Categories
ଆଜିର ଖବର ରାଜ୍ୟ ଖବର

ପ୍ରଫେସର ଆଚାର୍ଯ୍ୟଙ୍କୁ ଖଡଗପୁର ଆଇଆଇଟି ପକ୍ଷରୁ ପୁରାତନ ଛାତ୍ର ସମ୍ମାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆନ୍ତର୍ଜାତିକ ଉପଦେଷ୍ଟାମଣ୍ଡଳୀର ଅଧ୍ୟକ୍ଷ ତଥା ଅଲ ଇଣ୍ଡିଆ କାଉନସିଲ ଫର ଟେକନିକାଲ ଏଜୁକେସନ (ଏଆଇସିଟିଇ)ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର (ଡ.) ଦାମୋଦର ଆଚାର୍ଯ୍ୟଙ୍କୁ ନିକଟରେ ତାଙ୍କ ନିଜର ପୂର୍ବତନ ଶିକ୍ଷାନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲଜି, ଖଡଗପୁର ପକ୍ଷରୁ ସମ୍ମାନ ଜନକ ପୁରାତନ ଛାତ୍ର ସମ୍ମାନ ପ୍ରଦାନ କରାଯାଇଛି।

ଶିକ୍ଷା କ୍ଷେତ୍ରରେ ନିଜର ଉଚ୍ଚକୋଟୀର ସଫଳତା ଏବଂ ଅବଦାନ ନିମନ୍ତେ ପ୍ରଫେସର (ଡ.) ଆଚାର୍ଯ୍ୟଙ୍କୁ ଆଇଆଇଟି, ଖଡଗପୁର ପକ୍ଷରୁ ନିକଟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ସେ ହେଉଛନ୍ତି ଆଇଆଇଟି, ଖଡଗପୁରର ପ୍ରଥମ ପୁରାତନ ଛାତ୍ର ଯିଏ କି ପ୍ରଥମ ଥର ପାଇଁ ଓ ପ୍ରଥମ ଓଡ଼ିଆ ଭାବେ ସେହି ଅନୁଷ୍ଠାନର ସମ୍ମାନ ଜନକ ନିର୍ଦ୍ଦେଶକ ଦାୟିତ୍ୱ ସମ୍ପନ୍ନ କରିଥିଲେ। ତାଙ୍କ କାର୍ଯ୍ୟକାଳ (୨୦୦୭ ରୁ ୨୦୧୨) ମଧ୍ୟରେ ସେ ଅନୁଷ୍ଠାନର ଅନେକ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେଇଥିଲେ।

ପ୍ରଫେସର ଡ. ଆଚାର୍ଯ୍ୟ ରିଜିଓନାଲ କଲେଜ ଅଫ ଇଞ୍ଜିନିୟରିଂ, ରାଉରକେଲା (ବର୍ତମାନ ଏନଆଇଟି)ର ମଧ୍ୟ ପୁରାତନ ଛାତ୍ର ଅଟନ୍ତି। ସେଠାରୁ ସେ ନିଜର ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ। ପୂର୍ବରୁ ସେହି ଅନୁଷ୍ଠାନ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ମାନ ଜନକ ପୁରାତନ ଛାତ୍ର ସମ୍ମାନ ପ୍ରଦାନ କରାଯାଇଛି। ପ୍ରଥମ ଓଡ଼ିଆ ଭାବେ ୨୦୦୫ ରୁ ୨୦୦୭ ପର୍ଯ୍ୟନ୍ତ ସେ ଏଆଇସିଟିଇର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ।

ସେହିପରି ପ୍ରଫେସର ଆଚାର୍ଯ୍ୟ ହେଉଛନ୍ତି ରାଜ୍ୟର ପ୍ରଥମ ବ୍ୟକ୍ତି ଯିଏ କି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ସେଂଟ୍ରାଲ ବୋର୍ଡର ନିର୍ଦ୍ଦେଶକ ଦାଇତ୍ୱ ମଧ୍ୟ ତୁଲାଇଛନ୍ତି। ୨୦୦୨ ରୁ ୨୦୦୫ ମଧ୍ୟରେ ସେ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକନୋଲଜିର (ବିପିୟୁଟି) ର ପ୍ରଥମ କୁଳପତି ଭାବେ ଦାଇତ୍ୱ ନିର୍ବାହ କରିଥିଲେ।

ଭୁବନେଶ୍ୱରରେ ଆଇଆଇଟି, ଖଡଗପୁରର କ୍ୟାମ୍ପସ ଆରମ୍ଭ କରିବା ଏବଂ ପରବର୍ତୀ ସମୟରେ ଆଇଆଇଟି, ଭୁବନେଶ୍ୱରର ପ୍ରତିଷ୍ଠା ଏବଂ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲଜି (ଇଣ୍ଡିଆନ ଅଏଲ ଓଡ଼ିଶା କ୍ୟାମ୍ପସ)ର ପ୍ରତିଷ୍ଠା ଦିଗରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ୨୦୧୩ ମସିହାରୁ ସେ ସୋଆ ଆନ୍ତର୍ଜାତୀକ ଉପଦେଷ୍ଟା ମଣ୍ଡଳୀର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।

ଆଇଆଇଟି, ଖଡଗପୁରରେ ଶିକ୍ଷା ଗ୍ରହଣ କରିଥିବା ତାଙ୍କର ୨ ଛାତ୍ର ପ୍ରଫେସର କେ. ରାଧାକ୍ରିଷ୍ଣନ୍ (ଇସ୍ରୋର ପୂର୍ବତନ ଅଧ୍ୟକ୍ଷ) ଏବଂ ସ୍ୱର୍ଗତ ଗୋପାଳ ଚନ୍ଦ୍ର ମିତ୍ର (ଓଡ଼ିଶା ସରକାରଙ୍କର ପୁର୍ତ ବିଭାଗର ପୂର୍ବତନ ସଚିବ) ମଧ୍ୟ ପୂର୍ବରୁ ଏହି ସମ୍ମାନଜନକ ପୁରାତନ ଛାତ୍ର ସମ୍ମାନ ପାଇସାରିଛନ୍ତି।

ପ୍ରଫେସର ରାଧାକ୍ରିଷ୍ଣନ୍ ଯିଏକି ପଦ୍ମ ଭୂଷଣ ଉପାଧିରେ ସମ୍ମାନିତ ହୋଇଛନ୍ତି ସେ ବର୍ତମାନ ଆଇଆଇଟି, କାନପୁରର ବୋର୍ଡ ଅଫ ଗଭର୍ନସଙ୍କର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ନିକଟରେ ମୃତ୍ୟୁ ବରଣ କରିଥିବା ସ୍ୱର୍ଗତ ମିତ୍ର ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ଭୂଷିତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପରିଦର୍ଶନ କଲେ ନେପାଳ ରାଷ୍ଟଦୂତ: ପାଠ୍ୟକ୍ରମ ଏବଂ ଆଉଟରିଚ କାର୍ଯ୍ୟକ୍ରମକୁ କଲେ ପ୍ରଶଂସା

ଭୁବନେଶ୍ୱର: ନୂଆ ଦିଲ୍ଲୀରେ ଅବସ୍ଥାପିତ ନେପାଳ ଦୂତାବାସର ରାଷ୍ଟ୍ରଦୂତ ଦାୟିତ୍ୱରେ ଥିବା ରାମ ପ୍ରସାଦ ସୁବେଦୀ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଦର୍ଶନ କରିବା ସହ ଏହାର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ଆଲୋଚନା ସମୟରେ ଶ୍ରୀ ସୁବେଦୀ ସୋଆର ପାଠ୍ୟକ୍ରମ, ଉଚ୍ଚ ର‌୍ୟାଙ୍କିଙ୍ଗ ଏବଂ ଆଉଟରିଚ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ କୋଭିଡ ମହାମାରୀ ଯୋଗୁ ଲକଡାଉନ ସମୟରେ ଏଠାରେ ଶିକ୍ଷା ଗ୍ରହଣ କରୁଥିବା ନେପାଳୀ ଛାତ୍ରଛାତ୍ରୀମାନଙ୍କର ଉତ୍ତମ ଭାବରେ ଯତ୍ନ ନେଇଥିବାରୁ ଉଚ୍ଚ ପ୍ରଶଂସା କରିଛନ୍ତି।

ସେହି ସମୟରେ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ସେମାନଙ୍କ ସୁରକ୍ଷା ନେଇ ନିଶ୍ଚିତ ଥିଲେ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ନେପାଳି ଦୂତାବାସ ନେପାଳି ବହିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବାରେ ସମସ୍ତ ସହଯୋଗ କରିବ ଏବଂ ନେପାଳୀ ଶିକ୍ଷା କନକ୍ଲେଭରେ ସୋଆର ଯୋଗଦାନକୁ ଉତ୍ସାହିତ କରିବ।

ଏହି ଆଲୋଚନା ସମୟରେ ଶ୍ରୀ ସୁବେଦୀଙ୍କ ସହିତ ଦୂତାବାସର ଫାଷ୍ଟ ସେକ୍ରେଟାରୀ ଓମ୍ କୁମାର ଭଣ୍ଡାରୀ, କାଉନସେଲର ଗାୟତ୍ରୀ ରମଣ ଖାନାଲ ଏବଂ ସୋଆର ୟୁନିଭର୍ସିଟି ଆଉଟରିଚ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡ. ନଚିକେତା କେ. ଶର୍ମା ଉପସ୍ଥିତ ଥିଲେ।

Categories
EngExam ଆଜିର ଖବର ରାଜ୍ୟ ଖବର

ସୋଆକୁ ଏପିଏସି ଏଜୁକେସନ୍ ଲିଡରସିପ୍ ଆୱାର୍ଡ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏପିଏସି ଏଜୁକେସନ୍ ଲିଡରସିପ୍ ଆୱାର୍ଡରେ ସମ୍ମାନିତ କରାଯାଇଛି। ୨୦୨୧ ନିମନ୍ତେ ପୂର୍ବ ଭାରତରେ ଉତ୍କର୍ଷ ଲାଭ କରିଥିବା ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ସୋଆକୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ନୂଆ ଦିଲ୍ଲୀ ସ୍ଥିତ ନରୱେ ଦୂତାବାସର ବିଜ୍ଞାନ ଓ ପ୍ରଯୁକ୍ତି କାଉନ୍‌ସେଲର ମାନ ସିଂ ସିଦ୍ଧୁ, ଏପିଏସି ନ୍ୟୁଜ ନେଟୱର୍କର ଗ୍ରୁପ୍ ଏଡିଟର୍ ଓ କୋ-ଫାଉଣ୍ଡର ସୌଭିକ୍ ଗୋସ୍ୱାମୀ ଏବଂ କୋ-ଫାଉଣ୍ଡର ତଥା ନିର୍ଦ୍ଦେଶକ ସଂଘମିତ୍ରା ମହାନ୍ତି ଶୁକ୍ରବାର ଏହି ସମ୍ମାନ ପ୍ରଦାନ କରିଛନ୍ତି।

ଦିଲ୍ଲୀରେ ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ପ୍ରୀତମ୍ ନାୟକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପରିବେଶ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ଗୁରୁତ୍ୱ ଦିଅନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ସୋଆ ମଡେଲ୍ ୟୁନାଇଟେଡ୍ ନେସନସ୍ (ସୋଆମୁନ୍-୨୦୨୧) ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଡ. ସାହୁ କହିଲେ, ବିଶ୍ୱରେ କ’ଣ ସବୁ ଘଟିଯାଉଛି, ତାହାକୁ ଅନୁଧ୍ୟାନ କର। ବିଶ୍ୱର ସ୍ଥିତିକୁ ଦେଖି ପରିବେଶ ସଂରକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦିଅ। ପରିବେଶ ସୁରକ୍ଷିତ ରହିଲେ ହିଁ ଆଗାମୀ ଭବିଷ୍ୟତ ଓ ମାନବ ସଭ୍ୟତା ବଞ୍ଚିବ।

ସୋଆରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଡ. ସାହୁ ପ୍ରଶଂସା କରିଥିଲେ। ସେ ପୁଣି କହିଲେ, ବିଶ୍ୱରେ ଶାନ୍ତି ଓ ସୁରକ୍ଷା ପାଇଁ ମିଳିତ ଜାତିସଂଘ ପକ୍ଷରୁ ପରିବେଶ ସଂରକ୍ଷଣ ଲାଗି ଦିଆଯାଉଥିବା ସହାୟତା ଉପରେ ଛାତ୍ରଛାତ୍ରୀ ସଚେତନ ହୁଅନ୍ତୁ। ଏହି ଅବସରରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଡ. ସାହୁ ବିଶ୍ୱରେ ନିରନ୍ତର ବିକାଶ ଉପରେ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ। ଏକ ଉନ୍ନତ ବିଶ୍ୱ ତିଆରି କରିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ବିଷୟରେ କହିଥିଲେ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ତଥା ସୋଆମୁନର ଆବାହାକ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସମ୍ମିଳନୀ ବିଷୟରେ ସୋଆମୁନ୍ ର ସାଧାରଣ ସମ୍ପାଦକ ଆୟୁଷ୍ମାନ ରାଏ କହିଥିବାବେଳେ ଡାଇରେକ୍ଟର ଜେନେରାଲ୍ ସୁଭନ ଦେବନାଥ ଅତିଥିଙ୍କୁ ସ୍ବାଗତ କରିଥିଲେ।

Categories
ଆଞ୍ଚଳିକ

ସୋଆ କର୍ମଚାରୀଙ୍କ ଅକାଳ ବିୟୋଗ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିବା କିଶୋର ପାତ୍ରଙ୍କ ର ହୃଦ୍‌ଘାତ ଯୋଗୁଁ ଅକାଳ ବିୟୋଗ ଘଟିଛି। ଦୀର୍ଘ ୧୭ ବର୍ଷ ଧରି ସୋଆରେ
ଷ୍ଟୋର ଇନ୍‌ଚାର୍ଜ ଭାବେ କାର୍ଯ୍ୟ କରିଆସୁଥିବା ସ୍ୱର୍ଗତଃ ପାତ୍ର ଗତ ୨୭ ତାରିଖ ବିଳମ୍ବିତ ରାତିରେ ଛାତିରେ କଷ୍ଟ ଅନୁଭବ କରିବା ପରେ ହୃଦ୍‌ଘାତ ହେବା କାରଣରୁ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା।

ଅଡ଼ସପୁର ଅଂଚଳର ବାସିନ୍ଦା ଶ୍ରୀ ପାତ୍ରଙ୍କ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।
ଅତ୍ୟନ୍ତ ମିଷ୍ଟଭାଷୀ ଏବଂ କର୍ତ୍ତବ୍ୟନିଷ୍ଠ ସ୍ୱର୍ଗତଃ ପାତ୍ରଙ୍କ ମୃତ୍ୟୁରେ ସୋଆରେ ଶୋକର ଛାୟା
ଖେଳିଯାଇଛି।

ସୋମବାର ସୋଆ ପରିବାର ପକ୍ଷରୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ଏକ ସଭାରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆରେ ୫୦୦ ଆସନ ବିଶିଷ୍ଟ ଅଡିଟୋରିୟମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚର।ଲ ସାଇନ୍ସ (ଆଇଏଏସ୍) ପରିସରରେ ରବିବାର ୫୦୦ ସିଟ୍ ବିଶିଷ୍ଟ ଅଡ଼ିଟୋରିୟମ୍ ଉଦ୍‌ଘାଟିତ ହୋଇଯାଇଛି।

ସୋଆ ଉପସଭାପତି ଶାଶ୍ବତୀ ଦାସ ଏହି ଅଡିଟୋରିୟମକୁ ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଶ୍ରୀମତି ଦାସ କହିଲେ ଏହି ଅଡ଼ିଟୋରିୟମ୍ ଶିକ୍ଷକ, ଛାତ୍ରଛାତ୍ରୀ ଓ ଗବେଷକଙ୍କ ଜ୍ଞାନ ଓ ଭାବର ଆଦାନ ପ୍ରଦାନ ନିମନ୍ତେ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଆଜି ଏହି ନୂଆ ଅଡିଟୋରିୟମ୍ ପରିସରରେ ଟେଡ୍‌ଏକ୍ସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏଥିରେ ଅତିଥି ଭାବେ ଅବସର ପ୍ରାପ୍ତ ମେଜର ଜେନେରାଲ ୟଶପାଲ୍ ମୋର, ବଲିଉଡ୍ ଗୀତିକାର କୁମାର, ସଙ୍ଗୀତ ସଂଯୋଜକ ଓ କଣ୍ଠଶିଳ୍ପୀ ନୀଲେଶ୍ ଆହୁଜା, ରେଡିଓ ଜକି ରାଘବ, ଫିଲାନ୍ଥରୋପିଷ୍ଟ ଅକ୍ଷିତା ଏମ୍.ଭଞ୍ଜଦେଓ, ଇନ୍‌ଫ୍ଲୁଏନ୍ସର ଫର ଗ୍ଲୋବାଲ ଡେଭଲପ୍‌ମେଣ୍ଟାଲ ଗୋଲ୍ସ୍ କମଲ ପ୍ରକାଶ ସେଠ ଓ ପେନ୍‌ସିଲ୍‌ ଫର ଚେଞ୍ଜର ପ୍ରତିଷ୍ଠାତା ପଟ୍ଟନାୟକ ଓମ୍‌ପ୍ରିୟ ମହାନ୍ତି ଯୋଗଦେଇଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ପ୍ରୋ ଭାଇସ୍‌ ଚାନ୍ସେଲର ପ୍ରଫେସର ପି.କେ ନନ୍ଦ, ଆଇଏଏସ୍‌ର ଆକ୍ଟିଙ୍ଗ ଡିନ୍ ଡ. ବି.କେ ମିଶ୍ର, ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାଶ, ଆଡିସ୍‌ନାଲ ଡିନ୍ (ରିସର୍ଚ୍ଚ) ଡ. ପ୍ରିୟବ୍ରତ ପଟ୍ଟନାୟକ ଓ ଆୟୋଜକ ଅଭିଷେକ ପଟ୍ଟନାୟକ ଉପସ୍ଥିତ ରହି ନିଜ ବକ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଜାତୀୟ ଏକତା ଦିବସ ପାଳିତ

ଭୁବନେଶ୍ୱର: ଜାତୀୟ ଏକତା ଦିବସ ଅବସରରେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବ। ନିମନ୍ତେ ରବିବାର ଶପଥ ନେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କର୍ମଚାରୀ ଓ ଛାତ୍ରଛାତ୍ରୀ।

ଦେଶର ଏକତ୍ରିକରଣ ନିମନ୍ତେ ସ୍ଵାଧୀନତା ପରବର୍ତ୍ତୀ ସମୟରେ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଗୁରୁତ୍ୱପୂର୍ଣ ଭୂମିକା ସ୍ମରଣ କରିବା ନିମନ୍ତେ ତାଙ୍କ ଜନ୍ମଦିନ କୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି।

ନିଆଯାଇଥିବା ଶପଥ ରେ କୁହାଯାଇଛି ଯେ “ମୁଁ ଶପଥ କରି କହୁଛି ଯେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ମୁଁ ନିଜକୁ ଉତ୍ସର୍ର କରିବି ଏବଂ ଏହି ବାର୍ତା କୁ ଦେଶର ଅନ୍ୟ ନାଗରିକ ମାନଙ୍କ ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରିବି। ”

ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ବିଶ୍ୱବିଦ୍ୟାଳୟରେ ଏକତ୍ରିତ ହୋଇଥିବା କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ଗ୍ରହଣ କରାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୋଆର ପ୍ରୋ- ଭାଇସଚାନ୍ସଲର ପ୍ରଫେସର ପି କେ ନନ୍ଦ, ସ୍କୁଲ ଅଫ ଫାର୍ମାସିଟୀକାଲ ସାଇନ୍ସେସ ର ଡିନ ପ୍ରଫେସର ସୁଦାମ ଚନ୍ଦ୍ର ସି, ଇନ୍ଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନ୍ସେସ ର ଡିନ ପ୍ରଫେସର ବିଜୟ କୁମାର ସାହୁ, ପୋଷ୍ଟ ଗ୍ରାଜୁଏଟ ଷ୍ଟଡିଜ ଡିନ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଇନ୍ଷ୍ଟିଚ୍ୟୁଟ ଅଫ ଡେଣ୍ଟାଲ ଷ୍ଟଡିଜ ଡିନ ପ୍ରଫେସର ନିତା ମହାନ୍ତି, କଣ୍ଟ୍ରୋଲର ଅଫ ଏଗଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ଚିଫ ଆଡମିନିଷ୍ଟ୍ରେଟିଭ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ଓ ୟୁନିଭରସିଟି ଆଉଟରିଚ ପ୍ରୋଗ୍ରାମ ର ନିର୍ଦେଶକ ପ୍ରଫେସର ନଚିକେତା କେ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ସୋଆର ଫାକଲ୍ଟି ଅଫ ମେଡିକାଲ ସାଇନ୍ସେସ, ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର ଡାକ୍ତର, ନର୍ସ ଓ କର୍ମଚାରୀ ମାନଙ୍କୁ ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଶପଥ ପାଠ କରାଇଥିଲେ।

ବିଶ୍ୱବିଦ୍ୟାଳୟର ଅନ୍ୟ ଅନୁଷ୍ଠାନ ଗୁଡିକରେ ମଧ୍ୟ ଅନୁରୂପ ଶପଥ ପାଠ କରାଯାଇଛି।

Categories
EngExam ଆଜିର ଖବର ରାଜ୍ୟ ଖବର

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ବିଜ୍ଞାନ ପରିଭାଷା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଉଟରିଚ ପ୍ରୋଗ୍ରାମ ଅନ୍ତର୍ଗତ ନୂତନ ଭାବେ ଗଠିତ ସୋଆ ଅନୁବାଦ କେନ୍ଦ୍ରର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି।

ଇଞ୍ଜିନିଅରିଂ ପାଠ୍ୟ ପୁସ୍ତକର ଓଡ଼ିଆ ଅନୁବାଦ ନିମନ୍ତେ ଏକ ସୁସଂଗଠିତ ପରିଭାଷା ଆବଶ୍ୟକ ଯେଉଁଥିରେ ବିଜ୍ଞାନ ଓ ବୈଷୟିକ ଶିକ୍ଷା ନିମନ୍ତେ ଉପଯୋଗୀ ଓଡ଼ିଆ ପ୍ରତିଶବ୍ଦ ବ୍ୟବହୃତ ହୋଇପାରିବ। ଏହି ବୈଠକରେ ଓଡ଼ିଆରେ ବିଜ୍ଞାନ ଲେଖୁଥିବା ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସେମାନଙ୍କର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ।

ଗ୍ଲୋଶ।ରିର ପୃଷ୍ଠଭୂମି, ଏହାକୁ ପ୍ରସ୍ତୁତ କରିବାରେ ସମସ୍ୟା ଓ ଏହାର ଇତିହାସ ସମ୍ବନ୍ଧରେ ସ୍ଲାଇଡ଼ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ ଡ଼ଃ ନିଖିଳ ମୋହନ ପଟନାୟକ।

ଏହି ବୈଠକରେ ମୃଦୁଳା ମିଶ୍ର, ବିଜୟ କେତନ ପଟନାୟକ, ବିଜୟ କୁମାର ପରିଡା, ମାନସୀ ଗୋସ୍ୱାମୀ, ବ୍ରହ୍ମାନନ୍ଦ ସ୍ୱାଇଁ ଓ ମାୟାଧର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏକ ଇ- ଗ୍ଲୋଶ।ରି ଆରମ୍ଭ କରାଯିବା ସହ ପ୍ରକାଶିତ ପରିଭାଷା ପୁସ୍ତକର ଶବ୍ଦ ସମ୍ଭାର ସୃଷ୍ଟି କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା।

ସୋଆ ଆଉଟରିଚ ପ୍ରୋଗ୍ରାମ ର ନିର୍ଦେଶକ ପ୍ରଫେସର ନଚିକେତା ଖମାରି ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଉଟରିଚ ପ୍ରୋଗ୍ରାମର ମ୍ୟାନେଜର ସୁଜାତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ୧୩ ଜଣ ଗବେଷକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୧୩ ଜଣ ବିଶିଷ୍ଟ ଗବେଷକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏହି ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ୧୩ ଗବେଷକ ଅଛନ୍ତି।

୨୦୨୦ରେ ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୧୧ ଜଣ ଗବେଷକ ସ୍ଥାନ ପାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ଗବେଷକ ପୁଣି ଚଳିତବର୍ଷ ଏହି ତାଲିକାରେ ନିଜ ସ୍ଥାନ ବଜାୟ ରଖିପାରିଛନ୍ତି। ସେମାନଙ୍କ ସହିତ ୨୦୨୧ ତାଲିକାରେ ସୋଆର ଅନ୍ୟ ୪ ଜଣ ଗବେଷକ ଡଃ ମନୋହର ମିଶ୍ର, ଡଃ ରାଜଶ୍ରୀ ଦାଶ, ଡଃ ଅକ୍ଷୟ କୁମାର ପାତ୍ର ଏବଂ ଡଃ ସୁଲଗ୍ନା ପଟ୍ଟନାୟକ ପ୍ରଥମ ଥର ପାଇଁ ସ୍ଥାନୀତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ଡଃ ମିଶ୍ର ଏବଂ ଡଃ ଦାଶ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡଃ ପାତ୍ର ସେହି ଅନୁଷ୍ଠାନରେ ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି। ସେହିପରି ଡଃ ପଟ୍ଟନାୟକ ଆଇଟିଇଆର୍‌ର ପୂର୍ବତନ ରିସର୍ଚ୍ଚ ସ୍କଲାର୍। ପୁନର୍ବାର ଏହି ତାଲିକାରେ ସ୍ଥାନ ପାଇଥିବା ସୋଆର ଗବେଷକମାନେ ହେଲେ ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ବର୍ତ୍ତମାନ ସୋଆ କୁଳପତି ଭାବେ କାର୍ଯ୍ୟରତ ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ପ୍ରଫେସର (ଡଃ)  ପ୍ରଦୀପ୍ତ କିଶୋର ଦାଶ, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ଆର.ଏନ୍‌.ପି. ଚୌଧୁରୀ, ପ୍ରଫେସର ଗୌତମ ରଥ, ପ୍ରଫେସର ନିହାରବାଳା ଦେବୀ, ଡଃ ମନୋଜ କୁମାର ନାୟକ ଏବଂ ଡଃ ସତ୍ୟ ରଞ୍ଜନ ମିଶ୍ର।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକ ଗୁରୁବାର ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ଏହି ଗବେଷକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସଫଳତା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ୱବିଦ୍ୟାଳୟ ଆପଣମାନଙ୍କ ପାଇଁ ଗର୍ବିତ ବୋଲି ପ୍ରଫେସର ନାୟକ କହିଛନ୍ତି।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ମହାପାତ୍ର ଗବେଷକମାନେ ମିଳିତ ଭାବେ ଗବେଷଣା କରିବା ସହ ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗବେଷଣା କରିବା ଉଚିତ୍ ବୋଲି କହିଥିଲେ। କେବଳ ସମ୍ମାନ ଓ ପ୍ରତିଷ୍ଠା ପାଇବା ନିମନ୍ତେ ଗବେଷଣା କଲେ ତାହା ସାଧାରଣ ଲୋକଙ୍କ ହିତରେ ଆସିବ ନାହିଁ ତେଣୁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗବେଷଣା କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଉଚ୍ଚ ଶିକ୍ଷା କ୍ଷେତ୍ରରେ ମାଇଲଖୁଂଟ ହୋଇଥିବା ସୋଆ ଚଳିତବର୍ଷ ନ୍ୟାସ୍‌ନାଲ  ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱର୍କ (ଏନ୍‌ଆଇଆର୍‌ଏଫ୍‌) ପ୍ରସୂତ ବିଶ୍ୱବିଦ୍ୟାଳୟ ତାଲିକାରେ ଦେଶରେ ୨୦ତମ ସ୍ଥାନ ହାସଲ କରିଛି। ଶିକ୍ଷାର ଗୁଣାବତା ଏବଂ ଅଭିନବ ଗବେଷଣା ସୋଆର ମୂଳମନ୍ତ୍ର। ଗବେଷଣା ଉପରେ ଅଧିକ ମନୋନିବେଶ କରୁଥିବା ସୋଆର ଗବେଷଣା କାର୍ଯ୍ୟ ଜାତୀୟ ସ୍ତରରେ ଗୁରୁତ୍ୱଲାଭ କରିଥିବା କ୍ଷେତ୍ରକୁ ଅଗ୍ରାଧିକାର ଦେଇଥାଏ।

ସୋଆ ଅଧିନରେ ୧୬ଟି ଗବେଷଣା କେନ୍ଦ୍ର ଏବଂ ୫୮ଟି ଗବେଷଣା ଲାବ୍ ରହିଛି। ବିଶ୍ୱବିଦ୍ୟାଳୟରେ ଗବେଷକମାନଙ୍କୁ ଗବେଷଣା କରିବା ନିମନ୍ତେ ଉନ୍ନତମାନର ସୁବିଧାସୁଯୋଗ ପ୍ରଦାନ କରାଯାଇଥାଏ। ପ୍ରଫେସର ମହାପାତ୍ର ଆନ୍ତର୍ଜାତିକ କ୍ଷେତ୍ରରେ ଜଣେ ଖ୍ୟାତନାମା ସ୍ନାୟୁଶଲ୍ୟ ବିଶେଷଜ୍ଞ ହୋଇଥିବାବେଳେ ଏବେ ସୋଆର କୁଳପତି ଅଛନ୍ତି।

ପ୍ରଫେସର ଦାଶ ଶକ୍ତି କ୍ଷେତ୍ରରେ ଜଣେ ବିଶିଷ୍ଟ ଗବେଷକ ହୋଇଥିବା ବେଳେ ପ୍ରଫେସର ପରିଡା ଓ ପ୍ରଫେସର ଶୁକ୍ଳା ଯଥାକ୍ରମେ ଫିଜିକାଲ୍ କେମିଷ୍ଟ୍ରି ଏବଂ ମାଇନିଂ ଆଣ୍ଡ ମେଟାଲର୍ଜି ଗବେଷଣା କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ। ପ୍ରଫେସର ଚୌଧୁରୀ ଆପ୍ଲାଏଡ୍‌ ଫିଜିକ୍ସ କ୍ଷେତ୍ରରେ ଗବେଷକ ହୋଇଥିବା ବେଳେ ଡଃ ଦେବୀ ବର୍ତମାନ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣାରତ।

ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁର ପୂର୍ବତନ ଛାତ୍ର ପ୍ରଫେସର ଦାଶ ହେଉଛନ୍ତି ସୋଆର ପ୍ରଥମ କୁଳପତି। ବର୍ତ୍ତମାନ ସେ ସୋଆର ଏମିରିଟସ ପ୍ରଫେସର ଏବଂ ମଲ୍ଟି ଡିସିପ୍ଲିନାରୀ ରିସର୍ଚ୍ଚ ସେଲ୍‌ର ମୁଖ୍ୟ ଭାବେ କାର୍ଯ୍ୟରତ। ତାଙ୍କର ରିନିଉଏବଲ୍ ଏନର୍ଜି, ସିଗ୍‌ନାଲ୍ ପ୍ରୋସେସିଂ, ପାୱାର ସିଷ୍ଟମ୍‌ସ , ଡାଟା ମାଇନିଂ, ଆର୍ଟିଫିସିଆଲ୍ ଆଣ୍ଡ କମ୍ପ୍ୟୁଟେସ୍‌ନାଲ୍‌ ଇଂଟେଲିଜେନ୍ସ, ଡିଷ୍ଟ୍ରିବୁଟେଡ୍ ଜେନେରେସନ୍ ଏବଂ ମାଇକ୍ରୋ ଆଣ୍ଡ ସ୍ମଲ୍ ଗ୍ରିଡ କ୍ଷେତ୍ରରେ ପାରଦର୍ଶିତା ରହିଛି।

ପ୍ରଫେସର ପରିଡା ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଏବଂ ସୋଆର ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ସିଏସ୍‌ଆଇଆର୍‌- ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମାଟେରିଆଲ୍ସ ଟେକ୍ନୋଲଜି (ସିଏସ୍‌ଆଇଆର୍‌- ଆଇଏମ୍‌ଏମ୍‌ଟି), ଭୁବନେଶ୍ୱରରେ ଦକ୍ଷତାର ସହ କାର୍ଯ୍ୟ କରିବା ସହ ମୁଖ୍ୟ ବୈଜ୍ଞାନିକ ଭାବେ ସେଠାରୁ ଅବସର ଗ୍ରହଣ କରିଛନ୍ତି। ପ୍ରଫେସର ଶୁକ୍ଳା ରିସର୍ଚ୍ଚ ପ୍ରଫେସର ଏବଂ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ପୂର୍ବରୁ ସେ ସିଏସ୍‌ଆଇଟି – ଆଇଏମ୍‌ଏମ୍‌ଟି ର ବାୟୋ ରିସୋର୍‌ସେସ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି।

ସୋଆର ପ୍ରଫେସର ଭାବେ କାର୍ଯ୍ୟରତ ପ୍ରଫେସର ଚୌଧୁରୀଙ୍କର ମଲ୍ଟିଫେରୋଇକ୍ସ, ପଲିମର୍ – ନାନୋକମ୍ପୋଜାଇଟ୍ସ ଏବଂ ଆଡଭାନ୍ସଡ ମ୍ୟାଟେରିଆଲ୍‌ସ ୱିଥ୍ ଡେଭଲପ୍‌ମେଂଟ ଅଫ୍ ନ୍ୟୁ ମଲ୍ଟିଫଙ୍କସ୍‌ନାଲ୍ ମ୍ୟାଟେରିଆଲ୍ସ ଫର୍ ଡିଭାଇସେସ୍ କ୍ଷେତ୍ରରେ ପାରଦର୍ଶିତା ରହିଛି। ଆଇଟିଇଆର୍‌ର ଆସୋସିଏଟ୍ ପ୍ରଫେସର ଡଃ ଦେବୀଙ୍କର ସଲ୍‌ଭେଂଟ ଏକ୍ସଟ୍ରାକ୍ସନ୍ ଅଫ ନନ୍ ଫେରସ୍‌, ରେୟାର୍ ଅର୍ଥ ମେଟାଲ୍ସ, ପ୍ରୋସେସ୍ ଡେଭଲପ୍‌ମେଂଟ ଏବଂ ଲିଚିଙ୍ଗ କ୍ଷେତ୍ରରେ ୩୦ ବର୍ଷ ଗବେଷଣାର ଅଭିଜ୍ଞତା ରହିଛି।

ଡକ୍ଟର ରଥ ସୋଆର ସ୍କୁଲ ଅଫ ଫାର୍ମାସ୍ୟୁଟିକାଲ ସାଇନସେସ୍‌ରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ବେଳେ ଡକ୍ଟ ନାୟକ ଓ ଡକ୍ଟର ମିଶ୍ର ଆଇଟିଇଆରରେ ଶିକ୍ଷାଦାନ କରନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ଚିକିତ୍ସା ବିଭାଗ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ନିମନ୍ତେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ଚିନ୍ତନ ‘mental health in an unequal world’ ଅସମାନ ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍‌ର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନସିକ ରୋଗ ବିଭାଗ ତରଫରୁ ପ୍ରସ୍ତୁତ ଏକ ଭିଡିଓ ବାର୍ତ୍ତାକୁ ଉନ୍ମୋଚନ କରିଥିଲେ। ବିଭାଗୀୟ ମୁଖ୍ୟ ପ୍ରଫେସର ଡା.ସୁରଜିତ ସାହୁ ବିଶ୍ୱରେ ଶାରୀରିକ ଓ ମାନସିକ ଚିକିତ୍ସାର ଅସମାନତା ବିଷୟରେ ଆଲୋକପାତ କରିଥିଲେ।

ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ମାନସିକ ରୋଗର ନିରାକରଣ ବିଷୟରେ ବକ୍ତବ୍ୟ ରଖିଥିଲେ। ଡା.ସ୍ନେହାଂଶୁ ଦେ, ଡା.ରାକେଶ ମହାନ୍ତି, ଡା.ଅମୀୟ କୃଷ୍ଣ ସାହୁ ଓ ଡ.ସୌମ୍ୟରଂଜନ ଦାଶ ମାନସିକ ରୋଗ କିପରି ସହଜରେ ଚିକିତ୍ସା କରାଯାଇପାରିବ ଓ ଏହା ସହିତ ଜଡିତ କଳଙ୍କକୁ କିପରି ଦୂର କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାରେ ମାନସିକ ରୋଗ ବିଭାଗର ଡା. ଲଗ୍ନଜିତ ଦାଶ ଓ ଡା. ହିରଣ୍ମୟ ମହାପାତ୍ରଙ୍କର ପ୍ରମୁଖ ଭୂମିକା ରହିଥିଲା। କାର୍ଯ୍ୟକ୍ରମ ଶେଷରେ ଡା. ଜିତେନ୍ଦ୍ରୀୟ ବିଶ୍ୱାଳଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ରେଡିଓ କ୍ଲବ୍ ମିଟ୍ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସଂଗୀତ, ନୃତ୍ୟ, ପୋଡକାଷ୍ଟ, ରେଡିଓ ଜକିଂ, ସେଲିବ୍ରିଟି ଟକ୍ ଏବଂ କମ୍ୟୁନିଟି ରେଡିଓ ସମ୍ପର୍କିତ ବିତର୍କ ଓ ଆଲୋଚନାକୁ ନେଇ ୧୦ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ଡିଜିଟାଲ୍ ୟୁନିଭର୍ସିଟି ରେଡିଓ କ୍ଳବ୍ ମିଟ୍ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଗୋଟିଏ ପ୍ଲାଟଫର୍ମରେ ସମସ୍ତ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ଏକାଠି କରିବା ଏବଂ ସେମାନଙ୍କ ମଧ୍ୟରେ ଆଲୋଚନା କରିବା ଏହି ଡିଜିଟାଲ୍ ମିଟ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ସୋଆ କମ୍ୟୁନିଟି ରେଡିଓର ଅଫିସର ଇନ୍‌ଚାର୍ଜ ହନି ପଟ୍ଟନାୟକ କହିଛନ୍ତି।

ସେହିପରି ସମାଜରେ ନିଷ୍ପେସିତ ଶିଶୁମାନଙ୍କର କିଭଳି ବିକାଶ ହୋଇପାରିବ ସେ ଦିଗରେ
ଛାତ୍ରଛାତ୍ରୀ କାର୍ଯ୍ୟ କରିବା ମଧ୍ୟ ଏହି ମିଟ୍‌ର ଅନ୍ୟ ଏକ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଶିକ୍ଷା ଓ କୃଷି କ୍ଷେତ୍ରରେ ଉନ୍ନତି ସାଧନ ନିମନ୍ତେ ରେଡିଓ କିପରି ମାଧ୍ୟମ ହୋଇପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ବୋଲି ଶ୍ରୀମତି ପଟ୍ଟନାୟକ କହିଛନ୍ତି। ଆମେ ବର୍ତ୍ତମାନ ବିଭିନ୍ନ ସାମାଜିକ ବିଷୟବସ୍ତୁକୁ ନେଇ କିଭଳି ସଚେତନତା ସୃଷ୍ଟି କରାଯାଇପାରିବ
ସେ ନେଇ ବିଭିନ୍ନ ବିଶ୍ୱବିଦ୍ୟାଳୟର ରେଡିଓ କ୍ଲବଗୁଡ଼ିକୁ ଏକାଠି କରିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି।

ଭେଲୋର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୋଲୋର, ଭିଆଇଟି, ଚେନ୍ନାଇ ଏବଂ କୋଚିନ୍‌ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ସିୟୁଏସ୍‌ଏଟି) ରେଡିଓ କ୍ଲବଗୁଡ଼ିକର ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ମେମ୍ବର୍ସ ଏବଂ ଅତିଥିମାନେ ଏହି ମିଟ୍‌ରେ ଭାଗ ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ ଡାକ୍ତରଙ୍କୁ ଗୁରୁ ଗୌରବ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିୁଚ୍ୟଟ୍‌ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର ଶିବ ପ୍ରସାଦ ଦଳାଇଙ୍କୁ ‘ଗୁରୁ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସମାଜ’ର ୧୦୨ତମ ସ୍ୱନକ୍ଷତ୍ର ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସମ୍‌ର ମେଡିସିନ୍ ବିଭାଗର ଡାକ୍ତର ଶିବ ପ୍ରସାଦ ଦଳାଇଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ ହସ୍ପିଟାଲର ହୃଦରୋଗ ବିଭାଗ ଟିମ୍ ଦ୍ୱାରା ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଜନ୍ମ ସମୟରୁ ଜୀବନ ସୃଷ୍ଟିକାରୀ ହୃଦରୋଗ ଥିବା ଜଣେ ୨୫ ବର୍ଷ ଯୁବକଙ୍କର ଶରୀରରେ ସଫଳତାର ସହ ବିରଳ ଅସ୍ତ୍ରୋପଚାର କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲର ହୃଦରୋଗ ବିଭାଗର ସର୍ଜନ। ସାରଦା ପ୍ରସନ୍ନ ପାତ୍ର ନାମକ ଯୁବକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଓ କୌଣସି କାମ କରିବାକୁ ସକ୍ଷମ ହୋଇପାରୁନଥିବା ବେଳେ ତାଙ୍କୁ ବିଭିନ୍ନ ପରୀକ୍ଷା ନିମନ୍ତେ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା।

ପରୀକ୍ଷା ଦ୍ୱାରା ଦୁଇ ହୃଦଯନ୍ତ୍ରର ମଝିରେ ଥିବା ନିଳୟରେ ଏକ ବଡ ଛିଦ୍ର ରହିଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତିତ ଫୁସଫୁସକୁ ଯାଇଥିବା ଧମନୀ ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା। ଏହି ଛିଦ୍ର ଦ୍ୱାରା ଶରୀରର ବିଶୂଦ୍ଧ ରକ୍ତ ଓ ଦୂଷିତ ରକ୍ତ ମିଶି ଯାଉଥିଲା ଏବଂ ଅମ୍ଳଜାନ ସ୍ତର ୭୦ ପ୍ରତିଶତ ରହୁଥିଲା।

ସେହିପରି ଧମନୀର ଆକାର ମଧ୍ୟ ଖୁବ୍ କମ୍ ଥିଲା ବୋଲି ସିଟିଭିଏସ ବିଭାଗର ସିନିୟର କନସଲଟାଂଟ ଡ. ସଂଗ୍ରାମ କେଶରୀ ବେହେରା କହିଛନ୍ତି। ଏହିଭଳି ଅବସ୍ଥାକୁ ଡାକ୍ତରୀ ଶବ୍ଦରେ ଟେଟ୍ରାଲୋଜି ଅଫ ଫାଲଟ ବୋଲି କୁହାଯାଏ ଯାହାକି ଏକ ଜନ୍ମଗତ ତ୍ରୁଟି ବୋଲି ସେ କହିଛନ୍ତି।

ସମ୍ପୃକ୍ତ ରୋଗୀ ଜଣକ ପ୍ରଥମେ କାର୍ଡିଓଲୋଜି ବିଭାଗର କନସଲଟାଂଟ ଡ. ଦିବ୍ୟରଞ୍ଜନ ବେହେରାଙ୍କ ପାଖରେ ଚିକିତ୍ସିତ ହୋଇଥିବା ବେଳେ ସେ ସର୍ଜରୀ ନିମନ୍ତେ କାଥଲାବରେ କଏଲ ଇନବୋଲିଜାଇସନ କରିଥିଲେ। କାର୍ଡିଆକ ଆନାସ୍ଥେସିସ ଡ. ସୁକାନ୍ତ କୁମାର ଭୋଇ ଏହି ସର୍ଜରୀରେ ଏକ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ। ଡ. ସଂଗ୍ରାମ କେଶରୀ ବେହେରା କହିଛନ୍ତି ଯେ, ସର୍ଜରୀ ହେବା ପୂର୍ବରୁ ରୋଗୀଙ୍କୁ ହାର୍ଟ-ଲଙ୍ଗ ମେସିନରେ ରଖାଯାଇଥିଲା।

ପ୍ରଥମେ ତାଙ୍କର ଭେଂଟ୍ରିକୁଲାର ସେପ୍ଟାଲ ଡିଫେକ୍ଟକୁ ବନ୍ଦ କରାଯାଇଥିଲା, ଦକ୍ଷିଣ ପଟର ଭେଂଟ୍ରିକୁଲାର ଆଉଟଫ୍ଲୋ ଟ୍ରାକକୁ ବଡ କରାଯାଇ ଏକ ଟ୍ରାଂସଆନୁଲାର ପ୍ୟାଚ ଲଗାଯାଇଥିଲା। ଏହାଛଡା ଏକ ଭଲ୍‌ଭ ମଧ୍ୟ ଲଗାଯାଇଥିଲା। ରୋଗୀ ଏବେ ସୁସ୍ଥ ହେବା ପରେ ମଙ୍ଗଳବାର ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି ଡାକ୍ତର ବେହେରା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଦୁଇ ଦିନିଆ ମେକାନିକାଲ୍ ଇଞ୍ଜିନିୟରିଂ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍‌ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଦୁଇ ଦିନିଆ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ଏହି ସମ୍ମିଳନୀରେ ଆଲ୍ଲେଖ୍ୟ ଶୀର୍ଷକ ଥିଲା “ ରିସେଂଟ ଆଡ୍‌ଭାନ୍‌ସେସ୍ ଇନ୍ ମେକାନିକାଲ୍  ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟର।” ଏଥିରେ ୧୦୦ ରୁ ଉର୍ଦ୍ଧ୍ୱ ଏକାଡେମିକ୍‌, ରିସର୍ଚ୍ଚ ସ୍କଲାର୍ସ ଏବଂ ଶିଳ୍ପ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ଶନିବାର ଦିନ ଶେଷ ହୋଇଥିବା ଏହି ସମ୍ମିଳନୀ ନୂତନ ସାମଗ୍ରୀ ଏବଂ ଏହାର ବ୍ୟବହାର ସହିତ ଥର୍ମାଲ୍‌ ଇଞ୍ଜିନିୟରିଂ, ଡିଜାଇନ୍ ଏବଂ ମାନୁଫ୍ୟାକ୍‌ଚରିଂ ଇଞ୍ଜିନିୟରିଂ, ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ ଏବଂ ରିନ୍ୟୁଆଲ୍ ଏନର୍ଜି ରିସର୍ଚ୍ଚ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବା ଓ ଏକାଡେମୀ ଏବଂ ଶିଳ୍ପକୁ ଏକତ୍ରିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଏହି ସମ୍ମିଳନୀର କନ୍‌ଭେନର୍ ଡ. ପ୍ରେମାନନ୍ଦ ପ୍ରଧାନ କହିଛନ୍ତି।

ଆମେ ବିଶ୍ୱର ବିଭିନ୍ନ ଦେଶରୁ ୧୫୬ ଟି ଗୁଣାତ୍ମକ ଗବେଷଣା ସନ୍ଦର୍ଭ ପାଇବା ସହିତ ସେଥିରୁ ୧୦୫ଟି କୁ ଉପସ୍ଥାପନା ଓ ଉତମ ପ୍ରକାଶନ ପାଇଁ ଗ୍ରହଣ କରିଛୁ ବୋଲି ଡ. ପ୍ରଧାନ କହିଛନ୍ତି। ଆମେରିକାର ଭର୍ଜିନିଆ ଟେକ୍‌ର ପ୍ରଫେସର ଡେଭିସ୍ ସ୍କଟ୍ ସିଙ୍କ ମୁଖ୍ୟ ବକ୍ତାଭାବେ ଏହି ସମ୍ମିଳନୀ ଯୋଗ ଦେବା ସହିତ ଲାର୍ଜ ସ୍କେଲ୍ ଏଂଟରପ୍ରାଇଜେସ୍ ଟ୍ରାନ୍ସଫର୍ମେସନ୍ ଏବଂ ଶିଳ୍ପାୟନରେ ପୋଷ୍ଟ ପାଣ୍ଡାମିକ୍ ପରିସ୍ଥିତିରେ ଯୁବପିଢ଼ି କିପରି ନିଜର ଦକ୍ଷତା ବିକାଶ କରିପାରିବେ ସେ ବିଷୟରେ ଆଲୋକପାତ କରିଥିଲେ।

ଆମେରିକାର ପିଟ୍ସବର୍ଗ ୟୁନିଭର୍ସିଟିର ପ୍ରଫେସର ବୋପାୟା ବିଡାଣ୍ଡା ଅନିଶ୍ଚିତତା ଏବଂ ବିଭ୍ରାନ୍ତିକର ଅବସ୍ଥାରେ କର୍ପୋରେଟ୍ ସ୍ଥିରତା କିପରି ବଜାୟ ରହିପାରିବ ସେ ନେଇ ଏହି ସମ୍ମିଳନୀରେ ଆଲୋଚନା କରିଥିଲେ।

ଏହି ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ସୋଆ ପ୍ରୋ- ଭାଇସ୍ ଚ୍ୟାନ୍‌ସେଲର ପ୍ରଫେସର ପି.କେ. ନନ୍ଦ, ସୋଆର ମୁଖ୍ୟ ପରାମର୍ଶଦାତା ପ୍ରଫେସର ଆର୍‌. ପି. ମହାନ୍ତି ଓ ବ୍ଲୁ ଡୋମ୍ ଇଂଟେଲିଜେନ୍ସର ନିର୍ଦ୍ଦେଶକ ଡ. ଅମୀୟ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ।

ନରୱେର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ୟୁନିଭର୍ସିଟିର ପ୍ରଫେସର ଏ . ରୋଲ୍‌ଷ୍ଟାଡାସ୍‌, ଆର‌୍ୟଲାଣ୍ଡର ଆଇରିସ୍‌ ଏକାଡେମି ଅଫ୍ ଇଞ୍ଜିନିୟରିଂର ପ୍ରଫେସର ଜିମ୍ ବ୍ରାଉନ, ଭାବା ଆଟୋମିକ୍ ରିସର୍ଚ୍ଚ ସେଂଟରର ଡ. ଦିବାନିକ ରାୟ, ଅରୁଣାଂଚଳ ପ୍ରଦେଶ ନିଟ୍‌ର ନିର୍ଦ୍ଦେଶକ ଡ. ପିଙ୍କେଶ୍ୱର ମହନ୍ତ, ଇସ୍ରୋର ଶ୍ରୀ ଶ୍ରୀଧର ପାଣିଗ୍ରାହୀ ଏବଂ ସିଏସ୍‌ଆଇଆର୍ ନ୍ୟାସ୍‌ନାଲ ଏରୋସ୍ପେସ୍ ଲାବୋରେଟୋରିସ୍‌ର ଡ. ପ୍ରଦୀପ କୁମାର ସାହୁ ଅନ୍ୟ ନିମନ୍ତ୍ରିତ ବକ୍ତାମାନଙ୍କ ମଧ୍ୟରେ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ଓ ଅନୁସନ୍ଧାନକୁ ମିଳିଲା ଓଡ଼ିଶାରେ ୨୫ଟି ଏଫ୍‌ପିଓ ଦାୟିତ୍ୱ

ଭୁବନେଶ୍ୱର: ନ୍ୟାସ୍‌ନାଲ୍ ଏଗ୍ରିକଲ୍‌ଚରାଲ୍ କୋଅପରେଟିଭ୍ ମାର୍କେଟିଂ ଫେଡେରେସନ୍ ଅଫ୍  ଇଣ୍ଡିଆ ଲିମିଟେଡ୍ (ନାଫେଡ୍‌) ଦ୍ୱାରା ଓଡ଼ିଶାରେ ସଂଗଠିତ ୬୭ଟି କୃଷକ ଉତ୍ପାଦକ ସଂଘ (ଏଏଫ୍‌ପିଓ) ମଧ୍ୟରୁ ୨୫ଟି ଏଫ୍‌ପିଓର ବିକାଶ ଦାୟିତ୍ୱ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଦିଆଯାଇଛି।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଠାରେ ଶନିବାର ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ନାଫେଡ୍‌ର ଆଂଚଳିକ ମୁଖ୍ୟ ଭବ୍ୟା ଆନନ୍ଦ ଏହା ପ୍ରକାଶ କରିଛନ୍ତି। ଶନିବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ସହକାରିତା ସମ୍ମିଳନୀର ସିଧା ପ୍ରସାରଣ ଏହି କାର୍ଯ୍ୟକ୍ରମରେ କୃଷକମାନଙ୍କୁ ପ୍ରଦର୍ଶନ କରାଯାଇଥିଲା।

ଏହି ସମ୍ମିଳନୀରେ କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଉଦବୋଧନ ଦେଇଥିଲେ। ଏଫ୍‌ପିଓ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ ଶ୍ରୀମତି ଆନନ୍ଦ କହିଥିଲେ ଯେ ସୋଆକୁ ଓଡ଼ିଶାରେ ଏଫ୍‌ପିଓ ଗୁଡ଼ିକର ବିକାଶ ନିମନ୍ତେ ଏକ କ୍ଲଷ୍ଟର ବେସ୍‌ଡ ବିଜିନେସ ଅର୍ଗାନାଇଜେସନ୍‌ ଭାବେ ମନୋନୀତ କରାଯାଇଛି।

ସରକାର ୧୦,୦୦୦ ନୂଆ ଏଫ୍‌ପିଓ ଗୁଡ଼ିକୁ ସଂଗଠିତ କରି ପ୍ରତି ଏଫ୍‌ପିଓକୁ ବର୍ଷକୁ ୫ ଲକ୍ଷ ଟଙ୍କା ହିସାବରେ ୫ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇବାର ଯୋଜନା ରହିଛି। ୩୦୦ କୃଷକ ଏକ ସମତଳ ଅଂଚଳରେ ଏକତ୍ର ହୋଇ ଏଫ୍‌ପିଓ ଗଠନ କରିପାରିବେ ବୋଲି ସେ କହିଛନ୍ତି। ଡାଲି ଏବଂ ତୈଳବୀଜ କିଣିବା ପାଇଁ ନାଫେଡ୍ ଓଡ଼ିଶାରେ ନୋଡାଲ୍ଏ ଜେନ୍ସି ଭାବେ କାର୍ଯ୍ୟ କରୁଛି।

ଅନ୍ୟମାନଙ୍କ ମଧ୍ୟରେ କୃଷି ବିଶେଷଜ୍ଞ ତଥା ସୋଆ ସଭାପତିଙ୍କର ପ୍ରମୁଖ ଉପଦେଷ୍ଟା ପ୍ରଫେସର ଡି.ପି. ରାୟ, ସୋଆର ପ୍ରୋ ଭାଇସ୍ ଚ୍ୟାନ୍‌ସେଲର ପ୍ରଫେସର ପି. କେ. ନନ୍ଦ, ଡିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଏଏସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଏବଂ ଆଇଏଏସ୍‌ର ଡିନ୍ (ପିଜି ଷ୍ଟଡିଜ୍‌) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ସ୍ବାସ୍ଥ୍ୟ

ସୋଆରେ ବିଶାଳ ରକ୍ତଦାନ ସପ୍ତାହ ଉଦଘାଟିତ

ଭୂବନେଶ୍ଵର: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ଏନଏସଏସ ବ୍ୟୁରୋ ଓ ଆଇଏମଏସ ଆଣ୍ଡ ସମ୍ ହସପିଟାଲର ମିଳିତ ଆନୁକୁଲ୍ୟରେ ଶନିବାର ଏକ ସପ୍ତାହବ୍ୟାପି ବିଶାଳ ରକ୍ତଦାନ ସପ୍ତାହ ସମ୍ ହସ୍ପିଟାଲରେ ଉଦ୍ଘାଟିତ ହୋଇଯାଇଛି।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ରକ୍ତ ଅମ୍ଳଜାନ ଭଳି ମୂଲ୍ୟବାନ ବୋଲି କହିବା ସହିତ ରକ୍ତ ଦେଇ ପ୍ରତ୍ୟେକ ନିଜର ସାମାଜିକ କର୍ତ୍ତବ୍ୟ ପାଳନ କରିବା ଉଚିତ ବୋଲି କହିଥିଲେ। ସେ ନିଜ ଡାକ୍ତରି ପାଠପଢ଼ା ସମୟରେ ତାଙ୍କର ଏନଏସଏସ ସ୍ଵେଛାସେବୀ ଭାବେ ୫ ବର୍ଷର ଅନୁଭୂତି କହି ସମସ୍ତଙ୍କୁ ଅନୁପ୍ରାଣୀତ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଭାରତ ସରକାରଙ୍କ ଆଞ୍ଚଳିକ ଏନଏସଏସ ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। କରୋନାରେ ପୀଡ଼ିତ ହୋଇ ସମ୍ ଡ଼ାକ୍ତରଖାନାରେ ସେ ଦ୍ଵିତୀୟ ଜୀବନ ପାଇଛନ୍ତି ବୋଲି କହିଥିଲେ। ସମ୍ ଓ ସୋଆ ଏନଏସଏସର କୋଭିଡ଼ ମୁକାବିଲାରେ ଅବଦାନ ବିଷୟ ଆଲୋଚନା କରି ଶିକ୍ଷାନୁଷ୍ଠାନର ଭୂୟସୀ ପ୍ରଶଂସା କରିଥିଲେ।

ଅନ୍ୟତମ ଆୟୋଜକ ସମ୍ ଡ଼ାକ୍ତରଖାନା ର ଅଧୀକ୍ଷକ ପ୍ର. ( ଡ଼ାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଡ଼େଙ୍ଗୁ ସମୟରେ ରକ୍ତର ବର୍ଦ୍ଧିତ ଚାହିଦାକୁ ଦେଖିଲେ ଏନଏସଏସ ଦ୍ଵାରା ଏହି ରକ୍ତଦାନ ସପ୍ତାହର ଆୟୋଜନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ। ଡିନ (ଛାତ୍ର ମଙ୍ଗଳ) ପ୍ର. ଜ୍ୟୋତିରଞ୍ଜନ ଦାସ ରକ୍ତଦାନ ଭଳି ଏକ ମହତ୍ କାମରେ ଭାଗିଦାର ହେବା ପାଇଁ ସମସ୍ତଙ୍କୁ ପ୍ରବର୍ତ୍ତାଇ ଥିଲେ। ବିଶ୍ଵବିଦ୍ୟାଳୟ ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ତଥା ଏନଏସଏସ ସଂଯୋଜକ ପ୍ର. ନଚିକେତା ଶର୍ମା କୋଭିଡ ସମୟରେ କରାଯାଇଥିବା କାର୍ଯ୍ୟକ୍ରମର ଏକ ସଂକ୍ଷିପ୍ତ ବିବରଣୀ ରଖିଥିଲେ।

ଏହି ଶିବିର ସେପ୍ଟେମ୍ବର ୨୪ ରେ ଏନଏସଏସ ଦିବସ ପାଳନ ସହିତ ଉଦ୍ ଯାପିତ ହେବ। ମଙ୍ଗଳବାର ଦିନ ରାଜ୍ୟ ଏନଏସଏସ ସେଲର ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ଯୋଗଦେବା ସ୍ଥିରୀକୃତ ହୋଇଛି। ପ୍ରଥମ ଦିନ ୨୬ ଜଣ ସ୍ଵେଚ୍ଛାସେବୀ ରକ୍ତଦାନ କରିଥିଲେ। ଏହି ଉତ୍ସବରେ ସମ୍ ବ୍ଳଡବ୍ୟାଙ୍କର ମୁଖ୍ୟ ଡାକ୍ତର ଗିରିଜା ନନ୍ଦିନୀ କାନୁନଗୋ ସମସ୍ତଙ୍କୁ ରକ୍ତଦାନ ବିଷୟରେ କହିଥିଲେ। ଏଥିରେ ସୋଆ ଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନର ଏନଏସଏସ ପ୍ରୋଗ୍ରାମ ଅଫିସର, ଡାକ୍ତର, ନର୍ସିଙ୍ଗ ଷ୍ଟାଫ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଆଇଏମଏସର ପ୍ରୋଗ୍ରାମ ଅଫିସର ଡାକ୍ତର ସୌର୍ଯ୍ୟ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭିଡିଗୁଡ୍ ଇଂଟରନ୍ୟାସ୍‌ନାଲ୍ ସାଇନ୍‌ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ସୋଆ ପ୍ରଫେସର

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳାଙ୍କୁ ଇଞ୍ଜିନିୟରିଂ, ବିଜ୍ଞାନ ଓ ଔଷଧ କ୍ଷେତ୍ର ନିମନ୍ତେ ଭିଡିଗୁଡ୍ ଇଂଟରନ୍ୟାସ୍‌ନାଲ୍ ସାଇନ୍‌ଟିଷ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି।

ସବୁ କ୍ଷେତ୍ରରେ ଜୀବନକୁ ସରଳ କରିବା ନିମନ୍ତେ ନୂଆ ଗବେଷଣା ଦିଗରେ ଭିଡିଗୁଡ୍ କାର୍ଯ୍ୟ କରୁଛି। ଏହି ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ବୈଜ୍ଞାନିକ ଆୱାର୍ଡ ପ୍ରଫେସର ଶୁକ୍ଳାଙ୍କୁ ପ୍ରଦାନ କରାଯାଇଛି। ଉତ୍କୃଷ୍ଟ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଅବିରତ କାର୍ଯ୍ୟଧାରାର ଅବଦାନକୁ ନେଇ ପ୍ରଫେସର ଶୁକ୍ଳାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ମାନପତ୍ରରେ ଉଲ୍ଲେଖ କରାଯାଇଛି।

ଗତବର୍ଷ ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ପ୍ରଫେସର ଶୁକ୍ଳାଙ୍କ ନାମ ସ୍ଥାନୀତ ହୋଇଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ତାଙ୍କର ଅବଦାନକୁ ନେଇ ନିକଟରେ ତାଙ୍କୁ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଛି।

୧୯୭୧ ମସିହାରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ରାଉର୍‌କେଲା (ପୂର୍ବରୁ ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ୍‌)ରୁ ବିଏସ୍‌ସି (ଇଞ୍ଜିନିୟରିଂ) ମେଟାଲର୍ଜି ଏବଂ ୧୯୭୩ ମସିହାରେ ଏମ୍‌ଟେକ୍ ମେଟାର୍ଲଜି ହାସଲ କରିଥିବା ପ୍ରଫେସର ଶୁକ୍ଳା ହାଇଡ୍ରୋମେଟାଲର୍ଜି, ବାୟୋହାଇଡ୍ରୋମେଟାଲର୍ଜି, ୱେଷ୍ଟ ମ୍ୟାନେଜମେଂଟ, ଏନ୍‌ଭାଇରନ୍‌ମେଂଟାଲ୍ ମାଇନିଂ
ମ୍ୟାନେଜମେଂଟ ଆଣ୍ଡ ରି-ସାଇକ୍ଲିଂ କ୍ଷେତ୍ରରେ ଅନେକ କାର୍ଯ୍ୟ କରିଛନ୍ତି। ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନକୁ ନେଇ ସେ ଅନେକ ସମ୍ମାନ ଗ୍ରହଣ କରିଛନ୍ତି।

ପ୍ରଫେସର ଶୁକ୍ଳାଙ୍କର ୪୫ ବର୍ଷର ଗବେଷଣା ଅଭିଜ୍ଞତା ରହିଥିବା ବେଳେ ସେ ପୂର୍ବରୁ ଭୁବନେଶ୍ୱର ସ୍ଥିତ ସିଏସ୍‌ଆଇଆର୍- ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍‌ସ ଟେକ୍ନୋଲୋଜିର ବାୟୋ ରିସୋର୍ସେସ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି। ସେ ସିଏସ୍‌ଆଇଆର୍‌ର ଏମେରିଟସ ସାଇନ୍‌ଟିଷ୍ଟ ଏବଂ ନୂଆଦିଲ୍ଲୀ ସ୍ଥିତ ଏକାଡେମୀ ଅଫ୍‌ ସାଇନ୍‌ଟିଫିକ୍ ଆଣ୍ଡ ଇନୋଭେଟିଭ୍ ରିସର୍ଚ୍ଚ (ଏସିଏସ୍‌ଆଇଆର)ର ଏମେରିଟସ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇଛନ୍ତି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ସୋଆରେ ଜାତୀୟ ପୋଷଣ ଦିବସ ପାଳନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଇଏମ୍‌ଏସ ଆଣ୍ଡ ସମ୍ ହସ୍ପିଟାଲ୍‌ର ଖାଦ୍ୟ ଓ ପୋଷଣ ବିଭାଗ ପକ୍ଷରୁ ଜାତୀୟ ପୋଷଣ ମାସ ପାଳନ କରାଯାଇଛି। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଖାଦ୍ୟ ଓ ପୋଷଣ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେଡିକାଲ୍ ସୁପରିଟେଣ୍ଡେଂଟ ଡଃ ପୁଷ୍ପରାଜ ସାମନ୍ତସିଂହାର, ସୋଆ ପରିଚାଳିତ ଫ୍ୟାକଲ୍ଟି ଅଫ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟର ଆଡ୍‌ଭାଇଜର ଓ ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର, ସମ୍‌ର ଶିଶୁ ରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତା ଦେବୀ ମହାନ୍ତି, ଖାଦ୍ୟ ଓ ପୋଷଣ ବିଭାଗର ମୁଖ୍ୟ ପୁଷ୍ପାଞ୍ଜଳି ମିଶ୍ର, ନର୍ସିଂ ସୁପରିଟେଣ୍ଡେଂଟ୍ ମିନତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବର୍ତ୍ତମାନ ସାରା ବିଶ୍ୱରେ ପ୍ରତ୍ୟେକ ବ୍ୟକ୍ତି କର୍ମ ବ୍ୟସ୍ତତା ଯୋଗୁଁ ଚାପରେ ଜୀବନ କଟାଉଛନ୍ତି। ଏହା ମଧ୍ୟରେ ନିଜ ଶରୀରର ଯତ୍ନ ଓ ସନ୍ତୁଳିତ, ସୁଷମ ଆହାର ଓ ପାନୀୟର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହାର ଉପାଦେୟତା ଓ ଆବଶ୍ୟକତା ଉପରେ ବକ୍ତାମାନେ ଆଲୋକପାତ କରି ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭାଗ ଦ୍ୱାରା ଆୟୋଜିତ ବିଭିନ୍ନ ସୁଷମ ଖାଦ୍ୟର ନମୂନା ପ୍ରଦର୍ଶନୀ ଆୟୋଜିତ କରାଯାଇଥିଲା।

ଚଳିତ ବର୍ଷ ସେପ୍ଟେମ୍ବର ମାସର କାର୍ଯ୍ୟକ୍ରମକୁ ଚାରି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ସପ୍ତାହରେ ବୃକ୍ଷ ରୋପଣ, ୨ୟ ସପ୍ତାହରେ ଯୋଗ ଓ ବ୍ୟାୟାମ, ୩ୟ ସପ୍ତାହରେ ଶିଶୁମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା କିଟ୍ ବଂଟନ ଏବଂ ୪ର୍ଥ ସପ୍ତାହରେ ଶିଶୁ ପୁଷ୍ଟିହୀନତା ରୋଗ ନିରୂପଣ ସଚେତନତା କାର୍ଯ୍ୟକ୍ରମ ରଖାଯାଇଛି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଓ ପୋଷଣ ବିଭାଗର ସୂର୍ଯ୍ୟାଶିଖା ମହାନ୍ତି, ସୁଗନ୍ଧା ମହାପାତ୍ର, ସୁଶ୍ରୀତନୟା ବରାଳ, ଚନ୍ଦ୍ରିମା ସେନାପତି, ରୋଜାଲିନ୍ ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହିପରି ଓ.ଏସ୍‌.ଡି ଡଃ ପ୍ରହଲ୍ଲାଦ ମହାନ୍ତି ଓ ରୋଗୀସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଡଃ ଲିଙ୍ଗରାଜ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ ଘନୀଭୂତ ହେବା ସମ୍ଭାବନା: ସୋଆ

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସେପ୍ଟେମ୍ବର ୬ ତାରିଖରେ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସେପ୍ଟେମ୍ବର ୫ ଓ ୬ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ସିଇସିର ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ କହିଛନ୍ତି। ସେପ୍ଟେମ୍ବର ୬ ତାରିଖ ରାତିରୁ ୭ ତାରିଖ ମଧ୍ୟରେ ବର୍ଷାର ଗତି ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲା ଗୁଡିକୁ ପ୍ରଭାବିତ କରି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି।

ଏହାର ପ୍ରଭାବରେ ସେପ୍ଟେମ୍ବର ୪ରୁ ୭ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ସେପ୍ଟେମ୍ବର ୧୧ ତାରିଖରେ ସେହି ଉତର ପଶ୍ଚିମ ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବା ଫଳରେ ଉପକୂଳବର୍ତ୍ତୀ ଅଂଚଳରେ ସେପ୍ଟେମ୍ବର୧୧ ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଡଃ ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ପ୍ରଫେସର ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍ଣ୍ଣ, ନାସା ଓ ଗଳା (ଇଏନ୍‌ଟି) ତଥା ମୁଣ୍ଡ ଓ ବେକ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ସନ୍ତୋଷ କୁମାର ସ୍ୱାଇଁ ୨୦୨୧ ନିମନ୍ତେ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ନିଜ ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ଦେଇଥିବା ମାର୍ଗଦର୍ଶନ ଓ ସୁଦୂରପ୍ରସାରୀ ଜ୍ଞାନ ପ୍ରଦାନକୁ ଦୃଷ୍ଟିରେ ରଖି ପ୍ରଫେସର ସ୍ୱାଇଁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଦ୍ୱିତୀୟ ପ୍ରଫେସର ଭାବେ ପ୍ରଫେସର ସ୍ୱାଇଁଙ୍କୁ ୨୦୨୧ରେ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନକୁ ନେଇ ଭର୍ଚୁଆଲ୍ କାର୍ଯ୍ୟକ୍ରମ ଜରିଆରେ ‘ଚଳିତ ବର୍ଷର ଶ୍ରେଷ୍ଠ ପ୍ରଫେସର’ ଭାବେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ପ୍ରଫେସର ସ୍ୱାଇଁଙ୍କ ନାମରେ ୨୦୦ରୁ ଅଧିକ ରିସର୍ଚ୍ଚ ପେପର ରହିଥିବା ବେଳେ ତାହା ଜାତୀୟ ଏବଂ ଆନ୍ତର୍ଜାତୀକ ସ୍ତରରେ ବିଭିନ୍ନ ଜର୍ନାଲ୍‌ରେ ପ୍ରକାଶ ପାଇଛି ଏବଂ ସେ ଏମ୍‌ବିବିଏସ୍ ଏବଂ ଏମ୍‌ଏସ୍‌/ଏମ୍‌ଡି ଛାତ୍ରଛାତ୍ରୀଙ୍କ ପାଇଁ ୯ଟି ପୁସ୍ତକ ରଚନା କରିଛନ୍ତି।

ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ରିସର୍ଚ୍ଚ ସେଂଟର (ବିବିଆର୍‌ସି)ର ନିର୍ଦ୍ଦେଶକ ତଥା ବିଶିଷ୍ଟ ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଳା ମଧ୍ୟ ଚଳିତ ବର୍ଷ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଆଶ୍ଚର୍ଯ୍ୟ ଭାବେ ଗୋଇଠିରେ ବଢୁଥିଲା ଛୋଟିଆ ହାଡ, ସମ୍ ହସପିଟାଲରେ ହେଲା ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ କାଲ୍‌କାନିଓପ୍ଲାଷ୍ଟି ପଦ୍ଧତିରେ ଏକ ସଫଳ ଅସ୍ତ୍ରୋପଚାର ହୋଇପାରିଛି। ଗୋଇଠିରେ ବଢ଼ିଥିବା ଏକ କ୍ଷୁଦ୍ର ହାଡକୁ ଏଣ୍ଡୋସ୍କୋପିକ୍ କାଲ୍‌କାନିଓପ୍ଲାଷ୍ଟି ପଦ୍ଧତିରେ ଅସ୍ତ୍ରୋପଚାର କରି ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ଡାକ୍ତରୀ ଟିମ୍।

ଜଟଣୀ ଅଂଚଳର ଜନୈକା ୬୯ ବର୍ଷୀୟା ମହିଳା ସୁଶିଳା ସାହୁ ଦୀର୍ଘ ଦିନ ଧରି ତାଙ୍କ ବାମ ପାଖ ଗୋଇଠିରେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିଲେ। ଅନେକ ଡାକ୍ତରଖାନାରେ ପରାମର୍ଶ କରି ବିଫଳ ହେଲା ପରେ ସମ୍ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗରେ ଅଗଷ୍ଟ ୪ ତାରିଖରେ ଭର୍ତି ହୋଇଥିଲେ। ବିଭାଗୀୟ ମୂଖ୍ୟ ପ୍ରଫେସର ଡାକ୍ତର ଅନିରୁଦ୍ଧ ଦାସ ତାଙ୍କୁ ଚିକିତ୍ସା କରିଥିଲେ।

ବିଭିନ୍ନ ପରୀକ୍ଷାରୁ ଜଣାପଡିଥିଲା ଯେ ତାଙ୍କ ଗୋଇଠିରେ ଏକ ଛୋଟ ହାଡ଼ ବଢ଼ି ଉଠିଛି। ଯେଉଁ କାରଣରୁ ପାଦଟି ଫୁଲିବା ସହ ମହିଳା ଜଣକ ଚାଲିବା ବେଳେ କଷ୍ଟ ଅନୁଭବ କରୁଛନ୍ତି। ଏପରି ଅବସ୍ଥାରେ ଥିବା ହାଡ଼ଟିକୁ ଅସ୍ତ୍ରୋପଚାର କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ଜଟିଳ ମଧ୍ୟ ଥିଲା।

ତେବେ ପ୍ରଫେସର ଡାକ୍ତର ଦାସଙ୍କ ନେତୃତ୍ୱରେ ଡାକ୍ତର ତପନ ଦାଶ ଓ ନିଶ୍ଚେତକ ବିଭାଗର ଡାକ୍ତର ଏସ୍‌. ପାଣିଗ୍ରାହୀ ପ୍ରମୁଖ ଏକ ୩ ଜଣିଆ ଡାକ୍ତରୀ ବିଶେଷଜ୍ଞ ଦଳ ଏଣ୍ଡୋସ୍କୋପିକ କଲ୍‌କାନିଓପ୍ଲାଷ୍ଟି ପ୍ରଣାଳୀରେ ରୋଗୀର ସଫଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଥିଲେ। ମାତ୍ର ଦୁଇଟି ଛୋଟଛୋଟ ଛିଦ୍ର ମାଧ୍ୟମରେ ବର୍ଦ୍ଧିତ ହାଡ଼ଟିକୁ ବାହାର କରିବା ସମ୍ଭବ ହୋଇଥିଲା।

ଏହି ଅତ୍ୟାଧୁନିକ ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସୂଚନା ଯୋଗ୍ୟ ଏହି ପଦ୍ଧତିର ଅସ୍ତ୍ରୋପଚାର ଓଡ଼ିଶାର ପ୍ରଥମ। ଏହି ଅସ୍ତ୍ରୋପଚାର ନିମନ୍ତେ ଖୁବ୍ କମ୍ ସମୟ ଲାଗୁଥିବା ବେଳେ ଏହା ସ୍ୱଳ୍ପ ଖର୍ଚ୍ଚରେ ହୋଇପାରୁଛି ଓ ରୋଗୀକୁୁ କମ୍ ଦିନ ଡାକ୍ତରଖାନାରେ ରହିବାକୁ ପଡ଼ୁଛି। ଆଗାମୀ ଦିନରେ ଏପରି ଅତ୍ୟାଧୁନିକ ଅସ୍ତ୍ରୋପଚାର ପ୍ରଣାଳୀକୁ ଆହୁରି ବ୍ୟାପକ କରାଯିବ ବୋଲି ହସ୍ପିଟାଲ୍‌ର ରୋଗୀ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।