Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପାନ ଦୋକାନରୁ ୧୫ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, ଜଣେ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପାଟପୁର ଥାନା ଅନ୍ତର୍ଗତ ପୋଡାମାରୀ ନିକଟ ବତାଗୁଡା ଗ୍ରାମର ଏକ ଛୋଟ ପାନ ଦୋକାନ ଉପରେ ଅତର୍କିତ ଚଢ଼ାଉ କରି ପାଟପୁର ପୋଲିସ ୭୨.୮୦୦ ଗ୍ରାମ ଗଞ୍ଜେଇ ଜବତ୍ କରିଛି। ଏହା ସହ ପାନ ଦୋକାନୀ ପାଣ୍ଡବ ପ୍ରଧାନଙ୍କୁ ୫୭୩/୨୩ , ଓ ଏନ୍ ଡି ପି ଏସ୍ ଆଇନ ଅନୁଯାୟୀ ଗିରଫ କରି ବ୍ରହ୍ମପୁର ଜିଲ୍ଲା ଅଦାଲତକୁ ଚାଲାଣ କରିଛି।

ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା। ଯାହାର ପରିମାଣ ୭୨.୮୦୦ ଗ୍ରାମ ବୋଲି ଜଣାପଡିଛି ଓ ଏହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀଙ୍କ ଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

୭୩ କିଲୋ ଗଞ୍ଜେଇ ଜବତ, ତିନି ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡା ୭୩ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣ ଚାଲାଣ କାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଥାନା ଏସ୍ ଆଇ ବାବୁଲା ପ୍ରଧାନ ଓ ଅନ୍ୟ କିଛି କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ଥାନା ଅଧିନସ୍ଥ ଚାକୁଣ୍ଡା ଗ୍ରାମ ଛକରେ ୩ ଜଣ ବ୍ୟକ୍ତି ୪ ଟି ବସ୍ତା ଧରି ଛିଡା ହୋଇଥିବା ଦେଖି ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଥାନା ଅଧିକାରୀ ସୁନୀତା ବେହେରାଙ୍କୁ ଜଣାଇବା ପରେ ଥାନା ଅଧିକାରୀ ବେହେରା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରିଥିଲେ ଓ ସେଥିରେ ୭୩ କିଲୋ ଗଞ୍ଜେଇ ମିଳିଥିଲା।

ପୋଲିସ ଉକ୍ତ ଗଞ୍ଜେଇ ଜବତ କରି ଅଭିଯୁକ୍ତ ଚାଲାଣ କାରୀ ରମାକାନ୍ତ ନାୟକ, ପ୍ରଦୀପ ନାୟକ ଓ ମୁନା ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ରେଳ ଷ୍ଟେସନରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନରୁ ଆରପିଏଫ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ପୁରୀ ଓଖା ଏକ୍ସପ୍ରେସ ଜରିଆରେ ଗଞ୍ଜେଇକୁ ସୁରାଟ ନେଇ ଯିବା ପାଇଁ ଯୋଜନା କରିଥିଲେ। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅଞ୍ଚଳର ପ୍ରଦୀପ ପାଳ (୨୯) ଏବଂ ଲକ୍ଷ୍ମଣ କୁମାର ସ୍ୱାଇଁ (୨୨)। ଉଭୟ ଅଭିଯୁକ୍ତ ବାଲୁଗାଁ ଷ୍ଟେସନରେ ଦୁଇ ଗୋଟି ବ୍ୟାଗ ସହ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ଆରପିଏଫ ହାତରେ ଧରା ପଡ଼ିଥିଲେ।

ଜବତ ଗଞ୍ଜେଇ ପରିମାଣ ୧୩ କେଜି ୩୮୦ ଗ୍ରାମ ବୋଲି ଜଣାପଡିଛି। ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୩ ହଜାର ୮୦୦ ଟଙ୍କା ହେବ। ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ଓ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଚଢ଼ାଉ କରି ଆଜି ଅବକାରୀ ବିଭାଗ ବିପୁଳ ପରିମାଣରେ ଦେଶୀ ମଦ ଓ ଗଞ୍ଜେଇ ଜବତ କରିଛି। ଗଡ଼ମାଣିତ୍ରି ଗ୍ରାମ ନିକଟରୁ ଚଢ଼ାଉ କରି ୧୭୫ ଲିଟର ଦେଶୀ ମଦ ଜବତ କରିବା ସହ ଅଭିଯୁକ୍ତ ପୁରୁଷୋତ୍ତମ ବଳବନ୍ତରାୟ (୫୯) ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଅବକାରୀ ବିଭାଗ।

ସେହିପରି ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡ ନିକଟରେ ଚଢ଼ାଉ କରି ୭.୧ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ରଞ୍ଜିତ ସାହୁଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୧ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୬୦୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଲଙ୍ଗଳଦେଇ ଗ୍ରାମ ଛକରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ୬୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଖଲିକୋଟ ଥାନା ଅନ୍ତର୍ଗତ କେଶପୁରର ହର୍ଷ ବାରିକ ନାମକ ଜଣେ ଯୁବକକୁ ଅବକାରୀ ବିଭାଗ ଗିରଫ କରିଛି।

ସୁଚନା ଅନୁଯାୟୀ ପୁର୍ବରୁ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ନୀରିକ୍ଷକ ହ୍ରୁଦୟ ସାମନ୍ତଙ୍କ ନେତୃତ୍ଵରେ ବିଭାଗୀୟ କର୍ମଚାରୀ ମାନେ ଲଙ୍ଗଳଦେଇ ଗ୍ରାମ ଛକରେ ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରୁ ୬୦୦ କିଲୋ ଗଞ୍ଜେଇ ବାହାରି ଥିଲା। ଉକ୍ତ ଗଞ୍ଜେଇ ଗଜପତି ଜିଲ୍ଲା ଜିରାଙ୍ଗ ଅଞ୍ଚଳରୁ ଏହି ରାସ୍ତା ଦେଇ ବ୍ରହ୍ମପୁର ଚାଲାଣ କରୁଥିବା ଗିରଫ ଯୁବକ ଠାରୁ ପ୍ରକାଶ। ଜବତ ଗଞ୍ଜେଇର ମୁଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାସ୍ତା କଡ଼ରେ ଛିଡ଼ା ହୋଇଥିବା କାର୍ ରୁ ଅଢେଇ କିଲୋ ଗଞ୍ଜେଇ ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ନିକଟ ଜାତୀୟ ରାଜପଥ ରାସ୍ତା କଡ଼ରେ ପାର୍କିଂ ଅବସ୍ଥାରେ ଥିବା ଏକ ମୋଟର କାର୍ କୁ ସନ୍ଦେହ କରି ଜେରା କରିବା ବେଳେ ସେଥିରୁ ଅଢେଇ କିଲୋ ଗଞ୍ଜେଇ ପୋଲିସ ଜବତ କରିଛି। ଗଞ୍ଜେଇ ମହଜୁଦ ଥିବା କାର୍ ର ନଂ ଏମଏଚ ୦୪ ଇଏକ୍ସ ୩୮୮୭ ବୋଲି ଜଣାପଡିଛି। ଗାଡ଼ି ଚାଲକ ଫେରାର ହୋଇଯାଇଥିବା ବେଳେ ଗଞ୍ଜେଇ ଓ କାର୍ କୁ ଜବତ କରି ପୋଲିସ କେଶ୍ ନଂ ୩୦୮/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲିଗୁଡ଼ା ପୋଲିସ୍ ପକ୍ଷରୁ ବହୁ ପରିମାଣର ଗଞ୍ଜେଇ ଜବତ, ଚାଲାଣ କାରୀ ଚମ୍ପଟ୍

ବ୍ରହ୍ମପୁର: ବାଲିଗୁଡ଼ା ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ନିକଟସ୍ଥ ସିନ୍ଧ୍ରିଗାଁ ଜଙ୍ଗଲରେ ଚଢ଼ାଉ କରି ଗଚ୍ଛିତ ଥିବା ୩୦୪ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। କିନ୍ତୁ ପୋଲିସକୁ ଦେଖି ଗଞ୍ଜେଇ ଚାଲାଣ କାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଗଞ୍ଜେଇ ଜବତ କରି ପୋଲିସ ୧୬୮/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିପୁଳ ପରିମାଣରେ ଗଞ୍ଜେଇ ଜବତ, ୫ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସାରୁଅ ଅଞ୍ଚଳରୁ ଆଜି ଜିଲ୍ଲା ଅବକାରୀ ବିଭାଗ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।  ଅଭିଯୁକ୍ତମାନେ ହେଲେ ବିହାର ରାଜ୍ୟର ଧର୍ମେନ୍ଦ୍ର କୁମାର (୩୨), ସନ୍ତୋଷ କୁମାର (୩୨), ଚନ୍ଦନ ପାଶୱାନ (୩୦), ରାଧେଶ୍ୟାମ ପାଶୱାନ (୫୮) ଏବଂ ଉମାଶଙ୍କର ରାମ (୪୭)।

ସେମାନଙ୍କ ନିକଟରୁ ଅବକାରୀ ବିଭାଗ ୫୬ କେଜି ଗଞ୍ଜେଇ ଏବଂ ନକଦ ୫୦ ହଜାର ଟଙ୍କା ଜବତ କରିଛି। ସମସ୍ତ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ଅବକାରୀ ମୋବାଇଲ ଏସଆଇ ରୋହିତ ଦଣ୍ଡସେଣ, ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର ଏବଂ ବାଲୁଗାଁ, ଖୋର୍ଦ୍ଧା ଅବକାରୀ ଥାନା ଓ ଜିଲ୍ଲା ମୋବାଇଲ ଟିମ ର ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଠମଲ୍ଲିକରେ ଏସଟିଏଫ ର ଚଢ଼ାଉ: ବିପୁଳ ପରିମାଣରେ ଗଞ୍ଜେଇ ଜବତ, ତିନି ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଏସଟିଏଫ ଆଜି ଅନଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅଞ୍ଚଳରେ ସ୍ଥାନୀୟ ପୋଲିସ ସହାୟତାରେ ଚଢ଼ାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।

ଖବର ମୁତାବକ, ଆଠମଲ୍ଲିକ ଥାନା ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ନିଶା ମାଫିଆମାନେ ବେଆଇନ ଭାବେ ନିଶାଦ୍ରବ୍ୟ ବିକ୍ରି ଓ ଚାଲାଣ କରୁଥିବା ଖବର ପାଇଥିଲା ଏସଟିଏଫ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଏସଟିଏଫ ର ଏକ ସ୍ୱତନ୍ତ୍ର ଟିମ ଉକ୍ତ ଗ୍ରାମରେ ପୋଲିସ ସହାୟତାରେ ଚଢାଉ କରି ୧୬୧ କେଜିରୁ ଉର୍ଦ୍ଧ୍ଵ ପରିମାଣରେ ଗଞ୍ଜେଇ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ଜବତ କରିଛି।

ଗିରଫ ତିନି ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକ ଥାନା ଅଞ୍ଚଳର ଶର୍ମିତ ଉର୍ମା, ରୋହିତ ବେହେରା ଏବଂ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳର ସୁନୀଲ ଦୀପ। ଏ ନେଇ ଆଠମଲ୍ଲିକ ଥାନାରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ନାର୍କୋଟିକ୍ ଡ୍ରଗ୍ସ ବିରୋଧରେ ଏସଟିଏଫ ତାହାର ସ୍ୱତନ୍ତ୍ର ଡ୍ରାଇଭ୍ ଜାରି ରଖିଛି।

ତେବେ ୨୦୨୦ ଠାରୁ ଅଦ୍ୟାବଧି ଏସଟିଏଫ ୬୯ କେଜିରୁ ଉର୍ଦ୍ଧ୍ଵ ବ୍ରାଉନ୍ ସୁଗାର, ୨୦୨ ଗ୍ରାମ କୋକେନ୍, ୧୧୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଏବଂ ୭୫୦ ଗ୍ରାମ ଅଫିମ ଜବତ କରିବା ସହ ୧୭୨ ରୁ ଉର୍ଦ୍ଧ୍ଵ ନିଶା ବେପାରିଙ୍କୁ ଗିରଫ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିପୁଳ ପରିମାଣର ଗଞ୍ଜେଇ ଜବତ, ଚାଲାଣ କାରୀ ଚମ୍ପଟ୍

ଭୁବନେଶ୍ଵର: ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ସାରୁପଦର ଗାଁ ରାସ୍ତା କଡ଼ରେ କିଛି ଅଖା ବସ୍ତା ପଡ଼ିଥିବା ଦେଖିବାକୁ ପାଇଥିଲେ ଓ ଉକ୍ତ ବସ୍ତା ଗୁଡ଼ିକ ଯାଞ୍ଚ କରିବା ପରେ ଜାଣିବାକୁ ପାଇଲେ ଯେ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଅଛି। ଯାହାର ପରିମାଣ ଦୁଇ ଶହ କିଲୋ ହେବ। ତେବେ ଉକ୍ତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ଯାହା ଜଣାପଡ଼ୁଛି ପୋଲିସକୁ ଦେଖି ଗଞ୍ଜେଇ ଚାଲାଣ କାରୀ ମାନେ ଚମ୍ପଟ୍ ମାରିଦେଇଛନ୍ତି। ପୋଲିସ ଉକ୍ତ ଗଞ୍ଜେଇକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

Categories
ଆଞ୍ଚଳିକ

ଗଞ୍ଜେଇ ଓ ମୋଟରସାଇକେଲ ଜବତ: ଚାଲାଣକାରୀ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅଧିକାରୀ ଗଣପତି ଥାନପତି ଥାନାର ଅନ୍ୟାନ୍ୟ କର୍ମଚାରୀଙ୍କ ସହ ପାଟ୍ରୋଲିଂ କରୁଥିବା ସମୟରେ କୁନାସିଲା ଛକରେ ଏକ ମୋଟରସାଇକେଲକୁ ସନ୍ଦେହ କରି ଅଟକାଇଥିଲେ। ଏବଂ ଯାଞ୍ଚ କରିବା ବେଳେ ସେଥିରୁ ୧୫.୨୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଏହା ପରେ ଥାନା ଅଧିକାରୀ ଥାନପତି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଓ ଚାଲାଣକାରୀଙ୍କ ମୋଟରସାଇକେଲ ଜବତ କରିବା ସହ ଗଞ୍ଜେଇ ବେପାରୀ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅନ୍ତର୍ଗତ ବାଳନ୍ଦାପଡା ଗ୍ରାମର ଆନନ୍ଦ ସେଠ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ: ଚାରି ମହିଳାଙ୍କ ସମେତ ଛଅ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନିକଟରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ଚାରି ଜଣ ମହିଳାଙ୍କ ସମେତ ଛଅ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି।

ସୂଚନା ମୁତାବକ ଗତକାଲି ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନିକଟରେ ଗଞ୍ଜେଇ ଚାଲାଣ ହେଉଥିବାର ଜଟଣୀ ଅବକାରୀ ବିଭାଗ ଖବର ପାଇଥିଲା। ବିଳମ୍ବ ନକରି ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ନେତୃତ୍ୱରେ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।  ଚଢ଼ାଉ ବେଳେ ୭୭ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଛଅ ଅଭିଯୁକ୍ତ ଗିରଫ ହୋଇଛନ୍ତି, ତନ୍ମଧ୍ୟରୁ ଚାରି ଜଣ ମହିଳା ଅଭିଯୁକ୍ତ ଥିବା ଜଣାପଡିଛି। ସମସ୍ତ ଅଭିଯୁକ୍ତ ମାନେ ବିହାର ରାଜ୍ୟ ବେଗୁସରାଇ ଜିଲ୍ଲାର ହୋଇଥିବା ଜଣାପଡିଛି।

ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଜଟଣୀ ଅବକାରୀ ଅଧିକାରିଣୀ ଗୀତାଞ୍ଜଳି ବେହେରା, ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଅଧିକାରୀ ଏବଂ ଆରପିଏଫ କର୍ମଚାରୀ ସାମିଲ ଥିଲେ। ଜବତ ଗଞ୍ଜେଇର ମୂଲ୍ୟ ୭ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ଚାଲାଣକାରି ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ମୋହନା ପୋଲିସକୁ ବଡ ସଫଳତା ମିଳିଛି। ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ପୋଲିସ ସଫଳ ହୋଇଛି।

ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଥାନା କର୍ମଚାରୀମାନେ ମୋହନା ବଡଗଡ ରାସ୍ତାର କେଶୁରା ଛକରେ ପଇଁତରା ମାରୁଥିଲେ। ଠିକ ସେତିକି ବେଳେ ରାସ୍ତାରେ ଯାଉଥିବା ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ିକୁ ପୋଲିସ ଅଟକାଇ ଯାଞ୍ଚ କରିଥିଲେ। ଯେଉଁଥିରୁ ୬ ଶହ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଥିଲା। ଏବଂ ଚାଲାଣକାରୀ ଯୁବକ ଫିରୋଜ ମଳିକକୁ ଥାନାକୁ ଆଣି ଜେରା କରଯାଇଥିଲା। ତେବେ ସେ ଉକ୍ତ ଗଞ୍ଜେଇକୁ ଏହି ଗଜପତି ଜିଲ୍ଲାରୁ ବାହାରକୁ ଚାଲାଣ କରୁଥିବା ରାଜି ହୋଇଥିଲା।

ପୋଲିସ ପକ୍ଷରୁ ଉକ୍ତ ଗଞ୍ଜେଇ ଓ ଗାଡିକୁ ଜବତ କରିବା ସହ କେଶ୍ ନଂ ୫୬/୨୩ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢାଉ: ୩ ଟି କାର୍ ସହ ୩୦୦ କିଲୋ ଗଞ୍ଜେଇ ଜବତ, ୪ ଗିରଫ

କୈଲାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାଜ୍ୟ ଅବକାରୀ କମିଶନର ଓ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଯେଉଁଥିରେ ୩୦୦ କିଲୋ ଗଞ୍ଜେଇ, ୩ଟି କାର୍ ଜବତ୍ ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।

ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ, ଉକ୍ତ ଗଞ୍ଜେଇ ଗଜପତି ଜିଲ୍ଲାରୁ ଝାଡ଼ଖଣ୍ଡ ରାଜ୍ୟକୁ ଚାଲାଣ ହେଉଥିଲା ଓ ଉକ୍ତ କାରବାରରେ ସମ୍ପୃକ୍ତ ଝାଡ଼ଖଣ୍ଡ ରାଜ୍ୟର ଫିରୋଜ ଖାନ୍ ଓ ମହମ୍ମଦ ସାକିବ ସମେତ ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳିପଲ୍ଲୀ ଗ୍ରାମର ମହେଶ ପାତ୍ର ଓ ଡେଙ୍ଗାଉସ୍ତା ଗ୍ରାମର ଅଜିତ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ପୋକଡିବନ୍ଧ ଛକରେ ଏହି ଚଢାଉ ବେଳେ ଦୁଇଟି ଗାଡ଼ିରୁ ୩୦୦ କିଲୋ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଉକ୍ତ ଗାଡିକୁ ବାଟ କଢ଼େଇ ନେଉଥିବା ଅନ୍ୟ ଏକ କାର୍ କୁ ପୋଲିସ ଖଲିକୋଟ ଜାତୀୟ ରାଜପଥ ରାସ୍ତାରେ ଅଟକାଇ ଜବତ୍ କରିଛି।

Categories
ଆଞ୍ଚଳିକ

ବାଲୁଗାଁ ରେଳ ଷ୍ଟେସନ ପ୍ଲାଟଫର୍ମରୁ ବିପୁଳ ପରିମାଣର ଗଞ୍ଜେଇ ଜବତ: ଯୁବକ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଖୋର୍ଦ୍ଧା ଜିଆରପିକୁ ହସ୍ତାନ୍ତର କରିଛି। ସୂଚନା ମୁତାବକ ଆଜି ଅପରାହ୍ନରେ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଚଢ଼ାଉ ଚାଲିଥିବା ବେଳେ ୧ ନମ୍ବର ପ୍ଲାଟଫର୍ମର ଶେଷ ଭାଗରେ ଜଣେ ଯୁବକ ସଂନ୍ଦିଗ୍ଧ ଅବସ୍ଥାରେ ବସିଥିବାର ଦେଖିବାକୁ ପାଇଥିଲେ। ଯୁବକଙ୍କ ବ୍ୟାଗ ତଲାସି ନିଆଯିବାରୁ ତନ୍ମଧ୍ୟରୁ ୧୧ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇ ର ମୂଲ୍ୟ ୧ ଲକ୍ଷ ୧୩ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତ ହେଲେ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଦୀପକ ଗୌଡ଼(୨୦)।

ଏହି ପରିପ୍ରେକ୍ଷୀରେ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ଖୋର୍ଦ୍ଧା ରୋଡ ଜିଆରପି କେସ ନମ୍ବର ୨୭/୨୩ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ଛକରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ, ଗଞ୍ଜେଇ ଜବତ ଓ ବହିଷ୍କୃତ ଯବାନ ଅଟକ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଛକରେ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଉକ୍ତ ଚଢାଉ ସମୟରେ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଜବତ କରାଯାଇଥିବା ବେଳେ ବହିଷ୍କୃତ ଯବାନଙ୍କୁ’ ଅଟକ ରଖାଯାଇଛି।

କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଗୋଇନ୍ଦା ବିଭାଗ ଇନିସ୍ପେକ୍ଟର ହୃଦୟ ସାମନ୍ତ ଓ ଏସ୍ ଆଇ ସୁରେନ୍ଦ୍ର ପ୍ରଧାନ ଅନ୍ୟ କିଛି କର୍ମଚାରୀଙ୍କୁ ନେଇ ଗୋପାଳପୁର ଛକରେ ଏକ ଘରୋଇ ବସ୍ କୁ ଅଟକାଇ ଯାଞ୍ଚ କରିଥିଲେ। ସେହି ସମୟରେ ବସ୍ ରୁ ତିନି ବ୍ୟାଗ୍ ଗଞ୍ଜେଇ ଜବତ ହୋଇଥିଲା। ଏବଂ ଗୋପାଳ ସିଂ ନାମକ ଜଣେ ବହିଷ୍କୃତ ଯବାନଙ୍କୁ ଅବକାରୀ ବିଭାଗ ଅଟକ ରଖିଥିଲା।

ସୁଚନା ଥାଉକି ଅଟକ ବ୍ୟକ୍ତି ଜଣକ ଗୋଳାବନ୍ଧ ଆର୍ମି ଏଡି କଲେଜରେ ଚାକିରୀ କରୁଥିଲେ ଓ କୌଣସି କାରଣବଶତଃ ଚାକିରିରୁ ବହିଷ୍କୃତ ହୋଇଥିଲେ। ଜବତ ଗଞ୍ଜେଇର ଓଜନ ୬୦ କିଲୋ ଓ ଆନୁମାନିକ ମୁଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ୪୦୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଦ୍ଵାରା ୪୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହାସହିତ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କାଯାଇଛି।

ସୂଚନା ଅନୁଯାୟୀ, ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଇନିଷ୍ପେକ୍ଟର ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ପାଟ୍ରୋଲିଂ ବେଳେ ମହୁରୀ କାଳୁଆ ଛକରେ ଏକ ପିକ୍ଅପ୍ ଗାଡ଼ିକୁ ଅଟକାଇ ଥିଲେ। ଗାଡି ଚାଳକ ଗାଡ଼ି ଛାଡ଼ି ଚାଲିଯିବାକୁ ଉଦ୍ୟମ କରିବା ବେଳେ ଅବକାରୀ ଟିମ୍ ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରି ଥିଲେ ଓ ଗାଡି ଯାଞ୍ଚ ବେଳେ ସେଥିରେ ରସୁଣ ବସ୍ତା ମଧ୍ୟରେ ବହୁ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପରେ ଉକ୍ତ ଗାଡିକୁ ଜବତ କରିଥିଲେ। ଦୁଇ ଚାଲାଣକାରୀ ପାଟପୁର ଅଞ୍ଚଳର ସନ୍ତୋଷ କୁମାର ସାହୁ ଓ ରାଧାକାନ୍ତ ସାହୁକୁ ଅଟକ ରଖି ଅବକାରୀ ବିଭାଗ ଜେରା ଚଳାଇଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଲୁଗାଁ ରେଳ ଷ୍ଟେସନରୁ ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଅବକାରୀ ଓ ଆରପିଏଫ ମିଳିତ ଭାବେ ଚଢ଼ାଉ କରି ଜଣେ ଗଞ୍ଜେଇ ବେପାରିଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳର ବବୁଲ ବାରିକ (୨୦)। ତାଙ୍କ ନିକଟରୁ ୧୨ କେଜି ଗଞ୍ଜେଇ ଜବତ ହୋଇଛି।

ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଏନଡ଼ିପିଏସ ଆକ୍ଟ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଉକ୍ତ ଚଢ଼ାଉରେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ବାଲୁଗାଁ ଆରପିଏଫ ଏଏସଆଇ ଏସ. ଅର୍ଜୁନ ପାତ୍ର ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତପ୍ତପାଣି ଘାଟିରୁ କାର୍ ସହିତ ୫୦ କିଲୋ ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ନିକଟରେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢାଉ କରି ଏକ କାର୍ ସହିତ ୫୦ କିଲୋ ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ମୋହନା ଥାନା କେଳା ସାହିର ମୁନ ନାୟକ ନାମକ ଚାଲାଣକାରୀ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଜବତ ଗଞ୍ଜେଇ ଗଜପତି ଜିଲ୍ଲାରୁ ଭୁବନେଶ୍ୱର ଚାଲାଣ ହେଉଥିବା ଅବକାରୀ ଗୋଇନ୍ଦା ବିଭାଗ ଉପାୟୁକ୍ତ ଅଶୋକ କୁମାର ଶତପଥୀଙ୍କ ଠାରୁ ପ୍ରକାଶ।

ଏଠାରେ ଉଲ୍ଲେଖ ଥାଉକି ଏହି ଚଳିତ ସପ୍ତାହରେ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ପ୍ରାୟ ୩୦୦ କିଲୋ ରୁ ଅଧିକ ଗଞ୍ଜେଇ, ୩ ଟି କାର୍ ଜବତ୍ ସହ ୮ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ପ୍ଲାଟଫର୍ମରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଆରପିଏଫ: ତିନି ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଖୋର୍ଦ୍ଧା ଜିଆରପିକୁ ହସ୍ତାନ୍ତର କରିଛି। ସୂଚନା ମୁତାବକ ଗତକାଲି ଅପରାହ୍ନରେ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଚଢ଼ାଉ ଚାଲିଥିବା ବେଳେ ୧ ନମ୍ବର ପ୍ଲାଟଫର୍ମର ଶେଷ ଭାଗରେ ୩ ଜଣ ଯୁବକ ସଂନ୍ଦିଗ୍ଧ ଅବସ୍ଥାରେ ବସିଥିବାର ଦେଖିବାକୁ ପାଇଥିଲେ। ଯୁବକ ମାନଙ୍କ ବ୍ୟାଗ ତାଲାସି ନିଆଯିବାରୁ ତନ୍ମଧ୍ୟରୁ ୧୫ କେଜି ୧୪୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇ ର ମୂଲ୍ୟ ୧ ଲକ୍ଷ ୫୧ ହଜାର ୪୦୦ ଟଙ୍କା ହେବ ବୋଲି ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଆରପିଏଫ ୩ ଜଣ ଯୁବକଙ୍କୁ ଗିରଫ କରି ଆଜି ଖୋର୍ଦ୍ଧା ରୋଡ ଜିଆରପିକୁ ହସ୍ତାନ୍ତର କରିଛି। ଗିରଫ ଯୁବକମାନେ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଜଗନ୍ନାଥ ସ୍ୱାଇଁ (୩୪) ଓ ଶିବାନନ୍ଦ ପଣ୍ଡା (୨୬) ଏବଂ ଖଲ୍ଲିକୋଟ ଥାନା ଅଞ୍ଚଳର ବଳରାମ ବାରିକ (୧୯)। ଏହି ପରିପ୍ରେକ୍ଷୀରେ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ଖୋର୍ଦ୍ଧା ରୋଡ ଜିଆରପି କେସ ନମ୍ବର ୧/୨୩ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଗୁନିଆରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତକଲି ଅପରାହ୍ନରେ ବେଗୁନିଆ ପୋଲିସ ଡିଙ୍ଗର ଚାରିଛକ ଠୁ ଗଡ଼ମାଣିତ୍ରି ଅଞ୍ଚଳ ମଧ୍ୟରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ହଠାତ ଏକ ସ୍କୁଟିରେ ୩ ଜଣ ଯୁବକ ଦୁଇ ଗୋଟି ଅଖା ନେଇ ଦୃତ ଗତିରେ ଗଡ଼ମାଣିତ୍ରି ଗ୍ରାମ ଆଡକୁ ଯାଉଥିଲେ। ପୋଲିସର ସନ୍ଦେହ ହେବାରୁ ଉକ୍ତ ଗାଡିକୁ ପିଛା କରି ଗଡ଼ମାଣିତ୍ରି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଅଟକାଇ ତାଲାସି ନେଇଥିଲା।

ତେବେ ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଦୁଇ ବ୍ୟକ୍ତିଙ୍କୁ ସ୍କୁଟି ସହ କାବୁ କରିଥିଲା ପୋଲିସ। ସେମାନଙ୍କ ନିକଟରୁ ନକଦ ୬ ହଜାର ଟଙ୍କା ଏବଂ ଦୁଇ ଗୋଟି ଅଖାରୁ ସମୁଦାୟ ୨୧ କେଜି ୩୫୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ।  ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୧୦ ହଜାର ଟଙ୍କା ହେବ।

ଉଭୟ ଅଭିଯୁକ୍ତ ବେଗୁନିଆ ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।