Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ସ୍ଵତନ୍ତ୍ର ଟୀକାକରଣ: ଔଷଧ ଦୋକାନୀ ଏବଂ ସେବାୟତମାନଙ୍କୁ ଦିଆଗଲା ପ୍ରଥମ ଡୋଜ
ଆଞ୍ଚଳିକ

ବାଣପୁରରେ ସ୍ଵତନ୍ତ୍ର ଟୀକାକରଣ: ଔଷଧ ଦୋକାନୀ ଏବଂ ସେବାୟତମାନଙ୍କୁ ଦିଆଗଲା ପ୍ରଥମ ଡୋଜ

July 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ କବଳରୁ ରକ୍ଷା ପାଇବାକୁ ହେଲେ ଟୀକାକରଣ ଅପରିହାର୍ଯ୍ୟ ହୋଇପଡିଛି। ଏଥିନିମନ୍ତେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସମସ୍ତ ନାଗରିକମାନଙ୍କ ଟୀକାକରଣକୁ ପ୍ରାଥମିକତା ଦେଉଛନ୍ତି। ତେବେ ଆଗଧାଡିର କରୋନା ଯୋଦ୍ଧା ତାଲିକାରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ରାଜ୍ୟ ସରକାର ସାମିଲ କରିଥିବା ବେଳେ ଚବିଶ ଘଣ୍ଟା ରୋଗୀଙ୍କୁ ସଂଜୀବନୀ ଯୋଗାଉଥିବା ସାରା ରାଜ୍ୟର ଔଷଧ ଦୋକାନୀମାନେ ଏଥିରୁ ବାଦ ପଡିଛନ୍ତି। ଯାହାଦ୍ୱାରା ସେମାନଙ୍କୁ ଆଗ ଧାଡ଼ିର ଯୋଦ୍ଧାଙ୍କ ଭଳି ସ୍ୱତନ୍ତ୍ର ଟୀକାକରଣରେ ସାମିଲ କରାଯାଇନଥିଲା। ହେଲେ ଏହାକୁ ତୀବ୍ର ବିରୋଧ କରିଥିଲା ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ। ଯାହାଫଳରେ ନିକଟରେ ରାଜ୍ୟ ଅତରିକ୍ତି ଶାସନ ସଚିବ ସମସ୍ତ ଜିଲ୍ଲପାଳ ଏବଂ ମ୍ୟୁନିସିପାଲ କମିଶନରମାନଙ୍କୁ ରାଜ୍ୟର ସମସ୍ତ ଔଷଧ ଦୋକାନୀ ଏବଂ ସେମାନଙ୍କ କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକାକରଣ କରେଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ଅନୁରୂପ ଭାବେ ନିକଟରେ ସମସ୍ତ ସେବାୟତମାନଙ୍କୁ ମଧ୍ୟ ଟୀକାକରଣ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ସ୍ୱତନ୍ତ୍ର ଟୀକାକରଣର ବ୍ୟବସ୍ଥା କରାଯାଇଥିଲା। ଯେଉଁଥିରେ ବାଣପୁର ଅଞ୍ଚଳର ବହୁ ମେଡ଼ିସିନ ଦୋକାନୀ ଏବଂ ସେମାନଙ୍କ କର୍ମଚାରୀମାନେ ପ୍ରଥମ ଡୋଜ ଟୀକା ନେଇଥିଲେ। ସେହିପରି ଭାବେ ବାଣପୁର ଅଞ୍ଚଳର ବହୁ ସେବାୟତ ଏବଂ ପୂଜକମାନେ ମଧ୍ୟ ପ୍ରଥମ ଡୋଜ ଟୀକା ନେଇଛନ୍ତି।

ଉକ୍ତ କାର୍ଯ୍ୟକ୍ରମକୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର ପରିଚାଳନା କରିଥିବା ବେଳେ ଅନ୍ୟ ମେଡିକାଲ କର୍ମଚାରୀ ମାନେ ସହଯୋଗ କରିଥିଲେ।

ଶୃଙ୍ଖଳିତ ଟୀକାକରଣ ନିମନ୍ତେ ଟୀକା କେନ୍ଦ୍ର ପରିସରରେ ମା’ ଭଗବତୀ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବାଣପୁର-ବାଲୁଗାଁର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସମ୍ପାଦକ ଦିଲ୍ଲୀପ କୁମାର ହୋତା, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ଦକ୍ଷେଶ୍ୱର-ଭଗବତୀ ଏଣ୍ଡାଉମେଣ୍ଟର କର୍ମଚାରୀ ମାନେ ଉପସ୍ଥିତି ଥିଲେ।

ଔଷଧ ଦୋକାନୀ କରୋନା ମହାମାରୀ ଚିଲିକା ଟୀକାକରଣ ସେବାୟତ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026
Latest News

ଲଗାତାର ଦ୍ୱିତୀୟ ସିରିଜ୍ ହାରିଲା ଭାରତ: ରଣନୀତି ଉପରେ ଉଠିଲା ପ୍ରଶ୍ନ

July 10, 2026

ସ୍ମାର୍ଟଫୋନ୍, ଲାପଟପ୍ ଓ ସ୍ମାର୍ଟ ଟିଭି ହୋଇପାରେ ଶସ୍ତା! କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତିରେ ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି

July 10, 2026

ବଙ୍ଗଳାର ସମସ୍ତ ତିନୋଟି ରାଜ୍ୟସଭା ଆସନ ଜିତିବ ବିଜେପି!: ଜାଣନ୍ତୁ ସମୀକରଣ

July 10, 2026

ଚେନ୍ନାଇରେ ହେବ ବିଗ୍ ବ୍ୟାସ୍ ଲିଗ୍ ମ୍ୟାଚ୍: ମେଲବୋର୍ଣ୍ଣରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

July 10, 2026

ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ : ତିନି ଗିରଫ

July 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.