Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁର ନୂତନ ଏସଡିପିଓ ଭାବେ ଦାୟିତ୍ଵ ନେଲେ ଯୁବ ଓପିଏସ ମାନସ ରଞ୍ଜନ ବାରିକ
ଆଞ୍ଚଳିକ

ବାଲୁଗାଁର ନୂତନ ଏସଡିପିଓ ଭାବେ ଦାୟିତ୍ଵ ନେଲେ ଯୁବ ଓପିଏସ ମାନସ ରଞ୍ଜନ ବାରିକ

January 3, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ନୂତନ ଏସ.ଡି.ପି.ଓ ଭାବେ ଯୋଗଦେଇଛନ୍ତି ଯୁବ ଓପିଏସ ଅଧିକାରୀ ମାନସ ରଞ୍ଜନ ବାରିକ। ନିକଟରେ ବାଲୁଗାଁ ଏସ.ଡି.ପି.ଓ ସୁରେଶ କୁମାର ଦାସଙ୍କ କେଉଁଝର ଜିଲ୍ଲା ଆନନ୍ଦପୁର ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ଜାନୁଆରୀ ୧ ରେ ଦାଇତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ବାରିକ। ବାଣପୁର, ବାଲୁଗାଁ, ନିରାକାରପୁର ଏବଂ ଟାଙ୍ଗୀ ପରି ଚାରି ଗୋଟି ଗୁରୁତ୍ୱପୂର୍ଣ ଥାନା ଶ୍ରୀ ବାରିକଙ୍କ  ପ୍ରତ୍ୟେକ୍ଷ ତତ୍ୱାବଧାନରେ ରହିବ।

ଜଣେ ଯୁବ କର୍ତ୍ତବ୍ୟନିଷ୍ଠ ଏବଂ ପରୋପକାରୀ  ପୋଲିସ ଅଧିକାରୀ ଭାବେ ବେଶ ଜଣାଶୁଣା ଶ୍ରୀ ବାରିକ। ଓଡିଶା ଲୋକସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୬ ରେ ଓଡ଼ିଶା ପୋଲିସ ସେବା(ଓ.ପି.ଏସ)ରେ ଯୋଗଦେଇ ଦୁଇ ବର୍ଷ ଟ୍ରେନିଂ ପରେ ୨୦୧୮ ରେ  ପ୍ରଥମେ ମାଲକାନଗିରି ଜିଲ୍ଲାର  ଚିତ୍ରକୋଣ୍ଡା ଏସ.ଡି.ପି.ଓ ରୂପେ ପୋଷ୍ଟିଙ୍ଗ ପାଇଥିଲେ ଶ୍ରୀ ବାରିକ ଏବଂ ଏହାପରେ ସେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଏସ.ଡି.ପି.ଓ ଭାବେ କାର୍ଯ୍ୟରତ ଥିଲେ।

ଲକ ଡ଼ାଉନ ସମୟରେ ବାଲିଗୁଡା ଉପଖଣ୍ଡ ଅଞ୍ଚଳରେ  କୋଭିଡ ଆଇନ ଅମାନିଆଙ୍କୁ ଅଭିନଵ ତରିକାରେ ଦଣ୍ଡ ଦେବା ହେଉ କିମ୍ବା କାନ୍ଧିବନ୍ଧ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ଟ୍ରକ ଡ୍ରାଇଭରର ଜୀବନ ବଞ୍ଚାଇବା ପରି ବହୁ ଘଟଣା ଲାଗି ସେ ଅନେକ ଥର ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଛନ୍ତି।

ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ସମୀକ୍ଷା ମାଧ୍ୟମରେ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ବାଣପୁର ଏବଂ ବାଲୁଗାଁ ଅଞ୍ଚଳରେ କିପରି ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ  କରାଯିବ, ବିଶେଷ କରି ଉଭୟ ସହରରେ ବଢୁଥିବା ଟ୍ରାଫିକ ସମସ୍ୟା, ଜାତୀୟ ରାଜପଥ ଡକାୟତି, ଚୋରି ଏବଂ ସାଇବର କ୍ରାଇମ ପରି ଅପରାଧର ମୁଳୋତ୍ପାଟନ ଉପରେ ଗୁରୁତ୍ଵ ଦେବେ ବୋଲି ଆମ ପ୍ରତିନିଧିଙ୍କୁ ଏସ.ଡି.ପି.ଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

ଏସଡିପିଓ ଓପିଏସ ମାନସ ରଞ୍ଜନ ବାରିକ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026

ବାଣପୁର: ସରସ୍ବତୀ ଶିଶୁମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ

August 29, 2026
Latest News

ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ସହ ଆଧ୍ୟାତ୍ମିକତାର ମିଳନ: କୋରାପୁଟର ପ୍ରସିଦ୍ଧ ଶୈବପୀଠ ‘ବାବା ଗୁପ୍ତେଶ୍ୱର’

September 3, 2026

ବ୍ୟାଙ୍କ ଓ ଗ୍ରାମୀଣ ଜୀବିକା ମିଶନର ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ରମନ୍ତ୍ରୀ

September 3, 2026

ପାକିସ୍ତାନରେ ଶତାବ୍ଦୀ ପୁରୁଣା ମନ୍ଦିର ଭାଙ୍ଗିବା ଘଟଣା: କଡ଼ା ନିନ୍ଦା କଲା ଭାରତ

September 3, 2026

ତନଭିଙ୍କ ଚିକିତ୍ସା ଏବଂ ପରିସ୍ଥିତିର ସମୀକ୍ଷା ପାଇଁ ଏମ୍ସ ନୂଆଦିଲ୍ଲୀ ପକ୍ଷରୁ କମିଟି ଗଠିତ

September 3, 2026

ଇପିଏଫ୍ଓ ଦ୍ୱାରା ସମ୍ଭାବ୍ୟ ହିତାଧିକାରୀଙ୍କଠାରୁ ଆବେଦନ ଆହ୍ୱାନ

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.