ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀଠାରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବିବାହ ଭୋଜିରୁ ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଭ୍ୟାନ୍। ବିଳମ୍ୱିତ ରାତିରେ ଏହି ଅଘଟଣ ଘଟିଛି। ଏଥିରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାର ଥାନ୍ତିକୋଣ୍ଡାରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ବିବାହ ସମାରୋହରେ ସାମିଲ୍ ହୋଇ ଶ୍ରୀ ଭେଙ୍କେଟଶ୍ବର ସ୍ବାମୀ ମନ୍ଦିରରୁ ଫେରୁଥିବାବେଳେ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଭ୍ୟାନରେ ମୋଟ୍ 30 ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ଭ୍ୟାନ୍ଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଘଟଣାସ୍ଥଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସମସ୍ତ ଆହତଙ୍କୁ ରାଜମୁନ୍ଦରୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। (ଏଜେନ୍ସି)
Tag: ଦୁର୍ଘଟଣା
ସୀତାରାମ ଅଗ୍ରଓ୍ବାଲ
କୁହୁଡି: ୧୬ ନଂ ଜାତୀୟ ରାଜପଥ କୁହୁଡି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମାଲ ବୋଝେଇ ଟ୍ରକ୍। ଟ୍ରକ୍ ଧକ୍କାରେ ଗୋଟିଏ ଘର ସଂପୁର୍ଣ ଭାଙ୍ଗି ରୁଜି ଯାଇଥିବାବେଳେ ଗୋଟିଏ ଟାଟା ଏସି ଗାଡି ମଧ୍ୟ୍ୟ ଭାଙ୍ଗି ରୁଜି ଯାଇଥିବା ଜଣା ପଡିଛି। ଏହି ଦୁର୍ଘଟଣାରେ ଟ୍ରକ୍ର ହେଲପର ଗୁରୁତର ଆହତ ହୋଇଥିବାବେଳେ ଏକ ପୋଷା କୁକୁର ମଧ୍ୟ୍ୟ ମୃତ୍ୟୁବରଣ କରିଛି।
ଗତକାଲି ରାତିରେ ଆନ୍ଧ୍ରପ୍ରଦେଶରୁ ଟମାଟୋ ବୋଝେଇ କରି ଏକ ଟ୍ରକ କୋଲକତା ଅଭିମୁଖେ ଯାଉଥିଲା। ହଠାତ୍ କୌଣସି କାରଣରୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଘର ଭିତରକୁ ପଶି ଯାଇ ଓଲଟି ପଡିଥିଲା। ଏହି ଘଟଣାରେ ଟ୍ରକର ଚାଳକ ସୁରକ୍ଷିତ ଥିବା ବେଳେ ହେଲପର ଜଣକ ଟ୍ରକ୍ ଓ ଘର କାନ୍ଥ ମଧ୍ୟ୍ୟରେ ଚାପି ହୋଇ ରହିଥିଲା। ଟାଙ୍ଗୀ ଓ ବାଲୁଗାଁ ଅଗ୍ନିଶମ ବାହିନୀ ର ଅକ୍ଳାନ୍ତ ପ୍ରଚେଷ୍ଟା ଫଳରେ ଟ୍ରକ୍ ର ହେଲପର କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରା ଯାଇଥିଲା। ହେଲପରକୁ ଗୁରୁତର ଅଵସ୍ଥାରେ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରା ଯାଇଛି। ଟ୍ରକ ହେଲପର ନାମ ଏ ରାମ ଓ ତାର ଘର ଆନ୍ଧ୍ର ପ୍ରଦେଶର ବିଜୱାଡା ବୋଲି ଜଣା ପଡିଛି। ଟ୍ରକ୍ ଧକ୍କା ଦେବା ଯୋଗୁଁ ଜଗନ୍ନାଥ ବିଶ୍ୱାଳଙ୍କର ଗୋଟିଏ ବଖରା ଆଜଵେଷ୍ଟସ ଘର ଓ ଗୋଟିଏ ଟାଟା ଏସି ଗାଡି ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ଏହା ସହ ଗୋଟିଏ ପୋଷା କୁକୁର ମରି ଯାଇଛି। ତେବେ ଏଥିରେ ଅନ୍ୟ କେହି ଆହତ ହୋଇ ନଥିବା ଖବର ମିଳିଛି। କୁହୁଡି ଫାଣ୍ଡି ପୋଲିସ୍ ଘଟଣାର ତଦନ୍ତ କରୁଛି।
ଅନୁଗୁଳ : ଟ୍ରକ୍କୁ ପଛରୁ ଆଉ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ଏକ କୋଇଲା ବୋଝେଇ ଟ୍ରକକୁ ପଛପଟୁ ଟ୍ରଲର୍ ଧକ୍କାଦେବା ଫଳରେ ଘଟଣାସ୍ଥଳରେ ଟ୍ରଲର୍ ଚାଳକ ଓ ହେଲପର୍ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଜରପଡ଼ା ଥାନାର 55 ନମ୍ବର ଜାତୀୟ ରାଜପଥରେ ଭାଗିରଥିପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଅନୁଗୁଳ ପଟୁ ସମ୍ବଲପୁର ଆଡ଼କୁ ଯାଉଥିବା ଏକ ଟ୍ରଲର୍ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରକ୍ ପଛରେ ଧକ୍କା ଦେଇଥିଲା। ଏହା ଫଳରେ ଟ୍ରଲର୍ ଚାଳକ ଓ ହେଲପର୍ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ଜରପଡ଼ା ଥାନା ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କର ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତକଙ୍କ ପରିଚୟ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ ।
ମହାରାଷ୍ଟ୍ର: ମହାରାଷ୍ଟ୍ରର ନନ୍ଦୁରବାରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଯାତ୍ରୀବାହୀ ବସ୍ ବ୍ରିଜ ଉପରୁ ଚାଳିଶ ଫୁଟ୍ ତଳକୁ ବସ୍ ଖସି ପଡ଼ିବାରୁ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ 35 ଜଣ ଆହତ ହୋଇଛନ୍ତି । ମହାରାଷ୍ଟ୍ରର ନନ୍ଦୁରବାର ଅନ୍ତର୍ଗତ ଖାମଚନ୍ଦର ଗାଁ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ବସ୍ ଡ୍ରାଇଭର, ହେଲପର ସମେତ ତିନି ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ବସ୍ଟି ମଲକାପୁରରୁ ସୁରତ ଅଭିମୁଖେ ଯାଉଥିଲା । ବିସାରବାଡ଼ି ନିକଟରେ କୋଦଇବାରି ନିକଟରେ ବସଟି ଭାରସାମ୍ୟ ହରାଇ ଘାଇ ଭିତରେ ଖସି ପଡ଼ିଥିଲା । ବସ୍ଟରେ 40ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବାର ସୂଚନା ରହିଛି । ଦୁର୍ଘଟଣାରେ 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 35 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କିଛି ଜଣ ଗୁରୁତର ରହିଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । (ଏଜେନ୍ସି)
ମୟୂରଭଞ୍ଜ : ମୟୂରଭଞ୍ଜର ରରୁଆଁ ନିକଟରେ ଟ୍ରକ୍ ତଳେ ଚାପି ହୋଇ ତିନିଜଣ ମୃତ୍ୟୁବରଣ କରିଛନ୍ତି । ତିନିଜଣ ଗୋଟିଏ ସ୍କୁଟିରେ ଯାଉଥିବାବେଳେ ଟ୍ରକ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟିବା ସମୟରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଦୁଇ ଘଣ୍ଟାର ଉଦ୍ୟମ ପରେ ଦୁଇଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲ ।
ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଏନ୍ଏଚ୍ ଫୁଲଗୋନ୍ଥାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତାରେ ଯାଉଥିବା ଏକ ସ୍କୁଟିକୁ ଟ୍ରକ୍ ଧକ୍କା ଦେବା ଫଳରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ତିନିଜଣ ଗୋଟିଏ ସ୍କୁଟିରେ ଯାଉଥିବାବେଳେ ଟ୍ରକ୍ ଧକ୍କା ଦେଇଥିଲା । କିଛି ଘଣ୍ଟା ଧରି ଟ୍ରକ୍ର ଚକ ତଳେ ତିନିଜଣ ଚାପି ହୋଇ ରହିଯାଇଥିଲେ । ଜଣକ ଅଣ୍ଟା ଉପରେ ଟ୍ରକ୍ଟି ମାଡିଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କର ଛାତି ଉପରେ ଟ୍ରକ୍ ରହିଥିଲା । ମୃତକଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରିନାହିଁ ।
ଉମରକୋଟ : ଅଟୋ ଓଲଟି ପଡିବା ଯୋଗୁଁ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 15 ଜଣ ଆହତ ହୋଇଛନ୍ତି । ଚନ୍ଦାହାଣ୍ଡି ଘାଟି ରାସ୍ତାରେ ଅଟୋଟି ଓଲଟିପଡିଥିଲା। ଅଟୋ ଓଲଟି ପଡିବାରୁ 2 ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ 15ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ 3ରୁ 4 ଜଣ ଶିଶୁ ରହିଥିବାର ସୂଚନା ରହିଛି । ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିବାବେଳେ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାର ସୂଚନା ରହିଛି ।
ଭୁବନେଶ୍ୱର : କଟକରେ ରାସ୍ତାକଡ କେନାଲ ଭିତରକୁ କାର ପଶିଯାଇଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ 16 ନମ୍ବର ଜାତୀୟ ରାଜପଥର ତେଲେଙ୍ଗାପେଣ୍ଠ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କାରଟି ଭାରସାମ୍ୟ ହରାଇ କେନାଲକୁ ପଶିଯାଇଥିବାବେଳେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କର ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଦୁର୍ଘଟଣାର କାରଣ ମଧ୍ୟ ଜଣାପଡ଼ି ନାହିଁ । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତନାଘନା ଚଳାଇଛି ।
ଭୁବନେଶ୍ବର, ଆଜି ବରମୁଣ୍ଡା ଓଭର ବ୍ରିଜ ଏବଂ ଫାୟାର ଷ୍ଟେସନ ମଝିରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଦୁର୍ଘଟଣାଟି ଭୟଙ୍କର ଥିଲା। କାରଣ ସେହି ରାସ୍ତା ଉପରେ ଲୁହା ଖୁଣ୍ଟ ବୋଝେଇ ଏକ ଟ୍ରଲର ଛିଡା ହୋଇଥିଲା। ପଛରୁ ଏକ କୋଇଲା ବୋଝେଇ ଟ୍ରକ ଆସି ପିଟିଦେଲା। ଟ୍ରକର ଅବସ୍ଥା ଏପରି ହେଲା ଯେ ତା ଭିତରୁ ଡ୍ରାଇଭର ବାହାରିବା କଷ୍ଟକର ହୋଇପଡିଛି।
ଖବର ପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଆସି ଟ୍ରାକକୁ କାଟି ତା ଭିତରୁ ଡ୍ରାଇଭରକୁ ବାହାର କରିବାକୁ ଚେଷ୍ଠା କରୁଛନ୍ତି। ତେବେ ଟ୍ରକରେ କେବଳ ଡ୍ରାଇଭର ବ୍ୟତିତ ଆଉ କେହି ନାହାଁନ୍ତି ବୋଲି ଜଣାପଡିଛି।
ଗଞ୍ଜାମ : ଗଞ୍ଜାମ ଗ୍ରାସିମ୍ ପ୍ଲାଣ୍ଟରେ ଷ୍ଟିମ୍ ପାଇପ ଫାଟିବା ଘଟଣାରେ ଆଉ ଜଣକର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ମୃତକ ଜଣକ ଚିକିତ୍ସାଧୀନ ଇଞ୍ଜିନିୟର ବୋଲି ଜଣାପଡିଛି । ଗ୍ରାସିମ୍ ପ୍ଲାଣ୍ଟ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 2କୁ ବୃଦ୍ଧି ହୋଇଛନ୍ତି । ପୂର୍ବରୁ ଚିକିତ୍ସାଧୀନ ଅବସ୍ଥାରେ ଜଣେ ହେଲପର୍ଙ୍କ ମୃତ୍ୟୁ ଘଟିଥିଲା ।
ସୂଚନାଯୋଗ୍ୟ, ଗତ 6 ତାରିଖ ମଙ୍ଗଳବାର ଦିନ ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଏକ ଅଘଟଣ ଘଟିଥିଲା । କମ୍ପାନୀର ଷ୍ଟିମ ପାଇପ ବେଲ୍ ଫାଟିଯିବା ଫଳରେ ସେଠାରେ ଜଣେ ଇଂଜିନିୟରସମତେ ତିନି ଜଣ ଠିକା କର୍ମଚାରୀ ଗୁରୁତର ହୋଇଥିଲେ।
କେନ୍ଦୁଝର : ଘରେ ଶୋଇଥିବାବେଳେ ହାଇଓ୍ବା ମାଡ଼ି ଯାଇ ଗୋଟିଏ ପରିବାରର ତିନିଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଡର୍ବି ଛକରେ ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟିଛି ।
ଭାରସାମ୍ୟ ହରାଇ ହାଇଓ୍ବାଟି ଡର୍ବି ଛକରେ ଥିବା ଗୋପାଳ ମୁଣ୍ଡାଙ୍କ ଘରଭିତରେ ପଶିଯାଇଥିଲା । ଘରେ ଶୋଇଥିବା ତିନି ପିଲାଙ୍କ ଉପରେ ଚଢିଯାଇଥିଲା ହାଇଓ୍ବା । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅପରପକ୍ଷରେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ହାଇଓ୍ବା ଡ୍ରାଇଭର । ପୋଲିସ୍ ହାଇଓ୍ବାକୁ ଜବତ କରିବା ସହ ମାଲିକକୁ ଅଟକ ରଖିଛି ।
ମାଲକାନଗିରି : ପୁଣିଥରେ ଏକ ଶ୍ରମିକ ଗାଡି ଦୁର୍ଘଟଣାଗସ୍ତ ହୋଇଛି । ଭାରସାମ୍ୟ ହରାଇ ବସ୍ ଓଲଟିଯବା ଫଳରେ 7ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏନ୍ଏଚ୍ – 326 ଚମ୍ପାଖାରିଠାରେ ଶ୍ରମିକ ନେଇ ଯାଉଥିବା ଏକ ବସ୍ ଓଲଟି ପଡିଛି । ଏହି ଦୁର୍ଘଟଣାରେ 7ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ଶ୍ରମିକଙ୍କୁ ମାଲକାନଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ବସ୍ଟି 27ଜଣ ଶ୍ରମିକଙ୍କୁ ସୋନପୁରରୁ ତାମିଲନାଡୁ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ରହିଛି ।
ସୀତାରାମ ଅଗ୍ରୱାଲ
ବାଲୁଗାଁ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସ୍ଥଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ରାତି ୩ ଘଟିକାରେ ଯୋଡ଼ାରୁ ଗୋପାଳପୁର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ(ସିଜି-୦୪ଏମବି-୪୦୭୭) ଟି ସୁବୁଦ୍ଧିପାଟଣା ଛକ ନିକଟରେ ବ୍ରେକ ଡ଼ାଉନ ହୋଇଯିବାରୁ ଟ୍ରକଟିକୁ ରାସ୍ତାରେ ଛିଡାକରି ଟ୍ରକ ଚାଳକ ଟ୍ରକ ତଳେ ପଶି ମରାମତି କରୁଥିଲେ। ଉକ୍ତ ସମୟରେ ଦ୍ରୁତଗତିରେ ଯୋଡ଼ାରୁ ଗୋପାଳପୁର ଯାଉଥିବା ଆଉ ଏକ କୋଇଲା ବୋଝେଇ ଟ୍ରକ(ଏପି-୦୫-ଟିଟି-୯୭୨୦) ସେହି ସ୍ଥାନରେ ଆଇରନ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା ଫଳରେ ଆଇରନ ବୋଝେଇ ଟ୍ରକଟି ଆଗକୁ ଗଡ଼ିଯାଇ ଟ୍ରକ ଚକା ତଳେ ଥିବା ଚାଳକ ଉପରେ ଚଢ଼ିଯାଇଥିଲା ଏବଂ ଘଟଣାସ୍ଥଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଥିଲା।
ମୃତ ଗାଡ଼ି ଚାଳକଙ୍କ ନାମ ଶ୍ରୀକାନ୍ତ ନାୟକ (୪୫) ଏବଂ ତାଙ୍କ ଘର ନୂଆପଡା ବୋଲି ଜଣାପଡ଼ିଛି। ଅପରପକ୍ଷରେ ଧକ୍କା ଦେଇଥିବା କୋଇଲା ବୋଝେଇ ଟ୍ରକ ଚାଳକ ଗୁରୁତର ଭାବେ ଆହତ ହୋଇଥିବାସ୍ଥଳେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି। ଘଟଣାସ୍ଥଳରେ ନାଭଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼, ଅନ୍ୟ ପୋଲିସ କର୍ମଚାରୀ ଏବଂ ଶାଳିଆ ପ୍ରେସ କ୍ଲବର ସମ୍ପାଦକ ମନୋରଞ୍ଜନ ବେହେରା ଉପସ୍ଥିତ ଥାଇ ଟ୍ରାଫିକ କ୍ଳିଅର କରିବା ସହ ପୋଲିସ ମୃତ ବ୍ୟକ୍ତିଙ୍କ ଶବ ଏବଂ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି। ସୂଚନାଥାଉ କି ଗତ ଦୁଇ ଦିନ ତଳେ ଉକ୍ତ ସ୍ଥାନରେ ଆଉ ଏକ ସଡ଼କ ଦୁର୍ଘଟଣା ଘଟିଥିଲା।
ସୀତାରାମ ଅଗ୍ରୱାଲ
ନାଚୁଣୀ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କହ୍ନେଇପୁର ଛକରେ ବାଇକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ଅବସ୍ଥା ଗୁରୁତର ଥିବାର ସୂଚନା ଅଛି।
ମିଳିଥିବା ସୂଚନା ଅନୁଯାୟୀ ମୋରାମୋରି ପଞ୍ଚାୟତ ଅନ୍ତର୍ଗତ କନ୍ଧ ଆମ୍ବଝର ଗ୍ରାମର ରବି ବରାଳଙ୍କ ପୁତ୍ର ପୂର୍ଣଚନ୍ଦ୍ର ବରାଳ(୩୧) ଗତକାଲି ରାତି ୧୧.୩୦ ମିନିଟରେ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବାରୁ ଖାଦ୍ୟ ଖାଇ ବାଲୁଗାଁ ବାଇପାସ ଅଭିମୁଖେ ନିଜ ବାଇକ(ଓ ଆର ୦୨ ବି.ଡ଼ି ୮୨୧୩) ଯୋଗେ ଯାଉଥିଲେ। କିଛି ବାଟ ଗଲାପରେ କହ୍ନେଇପୁର ଛକ ନିକଟରେ ପୂର୍ଣଚନ୍ଦ୍ର ଭାରସାମ୍ୟ ହରାଇ ବାଇକକୁ ଏକ କିଆ ବୁଦାମୂଳ ଭିତରେ ଭର୍ତ୍ତି କରିଦେଇଥିଲେ। ଯାହା ଫଳରେ ତାଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ସେ ରାଜାରାସ୍ତା ଉପରେ ସଂଜ୍ଞାହିନ ହୋଇ ପଡିରହିଥିଲେ। ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିବା ସହ ନାକ ଫାଟି ପ୍ରଚୁର ରକ୍ତସ୍ରାବ ହେଉଥିଲା। ଏହାଦେଖି କିଛି ବ୍ୟକ୍ତି ତୁରନ୍ତ ନାଚୁଣୀ ଫାଣ୍ଡିକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଏ.ଏସ.ଆଇ ହାଡିବନ୍ଧୁ ନାୟକ ପହଁଚି ଆହତଙ୍କୁ ଉଦ୍ଧାର କରିବା ପାଇଁ ଗଙ୍ଗାଧରପୁର ଅଗ୍ନିଶମ ବିଭାଗକୁ ଡ଼କାଇଥିଲେ। ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ ସାହୁ ନିଜ ଟିମ ସହ ଘଟଣାସ୍ଥଳରେ ପହଁଚି ପୂର୍ଣ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦେଇଥିଲେ। ହେଲେ କ୍ୟାପିଟାଲ ହସ୍ପିଟାଲରେ ଆଇ.ସି.ୟୁ ବେଡ଼ ଖାଲି ନଥିବାରୁ ପୂର୍ଣ୍ଣଙ୍କ ପରିବାର ବହୁ ଘରୋଇ ହସ୍ପିଟାଲକୁ ରାତି ଯାକ ଦୌଡ଼ି ଦୌଡ଼ି ଶେଷରେ ସହିଦନଗର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପୂର୍ଣ୍ଣଙ୍କୁ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବାର ସୂଚନା ମିଳିଛି।
ସୀତାରାମ ଅଗ୍ରଓ୍ବାଲ
ଟାଙ୍ଗୀ : ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କୁହୁଡି ବଜାର ଛକଠାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ୧୧.୩୦ରେ ତାମିଲନାଡୁରୁ ଯାତ୍ରୀ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ମିନି ବସ ଟି କୁହୁଡି ବଜାର ନିକଟରେ ଏକ ଟ୍ରକକୁ ପଛପଟୁ ଶକ୍ତ ଧକା ଦେଇଥିଲା। ଫଳରେ ବସର ଆଗ ପଟ ନଷ୍ଟ ହୋଇଯାଇଥିବା ସ୍ଥଳେ ଚାରି ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଡାକ୍ତରଖାନାକୁ ପଠାଯାଇଛି। ଘଟଣାସ୍ଥଳରେ ଗଙ୍ଗାଧରପୁର ଅଗ୍ନିଶମ କର୍ମଚାରୀ ଉପସ୍ଥିତ ଥିବା ବେଳେ କୁହୁଡି ଫାଣ୍ଡି ପୋଲିସ ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛି।
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କରୋନା ଆରମ୍ଭ ସମୟରେ ଲକ୍ଷଲକ୍ଷ ପ୍ରବାସୀ ଘରମୁହାଁ ହେଲେ। ସେମାନଙ୍କ କୌଣସି ରେଜିଷ୍ଟେସନ ହେଲା ନାହିଁ। ସେମାନଙ୍କ ରହିବା ଖାଇବା ଅବ୍ୟବସ୍ଥା ସାଙ୍ଗକୁ କେତେ ପ୍ରବାସୀ ଆସିଲେ ଓ ଗଲେ ତା’ର ମଧ୍ୟ କୌଣସି ହିସାବ ରାଜ୍ୟ ସରାକର ପାଖରେ ନାହିଁ। ରାଜ୍ୟ ସରାକରଙ୍କ ଭୁଲ୍ ପ୍ରବାସୀ ନୀତି ଯୋଗୁଁ ଯେଉଁ ଶ୍ରମିକମାନେ ଘରମୁହାଁ ହେଉଥିଲେ ଏକାଧିକ ଦୁର୍ଘଟଣା ଘଟି ସେମାନଙ୍କ ପ୍ରାଣ ହରାଇଥିଲେ। ବର୍ତ୍ତମାନ ରାଜ୍ୟ ସରକାର ଜିଲ୍ଲାରେ ଶ୍ରମିକମାନଙ୍କୁ କାମ ଯୋଗାଇବା ଓ ଥଇଥାନ କରିବାରେ ବିଫଳ ହୋଇଛନ୍ତି, ଫଳରେ ଶ୍ରମିକମାନେ ପୁଣି କରୋନା ସଂକ୍ରମଣକୁ ନ ଡ଼ରି ବଂଚିବା ଆଶାରେ ସୁରାଟ, ମୁମ୍ବାଇ, ବେଙ୍ଗାଲୁରୁ ଆଦି ରାଜ୍ୟକୁ ଯିବା ଆରମ୍ଭ କରିଛନ୍ତି।
ଶନିବାର ଦିନ ଛତିଶଗଡ଼ ନିକଟରେ ଦୁର୍ଘଟଣାରେ ଗଂଜାମରୁ ଯାଉଥିବା ସାତଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପାଇଁ ନବୀନ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ଆଜି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଆହୁତ ସାମ୍ବାଦିକ ସମ୍ମିଳନୀରେ ସଭାପତି ପୀତବାସ ପଣ୍ଡା ଦାୟୀ କରିଛନ୍ତି। ଗତ କିଛି ଦିନ ହେଲା ହଜାର ହଜାର ଶ୍ରମିକ ଗଂଜାମ ଜିଲ୍ଲାରୁ ବିପଦସଂକୁଳ ଅବସ୍ଥାରେ ବସ୍ଯାତ୍ରା କରି ଅନ୍ୟ ରାଜ୍ୟକୁ ଯାଉଛନ୍ତି। ସେମାନଙ୍କ ପଂଜିକରଣ ହେଉନାହିଁ। ୨୦ ବର୍ଷ ଶାସନ ମଧ୍ୟରେ ଗଂଜାମ ଜିଲ୍ଲାକୁ ଶିଳ୍ପ ବିହୀନ କରାଯାଇଛି। ଆସିକା ସୁତାକଳରେ ତାଲା ଝୁଲୁଛି, ଚିନି ଶିଳ୍ପ ରୁଗ୍ଣା ଅବସ୍ଥାରେ। କଂଗ୍ରେସ ଅମଳରେ କରାଯାଇଥିବା ଶିଳ୍ପାୟନଗୁଡ଼ିକ ଆନ୍ତରିକ ଅଭାବରୁ ପୂର୍ଣ୍ଣାଙ୍ଗ ରୂପ ନେଇପାରୁନାହିଁ। ଜିଲ୍ଲାରେ ଶୀତଳ ଭଣ୍ଡାରର ଅଭାବ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ।
ନବୀନ ସରକାର ଜିଲ୍ଲାରେ ମଦକୁ ଏକ କୁଟୀର ଶିଳ୍ପରେ ପରିଣତ କରି ଜିଲ୍ଲାର ଅର୍ଥନୀତିକୁ ଧ୍ୱଂସ କରି ଦେଇଛନ୍ତି। ତେଣୁ ରାଜ୍ୟ ସରକାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଅନ୍ତି। ପ୍ରବାସୀ ଶ୍ରମିକଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦେଇ ପଂଜିକରଣ ବାଧ୍ୟତାମୂଳକ କରିବାକୁ ସଭାପତି ଶ୍ରୀ ପଣ୍ଡା କହିଥିଲେ।
ସୀତାରାମ ଅଗ୍ରଓ୍ବାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କୟଥାପଲ୍ଲା ଛକ ନିକଟରେ ଗୋରୁ ପଲ ଉପରେ ଚଢିଗଲା ମାଲ ବାହୀ ଟ୍ରକ୍। ଘଟଣା ସ୍ଥଳରେ ୧୩ ଗୋରୁ ମୃତ ହୋଇଥିବାବେଳେ ୧୨ ରୁ ଅଧିକ ଗୋରୁ ଆହତ ହୋଇଥିବାର ସୂଚନା ରହିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।
ଗୋରୁ ମାନଙ୍କର ମୃତ ଶରୀର ଦୁର୍ଘଟଣା ସ୍ଥଳରେ ପଡି ରହିଥିବା ବେଳେ କେତେକ ଗୋରୁ କ୍ଷତାକ୍ତ ହୋଇ ସେଠାରେ ଯନ୍ତ୍ରଣାରେ ଛଟ ପଟ ହେଉଛନ୍ତି। ଆଉ କେତେକ ଗୋରୁ ଭୟରେ କୁଆଡେ ପଳାଇ ଯାଇଛନ୍ତି। ଗୋରୁ ଗୁଡିକ ସ୍ଥାନୀୟ ଅଂଚଳ ଲୋକଙ୍କର ବୋଲି ଜଣା ପଡିଛି।
ଦୁର୍ଘଟଣା ଖବର ପାଇ ପ୍ରାଣୀ ଚିକିତ୍ସା ସହାୟକ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଭ୍ରାମ୍ୟମାଣ ଚିକିତ୍ସା ଦଳ ଘଟଣା ସ୍ଥଳରେ ପହଂଚି ଆହତ ଗୋରୁ ମାନଙ୍କର ଚିକିତ୍ସା କରିଛନ୍ତି। ଗୋରୁ ଗୁଡିକ ରାସ୍ତା କଡରେ ଶୋଇଥିବା ବେଳେ ଦ୍ରୁତଗାମୀ ମାଲ ବାହୀ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇ ଥିବା ଅନୁମାନ କରା ଯାଉଛି।
ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ ରୋଡରେ ଏକ ଦୁର୍ଘଟଣା ଘଟିଛି। ଆଜି ଅପରାହ୍ନରେ ଜଣେ ବାଇକ ଚାଳକ ଜଣେ ସାଇକେଲ ଆରୋହୀ ଝିଅ ଟିକୁ ଆଗ ପଟୁ ଧକ୍କା ଦେବାରୁ ଝିଅଟି ଗୁରୁତର ଭାବେ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଜଣେ ଆପାଚି ବାଇକ ଚାଳକ ଦ୍ରୁତ ଗତିରେ ଯାଉଥିବାବେଳେ ଜଣେ ଯୁବତୀଙ୍କୁ ଆଗ ପଟୁ ଧକ୍କାଦେଇଥିଲେ। ଭୀମପୁର ଗ୍ରାମ ଶଗଡ଼ିଆ ସାହିର ବିଶ୍ୱନାଥ ପରିଡ଼ାଙ୍କ ଝିଅ ସୁଚିତ୍ରା ପରିଡ଼ା(୨0) ସାଇକେଲ ଯୋଗେ ବାଣପୁର ବଜାରରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ଭେଟେଶ୍ୱର ଗ୍ରାମର ସର୍ବେଶ୍ୱର ପଲେଇ(୨୧) ନାମକ ଜଣେ ଯୁବକ ନିଜ ବାଇକ ଦ୍ଵାରା ସାମ୍ନାରୁ ଧକ୍କା ଦେଇଥିଲେ। ଫଳରେ ସୁଚିତ୍ରା ସାଇକେଲରୁ ଛିଟିକି ତଳେ ପଡିଯାଇଥିଲେ।
ଖବର ପାଇ ବାଣପୁର ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସୁଚିତ୍ରାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଝିଅଟିର ମୁହଁରେ ଦୁଇ ଗୋଟି ଷ୍ଟିଚ ପଡ଼ିଥିବା ବେଳେ କାନରୁ ରକ୍ତ ବାହାରୁଥିବାରୁ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି। ଅପରପକ୍ଷେ ଧକ୍କା ଦେଇଥିବା ଗାଡ଼ି ଚାଳକଙ୍କୁ ବାଣପୁର ପୋଲିସ ତାଙ୍କ ଗାଡି ଜବତ କରିବା ସହିତ ଯୁବକଙ୍କୁ ଥାନାରେ ଅଟକ ରଖିଛି।
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୁର୍ଘଟଣାରେ ଆହତ ଜଣେ ଯୁବକଙ୍କୁ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଦ୍ଧାର କରି ମେଡ଼ିକାଲ୍ ନେବାରେ ସହାୟତା କରିଥିଲେ। ଆଜି ଜଣେ ଯୁବକ ବ୍ରହ୍ମପୁର ଆଡ଼ୁ ଆନ୍ଧ୍ରା ପଟକୁ ଯାଉଥିବାବେଳେ କନିଷି ଛକ ନିକଟରେ ଦୁର୍ଘଟଣାରେ ଶିକାର ହୋଇଥିଲେ। ସେ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାବେଳେ ଜିଲ୍ଲାପାଳ ଉକ୍ତ ରାସ୍ତା ଦେଇ ଯାଉଥିଲେ। ସେ ଆହତ ଯୁବକଙ୍କୁ ଦେଖିବା କ୍ଷଣି ଗାଡ଼ିରୁ ଓହ୍ଲାଇ ତୁରନ୍ତ ମେଡ଼ିକାଲ୍ ପଠାଇବା ବ୍ୟବସ୍ଥା କରିଥିଲେ। ଆହତ ଯୁବକର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ।
ରାଇରଙ୍ଗପୁର : ରାଇରଙ୍ଗପୁର ଟାଉନ୍ ଥାନାଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଟ୍ରାକ୍ଟର ଦୁର୍ଘଟଣାଗସତ ହୋଇଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଟାଉନ୍ ଥାନା ପାତେପାଣି ଗାଁ ପାଖରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2 ଜଣ ଗୁରୁତର ହୋଇଛନ୍ତି । ଟ୍ରାକ୍ଟରରେ ଚାପି ହୋଇ ଚାଳକର ମୃତ୍ୟୁ ହୋଇଥିବା ସ୍ଥଳେ 2 ଶ୍ରମିକ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ଶ୍ରମିକ ରାଇରଙ୍ଗପୁର ମେଡ଼ିକାଲରେ ଚିକିତ୍ସାଧୀନ ରହିଛନ୍ତି ।
ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁର ବ୍ଲକ ସାନହନ୍ତୁଆଡର ଜଣେ ଯୁବକ ଏକ ମୋଟର ସାଇକେଲ୍ରେ ମେଘାମ୍ବରୀ ପଛପଟ କେନାଲ ରୋଡରେ ବାଲୁଗାଁ ଆଡକୁ ଯାଉଥିବାବେଳେ ସାମ୍ନା ପଟୁ ଏକ ଅଟୋ ଗାଡି ଧକ୍କା ଦେଇଥିଲା। ଅଟୋଟି ଦ୍ରୁତଗତିରେ ଥିବାବେଳେ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ମୋଟର ଚାଳକଙ୍କ ଗୋଡ ମୁହଁ ଓ ଅନ୍ୟ ଜାଗାରେ ମାଡ ହୋଇ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ କିଛି ଭଦ୍ର ବ୍ୟକ୍ତିମାନେ ଉକ୍ତ ଯୁବକ ଉଦ୍ଧାର କରିବା ସହିତ ଅଟୋ ଗାଡି ଓ ଡ୍ରାଇଭରକୁ ଅଟକାଇଥିଲେ। ଗୁରୁତରଙ୍କୁ ବାଣପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଡ୍ରାଇଭର ଜଣକ ନିଜ ଦୋଷ ସ୍ବୀକାର କରି କ୍ଷତିପୂରଣ ଦେବା ପାଇଁ ରାଜି ହୋଇଥିଲେ। ଏଥିପାଇଁ ଅଟୋ ଡ୍ରାଇଭର ଜଣକ ନିଜ ଗାଡିଟିକୁ ସମ୍ପୃକ୍ତ ଗୁରୁତର ଆହତଙ୍କ ଘରେ ରଖି ଫେରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ଏହି ସମସ୍ୟାର ସମାଧାନ କରିନାହାନ୍ତି। ଏହାପରେ ଗୁରୁତର ଆହତ ହୋଇଥିବା ପରିବାରଙ୍କ ତରଫରୁ ବାଣପୁର ଥାନାରେ ଏନେଇ ମାମଲା ଦାଏର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଗତକାଲି ଦିନ ୧୦ ଘଟିକା ସମୟରେ ସାନହନ୍ତୁଆଡର ସତ୍ୟନାରାୟଣ ପଟ୍ଟନାୟକ ନାମକ ଜଣେ ଯୁବକ ମେଘାମ୍ବରୀ ମନ୍ଦିର ପଛପଟ ଠାରେ ଏକ ଅଟୋ ସହ ଧକ୍କା ହୋଇଥିଲେ। ଅଟୋ ଗାଡିର ନମ୍ବର ହେଉଛି ଓଡି ୦୭-ଏସି ୭୫୩୨। ଅଟୋଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ଅଭିଯୋଗ କରିଛନ୍ତି ଆହତ ଜଣକ। ତେବେ ଏହି ଘଟଣାର ସମାଧାନ କରି ତାଙ୍କ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସେ ବାଣପୁର ଥାନାର ଦ୍ବାରସ୍ତ ହୋଇଛନ୍ତି ଆହତ ଯୁବକଜଣକ।
ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ 12ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ 40 ଜଣ ଯାତ୍ରୀଙ୍କୁ ନେଇ ବସ୍ଟି ରାୟଗଡ଼ାରୁ କଟକ ଯାଉଥିବାବେଳେ ଖ୍ରୀଷ୍ଟପୁର ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍ର ସାମ୍ନା ପଟୁ ଏକ ଟ୍ରକ୍ ଚାଲି ଆସିବାରୁ ଦୁର୍ଘଟଣା ଘଟିଥିଲା । ତେବେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।