ଼ା କୋଭିଡ଼ ଏନ୍ଫୋର୍ସମେଣ୍ଟ।

ଖୋଦ ଏସଡ଼ିପିଓ ବଜାରରେ ବୁଲୁଥୁବା ଲୋକଙ୍କ ପରିଚୟ ପତ୍ର ଦେଖିବା ସହ ବିନା କାରଣରେ ବୁଲୁଥିବା ଅମାନିଆଙ୍କ ଗାଡି ଜବତ କରିଥିଲେ। ତତସହିତ ମାସ୍କ, ସାମାଜିକ ଦୂରତ୍ୱ ଏବଂ ହେଲମେଟ ଚେକିଂ ମଧ୍ୟ ଜୋରଦାର ହୋଇଥିଲା। ତେବେ ଦୀର୍ଘ ଦୁଇ ଘଣ୍ଟା ଧରି ଉକ୍ତ ଏନ୍ଫୋର୍ସମେଣ୍ଟ ଜାରିରହିଥିବାବେଳେ ଆଜି ସର୍ବମୋଟ ୧୦ ଗୋଟି ଗାଡି ବାଣପୁର ପୋଲିସ ଦ୍ୱାରା ଜବତ ହେବା ସହ ପୋଲିସ, ତହସିଲ ଏବଂ ଏନଏସି ପ୍ରଶାସନଦ୍ୱାରା ୨୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ତହସିଲଦାର ଶ୍ରୀ ବେହେରା। ବାଣପୁର ଅତିରିକ୍ତ ତହସିଲଦାର ପ୍ରମୋଦ ପାଢ଼ୀ, ଆଇଆଇସି ସଞ୍ଜୟ ପଟ୍ଟନାୟକ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ମଧ୍ୟ ଉକ୍ତ ଏନ୍ଫୋରଫସମେଣ୍ଟ ରେ ସାମିଲ ଥିଲେ।

ତେବେ ବିନା କାରଣରେ ଯେଉଁ ମାନେ ଗାଡି ଧରି ବଜାରକୁ ଆସିବେ ସେମାନଙ୍କ ଗାଡି ଆସନ୍ତାକାଲି ଠାରୁ ଜବତ କରାଯିବ ବୋଲି ବାଣପୁର ଆଇଆଇସି ସୂଚନା ଦେଇଛନ୍ତି। ତତସହିତ ଲକଡ଼ାଉନ ସମୟରେ ସରକାରଙ୍କ ଅନୁମତି ଥିବା ଦୋକାନୀମାନେ କେବଳ ନିଜ ଦୋକାନ ଖୋଲିବେ ଏବଂ ଯଦି କେହି ନିୟମକୁ ନମାନି ଦୋକାନ ଖୋଲିବେ ତେବେ ସେମାନଙ୍କ ଦୋକାନ ସିଲ କରାଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପୋଲିସ ଏବଂ ପ୍ରଶାସନର ଆଜିର ମିଳିତ କାର୍ଯ୍ୟାନୁଷ୍ଠାନରେ ଅମାନିଆ ମାନେ ଛାନିଆ ହୋଇଥିବାବେଳେ ବୁଦ୍ଧିଜୀବୀ ମାନେ ଉକ୍ତ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ପ୍ରାଣ ହରାଇଲା ୧୫୦ ଦିନର ଶିଶୁ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଲକ୍ଷ ଲକ୍ଷଙ୍କ ଜୀବନ ନେଇଛି। ପ୍ରତ୍ୟେକ ଦିନ ଦେଶରେ ୪ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ଏହି ଭୂତାଣୁ ନବଜାତ ଶିଶୁ ଠାରୁ ଆରମ୍ଭ କରି ବୟଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ଜୀବନକୁ ଉଜାଡି ଦେଉଛି। ତେବେ ୧୫୦ ଦିନର ଶିଶୁଟିଏ ମଧ୍ୟ ଏହି କରୋନା ଯୋଗୁଁ ପ୍ରାଣ ହରାଇଛି।

ସୂଚନା ଅନୁଯାୟୀ, ପରୀ ନାମକ ଛୋଟ ଶିଶୁଟି କରୋନାରେ ସଂକ୍ରମଣ ହୋଇ ଦିଲ୍ଲୀର ଜିଟିବି ହସ୍ପିଟାଲରେ ଚିକିତ୍ସିତ ହେଉଥିଲା। ତାହାର ଫୁସଫୁସ ସଂପୂର୍ଣ୍ଣ ସଂକ୍ରମିତ ହୋଇଯାଇଥିଲା। ସେ ୬ ଦିନ ଭେଣ୍ଟିଲେଟରେ ରହିବା ପରେ ମଧ୍ୟ ସୁସ୍ଥ ହୋଇପାରିନଥିଲା। ଶେଷରେ ପରୀର ମୃତ୍ୟୁ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଉପଲବ୍ଧ ହେବ ୨୦୦ରୁ ଉର୍ଦ୍ଧ୍ଵ ଟୀକା: ଡାଃ. ଭିକେ ପଲ

ନୂଆଦିଲ୍ଲୀ: କରୋନା ବର୍ଦ୍ଧିତ ମାମଲା ମଧ୍ୟରେ ଏକ ଆଶ୍ବସ୍ତିକର ଖବର ମିଳିଛି। ଚଳିତ ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ୨୦୦ରୁ ଉର୍ଦ୍ଧ୍ଵ ଟୀକା ଡୋଜ ଉପଲବ୍ଧ ହେବା ନେଇ ସମ୍ଭାବନା ରହିଛି। ଆଜି କେନ୍ଦ୍ର ସରକାରର ପ୍ରମୁଖ ପରାମର୍ଶଦାତା ଏନେଇ ସୂଚନା ଦେଇଛନ୍ତି। ଏହା ଦ୍ଵାରା ଭାରତରେ ଟୀକାକରଣ ପ୍ରକ୍ରିୟାରେ ଥିବା ଗତିରୋଧ ଦୂର ହେବ ବୋଲି ଆଶା କରାଯାଉଛି।

ପ୍ରମୁଖ ପରାମର୍ଶଦାତା ବିକେ ପଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୭୫ କୋଟି କୋଭିସିଲ୍ଡ ଟୀକା ଏବଂ ୫୫ କୋଟି କୋଭାକ୍ସିନ ଟୀକା ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି।