Categories
ଆଜିର ଖବର ଖେଳ ଜାତୀୟ ଖବର

ଜାନୁଆରୀରେ ଦିନିକିଆ ଏବଂ ଟି-୨୦ ସିରିଜ୍ ଖେଳିବାକୁ ଭାରତ ଆସିବ ନ୍ୟୁଜିଲ୍ୟାଣ୍ଡ, ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀ ମାସରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳ ଭାରତ ଗସ୍ତ କରିବ। ଏହି ଭ୍ରମଣରେ ନ୍ୟୁଜିଲ୍ୟାଣ୍ଡ ଦଳ ଭାରତୀୟ ଦଳ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ସମାନ ସଂଖ୍ୟକ ମ୍ୟାଚ୍ ର ଟି -୨୦ ସିରିଜ୍ ଖେଳିବ। ନ୍ୟୁଜିଲ୍ୟାଣ୍ଡର ଏହି ଯାତ୍ରା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନ୍ୟୁଜିଲ୍ୟାଣ୍ଡ ଦଳର ଏହି ଯାତ୍ରା ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହେବ। ଏଥି ସହିତ, ଏହି ଭ୍ରମଣର ଶେଷ ମ୍ୟାଚ୍ ଫେବୃଆରୀ ୧ ତାରିଖରେ ଖେଳାଯିବ।

ନ୍ୟୁଜିଲ୍ୟାଣ୍ଡ ବନାମ ଇଣ୍ଡିଆ ସିରିଜ୍ କାର୍ଯ୍ୟସୂଚୀ:

ପ୍ରଥମ ଦିନିକିଆ- ଜାନୁଆରୀ ୧୮ ତାରିଖ, ହାଇଦ୍ରାବାଦ

ଦ୍ୱିତୀୟ ଦିନିକିଆ- ଜାନୁଆରୀ ୨୧ ତାରିଖ, ରାୟପୁର।

ତୃତୀୟ ଦିନିକିଆ- ଜାନୁଆରୀ ୨୪ ତାରିଖ, ଇନ୍ଦୋର।

ପ୍ରଥମ ଟି-୨୦- ଜାନୁଆରୀ ୨୭ ତାରିଖ, ରାଞ୍ଚି।

ଦ୍ୱିତୀୟ ଟି-୨୦- ଜାନୁଆରୀ ୨୯ ତାରିଖ, ଲକ୍ଷ୍ନୌ।

ତୃତୀୟ ଟି-୨୦- ଫେବୃଆରୀ ୧ ତାରିଖ, ଅହମ୍ମଦାବାଦ।

Categories
Hockey Worldcup23 ଆଜିର ଖବର ରାଜ୍ୟ ଖବର

ଭାରତର ପ୍ରସିଦ୍ଧ ହକି ଗାଁ ସଉନାମରାରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ଏବଂ ସାଂସ୍କୃତିକ ପ୍ରତିଯୋଗିତାର ଶୁଭାରମ୍ଭ

ସୁନ୍ଦରଗଡ଼: ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଉତ୍ସବମୁଖର ହୋଇଉଠିଛି। ରାଉରକେଲା ସହର ସମେତ ସମଗ୍ର ଜିଲ୍ଲାରେ ଏକ ଉତ୍ସବର ବାତାବରଣ ସୃଷ୍ଟି କରିବାକୁ ପ୍ରଶାସନ ଆଗେଇ ଆସିଛି। ଭାରତୀୟ ହକିକୁ ବିଶେଷ ଅବଦାନ ଦେଇଥିବା ବାଲିଶଙ୍କରା ବ୍ଲକର ସଉନାମରା ଗାଁରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି।
ଏହି ଅବସରରେ ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ୨୭୯ଟି ଗ୍ରାମପଞ୍ଚାୟତ ସ୍ତରରେ ଏକାସାଙ୍ଗେ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ବ୍ଲକ ସ୍ତର ହୋଇ ଜିଲ୍ଲା ସ୍ତରରେ ପହଞ୍ଚିବ।

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ୨୭୯ଟି ଗ୍ରାମପଞ୍ଚାୟତକୁ ଯୋଡ଼ି ଏହି ବ୍ୟାପକ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏଥିରେ ହକି ଲାଗି ୮୦୦ରୁ ଅଧିକ ଏବଂ ଫୁଟବଲ ଲାଗି ୧୧୦୦ରୁ ଅଧିକ ଟିମ ପଞ୍ଜୀକରଣ କରିଛନ୍ତି। ପ୍ରାୟ ୧ ମାସ ଧରି ଏହି ପ୍ରତିଯୋଗିତା ଚାଲିବ।

ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କ ଅଧ୍ୟକ୍ଷତାରେ ସଉନାମରା ହାଇସ୍କୁଲ ପଡ଼ିଆଠାରେ ମଙ୍ଗଳବାର ଦିନ ଏହି ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା। ଏଥିରେ ସୁନ୍ଦରଗଡ଼ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି ଉତ୍ସବରେ ସଉନାମରା ଗାଁର ପୁଅ ତଥା ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ ଏବଂ ଗାଁର ଝିଅ ତଥା ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

‘‘ଆମ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ୍ ହେବାକୁ ଯାଉଛି। ଏଥିପାଇଁ ରାଉରକେଲାରେ ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏଠାରେ ବିଶ୍ୱକପ ହେବା ଫଳରେ ସୁନ୍ଦରଗଡ଼ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ପାଇବ। ଗାଁ ଗହଳିରେ ହକି ଖେଳୁଥିବା ପିଲାଙ୍କ ସୁବିଧା ପାଇଁ ବ୍ଲକ ସ୍ତରରେ ହକି ଟର୍ଫ କରାଯାଉଥିବାରୁ ଆଗାମୀ ଦିନରେ ଅନେକ ପ୍ରତିଭାବାନ ଖେଳାଳି ବାହାରିପାରିବେ’’, କହିଛନ୍ତି ଶ୍ରୀଯୁକ୍ତ ଜୁଏଲ ଓରାମ।
‘‘ମୁଁ ଆଜି ଯେଉଁ ବିଶେଷ ପରିଚୟ ପାଇଛି ତାହା କେବଳ ମୋ’ ଜନ୍ମ ମାଟି ସଉନାମରା ପାଇଁ। ଏଇ ଗାଁ ପଡ଼ିଆରେ ହକି ଖେଳି ଦିନେ ମୁଁ ଭାରତୀୟ ଟିମରେ ସାମିଲ ହୋଇପାରିଥିଲି। ଏବେ ସଉନାମରା ସହ ଜିଲ୍ଲାର ଅନ୍ୟ ଗାଁର ଅନେକ ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ହକି ଖେଳି ସୁନ୍ଦରଗଡ଼ ଏବଂ ଓଡ଼ିଶା ପାଇଁ ଗୌରବ ଆଣିପାରିଛନ୍ତି’’, ଏହି ଅବସରରେ କହିଛନ୍ତି ଦିଲ୍ଲୀପ ତିର୍କୀ।

‘‘ହକି ବିଶ୍ୱକପକୁ ସ୍ୱାଗତ କରିବା ପାଇଁ ଜିଲ୍ଲାବ୍ୟାପି ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ହକି ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ସହିତ ସ୍କୁଲ, କଲେଜ ସ୍ତରରେ ମଧ୍ୟ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ କରାଯିବ। ଜନସାଧାରଣଙ୍କ ସହଯୋଗରେ ବିଶ୍ୱକପକୁ ଆକର୍ଷଣୀୟ ଓ ସ୍ମରଣୀୟ କରିବା ଲାଗି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି’’, କହିଛନ୍ତି ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି। ଜିଲ୍ଲାବ୍ୟାପି ହେଉଥିବା ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଯୋଡ଼ି ହେବା ଲାଗି ଜିଲ୍ଲାପାଳ ଏହି ଅବସରରେ ଅନୁରୋଧ କରିଛନ୍ତି।

ସଉନାମରାଠାରେ ଅନୁଷ୍ଠିତ ଉତ୍ସବରେ ତଲସରାର ମାନ୍ୟବର ବିଧାୟକ ଭବାନୀଶଙ୍କର ଭୋଇ, ବଣାଇଁର ମାନ୍ୟବର ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସୁନ୍ଦରଗଡ଼ର ମାନ୍ୟବର ବିଧାୟିକା କୁସୁମ ଟେଟେ, ଜିଲ୍ଲାପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ଟପ୍ପୋ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, ଏସପି ସାଗରିକା ନାଥ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଅତିଥିମାନେ ହକି ଷ୍ଟିକରେ ବଲକୁ ମାରି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ। ପରେ ପରେ ମହିଳା ଓ ପୁରୁଷ ଉଭୟ ବର୍ଗରେ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ କରାଯାଇଥିଲା।

ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଆଦିବାସୀ ଓ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ତା’ଛଡ଼ା ‘ହକି ଭିଲେଜ’ ଭାବେ ପରିଚିତ ସଉନାମରା ଗାଁର କ୍ରୀଡ଼ା ଇତିହାସ ଉପରେ ଏକ ଡକ୍ୟୁମେଣ୍ଟାରି ଫିଲ୍ମ ପ୍ରଦର୍ଶନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟା ଜୟନ୍ତୀ ଏକ୍କା ଓ ବେଲମତି ଧରୁଆ, ବାଲିଶଙ୍କରା ବ୍ଲକ ଅଧ୍ୟକ୍ଷ କୁଞ୍ଜଲତା ଭିତିରିଆ, ବିଡିଓ ଜ୍ୟୋତିର୍ମୟୀ ପ୍ରଧାନ, ସଉନାମରା ସରପଞ୍ଚ ଚୁଲୁ ବାର୍ଲାଙ୍କ ସହିତ ସ୍କୁଲ ଛାତ୍ରଛାତ୍ରୀ ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ହକି ବିଶ୍ୱକପ ପାଇଁ ସ୍କୁଲ ଏବଂ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିବାକୁ ପ୍ରଶାସନ ପ୍ରସ୍ତୁତି କରିଛି। ଛାତ୍ରଛାତ୍ରୀଙ୍କ ଭିତରେ ବ୍ୟାଡମିଣ୍ଟନ, ଭଲିବଲ, କବାଡ଼ି, ଖୋଖୋ, ହକି ଏବଂ ଫୁଟବଲ ପ୍ରତିଯୋଗିତା କରାଯାଇ ଜିଲ୍ଲାବ୍ୟାପି ଏକ କ୍ରୀଡ଼ାର ପରିବେଶ ସୃଷ୍ଟି କରାଯିବ। ତା’ଛଡ଼ା ଛାତ୍ରଛାତ୍ରୀଙ୍କ ଭିତରେ ବିଭିନ୍ନ ସର୍ଜନାତ୍ମକ ପ୍ରତିଯୋଗିତା ମଧ୍ୟ କରାଯିବ।

ସୁନ୍ଦରଗଡ଼ ଜିଲ୍ଲାରେ ବହୁ ଆଦିବାସୀ ନୃତ୍ୟ, ଲୋକନୃତ୍ୟ ଏବଂ ଲୋକସଙ୍ଗୀତ ଦଳ ରହିଛନ୍ତି। ହକି ବିଶ୍ୱକପ ଅବସରରେ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯିବ। ଏହି ସାଂସ୍କୃତିକ ଦଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା କରାଯାଇ ଜିଲ୍ଲା ସ୍ତରରେ ପୁରସ୍କୃତ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଭାରତ ଡ୍ରୋନ୍ ଟେକ୍ନୋଲୋଜିର ଏକ କେନ୍ଦ୍ର ହେବ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ 

ଦିଲ୍ଲୀ: ଭାରତ ଡ୍ରୋନ୍ ଟେକ୍ନୋଲୋଜିର ଏକ କେନ୍ଦ୍ରରେ ପରିଣତ ହେବ ଏବଂ ଆସନ୍ତା ବର୍ଷ ସୁଦ୍ଧା ଭାରତକୁ ଅତି କମରେ ଏକ ଲକ୍ଷ ଡ୍ରୋନ୍ ପାଇଲଟ୍ ମାନଙ୍କର ଆବଶ୍ୟକତା ପଡିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି। ସେ ଆଜି ଚେନ୍ନାଇ ଠାରେ ‘ଡ୍ରୋନ୍ ଯାତ୍ରା ୨.୦’ କୁ ଉଦ୍ଘାଟନ କରିବା ପରେ ଏହି ସମାବେଶକୁ ସମ୍ବୋଧିତ କରିଥିଲେ।

ଟେକ୍ନୋଲୋଜି ପ୍ରକୃତରେ ଦ୍ରୁତ ଗତିରେ ବିଶ୍ୱକୁ ପରିବର୍ତ୍ତନ କରିବାରେ ଲାଗିଛି ଏବଂ ଏହା ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ପ୍ରାସଙ୍ଗିକ ହୋଇ ପଡିଛି, କାରଣ ଏହାର ପ୍ରୟୋଗ ପୃଥିବୀର ଅନେକ ଜଟିଳ ସମସ୍ୟାର ସମାଧାନ କରୁଛି ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ “ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଥରେ ଭାରତ ନିକଟରେ ଏକ ମିଲିୟନ ସମସ୍ୟାର ଏକ ବିଲିୟନ ସମାଧାନ ରହିଛି ବୋଲି କହିଥିଲେ। ’ଏକ ବିଲିୟନ୍ରୁ ଅଧିକ ଲୋକ ବସବାସ କରୁଥିବା ଦେଶ ଭାବରେ , ଭାରତ ଆଗରେ ରହିବା ପାଇଁ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ତାର ଲାଭ ଉଠାଉଛି।”

ଭାରତରେ ଡ୍ରୋନ୍ ଟେକ୍ନୋଲୋଜି କ୍ଷେତ୍ରରେ ହେଉଥିବା ଅଗ୍ରଗତି ବିଷୟରେ ବିସ୍ତୃତ ଭାବରେ ସେ ସୂଚନା ଦେଇ କହିଛନ୍ତି ଯେ, ବିଟିଂ ରିଟ୍ରିଟ୍ ସମୟରେ ଆଇଆଇଟିର ପୂର୍ବତନ ଛାତ୍ର ମାନଙ୍କ ନେତୃତ୍ୱରେ ଭାରତୀୟ ଷ୍ଟାର୍ଟ – ଅପ୍ ‘ବୋଟ୍ଲ୍ୟାବ୍ ଡାଇନାମିକ୍ସ’ ଦ୍ୱାରା ୧୦୦୦ ଭାରତରେ ପ୍ରସ୍ତୁତ ଡ୍ରୋନର ଚମତ୍କାର ପ୍ରଦର୍ଶନ ଦ୍ୱାରା ସମଗ୍ର ଦେଶ ଆଶ୍ଚର୍ଯ୍ୟଚକିତ ହୋଇଥିଲା। ସ୍ୱାମିତ୍ୱ ଯୋଜନା (ଗ୍ରାମ ଗୁଡିକର ସର୍ଭେ ଏବଂ ଗ୍ରାମାଂଚଳରେ ଉନ୍ନତତର ଟେକ୍ନୋଲୋଜି ସହିତ ମ୍ୟାପିଂ) ର ଏକ ଅଂଶ ଭାବରେ ଗ୍ରାମ ଗୁଡିକରେ ଡ୍ରୋନ୍ ମାଧ୍ୟମରେ ଜମି ଏବଂ ଘର ଉପରେ ସର୍ଭେ ପ୍ରସ୍ତୁତ କରା ଯାଉଛି ବୋଲି ସେ କହିଛନ୍ତି । ଗ୍ରାମାଂଚଳର ଜମିରେ କୀଟନାଶକ ଏବଂ ନାନୋ ସାର ସିଂଚନ ପାଇଁ ଡ୍ରୋନକୁ ବହୁଳ ଭାବେ ବ୍ୟବହାର କରା ଯାଉଛି।

ସେ କହିଛନ୍ତି ଯେ, ନିକଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଏମ୍ଓସିଏ) ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଭାରତର ୨୦୨୧ର କ୍ରିକେଟ୍ ସିଜନ୍ରେ ଆକାଶ ମାର୍ଗରୁ ସିଧାପ୍ରସାରଣ ଲାଗି ସିନେମାଟୋଗ୍ରାଫି ନିମନ୍ତେ ଡ୍ରୋନ ନିୟୋଜନ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) କୁ ସର୍ତ୍ତମୂଳକ ରିହାତି ପ୍ରଦାନ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଥିବା “କିଷାନ ଡ୍ରୋନ ଯାତ୍ରା” ର ଏକ ଅଂଶ ଭାବରେ କୀଟନାଶକ ସିଂଚନ କରିବା ପାଇଁ ୧୦୦ଟି କିଷାନ ଡ୍ରୋନ ଦେଶର ବିଭିନ୍ନ ଗ୍ରାମକୁ ପଠା ଯାଇଥିଲା ବୋଲି ସେ କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟକୁ ଉଦ୍ଧୃତ କରି କହିଛନ୍ତି ଯେ, “ବର୍ତ୍ତମାନ ଏହି ଦିଗରେ କିଷାନ ଡ୍ରୋନ ଏକ ନୂତନ ଯୁଗର ବିପ୍ଳବର ଶୁଭାରମ୍ଭ”।

ଭାରତର ବୃହତ୍ତମ ଡ୍ରୋନ୍ ଉତ୍ପାଦନ ସଂସ୍ଥା ଗରୁଡ ଏରୋସ୍ପେସ୍ ଦ୍ୱାରା କରା ଯାଇଥିବା ମହାନ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ଏହି ସଂସ୍ଥା ପରିଦର୍ଶନ କରିବା ସମୟରେ ମନ୍ତ୍ରୀ ଗରୁଡ କିଷାନ ଡ୍ରୋନର ଉନ୍ନତ ଉପକରଣ ଏବଂ ଉତ୍ପାଦନ ପ୍ରକ୍ରିୟାକୁ ମଧ୍ୟ ଦେଖିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଚଳିତ ବର୍ଷ ଆରମ୍ଭରେ ଉଦ୍ଘାଟନ କରିଥିଲେ। ଏତେ କମ୍ ସମୟ ମଧ୍ୟରେ ଏହି ସଂସ୍ଥା ପାଇଥିବା ସଫଳତାକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ। ଏହି ସଂସ୍ଥାରେ ଥିବା ଇଞ୍ଜିନିୟର ମାନେ ଉନ୍ନତ ମାନର ‘ଭାରତରେ ପ୍ରସ୍ତୁତ’ ଡ୍ରୋନର କାର୍ଯ୍ୟ ବିଷୟରେ ମନ୍ତ୍ରୀଙ୍କୁ ବିସ୍ତୃତ ଭାବରେ ବୁଝାଇ ଥିଲେ।

କୃଷି ଉତ୍ପାଦନ ବୃଦ୍ଧି ପାଇଁ କୃଷି କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ସେ ସରକାରଙ୍କ ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇ ଥିଲେ। ସେ କହିଥିଲେ ଯେ, ଏହା ପରିକଳ୍ପନା କରା ଯାଇଛି , ଏହି ଡ୍ରୋନ ଗୁଡିକ ଚାଷ ଜମିରେ କୀଟନାଶକ ବ୍ୟବହାରକୁ ସୁବ୍ୟବସ୍ଥିତ କରିବାରେ ସାହାଯ୍ୟ କରିବ, ଯାହା ଆମ ଚାଷୀ ମାନଙ୍କର ଲାଭକୁ ଆହୁରି ଅଧିକ କରିବ।

ଚଳିତ ବର୍ଷ ମେ ମାସରେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତର ସବୁଠୁ ବଡ ଡ୍ରୋନ ମହୋତ୍ସବ – ଭାରତ ଡ୍ରୋନ ମହୋତ୍ସବ ୨୦୨୨ର ଉଦ୍ଘାଟନ କରିଥିଲେ, ଯେଉଁଠାରେ ସେ କିଷାନ ଡ୍ରୋନ ପାଇଲଟ୍ ମାନଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲେ। ଡ୍ରୋନ୍ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରିବା ହେଉଛି ଉତ୍ତମ ଶାସନ ଏବଂ ଜୀବନର ସୁଗମତା ପାଇଁ ଆମର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବା ପାଇଁ ଅନ୍ୟ ଏକ ପ୍ରୟାସ ଅଟେ।

ପ୍ରତିରକ୍ଷା ଠାରୁ ଆରମ୍ଭ କରି କୃଷି ଏବଂ ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ର ପାଇଁ ଡ୍ରୋନ୍ ଟେକ୍ନୋଲୋଜି ଜରୁରୀ ବୋଲି ସେ କହିଛନ୍ତି। ପ୍ରଡକ୍ସନ୍ ଲିଙ୍କଡ୍ ଇନସେଂଟିଭ୍ (ପିଏଲ୍ଆଇ) ଭଳି ଯୋଜନା ଗୁଡିକ ମାଧ୍ୟମରେ ଦେଶରେ ଏକ ଶକ୍ତିଶାଳୀ ଡ୍ରୋନ୍ ଉତ୍ପାଦନ ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ମଧ୍ୟ ଭାରତ ଆଗକୁ ବଢ଼ୁଛି ବୋଲି ସେ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ, ମୋଦୀ ସରକାର ତିନିଟି ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ ମାଧ୍ୟମରେ ଅତ୍ୟାଧୁନିକ ଡ୍ରୋନ୍ ଟେକ୍ନୋଲୋଜି ଏବଂ ସେବା ଗୁଡିକର ଚାହିଦା ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ପ୍ରଭାବଶାଳୀ ନୀତି ଗୁଡିକ ହେଉଛି ନୂତନ ଡ୍ରୋନ୍ ନିୟମ, ୨୦୨୧ ; ଡ୍ରୋନ୍ ଏବଂ ଡ୍ରୋନ୍ ଉପାଦାନ ଗୁଡ଼ିକ ପାଇଁ ପିଏଲ୍ଆଇ ଆକାରରେ ପ୍ରୋତ୍ସାହନ ପ୍ରଦାନ କରିବା; ଏବଂ ସ୍ୱଦେଶୀ ଚାହିଦା ସୃଷ୍ଟି କରିବା ଯେଉଁଥିରେ କେନ୍ଦ୍ର ସରକାରଙ୍କ ୧୨ ଟି ମନ୍ତ୍ରଣାଳୟକୁ ଏହାକୁ ଆଗକୁ ନେବାକୁ ଦାୟିତ୍ୱ ଦିଆ ଯାଇଛି।

୨୦୨୩ ମସିହାରେ ଭାରତକୁ ଅତି କମ୍ରେ ଏକ ଲକ୍ଷ ପାଇଲଟ୍ ମାନଙ୍କର ଆବଶ୍ୟକତା ପଡିବ ବୋଲି ଦର୍ଶାଇ ସେ କହିଛନ୍ତି ଯେ ପ୍ରତ୍ୟେକ ପାଇଲଟ୍ ମାସକୁ ଅତି କମରେ ୫୦ – ୮୦ ହଜାର ଟଙ୍କା ରୋଜଗାର କରିବେ। ଯଦି ଆପଣ ହାରାହାରି ୫୦୦୦୦ x ୧ ଲକ୍ଷ ଯୁବକ x ୧୨ ମାସ = ୬୦୦୦ କୋଟି ଟଙ୍କାର ବର୍ଷକୁ ରୋଜଗାର ଡ୍ରୋନ୍ ସେକ୍ଟରରେ ସୃଷ୍ଟି ହୋଇପାରିବ ବୋଲି ସେ କହିଥିଲେ

ଏହା ବ୍ୟତୀତ ଉଦ୍ୟୋଗ ସମୂହ ଏବଂ ସରକାରୀ ଏଜେନ୍ସି ଯେଉଁମାନେ ଡ୍ରୋନ୍ ବ୍ୟବହାର କରନ୍ତି ସେମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେବେ। ଆଗାମୀ ଦୁଇ ବର୍ଷ ମଧ୍ୟରେ ଏକ ଲକ୍ଷ ‘ଭାରତରେ ପ୍ରସ୍ତୁତ’ ଡ୍ରୋନ୍ ତିଆରି କରିବାକୁ ଗରୁଡ ଏରୋସ୍ପେସ୍ର ଯୋଜନାକୁ ସେ ପ୍ରଶଂସା କରିଛନ୍ତି।

ଗରୁଡ ଡ୍ରୋନ୍ ସ୍କିଲିଂ ଆଣ୍ଡ ଟ୍ରେନିଂ ସମ୍ମିଳନୀ ଯାହା ସାରା ଦେଶର ୭୭୫ ଟି ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଛି , ୧୦ ଲକ୍ଷ ଯୁବକ ମାନଙ୍କ ନିକଟରେ ପହଂଚିବ ବୋଲି ଆଶା କରା ଯାଉଛି। ଏକ ଲକ୍ଷ ଯୁବକଙ୍କୁ ତାଲିମ ଦେବା ଲକ୍ଷ୍ୟରେ, କେବଳ ଡ୍ରୋନ୍ ପାରିବେଶିକ ବ୍ୟବସ୍ଥା ନୁହେଁ କିମ୍ବା ଯୁବକ ମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ପାଇଁ ନୁହେଁ, କୃଷି, ଖଣି, ସରକାରୀ ବିଭାଗ ଏବଂ ଅନ୍ୟାନ୍ୟ ଉଦ୍ୟୋଗ ଗୁଡିକରେ ବ୍ୟାପକ ପ୍ରଭାବ ସୃଷ୍ଟି କରିବ ବୋଲି ଆଶା ରହିଛି।

ବର୍ତ୍ତମାନ ଦେଶରେ ୨୦୦ ରୁ ଅଧିକ ଡ୍ରୋନ୍ ଷ୍ଟାର୍ଟ – ଅପ୍ କାର୍ଯ୍ୟ କରୁଥିବା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ , ଯୁବକ ମାନଙ୍କ ପାଇଁ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଏହି ସଂଖ୍ୟା ବୃଦ୍ଧି ପାଇବ।

ପ୍ରଭାବଶାଳୀ ନୀତି, ଉଦ୍ୟୋଗକୁ ପ୍ରୋତ୍ସାହନ ଏବଂ ‘ବ୍ୟବସାୟ କରିବାର ସହଜତା’ ଡ୍ରୋନ୍ କ୍ଷେତ୍ରକୁ ବହୁ ଆବଶ୍ୟକୀୟ ପ୍ରେରଣା ଯୋଗାଉଛି ଯାହା ଭାରତରେ ଏହାର ବିଶାଳ ସମ୍ଭାବନାକୁ ଦର୍ଶାଉଛି ବୋଲି ମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ର ଦୃଷ୍ଟିକୋଣ ଅନୁସାରେ, ମୁଁ ନିଶ୍ଚିତ ଯେ ବୃଦ୍ଧି ପାଉଥିବା ନବସୃଜନ ଏବଂ ଅତ୍ୟାଧୁନିକ ଡ୍ରୋନ ଟେକ୍ନୋଲୋଜି ପାରିବେଶିକ ବ୍ୟବସ୍ଥା ଅମୃତ କାଳରେ ଏକ ଆତ୍ମନିର୍ଭର ତଥା ନିରନ୍ତର ବିକଶିତ ନୂତନ ଭାରତକୁ ନିଶ୍ଚିତ କରିବ।”

ପ୍ରଥମ ଡ୍ରୋନ୍ ସ୍କିଲିଂ ଆଣ୍ଡ ଟ୍ରେନିଂ କନଫରେନ୍ସର ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଏକ ଡ୍ରୋନ୍ ଚଳାଇ ଥିଲେ। ଡ୍ରୋନ୍ ପାଇଲଟ୍ ପ୍ରଶିକ୍ଷଶ ସମ୍ପୂର୍ଣ୍ଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମନ୍ତ୍ରୀ ପ୍ରମାଣପତ୍ର ପ୍ରଦାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଭାରତ ଜି ୨୦ ଅଧ୍ୟକ୍ଷତା ଗ୍ରହଣ କରିବା ଉପଲକ୍ଷେ ସାରା ଦେଶର ୧୦୦ରୁ ଅଧିକ କିର୍ତ୍ତୀରାଜି ହେଲା ଆଲୋକିତ

ନୂଆଦିଲ୍ଲୀ: ଡିସେମ୍ବର ପହିଲା ଠାରୁ ଭାରତ ଜି-୨୦ ରାଷ୍ଟ୍ର ଗୋଷ୍ଠୀର ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିଛି। ଏହି ଉପଲକ୍ଷେ ୧ରୁ ୭ ଡିସେମ୍ବର ପର୍ଯ୍ୟନ୍ତ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦେଶର ୧୦୦ରୁ ଅଧିକ ଐତିହାସିକ କିର୍ତ୍ତୀରାଜିଗୁଡ଼ିକୁ ଜି୨୦ ଲୋଗୋରେ ଆଲୋକିତ କରାଯାଇଥିଲା।

ଦେଶବ୍ୟାପୀ ବିଭିନ୍ନ କୀର୍ତ୍ତିରାଜିଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀର ହୁମାୟୁଁ ସମାଧିସୌଧ, ଲାଲକିଲ୍ଲା, ପୁରାନା କିଲା, କୁତବମୀନାର, ହାଇଦ୍ରାବାଦର ଗୋଲକୋଣ୍ଡା ଦୁର୍ଗ, ଜାମ୍ମୁ ଓ କାଶ୍ମୀରର ଶଙ୍କରାଚାର୍ଯ୍ୟ ମନ୍ଦିର, ତେଲଙ୍ଗାନାର ରାମାପ୍ପା ମନ୍ଦିର, ରାଜସ୍ଥାନର ନାଗଡ଼ା ମନ୍ଦିର, କର୍ଣ୍ଣାଟକ ହମ୍ପିସ୍ଥିତ ଶ୍ରୀ ବୀରୂପାକ୍ଷ ମନ୍ଦିର, ବିହାରର ପ୍ରାଚୀନ ନାଳନ୍ଦା ବିହାରକୁ ମଧ୍ୟ ଆଲୋକିତ କରାଯାଇଥିଲା।

ଏହି ଅବସରରେ ଓଡ଼ିଶାର ପୁରୀସ୍ଥିତ କୋଣାର୍କ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ବରସ୍ଥିତ ରାଜାରାଣୀ ମନ୍ଦିର, ଖଣ୍ଡଗିରି ଏବଂ ଉଦୟଗିରି ଉପରେ ଥିବା ପ୍ରାଚୀନ ଗୁମ୍ଫା, ପ୍ରାଚୀନ କିର୍ତ୍ତିରାଜି ଓ ଐତିହ୍ୟ କୀର୍ତ୍ତିକୁ ଜି-୨୦ ଲୋଗୋରେ ଉଦଭାସିତ କରାଯାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଯେମିତି ଭାରତରୁ ମିଳିଥାଏ ସମ୍ମାନ, ସେଭଳି ସମ୍ମାନ ପାକିସ୍ତାନରୁ ମିଳେ ନାହିଁ: ସହିଦ ଆଫ୍ରିଦି

ନୂଆଦିଲ୍ଲୀ: ଐତିହାସିକ ଇଂଲଣ୍ଡ-ପାକିସ୍ତାନ ଟେଷ୍ଟ ସିରିଜ୍ ଆରମ୍ଭ ପୂର୍ବରୁ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ କ୍ରିକେଟ୍ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ସେ ଘୋଷଣା କରିଛନ୍ତି ଯେ, ପାକିସ୍ତାନରେ ଭୟଙ୍କର ବନ୍ୟା ପରିସ୍ଥିତିର ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେ ସିରିଜର ସମସ୍ତ ମ୍ୟାଚ୍ ଫି ଦାନ କରିବେ। ଏଭଳି ପରିସ୍ଥିତିରେ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ଷ୍ଟୋକ୍ସଙ୍କ ଏହି ଘୋଷଣାକୁ ପ୍ରଶଂସା କରି କହିଛନ୍ତି ଯେ, ଏହା ବର୍ତ୍ତମାନ ଏଭଳି ହେବା ଉଚିତ, କାରଣ ଆନ୍ତର୍ଜାତୀୟ ଖେଳାଳିମାନେ ପରସ୍ପର ସହ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ଅଟନ୍ତି।

ଏହା ସହ ସହିଦ ଆଫ୍ରିଦି ଭାରତୀୟ ମାଟିରେ ପାକିସ୍ତାନର ବିଶ୍ୱକପରେ ଖେଳିବାର ଦିନଗୁଡ଼ିକୁ ମନେ ପକାଇ କହିଥିଲେ ଯେ, ତାଙ୍କ ଦଳ ଭାରତରେ ଯେଉଁ ସମ୍ମାନ ପାଇଛି, ତାହା ପାକିସ୍ତାନରେ ମଧ୍ୟ ଉପଲବ୍ଧ ନାହିଁ।

ଆଫ୍ରିଦି କହିଛନ୍ତି ଯେ, “ସେତେବେଳେ ପରିସ୍ଥିତି ଥିବାରୁ ଏହା ଏକ ସକାରାତ୍ମକ ବାର୍ତ୍ତା ଥିଲା। ଆମେ ଭାରତ ଯାତ୍ରା କରିବୁ କି ନାହିଁ ଏଥିରେ ସନ୍ଦେହ ଥିଲା। ସମଗ୍ର ବିଶ୍ୱ ଆପଣଙ୍କୁ ଜଣେ ଆଥଲେଟ୍ ଭାବରେ ଦେଖନ୍ତି। ଆପଣ ସବୁବେଳେ ନିଜ ଦେଶର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବାକୁ ଚାହଁନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ବେନ୍ ଷ୍ଟୋକ୍ସଙ୍କ ଏହି ଅବଦାନ ଆଶ୍ଚର୍ଯ୍ୟଜନକ ଥିଲା, ଏହା ଏକ ଭଲ ବାର୍ତ୍ତା ଥିଲା। ଏହିପରି ଜିନିଷଗୁଡିକ ବାରମ୍ବାର ଘଟିବା ଉଚିତ୍, ଖେଳାଳିମାନେ ବର୍ତ୍ତମାନ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ହୋଇଛନ୍ତି। ଆନ୍ତର୍ଜାତୀୟ ଖେଳାଳିମାନେ ବର୍ତ୍ତମାନ ଡ୍ରେସିଂ ରୁମକୁ ଏକାଠି ବାଣ୍ଟିଛନ୍ତି। ଏହି ସିରିଜ ବିଷୟରେ କହିବାକୁ ଗଲେ ୧୭ ବର୍ଷ ପରେ ଇଂଲଣ୍ଡ ପ୍ରଥମ ଥର ପାଇଁ ପାକିସ୍ତାନରେ ନାଲି ବଲ କ୍ରିକେଟ୍ ଖେଳୁଛି।

ଏହି ସିରିଜ୍ ରାୱଲପିଣ୍ଡିର ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଇଂଲଣ୍ଡ ୨୦୨୨ ଟି -୨୦ ବିଶ୍ୱକପ ପୂର୍ବରୁ ପ୍ରସ୍ତୁତି ପାଇଁ ପାକିସ୍ତାନରେ ୭ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜ୍ ଖେଳିଥିଲା। ଏହି ଟି-୨୦ ସିରିଜରେ ଇଂଲଣ୍ଡ ଜିତିଥିଲା।

Categories
ବିଶେଷ ଖବର

ଆମକୁ କାହାଠାରୁ ଗଣତନ୍ତ୍ର ବିଷୟରେ ଶିଖିବାର ଆବଶ୍ୟକତା ନାହିଁ: ଜାତିସଂଘରେ ଭାରତର ଜବାବ

ନୂଆଦିଲ୍ଲୀ: ଆସନ୍ତା ଏକ ମାସ ପାଇଁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ଅଧ୍ୟକ୍ଷତା ଗ୍ରହଣ କରିଛି। ଯେଉଁଥିରେ ଆତଙ୍କବାଦ ମୁକାବିଲା କରିବା ଏବଂ ବହୁପକ୍ଷବାଦୀକୁ ପ୍ରୋତ୍ସାହିତ କରିବା ଭାରତର ପ୍ରଥମ ପ୍ରାଥମିକତା ହେବ। ଏହି ଅବସରରେ ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ରୁଚିରା କମ୍ବୋଜ କହିଛନ୍ତି ଯେ, ଭାରତ କେଉଁ ପ୍ରସଙ୍ଗରେ ଆଗକୁ ବଢିବାକୁ ଚାହୁଁଛି। ସେ କହିଛନ୍ତି ଯେ, ଗଣତନ୍ତ୍ର ବିଷୟରେ କଣ କରିବାକୁ ହେବ ତାହା ଭାରତ କାହାଠାରୁ ଶିଖିବାର ଆବଶ୍ୟକତା ନାହିଁ। ଡିସେମ୍ବର ମାସ ପାଇଁ ରୁଚିରା କମ୍ବୋଜ ୟୁଏନଏସସିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ।

ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ରୁଚିରା କମ୍ବୋଜ ଜାତିସଂଘ ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ଯେଉଁଥିରେ ସେ କହିଛନ୍ତି ଯେ, ଆସନ୍ତା ଏକ ମାସ ମଧ୍ୟରେ ଭାରତ କିପରି କାର୍ଯ୍ୟ କରିବ ଏବଂ ମୁଖ୍ୟ ଏଜେଣ୍ଡା କ’ଣ ହେବ। ଏହି ସମୟରେ ଯେତେବେଳେ କମ୍ବୋଙ୍କୁ ଭାରତରେ ଗଣତନ୍ତ୍ର ଏବଂ ବକ୍ତବ୍ୟର ସ୍ଵାଧୀନତା ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଉତ୍ତର ଦେଇଥଲେ ଯେ, ଗଣତନ୍ତ୍ର କିପରି ଚାଲିଛି ତାହା ଭାରତ କାହାଠାରୁ ଶିଖିବାର ଆବଶ୍ୟକତା ନାହିଁ।

ତାଙ୍କ ମତକୁ ଆଗକୁ ନେଇ ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି ଯେ, ଆପଣ ସମସ୍ତେ ଜାଣନ୍ତି ଯେ ଭାରତ ହେଉଛି ବିଶ୍ୱର ଅନ୍ୟତମ ପ୍ରାଚୀନ ସଭ୍ୟତା। ଭାରତରେ ଗଣତନ୍ତ୍ରର ମୂଳ ୨୫୦୦ ବର୍ଷ ପୂର୍ବେ ଥିଲା। ଯଦି ଆମେ ସାମ୍ପ୍ରତିକ ଯୁଗ ବିଷୟରେ କହିବା, ତେବେ ଆମର ଗଣତନ୍ତ୍ରର ସମସ୍ତ ସ୍ତମ୍ଭ ମଜବୁତ ଭାବରେ ଠିଆ ହୋଇଛି। ଯେଉଁଥିରେ ବିଧାନସଭା, କାର୍ଯ୍ୟନିର୍ବାହୀ, ନ୍ୟାୟପାଳିକା ଏବଂ ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ। ଏହା ବ୍ୟତୀତ ସୋସିଆଲ ମିଡିଆ ମଧ୍ୟ ଅଛି। ସେଥିପାଇଁ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର।

ଭାରତୀୟ ରାଷ୍ଟ୍ରଦୂତ ଏଠାରେ ମଧ୍ୟ କହିଛନ୍ତି ଯେ, ବିଶ୍ୱକୁ ସାହାଯ୍ୟ କରିବା ପାଇଁ ଭାରତ କିପରି ସର୍ବଦା ଛିଡା ହୋଇଛି। ସେ କହିଛନ୍ତି, ଗତ ୨ ବର୍ଷ ମଧ୍ୟରେ ଯେତେବେଳେ ବିଶ୍ୱ ଏକ ସଙ୍କଟ ଦେଇ ଗତି କରୁଥିଲା, ସେତେବେଳେ ଭାରତ ସବୁବେଳେ ସାହାଯ୍ୟ ଏବଂ ସମାଧାନ ପାଇଁ ଖୋଜୁଥିଲେ।

ଭାରତକୁ ୟୁଏନଏସସିର ଅଧ୍ୟକ୍ଷତା ପାଇବା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, “ଭାରତ ଆଜି ଏକ ମାସ ପାଇଁ ୟୁଏନଏସସିର ଅଧ୍ୟକ୍ଷତା ଗ୍ରହଣ କରିଛି। ଦୁଇ ବର୍ଷ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଭାରତକୁ ୟୁଏନଏସସିର ମାସିକ ଅଧ୍ୟକ୍ଷତା ପଦ ମିଳିଛି। ଶେଷ ଥର ପାଇଁ ଅଗଷ୍ଟ ୨୦୨୧ରେ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ମାସିକ ଅଧ୍ୟକ୍ଷତା ପାଇଲା।

Categories
ଆଜିର ଖବର ଜାତୀୟ ଖବର

ଭାରତ ଜି -୨୦ ଅଧ୍ୟକ୍ଷତା ଗ୍ରହଣ କରିବା ଏକ ଐତିହାସିକ ମୂହୂର୍ତ୍ତ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର ଗୁରୁବାର ଦିନ ଭାରତ ଜି -୨୦ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାକୁ ଏକ ଐତିହାସିକ ମୂହୂର୍ତ୍ତ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଆମ ଦେଶର ପ୍ରତିଷ୍ଠା ଏବଂ ଖ୍ୟାତିକୁ ଉପଯୁକ୍ତ ଭାବେ ପ୍ରଦର୍ଶନ କରିବା ଆମର ଦାୟିତ୍ୱ ଅଟେ।

ଦେଶର ୫୬ ଟି ବିଭିନ୍ନ ସ୍ଥାନରେ ଏହି ବୈଠକର ଆୟୋଜନ ନିଶ୍ଚିତ କରିବ ଯେ ଏହି କାର୍ଯ୍ୟକ୍ରମରେ ବାସ୍ତବରେ ପ୍ରତ୍ୟେକ ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ ତଥା ନାଗରିକ ଅଂଶୀଦାର ଅଟନ୍ତି।

ଭାରତରେ ଯେତିକି ବିବିଧତା ରହିଛି ସେତିକି ସ୍ୱତନ୍ତ୍ରତା ରହିଛି। ବିଶ୍ୱ ନଜରକୁ ଭାରତର ସର୍ବୋତ୍ତମ ପରମ୍ପରାକୁ ଆଣିବା ଆମର ଦାୟିତ୍ୱ ଅଟେ ବୋଲି ଶ୍ରୀ ମିଶ୍ର ବିଶ୍ୱବିଦ୍ୟାଳୟ କନେକ୍ଟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି।

ଏକ ବିବୃତ୍ତି ଅନୁଯାୟୀ ଭାରତ ଏହାର ମାଟିରେ ସର୍ବ ବୃହତ ବହୁପକ୍ଷୀୟ କାର୍ଯ୍ୟକ୍ରମ ଆୟୋଜନ କରିବାର ଗୌରବମୟ ସୁଯୋଗ ପାଇଛି।

ଶ୍ରୀ ମିଶ୍ର କହିଛନ୍ତି, ଜି -୨୦ ଅଧ୍ୟକ୍ଷତା ଏକ ସୁଯୋଗ ଯାହା ଭାରତକୁ ବିଶ୍ୱରେ ଉପସ୍ଥାପନ କରିବା ପାଇଁ ଏକ ସୁଯୋଗ ଅଟେ। ବିଶ୍ୱବିଦ୍ୟାଳୟମାନେ ଛାତ୍ରମାନଙ୍କୁ ସ୍ଥାନୀୟ ଇତିହାସ ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନ, କଳା ଏବଂ ଅନ୍ୟାନ୍ୟ ସାଂସ୍କୃତିକ ପରମ୍ପରା ବିଷୟରେ ତାଲିମ ଦେଇ ପାରିବେ।

ଏପରିକି ଛାତ୍ରମାନେ ବୈଠକ ଆୟୋଜନ ତଥା ବିଦେଶୀ ପ୍ରତିନିଧିଙ୍କୁ ମାର୍ଗଦର୍ଶନ କରିବାରେ ଏକ ଅଂଶ ହୋଇପାରିବେ ବୋଲି ସେ କହିଛନ୍ତି।

ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ ଗୁରୁତ୍ୱପୂର୍ଣ୍ଣଐତିହାସିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ସ୍ଥାନ ବ୍ୟତୀତ ପ୍ରକୃତି, ପଦଯାତ୍ରା, ଗ୍ରାମ୍ୟ ପରିଦର୍ଶନ, ସାପ୍ତାହିକ ତଥା ସ୍ଥାନୀୟ ବଜାର ପରିଦର୍ଶନ ଭଳି ଗଭୀର ଅନୁଭୂତି ହୋଇପାରେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକ ମେଧାବି ଛାତ୍ର ଚୟନ କରିପାରିବେ ଏବଂ ସେମାନଙ୍କୁ ଅଧିବେଶନର ଯୋଗାଯୋଗ ପାଇଁ ଭାବରେ ତାଲିମ ଦେଇପାରିବେ।

ବିଶ୍ୱ ଆହ୍ୱାନର ସମୟ ଦେଇ ଗତି କରୁଛି ବୋଲି ଉଲ୍ଲେଖ କରି ଶ୍ରୀ ମିଶ୍ର କହିଛନ୍ତି ଯେ ଏହା ମଧ୍ୟ ସୁଯୋଗ ଦେଇଛି ଏବଂ ସ୍ୱଚ୍ଛ ଶକ୍ତି ଉତ୍ସଗୁଡ଼ିକର ସ୍ଥାନାନ୍ତରଣ କ୍ଷେତ୍ରରେ ଭାରତ ବିଶ୍ୱରେ ଅଗ୍ରଣୀ ସ୍ଥାନ ନେଇଛି।

ଗୋଟିଏ ସୂର୍ଯ୍ୟ ଗୋଟିଏ ବିଶ୍ୱ ଗୋଟିଏ ଗ୍ରୀଡ୍ ଏବଂ ଆନ୍ତର୍ଜାତୀୟ ସୌର ମଞ୍ଚ ଭଳି ଆମର ବିଶ୍ୱସ୍ତରୀୟ ପଦକ୍ଷେପଗୁଡିକ ଅଣ-ଜୀବାଶ୍ମ ଉତ୍ସ ମାଧ୍ୟମରେ ୫୦% ସ୍ଥାପିତ ବିଦ୍ୟୁତ କ୍ଷମତା ହାସଲ କରିବା ପାଇଁ ଆମର ଘରୋଇ ପ୍ରତିବଦ୍ଧତା ଦ୍ୱାରା ସମ୍ପୁର୍ଣ୍ଣ ହୋଇଛି । ଯଦି ଆମ ଭଳି ଦେଶ ଏହି ରାସ୍ତା ଦେଖାଏ ତେବେ ବିଶ୍ୱକୁ ତାହା ଅନୁସରଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଭାରତକୁ ଜି -୨୦ ଅଧ୍ୟକ୍ଷତା ଏହାର ଅମୃତକାଳ ସମୟରେ ମିଳିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସ୍ୱାଧିନତା ଶତବାର୍ଷିକୀକୁ ର୍ନିଦ୍ଦିଷ୍ଟ କରିବା ପାଇଁ ଏହା ବ୍ୟବହାର କରିଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏଥି ସହିତ ଜଡିତ କାର୍ଯ୍ୟକ୍ରମ ଆମର ଅତିଥି ଦେବୋ ଭବ (ଅତିଥିମାନେ ଭଗବାନ) ପରମ୍ପରାକୁ ପ୍ରଦର୍ଶିତ କରୁଛି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଆଗକୁ ଦେଖାଯାଉଥିବା କାର୍ଯ୍ୟର ଉପରେ ଗୁରୁତ୍ୱାରୋପ କରିଛନ୍ତି କିନ୍ତୁ ଆମ ସଂସ୍କୃତିରେ ଦୃଢ ମୂଳଦୂଆ ରହିଛି ଏବଂ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲଙ୍କ ଉପସ୍ଥିତିରେ ‘ପରିବେଶ ପାଇଁ ମିଶନ ଜୀବନଶୈଳୀ’ର ଶୁଭାରମ୍ଭକୁ ମନେ ପକାଇଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ ଏହି ଲାଇଫ ମିଶନ୍ ହେଉଛି ଏଭଳି ଏକ ମନ୍ତ୍ର ଯାହା ଆମେ ବିଶ୍ୱକୁ ଦେଇଛୁ।

ଭାରତ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ହେଉଛି ଭାରତୀୟ ସମାଧାନ ଯେଉଁଥିରେ ବିଶ୍ୱକୁ କିପରି ସାହାଯ୍ୟ କରିବାର ସାମର୍ଥ୍ୟ ଅଛି ତାହାର ଅନ୍ୟ ଏକ ଉଦାହରଣ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଘରୋଇ ଡିଜିଟାଲ ବିଭାଜନକୁ ଦୂର କିରବାରେ ଆମର ବିକାଶଶୀଳ ଅଭିଜ୍ଞତା ବିଶ୍ୱର ଡିଜିଟାଲ ବିଭାଜନକୁ ଦୂର କରିବାପାଇଁ ଆର୍ନ୍ତଜାତୀୟ ସମ୍ପ୍ରଦାୟକୁ ବୌଦ୍ଧିକ ଶିକ୍ଷା ଦେଇପାରେ।

ଦେଶରେ ଜବରଦସ୍ତ ଷ୍ଟାର୍ଟ ଅପ୍ ଇକୋ-ସିଷ୍ଟମ ହେଉଛି ଏହାର ପ୍ରମାଣ ଯେ ଯୁବକମାନଙ୍କ ପାଇଁ ଅପାର ସମ୍ଭାବନା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକା ଏବଂ ଚୀନ୍ ପରେ ଭାରତ ବର୍ତ୍ତମାନ ବିଶ୍ୱରେ ବୃହତ ଆର୍ଥିକ ଶକ୍ତିରେ ପରିଣତ ହୋଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଅଧିନରେ ଭାରତ ନିଜର ଯୁବପିଢୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କ୍ରମାଗତ ଭାବରେ ନିଜର ନୀତି ପ୍ରସ୍ତୁତ କରିଛି ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ହେଉଛି ଏକ ସାମଗ୍ରିକ ତଥା ଭବିଷ୍ୟତବାଦୀ ନୀତି। ଏହା ପ୍ରବେଶ, ସମାନତା, ଗୁଣବତ୍ତା, ସୁଲଭତା ଏବଂ ଉତ୍ତରଦାୟିତ୍ୱର ମୂଳ ନୀତି ଉପରେ ଆଧାରିତ ବୋଲି ସେ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଡିସେମ୍ବର ୪ ରୁ ଭାରତର ବାଂଲାଦେଶ ଗସ୍ତ, ଜାଣନ୍ତୁ ଦିନିକିଆ ଏବଂ ଟେଷ୍ଟ ସିରିଜର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତ ପରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ବାଂଲାଦେଶ ଅଭିମୁଖେ ଯାତ୍ରା କରିବାକୁ ଯାଉଛି। ଡିସେମ୍ବର ୪ ତାରିଖରୁ ଭାରତୀୟ ଦଳ ବାଂଲାଦେଶରେ ୩ ଟି ଦିନିକିଆ ଏବଂ ୨ ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି। ଏହି ଯାତ୍ରା ଦିନିକିଆ ସିରିଜ୍ ସହିତ ଆରମ୍ଭ ହେବ। ଯାହାର ପ୍ରଥମ ମ୍ୟାଚ୍ ଡିସେମ୍ବର ୪ ତାରିଖ ରବିବାର ଦିନ ଖେଳାଯିବ। ବିରାଟ କୋହଲି, ରୋହିତ ଶର୍ମା, କେ.ଏଲ୍ ରାହୁଲ ସମସ୍ତ ଖେଳାଳି ଟିମ୍ ଇଣ୍ଡିଆରେ ସାମିଲ ହେଉଛନ୍ତି। ସେପଟେ ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନଙ୍କ ଭଳି ଖେଳାଳିଙ୍କୁ ଏହି ଭ୍ରମଣରୁ ଦୂରେଇ ରଖାଯାଇଛି। ପ୍ରକାଶ ଥାଉ କି ରୋହିତ ଶର୍ମା, ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବିଶ୍ରାମ ନେଇଥିଲେ।

କାର୍ଯ୍ୟସୂଚୀ:

ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୪ ତାରିଖରେ ଖେଳାଯିବ। ସିରିଜର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୭ ତାରିଖରେ ଖେଳାଯିବ। ଏଥି ସହିତ, ଏହି ସିରିଜର ଶେଷ ମ୍ୟାଚ୍ ଡିସେମ୍ବର ୧୦ ତାରିଖରେ ଖେଳାଯିବ। ଢାକାକାସ୍ଥିତ ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଭାରତ-ବାଂଲାଦେଶ ସିରିଜର ଦୁଇଟି ଦିନିକିଆ ଖେଳାଯିବ ଏବଂ ତୃତୀୟ ମ୍ୟାଚ୍ ଚଟଗାଓଁର ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଖେଳାଯିବ। ଏହା ବ୍ୟତୀତ ଦୁଇ ଦଳ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୧୪ ତାରିଖରୁ ୧୮ ତାରିଖ ମଧ୍ୟରେ ଚଟଗାଓଁର ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଖେଳାଯିବ। ଏହି ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଡିସେମ୍ବର ୨୨ ତାରିଖରୁ ୨୬ ତାରିଖ ମଧ୍ୟରେ ଢକାରେ ଖେଳାଯିବ।

ବାଂଲାଦେଶ ଯାତ୍ରା ପାଇଁ ଭାରତୀୟ ଦଳ:

ଭାରତ ଏକଦିବସୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ଶିଖର ଧାୱନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ୍ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଦୀପକ ଚହର, ଯଶ ଦୟାଲ।

ବାଂଲାଦେଶ ଗସ୍ତ ପାଇଁ ଭାରତର ଟେଷ୍ଟ ଦଳ:

ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ, ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ୍ ଆୟର୍, ଋଷଭ ପନ୍ତ (ୱିକେଟ୍ କିପର), କେ.ଏସ୍ ଭରତ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଅକ୍ସର୍ ପଟେଲ, କୁଲଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ମହାମ୍ମଦ ସିରାଜ, ଉମେଶ ଯାଦବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ସୀମା ନିକଟରେ ସାମରିକ ପୋଷ୍ଟ ନିର୍ମାଣ କରୁଛି ଚୀନ୍: ଆମେରିକାର ସାଂସଦ ରାଜା କୃଷ୍ଣମୂର୍ତ୍ତି

ନୂଆଦିଲ୍ଲୀ: ପଡୋଶୀ ଦେଶ ସହ ସୀମା ବିବାଦରେ ଚୀନ୍ କ୍ରମାଗତ ଭାବରେ ଜଡିତ ହୋଇଛି। ଦୀର୍ଘ ଦିନ ଧରି ଭାରତ ସହ ସୀମା ବିବାଦ ଚାଲିଆସୁଛି, ଅନେକ ଥର ପରିସ୍ଥିତି ବିଗିଡିଛି। ଚାଇନା କ୍ରମାଗତ ଭାବରେ LAC ଉପରେ ବିଭିନ୍ନ ପ୍ରକାରର ନିର୍ମାଣ କରୁଛି, ଯାହାର ଖବର ଏବଂ ଚିତ୍ର ପ୍ରତିଦିନ ସାମ୍ନାକୁ ଆସୁଛି। ଏହି ସମୟରେ, ଜଣେ ଆମେରିକୀୟ ସାଂସଦ ଏ ବାବଦରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ, ଭାରତ ସୀମାକୁ ଲାଗିଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ନିକଟରେ ଚୀନ୍ ସାମରିକ ପୋଷ୍ଟ ନିର୍ମାଣ କରିଛି, ଯାହା ପଡୋଶୀ ଦେଶ ଉପରେ ଚୀନ୍ ଆକ୍ରମଣର ଚିନ୍ତାଜନକ ସଙ୍କେତ ଅଟେ।

ଆମେରିକାର ସାଂସଦ ରାଜା କୃଷ୍ଣମୂର୍ତ୍ତି ଏହି ସମ୍ବାଦ ଉପରେ ନିଜର ବିବୃତ୍ତି ଦେଇଛନ୍ତି ଯେଉଁଥିରେ କୁହାଯାଇଛି ଯେ, ଚୀନ୍ କ୍ରମାଗତ ଭାବରେ ଭାରତ ସୀମାରେ ନିଜର ପୋଷ୍ଟ ନିର୍ମାଣ କରୁଛି। ଖବରକାଗଜ ‘ପଲିଟିକୋ’ ଦାବି କରିଛି ଯେ, ଭାରତ ସହିତ ବିବାଦୀୟ ସୀମା ନିକଟରେ ଚୀନ୍ ଏକ ସାମରିକ ପୋଷ୍ଟ ନିର୍ମାଣ କରିଛି। ଏହା ପରେ ଆମେରିକାର ସାଂସଦ ଚୀନ୍‌ର ଆକ୍ରୋଶକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ।

ସାଂସଦ ରାଜା କୃଷ୍ଣମୂର୍ତ୍ତି କହିଛନ୍ତି ଯେ, ଭାରତ ଏବଂ ଚୀନ୍ ମଧ୍ୟରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ନିକଟରେ ଏକ ନୂତନ ପିପୁଲ୍ସ ଲିବରେସନ୍ ଆର୍ମି ପୋଷ୍ଟର ଖବର ବେଜିଂର ବଢୁଥିବା ଆଞ୍ଚଳିକ ଆକ୍ରୋଶର ଆଉ ଏକ ଚିନ୍ତାଜନକ ସଙ୍କେତ ଅଟେ, ଯାହା ଆମେରିକାର ଭାରତ ତଥା ଅନ୍ୟ ସୁରକ୍ଷା ସହଭାଗୀମାନଙ୍କ ମିଳିତ ଉଦ୍ୟମରେ ମଜବୁତ କରିବାର ଆବଶ୍ୟକତାକୁ ଦୋହରାଇଥାଏ।

ପ୍ରକାଶ ଯେ, ଚୀନ୍ ଏବଂ ଏହାର ସେନା ସମ୍ବନ୍ଧରେ ଏଭଳି ଖବର ସାମ୍ନାକୁ ଆସିବା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଖବର ଆସୁଛି ଯେ, ଚୀନ୍ କ୍ରମାଗତ ଭାବରେ ସୀମାରେ କିଛି ନା କିଛି ନିର୍ମାଣ କରୁଛି। ଚୀନ୍‌ର ଅନେକ ଗ୍ରାମ ନିର୍ମାଣ ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଭାରତକୁ ଚ୍ୟାଲେଞ୍ଜ କରିବା ପାଇଁ ଚୀନ୍ କ୍ରମାଗତ ଭାବରେ ନିଜର ରଣନୀତି ପ୍ରସ୍ତୁତ କରୁଛି ଏବଂ ସୀମାରେ ନିଜର ସେନାକୁ ମଜବୁତ କରୁଛି।

LAC ବ୍ୟତୀତ ଚୀନ୍ କ୍ରମାଗତ ଭାବରେ ସାମୁଦ୍ରିକ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି। ନିକଟରେ ଭାରତୀୟ ନୌସେନା କହିଛି ଯେ, ଏହା ଭାରତ ମହାସାଗର ଅଞ୍ଚଳ ଉପରେ ନଜର ରଖିଛି ଯେଉଁଠାରେ ଚୀନ୍ ଅନୁପ୍ରବେଶ ଘଟଣା ଅସାମାନ୍ୟ ନୁହେଁ। ରଣନୀତିକ କ୍ଷେତ୍ରରେ ଦେଶର ସ୍ୱାର୍ଥ ରକ୍ଷା ପାଇଁ ନୌସେନା ପ୍ରତିବଦ୍ଧ ବୋଲି କହିଛି। ସାଉଥ୍ ନାଭାଲ୍ କମାଣ୍ଡର ମୁଖ୍ୟ ଭାଇସ୍ ଆଡମିରାଲ୍ ଏମ୍ ହମ୍ପିହୋଲି କହିଛନ୍ତି ଯେ, ଉପଗ୍ରହ ଏବଂ ସାମୁଦ୍ରିକ ଅନୁସନ୍ଧାନ ବିମାନ ସାହାଯ୍ୟରେ ଭାରତୀୟ ନୌସେନା ଏହି ଅଞ୍ଚଳ ଉପରେ ନଜର ରଖିଛି। ଗତ କିଛି ମାସ ମଧ୍ୟରେ ଚାଇନାର ଗୁପ୍ତଚର ଜାହାଜ ଦ୍ୱିତୀୟ ଥର ପାଇଁ ଭାରତ ମହାସାଗରରେ ପ୍ରବେଶ କରିଥିବା ଖବର ମଧ୍ୟରେ ତାଙ୍କ ବିବୃତ୍ତି ଆସିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏକ ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚଟି ହକି ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ସିରିଜର ତୃତୀୟ ମ୍ୟାଚ୍‌ରେ ଭାରତୀୟ ହକି ଦଳ ରୋମାଞ୍ଚକର ଢଙ୍ଗରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତ ୪-୩ରେ ଜିତିଛି। ଏହାପୂର୍ବରୁ ତାଙ୍କୁ ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ସିରିଜ୍ ଜିତିବାର ଆଶା ବଜାୟ ରଖିଛି। ମନପ୍ରୀତ ସିଂ, ଅଭିଷେକ, ଆକାଶଦୀପ ସିଂ ଏବଂ ଶମଶେର ସିଂ ଭାରତ ପାଇଁ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ୱେଲଚ ଜ୍ୟାକ୍, ଜାଲେଭସ୍କି ଆରୋନ ଏବଂ ନାଥାନ ଅଷ୍ଟ୍ରେଲିଆ ପାଇଁ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଦ୍ୱାଦଶ ମିନିଟରେ ଭାରତ ପ୍ରଥମ ଗୋଲ ସ୍କୋର କରିଥିଲା। ପେନାଲ୍ଟି କର୍ଣ୍ଣର ଦେଇ ଟିମ୍ ଇଣ୍ଡିଆ ମନପ୍ରୀତ ସିଂ ସ୍କୋର କରିଥିଲେ। ଏହା ପରେ ଅଷ୍ଟ୍ରେଲିଆ ମ୍ୟାଚକୁ ଫେରିବାକୁ ଚେଷ୍ଟା କଲା ଏବଂ ଦଳ ୨୫ ମିନିଟରେ ଗୋଲ କରିବାରେ ସଫଳ ହୋଇଥିଲା। ଅଷ୍ଟ୍ରେଲିଆ ପାଇଁ ଜ୍ୟାକ୍ ୱେଲଚ୍ ସ୍କୋର କରିଥିଲେ। ଏହା ପରେ ଅଷ୍ଟ୍ରେଲିଆ ୩୨ ତମ ମିନିଟରେ ପୁଣି ଗୋଲ ସ୍କୋର କରି ୨-୧ ଅଗ୍ରଣୀ ହାସଲ କରିଥିଲା ​। ଏହା ଭାରତ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା। ଏହା ପରେ ପ୍ରତିଯୋଗିତା ରୋମାଞ୍ଚକର ହେଲା। ୪୭ ତମ ମିନିଟରେ ଅଭିଷେକ ଭାରତ ପାଇଁ ସ୍କୋର କରିଥିଲେ। ଏହିପରି ଉଭୟ ଦଳ ୨-୨ରେ ଡ୍ରରେ ପହଞ୍ଚିଥିଲେ।

ଟିମ୍ ଇଣ୍ଡିଆ ପାଇଁ ହାଫ ଟାଇମ ଭଲ ଥିଲା। ଭାରତ ପାଇଁ ଶମଶେର ୫୭ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ଦେଇ ୩-୨ ଅଗ୍ରଣୀ ହାସଲ କରିଥିଲେ। ଏହା ପରେ ଅଷ୍ଟ୍ରେଲିଆ ଖେଳକୁ ଫେରି ଆଉ ଏକ ଗୋଲ ସ୍କୋର କରିଥିଲା। ୫୯ ତମ ମିନିଟରେ ନାଥନ୍ ଦଳ ପାଇଁ ଗୋଲ୍ ସ୍କୋର କରିଥିଲେ ଏବଂ ଉଭୟ ଦଳ ୩-୩ ଡ୍ରରେ ପହଞ୍ଚିଥିଲେ। ଏହାର ମାତ୍ର ଗୋଟିଏ ମିନିଟ୍ ପରେ ଆକାଶଦୀପ ସିଂ ଭାରତ ପାଇଁ ଗୋଟିଏ ଗୋଲ୍ ସ୍କୋର କରିଥିଲେ। ୬୦ ତମ ମିନିଟରେ ଭାରତ ଗୋଲ କରି ୪-୩ ରେ ଜିତିଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଲା ମାତୃ ମୃତ୍ୟୁ ହାର

ନୂଆଦିଲ୍ଲୀ: ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ଦେଶରେ ମାତୃ ମୃତ୍ୟୁ ହାର (ଏମଏମଆର) ଅନୁପାତରେ ଉଲ୍ଲେଖନୀୟ ହ୍ରାସ ଦେଖିବାକୁ ମିଳିଛି। ଏହି ଉପଲବ୍ଧି ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାତୃ ମୃତ୍ୟୁ ହାର (ଏମଏମଆର)କୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବାରେ ଦେଶ ସଫଳ ହୋଇଥିବାରୁ ଡକ୍ଟର ମାଣ୍ଡଭ୍ୟ ଏକ ଟୁଇଟରେ କହିଛନ୍ତି ଯେ:

ପ୍ରତି ଏକ ଲକ୍ଷ ଜୀବିତ ସନ୍ତାନ ପ୍ରସବ ମାମଲାରେ ଏମଏମଆର ହାର ୨୦୧୪-୧୬ରେ ୧୩୦ ଥିଲା, ଯାହାକି ୨୦୧୮-୨୦ ଅବଧିରେ ୯୭କୁ ହ୍ରାସ ପାଇଛି। ଉନ୍ନତ ମାନର ମାତୃ ଓ ପ୍ରଜନନ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନା କାର୍ଯ୍ୟକାରୀ କରିଥିବାରୁ ଏମଏମଆର ସ୍ତର ହ୍ରାସ ପାଇଛି

ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆ (ଆରଜିଆଇ) ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ସ୍ୱତନ୍ତ୍ର ଏମଏମଆର ବୁଲେଟିନରୁ ଜଣାପଡ଼ିଛି ଯେ, ଭାରତରେ ମାତୃ ମୃତ୍ୟୁ ହାର (ଏମଏମଆର)ରେ ଉଲ୍ଲେଖନୀୟ ସୁଧାର ଆସିଛି। ଏମଏମଆର ଅନୁପାତରେ ୬ ପଏଣ୍ଟ ସୁଧାର ସହିତ ବର୍ତ୍ତମାନ ପ୍ରତି ୧ ଲକ୍ଷ ଜୀବନ୍ତ ସନ୍ତାନ ପ୍ରସବ ମାମଲାରେ ପ୍ରସୂତୀ ମା’ଙ୍କ ମୃତ୍ୟୁ ହାର ୯୭କୁ ହ୍ରାସ ପାଇଛି। ପ୍ରତି ୧ ଲକ୍ଷ ଜୀବିତ ସନ୍ତାନ ପ୍ରସବ ଅବଧି ସମୟରେ ମା’ମାନଙ୍କର ମୃତ୍ୟୁ ଅନୁପାତକୁ ନେଇ ମାତୃ ମୃତ୍ୟୁ ହାର (ଏମଏମଆର) ଗଣନା କରାଯାଇଥାଏ।

ନମୁନା ପଞ୍ଜିକରଣ ପ୍ରଣାଳୀ (ଏସଆରଏସ) ଠାରୁ ମିଳିଥିବା ପରିସଂଖ୍ୟାନ ଅନୁଯାୟୀ, ଦେଶରେ ମାତୃ ମୃତ୍ୟୁ ହାର ୨୦୧୪-୨୦୧୬ରେ ୧୩୦ ଥିବା ବେଳେ ଏହା ୨୦୧୫-୧୭ରେ ୧୨୨କୁ ହ୍ରାସ ପାଇଥିଲା। ପରେ ଏହା ୨୦୧୬-୧୮ରେ ୧୧୩, ୨୦୧୭-୧୯ରେ ୧୦୩ ଏବଂ ୨୦୧୮-୨୦ରେ ୯୭କୁ ହ୍ରାସ ପାଇଥିଲା।

ଏହି ସଫଳତା ସହିତ, ଭାରତ ପ୍ରତି ୧ ଲକ୍ଷ ଜୀବନ୍ତ ସନ୍ତାନ ପ୍ରସବରେ ମାତୃ ମୃତ୍ୟୁ ହାରକୁ ୧୦୦କୁ ହ୍ରାସ କରିବା ଲାଗି ଜାତୀୟ ସ୍ୱାସ୍ଥ୍ୟ ନୀତି (ଏନଏଚପି)ର ଲକ୍ଷ୍ୟ ହାସଲରେ ସଫଳ ହୋଇଛି । ୨୦୩୦ ସୁଦ୍ଧା ପ୍ରତି ୧ ଲକ୍ଷ ଜୀବନ୍ତ ସନ୍ତାନ ପ୍ରସବରେ ମାତୃ ମୃତ୍ୟୁ ହାରକୁ ୭୦କୁ କମାଇବା ଲାଗି ଏସଡିଜି ବିକାଶ ଲକ୍ଷ୍ୟ ହାସଲ ଦିଗରେ ଠିକଣା ପଥରେ ରହିଛି।

ଅନ୍ୟପଟେ ମାତୃ ମୃତ୍ୟୁ ହାର କମାଇବା କ୍ଷେତ୍ରରେ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଟାର୍ଗେଟ ପୂରଣ କରିଥିବା ରାଜ୍ୟଗୁଡ଼ିକର ସଂଖ୍ୟା ୬ରୁ ଆଠକୁ ବୃଦ୍ଧି ପାଇଛି। ପ୍ରଥମ ସ୍ଥାନରେ କେରଳ (ଏମଏମଆର ୧୯) ରହିଛି। ଏହାପଛକୁ ମହାରାଷ୍ଟ୍ର (୩୩), ତେଲଙ୍ଗାନା (୪୩), ଆନ୍ଧ୍ର ପ୍ରଦେଶ (୪୫), ତାମିଲନାଡ଼ୁ (୫୪), ଝାଡ଼ଖଣ୍ଡ (୫୬), ଗୁଜରାଟ (୫୭) ଏବଂ କର୍ଣ୍ଣାଟକ (୬୯) ରହିଛନ୍ତି।

୨୦୧୪ ପରଠାରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅଧୀନରେ ଉନ୍ନତ ମାନର ମାତୃ ଓ ନବଜାତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଏବଂ ମାତୃ ମୃତ୍ୟୁ ସଂଖ୍ୟା କମାଇବା ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା, ବିଶେଷ କରି ମାତୃ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ଏନଏଚଏମ ଅଧୀନରେ ଉଲ୍ଲେଖନୀୟ ନିବେଶ କରାଯାଇଛି। ଫଳରେ ଏମଏମଆର ଅନୁପାତ ହ୍ରାସରେ ସହାୟତା ମିଳିଛି। ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ଜନନୀ ସୁରକ୍ଷା ଯୋଜନା ଭଳି ସରକାରୀ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିଛି। ସୁରକ୍ଷିତ ମାତୃତ୍ୱ ଆଶ୍ବାସନ (ସୁମନ), ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଭଳି କାର୍ଯ୍ୟକ୍ରମ ମା’ମାନଙ୍କୁ ସମ୍ମାନଜନକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେଇଛି । ଫଳରେ ଏମଏମଆର ଅନୁପାତ ହ୍ରାସରେ ସହାୟତା ମିଳିଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

‘ଭାରତ ସହ ଆମର ସମ୍ପର୍କରେ ହସ୍ତକ୍ଷେପ କର ନାହିଁ: ସୀମା ବିବାଦ ଉପରେ ଆମେରିକାକୁ ଚେତାବନୀ ଦେଲା ଚୀନ୍

ନୂଆଦିଲ୍ଲୀ: ପୁଣିଥରେ ଚୀନ୍ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଉଥିବା ଜଣାପଡିଛି। ଏଥର ଚୀନ୍ ଆମେରିକାକୁ ଭାରତ ସହ ସମ୍ପର୍କରେ ହସ୍ତକ୍ଷେପ ନକରିବାକୁ ଚେତାବନୀ ଦେଇଛି। ଏ ସମ୍ପର୍କରେ ଚୀନ୍ ଆମେରିକାର ଅଧିକାରୀମାନଙ୍କୁ ସୀମା ବିବାଦରେ ହସ୍ତକ୍ଷେପ ନକରିବାକୁ ଚେତାବନୀ ଦେଇଛି। ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍ କଂଗ୍ରେସରେ ଉପସ୍ଥାପିତ ଏକ ରିପୋର୍ଟରେ ଏହି ସୂଚନା ଦେଇଛି।

ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଭାରତ ଏବଂ ଆମେରିକା ନିକଟତର ନହେବା ପାଇଁ ରିପବ୍ଲିକ୍ ଅଫ୍ ଚାଇନା (PRC) ବିବାଦ ହ୍ରାସ କରିବାକୁ ଚାହୁଁଛି। ଏହି କାରଣରୁ ସେ ଆମେରିକାର ହସ୍ତକ୍ଷେପକୁ ପସନ୍ଦ କରନ୍ତି ନାହିଁ। ଚୀନ୍‌ର ଉଦ୍ଦେଶ୍ୟ ହେଉଛି ସୀମାରେ ସ୍ଥିରତା ସ୍ଥାପନ କରିବା ଏବଂ ବିବାଦ କାରଣରୁ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କର ଅନ୍ୟାନ୍ୟ କ୍ଷେତ୍ରରେ କ୍ଷତି ନହେବା। ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା ଅଧିକାରୀମାନେ ଆମେରିକାର ଅଧିକାରୀମାନଙ୍କୁ ଭାରତ ସହ PRC ର ସମ୍ପର୍କରେ ହସ୍ତକ୍ଷେପ ନକରିବାକୁ ଚେତାବନୀ ଦେଇଛନ୍ତି।

ପେଣ୍ଟାଗନ୍ ରିପୋର୍ଟରେ ଆମେରିକା ଚୀନ୍‌କୁ ଅଭିଯୋଗ କରିଛି ଯେ, ୨୦୨୧ ମସିହାରେ PLA ଚୀନ୍-ଭାରତ ସୀମାରେ ଥିବା ଏକ ବିଭାଗରେ ସାମରିକ ବାହିନୀର ନିୟୋଜନ ଜାରି ରଖିଥିଲା ​​ଏବଂ LAC ନିକଟରେ ଭିତ୍ତିଭୂମି ନିର୍ମାଣ ଜାରି ରଖିଥିଲା। ରିପୋର୍ଟରେ କୁହାଯାଇଛି ଯେ, ଉଭୟ ଦେଶ (ଚୀନ୍-ଭାରତ) ମଧ୍ୟରେ ହୋଇଥିବା ଆଲୋଚନାରେ ସର୍ବନିମ୍ନ ଅଗ୍ରଗତି ହୋଇଛି କାରଣ ଉଭୟ ପକ୍ଷ ସୀମାରେ ଥିବା ନିଜ ନିଜ ପଦବୀରୁ ଏହି ପଦକ୍ଷେପକୁ ବିରୋଧ କରୁଛନ୍ତି। ଉଭୟ ଭାରତ ଏବଂ ଚୀନ୍ ଅନ୍ୟ ସାମରିକ ବାହିନୀ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି ଏବଂ ଏହା ଦ୍ଵାରା ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି, କିନ୍ତୁ ଚୀନ୍ କିମ୍ବା ଭାରତ ଏହି ସର୍ତ୍ତାବଳୀରେ ସହମତ ନୁହଁନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଚାଇନାରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣର ନୂତନ ଭ୍ୟାରିଏଣ୍ଟ, ଭାରତ ପାଇଁ କେତେ ବିପଦ

ନୂଆଦିଲ୍ଲୀ: ଚାଇନାରେ ଦ୍ରୁତ ଗତିରେ ବଢୁଥିବା କରୋନା ମାମଲା ପୁଣି ଥରେ ଲୋକଙ୍କ ପାଇଁ ଉଦ୍ବେଗ ସୃଷ୍ଟି କରିଛି। ଏହି ଗୋଟିଏ ପ୍ରଶ୍ନ ସମସ୍ତଙ୍କୁ ଅସୁବିଧାରେ ପକାଉଛି କି ଏହା ପୁଣିଥରେ ଭାରତ ପାଇଁ ସତର୍କ ଘଣ୍ଟି? ଏ ସମ୍ପର୍କରେ ତୁରନ୍ତ ସତର୍କତା ଅବଲମ୍ବନ କରିବାକୁ ଡାକ୍ତରମାନେ କହିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, କରୋନା ଯୋଗୁଁ ଚୀନ୍‌ର ଅବସ୍ଥା କ୍ରମାଗତ ଭାବରେ ଅନିୟନ୍ତ୍ରିତ ହୋଇପଡିଛି। ଚୀନ୍ ପାଇଁ ଅସୁବିଧା ବଢୁଥିବା ପରି ମନେ ହେଉଛି, ଏଭଳି ପରିସ୍ଥିତିରେ ସରକାର ‘ଜିରୋ କୋଭିଡ୍ ରଣନୀତି’ ବିଷୟରେ ପୁନର୍ବାର ଚିନ୍ତା କରିବା ଆବଶ୍ୟକ କରୁଛନ୍ତି। ଚାଇନାରେ କରୋନାର ବୃଦ୍ଧି ପାଉଥିବା ବିପଦକୁ ଦୃଷ୍ଟିରେ ରଖି ଭାରତରେ ପ୍ରତିଷେଧକ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ମଧ୍ୟ ଜରୁରୀ ହୋଇପଡିଛି। ମହାମାରୀ ଏବେବି ଜାରି ରହିଛି, ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଭୁଲ ସମସ୍ତଙ୍କ ପାଇଁ ଭାରୀ ହୋଇପାରେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କଲେ ୭ ଟି ଦଳ, ସମାନ ଗ୍ରୁପରେ ରହିବେ କି ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତରେ ଦିନିକିଆ ବିଶ୍ୱକପ୍ ଅନୁଷ୍ଠିତ ହେବ। ଏଥିରେ ମୋଟ ୧୦ ଟି ଦଳ ପ୍ରବେଶ କରିବେ। ପ୍ରଦର୍ଶନ ଆଧାରରେ ବିଶ୍ୱକପ୍ ପାଇଁ ୭ ଟି ଦଳ ସୁପର ଲିଗ୍ ରେ ଟିକେଟ୍ ପାଇବେ। ଅକ୍ଟୋବର-ନଭେମ୍ବରରେ ଭାରତରେ ଏହି ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ। ଆୟୋଜକ ହୋଇ ଟିମ୍ ଇଣ୍ଡିଆ ଯୋଗ୍ୟତା ଅର୍ଜନ କରିସାରିଛି। ଭାରତ ସମେତ ୭ ଟି ଦଳ ବିଶ୍ୱକପରେ ନିଜର ସ୍ଥାନ ନିଶ୍ଚିତ କରିଛନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ସିଧାସଳଖ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ଏହା ବ୍ୟତୀତ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟରୁ ଫାଇନାଲ୍-୨ ଦଳ ନିଷ୍ପତ୍ତି ନିଆଯିବ। କିନ୍ତୁ ସମସ୍ତଙ୍କ ଆଖି ଭାରତ ଏବଂ ପାକିସ୍ଥାନ ଉପରେ ରହିବ, ଉଭୟ ଦଳକୁ ଗୋଟିଏ ଗ୍ରୁପରେ ରଖାଯିବ କି ନାହିଁ। ଗତ ୨ ଟି-୨୦ ବିଶ୍ୱକପ୍‌ରେ ଉଭୟଙ୍କୁ ସମାନ ଦଳରେ ସ୍ଥାନିତ କରାଯାଇଥିଲା।

ବିଶ୍ୱକପ୍ ସୁପର ଲିଗ୍ ବିଷୟରେ କହିବାକୁ ଗଲେ ସମସ୍ତଙ୍କୁ ୨୪-୨୪ ମ୍ୟାଚ୍ ଖେଳିବାକୁ ପଡିବ। ସାମ୍ପ୍ରତିକ ପଏଣ୍ଟ ଟେବୁଲ୍ ବିଷୟରେ କହିବାକୁ ଗଲେ ଟିମ୍ ଇଣ୍ଡିଆ ନମ୍ବର -୧ ରେ ଅଛି। ସେମାନେ ଏପର୍ଯ୍ୟନ୍ତ ୨୦ ଟି ମ୍ୟାଚ୍ ଖେଳିଛନ୍ତି। ସେଥିରେ ୧୩ ଟିରେ ଜିତିଥିବା ବେଳେ ୬ ଟିରେ ହାରିଛନ୍ତି। ଦଳର ମୋଟ ୧୩୪ ପଏଣ୍ଟ ରହିଛି। ଏଥି ସହିତ ୧୮ ଟି ମ୍ୟାଚରେ ଇଂଲଣ୍ଡ ୧୨୫ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ୧୭ ଟି ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡରେ ୧୨୫ ପଏଣ୍ଟ ରହିଛି। କିନ୍ତୁ ନେଟ୍ ରନ୍ ରେଟ୍ କାରଣରୁ ନ୍ୟୁଜିଲ୍ୟାଣ୍ଡ ବର୍ତ୍ତମାନ ତୃତୀୟ ସ୍ଥାନରେ ରହିଛି।

ବିଶ୍ୱକପ ପାଇଁ ଭାରତ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ଯୋଗ୍ୟତା ଅର୍ଜନ କରିଛନ୍ତି। ୧୨୦ ପଏଣ୍ଟ ସହ ଅଷ୍ଟ୍ରେଲିଆ ଚତୁର୍ଥ, ୧୨୦ ପଏଣ୍ଟ ସହ ବାଂଲାଦେଶ ୫ ମ, ୧୨୦ ପଏଣ୍ଟ ସହ ପାକିସ୍ତାନ ଷଷ୍ଠ ଏବଂ ୧୧୫ ପଏଣ୍ଟ ସହ ଆଫଗାନିସ୍ତାନ ସପ୍ତମ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍ ସମସ୍ତ ୨୪ ଟି ମ୍ୟାଚ୍ ଖେଳି ୮୮ ପଏଣ୍ଟ ସହ ୮ ମ ସ୍ଥାନରେ ରହିଛି। କିନ୍ତୁ ସେ ଏପର୍ଯ୍ୟନ୍ତ ଯୋଗ୍ୟତା ହାସଲ କରିନାହିଁ।

ବିଶ୍ୱକପ ସୁପର ଲିଗରେ ଶ୍ରୀଲଙ୍କା ଦଳ ବର୍ତ୍ତମାନ ଦଶମ ସ୍ଥାନରେ ରହିଛି। ରବିବାର ଦିନ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ବାତିଲ ହୋଇଯାଇଥିଲା। ଏହି କାରଣରୁ, ସିଧାସଳଖ ଯୋଗ୍ୟତା ଅର୍ଜନ କରିବାର ଆଶାକୁ ଝଟକା ଲାଗିଛି। ୨୦ ଟି ମ୍ୟାଚରେ ଶ୍ରୀଲଙ୍କା ୬୭ ପଏଣ୍ଟ ପାଇଛି। ଏଥି ସହିତ ୧୬ ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୫୯ ପଏଣ୍ଟ ପାଇଛି। ଆଫ୍ରିକା ଦଳ ଏପର୍ଯ୍ୟନ୍ତ ମାତ୍ର ୫ ଟି ମ୍ୟାଚ୍ ଜିତିଥିବାବେଳେ ୯ ଟି ରେ ହାରିଛି। ତାଙ୍କୁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ବଡ ଦଳ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ। ଏଭଳି ପରିସ୍ଥିତିରେ ତାଙ୍କର ପ୍ରତ୍ୟକ୍ଷ ଯୋଗ୍ୟତା ଉପରେ ସନ୍ଦେହ ରହିଛି।

ଦିନିକିଆ ବିଶ୍ୱକପ୍ ର ଗତ ସଂସ୍କରଣ ୨୦୧୯ ରେ ଇଂଲଣ୍ଡରେ ଖେଳାଯାଇଥିଲା। ୧୦ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିଲେ। ସମସ୍ତ ଦଳ ପରସ୍ପର ବିପକ୍ଷରେ ଖେଳିବାର ସୁଯୋଗ ପାଇଥିଲେ। ଏଭଳି ପରିସ୍ଥିତିରେ ଏଥର ମଧ୍ୟ ଲିଗ୍ ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଦେଖିବାକୁ ମିଳପାରେ। ସେମିଫାଇନାଲରେ ଟପ୍- ୪ ଦଳ ସ୍ଥାନ ପାଇଥିଲେ। ଏହା ପରେ ଫାଇନାଲ ଖେଳାଯାଇଥିଲା। ଫଳରେ ଖେଳାଯାଇଥିବା ଟାଇଟଲ ମ୍ୟାଚରେ ଇଂଲଣ୍ଡ ନ୍ୟୁଜିଲ୍ୟାଣ୍ଡକୁ ସୀମା ଗଣନା ନିୟମ ଦ୍ୱାରା ପରାସ୍ତ କରିଥିଲା। ୨୦୧୧ ମସିହାରୁ ଭାରତୀୟ ଦଳ ବିଶ୍ୱକପ ଟାଇଟଲ ଜିତିବାରେ ସକ୍ଷମ ହୋଇନାହିଁ। ନିକଟରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ବିଷୟରେ କହିବାକୁ ଗଲେ ସେମିଫାଇନାଲରେ ହାରିଯିବା ପରେ ଟିମ୍ ଇଣ୍ଡିଆ ବିଦାୟ ନେଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତର ସବୁଠାରୁ ଶକ୍ତିଶାଳୀ ଇଲେକ୍ଟ୍ରିକ୍ ବାଇକ୍ ଅଲଟ୍ରାଭାଇଓଲେଟ୍ F77, ପଢନ୍ତୁ ଏହାର ବୈଶିଷ୍ଟ୍ୟ

ନୂଆଦିଲ୍ଲୀ: ଅଲଟ୍ରାଭାଇଓଲେଟ୍ ର F77 ଏକ ଲୋକପ୍ରିୟ ମୋଟରସାଇକେଲ୍, କାରଣ ଏହା ସବୁଠାରୁ ପ୍ରିମିୟମ୍ ତଥା ଦେଶର ପ୍ରଥମ ଉଚ୍ଚ କ୍ଷମତା ସମ୍ପନ୍ନ ବୈଦ୍ୟୁତିକ ବାଇକ୍।

F77 ଇଲେକ୍ଟ୍ରିକ୍ ବାଇକ୍ ଦୁଇଟି ଟ୍ରିମ୍ସ, F77 ଏବଂ F77 ରେକନ୍ ସହିତ ଆସିଥାଏ, ଯାହାର ମୂଲ୍ୟ 3.8 ଲକ୍ଷରୁ ଆରମ୍ଭ ହୋଇଥାଏ। ଏହି ବାଇକ୍ ତିନୋଟି ରାଇଡ୍ ମୋଡ୍ ସହିତ ଗ୍ଲାଇଡ୍, କମ୍ବିଟ୍ ଏବଂ ବାଲିଷ୍ଟିକ୍ ସହିତ ଆସିଥାଏ।

ଏହାର ପାୱାରଟ୍ରେନ୍ ବିଷୟରେ କହିବାକୁ ଗଲେ, F77 ରେକନ୍ ରେ ଲାଗିଥିବା ଇଲେକ୍ଟ୍ରିକ୍ ମୋଟର 38.9 ଏଚପି ଶକ୍ତି ଏବଂ ସର୍ବାଧିକ ଟର୍କ 95 ନ୍ୟୁଟନ୍ ମିଟର ଉତ୍ପାଦନ କରେ। F77 ଦୁଇଟି କ୍ଷମତା ବିଶିଷ୍ଟ ବ୍ୟାଟେରୀ ପ୍ୟାକ୍ ର ବିକଳ୍ପ ପାଇଥାଏ, ଯେଉଁଥିରେ 7.1 kWh ଏବଂ 10.3 kWhh ଅନ୍ତର୍ଭୁକ୍ତ। ବଡ଼ ବ୍ୟାଟେରୀ ପ୍ୟାକ୍ ସହିତ ବାଇକ୍ 307 କିଲୋମିଟର ପରିସର ପ୍ରଦାନ କରୁଥିବାବେଳେ ଛୋଟ ବ୍ୟାଟେରୀ ପ୍ୟାକ୍ 207 କିଲୋମିଟର ପରିସର ଦେଇଥାଏ। 3, 5 ଏବଂ 8 ବର୍ଷର ୱାରେଣ୍ଟି ବ୍ୟାଟେରୀ ପ୍ୟାକ୍ ରେ ଉପଲବ୍ଧ।

77 ୟୁନିଟ୍ ର ଏକ ଛୋଟ ସୀମିତ ସଂସ୍କରଣ ମଧ୍ୟ F77 କୁ ଅଣାଯାଇଛି। ଯାହାକି 30.2 kW (40.5 HP) ଏବଂ ଶିଖର ଟର୍କ 100 Nm ସହିତ ଅଧିକ ଶକ୍ତିଶାଳୀ। ଏହି ବାଇକ୍ ଘଣ୍ଟା ପ୍ରତି 152 କିଲୋମିଟର ବେଗରେ 0 ରୁ 100 କିଲୋମିଟର ପ୍ରତି 7.8 ସେକେଣ୍ଡରେ ତ୍ୱରାନ୍ୱିତ ହୁଏ। ଏହି ସୀମିତ ସଂସ୍କରଣ ମଡେଲ 5.5 ଲକ୍ଷ ଟଙ୍କା ଅଧିକ ମହଙ୍ଗା ଅଟେ।

ଏହି ମୂଲ୍ୟ ପଏଣ୍ଟରେ ଅଧିକ ବୈଶିଷ୍ଟ୍ୟ ମଧ୍ୟ ଆଶା କରାଯାଏ, ଏଥିପାଇଁ 5 ଇଞ୍ଚ TFT ପ୍ରଦର୍ଶନ, ଟର୍ନ ନେଭିଗେସନ୍ ଟର୍ନ୍, ଆପ୍ କନେକ୍ଟିଭିଟି ଭଳି ବୈଶିଷ୍ଟ୍ୟଗୁଡିକ F77 ରେ ଦିଆଯାଇଛି। ଡିଜାଇନ୍ ଅନୁଯାୟୀ ମୋଟରସାଇକେଲ୍ ଅତ୍ୟନ୍ତ ଆକ୍ରମଣାତ୍ମକ ଦେଖାଯାଏ ଏବଂ ସୁପରବାଇକ୍ ପରି ଦେଖାଯାଏ।

ବର୍ତ୍ତମାନ ସୁଦ୍ଧା, ଏହି ବାଇକର ବିତରଣ କେବଳ ଜାନୁୟାରୀ 2023 ରୁ ବାଙ୍ଗାଲୋରରେ ଆରମ୍ଭ ହେବ। ଏହା ପରେ ଚେନ୍ନାଇ, ମୁମ୍ବାଇ, ପୁଣେ ଏବଂ କୋଚିନ୍ ରେ ବିତରଣ କରାଯିବ। ଯେଉଁଠାରେ ହାଇଦ୍ରାବାଦ, ଅହମ୍ମଦାବାଦ, ଦିଲ୍ଲୀ ଏବଂ ଲକ୍ଷ୍ନୌ ଭଳି ସହରରେ ଉପଲବ୍ଧତା ଉପରେ ନିର୍ଭର କରି ପରେ ବିତରଣ କରାଯିବ। ଏହି ବାଇକ୍ KTM Duke 390 ପରି ଅନ୍ୟ ପେଟ୍ରୋଲ୍ ଇଞ୍ଜିନ୍ ସହିତ ଅନ୍ୟ ଉଚ୍ଚ କ୍ଷମତା ସମ୍ପନ୍ନ ବାଇକ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତରେ ହେବାକୁ ଥିବା ବିଶ୍ୱକପକୁ ବହିଷ୍କାର କରିବା ପାକିସ୍ତାନର ଧମକ: ଗୌତମ ଗମ୍ଭୀର ଦେଲେ ଜବାବ

ନୂଆଦିଲ୍ଲୀ: ଭାରତର କ୍ରିକେଟ୍ ବୋର୍ଡର ସଚିବ ଜୟ ଶାହା ସ୍ପଷ୍ଟ କରିଛନ୍ତି ଯେ, ଟିମ୍ ଇଣ୍ଡିଆ ପାକିସ୍ତାନ ଯାଇ ଏସିଆ କପରେ ଭାଗ ନେବ ନାହିଁ। ଏହି ବିବୃତ୍ତି ସାମ୍ନାକୁ ଆସିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ ରମିଜ ରାଜାଙ୍କୁ ଆଘାତ ଲାଗିଛି। ଏହାପରେ ସେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୩ ବିଶ୍ୱକପକୁ ବହିଷ୍କାର କରିବା ବୋଲି ସେ ଧମକ ଦେଇଛନ୍ତି। ବର୍ତ୍ତମାନ ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀର ଏହି ବିବୃତ୍ତି ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଗତ କିଛି ଦିନ ତଳେ ପାକିସ୍ତାନ କ୍ରିକେଟ୍ ବୋର୍ଡର ସଭାପତି ରମିଜ ତାଙ୍କ ବିବୃତ୍ତିରେ ଅନେକ ଚର୍ଚ୍ଚାକୁ ଆସିଛି। ବିଭିନ୍ନ ପ୍ଲାଟଫର୍ମରେ ସେ ଭାରତରେ ଆୟୋଜିତ ହେବାକୁ ଥିବା ଏକଦିବସୀୟ ବିଶ୍ୱକପକୁ ବହିଷ୍କାର କରିବାର ପୁନରାବୃତ୍ତି କରୁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଯଦି ଭାରତୀୟ ଦଳ ପାକିସ୍ତାନରେ ଏସିଆ କପ୍ ଖେଳିବାକୁ ଆସନ୍ତି ନାହିଁ, ତା’ହେଲେ ତାଙ୍କ ଦଳ ମଧ୍ୟ ଆସନ୍ତା ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ରେ ଖେଳିବାକୁ ଯିବ ନାହିଁ। ଯେତେବେଳେ ପାକିସ୍ତାନ ଦଳ ବିଶ୍ୱକପ୍ ଖେଳିବା ନାହିଁ, ତେବେ ଦେଖିବା, କିଏ ଏହି ଟୁର୍ଣ୍ଣାମେଣ୍ଟ ଦେଖିବ।”

ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀର ଏହି ବିବୃତ୍ତିରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଖୋଲାଖୋଲି ଭାବେ କଥା ହେଉଥିବା ଗମ୍ଭୀର କହିଛନ୍ତି ଯେ, ବିସିସିଆଇ ଏବଂ ପିସିବି ଏକାଠି ଏହି ନିଷ୍ପତ୍ତି ନେବାକୁ ପଡିବ। ସେମାନେ ଯାହା ନିଷ୍ପତ୍ତି ନେବେ, ସେମାନେ ଏହାକୁ ଏକାଠି ବସି ନିଷ୍ପତ୍ତି ନେବା ଉଚିତ୍।

ଏହା ପୂର୍ବରୁ ଭାରତର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ରମିଜଙ୍କ ବିବୃତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ ଯେ, ଠିକ୍ ସମୟକୁ ଅପେକ୍ଷା କର, ବିଶ୍ୱ କ୍ରିକେଟ୍ ରେ ଭାରତ ଏକ ବଡ ଶକ୍ତି ଏବଂ କୌଣସି ଦେଶ ଭାରତକୁ ଅଣଦେଖା କରିବାରେ ଭୁଲ କରିପାରିବେ ନାହିଁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ବର୍ଷା ଯୋଗୁଁ ବାତିଲ ହେଲା ଦ୍ଵିତୀୟ ଦିନିକିଆ, ନ୍ୟୁଜିଲାଣ୍ଡ ୧-୦ ରେ ସିରିଜ ଅଗ୍ରଣୀ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ହାମିଲଟନରେ ଖେଳାଯାଇଥିଲା। କିନ୍ତୁ ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାଧାପ୍ରାପ୍ତ ହେଲା ଏବଂ ଏହାକୁ ବାତିଲ କରାଗଲା। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୨.୫ ଓଭରରେ ୮୯ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ବ୍ୟାଟିଂ କରୁଥିଲେ। କିନ୍ତୁ ବର୍ଷା ତାଙ୍କ ଭଲ ଇନିଂସକୁ ନଷ୍ଟ କରିଦେଲା।

ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ଏହି ମ୍ୟାଚ୍ ପାଇଁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ ପାଇଁ ଭାରତୀୟ ଦଳକୁ ନିମନ୍ତ୍ରଣ କରାଯାଇଥିଲା। ମ୍ୟାଚ୍ ବନ୍ଦ ହେବା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ୧୨.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ୮୯ ରନ୍ ସଂଗ୍ରହ କରିଥିଲା। ଶିଖର ଧାୱନ ଏବଂ ଶୁଭମାନ ଗିଲ ଭାରତ ପାଇଁ ଓପନିଂ କରିବାକୁ ଆସିଥିଲେ। ୩ ରନ୍ ସ୍କୋର କରିବା ପରେ ଧାୱନ ଆଉଟ୍ ହୋଇଥିଲେ। କିନ୍ତୁ ଶୁବମାନ ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ସେ ୪୨ ଟି ବଲ ସମ୍ମୁଖୀନ ହୋଇ ଅପରାଜିତ ୪୫ ରନ୍ କରିଥିଲେ। ଶୁବମାନ ମଧ୍ୟ ୪ ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଦ୍ରୁତ ବ୍ୟାଟିଂ କରୁଥିଲେ। କିନ୍ତୁ ବର୍ଷା ଏହାକୁ ନଷ୍ଟ କରିଦେଲା। ସୂର୍ଯ୍ୟ ୨୫ ବଲର ସମ୍ମୁଖୀନ ହୋଇଥିଲେ ଏବଂ ଅପରାଜିତ ୩୪ ରନ୍ କରିଥିଲେ। ତାଙ୍କ ଇନିଂସରେ ୩ ଟି ଛକା ଓ ୨ଟି ଚୌକା ସାମିଲ ଥିଲା।

Categories
ବିଶେଷ ଖବର

ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (୨୬.୧୧.୨୦୨୨) ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ସମ୍ବିଧାନ ଦିବସ ସମାରୋହ ଉପଲକ୍ଷେ ଅଂଶଗ୍ରହଣ କରି ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ୧୯୪୯ ମସିହାରେ ସାମ୍ବିଧାନିକ ସଭା ଦ୍ୱାରା ଗୃହୀତ ଓ ଭାରତୀୟ ସମ୍ବିଧାନର ସ୍ମରଣାର୍ଥେ ୨୦୧୫ ମସିହାଠାରୁ ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ ଭାବେ ପାଳିତ ହୋଇ ଆସୁଛି।

ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ କେତେକ ନୂତନ ପଦକ୍ଷେପ ସ୍ୱରୂପ-ଇ-କୋର୍ଟ ପ୍ରକଳ୍ପ ଜରିଆରେ କେତେକ କାର୍ଯ୍ୟକ୍ରମ  ଉଦ୍‌ଘାଟନ କରିଛନ୍ତି ।  ସେଗୁଡିକ ମଧ୍ୟରେ ଭର୍ଚୁଆଲ ଜଷ୍ଟିସ କ୍ଲକ୍‌, ଜଷ୍ଟିସ ମୋବାଇଲ ଆପ୍‌୨.୦, ଡିଜିଟାଲ କୋର୍ଟ ଓ ଏସ୍ ୩ ଡବ୍ଲୁଏଏଏସ ୱେବସାଇଟ୍ ଅନ୍ତର୍ଭୁକ୍ତ।

ସମ୍ବିଧାନ ଦିବସର ଶୁଭେଚ୍ଛା ଜ୍ଞାପନ ସହ ପ୍ରଧାନମନ୍ତ୍ରୀ  ୧୯୪୯ ମସିହାରେ ଆଜିର ଦିନରେ ସ୍ୱାଧୀନ ଭାରତ କିପରି ନିଜ ଭବିଷ୍ୟତର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା ତା’ର ସ୍ମୃତିଚାରଣ କରିଥିଲେ। ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ସମ୍ବିଧାନ ଦିବସର ମହତ୍ୱ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଅବତାରଣା କରିଥିଲେ। ସେ ମଧ୍ୟ ବାବା ସାହେବ ଡକ୍ଟର ବି.ଆର ଆମ୍ବେଦକର ଓ ସାମ୍ବିଧାନିକ ସଭାର ନମସ୍ୟ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପ୍ରଧାନମନ୍ତ୍ରୀ ଗତ ୭୦ବର୍ଷ ଧରି ଆଇନ ପ୍ରଣୟନ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ପ୍ରତି ଅସଂଖ୍ୟ ବ୍ୟକ୍ତିଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ସେମାନେ ଭାରତୀୟ ସମ୍ବିଧାନର ସଂପ୍ରସାରଣ ଓ ବିକାଶ ଯାତ୍ରାରେ କିପରି ସାମିଲ ହୋଇଛନ୍ତି ସେମାନଙ୍କୁ ଏହି ସ୍ୱତନ୍ତ୍ର ଅବସରରେ ସମଗ୍ର ଦେଶ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ।

ଭାରତୀୟ ଇତିହାସର କଳା ଦିବସ ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନ ଦିବସ ଭଳି ସ୍ମରଣୀୟ ଘଟଣା ଦେଶ ପାଳନ କରୁଥିବାବେଳେ ନଭେମ୍ବର ୨୬ତାରିଖ ଦିନ ଭାରତ ମାନବତାର ଶତ୍ରୁମାନଙ୍କ ଦ୍ୱାରା ବିରାଟ ଆତଙ୍କବାଦୀ ଆକ୍ରମଣରେ ଶିକାର ହୋଇଥିଲା । ଜଘନ୍ୟ ମୁମ୍ବାଇ ଆତଙ୍କୀ ଆକ୍ରମଣ ଯୋଗୁଁ ଯେଉଁମାନେ ପ୍ରାଣ ହରାଇଥିଲେ ଶ୍ରୀ ମୋଦୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଥିଲେ ଯେ ବର୍ତ୍ତମାନର ବୈଶ୍ୱିକ ଦୃଶ୍ୟପଟରେ ଭାରତର କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତି ଓ ଆନ୍ତର୍ଜାତିକ ଛବି ଦୃଷ୍ଟିରୁ ସମଗ୍ର ବିଶ୍ୱର ଦୃଷ୍ଟି ଭାରତ ଉପରେ ରହିଛି। ସ୍ଥାୟିତ୍ୱ ନେଇ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ଭାରତ ପୁରାଦମ୍‌ରେ ଆଗେଇ ଚାଲିବା ସହ ଏହାର ବିବିଧତାକୁ ନେଇ ଗର୍ବ କରୁଛି ବୋଲି ସେ କହିଥିଲେ। ସେ ଏହି ସଫଳତାର ଶ୍ରେୟ ସମ୍ବିଧାନକୁ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆହୁରି ଏହି ଅବସରରେ ସମ୍ବିଧାନ ପ୍ରସ୍ତାବନାର ତିନୋଟି ଶବ୍ଦ ‘ୱି ଦ ପିପୁଲ’ର ଅବତାରଣା କରି କହିଥିଲେ ଯେ ଏହା ହେଉଛି ଏକ ଆହ୍ୱାନ, ଏକ ଆସ୍ଥା ଓ ଏକ ଶପଥ । ସମ୍ବିଧାନର ଏହି ଆତ୍ମା ହେଉଛି ଭାରତର ଆତ୍ମା ଓ ବିଶ୍ୱ ଗଣତନ୍ତ୍ରର ଜନନୀ। ଆଧୁନିକ ଯୁଗରେ ସମ୍ବିଧାନ ଦେଶର ସମସ୍ତ ସାଂସ୍କୃତିକ ଓ ନୈତିକ ଭାବାବେଗକୁ ଆଦରରେ ଗ୍ରହଣ କରିନେଇଛି।

ପ୍ରଧାନମନ୍ତ୍ରୀ ଖୁସି ପ୍ରକଟ କରି କହିଥିଲେ ଯେ ଗଣତନ୍ତ୍ରର ଜନନୀ ଭାବେ ଦେଶ ସମ୍ବିଧାନର ଆଦର୍ଶକୁ ମଜବୁତ କରିବା ସହ ଜନପ୍ରିୟ ନୀତି ଗରିବ ଓ ମହିଳାଙ୍କୁ ସଶକ୍ତ କରୁଛି। ଆଇନର ସରଳୀକରଣ ଯୋଗୁଁ ଏହା ସାଧାରଣ ନାଗରିକଙ୍କ ନିମନ୍ତେ ବୋଧଗମ୍ୟ ହେଉଛି ଓ ନ୍ୟାୟପାଳିକା ସମୟଭିତ୍ତିକ ନ୍ୟାୟ ପ୍ରଦାନ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛି ବୋଲି ସେ କହିଥିଲେ।

କର୍ତ୍ତବ୍ୟ ନେଇ ତାଙ୍କର ସ୍ୱାଧୀନତା ଦିବସ ଅଭିଭାଷଣ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ଏହା ସମ୍ବିଧାନର ଢାଞ୍ଚଗତ କାର୍ଯ୍ୟାନୁଷ୍ଠାନ ବୋଲି କହିଥିଲେ। ଅମୃତକାଳକୁ କର୍ତ୍ତବ୍ୟକାଳ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ ସ୍ୱାଧୀନତାର ଅମୃତକାଳରେ ଦେଶ ଯେତେବେଳେ ସ୍ୱାଧୀନତାର ୭୫ବର୍ଷ ସମ୍ପୂର୍ଣ୍ଣ କରିବାକୁ ଯାଉଛି ଓ ଆମେ ଆଗାମୀ ୨୫ବର୍ଷ ନିମନ୍ତେ ବିକାଶଯାତ୍ରା ପାଇଁ ସଜବାଜ ହେଉଛୁ କର୍ତ୍ତବ୍ୟର ମନ୍ତ୍ର ଦେଶ ପ୍ରଥମ ଓ ସବୁଠାରୁ ଆଗରେ ବୋଲି କହିଥିଲେ।

“ସ୍ୱାଧୀନତାର ଅମୃତ କାଳ ହେଉଛି ଦେଶ ପାଇଁ କର୍ତ୍ତବ୍ୟ ସମ୍ପାଦନର ସମୟ । ସେ ବ୍ୟକ୍ତି ହେଉ ବା ଅନୁଷ୍ଠାନ ଆମର ଦାୟିତ୍ୱ ହେଉଛି ଆମର ପ୍ରାଥମିକତା” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜଣେ ନିଜର କର୍ତ୍ତବ୍ୟ ପଥ ଅନୁସରଣ କଲେ ଦେଶ ବିକାଶର ନୂତନ ଶିଖର ଛୁଇଁ ପାରିବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ  ଆଉ ସପ୍ତାହକ ମଧ୍ୟରେ ଭାରତ ଜି-୨୦ର ସଭାପତିତ୍ୱ କରିବାକୁ ଯାଉଛି। ସେ ଦୃଷ୍ଟିରୁ ଦେଶ ମର୍ଯ୍ୟାଦା ଓ ଖ୍ୟାତି ଏକ ଦଳ ଭାବେ ବିଶ୍ୱ ଦରବାରରେ ଆମକୁ ରଖିବାକୁ ପଡିବ। “ଏହା ଆମର ମିଳିତ ଦାୟିତ୍ୱ”। ଗଣତନ୍ତ୍ରର ଜନନୀ ଭାବେ ଭାରତର ପରିଚୟକୁ ଆହୁରି ଅଧିକ ମଜବୁତ କରିବାକୁ ପଡିବ।”

ଯୁବ କୈନ୍ଦ୍ରିକ ଉତ୍ସାହ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସମ୍ବିଧାନ ଏହାର ଖୋଲାପଣ, ଭବିଷ୍ୟତ ପାଇଁ ଉପଯୁକ୍ତ ଓ ଆଧୁନିକ ଦୃଷ୍ଟିଭଙ୍ଗୀ ଦ୍ୱାରା ପରିପୃଷ୍ଟ। ଭାରତର ଅଭିବୃଦ୍ଧିର କାହାଣୀରେ ଯୁବଶକ୍ତିର ଅବଦାନକୁ ସେ ଦୃଢଭାବେ ସ୍ୱୀକାର କରିଥିଲେ।

ଭାରତୀୟ ସମ୍ବିଧାନରେ ଥିବା ସମାନତା ଓ ସଶକ୍ତିକରଣ ବିଷୟକୁ ନେଇ ଦେଶର ଯୁବଗୋଷ୍ଠୀଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ସମ୍ବିଧାନର ଚିଠା ପ୍ରସ୍ତୁତ ବେଳକୁ ଦେଶ କିଭଳି ପରିସ୍ଥିତି ଥିଲା ତାହାର ସ୍ମୃତିଚାରଣ କରିଥିଲେ। ସାମ୍ବିଧାନିକ ସଭାରେ ଚାଲିଥିବା ଆଲୋଚନା ବିଷୟବସ୍ତୁ ଉପରେ ଆମର ଯୁବଗୋଷ୍ଠୀ  ଅବଗତ ହେବା ଉଚିତ’ ବୋଲି ସେ କହିଥିଲେ। ଏହା ସେମାନଙ୍କ ସମ୍ବିଧାନ ଜାଣିବା ନେଇ ଆଗ୍ରହ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ସମ୍ବିଧାନ ସଭାରେ ୧୫ଜଣ ମହିଳା ସଦସ୍ୟ ଥିବା ସମ୍ପର୍କରେ ସୂଚନା ଦେଇ ସମାଜର ଅବହେଳିତ ବର୍ଗରୁ ଦାକ୍ଷାୟେନୀ ଭେଲାୟୁଧନଙ୍କ ଭଳି ମହିଳା କିପରି ଏଥିରେ ସ୍ଥାନ ପାଇଥିଲେ ତା’ର ଉଦାହରଣ ଦେଇଥିଲେ। ଦକ୍ଷୋୟେନୀ ଭେଲାୟୁଧନଙ୍କ ଭଳି ମହିଳା ଅବଦନାକୁ ନେଇ ଖୁବ୍ କମ୍ ଆଲୋଚନା ହେଉଥିବାରୁ ଯୋଗୁସେ ତାହାର ସମାଲୋଚନା କରିବା ସହ  ସେ ଦଳିତ ଓ ଶ୍ରମିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ସଭାରେ ଅନେକ ହସ୍ତକ୍ଷେପ କରିଥିବା କଥା କହିଥିଲେ। ପ୍ରଧାନମନ୍ତ୍ରୀ ଦୁର୍ଗାବାଈ ଦେଶମୁଖ, ହାମ୍‌ସା ମେହେଟ୍ଟା, ରାଜକୁମାରୀ ଅମ୍ରିତ କାଉର ଓ ଅନ୍ୟାନ୍ୟ ମହିଳା ଯେଉଁମାନେ ମହିଳାଙ୍କ ସମସ୍ୟା ନେଇ ଅନେକ ଅବଦାନ ଦେଇଯାଇଛନ୍ତି ସେମାନଙ୍କ ସମ୍ପର୍କରେ ମଧ୍ୟ କହିଥିଲେ। “ଆମର ଯୁବଗୋଷ୍ଠୀ ଯେତେବଳେ ଏସବୁ ବିଷୟ ଜାଣିବାକୁ ପାଇବେ, ସେମାନେ ନିଜ ପ୍ରଶ୍ନର ଉତ୍ତରମାନ ପାଇଯିବେ” ବୋଲ୍‌ ଶ୍ରୀ ମୋଦୀ କହିଥିଲେ। ଏହା ଦ୍ୱାରା ସେମାନଙ୍କ ଆନୁଗତ୍ୟ ସମ୍ବିଧାନ ପ୍ରତି ରହିବ ଓ ତାହା ଆମର ସାମ୍ବିଧାନ, ଗତଣନ୍ତ୍ର ଓ ଭବିଷ୍ୟତକୁ ମଧ୍ୟ ସୁଦୃଢ କରିବ।”ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସ୍ୱାଧୀନତାର ଅମୃତ କାଳରେ ଏହା ଦେଶର ଆବଶ୍ୟକତା। ମୁଁ ଆଶା କରେ ଯେ ଏହି ସମ୍ବିଧାନ ଦିବସ ଏ ଦିଗରେ ଆମର ସଂକଳ୍ପକୁ ଅଧିକ ଶକ୍ତି ପ୍ରଦାନ କରିବ।”

ପ୍ରଧାନ ବିଚାରପତି ଡକ୍ଟର ଡି.ୱାଇ ଚନ୍ଦ୍ରଚୂଡ, କେନ୍ଦ୍ର ଆଇନ ଓ ନ୍ୟାୟ  ମନ୍ତ୍ରୀ କିରଣ ରିଜିଜୁ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କିଶନ କାଉଲ ଓ ଜଷ୍ଟିସ ଏସ. ଅବଦୁଲ ନଜୀର, କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ.ପି. ବାଘେଲ, ଭାରତର ଆଟର୍ଣ୍ଣି ଜେନେରୋଲ ଆର. ଭେଙ୍କଟରମଣ, ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ସୁପ୍ରିମକୋର୍ଟର ବାର ଆସୋସିଏସନ ସଭାପତି ବିକାଶ ସିଂ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି: ଏହି ପ୍ରକଳ୍ପ ମକଦ୍ଦମାରେ ସମ୍ପୃକ୍ତ ପକ୍ଷ, ଆଇନଜୀବୀ ଓ ନ୍ୟାୟପାଳିକାକୁ ସେବା ଯୋଗାଇବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡିକ ମଧ୍ୟରେ ଭର୍ଚୁଆଲ ଜଷ୍ଟିସ କ୍ଲକ, ଜଷ୍ଟିସ ମୋବାଇଲ ଆପ୍ ୨.୦, ଡିଜିଟାଲ କୋର୍ଟ ଏବଂ ଏସ୍ ୩ ଡବ୍ଲୁଏଏଏସ ୱେବସାଇଟ୍  ଅନ୍ତର୍ଭୁକ୍ତ।

ଭର୍ଚୁଆଲ ଜଷ୍ଟିସ କ୍ଲକ୍ ନ୍ୟାୟ ପ୍ରଦାନ ପଦ୍ଧତିରେ ପ୍ରମୁଖ ପରିସଂଖ୍ୟନ, ନ୍ୟାୟାଳୟ ସ୍ତରରେ ପ୍ରଦାନ କରିଥାଏ। ଏଥିରେ ସମ୍ପୂର୍ଣ୍ଣ ମକଦ୍ଦମା, ମାମଲା, ରଫାଦଫା, ଦିନ,ସପ୍ତାହ,ମାସ ଭିତ୍ତିରେ ବିଚାରାଧୀନ ମାମଲା ଇତ୍ୟାଦିର ତଥ୍ୟ ପ୍ରଦାନ କରିଥାଏ। ଜନସାଧାରଣଙ୍କୁ ଏହା ନ୍ୟାୟାଳୟର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଓ ମାମଲା ଫଏସଲାର ସବିଶେଷ ନେଇ ସୁଚାଇଥାଏ। ଜିଲ୍ଲା କୋର୍ଟର ୱେବସାଇଟ୍  ଜରିଆରେ ଜନସାଧାରଣ  ଭର୍ଚୁଆଲ ଜଷ୍ଟିସ କ୍ଲକରେ ପହଞ୍ଚିପାରିବେ।

ଜଷ୍ଟିସ ମୋବାଇଲ ଆପ୍ ୨.୦ ବିଚାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଉପଲବ୍ଧ। ଏହା ଦ୍ୱାରା ସେମାନେ ନିଜ କୋର୍ଟରେ ମାମଲା ଫଇସଲା ତଥା ବିଚାରଧୀନ ବିଷୟରେ ଜାଣିବା ସହ ନିଜ ଅଧୀନରେ କାର୍ଯ୍ୟ କରୁଥିବା ଅନ୍ୟ ଜଜ୍‌ଙ୍କ ସମ୍ପର୍କରେ ମଧ୍ୟ ଜାଣିପାରିବେ। ଏହି ଆପ୍ ବର୍ତ୍ତମାନ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଜଜ୍‌ମାନଙ୍କ ଠାରେ ମଧ୍ୟ ଉପଲବ୍ଧ ହେଉଛି। ଏହା ଦ୍ୱାରା ସେମାନେ ସମସ୍ତ ରାଜ୍ୟ ଓ ଜିଲ୍ଲାରେ ଥିବା ବିଚାରାଧୀନ ଓ ଫଏସଲା ମାମଲା ସମ୍ପର୍କରେ ଜାଣିପାରିବେ।

ବିଚାରକମାନଙ୍କୁ ଡିଜିଟାଲ ଫର୍ମରେ କୋର୍ଟ ଅଭିଲେଖ ଉପଲବ୍ଧ ହେବା ପାଇଁ ଡିଜିଟାଲ କୋର୍ଟ ଏକ ମାଧ୍ୟମ। ଏହା କାଗ ବିହୀନ ଅଦାଲତ ପରିଚାଳନାକୁ ପ୍ରୋତ୍ସାହିତ କରିଥାଏ।

ଏସ୍ ୩ ଡବ୍ଲୁଏଏଏସ ୱେବସାଇଟ୍ ଜରିଆରେ ଜିଲ୍ଳା ବିଚାର ବିଭାଗୀ୍‌ୟ କୌଣସି ତଥ୍ୟ ବା ନିର୍ଦ୍ଦିଷ୍ଟ ସୂଚନା ପ୍ରକାଶ କରିହେବ। ଏହା ଏକ କ୍ଲାଉଡ ସେବା ଯାହା ସରକାରୀ ସଂସ୍ଥାକୁ ନିରାପଦ, ସୁଗମ୍ୟ ୱେବସାଇଟ୍ ସୃଷ୍ଟିରେ ସାହାଯ୍ୟ କରିଥାଏ। ଏହା ବହୁଭାଷୀ, ନାଗରିକ ଓ ଦିବ୍ୟାଙ୍ଗ ବନ୍ଧୁ ଭାବାପନ୍ନ ୱେବସାଇଟ୍।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତର ପରାଜୟ ପରେ ନ୍ୟୁଜିଲ୍ୟାଣ୍ଡକୁ ପ୍ରଶଂସା କଲେ ଶ୍ରେୟସ୍ ଆୟର

ନୂଆଦିଲ୍ଲୀ: ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ୭ ୱିକେଟ୍ ରେ ନ୍ୟୁଜିଲ୍ୟାଣ୍ଡ ପରାସ୍ତ କରିଛି। ଏହି ମ୍ୟାଚରେ କେନ୍ ୱିଲିୟମସନ ଏବଂ ଟମ ଲାଥାମଙ୍କ ଯୋଡି ଭାରତକୁ ପରାସ୍ତ କରିଛି। ଏହି ଦୁଇଜଣଙ୍କ ମଧ୍ୟରେ ୨୨୧ ରନ୍ ର ସହଭାଗିତା ଥିଲା। ଭାରତର ପରାଜୟ ପରେ ଶ୍ରେୟସ୍ ଆୟର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ନ୍ୟୁଜିଲ୍ୟାଣ୍ଡର ଖେଳାଳିଙ୍କୁ ପ୍ରଶଂସା କରିଥିଲେ।

ଆୟର ୱିଲିୟମ୍ସନ୍ ଏବଂ ଲାଥାମ୍ ଙ୍କୁ ସେ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, “ସେମାନେ ବହୁତ ଭଲ ଖେଳିଥିଲେ। ସେମାନେ ଯେଉଁଭଳି ଭାବରେ ବୋଲରମାନଙ୍କୁ ଟାର୍ଗେଟ କରିଥିଲେ ତାହା ପ୍ରଭାବଶାଳୀ ଥିଲା। ମୁଁ ଭାବୁଛି ସେମାନଙ୍କର ସହଭାଗୀତା ଖେଳର ଦୃଶ୍ୟକୁ ବଦଳାଇ ଦେଲା। ତେଣୁ ଉଭୟଙ୍କୁ ପ୍ରଶଂସା କରାଯିବା ଉଚିତ୍।

ଉଲ୍ଲେଖନୀୟ କଥା ହେଉଛି, ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୬ ରନ୍ ସଂଗ୍ରହ କରିଥିଲା। ଏହି ସମୟ ମଧ୍ୟରେ, ଶ୍ରେୟସ୍ ଆୟର୍ ଚମତ୍କାର ପ୍ରଦର୍ଶନ କରି ୮୦ ରନ୍ ସ୍କୋର କରିଥିଲେ। ସେ ୭୬ ବଲ୍ ର ସମ୍ମୁଖୀନ ହୋଇ ୪ ଟି ଚୌକା ଓ ୪ ଟି ଛକା ମାରିଥିଲେ। ଶୁଭମାନ ଗିଲ ୫୦ ରନ୍‌ର ଏକ ଇନିଂସ ଖେଳିଥିଲେ। ଗିଲ ୩ ଟି ଛକା ଓ ୧ ଟି ଚୌକା ମାରିଥିଲେ। ଅଧିନାୟକ ଶିଖର ଧାୱନ ୭୨ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ନ୍ୟୁଜିଲାଣ୍ଡ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଡିସେମ୍ବର ୪ ରୁ ଆରମ୍ଭ ହେବ ଟିମ୍ ଇଣ୍ଡିଆର ବାଂଲାଦେଶ ଯାତ୍ରା, ଏହି ଚ୍ୟାନେଲରେ ହେବ ସିଧା ପ୍ରସାରଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ମାସରେ ବାଂଲାଦେଶ ଗସ୍ତ କରିବ। ଟିମ୍ ଇଣ୍ଡିଆ ଏହି ଭ୍ରମଣରେ ୩ ଟି ଦିନିକିଆ ଏବଂ ୨ ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଭାରତୀୟ ଦଳର ଏହି ଯାତ୍ରା ଡିସେମ୍ବର ୪ ତାରିଖରୁ ଦିନିକିଆ ମ୍ୟାଚ୍ ସହିତ ଆରମ୍ଭ ହେବ। ଏଥି ସହିତ, ଏହି ରାଉଣ୍ଡରେ ଆୟୋଜିତ ହେବାକୁ ଥିବା ପ୍ରତ୍ୟେକ ମ୍ୟାଚ୍ ସୋନି ନେଟୱାର୍କରେ ସିଧା ପ୍ରସାରଣ ହେବ। ଏଥି ସହିତ କ୍ରିକେଟ୍ ପ୍ରଶଂସକମାନେ ମଧ୍ୟ ଏହି ସିରିଜର ପ୍ରତ୍ୟେକ ମ୍ୟାଚ୍ ଡିଡି ସ୍ପୋର୍ଟସରେ ଦେଖିପାରିବେ।

ଭାରତ-ବାଂଲାଦେଶ ଭ୍ରମଣ କାର୍ଯ୍ୟସୂଚୀ:

ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୪ ତାରିଖରେ ଖେଳାଯିବ। ସିରିଜର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୭ ତାରିଖରେ ଖେଳାଯିବ। ଏଥି ସହିତ, ଏହି ସିରିଜର ଶେଷ ମ୍ୟାଚ୍ ଡିସେମ୍ବର ୧୦ ତାରିଖରେ ଖେଳାଯିବ। ଭାରତ-ବାଂଲାଦେଶ ସିରିଜର ସମସ୍ତ ତିନୋଟି ମ୍ୟାଚ୍ ମିରପୁରର ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଖେଳାଯିବ। ଏହା ବ୍ୟତୀତ ଦୁଇ ଦଳ ମଧ୍ୟରେ ୨ ମ୍ୟାଚ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ 1୧୪-୧୮ ଡିସେମ୍ବର ମଧ୍ୟରେ ଚଟଗାଓଁର ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଖେଳାଯିବ। ଏହି ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ୨୨-୨୬ ଡିସେମ୍ବର ମଧ୍ୟରେ ଢାକାରେ ଖେଳାଯିବ।

ବାଂଲାଦେଶ ଗସ୍ତ ପାଇଁ ଭାରତର ଦିନିକିଆ ଦଳ:

ଭାରତ ଏକଦିବସୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ଶିଖର ଧାୱନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ୍ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ଅକ୍ଶର ପଟେଲ, ୱାଶିଂଟନ୍ ସୁନ୍ଦର, ଶ୍ରାଦ୍ଦୁଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଦୀପକ ଚହର, ଯଶ ଦୟାଲ।

ବାଂଲାଦେଶ ଗସ୍ତ ପାଇଁ ଭାରତର ଟେଷ୍ଟ ଦଳ:

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ୍ ଆୟର, ଋଷଭ ପନ୍ତ (ୱିକେଟ୍ କିପର), କେ.ଏସ୍ ଭରତ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଅକ୍ଶର ପଟେଲ, କୁଲଦୀପ ଯାଦବ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ପାଳି: ନ୍ୟୁଜିଲ୍ୟାଣ୍ଡକୁ ୧୯୨ ରନ୍ ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୧୯୨ ରନର ଲକ୍ଷ୍ୟ ଦେଇଛି। ଏହି ସମୟରେ ସୂର୍ଯ୍ୟକୁମାର ଯାଦବ ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର ବୋଲରମାନେ ସୂର୍ଯ୍ୟଙ୍କ ବ୍ୟାଟିଂ ଆଗରେ ସମ୍ପୂର୍ଣ୍ଣ ବିଫଳ ପ୍ରମାଣିତ ହୋଇଛନ୍ତି। ସେ ମାତ୍ର ୫୧ ବଲ ସମ୍ମୁଖୀନ ହୋଇ ଅପରାଜିତ ୧୧୧ ରନ୍ କରିଛନ୍ତି। ସୂର୍ଯ୍ୟକୁମାରଙ୍କ ଇନିଂସରେ ୧୧ ଟି ଚୌକା ଓ ୭ ଛକା ଅନ୍ତର୍ଭୁକ୍ତ। ନ୍ୟୁଜିଲ୍ୟାଣ୍ଡ ପାଇଁ ଶେଷ ଓଭରରେ ଟିମ ସାଉଥୀ ୩ ୱିକେଟ୍ ନେଇଥିଲେ।

ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆର ଭଲ ଆରମ୍ଭ ହୋଇନଥିଲା। ଓପନର୍ ଋଷଭ ପନ୍ତ ମାତ୍ର ୬ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହା ପରେ ଇଶାନ କିଶନ ସୂର୍ଯ୍ୟକୁମାର ଯାଦବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଖେଳିଥିଲେ। ଏହା ପରେ ଇଶାନ ୩୧ ବଲରେ ୩୬ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ। ସେ ୫ ଟି ଚୌକା ଓ ୧ ଛକା ମାରିଥିଲେ। ଏହା ପରେ ଶ୍ରେୟସ୍ ଆୟର ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ସେ ମଧ୍ୟ କିଛି ବିଶେଷ କରି ପାରିନଥିଲେ। ସେ ୧୩ ରନ୍ ସ୍କୋର କରିବା ପରେ ଆୟର୍ ଆଉଟ୍ ହୋଇଥିଲେ।

୧୩ ବଲରେ ୧୩ ରନ୍ ସ୍କୋର କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ ହୋଇଥିଲେ। ଦୀପକ ହୁଡା ଖାତା ଖୋଲିପାରିନଥିଲେ। ପ୍ରଥମ ବଲରେ ଆଉଟ୍ ହେବା ପରେ ସେ ପାଭିଲିୟନକୁ ଫେରିଥିଲେ। ୱାଶିଂଟନ୍ ସୁନ୍ଦର ମଧ୍ୟ ପ୍ରଥମ ବଲରେ ଆଉଟ୍ ହୋଇଥିଲେ। ସେ ମଧ୍ୟ ଖାତା ଖୋଲିପାରିନଥିଲେ।

ନ୍ୟୁଜିଲ୍ୟାଣ୍ଡ ପାଇଁ ଟିମ୍ ସାଉଦୀ ଭଲ ବୋଲିଂ କରିଥିଲେ। ସେ ୪ ଓଭରରେ ୩୪ ରନ୍ ଦେଇ ୩ ଟି ୱିକେଟ୍ ନେଇଥିଲେ। ଇଶ ସୋଦି ଗୋଟିଏ ୱିକେଟ୍ ନେଇଥିଲେ। ସେ ୪ ଓଭରରେ ୩୫ ରନ୍ ଦେଇଥିଲେ।୪ ଓଭରରେ ୪୯ ରନ୍ ଦେଇ ଲକି ଫର୍ଗୁସନ୍ ୨ ଟି ୱିକେଟ୍ ନେଇଥିଲେ।