କୈଲାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାଜ୍ୟ ଅବକାରୀ କମିଶନର ଓ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଯେଉଁଥିରେ ୩୦୦ କିଲୋ ଗଞ୍ଜେଇ, ୩ଟି କାର୍ ଜବତ୍ ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।
ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ, ଉକ୍ତ ଗଞ୍ଜେଇ ଗଜପତି ଜିଲ୍ଲାରୁ ଝାଡ଼ଖଣ୍ଡ ରାଜ୍ୟକୁ ଚାଲାଣ ହେଉଥିଲା ଓ ଉକ୍ତ କାରବାରରେ ସମ୍ପୃକ୍ତ ଝାଡ଼ଖଣ୍ଡ ରାଜ୍ୟର ଫିରୋଜ ଖାନ୍ ଓ ମହମ୍ମଦ ସାକିବ ସମେତ ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳିପଲ୍ଲୀ ଗ୍ରାମର ମହେଶ ପାତ୍ର ଓ ଡେଙ୍ଗାଉସ୍ତା ଗ୍ରାମର ଅଜିତ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ପୋକଡିବନ୍ଧ ଛକରେ ଏହି ଚଢାଉ ବେଳେ ଦୁଇଟି ଗାଡ଼ିରୁ ୩୦୦ କିଲୋ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଉକ୍ତ ଗାଡିକୁ ବାଟ କଢ଼େଇ ନେଉଥିବା ଅନ୍ୟ ଏକ କାର୍ କୁ ପୋଲିସ ଖଲିକୋଟ ଜାତୀୟ ରାଜପଥ ରାସ୍ତାରେ ଅଟକାଇ ଜବତ୍ କରିଛି।