Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଜନ୍ମ ମାଟିରେ ପାଇକ କବି କୃଷ୍ଣଚନ୍ଦ୍ରଙ୍କ ଜୟନ୍ତୀ ସମାରୋହ
ଆଞ୍ଚଳିକ

ବାଣପୁର: ଜନ୍ମ ମାଟିରେ ପାଇକ କବି କୃଷ୍ଣଚନ୍ଦ୍ରଙ୍କ ଜୟନ୍ତୀ ସମାରୋହ

January 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମର ଅତିବଡ଼ି ସମ୍ମାନପ୍ରାପ୍ତ ତଥା ଓଡ଼ିଶାର ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୦ତମ ଜୟନ୍ତୀ ଜନ୍ମମାଟି ଭୀମପୁର ଠାରେ କୋଭିଡ ନିୟମକୁ ସଂମ୍ମାନ ଜଣାଇ ପାଳିତ ହୋଇଯାଇଛି।

କୃଷ୍ଣଚନ୍ଦ୍ର ପାଠାଗାର ଓ ଚିଲିକା ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗୋପୀନାଥ ଦେବ ମନ୍ଦିର ପ୍ରାଙ୍ଗଣରେ ପ୍ରଫେସର ନଳିନୀ କାନ୍ତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସାରସ୍ଵତ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡ଼. ନନ୍ଦକିଶୋର ତ୍ରିପାଠୀ, ମୁଖ୍ୟବକ୍ତା ରୂପେ ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, ସଂମ୍ମାନୀତ ବକ୍ତା ଭାବରେ ଶିକ୍ଷାବିତ୍ ବିଭୁତି ଭୂଷଣ ନନ୍ଦ ଯୋଗ ଦେଇ କବିଙ୍କ କାଳଜୟୀ ମାନବ ଧର୍ମୀ କବିତା ଓଡ଼ିଶାର ଜନମାନସକୁ ସବୁବେଳେ ଉଦବେଳିତ କରୁଥିବ ବୋଲି ପ୍ରକାଶ କରିଥିଲେ।

ପାଠାଗାର ସମ୍ପାଦକ ମଧୁସୂଦନ ନନ୍ଦ ବିବରଣୀ ପାଠ କରିଥିବା ବେଳେ, କବି ଅଶୋକ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରାତଃ ସମୟରେ ଭୀମପୁର ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ବହୁ ଅନୁଷ୍ଠାନ କବିଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଅର୍ପଣ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜାନକୀବଲ୍ଲଭ ନନ୍ଦ, ମାଧବ ଚନ୍ଦ୍ର ବାରିକି, ନାରାୟଣ ମହାନ୍ତି, ଆନନ୍ଦ ଚନ୍ଦ୍ର ସେନାପତି, ସୁରେଶ ଚନ୍ଦ୍ର ନାୟକ, ବଦ୍ରିକାନାଥ ନନ୍ଦ, ପଦ୍ମଚରଣ ସାହୁ ଓ ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ଜୟନ୍ତୀ ସମାରୋହ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026
Latest News

ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ

July 28, 2026

ରାଶିଫଳ: ଜୁଲାଇ ୨୮ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

July 28, 2026

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.