Categories
ଆଞ୍ଚଳିକ

ରଣପୁର ସଡ଼କ ଦୁର୍ଘଟଣା ମାମଲା: ଆଖି ବୁଜିଲେ ଗୁରୁତର ଆହତ ବ୍ୟକ୍ତି, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ରଣପୁର: ଆଜି ସକାଳ ୯.୩୦ ମିନିଟରେ ରଣପୁରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ ଦୁଇଜଣ ବ୍ୟକ୍ତିଙ୍କୁ ଟ୍ରକ ଚାପି ଦେଇ ଦ୍ରୁତ ଗତିରେ ପଳାଇ ଫେରାର ହୋଇଯାଇଥିଲା। ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ରଣପୁର ଡାକ୍ତରଖାନାକୁ ନିଆଯାଇଥିଲା। ରଙ୍ଗନାଥ ବାଲିଆରସିଂହ ନାମକ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ରାମଚନ୍ଦ୍ର ରଥ ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଭୁବନେଶ୍ୱର ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ ସାନଗଡ଼ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ରଣପୁର ପୋଲିସ ସବ-ଇନ୍ସପେକ୍ଟର ସଞ୍ଜୟ ପରିଡା ପୋଲିସ ବାହିନୀ ସହିତ ଘଟଣା ସ୍ଥଳରେ ପହଂଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଥିଲେ। ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାର ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି। ଟ୍ରକ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଥିବା ସବ-ଇନ୍ସପେକ୍ଟର ଶ୍ରୀ ପରିଡା କହିଛନ୍ତି।

ସଡ଼କ ଦୁର୍ଘଟଣାର ଅନ୍ୟତମ କାରଣ ହେଉଛି ବର୍ତ୍ତମାନ ଚାଲିଥିଲା ରାସ୍ତା କାମ। ସାଧାରଣ ଲୋକଙ୍କ ଅଭିଯୋଗ ଅନୁଯାୟୀ ବର୍ତ୍ତମାନ ରାସ୍ତା କାମ ସଠିକ ଭାବେ ହେଉ ନାହିଁ। ରାସ୍ତା କାମ ଖୁବ ମନ୍ଥର ଗତିରେ ହେଉଛି। କଣ୍ଟ୍ରାକ୍ଟରମାନେ ସରକାରୀ ନୀତି ନିୟମକୁ ବେଖାତିରି କରି ସେମାନଙ୍କ ମନ ଇଚ୍ଛା କାମ କରୁଛନ୍ତି। ରାସ୍ତା କାମର କୌଣସି ସୂଚନା ଫଳକ କିମ୍ବା ସଂକେତ ଦିଆ ଯାଉ ନାହିଁ।

ଏପରିକି ରାସ୍ତା କାମ ଅତି ନିମ୍ନମାନର ହେଉଥିବା ଅଭିଯୋଗ ମଧ୍ୟ ହେଉଛି। ତୁରନ୍ତ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଏ ସବୁ ସମସ୍ୟାର ସମାଧାନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ଟ୍ରକ ଚାପାରେ ଜଣେ ମୃତ, ଆଉ ଜଣେ ଗୁରୁତର

ରଣପୁର: ଆଜି ସକାଳ ୯.୩୦ ମିନିଟରେ ରଣପୁରରେ ଏକ ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ ଦୁଇଜଣ ବ୍ୟକ୍ତିଙ୍କୁ ଟ୍ରକ ଚାପି ଦେଇ ଦ୍ରୁତ ଗତିରେ ପଳାଇ ଯାଇଥିଲା। ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ସାହାଯ୍ୟରେ ରଣପୁର ଡାକ୍ତରଖାନାକୁ ନିଆ ଯାଇଛି। ଟ୍ରକଟିକୁ ପିଛା କରି ସ୍ଥାନୀୟ ଲୋକେ ମାଛ ବଜାର ନିକଟରେ କାବୁ କରାଯାଇଛି। ଟ୍ରକଟିର ନମ୍ବର ଓଆର-୦୨-ବି-୨୫୮୮ ଏବଂ ଏହା ମଧୁ ବାସନ୍ତୀ ଗଣନାଟ୍ୟର ବୋଲି ଜଣା ପଡିଛି।

ବ୍ୟକ୍ତି ଦୁଇ ଜଣ ରଣପୁର ବ୍ଲକ କଙ୍କିଆର ବୋଲି ଜଣା ପଡିଛି। ମୃତ ବ୍ୟକ୍ତି ଜଣଙ୍କ ନାମ ରଙ୍ଗନାଥ ବାଲିଆରସିଂହ ଜଣା ପଡ଼ିଥିବା ବେଳେ ଆହତ ବ୍ୟକ୍ତି ଜଣଙ୍କ ରାମଚନ୍ଦ୍ର ରଥ ବୋଲି ପୋଲିସ ଠାରୁ ଜଣା ପଡିଛି। ସାନଗଡ଼ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ରଣପୁର ପୋଲିସ ସବ-ଇନ୍ସପେକ୍ଟର ସଞ୍ଜୟ ପରିଡା ପୋଲିସ ବାହିନୀ ସହିତ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଥିବା ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ବିଦ୍ୟାଳୟରେ ସାପ କାମୁଡା ସଚେତନତା କାର୍ଯ୍ୟକ୍ରମ

ରଣପୁର: ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକର ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ସାପ କାମୁଡାର ପ୍ରତିକାର ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ ଦାଶ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ ଲକ୍ଷ୍ମୀଧର ସାହୁ, ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ସମ୍ପାଦକ ଜଗନ୍ନାଥ ଦାଶ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବକାଶ ସ୍ୱାଇଁ, ସାମ୍ବାଦିକ ବ୍ରଜ ରାଣସିଂହ, ଚନ୍ଦ୍ରଭାନୁ ପରିଡା ପ୍ରମୁଖ ମଞ୍ଚାସିନ ଥିଲେ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସୁରକ୍ଷା ଓ ନିରାପତ୍ତା କାର୍ଯ୍ୟକ୍ରମ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ‘ସାପ କାମୁଡା ଓ ପ୍ରତିକାର’ ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଚିତ୍ରକର ତଥା ସାପ ଧରାଳି ଅଜୟ କୁମାର ଦାଶ ଏବଂ ବେହେଲା ବାଦକ ସୁବାଷ ଦାଶ ଏହି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କଳାକାମାନେ ମୁଣ୍ଡ ପୋତା ବେଶରେ ସଜ୍ଜିତ ହୋଇ କନା ଓ କାଗଜରେ ତିଆରି ସାପ, କୁମ୍ଭୀର, କଙ୍କଡା ଦେଖାଇ ସଚେତନତା ଭିତିକ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରିଥିଲେ।  ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ କେଉଁ କେଉଁ ସାପ ବିଷଧର, ସାପ କାମୁଡ଼ିଲେ କଣ କରିବା ଉଚିତ ସେ ନେଇ ଛାତ୍ରଛାତ୍ରୀ ତଥା ଲୋକମାନଙ୍କୁ ବୁଝାଇ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ କୁମାର ସାହୁ, ରବିନ୍ଦ୍ର କୁମାର ସଂଗ୍ରାମସିଂହ, ନୀଳମଣି ପ୍ରଧାନ, ବିନାୟକ ପ୍ରଧାନ, କାଶିନାଥ ଜୟସିଂହ, ଡାକ ଦଳେଇ, ୱାର୍ଡ଼ମେମ୍ବର ସରୋଜିନୀ ପ୍ରଧାନ, ମୁରଲୀ ମାନସିଂହ, ଅଙ୍ଗନବାଡି କର୍ମୀ ପୁଷ୍ପଲତା ଦେଇ, କାନନବାଳା ସାହୁ, କୁନି ଖଟେଇ, ଟୁନି ସାହୁ, ଯଦୁମଣି ବିଶ୍ୱାଳ, ଅହଲ୍ୟା ଦେଇ, ସଂଜିତା ନାୟକ, ପୁଷ୍ପଲତା ବାରିକ, ଜୟନ୍ତୀ ବାରିକଙ୍କ ସହ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ରଣପୁରରେ ଜନ ଶୁଣାଣି ଶିବିର

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି. ଏଥିରେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ନୟାଗଡ ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ରଣପୁର ବିଡ଼ିଓ ଜ୍ୟୋତି ପ୍ରକାଶ ସେଠି ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କ ଅଭିଯୋଗ ଶୁଣିବା ସହିତ ସମସ୍ୟାର ସମାଧାନ କରିଥିଲେ।

ଏଥିରେ ମୋଟ ୪୯୧ ଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୪୮୫ ଟି ବ୍ୟକ୍ତିଗତ ଅଭିଯୋଗ, ୩ଟି ଗ୍ରାମ୍ୟ ଘଟଣା ସହିତ ଅନ୍ୟାନ୍ୟ ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୧୨୭ ଟି ଘଟଣା ସମାଧାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ୨୭୨ଟି ଅଭିଯୋଗ ଆସିଥିଲା।

ଜନ ଶୁଣାଣି ଶିବିର ସମ୍ପର୍କରେ ସର୍ବ ସାଧାରଣଙ୍କୁ ସଠିକ ଭାବେ ସୂଚନା ଦିଆ ଯାଉ ନହିଁ, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଗଣମାଧ୍ୟ୍ୟମ ପ୍ରତିନିଧିଙ୍କୁ ସଠିକ ଭାବେ ସୂଚନା ଦିଆ ଯାଉ ନହିଁ।

Categories
ଆଞ୍ଚଳିକ

ରଣପୁର: ଅସୁରକୁମାରୀ ଯଜ୍ଞ ଆରମ୍ଭ, କଳସ ଯାତ୍ରାରେ ସାମିଲ ହେଲେ ୬୦ ରୁ ଊର୍ଦ୍ଧ୍ଵ ଭକ୍ତ

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ସ୍ଥିତ ମା’ ଅସୁରକୁମାରୀ ଦେବୀଙ୍କ ପୀଠରେ ଚଳିତ ମାସ ୨୬ ତାରିଖ ଶୁକ୍ଳ ପକ୍ଷ ପଞ୍ଚମୀ ଠାରୁ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ମହାଯଜ୍ଞ ଚଳିତ ମାସ ଶୁକ୍ଳ ପକ୍ଷ ନବମୀ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

ମା ଅସୁରକୁମାରୀ ଚାରିଟେବଲୁ ଟ୍ରଷ୍ଟ ପକ୍ଷରୁ ମିଳିଥିବା କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମାସ ୨୬ ତାରିଖରେ ଅଙ୍କୁରାପୋଣ, ୨୮ ତାରିଖରେ ଦେବୀ ବରଣ, କଳସ ଯାତ୍ରା, ସୂର୍ଯ୍ୟପୂଜା, ଯଜ୍ଞ ଆରମ୍ଭ, ଭାଗବତ, ସଂକୀର୍ତ୍ତନ, ଠାକୁରାଣୀ ସ୍ନାନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

ସେହିପରି ୨୯ ତାରିଖରେ ସୂର୍ଯ୍ୟ ପୂଜା, ଅଖଣ୍ଡ ଯଜ୍ଞ ସହିତ ପ୍ରସାଦ ସେବନ ଓ ମନୋରଞ୍ଜନ କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ରହିଛି। ଆସନ୍ତା ୩୦ ତାରିଖରେ ପୂର୍ଣ୍ଣାହୁତିର କାର୍ଯ୍ୟସୂଚୀ ରହିଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆ ଯାଇଛି। କଳସ ଯାତ୍ରାରେ ୬୦ ରୁ ଉର୍ଦ୍ଧ ଭକ୍ତ ସାମିଲ ହୋଇଥିଲେ। ଗୋପୀନାଥ ଦାଶ ଏଥିରେ ଆଚାର୍ଯ୍ୟ ଭାବେ କାର୍ଯ୍ୟ ଭାର ତୁଲାଉ ଥିବା ଜଣା ପଡିଛି।

ସୂଚନା ଥାଉ କି ମା ଅସୁର କୁମାରୀ ପୀଠ ଏକ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଅଟେ। ଏଠାକୁ ବର୍ଷ ସାରା ପ୍ରତିଦିନ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ଏହି ପୀଠ ବଣ ଝରଣା ସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅଟେ। ଏହି ପୀଠରେ ବିବାହ ବ୍ରତ ଘର ମଧ୍ୟ କରାଯାଇଥାଏ। ଏହି ପୀଠକୁ ଓଡିଶା ବିଭିନ୍ନ ଜାଗାରୁ ଲୋକମାନେ ବଣ ଭୋଜି କରିବାକୁ ଆସିଥାନ୍ତି।

Categories
ଆଞ୍ଚଳିକ

ରଣପୁର: ପାନୀୟ ଜଳ ଚୋରି ହେଉଥିବା ଅଭିଯୋଗ

ରଣପୁର: ରଣପୁର ବିଜ୍ଞାପିତ ପରିଷଦ ଅଞ୍ଚଳରେ ଲୋକମାନଙ୍କୁ ପାଇପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆ ଯାଉଛି। ଯାହା ଫଳରେ ଲୋକମାନଙ୍କ ଜଳ ସମସ୍ୟା ଦୂର ହେଇ ପାରୁଛି। କିନ୍ତୁ ରଣପୁରର କେତେକ ଅଞ୍ଚଳରେ ମଟର ଲଗାଇ ଏହି ଯୋଗାଣ ପାଇପରୁ ପାଣି ନେଇ ନିଜ କୂଅ ଇତ୍ୟାଦିରେ ରଖିବା ସହ ଜଳ ଅପଚୟ କରୁଥିବା ଅଭିଯୋଗ ହେଉଛି। ଯାହା ଫଳରେ ମଟର ଲଗାଇ ନ ଥିବା ଲୋକମାନେ ପାଣି ସଠିକ ଭାବରେ ପାଇ ପାରୁ ନାହାନ୍ତି। ଯାହା ଫଳରେ ସେହି ଲୋକମାନେ ଜଳ ପାଇଁ ନାହି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ଦାବି ହେଉଛି।

Categories
ଆଞ୍ଚଳିକ

ରଣପୁର: ବିଭିନ୍ନ ବିଦ୍ୟାଳୟରେ ସରସ୍ବତୀ ପୂଜା ପାଳିତ

ରଣପୁର: କୋଭିଡ କଟକଣା ଲାଗି ଗତବର୍ଷ ପୂଜା ଧୁମ୍‌ଧାମ୍‌ରେ ପାଳନ ହୋଇନଥିଲା। ହେଲେ ଏଥର ସେ କଟକଣା ନାହିଁ। ଗୋଟିଏ ଦିନରେ ସାଧାରଣତନ୍ତ୍ର ଦିବସ ଓ ସରସ୍ୱତୀ ପୂଜା ପଡ଼ୁଥିବାରୁ ପିଲାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିବ। ସ୍କୁଲ, କଲେଜରେ ସରସ୍ୱତୀ ପୂଜା ଖୁବ ଧୁମଧାମରେ ପାଳିତ ହୋଇ ଯାଇଛି।

ଏହି ଅବସରରେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ପାମ୍ପଡ଼ା ପ୍ରାଥମିକ ବିଦ୍ୟାଳୟ, ନୀଳକଣ୍ଠ ଦେବ ପ୍ରାଥମିକ ବିଦ୍ୟାଳୟ, ସାନଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ, ବିଲଗାଡ଼ିଆ ପ୍ରାଥମିକ ବିଦ୍ୟାଳୟ, ମନ୍ଦାକିନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନରେନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ, ରଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କଳିଙ୍ଗ ଲୋଟସ ପ୍ରାଥମିକ ବିଦ୍ୟାଳୟ, ଚାରିଅଟ ପବ୍ଲିକ ସ୍କୁଲ ସହ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପୂଜା ଧୂମାଧାମ ସହ ପାଳିତ ହୋଇ ଯାଇଛି।

ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଓଡ଼ିଶାର ପୁରପଲ୍ଲୀରେ ପରମ୍ପରା ଓ ବିଧିବିଧାନର ସହ ପାଳନ କରାଯାଏ ସରସ୍ୱତୀ ପୂଜା। ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ନାମରେ ଏହା ପ୍ରସିଦ୍ଧ। ଏହି ଦିନ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା-ପୁସ୍ତକଧାରିଣୀ ଦେବୀ ସରସ୍ୱତୀ ଧରାବତରଣ କରନ୍ତି। ଘରେ ଘରେ ବିଜେକରି ମା’ ଅଭୟ ବର ପ୍ରଦାନ କରନ୍ତି। ଏ ଅବସରରେ ଶିକ୍ଷାନୁଷ୍ଠାନମାନଙ୍କରେ ବେଶ ଧୂମ୍‌ଧାମରେ ମା’ଙ୍କ ପୂଜା କରାଯାଏ। ମା’ ଶୁକ୍ଳବସ୍ତ୍ର ପରିଧାନପୂର୍ବକ କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ, ଗଳାରେ ଗଜମୋତି ଓ ମୁକ୍ତାହାରରେ ସୁସଜ୍ଜିତ ହୋଇ ଶ୍ୱେତପଦ୍ମରେ ବିରାଜମାନ କରିଥାନ୍ତି।

Categories
ଆଜିର ଖବର ଜାତୀୟ ଖବର

ରଣପୁର: ଘରୁ ଭିଡି ଆଣି ଦଳି ମାରି ଦେଲା ଦନ୍ତା, ଯୁବକ ମୃତ

ରଣପୁର: ଘରୁ ଭିଡି ଆଣି ଦଳି ମାରି ଦେଲା ଦନ୍ତା। ଟାଙ୍ଗୀ ରେଂଜ୍ ପଟିଆ ସେକସନ ଅନ୍ତର୍ଗତ ରଣ୍ଡା ଗ୍ରାମରେ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ରଣ୍ଡା ଗ୍ରାମର ଦିଲିପ କୁମାର ଜେନାଙ୍କ ଖଳା ବାଡିରେ ପଶି ଗୋଠ ଛଡା ଦନ୍ତା ଧାନ ଛଣ ଖାଉଥିବା ବେଳେ ଦିଲିପ ଜେନା ଦନ୍ତାକୁ ଘଉଡାଇବା ପାଇଁ ପାଟି କରିବାରୁ ଦନ୍ତା ହଠାତ୍ ଉଗ୍ର ହୋଇଥିଲା। ହଠାତ୍ ଘରେ ପଶି ଦନ୍ତା ଦିଲିପଙ୍କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ଦିଲିପଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା। ଏବେ ମଧ୍ୟ ଶବଟି ସେଠାରେ ପଡି ରହିଛି। ଏହି ଘଟଣାକୁ ନେଇ ଲୋକେ ଉତ୍ତେଜିତ ହୋଇଛନ୍ତି। ଏପର୍ଯ୍ୟନ୍ତ ବନ ବିଭାଗ ଘଟଣା ସ୍ଥଳରେ ପହଂଚି ନାହିଁ। ମୃତକ ପରିବାରକୁ ସରକାରୀ ସହାୟତା ଦେବାକୁ ଲୋକେ ଦାବି କରିଛନ୍ତି।  ବନ ବିଭାଗ ହାତୀ ଘଉଡାଇବାକୁ କୌଣସି ପଦକ୍ଷେପ ନେଉନଥିବା ଲୋକେ ଅଭିଯୋଗ କରିଛନ୍ତି।

Categories
ଆଞ୍ଚଳିକ ଧର୍ମ

ରଣପୁର: ଶେଷ ହେଲା ୨୬ତମ ଚଣ୍ଡୀ ମହାଯଜ୍ଞ

ରଣପୁର: ରଣପୁର କଦମ୍ବ ସାହି ସ୍ଥିତ ମା’ ହାବୁଡ଼ାସିଂହୀ ମନ୍ଦିରରେ ୨୬ତମ ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇ ଆଜି ଗୋଧୂଳି ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟ ସମାପ୍ତ ହୋଇଛି। ଏହି ଯଜ୍ଞ ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଯଜ୍ଞ ସମିତି ତରଫରୁ ମିଳିଥିବା କାର୍ଯ୍ୟ ସୂଚୀ ଅନୁଯାୟୀ ଚଳିତ ମାସ ୧୭ ତାରିଖରେ ଅଙ୍କୁରାରୋପଣ, ୧୮ ତାରିଖରେ କଳସ ଯାତ୍ରା, ୧୯ ତାରିଖରେ ଯଜ୍ଞ ଆରମ୍ଭ ଓ ୨୦ ତାରିଖରେ ଯଜ୍ଞ କାର୍ଯ୍ୟ କରାଯାଇଥିଲା। ୨୧ ତାରିଖ ଶନିବାର ତ୍ରିବେଣୀ ଅମାବାସ୍ୟା ଦିନ ଗୋଧୂଳି ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।

ଏହି ଯଜ୍ଞରେ ପ୍ରତ୍ୟେକ ଦିନ ଶହ ଶହ ଭକ୍ତ ଆସି ମା ହାବୁଡ଼ାସିଂହୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରନ୍ତି। ପୂର୍ଣ୍ଣାହୁତି ଦିନ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ମନ୍ଦିର ସମ୍ବନ୍ଧରେ ଏକ ଜନଶ୍ରୁତି ରହିଛି। ତାହା ହେଉଛି ସ୍ବପ୍ନଦେଶରେ ମାଆଙ୍କର ବାମ ପାଦ ତଳକୁ ଏକ ଯୋଗିନୀ ମୂର୍ତ୍ତି ଆବିର୍ଭାବ ହୋଇ ତା ପରେ ଅନ୍ତର୍ଦ୍ଧନ ହୋଇ ଯାଇଥିଲେ। ଏକଥା ପ୍ରତ୍ୟକ୍ଷଦର୍ଶୀ ଭକ୍ତମାନେ କହନ୍ତି।

ଏହି ପୂର୍ଣ୍ଣାହୁତିରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ପୂର୍ବତନ ରଣପୁର ବିଧାୟକ ରବି ନାରାୟଣ ମହାପାତ୍ର, ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଯଜ୍ଞ ସମିତିର ସମସ୍ତ ସଦସ୍ୟ ଓ କଦମ୍ବସାହିର ସମସ୍ତ ବାସିନ୍ଦା ଏହି ଯଜ୍ଞରେ ସମ୍ପୂର୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ରଣପୁରରେ ପୂଜ୍ୟପୂଜା ସେବା ନିବୃତ ସମ୍ବର୍ଦ୍ଧନା ସଭା

ରଣପୁର: ଆଜି ରଣପୁର ମଣିନାଗ ମନ୍ଦିର ନିକଟସ୍ଥ ହନୁମାନ ମନ୍ଦିର ଠାରେ ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ଦ୍ୱାରା ଏକ ସେବା ନିବୃତ ସେବା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ଜିଲ୍ଲା ପ୍ରାଥମିକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ ଦାଶ, ସମ୍ପାଦକ ଭକ୍ତ ରଞ୍ଜନ ମିଶ୍ର, ସଂଗଠନ ସମ୍ପାଦକ ସୁରେଶ ଚନ୍ଦ୍ର ମହାପାତ୍ର, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ସମ୍ପାଦକ ଜଗନ୍ନାଥ ଦାଶ ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ।

ଏହି ସେବା ନିବୃତ ସେବାରେ ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ କୁମାର ମିଶ୍ର, ବିରଞ୍ଚି ନାରାୟଣ ରଣା ଓ ପଞ୍ଚୁ ନାୟକଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା।

ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ବିଦାୟୀ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟ ରଖିବା ସହ ସେମାନଙ୍କ ଅବସର ଜୀବନ ସୁଖମୟ ହେବା ପାଇଁ ଠାକୁରଙ୍କ ନିକଟରେ ପାର୍ଥନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ମିଶ୍ର, ମଦନ ମୋହନ ପଣ୍ଡା, ସନ୍ତୋଷ କୁମାର ମିଶ୍ର, ପ୍ରମୋଦ କୁମାର ସେଠି, ରିତାଞ୍ଜଳୀ ମହାରଣା, ମନୋରଞ୍ଜନ ମହାରଣା, ସୁରେଶ ଚନ୍ଦ୍ର ଶତପଥୀ, ଶରତ ଚନ୍ଦ୍ର ମିଶ୍ର, ସନ୍ଧ୍ୟାରାଣୀ ଶତପଥୀ, କୁଳମଣି ପ୍ରଧାନଙ୍କ ସହ ସଙ୍ଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ରଣପୁର: ମାଳ ଚୁଳ ଲଗାଇଲେ ଶ୍ରୀ ଜୀଉ

ରଣପୁର: ଆଜି ମହାପ୍ରଭୁଙ୍କ ସଂଧ୍ୟା ଆରତୀ ପରେ ତିନି ପୂଜା ପଣ୍ଡା, ଘଣ୍ଟୁଆ, କାହାଳିଆ, ଆଦି ପାରମ୍ପରିକ ବାଦ୍ୟ ନେଇ ଦଧିବାମନ ମଠକୁ ଯାଇଥିଲେ। ପରେ ଦଧି ବାମନ ମଠ ତରଫରୁ ମଠାଧିଶ ମହନ୍ତ ମହାରାଜ ଅତି ଶୁଦ୍ଧପୁତ ଭାବେ ତିନି ଠାକୁରଙ୍କ ନିମନ୍ତେ ତିନୋଟି ମାଳଚୂଳ ବିଭିନ୍ନ ସୁବାସିତ ପୁଷ୍ପ ଯଥା – ତୁଳସୀ, ଗେଣ୍ଡୁ, ସେବତୀ ଆଦି ନାନାଦି ପୁଷ୍ପ ର ସମହାରରେ ମିଶ୍ରଣ କରି ସୁନ୍ଦର ଭାବେ ନିର୍ଦ୍ଧିଷ୍ଟ ମାପରେ ପ୍ରସ୍ତୁତ କରିଥାନ୍ତି।

ପୂଜା ବିଧି ସରିବା ପରେ ପୂଜାପଣ୍ଡା ଏହି ମାଳଚୂଳ ଙ୍କୁ ଧରି ମହାପ୍ରଭୁଙ୍କ ମନ୍ଦିର ଅଭିମୁଖେ ପାରମ୍ପରିକ ବାଦ୍ୟ ତଥା ନାମ ସଂକୀର୍ତ୍ତନ କରି ମନ୍ଦିର କୁ ଆଣିଥିଲେ। ମନ୍ଦିର ରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ ,ମହାପ୍ରଭୁ ଙ୍କୁ ସ୍ନାନ କରାଯାଏ ନୂତନ ବସ୍ତ୍ର ପରିଧାନ କରାଯାଏ ଓ ମାଳଚୂଳ ଶ୍ରୀଜୀଉ ଙ୍କୁ ଲାଗି କରାଯାଏ। କାହାଳି, ଘଣ୍ଟ ଘଣ୍ଟା, ଓ ଚାମର ଲାଗି କରାଯାଏ। ତିନି ପୂଜା ପଣ୍ଡା ମହାପ୍ରଭୁ ଙ୍କୁ ଆଳତି କରନ୍ତି ଓ ତିନି ଠାକୁର ଙ୍କୁ ମାଳ ଚୁଳ ଲାଗି କରା ଯାଇଥିଲା।

ମକର ସଂକ୍ରାନ୍ତି ଅବକାଶ ନୀତି ପୂର୍ବରୁ ଏହି ମାଳ ଚୁଳ ଶ୍ରୀ ଜୀଉଙ୍କ ଠାରୁ ଉଲାଗି କରି ରାଜ ନଅର ଅଭିମୁଖେ ଯାତ୍ରା କରନ୍ତି ଆଉ ରାଜା ସାହେବ ଙ୍କୁ ସମର୍ପଣ କରାଯାଇ ଥାଏ। ଏହି ବେଶ ଦେଖିବା ପାଇଁ ଆଜି ଅନେକ ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିବା ଦେଖି ବାକୁ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ଧାନ ମଣ୍ଡିକୁ ନେଇ ବଢୁଛି ଅସନ୍ତୋଷ, କଟନୀ ଛଟନୀରେ ଚାଷୀ ହନ୍ତସନ୍ତ

ରଣପୁର: ଧାନ ମଣ୍ଡିରେ ଦିନକୁ ଦିନ ଚାଷୀ ମାରଣ ନୀତି ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି। ଚଳିତ ବର୍ଷ ଧାନଗୁଡିକ ଏଫ.ଏ.କ୍ୟୁ ମାନର ହୋଇଥିଲେ ସୁଦ୍ଧା ମିଲରମାନେ ମନ ଇଛା କ୍ୱିଣ୍ଟାଲ ପ୍ରତି ୮ ରୁ ୧୦ କେଜି ଧାନ କାଟିବା ପାଇଁ ଦାବି କରୁଛନ୍ତି।  ଯାହା ଫଳରେ ଚାଷୀ ହତାଶ ହୋଇପଡିଛି।

ଗତକାଲି ବ୍ରଜରାଜପୁର ସମବାୟ ସମିତିରେ ଜଣେ ମିଲର ଓ ଚାଷୀମାନଙ୍କ ମଧ୍ୟରେ ଆଲୋଚନା ପରେ କ୍ୱିଣ୍ଟାଲ ପ୍ରତି ୪ କେଜି ଧାନ କାଟି ବିକ୍ରି କରିବା ପାଇଁ ଚାଷୀମାନେ ରାଜି ହୋଇଥିଲେ। କିଛି ଚାଷୀ ମଧ୍ୟ ଧାନ ବିକ୍ରି କରିଥିଲେ। ଆଜି କିନ୍ତୁ ଆଉ ଜଣେ ମିଲର ଆସି କ୍ୱିଣ୍ଟାଲ ପିଛା ୫ କେଜି ଧାନ କାଟିଲେ ସେ ଧାନ କିଣିବେ ବୋଲି ଜିଦ କରିଥିଲେ।

ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି। ସତେ ଯେମିତି ପ୍ରଶାସନ ଆଖି ବୁଜି ଦେଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି।

Categories
ଆଞ୍ଚଳିକ

ରଣପୁର: ୟୁକୋ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳିତ

ରଣପୁର: ରଣପୁରରେ ସର୍ବ ପ୍ରଥମେ ଖୋଲିଥିବା ୟୁକୋ ବ୍ୟାଙ୍କର ୮୦ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇ ଯାଇଛି। ୧୯୪୩ ମସିହାରେ କୋଲକାତା ଠାରେ ପ୍ରଥମେ କମରସିଆଲ ବ୍ୟାଙ୍କ ନାମରେ ପ୍ରତିଷ୍ଠା ହୋଇଥିଲା। ୧୯୭୦ ମସିହାରେ ରଣପୁରରେ ପ୍ରଥମେ ୟୁକୋ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା।

ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇ ଏହି ବ୍ୟାଙ୍କ ୫୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରଣପୁରରେ ଲୋକପ୍ରିୟତା ହାସଲ କରି ପାରିଛି ବୋଲି ମ୍ୟାନେଜର ଅକ୍ଷୟ କୁମାର ପାଢ଼ୀ ମତ ଦେଇଛନ୍ତି। ବର୍ତ୍ତମାନ ରଣପୁରରେ ଅନେକ ବ୍ୟାଙ୍କ ଖୋଲିଛି, କିନ୍ତୁ ୫୨ ବର୍ଷ ଧରି ରଣପୁର ଅଞ୍ଚଳ ଅନେକ ବ୍ୟକ୍ତି ୟୁକୋ ବ୍ୟାଙ୍କ ସହ ବାନ୍ଧି ହୋଇ ରହିଛନ୍ତି ବୋଲି ମ୍ୟାନେଜର କହିଛନ୍ତି।

ପ୍ରତିଷ୍ଠା ଦିବସ ଉପଲକ୍ଷେ ଶାଖାକୁ ଆକର୍ଷଣୟ ଭାବେ ସଜାଇବା ସହିତ କେକ କଟା ଯାଇ ବ୍ୟାଙ୍କକୁ ଆସିଥିବା ଗ୍ରାହକଙ୍କୁ ମିଷ୍ଟାନ୍ନ ବଣ୍ଟା ଯାଇଥିଲା।

ଏହି ଅବସରରେ ଭରତ ପାତ୍ର, ଶର୍ମିଷ୍ଠା ହଦା, ରୋଶନୀ ମହାରଣା, ଅନୁପମ ଦାଶ, ପୂର୍ଣ୍ଣିମା ସାହୁ, ସୁଦୀପ୍ତ କୁମାର, ମାନସ ରଞ୍ଜନ ତରେଇ, ଦିଲ୍ଲୀପ କୁମାର ମହାପାତ୍ର ପ୍ରମୁଖ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ ଖେଳ

ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା: ଦ୍ଵିତୀୟ ସେମି ଫାଇନାଲରେ ଗୋପାଳପୁରକୁ ହରାଇ ଫାଇନାଲରେ ଖୋର୍ଦ୍ଧା

ରଣପୁର: ଗୋପାଳପୁର ପ୍ରଫୁଲ୍ଲ ବ୍ୟୋମକେଶ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତାର ଆଜି ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଖେଳ ଅନୁଷ୍ଠିତ ହୋଇଥିଲା। ଏହି ସେମି ଫାଇନାଲ ମ୍ୟାଚ ଗୋପାଳପୁର ଓ ଖଣ୍ଡପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖୋର୍ଦ୍ଧା ୩ଟି ଗୋଲ ଦେଇ ଫାଇନାଲକୁ ପ୍ରବେଶ କରିଛି।

ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଁ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ବନମାଳୀ ମହାପାତ୍ର, ବରିଷ୍ଠ ସମାଜସେବୀ, କିଶୋର ପଟ୍ଟନାୟକ, ସମାଜସେବୀ ଲିଙ୍ଗରାଜ ନାୟକ, ପ୍ରାଧ୍ୟାପକ ବିଜୟ କୁମାର ଜେନା, ସୁନାଖଳା ମେଡିକାଲର ସୁପରିଟେଣ୍ଡ ଡାକ୍ତର ଜଗଦୀଶ ଜେନା , ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜ୍ୟୋତି ରଞ୍ଜନ ଦାଶ ପ୍ରମୁଖ ମଞ୍ଚାଷିନ ଥିଲେ।

ରେଫରି ଭାବରେ ରାଜକିଶୋର ମହାନ୍ତି, ଜଗରନ୍ନାଥ ପରିଡା, ପ୍ରତାପ ମୁଦୁଲି, ସିଂ ପ୍ରସାଦ ସାମନ୍ତ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ସମାଜସେବୀ କ୍ରୀଷ୍ଣା ଦାସ,ଚନ୍ଦନ କୁମାର ସାହୁ, ପୁରୁଲ, କାର୍ତ୍ତିକ, ସିଲୁ ପ୍ରମୁଖ ଶୃଙ୍ଖଳା ରକ୍ଷା କରିଥିଲେ।

Categories
ଆଞ୍ଚଳିକ

ରଣପୁରରେ ପ୍ରଫୁଲ୍ଲ ବ୍ୟୋମକେଶ ଫୁଟବଲ ଟୁର୍ଣ୍ଣାମେଣ୍ଟ: ବାଙ୍କିକୁ ହରାଇଲା ଖୋର୍ଦ୍ଧା

ରଣପୁର: ରଣପୁର ନିକଟସ୍ଥ ଗୋପାଳପୁର ଠାରେ ଚାଲିଥିବା ପ୍ରଫୂଲ୍ଲ ବ୍ୟୋମକେଶ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ଏକ ମ୍ୟାଚରେ ବାଙ୍କିକୁ ଖୋର୍ଦ୍ଧା ୨-୦ ଗୋଲରେ ପରାସ୍ତ କରିଛି। ମ୍ୟାଚଟି ପ୍ରଥମରୁ ସଂଘର୍ଷମୟ ହୋଇଥିବା ବେଳେ ଶେଷରେ ବାଙ୍କିକୁ ଖୋର୍ଦ୍ଧା ଠାରୁ ପରାଜୟବରଣ କରିବାକୁ ପଡିଥିଲା।

ଏଥିରେ ଅତିଥି ଭାବେ ବିଡ଼ିଓ ଜ୍ୟୋତି ପ୍ରକାଶ ସେଠି, ରଣପୁର ତହସିଲଦାର ପ୍ରଭାକର ପଣ୍ଡା ଯୋଗ ଦେଇଥିଲେ। ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଶିକ୍ଷକ ନେତା ସେକ୍ ଅବଦୁଲ ଖାଲିକ, ଜ୍ୟୋତି ରଞ୍ଜନ ଦାଶ ଓ ସର୍ବ ଭାରତୀୟ ଫୁଟବଲ ଯୁଗ୍ମ ସମ୍ପାଦକ ଜନାବ ହଜରତ ଅଲି ଯୋଗ ଦେଇଥିଲେ।

ଆଜିର ମ୍ୟାଚର ରେଫରି ଭାବେ ବ୍ରଜହମ ରହେମନ, ମୁନା ନାୟକ, ତାପସ ରଞ୍ଜନ ସ୍ୱାଇଁ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଆସନ୍ତାକାଲି ପୁରୀ ନୀଳଚକ୍ର ସ୍ପୋର୍ଟସ କ୍ଲବ ଓ ଭଞ୍ଜନଗର ସ୍ପୋର୍ଟସ କ୍ଲବ ମଧ୍ୟରେ ମୁକାବିଲା ହେବ।

Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ହକି: ରଣପୁରରୁ ରାଜେଶ ମନୋନୀତ

ରଣପୁର: ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ପରିସରରେ ଆନ୍ତଃ ବିଶ୍ୱ ବିଦ୍ୟାଳୟ ସ୍ତରୀୟ ହକି ମ୍ୟାଚ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ୱ ବିଦ୍ୟାଳୟର ହକି ଟିମ ଯୋଗ ଦେବ।  ଉତ୍କଳ ବିଶ୍ୱ ବିଦ୍ୟାଳୟ ମଧ୍ୟ ଏହି ହକି ଟିମରେ ସାମିଲ ହେବ।

କିନ୍ତୁ ଗୌରବର କଥା ରଣପୁର ମହା ବିଦ୍ୟାଳୟର ରାଜେଶ ବାରିକ ଆନ୍ତଃ ବିଶ୍ୱ ବିଦ୍ୟାଳୟ ହକି ମ୍ୟାଚରେ ଖେଳିବା ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟ ଟିମରେ ନିଜର ସ୍ଥାନ ପକ୍କା କରିଛନ୍ତି।  ଏ ନେଇ ରାଜେଶ ବେଶ ଉତ୍ସାହିତ ଅଛନ୍ତି। ରଣପୁର ସ୍ପୋର୍ଟସ ଆସୋସିଏସନ ରାଜେଶଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉନ୍ନତି କାମନା କରିଛି।

Categories
ଆଞ୍ଚଳିକ

ରଣପୁର ଅବକାରୀ ପୋଲିସର ଚଢ଼ାଉ: ଦେଶୀ ମଦ ଜବତ ସହ ୨ ଗିରଫ

ରଣପୁର: ନୟାଗଡ ଜ଼ିଲ୍ଲା ରଣପୁର ଅଞ୍ଚଳରେ ଦିନକୁ ଦିନ ଦେଶୀ ମଦ କାରବାର ବ୍ୟାପକ ଭାବେ ବୃଦ୍ଧି ପାଉଛି। ମଦ ମାଫିଆଙ୍କ ଠାରୁ ବିଭାଗୀୟ କିଛି କର୍ମଚାରୀ ମାସିକ ଚାନ୍ଦା ନେଇ ଦେଶି ମଦକୁ ଏ ଅଞ୍ଚଳରେ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ମଧ୍ୟ ହେଉଛି। କିନ୍ତୁ ସେପଟେ ଛୋଟ କାଟିଆ ଗରିବ ମଦ ବେପାରୀଙ୍କୁ ଧରି ଅବକାରୀ ବିଭାଗ ବାହା ବାହା ନେଉଥିବା ଲୋକ କହୁଛନ୍ତି।

ତେବେ ଆଜି ମଧ୍ୟାହ୍ନରେ ରଣପୁର ବ୍ଲକର ରାଜସୁନାଖଳା ଅଞ୍ଚଳରେ ଅଚାନକ ଚଢ଼ାଉ କରି ୫୦ ଲିଟର ହାତ ରନ୍ଧା ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜସୁନାଖଳାର ନାରାୟଣ ଡାକୁଆଙ୍କ ଠାରୁ ୧୦ ଲିଟର ଓ ମନୋରଞ୍ଜନ ସାହୁଙ୍କ ଜଳଖିଆ ଦୋକାନରୁ ୪୦ ଲିଟର ଦେଶୀ ମଦ ଜବତ କରିବା ସହ ଦୁହିଁଙ୍କୁ ଗିରଫ କରାଯାଇଛି।

ଏମାନେ ପୂର୍ବରୁ ଦେଶୀ ମଦ କାରବାର କରୁଥିବାର ଅବକାରୀ ବିଭାଗ ପାଖରେ ଖବର ଥିଲା। ବିଭାଗ ତାଙ୍କର ଗତିବିଧି ଉପରେ ନଜର ରଖିଥିଲା। ତେବେ ଏହି ଚଢ଼ାଉରେ ଓ.ଆଇ.ସି ସୁଶାନ୍ତ କୁମାର ମହାପାତ୍ର, ସୁରେଶ ଚନ୍ଦ୍ର ତାଣ୍ଡି, ନୟାଗଡ଼ ମୋବାଇଲ ଟିମ, ସୁବାଷ ସେଠି, ଲକ୍ଷ୍ମୀଧର ବେହେରା ପ୍ରମୁଖ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ବିଷାକ୍ତ ନାଗକୁ କ୍ଷୀର ପିଆଉଥିବା ବେଳେ ଅଘଟଣ, ସାପ ଚୋଟରେ ଯୁବକ ଗୁରୁତର

ରଣପୁର: ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳରେ ଏକ ଅଭାନୀୟ ଘଟଣା ଘଟିଯାଇଛି। ବିଷାକ୍ତ ନାଗ ସାପକୁ ଧରି କ୍ଷୀର ପିଆଉଥିବା ବେଳେ ଯୁବକଙ୍କୁ ସାପ ଚୋଟ ମାରିଛି। ସାପ ଚୋଟରେ ଯୁବକ ଗୁରୁତର ହୋଇପଡିଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଗୁରୁତର ଯୁବକଙ୍କ ନାମ ଅଶୋକ ସ୍ୱାଇଁ, ବୟସ ୪୦ ବର୍ଷ। ଘର ନୟାଗଡ ଜିଲ୍ଲା ରଣପୁର ଶାମୁକା ସାହିରେ ହୋଇଥିବା ବେଳେ ଦୀର୍ଘ ଦିନ ଧରି ସେ ଟାଙ୍ଗୀ ହାଟବରଡ଼ି ଅଞ୍ଚଳରେ ରହୁଥିଲେ।

ସେହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ଏକ ନାଗ ସାପ ପଶି ଯାଇଥିଲା। ଘର ମାଲିକଙ୍କ ଠାରୁ ଖବର ପାଇ ଅନ୍ୟ ଜଣେ ସାପ ଧରାଳୀ ପହଂଚି ସାପଟିକୁ ଧରି ଥିଲେ। ଅଶୋକ ଉକ୍ତ ସାପଟିକୁ କ୍ଷୀର ପିଇବାକୁ ଦେଉଥିଲା ବେଳେ ସାପଟି ତାଙ୍କୁ ଦଂଶନ କରିଥିଲା। ନାଗ ସାପଟି ଅଶୋକଙ୍କୁ ବାରମ୍ବାର ବାରମ୍ବାର ଚୋଟ ମାରିଥିଲା। ସାପର ବିଷାକ୍ତ ବିଷ ଜ୍ୱଳାରେ ଯୁବକ ଜଣକ ଛଟ ପଟ ହେଉଥିବା ବେଳେ ହାତର କ୍ଷତ ସ୍ଥାନରେ ଅରଖ କ୍ଷୀରକୁ ଲେପନ କରିଥିଲେ।

ଫଳରେ ଅଶୋକଙ୍କ ଅବସ୍ଥା ଅଧିକରୁ ଅଧିକ ଗୁରୁତର ହେଵାରୁ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅଶୋକଙ୍କୁ ଭୁବବେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Categories
ଆଞ୍ଚଳିକ

ମଣ୍ଡଳ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ: ୧୮୫ ଟି ପ୍ରକଳ୍ପ ପ୍ରଦର୍ଶିତ

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।  ରଣପୁର ମଣ୍ଡଳ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ଅଧ୍ୟକ୍ଷତାରେ ଓ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଥିବା ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଫୁଲ ପ୍ରଧାନ, ସମ୍ମାନିତ ଅତିଥି ଭାବେ ମଝିଆଖଣ୍ଡ ସରପଞ୍ଚ ମଧୁମିତା ତରାଇ, ସମିତି ସଭ୍ୟ ସୋମ୍ୟ ରଞ୍ଜନ ବେହେରା, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଶାନ୍ତିଲତା ଦେଇ, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି ଭାବେ ଏହାର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଶାନ୍ତିଲତା ଦେଇ, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ମଣ୍ଡଳ ଶିକ୍ଷା ଅଧିକାରିଣୀ ବନଲତା ବେହେରା ଏଥିରେ ସଭାପତିତ୍ବ କରିଥିଲେ। ଏହି ବିଜ୍ଞାନ ପ୍ରଦର୍ଶନୀରେ ୧୮୫ ଟି ପ୍ରକଳ୍ପ ପ୍ରଦର୍ଶନୀ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷକ ସଙ୍ଘର କର୍ମକର୍ତ୍ତା, ସମସ୍ତ ସାଧନ କେନ୍ଦ୍ର କର୍ମୀ, ସ୍ଥାନୀୟ ବିଦ୍ୟାଳୟ ଓ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଶହେ ବର୍ଷର ସେତୁ ଏବେ ମରଣଯନ୍ତା!, ନିର୍ମାଣ ବାବଦ ୬ କୋଟି ଗଲା କୁଆଡ଼େ?

ରଣପୁର: ସେତୁ ବ୍ରିଟିଶ ଅମଳର। ଶହେ ବର୍ଷ ହେବ ସେମିତି ଭାର ସମ୍ଭାଳି ଆସୁଛି। ବେଳକୁ ବେଳ ଭାର ବଢ଼ିଚାଲିଛି ସିନା, ସେତୁର ମରାମତି ହେଉନି। ଫଳରେ ତାହା ଏବେ ମରଣଯନ୍ତା ପାଲଟିଛି। କେତେବେଳେ ବି ବଡ଼ ଅଘଟଣ ଘଟିପାରେ। ଏ କଥା ସ୍ଥାନୀୟ ପ୍ରଶାସନ ଜାଣିଥିଲେ ସୁଦ୍ଧା ପଦକ୍ଷେପ ଶୂନ। ସେପଟେ ୬ ବର୍ଷ ହେବ ଭିତ୍ତିପ୍ରସ୍ତର ସ୍ଥାପନରେ ରହିଯାଇଛି ନୂତନ ସେତୁର ନିର୍ମାଣ କାମ।

ରଣପୁର ବ୍ଲକ ଚମ୍ପତ୍ତିପୁର ଗାଁ ଦେଇ ବହିଯାଇଛି ମଲାଗୁଣି ନଦୀ। ଆଉ ବ୍ରିଟିଶ ଅମଳରୁ ନଦୀ ଛାତିରେ ଛିଡ଼ା ହୋଇଛି ଏହି ସେତୁ। ଶହେ ବର୍ଷର ସେତୁଟିର ତଳ ଫାଟି ଆଁ କରିଛି।  ମାଙ୍କଡ଼ା ପଥରରେ ନିର୍ମିତ ପିଲାରରୁ ପଲସ୍ତରା ଛାଡ଼ି ଯାଇଛି। ସେତୁ ଉପରେ ଭାରିଯାନ ଚଢିବା ମାତ୍ରେ ତାହା ଦୋହଲୁଛି। ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ଚୁପ ବସିଛି ସ୍ଥାନୀୟ ପ୍ରଶାସନ। ତେବେ ସେତୁଟି ରଣପୁରକୁ ସିଧା ସୁନାଖଳା, ବୋଲଗଡ଼, ଟାଙ୍ଗୀ ସହ ଯୋଡୁଥିବାରୁ ପ୍ରତିଦିନ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛି ଶହ ଶହ ଗାଡ଼ି।

ଏ ବିପଦକୁ ସମସ୍ତେ ବୁଝୁଛନ୍ତି ଆଉ ଜାଣୁଛନ୍ତି। କିନ୍ତୁ କିଛି ବିକଳ୍ପ ବାଟ ନ ଥିବାରୁ ଲୋକେ ଭାଗ୍ୟକୁ ଆଦରି ଯା’ଆସ କରୁଛନ୍ତି। ବଡ଼ ଅଘଟଣ ଆଶଙ୍କାକୁ ବାରୁଥିବା ସତ୍ତ୍ୱେ ପ୍ରଶାସନ କି ପୂର୍ତ୍ତ ବିଭାଗ ଏହାକୁ ବିପଦ ସଂକୁଳ ଘୋଷଣା କରୁନାହାନ୍ତି। ଅନ୍ୟପକ୍ଷେ ନୂତନ ସେତୁ ପାଇଁ ୨୦୧୬ ରେ ୬ କୋଟି ମଞ୍ଜୁର ହୋଇ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନିର୍ମାଣ କାମ ଆରମ୍ଭ ହୋଇନାହିଁ। ଜବାବ ମାଗିଲେ ବିଭାଗୀୟ ବାବୁ ମୁହଁ ଖୋଲୁନାହାନ୍ତି।  କିନ୍ତୁ ବିଭାଗୀୟ ଯନ୍ତ୍ରୀ ଦୟାନିଧି ରାୟଗୁରୁ କହିଛନ୍ତି ଯେ ଖୁବ ଶୀଘ୍ର ଟେଣ୍ଡର କରାଯାଇ ଏ ଦିଗରେ ପଦକ୍ଷେପ ନିଆଯିବ।

ଏବେ ବି ସମୟ ଅଛି। ପ୍ରଶାସନ ଚେତିଲେ ହୁଏତ ଗୁଜୁରାଟ କି କଲିକତା ଭଳି ଭୟାନକ ଅଘଟଣକୁ ଏଡାଇ ହେବ। ଆଉ ତୁରନ୍ତ ନୂତନ ସେତୁ ନିର୍ମାଣ କରି ରଣପୁର ବ୍ଲକରେ ବିକାଶର ଧାରାକୁ ପ୍ରଖର କରିହେବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରଣପୁର: ନାବାଳିକା ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ କରି ଟ୍ୟୁସନ୍ ଶିକ୍ଷକ ଗିରଫ

ରଣପୁର: ନାବାଳିକା ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ କରି ଟ୍ୟୁସନ୍ ଶିକ୍ଷକ ଗିରଫ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ରାଜସୁନାଖଳା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ଅଭିଯୋଗ ମୁତାବକ କୋଭିଡ଼ ସମୟରେ ଛାତ୍ରୀଙ୍କୁ ଅଶ୍ଲୀଳ ଭିଡ଼ିଓ ଦେଖାଇ ଅଭିଯୁକ୍ତ ଶିକ୍ଷକ ଦୁଷ୍କର୍ମ କରୁଥିଲା। ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଓ ଫଟୋ କରି ଅଭିଯୁକ୍ତ ଶିକ୍ଷକଜଣଙ୍କ ଭାଇରାଲ କରିଥିଲା। ଭାଇରାଲ ପରେ ଦୁଇ ନାବାଳିକାର ପରିବାର ରଣପୁର ଥାନାରେ ଅଭିଯୋଗ କରିଥିଲେ। ତେଣୁ ଏହି ମାମଲାରେ ରଣପୁର ପୋଲିସ୍ ୨ ଟି ମାମଲା ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ରଣପୁର ପୋଲିସ ପୋକ୍ସୋ ଆକ୍ଟ ଲଗାଇଛି। କୋର୍ଟ ଚାଲାଣ ପରେ ଅଭିଯୁକ୍ତ ଶିକ୍ଷକର ଆଉ କେଉଁ ନାବାଳିକା ସହ ସମ୍ପର୍କ ଅଛି, ତାହାର ତଦନ୍ତ କରିବାକୁ ରଣପୁର ପୋଲିସ ୧୫ ଦିନଆ ରିମାଣ୍ଡ ପାଇଁ ଆବେଦନ କରିଛି। ଅଭିଯୁକ୍ତ ଶିକ୍ଷକ ଜଣକ ଜଣେ ମେଧାବୀ ଛାତ୍ର। କିଛି ମାସ ହେବ ସେ ସରକାରୀ ଶିକ୍ଷକ ଭାବେ ଓଡ଼ଗାଁ ସ୍କୁଲରେ ନିଯୁକ୍ତି ପାଇଥିଲେ।

ଚାକିରି ପୁର୍ବରୁ ରାଜସୁନାଖଳାରେ ଏକ ଘରୋଇ ସ୍କୁଲରେ ଅଭିଯୁକ୍ତ ଶିକ୍ଷକଜଣଙ୍କ ଶିକ୍ଷକତା କରୁଥିଲା। କୋଭିଡ଼ ସମୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଏକାକୀ ଡାକି ସେମାନଙ୍କୁ ବିଭିନ୍ନ ଅଶ୍ଲୀଳ ଭିଡ଼ିଓ ଦେଖାଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା ଓ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓକୁ ମୋବାଇଲରେ ସେଭ୍ କରି ରଖୁଥିଲା। ଅଭିଯୁକ୍ତ ଏମିତି କେତେ ଜଣଙ୍କ ସହ ସମ୍ପର୍କ ରଖିଛି, ତାହାର ତଦନ୍ତ ପାଇଁ ରଣପୁର ପୋଲିସ ରିମାଣ୍ଡରେ ଆଣିବ।