Categories
StateBoard ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ଦିନ ଦଶଟାରେ ହେଲା ଶେଷ

ଭୁବନେଶ୍ବର: ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଏହି ପରୀକ୍ଷା ସକାଳ ଆଠଟାରୁ ଆରମ୍ଭ ହୋଇ ଦିନ ଦଶଟା ପର୍ଯ୍ୟନ୍ତ ଚାଲିଥିଲା। ଏଥର ବୋର୍ଡ ତରଫରୁ ୩ ହଜାର ୫୪୦ଟି କେନ୍ଦ୍ର କରାଯାଇଛି। ଏଥିରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେଥିରୁ ୩୨୦୩ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରିକ୍ଷାର୍ଥୀ ସମେଟିଭ୍-୨ ପରୀକ୍ଷା ଦେଇଛନ୍ତି। ୯୩୭୮ ଜଣ ଓପନ୍ ସ୍କୁଲରେ ଓ ୪ ହଜାର ୪୪୩ ଜଣ ପରିକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଇଛନ୍ତି।

ପରୀକ୍ଷା ସୁପରିଚାଳନା ପାଇଁ ରାଜ୍ୟରେ ମୋଟ ୩୧୫ଟି ନୋଡାଲ ସେଣ୍ଟର କରାଯାଇଛି । ଶାନ୍ତିଶୃଙ୍ଖଳା ସହିତ ପରୀକ୍ଷା କରିବା ପାଇଁ ୬୫ଟି ଫ୍ଲାଇଂ ସ୍କ୍ୱାର୍ଡ ଓ ୩୮ଟି ସ୍ପେଶାଲ ସ୍କ୍ବାଡ୍‌ ଗଠନ କରାଯାଇଛି । ପରୀକ୍ଷା ପ୍ରଶ୍ନ ପତ୍ର ଓ ଉତ୍ତର ଖାତା ରଖିବା ପାଇଁ ସାରା ରାଜ୍ୟରେ ୩୧୫ଟି ନୋଡାଲ ସେଣ୍ଟର କରାଯାଇଛି। କରୋନା ପାଇଁ ଦୁଇ ବର୍ଷ ଧରି ସିଧା ପରୀକ୍ଷା ବନ୍ଦ ରହିଥିଲା। ଏଥର ପ୍ରଥମ ଥର ପାଇଁ ପ୍ରତ୍ୟେକ୍ଷ ପରୀକ୍ଷା ଅନୁଷ୍ଠିତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ପରୀକ୍ଷାର୍ଥୀଙ୍କ ସହିତ ଖେଳିଲେ ଖୋର୍ଦ୍ଧା ଶିକ୍ଷା ଅଧିକାରୀ, ଅଭିଭାବକ ଅସନ୍ତୋଷ

ଖୋର୍ଦ୍ଧା: ମାଟ୍ରିକ ପରୀକ୍ଷା କେନ୍ଦ୍ରକୁ ନେଇ ଅସନ୍ତୁଷ୍ଠ ଜାହିରୀ କରିଛନ୍ତି ଛାତ୍ରଛାତ୍ରୀ। କାରଣ ହେଲା ରାଜ୍ୟ ସରକାର ଘୋଷଣା କଲେ ଯେ, ନିଜ ସ୍କୁଲରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କେବଳ ଶିକ୍ଷକମାନେ ପରିବର୍ତ୍ତନ ହେବେ। ହେଲେ ସରକାରଙ୍କ ଏହି ନିୟମକୁ ଫୁ କରି ଉଡାଇ ଦେଲେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ। ବର୍ତ୍ତମାନ ସେମାନେ ଏପରି ନିଷ୍ପତି ନେଇଛନ୍ତି ଯେ, ପିଲାମାନେ ଖରାରେ ଅନ୍ୟ ଏକ ସ୍କୁଲକୁ ପରୀକ୍ଷା ଦେବା ପାଇଁ ଯିବାକୁ ପଡିବ।

ଏହି ଘଟଣାଟି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧିନରେ ଥିବା ଭାଲେରୀ ହାଇସ୍କୁଲରେ ଘଟିଛି। ଏହି ସ୍କୁଲରେ ପୂର୍ବରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିଲେ। ହେଲେ ହଠାତ ଚଳିତ ବର୍ଷ ଏହି ସ୍କୁଲର ପରୀକ୍ଷା କେନ୍ଦ୍ରକୁ ସ୍ଥାନାନ୍ତରିତ କରି ନିକଟସ୍ଥ ବଡକୂଳ ହାଇସ୍କୁଲକୁ କରାଯାଇଛି। ଏହାର କାରଣ ସଂପର୍କରେ କେହି କିଛି କହୁ ନାହାଁନ୍ତି। ଫଳରେ ଅଭିଭାବକ ତଥା ଛାତ୍ରଛାତ୍ରୀମାନେ ବୋର୍ଡ କର୍ତ୍ତୁପକ୍ଷଙ୍କ ଏପରି ନିଷ୍ପତିକୁ ତୀବ୍ର ବିରୋଧ କରିଛନ୍ତି। ଏ ନେଇ ଆଜି ଅଭିଭାବକମାନେ ଖୋର୍ଦ୍ଧା ଡିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପରୀକ୍ଷା କେନ୍ଦ୍ରକୁ ତୁରନ୍ତ ପରିବର୍ତ୍ତନ କରି ନିଜ ସ୍କୁଲରେ କରିବା ପାଇଁ ଦାବୀ କରାଯାଇଛି।

ଏହାକୁ ନେଇ ଅଭିଭାବକମାନେ ଖୋର୍ଦ୍ଧା ଜିଲ୍ଲାପାଳ, ଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଯଦି କେନ୍ଦ୍ର ପରିବର୍ତ୍ତନ ନ ହୁଏ ତେବେ ଭବିଷ୍ୟତରେ ଆନ୍ଦୋଳନ କରାଯିବ ବୋଲି ଅଭିଭାବକମାନେ ଧମକ ଦେଇଛନ୍ତି।

Categories
StateBoard ଆଜିର ଖବର ରାଜ୍ୟ ଖବର

ଏପ୍ରିଲ ୨୯ ତାରିଖରୁ ମାଟ୍ରିକ ପରୀକ୍ଷା: ୪ ଟି ସେଟ୍ ର ହେବ ପ୍ରଶ୍ନ ପତ୍ର

ଭୁବନେଶ୍ଵର: ଏପ୍ରିଲ ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ହେବ। ଏହା ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହୋଇ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷା ୨ ଟି ସିଟିଙ୍ଗରେ ହେବ। ପ୍ରଥମ ସିଟିଙ୍ଗ ସକାଳ ୮ ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ଵିତୀୟ ସିଟିଙ୍ଗ ସକାଳ ୧୧ ଟାରୁ ଆରମ୍ଭ ହେବେ। ପ୍ରତ୍ୟେକ ବିଷୟ ପାଇଁ ଦୁଇ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ କେବେଳ ଗଣିତ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ବିଷୟ ପାଇଁ ୮୦ ମାର୍କ ଧାର୍ଯ୍ୟ କରାଯାଇଥିବା ବେଳେ ୪ ଟି ସେଟର ପ୍ରଶ୍ନ ପତ୍ର ଆସିବ। କିନ୍ତୁ ରେଗୁଲାର ଏବଂ ଏକ୍ସ-ରେଗୁଲାର ପାଇଁ ଅଲଗା ଅଲଗା ପ୍ରଶ୍ନ ପତ୍ର ଆସିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ସୂଚନା ଦେଇଛନ୍ତି।

Categories
StateBoard ବିଶେଷ ଖବର

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବିଷୟରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ କଣ ଘୋଷଣା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟରେ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟରେ ଦଶମ ପରୀକ୍ଷା ବିଷୟରେ ଶ୍ରୀ ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ଘୋଷଣା କରିଛନ୍ତି। ଦଶମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ମୂଲ୍ୟାୟନ ବିଷୟରେ ସେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

ଏପ୍ରିଲ ମାସ ୨୯ ତାରିଖରେ ପରୀକ୍ଷା କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ପରୀକ୍ଷା ମେ’ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଫଲାଇନ ମୋଡରେ ପରୀକ୍ଷା କରାଯିବ। ସମ୍ମେଟିଭ-୨ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ନିଜ ସ୍କୁଲରେ ପରୀକ୍ଷା କରାଯିବ ଏବଂ ଅନ୍ୟ ସ୍କୁଲର ଶିକ୍ଷକଙ୍କ ତତ୍ବାବଧାନରେ ଏହି ପରୀକ୍ଷା କରାଯିବ। ଯେଉଁ ସ୍କୁଲରେ ପରୀକ୍ଷା ପାଇଁ ସୁବିଧା ନଥିବ, ସେହି ସ୍କୁଲର ପିଲାମାନେ ପାଖ ସ୍କୁଲରେ ପରୀକ୍ଷା ଦେଇପାରିବେ। ଦିନକୁ କେବଳ ଗୋଟିଏ ବିଷୟ ପରୀକ୍ଷା କରାଯିବ।

ସେହିଭଳି ତିନି ପ୍ରକାର ପଦ୍ଧତିରେ ମୂଲ୍ୟାୟନ ହେବ। ପ୍ରଥମ ପଦ୍ଧତିରେ ସମ୍ମେଟିଭ-୧ ପରୀକ୍ଷା ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ, ଦ୍ଵିତୀୟ ପଦ୍ଧତିରେ ସମ୍ମେଟିଭ-୨ ପରୀକ୍ଷାର ଦୁଇଗୁଣ କରି ହିସାବ ହେବ। ସମ୍ମେଟିଭ-୧ ରୁ ୩୦ ପ୍ରତିଶତ, ସମ୍ମେଟିଭ-୨ ରୁ ୫୦ ପ୍ରତିଶତ ଏବଂ ଇଣ୍ଟରନାଲ ଆସେସମେଣ୍ଟ ୨୦ ପ୍ରତିଶତ ହିସାବ କରି ପରୀକ୍ଷା ଫଳ ମୂଲ୍ୟାୟନ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠୁ ଅଫଲାଇନ୍ ମାଟ୍ରିକ ପରୀକ୍ଷା: ୬ ହଜାର ୫୯୭ ଜଣ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜ୍ୟରେ ଅଫଲାଇନ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। କରୋନା ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରାଯିବ। ସେଥିପାଇଁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କଲା ବେଳେ ଛାତ୍ରଛାତ୍ରୀମାନଙ୍କୁ ଥର୍ମାଲ ସ୍କାନିଂ କରାଯିବ।

ମୋଟ ୬ ହଜାର ୫୯୭ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ବେଳେ ମୋଟ ୨୭୮ ଟି କେନ୍ଦ୍ରରେ ପରୀକ୍ଷା ହେବ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କେବଳ ବ୍ଲକ୍‌ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟରେ ଥିବା ପ୍ରମୁଖ ବିଦ୍ୟାଳୟଗୁଡ଼ିକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଛି। ସବୁ କେନ୍ଦ୍ରରେ ପରୀକ୍ଷା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି।

ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖରେ ଶେଷ ହେବ। ଦିନ ୧୦ଟାରୁ ୧୨ ତା ଯାଏଁ ପରୀକ୍ଷା  ସମୟ ନିର୍ଦ୍ଧାରଣ ହୋଇଛି। ଏଥିପାଇଁ ସକାଳ ୯ଟା ପରଠାରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ପରୀକ୍ଷାରେ କୋଭିଡ-୧୯ର ସମସ୍ତ ଗାଇଡଲାଇନ ପାଳନ କରିବାକୁ ବୋର୍ଡ ତଥା ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏଥିପାଇଁ ୪୮ ଘଣ୍ଟା ପୂର୍ବରୁ ପରୀକ୍ଷାରେ ନିୟୋଜିତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କୋଭିଡ ଟେଷ୍ଟ କରିଛନ୍ତି। ଆସନ୍ତା ୨୨ତାରିଖ ସୁଦ୍ଧା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରହିଛି। ଏନେଇ ବୋର୍ଡ ସଭାପତି ରମାସିସ ହାଜାରା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀ କହିଲେ ପୁଣି ହେବ ମାଟ୍ରିକ ପରୀକ୍ଷା, ସୋସିଆଲ ମିଡିଆରେ ଚାଲିଛି ପ୍ରଚାର, ଜାଣନ୍ତୁ ସତ କଣ

ଭୁବନେଶ୍ବର: ସୋସିଆଲ ମିଡିଆରେ ଏକ ଖବର ତ୍ବରିତ ବେଗରେ ପ୍ରଚାର ହେବାରେ ଲାଗିଛି। ତାହା ହେଲା ଯେ, “ପୂର୍ବ ନିଷ୍ପତ୍ତି ଅନୁସାରେ ୧୦ମ ବୋର୍ଡ ପରୀକ୍ଷାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବାତିଲ କରାଯାଇଥିଲା, କିନ୍ତୁ ସମସ୍ତ କଲେଜ ଛାତ୍ରଛାତ୍ରୀଙ୍କର ଧାରଣା ଯୋଗୁଁ ଆଜି ପୁନର୍ବାର ବୈଠକରେ ଆଲୋଚନା ହୋଇଛି ଯେ ୧୦ମ ଶ୍ରେଣୀ ପରୀକ୍ଷା ଆସନ୍ତା ଜୁନ ୧୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।”

ଆଶ୍ଚର୍ଯ୍ୟର କଥା ଏହା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନାମରେ ଥିବା ଏକ ଟୁଇଟର ଆକାଉଣ୍ଟରେ ପୋଷ୍ଟ ହୋଇଛି। ଏହି ଖବର ତ୍ବରିତ ବେଗରେ ପ୍ରସାରିତ ହେବାରେ ଲାଗିଲା। ତାହା ମନ୍ତ୍ରୀଙ୍କ ଅଫିସ ଜାଣିବା ପରେ ଖୋଦ ମନ୍ତ୍ରୀ ତାଙ୍କ ପ୍ରକୃତ ଟୁଇଟ ଆକାଉଣ୍ଟରେ ସ୍ପଷ୍ଟିକରଣ ଦେଲେ ଯେ, ଏହା ଏକ ଫେକ ଆକାଉଣ୍ଟ। ଏପରି କୌଣସି ନିଷ୍ପତ୍ତି ହୋଇ ନାହିଁ। ତେବେ ମନ୍ତ୍ରୀଙ୍କ ନାମରେ କିପରି ଏକ ଆକାଉଣ୍ଟ ଖୋଲାଗଲା ତାହା ନେଇ ଚାଲିଛି ତନାଘନା।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟର ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ତଦନୁଯାୟୀ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ୧୮.୫.୨୧ ରିଖ ଠାରୁ ଆରମ୍ଭ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କୋଭିଡ-୧୯ ପରିସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ। ଜୁନ୍‌ ୨୦୨୧ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା କରାଯିବା ସଂପର୍କରେ ସମୀକ୍ଷା କରିବେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ସମୟ ଦିଆଯାଇ ପରୀକ୍ଷା କରାଯିବା ପାଇଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ସେହିପରି ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ୩ ମଇ ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ଦଶମ ଶ୍ରେଣୀ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ମହାମାରୀ ସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯିବ। ୨୦୨୦-୨୧ ଶିକ୍ଷାବର୍ଷରେ ନବମ ଓ ଏକାଦଶ ଶ୍ରେଣୀରେ ପାଠ ପଢୁଥିବା ସବୁ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ଦଶମ ଏବଂ ଦ୍ବାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ। ଏଥିପାଇଁ ସେମାନଙ୍କୁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ।

ବର୍ତ୍ତମାନ ୨୦୨୦-୨୧ ଶିକ୍ଷାବର୍ଷର ଦଶମ ଓ ଦ୍ବାଦଶ ଶ୍ରେଣୀର ସମସ୍ତ କ୍ଲାସ ଆସନ୍ତା ତା.୧୯.୪.୨୧ରିଖ ଠାରୁ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ସ୍କୁଲରେ କୌଣସି ପ୍ରକାର ଶୈକ୍ଷିକ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ।

ଏହି ନିଷ୍ପତ୍ତି ଓଡିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସହ ସହବନ୍ଧିତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ତଥା ଘରୋଇ ବିଦ୍ୟାଳୟ କ୍ଷେତ୍ରରେ ଲାଗୁ ହେବ।

ସେହିପରି CBSE ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ସହ ସହବନ୍ଧିତ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିମନ୍ତେ ୧୪.୪.୨୧ରୁ CBSE ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଆସନ୍ତା ୧୯.୦୪.୨୧ ଠାରୁ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ସ୍କୁଲ ଓ ସେମାନଙ୍କ ଦ୍ବାରା ପରିଚାଳିତ ହଷ୍ଟେଲ ଗୁଡିକ ମଧ୍ୟ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ମାଟ୍ରିକ ପରୀକ୍ଷା ନେଇ ମୁଖ୍ୟମନ୍ତ୍ରୀ ଆଜି କରିପାରନ୍ତି ବଡ ଘୋଷଣା

ଭୁବନେଶ୍ବର: ଆଜି ଅପରାହ୍ନରେ ମାଟ୍ରିକ ପରୀକ୍ଷା ଉପରେ କିଛି ବଡ ଘୋଷଣା ହୋଇପାରେ। ଆଜି ଅପରାହ୍ନ ୫ ଟା ୩୦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ବଡ ଘୋଷଣା କରିପାରନ୍ତି। ମେ’ ୩ ତାରିଖରୁ ମାଟ୍ରିକ ପରୀକ୍ଷା ହେବା ନେଇ ନିର୍ଦ୍ଧାରଣ କରାଯାଇଥିଲା।

କିନ୍ତୁ ଗତକାଲି ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ କେନ୍ଦ୍ର ବାତିଲ କରିଥିଲା। ତେଣୁ ରାଜ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଦଶମ ପରୀକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ମାଟ୍ରିକ ପରୀକ୍ଷା ବନ୍ଦ କରିବା ପାଇଁ ଆରମ୍ଭ ହେଲା ବିଚାର ବିମର୍ଶ

ଭୁବନେଶ୍ବର, ଗତକାଲି କେନ୍ଦ୍ର ସରକାର ସିବିଏସଇ ବୋର୍ଡର ଦଶମ ପରୀକ୍ଷା ବାତିଲ କରିବା ପରେ ବର୍ତ୍ତିମାନ ବିଭିନ୍ନ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି। ଦେଶରେ ଯେପରି କରୋନା ପରିସ୍ଥିତି ସୃଷ୍ଟି ହେଲାଣି ସେଥିରେ ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗାଇବାକୁ କେହି ଚାହୁଁ ନାହାଁନ୍ତି। ସେଥିପାଇଁ ବିଭିନ୍ନ ରାଜ୍ୟ ସରକାର ରାଜ୍ୟ ବୋର୍ଡ ପରୀକ୍ଷା ସ୍ଥଗିତ କିମ୍ବା ବାତିଲ ପାଇଁ ବିଚାରବିମର୍ଶ ଆରମ୍ଭ କଲେଣି।

ଇତିମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ସରକାର ରାଜ୍ୟ ବୋର୍ଡ ପରୀକ୍ଷା ସ୍ଥଗିତ କରିସାରିଲେଣି। କାରଣ ସେହି ରାଜ୍ୟରେ ଯେପରି କରୋନା ସ୍ଥିତି ଭୟଙ୍କର ହୋଇପଡିଛି ତାହାକୁ ଦେଖି ସରକାର ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି।

ବର୍ତ୍ତମାନ ଓଡିଶା ସେହିପରି ପରିସ୍ଥିତି ଆଡକୁ ମୁହାଁଇବାରେ ଲାଗିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ହୁହୁ ହୋଇ ବଢିବାରେ ଲାଗିଛି, ଆଉ କେତୋଟା ଦିନ ପରେ ଓଡିଶାର ସ୍ଥିତି ମଧ୍ୟ ଭୟଙ୍କର ହୋଇପଡିବ। ସେଥିପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ ହେବ ଭିନ୍ନ କଥା ହେଲେ ଜୀବନ ଅନ୍ଧକାର ନ ହେଉ। ଏ ସବୁକୁ ଦୃଷ୍ଟିରେ ରଖି ଓଡିଶାରେ ମାଟ୍ରିକ ପରୀକ୍ଷାକୁ ମଧ୍ୟ ବନ୍ଦ କରିବାକୁ ବିଚାର ବିମର୍ଶ ଆରମ୍ଭ ହେଲାଣି। ଏ ନେଇ ପ୍ରଥମେ ଶିକ୍ଷକ ଏବଂ ଅଭିଭାବକଙ୍କ ମତାମତ ନିଆଯାଇ ପଦକ୍ଷେପ ଗ୍ରହଣ କରାଯିବ।

ଅନ୍ୟପକ୍ଷରେ ଟିକା କରଣ ଚାଲିଥିଲେ ମଧ୍ୟ ବର୍ତ୍ତମାନ ଯେଉଁ ବୟସ ସୀମା ରଖାଯାଇଛି ସେଥିରେ ଛାତ୍ରଛାତ୍ରୀଙ୍କ ପାଳି ପଡିବା ବହୁ ଡେରି ରହିଛି। ଏପରିକି ଏହି ଟିକା ପିଲାମାନଙ୍କୁ ଦିଆଯିବ କି ନାହିଁ ସେ ନେଇ ମଧ୍ୟ ନିଷ୍ପତି ହୋଇ ନାହିଁ। ସେଥିପାଇଁ କୋମଳମତି ଛାତ୍ରଛାତ୍ରୀଙ୍କୁ ଏହି ବିପଦରୁ ଟାଳିବାକୁ ହେଲେ ମାଟ୍ରିକ ପରୀକ୍ଷା ବାତିଲ ପାଇଁ ବିଭିନ୍ନ ମହଲରେ ଆଲୋଚନା ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ

ଭୁବନେଶ୍ବର: ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ମେ’ ୩ ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଦୈନିକ ସକାଳ ୮ ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ ଟା ଯାଏଁ ଚାଲିବ। କେବଳ ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ ସମୟ ମିଳିବ। ଛାତ୍ରଛାତ୍ରୀମାନଙ୍କୁ ୭ ଟା ୪୫ ମିନିଟରେ ଉଭୟ ଅବଜେକ୍ଟିଭ ଓ ସବଜେକଟିଭ ପ୍ରଶ୍ନ ପତ୍ର ବଣ୍ଟାଯିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।

ପରୀକ୍ଷା କାର୍ଯ୍ୟସୂଚୀ: 

୧- ମେ’ ୩ ତାରିଖ-ମାତୃଭାଷା ଓଡିଆ

୨- ମେ’ ୫ ତାରିଖ- ଇଂଲିଶ

୩- ମେ’ ୭ ତାରିଖ- ହିନ୍ଦୀ(ତୃତୀୟ ଭାଷା)

୪- ମେ’ ୮ ତାରିଖ- ସଂସ୍କୃତ

୫- ମେ’ ୧୦ ତାରିଖ- ଗଣିତ

୬- ମେ’ ୧୨ ତାରିଖ- ବିଜ୍ଞାନ

୭- ମେ’ ୧୫ ତାରିଖ- ସାମାଜିକ ବିଜ୍ଞାନ

Categories
ଆଜିର ଖବର ରାଜ୍ୟ ଖବର

ମେ’ ୩ରୁ ମାଟ୍ରିକ ପରୀକ୍ଷା: ଫେବୃୟାରୀ ୧୦ତାରିଖ ପରେ କାର୍ଯ୍ୟସୂଚୀ

ଭୁବନେଶ୍ଵର: ମେ’ ୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ମେ’ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଦ୍ୟଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମେ’ ୩ ରୁ ୧୨ ପର୍ଯ୍ୟନ୍ତ ସଂସ୍କୃତ ମଧ୍ୟମା ପରୀକ୍ଷା ଓ ୧୫ ପର୍ଯ୍ୟନ୍ତ ଓଡ଼ିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଫର୍ମପୂରଣ ଜାନୁଆରି ୧୦ ତାରିଖରୁ ଆରମ୍ଭ ହୋଇଛି। ଏହାର ଶେଷ ତାରିଖ ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫେବୃୟାରୀ ୧୦ତାରିଖ ପରେ ପରୀକ୍ଷା ପାଇଁ ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଜଣାପଡ଼ିବା ପରେ ପରୀକ୍ଷା କେନ୍ଦ୍ର, ପ୍ରଶ୍ନପତ୍ର ପାଇଁ ନୋଡାଲ ସେଣ୍ଟର, ପରୀକ୍ଷାର କାର୍ଯ୍ୟସୂଚୀ ଆଦି ପ୍ରକାଶ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର କରାଯିବ। ଏନେଇ ବୋର୍ଡ ସଭାପତିଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ଦ୍ଦେଶ ଦେଇଛନ୍ତି।

ନଭେମ୍ବର ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଡିସେମ୍ବର ୯ରୁ ଫର୍ମ ପୂରଣ ଆରମ୍ଭ ହେବ ବୋଲି କୁହାଯାଇଥିଲା। କିନ୍ତୁ ଏଯାଏଁ କରୋନା ଯୋଗୁଁ ରାଜ୍ୟରେ କୌଣସି ସ୍କୁଲ ଖୋଲିପାରିନାହିଁ। ପାଠ ପଢା ନହୋଇ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ସଂଘ ଅସନ୍ତୋଷ ପ୍ରକାଶ କରିଥିଲେ। ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ମଧ୍ୟ ସ୍କୁଲ ନଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏପରି ସ୍ଥିତିରେ ପିଲା ପରୀକ୍ଷା କେମିତି ଦେବେ ଏନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏପରିକି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଏହାର ବିରୋଧ କରିଥିଲା। ଏହାକୁ ଦୃଷ୍ଟିରେ ରଖି ବିଜ୍ଞପ୍ତି ପ୍ରତ୍ୟାହାର କରିନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଣି କେବେ ପରୀକ୍ଷା ପାଇଁ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବ ଏନେଇ କୌଣସି ସୂଚନା ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଘୁଞ୍ଚିଲା

ଭୁବନେଶ୍ବର : ମାଟ୍ରିକ୍‌ ପରୀକ୍ଷା ଖାତା ଦେଖାକୁ ଘୁଞ୍ଚାଯାଇଛି। ବାତ୍ୟା ‘ଆମ୍ଫାନ୍‌’କୁ ଦୃଷ୍ଟିରେ ରଖି ମାଟ୍ରିକ ଖାତା ଓ ଯୁକ୍ତ ଦୁଇ ଖାତା ଦେଖାକୁ ଘୁଞ୍ଚାଯାଇଛି। ମାଟ୍ରିକ୍‌ ପରୀକ୍ଷା ଖାତା 20 ତାରିଖ ପରିବର୍ତ୍ତେ 21 ତାରିଖରୁ ଦେଖା ହେବ। ସେହିପରି 10 କିଲୋମିଟର ଦୂର ଭିତରେ ପରୀକ୍ଷା ଖାତା ଦେଖିବେ ଶିକ୍ଷକ। 60ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଖାତାର‌ ମୂଲ୍ୟାୟନ ହେବ।

ସେହିପରି ବାକି ରହିଥିବା ଯୁକ୍ତ ଦୁଇ ପରୀକ୍ଷା ଜୁଲାଇ 1ରୁ 15 ମଧ୍ୟରେ ସରିବ। ଶେଷ ହୋଇଯାଇଥିବା ପରୀକ୍ଷା ଖାତା ଦେଖା ଜୁନ୍‌ 1ରୁ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକରେ ଯୁକ୍ତ ଦୁଇ ଓ ମାଟ୍ରିକ୍‌ ଖାତା ଦେଖାକୁ ନେଇ ନିଷ୍ପତ୍ତି ନିଆଯାଇଛି ।