ରଣପୁର: ସରସ୍ୱତୀ ଶିଶୁ ମନ୍ଦିରର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

Published: May 12, 2023, 9:08 pm IST

ରଣପୁର: ରଣପୁର ସରସ୍ୱତୀ ଶିଶୁ ମନ୍ଦିରର ସମ୍ବର୍ଦ୍ଧନା ଉତ୍ସବ ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁବାସ ଚନ୍ଦ୍ର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ପ୍ରେସ୍ କ୍ଲବ୍ ର ସଭାପତି ତଥା ଆଇନଜିବୀ ସୁକାନ୍ତ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅନୁଷ୍ଠାନର ସଭାପତି ବରିଷ୍ଠ ଶିକ୍ଷାବିତ ବିରଂଚି ନାରାୟଣ ତ୍ରିପାଠୀ, ଅନ୍ୟତମ ଅତିଥି ଭାବେ ସଂପାଦକ ଅମ୍ବିକା ପ୍ରସାଦ ଦାସ, ଉପ-ସଭାପତି ପ୍ରିୟ ରଞ୍ଜନ ଦେଓ, ସହ-ସଂପାଦକ ପ୍ରଦୀପ୍ତ କୁମାର ନନ୍ଦ, କୋଷାଧ୍ୟକ୍ଷ ପ୍ରମୋଦ ବଳିୟାରସିଂ, ଘରୋଇ ବିଦ୍ୟାଳୟ ସଂଘ ର ସଭାପତି ପ୍ରଭାତ କୁମାର ପ୍ରଧାନଙ୍କ ସହ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଓ ଅଭିଭାବକ ମାନେ ଉପସ୍ଥିତ ରହି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ରୁଦ୍ର ନାରାୟଣ ମହାପାତ୍ର, ପଦ୍ମାକ୍ଷୀ ମହାପାତ୍ର, ପ୍ରକୃତିମୟୀ ପ୍ରିୟଦର୍ଶିନୀ, ଅନ୍ୱେଷା ସାମନ୍ତରାୟ, ଆରାଧ୍ୟା ନନ୍ଦ, ଓମ ପ୍ରକାଶ ସେଠୀ ଓ ନିବେଦିତା ଜେନା ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।

Related posts