Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗି: ଇଣ୍ଡିଗୋ କାରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଟାଙ୍ଗୀ ପୋଲିସ। ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ। ଏ ନେଇ ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ।

ସୂଚନା ମୁତାବକ ଗତକାଲି ଏକ ଇଣ୍ଡିଗୋ କାର ଦ୍ୱାରା କନ୍ଧମାଳରୁ ସୁଦୂର ରାଜସ୍ଥାନକୁ ଗଞ୍ଜେଇ  ଚୋରା ଚାଲାଣ ହେଉଥିବାର ବାଲୁଗାଁ ଏସଡ଼ିପିଓଙ୍କୁ ଖବର ମିଳିଥିଲା। ଏ ନେଇ ଏସଡ଼ିପିଓ ସଙ୍ଗେସଙ୍ଗେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଟାଙ୍ଗୀ ପୋଲିସ ଓ ନାଚୁଣୀ ଫାଣ୍ଡି ପୋଲିସର ତିନି ଗୋଟି ଟିମକୁ ୧୬ ନମ୍ବର ଜାତୀୟ ରାଜପଥରେ ନିୟୋଜିତ କରିଥିଏଲ।  ଟାଙ୍ଗୀ ଠାରୁ ନାଚୁଣୀ ପର୍ଯ୍ୟନ୍ତ ଉକ୍ତ ଟିମ ପୃଥକ ପୃଥକ ସ୍ଥାନରେ ଛପି ରହିଥିବା ବେଳେ ଏସଡ଼ିପିଓ ଶ୍ରୀ ବାରିକ ମଧ୍ୟ ରାତିତମାମ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ତେବେ ରାତି ପାଖାପାଖି ୩ ଘଟିକା ସମୟରେ ଦୀକ୍ଷୀତପଡ଼ା ଚଣ୍ଡେଶ୍ୱର ରୋଡ଼ ନିକଟରେ ଉକ୍ତ ନିର୍ଦ୍ଦିଷ୍ଟ କାରଟି ପୋଲିସ ଗାଡିକୁ ଦେଖିବା ମାତ୍ରେ ପଛକୁ ବୁଲାଇ ପଳେଇଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ପରେ କାରରୁ ହଠାତ ଦୁଇ ଜଣ ବ୍ୟକ୍ତି ଡେଇଁ ଫେରାର ହୋଇଯାଇଥିବା ବେଳେ ପୋଲିସ ଉକ୍ତ ଗାଡିକୁ ପିଛା କରିଥିଲା। ପରିଶେଷରେ ଶେଖ ମୁବାରକ (୩୨) ନାମକ ଅଭିଯୁକ୍ତଙ୍କୁ କାବୁ କରିଥିଲା। ମୁବାରକଙ୍କ ଘର ଟାଙ୍ଗୀ ଥାନା ଦୀକ୍ଷୀତପଡ଼ା ଅଞ୍ଚଳରେ।

ତେବେ ପୋଲିସ ତଲାସୀ କରିବା ସମୟରେ ଗାଡ଼ି ମଧ୍ୟରୁ ୩୧ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଉକ୍ତ ଗଞ୍ଜେଇ କନ୍ଧମାଳରୁ ଭାୟା ନୟାଗଡ ହୋଇ ଦୀକ୍ଷୀତପଡ଼ା ଆସିଥିଲା ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଏକ ନିର୍ଦ୍ଦିଷ୍ଟ ଟ୍ରେନ ଯୋଗେ ରାଜସ୍ଥାନ ଯାଇଥାନ୍ତା।

ଏ ନେଇ ଟାଙ୍ଗୀ ଥାନାରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୪୧୧/୨୧ ରେ ଏକ ମାମଲା ରୁଜୁ ହେବା ସହ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।  ତେବେ ଉକ୍ତ ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଜାରିରହିଛି ଏବଂ ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତ ମାନେ ଧରାପଡ଼ିବେ ବୋଲି ଏସଡିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଟାଙ୍ଗୀ ଥାନା ଏସଆଇ କୁମାର ମୁଦୁଲି, ଏଏସଆଇ ଭଗବାନ ସ୍ୱାଇଁ, ନାଚୁଣୀ ଫାଣ୍ଡି ଅଧିକାରୀ ମୁକେଶ ବେହେରା ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ: ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ଏକ ବଡ ଧରଣର ଗଞ୍ଜେଇ ଚାଲାଣକୁ ରୋକିବାରେ ପୋଲିସ ସଫଳ ହୋଇଛି। ଏ ନେଇ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଗତକାଲି ଅପରାହ୍ନରେ ବାଲିଗୁଡାରୁ ଭାୟା ନୟାଗଡ଼ ଦେଇ ଭୁବନେଶ୍ୱର ଅଭିମୁଖେ ଏକ ନିର୍ଦ୍ଦିଷ୍ଟ କାରରେ ପ୍ରବଳ ମାତ୍ରାରେ ଗଞ୍ଜେଇ ଚାଲାଣ ହେଉଥିବାର ବିଶେଷ ସୂତ୍ରରୁ ଖବର ଖୋର୍ଦ୍ଧା ଏସପିଙ୍କୁ ମିଳିଥିଲା। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଓ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ତେବେ ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ରିଲିଆନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରୁ ଓଡି ୦୨-ଏଏଲ-୫୧୬୦ ନମ୍ବର ବିଶିଷ୍ଟ ଏକ ହୋଣ୍ଡା ଆମେଜ କାରକୁ ପୋଲିସ ସନ୍ଦେହ କରି ତଲାସୀ ନେଇଥିଲା। ଉକ୍ତ କାରରୁ ୫ ଟି ଗଞ୍ଜେଇ ବସ୍ତା ଜବତ ହୋଇଥବା ବେଳେ ମୋଟ ଗଞ୍ଜେଇର ପରିମାଣ ଏକ କ୍ୟୁଇଣ୍ଟାଲ ବୋଲି ଏସପି ଶ୍ରୀ ଦୋରା ସୂଚନା ଦେଇଛନ୍ତି। ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ଅନୁରୂପ ଭାବେ କାରରୁ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଜାମୁସାହିର ଆକାଶ ସାହୁ (୨୫)। ଉକ୍ତ ଚଢ଼ାଉରେ ଏସଆଇ ବିଜୟ କେତେନ ବେହେରା, ଏସଆଇ ପଦ୍ମଲୋଚନ ବେହେରା ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଏ ସଂକ୍ରାନ୍ତରେ ଟାଉନ ଥାନା ପୋଲିସ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୩୮୩/୨୧ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନରେ ସ୍ଵତନ୍ତ୍ର ସତର୍କ ଯାଞ୍ଚ ଅଭିଯାନ: ୫ କେଜିରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଥାନା ଅଧିକାରୀ ମହେଶ୍ଵର ଚଣ୍ଡରାୟଙ୍କ ତତ୍ଵାବଧାନରେ ବାଲୁଗାଁ ରେଳ ଷ୍ଟେସନରେ ନିଶାଦ୍ରବ୍ୟର ଚୋରା ଚାଲାଣ, ଅସାମାଜିକ କାର୍ଯକଳାପ ଏବଂ କୋଭିଡ଼ ନିୟମ ଉଲଂଘନ ବିରୁଦ୍ଧରେ ଏକ ସ୍ଵତନ୍ତ୍ର ସତର୍କ ଯାଞ୍ଚ ଅଭିଯାନ କରାଯାଇଥିଲା। ଉପନିରୀକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏଏସଆଇ ଜୟକୁମାର ସିକେ, ପ୍ରଧାନ ଆରକ୍ଷୀ ଲୋକନାଥ ବେହେରା, ଆରକ୍ଷୀ ଡି॰ ଇଂ ରାଓ, ଆରକ୍ଷୀ ଅଲେଖ ବେହେରା ଆଦି ବାଲୁଗାଁ ରେଳ ଷ୍ଟେସନ ଏବଂ ସମସ୍ତ ଯାତ୍ରୀବାହୀ ଗାଡିର ଖାନତଲାସି କରିଥିଲେ।

ଯାଞ୍ଚ ସମୟରେ ଆରପିଏଫ ଟିମ ଷ୍ଟେସନର ଦକ୍ଷିଣ ଭାଗରେ ଜଣେ ଯୁବକଙ୍କୁ ସନ୍ଦେହଜନକ ଅବସ୍ଥାରେ ଗୋଟାଏ କଳା ରଙ୍ଗର ବ୍ୟାଗ ସହ ବୁଲୁଥିବାର ଦେଖି ତାଙ୍କୁ ପଚରାଉଚରା କରିଥିଲା। ହଠାତ ଯୁବକ ଜଣକ ଏଥିରେ ବିଚଳିତ ହୋଇ ଉକ୍ତ ସ୍ଥାନରୁ ଖସି ପଳାଇବାକୁ ଚେଷ୍ଟା କରିଥିବା ବେଳେ ଆରପିଏଫ ଟିମ ଉକ୍ତ ଯୁବକଙ୍କୁ କାବୁ କରିନେଇଥିଲା।

ଆରପିଏଫ ସହାୟକ ସୁରକ୍ଷା ଅଧିକ୍ଷକ ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ସଂନ୍ଦିଗ୍ଧ ବ୍ୟାଗଟିର ତଲାସି କରାଯାଇଥିଲା ଏବଂ ଉକ୍ତ ଯୁବକଙ୍କ ଠାରୁ ୫ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା।

ତଦନ୍ତ ପରେ ଯୁବକ ଜଣକ ବାଣପୁର ଥାନା ଅନ୍ତର୍ଗତ ଦକ୍ଷପ୍ରଜାପତି (ମାଳିସାହି) ର ରୀତିକ ରୋଶନ ମହାପାତ୍ର ବୋଲି ଜଣାପଡ଼ିଛି। ଜେରା ସମୟରେ ସେ ସ୍ଥାନୀୟ ଅଞ୍ଚଳର କିଛି ଅସମାଜିକ ଯୁବକ ମାନଙ୍କ ସହଯୋଗରେ ବିଜୟୱାଡା ଦେଇ ସୁରାଟକୁ ରେଳ ଯୋଗେ ନିଶାଦ୍ରବ୍ୟ ଚୋରାଚାଲାଣ କରୁଥିବାର ସ୍ୱୀକାର କରିଥିଲେ।

ଆରପିଏଫ ଥାନା ଅଧିକାରୀମାନେ ଏହି ଗଞ୍ଜେଇ ଜବତ କରିବାସହ ସମ୍ପୃକ୍ତ ଯୁବକଙ୍କ ବିରୁଦ୍ଧରେ ଖୋର୍ଦ୍ଧା ରୋଡ଼ ଜିଆରପିରେ ଆଜି ଏନଡିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୬୦/୨୧ ରେ ଏକ ମାମଲା ରୁଜୁକରୀ ତଦନ୍ତ ଜାରିରଖିଥିବାର ବାଲୁଗାଁ ଆରପିଏଫ ଥାନା ଅଧିକାରୀ ମହେଶ୍ଵର ଚଣ୍ଡରାୟ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ପୋଲିସକୁ ବଡ଼ ସଫଳତା: ଜବତ କଲା ୨୦ ଲକ୍ଷରୁ ଊର୍ଦ୍ଧ୍ଵ ଗଞ୍ଜେଇ, ଦୁଇ ଗିରଫ

ନୟାଗଡ଼/ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସକୁ ବଡ଼ ସଫଳତା ମିଳିଛି। ଗୋଟିଏ କାରରୁ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ସୂଚନା ମୁତାବକ ଗତକାଲି ସଂଧ୍ୟାରେ ଏକ ହୋଣ୍ଡା ସିଟି ଗାଡ଼ିରେ ଗଞ୍ଜେଇ ବିକ୍ରି ପାଇଁ ଯାଉଥିବାର ସୂଚନା ପାଇଥିଲେ ଆଇଆଇସି ରଶ୍ମିରଂଜନ ଦାସ। ବିଳମ୍ବ ନକରି ନିଜ ଟିମ ସହ ଉକ୍ତ ଗାଡିର ଅନୁସନ୍ଧାନ ଜାରି ରଖିଥିବା ବେଳେ ରାଇପଡ଼ା ଠାରେ ଉକ୍ତ ଗାଡିକୁ ଠାବ କରି ଚଢ଼ାଉ କରିଥିଲେ। ତଲାସୀ ବେଳେ ପୋଲିସ କାରରୁ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ସହ ନକଦ ୯୫ ହଜାର ଟଙ୍କା ଜବତ କରିବା ସହ କାର କୁ ସିଜ କରିଛି।

ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଚାନ୍ଦପୁର ପୋଲିସ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୧୧୪/୨୧ ରେ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରିଛି।

ତେବେ ଗିରଫ ଅଭିଯୁକ୍ତ ଦ୍ଵୟ ଦୀର୍ଘ ୫ ବର୍ଷ ହେଲା ଗଞ୍ଜେଇ ବେପାର କରୁଥିଲେ ଏବଂ ଗତ ୬ ମାସ ହେଲା ଚାନ୍ଦପୁର ଆଇଆଇସି ବ୍ୟକ୍ତିଗତ ଭାବେ ସେମାନଙ୍କ ଗତିବିଧି ଉପରେ ନଜର ରଖୁଲେ। ଉକ୍ତ ଚଢ଼ାଉରେ ଆଇଆଇସିଙ୍କ ବ୍ୟତୀତ ଏସଆଇ ଅଞ୍ଜଳି ସା, ଏଏସଆଇ ରମେଶ ବେହରା ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତେରବେଡାରୁ ୪ କେଜି ଗଞ୍ଜେଇ ଜବତ ଜଣେ ଗିରଫ

କନ୍ଦର୍ପ ବେହେରା

ରେଢାଖୋଲ: ଆଜି ରେଢାଖୋଲ ଥାନା ତେରବେଡା ଗ୍ରାମରୁ ଜନୈକ ବ୍ୟକ୍ତିଙ୍କ ଘରୁ ୪ କେଜି ଗଞେଇ ଜବତ କରିଛି ଅବକାରୀ ବିଭାଗ।

ପ୍ରକାଶ ,ଯେ, ରେଢାଖୋଲ ଥାନା ଡଇଁଚା ପଂଚାୟତର ତେରବେଡା ଗ୍ରାମର ପୂର୍ଣ ନାଗ (୫୮)ଙ୍କ ଘରୁ ୪ କେଜି ଗେଞଇ ଅବକାରୀ ବିଭାଗର ଅବକାରୀ ବାବୁ ବିଷ୍ନୁ ଚରଣ ମଲ୍ଲିକ ଜବତ କରିବାରେ ସଫଳ ହୋଇଛନ୍ତି। ଏହି ଚଢଉରେ ସହ ଉପ ନିରୀକ୍ଷକ ବିନୋଦିନୀ ବେହେରା, ସିପାହୀ ମୋହନ ବେହେରା, ଶ୍ୟାମ ଭୋଇ, ଦେବରଞନ ବେହେରା, ଦିଲ୍ଲୀପ କୁମାର ସ୍ୱାଇଁ ପ୍ରମୁଖ ସାମିଲ୍ ହୋଇଥିଲେ। ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ ଅଂଚଳରୁ ପ୍ରତ୍ୟେକ ଦିନ ବେଆଇନ ଗଞେଇ କାରବାର ଚାଲିଛି। ବହୁ ଚୋରା ବେପାରୀ ଅନାୟାସରେ ଏହି କାରବାର କରୁଥିଲେ ମଧ୍ୟ ଅବକାରୀ ବିଭାଗ ହେଉ ବା ପୋଲିସ୍ ବିଭାଗ ହେଉ ଧରିବାରେ ବିଫଳ ହେଉଛନ୍ତି। ଯା ଫଳରେ ଅନାୟାସରେ ଚୋରାରେ ଗଞେଇ କାରବାର ନିୟମିତ ଚାଲିଛି। ଅବକାରୀ ବିଭାଗ ଓ ପୋଲିସ୍ ବିଭାଗ ପେଟ୍ରୋଲିଙ୍ଗ କରିବାର ଆବଶ୍ୟକତା ରହିଛି। ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସ ଦ୍ୱାରା ୪୪.୭ କେଜି ଗଞ୍ଜେଇ ଜବତ: ତିନି ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ପୋଲିସ ପକ୍ଷରୁ ଏକ ବୋଲେରୋ ଗାଡିରୁ ୪୪.୭ କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି। କୋରାପୁଟ ଜିଲ୍ଲାରୁ ଛତିଶଗଡକୁ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ କୋକସରା ପୋଲିସ ଥାନା ଆଇଆଇସି ରମଣୀ ରଂଜନ ଦଲେଇଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଚୋରାରେ ଏକ ବୋଲେରୋ ଗାଡିର ଛାତ ଉପରେ ଏବଂ ତଳେ ୨୨ ଟି ପାକେଟରେ ଗଞ୍ଜେଇ ରଖାଯାଇ ଚାଲାଣ କରାଯାଉଥିବା ଅବସ୍ଥାରେ ଜବତ କରିଥିବା କଳାହାଣ୍ଡି ଏସପିଙ୍କ ସୂତ୍ରରୁ ପ୍ରକାଶ।

ଏହି ଘଟଣାରେ ସଂପୃକ୍ତ ବୋଲେରୋ ଓଡି-୧୦କେ-୪୯୪୭, ୩ଟି ମୋବାଇଲ, ନଗଦ ଟ୧୪୯୫/- ସମେତ ୨୨ଟି ପାକେଟରେ ଥିବା ୪୪.୭ କେଜି ଗଞ୍ଜେଇ ଜବତ କରାଯିବା ସମେତ ଅଭିଯୁକ୍ତ କୋରାପୁଟ ଜିଲ୍ଲା ପଡୱା ଥାନା ଅଂଚଳର ଗୋବିନ୍ଦ ପୁଜାରୀ (୨୬), ଶଙ୍କର ରାଓ କୁଡା (୨୬) ଏବଂ ନନ୍ଦପୁର ଥାନା ଅଂଚଳର ଭିକାରୀ ଖରା ( ୪୫) କୁ ଗିରଫ କରାଯାଇଥିବା ପ୍ରକାଶ।

ଏସଂପର୍କରେ କୋକସରା ଥାନା କେଶ ନଂ.୧୫୬/୩୧.୦୭.୨୦୨୧ ଦଫା ୨୦(ବି)(ସି) ଏନଡିପିଏସ ଆଇନ ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମିନି ଟ୍ରକ୍‌ରୁ ୨୩୦ କେଜି ଗଞ୍ଜେଇ ଜବତ: ଡ୍ରାଇଭର ସହ ୩ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ପୋଲିସ୍ ପୁରୁଣାଗଡ ଛକ ଠାରେ ଗାଡି ଚେକିଙ୍ଗ ଓ ନାକା ଡ୍ୟୁଟି କରୁଥିବା ସମୟରେ ୨ ଟି ଗାଡିରୁ ୨୩୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତକାଲି ସଂଧ୍ୟାରେ ରେଢାଖୋଲ ସହର ନିକଟସ୍ଥ ପୁରୁଣାଗଡ ଛକରେ ସବଇନ୍ସପେକ୍ଟର ସୈାମ୍ୟରଂଜନ ମାହାଳିକଙ୍କ ନେତୃତ୍ୱରେ ନାକାଡ୍ୟୁଟି ଚାଲିଥିବା ବେଳେ ସଂଧ୍ୟା ପ୍ରାୟ ୭ ଟାରେ ବୈାଦ୍ଧ ପଟୁ ଧୂସର ରଙ୍ଗର ଏକ ୭୦୮ ମିନି ଟ୍ରକ (ଓଆର୍ ୦୨ବିକେ୩୭୪୮)କୁ ପୋଲିସ୍ ଅଟକାଇ ଥିଲା। ଗାଡଟିକୁ ଚେକିଙ୍ଗ କରୁଥିବା ବେଳେ ଗାଡିର ଆଭ୍ୟନ୍ତରିଣ ସ୍ଥାନରୁ ୧୫୩ ପ୍ୟାକେଡ୍ (୨୩୦କେଜି) ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲା ଏବଂ ଗଞ୍ଜେଇ ଗାଡିକୁ ପାଇଲଟିଙ୍ଗ କରି ଆଣୁଥିବା ଏକ ସୁଇଟ୍ ଡିଜାର କାରକୁ (ଓଡି ୦୨ ଏଏଲ୍‌୦୩୯୭) ମଧ୍ୟ ପୋଲିସ୍ ଧରିବାରେ ସଫଳ ହୋଇଛି। ଏଥିସହ ନଗଦ ୧୦୧୫୦୦ଟଙ୍କା, ୪ ଟି ବିଭିନ୍ନ ମଡେଲ୍‌ର ମୋବାଇଲ୍ ଜବତ କରିଛି ପୋଲିସ୍। ମାଜିଷ୍ଟେଟ୍ ଦାୟିତ୍ୱରେ ରେଢାଖୋଲ ଅତିରିକ୍ତ ତହସିଲ୍‌ଦାର୍ ଅମୂଲ୍ୟ ବାଘ ଉପସ୍ଥିତ ଥିଲେ।

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ପିଙ୍କୁ ସାହୁ(୨୯)ଧନଖାଣ୍ଡି, ବୈାଦ୍ଧ, ଛବିଦାସ (୪୦) ପୁରୀ ଜିଲ୍ଲା ନିମାପଡାର ସକଡା ଗ୍ରାମ,ଏବଂ ନିରଞନ ସାହୁ (୪୦) ପୁରୀ ଜିଲ୍ଲା ନିମାପଡା ତଳତାନଳା ଗ୍ରାମର ବୋଲି ଜଣା ପଡିଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ରେଢାଖୋଲ କେସ୍ ନଂ ୧୨୯ ତା ୨୨/୭/୨୦୨୦ ୟୁ/ଏସ ୨୦(ବି) (ଆଇଆଇ)(ସି)ଏନ୍‌ଡିପିଏସ୍ ଆକ୍ଟ ରେ କେସ ରୁଜୁ ହୋଇଥିବା ଜଣା ପଡିଛି।

ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆଙ୍କ ନିର୍ଦ୍ଦେଶରେ ସବଇନ୍ସପେକ୍ଟର ସୈାମ୍ୟରଞନ ମାହାଳିକ, ବୈଭବମାଳା ସ୍ୱାଇଁ, ହାବିଲଦାର ଜି.ଚନ୍ଦ୍ର ପ୍ରଧାନ, କେ.ଏସ୍ ପଣ୍ଡା, ଆର୍ ମହାନନ୍ଦ, ବି. ଧରୁଆ ପ୍ରମୁଖ ସାମିଲ୍ ହୋଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ସଫଳତା: ୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଦୁଇ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।

ସୂଚନା ମୁତାବକ ଗତକାଲି ରାତିରେ କନ୍ଧମାଳ ଜିଲ୍ଲାରୁ ଏକ ଗଞ୍ଜେଇ ବୋଝେଇ କାର ଭୁବନେଶ୍ୱର ଅଭିମୁଖେ ଯାଉଥିବାର ଖବର ବିଶେଷ ସୂତ୍ରରୁ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା  ଜାଣିବାକୁ ପାଇଥିଲେ। ବିଳମ୍ୱ ନକରି ଉକ୍ତ କାରକୁ ଧରିବା ନିମନ୍ତେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଏବଂ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏସପି।

ତେବେ ଟାଉନ ଥାନା ଏସଆଇ ରଶ୍ମିରଞ୍ଜନ ଦାସ, ଦିଗବିଜୟ ବିଶ୍ୱାଳ, ବିଜୟ କେତନ ବେହରା ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ତୁରନ୍ତ ଏକ ଟିମ ଗଠନ କରାଯାଇ ଉକ୍ତ ଗାଡିର ତାଲାସୀ ଜାରି ରହିଥିଲା। ପରିଶେଷରେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ସ୍ଥିତ ପ୍ରଫୁଲ୍ଲ ପାଲେସ ସମ୍ମୁଖରୁ (ଓଆର-୦୨-ଏଡ଼ି-୮୮୩୩) ନମ୍ବର ବିଶିଷ୍ଟ ଏକ ଫର୍ଡ଼ ଆଇକନ କାରକୁ ଠାବ କରିଥିଲା ପୋଲିସ।

ତେବେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ସାକ୍ଷୀ ମାନଙ୍କ ଉପସ୍ଥିତିରେ ପୋଲିସ ଉକ୍ତ ଗାଡ଼ିର ତାଲାସୀ ନେବାରୁ ସେଥିରୁ ୩୬ କିଲୋ ୫୦୦ ଗ୍ରାମ ଗଞ୍ଜେଇ ପୋଲିସକୁ ମିଳିଥିଲା।  ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ। ଏ ମାମଲାରେ କାରରେ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଦ୍ବୟ ହେଲେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୋଇଡା ଗ୍ରାମର ଦିଲ୍ଲୀପ କୁମାର ଦିଗଲ(୨୫) ଏବଂ ତ୍ରାସେପଦର ଗ୍ରାମର ମିଥୁନ ଦିଗଲ(୨୦)। ସେମାନଙ୍କ ନିକଟରୁ ଦୁଇ ଗୋଟି ମୋବାଇଲ ଫୋନ ସମେତ କାରଟିକୁ ମଧ୍ୟ ଜବତ କରିଛି ପୋଲିସ।

ଅଭିଯୁକ୍ତ ମାନଙ୍କ ବିରୋଧରେ ଖୋର୍ଦ୍ଧା ଟାଉନ ଥାନା ପୋଲିସ ୨୯ ଏନଡ଼ିପିଏସ ଆଇନ ଅନୁଯାୟୀ କେସ ନମ୍ବର ୨୬୪/୨୧ ରେ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଥିବାର ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

ଉକ୍ତ ସମ୍ମିଳନୀରେ ଜିଲ୍ଲା ଅତିରିକ୍ତ ଏସପି ସୁରେଶ କୁମାର ଦାସ, ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଏବଂ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ଆଦି ଉପସ୍ଥିତି ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚହଟାପଦା ଆଶ୍ରମରୁ ୧ କ୍ୱିଂଟାଲ ଗଞ୍ଜେଇ ଜବତ: ବାବା ସହ ୩ ଜଣ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ଅଂଚଳ ହେଉଛି ଗଞ୍ଜେଇ ଚୋରା ବେପାରିଙ୍କ ପେଣ୍ଠସ୍ଥଳ ଭାବରେ ଅତୀତରେ ପରିଗଣିତ ଥିଲା। ବାରମ୍ବାର ଚଢଉ ଓ ଗଞ୍ଜେଇ ଚାଷ କରୁଥିବା ଚାଷୀ ବିରୁଦ୍ଧରେ ପୋଲିସ୍ ର ମାତ୍ରାଧିକ ଚଢଉ ଯୋଗୁଁ ଗଞ୍ଜେଇ ବେପାରୀମାନେ ନୀରବି ଯାଇଥିଲେ। ସେମିତି ମଝିରେ ମଝିରେ ଚୋରାରେ ଗଞ୍ଜେଇ ଆଣୁଥିଲେ ମଧ୍ୟ ପୋଲିସ୍ ସେମାନଙ୍କୁ ଧରିବାରେ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଦୀର୍ଘ ଦିନର ନୀରବତା ପରେ ପୁଣି ଗଞ୍ଜେଇ ବେପାରୀ ମାନେ ମାତି ଉଠିଛନ୍ତି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ , ଗତକାଲି ସକାଳେ ନାକଟିଦେଉଳ ଥାନା ଶିମିଳିପାଳ ପଂଚାୟତ ଚହଟାପଦା ଆଶ୍ରମରୁ ୧କ୍ୱିଂଟାଲ ଗଞ୍ଜେଇ ନାକଟିଦେଉଳ ପୋଲିସ୍ ଜବତ କରିବା ସହ ବାବା ସମେତ ୩ ଜଣକୁ ଧରିବାରେ ସଫଳ ହୋଇଛି। ୨ ଦିନ ତଳେ ଅନୁଗୋଳ ଜିଲ୍ଲା ଆଉଁଳି ଗ୍ରାମର ଦୁଃଶାସନ ସାହୁ, ରାଇପାଳ ଗ୍ରାମର ସୁମନ ସାହୁ ଆଉଁଳି ଗ୍ରାମର ଶିବରାମ ପ୍ରଧାନଙ୍କ ଟେମ୍ପୁରେ ଫୁଲବାଣୀ ଅଂଚଳରୁ ୧୦୦କେଜି ଗଞେଇ ଆଣି ନାକଟିଦେଉଳ ବ୍ଲକ୍ ଶିମିଳିପାଳ ନିକଟସ୍ଥ ଚହଟାପଦା ମଠ ରେ ଦହି ବାବା (ତ୍ରିଲୋଚନ ଦାଶ) ଙ୍କୁ ହାତ କରି ସେଠାରେ ରଖିଥିଲେ। ଗଞ୍ଜେଇ ସବୁକୁ ଚଢା ଦରରେ ସେମାନେ ବାହାର ରାଜ୍ୟକୁ ଚାଲାଣ କରିବାର ଯୋଜନା କରିଥିବା ବେଳେ ନାକଟିଦେଉଳ ପୋଲିସ୍ କୈାଣସି ସୂତ୍ରରୁ ଖବର ପାଇ ରେଢାଖୋଲ ଏସ୍‌ଡିପିଓ ଜ୍ୟୋସ୍ନାରାଣୀ ପ୍ରଧାନ ଓ ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ଙ୍କ ସମେତ ପୋଲିସ୍ ସଦଳବଳ ଗତକାଲି ସକାଳୁ ସକାଳୁ ଆଶ୍ରମରେ ଚଢଉ କରିଥିଲେ।

ଆଶ୍ରମରୁ ୧୦୦ କେଜି ଗଞେଇ ଜବତ କରିବା ସହ ଜଣଙ୍କୁ ଟେକି ନେଇଥିଲା ପୋଲିସ୍। ୨ ଜଣ ଏହି କାରବାରରେ ସଂପୃକ୍ତି ନ ଥିବାରୁ ସେମାନଙ୍କୁ ପୋଲିସ୍ ଛାଡି ଦେଇଥିଲା। ଆଜି ଏହି କାରବାରରେ ସଂପୃକ୍ତି ଥିବା ଚହଟାପଦା ଆଶ୍ରମର ଦହି ବାବା ସମେତ ୩ ଜଣଙ୍କ ନାମରେ ଏକ ମାମଲା ରୁଜୁ କରିବା ସହ କୋର୍ଟଚାଲାଣ କରାଯାଇଛି ବୋଲି ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରଣପୁର ପୋଲିସକୁ ବଡ ସଫଳତା: ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଗଞ୍ଜେଇ ସହ ୧୦ ଚକିଆ ଗାଡି ଜବତ, ୬ ଗିରଫ

ନୟାଗଡ଼: ରଣପୁର ଥାନା ପୋଲିସକୁ ମିଳିଛି ଏକ ବଡ ସଫଳତା। ବିପୁଳ ପରିମାଣର ଗଞ୍ଜେଇ ସହ ଏକ ୧୦ ଚକିଆ ଟ୍ରକ୍ ପୋଲିସ ଜବତ କରିଛି। ଏହାସହ ଆନ୍ତରାଜ୍ୟ ଚୋରା ଗଞ୍ଜେଇ ଚାଲାଣ ର‌୍ୟାକେଟକୁ ଧରିବାରେ ମଧ୍ୟ ପୋଲିସ ସଫଳ ହୋଇଛି।

ନୟାଗଡ଼ ଜିଲ୍ଲା ରଣପୁର ଥାନା ପୋଲିସ ଏକ ଆନ୍ତରାଜ୍ୟ ଗଞ୍ଜେଇ ଚୋରାଚାଲାଣ ର‌୍ୟାକେଟକୁ ଗିରଫ କରିବା ସହ ବ୍ୟବହାର ହୋଇଥିବା ଏକ ୧୦ ଚକିଆ ଟ୍ରକ୍ ଓ ସେଥିରୁ ୩ କୁଇଣ୍ଟାଲ ୬୬ କେଜି ଗଞ୍ଜେଇ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ରଣପୁର ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ରଣପୁର ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ସୂଚନା ଦେଇଛନ୍ତି।

ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଇଆଇସି ଶ୍ରୀ ପଣ୍ଡା, ଏସଆଇ ପ୍ରୀତି ପ୍ରକାଶ ମହାନ୍ତି ସଦଳବଳେ ରାଜସୁନାଖଳା କୋଟଗଡ ଘାଟି ନିକଟରେ ଜଗି ରହିଥିଲେ। ମଙ୍ଗଳବାର ସନ୍ଧ୍ୟା ୭ଟାରେ ସଂନ୍ଦିଗ୍ଧ ୧୦ଚକିଆ ଟ୍ରକ୍‌କୁ ଘାଟି ନିକଟରେ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଦେଖି ଗଞ୍ଜେଇ ସହ ଟ୍ରକ୍‌କୁ ଜବତ କରିଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ ଆଠଗଡ ଜେନାପଦାର କାଳନ୍ଦିଚରଣ ରଣା, ଗୁଣ୍ଠୁଣିର ପବିତ୍ର କୁମାର ନାୟକ, ବେଗୁନିଆର ନାରାୟଣ ପରିଡା, ଭଞ୍ଜଗର ତାରିସେଣି ର ଭିକାରୀ ସେଠୀଙ୍କ ସମେତ ଉତ୍ତରପ୍ରଦେଶ ବାରଣାସୀ ଅଞ୍ଚଳର ଆରେଖ କୁମାର ଓ ବିନୟ କୁମାର।

ଏହି ଗଞ୍ଜେଇ ବିଶାଖାପାଟଣା ଅଞ୍ଚଳରୁ ଉତ୍ତରପ୍ରଦେଶ ବାରଣାସୀ ଯାଉଥିଲା ବୋଲି ପୋଲିସ ଗିରଫ ଅଭିଯୁକ୍ତମାନଙ୍କୁ ଜେରା କଲାବେଳେ ଜାଣିବାକୁ ପାଇଛି। ଏହି ଆନ୍ତରାଜ୍ୟ ଗଞ୍ଜେଇ ଚୋରା ଚାଲାଣରେ ଓଡ଼ିଶାର କିଛି ଗଞ୍ଜେଇ ବେପାରୀ ସାମିଲ୍ ଥିବାର ଅନୁମାନ କରାଯାଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କାର୍ ସହ ୧୧୪ କେଜି ଗଞ୍ଜେଇ ଜବତ: ଦୁଇ ଗିରଫ

କଟକ: ନିର୍ଗୁଣ୍ଡି ଟୋଲ ଗେଟ୍ ନିକଟରେ ଆଜି କେନ୍ଦ୍ରାଚଂଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ଉ କରାଯାଇ କାର୍ ସହିତ ୧୧୪ କେଜି ଗଞ୍ଜେଇ ଜବତ କରାଯାଇଛି। ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡ ରାଜ୍ୟର ରାକେଶ କୁମାର ପରମାଣିକ (୨୫) ଓ ମହେଶ ଦାଶ (୨୫)।

କାର୍ ନଂ ଜେଏଚ୦୫ସିଓ-୩୦୭୦ ଯୋଗେ ଝାଡ଼ଖଣ୍ଡ ରାଜ୍ୟକୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ କାର୍ ଟିକୁ ଧରାଯାଇଥିଲା। ଯାଂଚ୍ ବେଳେ ଗାଡିରୁ ଏହି ୧୧୪ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ହେବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ଅବକାରୀ ବିଭାଗର ଚଢାଉ: ଦୁଇ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ଜଣେ ମହିଳା ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗଞ୍ଜେଇ କାରବାର କରୁଥିବା ସମୟରେ ଟାଙ୍ଗୀ ଅବକାରୀ ବିଭାଗ ଜଣେ ମହିଳାଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଆଜି ସକାଳେ ଟାଙ୍ଗୀ ଅବକାରୀ ବିଭାଗ ଅଧିକାରୀ ଆଲୋକ କୁମାର ପ୍ରଧାନ କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ବ୍ଲକ ଅଧିନସ୍ଥ ଝରିଆ ଗ୍ରାମର ନୂଆ ସାହି ଠାରେ ସଦଳବଳେ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉ ସମୟରେ ୪୨ ବର୍ଷିୟା ମହିଳାଙ୍କୁ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଅବକାରୀ ବିଭାଗ ଗିରଫ କରିଛି। ଏବଂ ଅବକାରୀ ବିଭାଗ ତାଙ୍କ ନିକଟରୁ ୨ କେଜି ୩୦୦ ଗ୍ରାମ ଗଞ୍ଜେଇ ମଧ୍ୟ ଜବତ କରିଛି।

ତାଙ୍କ ବିରୁଦ୍ଧରେ ଏନ୍.ଡ଼ି.ପି.ଏସ୍ ଆଇନ ଅନୁଯାୟୀ କେସ ନମ୍ବର ୬୪/୨୦-୨୧ ରେ ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ମନୋଜ ବାରିକ, ଅବକାରୀ ଏବଂ ଟାଙ୍ଗୀ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପ୍ରଧାନପାଲି ଛକରୁ ୧୦ କେଜି ଗଞ୍ଜେଇ ଜବତ: ୨ ବାଇକ୍ ସହ ୪ ଜଣ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଚାରମାଳ ପୋଲିସ ଯାନବାହାନ ଯାଂଚ କରୁଥିବା ବେଳେ ପ୍ରଧାନପାଲି ଛକରୁ ଦୁଇଟି ମୋଟର ସାଇକେଲରୁ ୧୦ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଅପରାହ୍ନ ୩ ଟା ୧୫ ମିନିଟ୍ ସମୟରେ ଚାରମାଳ ଥାନା ପ୍ରଧାନ ପାଲି ଛକରେ ଚାରମାଳ ପୋଲିସ୍ ଗାଡି ଯାଂଚ କରୁଥିବା ସମୟରେ ବୌଦ୍ଧରୁ ୨ ଟି ମୋଟର ସାଇକେଲ ସମ୍ବଲପୁର ପଟକୁ ଯାଉଥିବା ବେଳେ ପୋଲିସ୍ ଗଞ୍ଜେଇ ଥିବାର ଜାଣିବାକୁ ପାଇ ବାଇକ ଦୁଇଟିକୁ ଅଟକାଇଥିଲା। ଯାଂଚ ବେଳେ ଦୁଇଟି ବ୍ୟାଗରୁ ୧୦ କେଜି ଗଞ୍ଜେଇ ଜବତ କରିଥିଲା ଚାରମାଳ ପୋଲିସ୍। ଦୁଇଟି ମୋଟରସାଇକେଲ ମଧ୍ୟରୁ ହୋଣ୍ଡାସାଇନ୍ ର ଗାଡି ନଂ ଓଡି-୧୯କେ-୬୬୦୧ ଏବଂ ବାଜାଜ୍ ସିଟି୧୦୦ ବାଇକର ଗାଡି ନଂ ନ ଥିବା ଚାରମାଳ ପୋଲିସ୍ ପ୍ରକାଶ କରିଛି। ସେମାନଙ୍କ ପାଖରୁ ଚାରୋଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି।

ଗିରଫ ବେପାରୀ ମାନେ ହେଲେ ଛତିଶ୍‌ଗଡ ରାଜ୍ୟ ତୁମଳା ଥାନା ଗଞିଆଡି ଗ୍ରାମର ଡିଲେଶ୍ୱର ରାମ ଯାଦବ, ତୁମଲା ଥାନା କୁଟେସେରା ଗ୍ରାମର କେଦାର ନାଥ ଯାଦବ, ବୌଦ୍ଧ ଜିଲ୍ଲା ଦେବନ୍ଧ ଗ୍ରାମର ପ୍ରଶନ୍ନ ନାଏକ ଏବଂ ବୌଦ୍ଧ ଜିଲ୍ଲା ମଥୁରା ଗ୍ରାମର ତପନ କୁମାର ବାଘକୁ ଚାରମାଳ ଥାନା କେସ୍ ନଂ ୧୭ ତା ୧୧/୨/୨୦୨୧ ୟୁ/ଏସ୍‌-୨୦(ବି)(ଆଇଆଇ)(ବି)୨୯ ଏନ୍‌ଡିପିଏସ୍ ଧାରା ୧୯୮୫ ରେ ଗିରଫ କରିଛି। ଆସନ୍ତା କାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଚାରମାଳ ଥାନାଧିକାରୀ ବସନ୍ତ ଦଳେଇ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

70 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: ମାଛକୁଣ୍ଡ ପୋଲିସ୍‌ ଦ୍ବାରା 712 କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 70 ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି ।ରାତିରେ ପାଟ୍ରୋଲିଂ ବେଳେ ଭେଡିବେଡା ନିକଟରେ ଏହା ଜବତ ହୋଇଛି । ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ଆନ୍ଧ୍ରରୁ ଜୟପୁର ଚାଲାଣ ହେଉଥିଲା। ପୋଲିସ୍‌ ଧରିବାବେଳେ ଗାଡି ଛାଡି ମାଫିଆ ଫେରାର ହୋଇଯାଇଥିଲେ। ତେବେ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଅବକାରୀ ବିଭାଗର ବଡ଼ ସଫଳତା : ପାଞ୍ଚ କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ସହ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ :  ଗତ କିଛିଦିନ ହେବ ବାଲୁଗାଁ-ବାଣପୁର ଅଞ୍ଚଳରେ ଅବକାରୀ ବିଭାଗ ବେଶ୍‌ ସକ୍ରିୟ ରହିଥିବାବେଳେ ଆଜି ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ୍‌ଆଇ ମନୋଜ କୁମାର ବାରିକ୍‌ ଓ ତାଙ୍କ ଟିମ୍‌ ଆଜି 5 କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛନ୍ତି ।

କୌଣସି ସୂତ୍ରରୁ ପୂର୍ବରୁ ଖବର ପାଇ ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଜାତୀୟ ରାଜପଥଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଅବକାରୀ ବିଭାଗ ଛପି ରହିଥିଲେ। ପାଖାପାଖି ସକାଳ 6.30ରେ ଅଭିଯୁକ୍ତ ନବକିଶୋର ପରିଡାଙ୍କୁ ଗଞ୍ଜେଇ ସହ ଧରିବାରେ ସଫଳ ହୋଇଥିଲେ ଅବକାରୀ ବିଭାଗ ।ବାଲୁଗାଁରୁ ତାଙ୍କ ଘର ଟାଙ୍ଗୀ ଅଭିମୁଖେ ଯାଉଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ଅବକାରୀ ବିଭାଗ। ଅଭିଯୁକ୍ତଙ୍କଠାରୁ 5 କିଲୋ 200 ଗ୍ରାମର ଗଞ୍ଜେଇ  ସହ ଓଡି25ଏଚ୍‌2380ନମ୍ବରର ଏକ ଟିଭିଏସ୍‌ ଜୁପିଟର୍‌ ସ୍କୁଟି ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ଅଭିଯୁକ୍ତଙ୍କୁ ଗିରଫ କରି ଏନ୍‌ଡିପିଏସ୍‌ ଆଇନ ଅନୁଯାୟୀ କେସ୍‌ ନଂ  32/20 ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନାଯୋଗ୍ୟ, ବାଲୁଗାଁ –ବାଣପୁର  ଅଞ୍ଚଳରେ ଅବକାରୀ ବିଭାଗ ବେଶ୍‌ କିଛି ଦିନ ହେବ ସକ୍ରିୟ ରହିଛି । ବହୁ ଚୋରା ମଦ ଚାଲାଣକୁ ରୋକିବା ସହ ଆଜି ଗଞ୍ଜେଇ ଜବତ କରିଛନ୍ତି । ଅବକାରୀ ବିଭାଗର ଏତାଦୃଶ କାର୍ଯ୍ୟକୁ ଅଞ୍ଚଳବାସୀ ବେଶ୍‌ ପ୍ରଶଂସା କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

୨ ବାଇକ ସହ ୩୫ କେଜି ଗଞ୍ଜେଇ ଜବତ; ମାଫିଆ ଫେରାର

କନ୍ଦର୍ପ ବେହେରା

ରେଢାଖୋଲ-ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଚାରମାଳ ପୋଲିସ୍ ୩୫ କେଜି ଗଞେଇ  ଓ ୨ଟି ବାଇକ ଜବତ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଚାରମାଳ ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧରୁ ଗଞ୍ଜେଇ ଧରି ଆସୁଥିବା ଦୁଇଟି ବାଇକକୁ ଚାରମାଳ ଥାନା ତେଲିପଣା ଛକ ନିକଟରେ ଗତକାଲି ସକାଳେ ଧରିବାରେ ସଫଳ ହୋଇଛି। ବେପାରୀମାନେ ମୂଖ୍ୟ ରାସ୍ତାରେ ନ ଆସି ଜଙ୍ଗଲି ରାସ୍ତାରେ ଆସୁଥିବାର ଚାରମାଳ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ଆସିଥିଲା ।

ଗଞ୍ଜେଇ ବେପାରୀମାନେ ବାଇକ ନଂ (ଓଡି ୧୫ ଏଫ୍ ୧୦୦୪) ଓ (ଓଆର୍ ୧୪ ଏମ୍ ୦୪୪୭) ରେ ୩୫ କେଜି ଗଞ୍ଜେଇ ଧରି ଆସୁଥିଲେ। ବେପାରୀମାନେ ପୋଲିସକୁ ଦେଖି ଗଞ୍ଜୋଇ ଓ ବାଇକ ଦୁଇଟି ଛାଡି ଫେରାର ହେବାରେ ସକ୍ଷମ ହୋଇଥିଲେ । ପୋଲିସ୍ ସେମାନଙ୍କୁ ଧରି ପାରି ନ ଥିଲା। ଏମିତି ଚାରମାଳ ଅଂଚଳରେ ବହୁ ଗଞ୍ଜେଇ ବେପାରୀ ଅନାୟାସରେ ପୋଲିସ୍ ଆଖିରେ ଧୂଳି ଦେଇ ଦିନ ଦି ପହରରେ ତ କେବେ କେବେ ରାତିରେ ଅନାୟାସରେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରୁଥିବା ଜଣା ପଡିଛି । ପ୍ରାୟତଃ ବେପାରୀମାନେ ବୌଦ୍ଧ ଅଂଚଳରୁ ଏହି କାରବାର କରୁଥିବା ଜଣାପଡିଛି ।

ଏଠାରେ ପ୍ରଶ୍ୱ ଉଠେ ଯେ , ପଡୋଶୀ ବୌଦ୍ଧରୁ ଗଞ୍ଜେଇ ଆସୁଥିଲେ ମଧ୍ୟ ବୌଦ୍ଧ ପୋଲିସ୍ ପେଟ୍ରୋଲିଂ କରୁ କରୁ ସେମାନଙ୍କୁ ଧରିବାରେ ସକ୍ଷମ ହେଉ ନଥିବା ବେଳେ ସମ୍ବଲପୁର ଜିଲ୍ଲା ଚାରମାଳ ପୋଲିସ୍ ଧରିବାରେ ସଫଳ ହେଉଥିବାରୁ ସାଧାରଣରେ ବୌଦ୍ଧ ପୋଲିସ ଉପରେ ସନ୍ଦେହ ସୃଷ୍ଟି ହେଉଛି। ଏହି ଚଢଉରେ ଚାରମାଳ ଥାନାଧିକାରୀ ବସନ୍ତ ଦଳାଇଙ୍କ ସହ ଚାରମାଳ ପୋଲିସ୍ ସାମିଲ ହୋଇଥିଲା।