Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ସାନହନ୍ତୁଆଡ ଗ୍ରାମର ଯୁବ ସମାଜସେବୀ ସୁବ୍ରତ ଜେନାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ଆଞ୍ଚଳିକ

ବାଣପୁର: ସାନହନ୍ତୁଆଡ ଗ୍ରାମର ଯୁବ ସମାଜସେବୀ ସୁବ୍ରତ ଜେନାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

June 18, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପଞ୍ଚୁଦୋଳ ଯାତ୍ରା କମିଟିର କୋଷାଧ୍ୟକ୍ଷ ଲୋକପ୍ରିୟ ଯୁବ ସମାଜସେବୀ ସୁବ୍ରତ ଜେନା(ପିଣ୍ଟୁ)ଙ୍କର କରୋନା ଜନିତ ଅକାଳ ବିୟୋଗ ସମଗ୍ର ବାଣପୁର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଆଜି ତାଙ୍କର ଏକାଦଶାହ ଉପଲକ୍ଷେ କୋଭିଡ ନିୟମକୁ ସମ୍ମାନ ଜଣାଇ ପଞ୍ଚୁଦୋଳ ଯାତ୍ରା କମିଟି ତରଫରୁ ପଲଟଣ ପଡିଆର ଛାୟା ମଣ୍ଡପ ଠାରେ ଉପଦେଷ୍ଟା କେଦାରେଶ୍ୱର ନନ୍ଦଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା।

ତାଙ୍କ ଆତ୍ମାର ସଦଗତି ନିମନ୍ତେ ମା ଭଗବତୀ ଓ ପ୍ରଭୁ ଶ୍ରୀ ଚକାଠାକୁରଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସଭାରେ କମିଟିର ଉପସଭାପତି ପ୍ରଫେସର ନଳିନିକାନ୍ତ ପଟ୍ଟନାୟକ, ସଭ୍ୟ ସଂଗ୍ରାମ ସାହୁ, ବାଳମୁକୁନ୍ଦ ଦାସ, ଶିଶିର ଦାସ, ଗୋପୀନାଥ ମହାରଣା, ମହେନ୍ଦ୍ର କୁମାର ରଣସିଂହ, ରବୀନ୍ଦ୍ର ମାର୍ଥା, ନବକିଶୋର ପ୍ରଧାନ, ଶେକ ମୋଇନୁଲ ହକ, ମହେଶ୍ୱର ଜେନା ପ୍ରମୁଖ ବହୁ ସଭ୍ୟ ସ୍ମୃତି ଚାରଣ କରି ପଞ୍ଚୁଦୋଳ ଯାତ୍ରା ପଡ଼ିଆର ପୁନରୁଦ୍ଧାର ଓ ନବୀକରଣରେ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିପାରିବ ବୋଲି ପ୍ରକାଶ କରିଥିଲେ।

ଏହି ଦୁର୍ଦ୍ଦିନରେ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଗଲା। କମିଟିର ସଭାପତି ତଥା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ମଧ୍ୟ ଶୋକ ପ୍ରକାଶ କରି ଏକ ଶୋକ ବାର୍ତ୍ତା ପ୍ରେରଣ କରିଥିଲେ।

ବାଣପୁର ଶ୍ରଦ୍ଧାଞ୍ଜଳି ସାନହନ୍ତୁଆଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ଅଗ୍ନି ବିପନ୍ନଙ୍କୁ ରେଡ଼କ୍ରସ ପକ୍ଷରୁ ସହାୟତା

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Latest News

ଓଡିଶା-ଛତିଶଗଡ ସୀମାରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ

June 10, 2026

ଜୁନ ୧୦ ତାରିିଖ ବୁଧବାର ଦିନ କଣ ରହିଛି ଆପଣଙ୍କର ଭାଗ୍ୟରେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 10, 2026

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.